Author: Samikhsya Bureau

ଆଠଗଡ : ଆଠଗଡଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ପୁଅର ଛୁରାମାଡରେ ବାପାର ମୃତ୍ୟୁ ହୋଇଥିବାବେଳେ. ସାନଭାଇ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଖୁଣ୍ଟୁଣି ଥାନା ମୁଷୁଳିଆ ଗାଁରେ ଏକ ପୁତ୍ର ଏଭଳି ନୃଶଂସ କାଣ୍ଡ ଘଟାଇଛି ।  ତେବେ ଘରୋଇ କଳିରୁ ଏପରି ଏକ କାଣ୍ଡ ଘଟିଥିବାର ସୂଚନା ରହିଛି। ମୃତଦେହ ଜବତ କରି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କଲା ପୋଲିସ୍‌। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ଥାନାରେ ଅଟକ ରହିଛି ।

Read More

ନୂଆଦିଲ୍ଲୀ : କରୋନା  ଭାରତରେ ବେଶ୍‌ ଭୟଙ୍କର ହେଉଛି । ପ୍ରତିଦିନ 27, 28 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସହ ଅନେକ ମୁଣ୍ଡ ଯାଉଛି । ଦେଶରେ କରୋନା ସ୍ଥିତି ଜଟିଳ ହେଉଛି । ଆଜି ଦିନକରେ ପୁଣି 28 ହଜାର 500ରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 50 ହଜାର ନିକଟତର ହେବା ବେଳେ ମୃତ୍ୟୁ ସଂଖ୍ୟା 22 ହଜାର ପାର ହେଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ  28 ହଜାର 637 ନୂଆ ମାମଲା ସାମନାକୁ ଆସିଥିବାବେଳେ 551  ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 49 ହଜାର 553 ରେ ପହଂଚିଛି ।  ସେହିପରି ଭାରତରେ ମୃତ୍ୟୁ ସଂଖ୍ୟା 22 ହଜାର 674…

Read More

ନବରଙ୍ଗପୁର : ନବରଙ୍ଗପୁର ପଲିଟେକ୍‌ନିକ୍‌ ଟିଏମ୍‌ସିରୁ ବିଏସ୍‌ଏଫ୍‌ ଯବାନ ଫେରାର୍‌ ହୋଇଥିବାର ସୂଚନା ମିଳିଛି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି।  ଗତ 24ରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଯବାନ୍‌ । ଗତ 30ରେ ସୁସ୍ଥ ପରେ ଯବାନଙ୍କୁ ଟିଏମ୍‌ସିରେ ରଖାଯାଇଥିଲା । ଯବାନ୍‌ ଜଣଙ୍କ 10ରୁ ଫେରାର୍‌ ହୋଇଥିବାର ସୂଚନା ରହିଛି । ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି ।

Read More

ମୁମ୍ବାଇ : ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁତ୍ର ଅଭିଷେକ ବଚ୍ଚନ କରୋନାରେ ପଜିଟିଭ୍‌ ହେବା ପରେ ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ଘରେ କରୋନା ପହଞ୍ଚିଛି । ବଲିଉଡ୍ ଅଭିନେତା ଅନୁପମ ଖେର୍‌ଙ୍କ ମାଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ତାଙ୍କ ଭାଇ, ଭାଉଜ ଓ ଝିଆରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ଟ୍ୱିଟ୍‌ର ପେଜ୍‌ରେ ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଛି। ତେବେ ଅନୁପମଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏନେଇ ମଧ୍ୟ ବିଏମ୍‌ସି ମଧ୍ୟ ସୂଚନା ଦେଇଥିବାବେଳେ ସେ ଘରକୁ ସାନିଟାଇଜ୍‌ କରାଯାଇଛି ।

Read More

ଭୁବନେଶ୍ବର: “ଓଡିଶା ଶାସନ”ର ସରକାରୀ ଚିଠାରେ ବିଜୁ ଜନତା ଦଳର ଦଳୀୟ ନିଯୁକ୍ତି। ଶୁଣିଲେ ଟିକେ ଅପ୍ରାସଙ୍ଗିକ ଲାଗୁଛି, କିନ୍ତୁ ଏଭଳି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି ବାଣପୁର ଏନଏସି ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତିକୁ ନେଇ। ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ସରକାରୀ ଲେଟର ହେଡରେ ଦଳୀୟ ନିଯୁକ୍ତି ଲାଗି ଦେଇଥିବା ନିର୍ଦ୍ଦେଶନାମାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଲେଟର ହେଡ୍‌ ଘୂରି ବୁଲିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି। ଗତ ଦୁଇ ତାରିଖରେ ବିଧାୟକଙ୍କ ସରକାରୀ ସିଲ ଥାଇ ବିଜେଡି କର୍ମୀ ଉମାକାନ୍ତ ଲାଠିଙ୍କୁ ଦଳର ବାଣପୁର ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ଖୋଦ ବିଧାୟକ ମହୋଦୟ। ମୁଖ୍ୟତଃ ସେ ହେଉଛନ୍ତି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ। ଏହି ଦୁଇଟି ପଦବୀ ହେଉଛି…

Read More

ନୂଆଦିଲ୍ଲୀ, ସର୍ବଭାରତୀୟ ବ୍ୟାଘ୍ର ଗଣନା 2018ର ଫଳାଫଳ ଗତବର୍ଷ ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ହୋଇଥିଲା। ବିଶ୍ଵର ସର୍ବବୃହତ କ୍ୟାମେରା ଉତ୍ତୋଳିତ ବନ୍ୟପ୍ରାଣୀ ସର୍ଭେ ହିସାବରେ ଏହା ଗିନିଜ ୱାର୍ଲ୍ଡ ଅଫ ରେକର୍ଡରେ ସ୍ଥାନ ପାଇଛି । ଏହା ଉପରେ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ଧାର୍ଯ୍ୟ ସମୟର 4 ବର୍ଷ ପୂର୍ବରୁ ବାଘଙ୍କ ସଂଖ୍ୟା ଦ୍ଵିଗୁଣିତ କରିବାର ସଂକଳ୍ପକୁ ପୂରଣ କରିସାରିଛି। ସର୍ବଶେଷ ଗଣନା ଅନୁସାରେ ଦେଶରେ ବର୍ତ୍ତମାନ 2,967ଟି ବାଘ ଥିବା ଗଣନାରୁ ଜଣାଯାଇଛି । ଏସହିତ ଭାରତରେ ବିଶ୍ଵର 75 ପ୍ରତିଶତ ବାଘ ଅଛନ୍ତି। ସେଦୃଷ୍ଟିରୁ ବାଘ ସଂଖ୍ୟା ଦ୍ଵିଗୁଣିତ କରିବା ନେଇ 2010ରେ ସେଣ୍ଟପିଟର୍ସବର୍ଗଠାରେ ହୋଇଥିବା ସଂକଳ୍ପକୁ ଭାରତ ଧାର୍ଯ୍ୟ ସମୟ 2022 ପୂର୍ବରୁ ହାସଲ କରିସାରିଛି । ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ଵାରା ପ୍ରଦତ୍ତ ମାନପତ୍ରରେ…

Read More

ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନଏସି ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି । କାଲି ମଧ୍ୟରାତ୍ରରୁ 19 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଛି । ଆଜି ଜିଲ୍ଲାରୁ 36 ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି। ଆଜି ଚିହ୍ନଟ 36ଜଣଙ୍କ ମଧ୍ୟରୁ ମାଲ୍‌କାନଗିରି ମ୍ୟୁନିସିପାଲିଟିରୁ 20ଜଣ ଚିହ୍ନଟ ହୋଇଛନ୍ତି । ବାଲିମେଳା ଏନ୍‌ଏସିରୁ 15 ଏବଂ ଖଇରପୁଟ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରୁ ଆଉ ତିନିଜଣଙ୍କ ଜୀବନ ନେଇଛି କରୋନା । ମୃତକ ସମସ୍ତ 3 ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  ଗଞ୍ଜାମରେ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା 39କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 64କୁ ବୃଦ୍ଧି ହୋଇଛି । ସେହିପରି କରୋନା ଆକ୍ରାନ୍ତ ହୋଇ ସୁଦ୍ଧା 20 ଜଣ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଚି । କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି : ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 3864 2079 1745 39 1 ଖୋର୍ଦ୍ଧା 1307 868 425 9 5 କଟକ 998 670 319 6 3 ଯାଜପୁର 896 528 367 1 0 ସୁନ୍ଦରଗଡ 668 209 457 1…

Read More

ମୁମ୍ବାଇ: ମହାରାଷ୍ଟ୍ର ରାଜଭବନରେ କରୋନା। ରାଜଭବନର 16 ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍‌କୁ ପଠାଯାଇଛି। ମହାରାଷ୍ଟ୍ର ରାଜଭବନର 100 ଜଣଙ୍କର ସ୍ୱାବ୍ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ 55 ଜଣଙ୍କର ରିପୋର୍ଟ ଆସିଥିବା ବେଳେ 16 ଜଣଙ୍କର ପଜିଟିଭ୍ ଆସିଛି। ରାଜଭବନକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ବୈଠକକୁ ବାତିଲ୍‌ କରିଦିଆଯାଇଛି । ସାରା ଦେଶରେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ଏଠାରେ 2 ଲକ୍ଷ 46 ହଜାର 600 ଜଣ ଆକ୍ରାନ୍ତ ହୋଇଥିବାବେଳେ 10 ହଜାର 116ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜ୍ୟର 21ଟି ଜିଲ୍ଲାରୁ 595 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଗଞ୍ଜାମରୁ ସର୍ବାଧିକ 230 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 97, ଖୋର୍ଦ୍ଧାରୁ 76,କୋରାପୁଟରୁ 44, ମାଲକାନଗିରିରୁ 36, ଗଜପତିରୁ 20, ମୟୂରଭଞ୍ଜରୁ 14, ବାଲେଶ୍ବର, ଭଦ୍ରକ ଓ କଟକରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ପୁରୀରୁ 10, ସୁନ୍ଦରଗଡରୁ 8 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡ ଓ ଜଗତସିଂହପୁରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ 4, ବରଗଡ ଓ କେଉଁଝରରୁ 3 ଜଣ ଲେଖାଏଁ ରହିଛନ୍ତି ।  କେନ୍ଦ୍ରାପଡା, ରାୟଗଡା, ସମ୍ବଲପୁରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରରୁ ଜଣେ ରହିଛନ୍ତି ।

Read More

ନୂଆଦିଲ୍ଲୀ, ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-19 ଆକ୍ରନ୍ତଙ୍କ ପାଇଁ ‘ଆଇଟୋଲିଜୁମାବ’ ଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି। ‘ଆଇଟୋଲିଜୁମାବ’ (ଆରଡିଏନ୍‌ଏ ଅରିଜିନ) ଏକ ମନୋକ୍ଲୋନାଲ ଆଣ୍ଟିବଡି ବା ରୋଗ ପ୍ରତିରୋଧକାରୀ ଔଷଧ। ଏହା ଏବେ ଗୁରୁତର ଏବଂ ପୁରୁଣା ପ୍ଲାକ୍‌ ସୋରିଆସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି । କୋଭିଡ ଆକ୍ରାନ୍ତଙ୍କୁ ଏହା ଦିଆଯାଇପାରିବ ବୋଲି ପରୀକ୍ଷାମୂଳକ ପ୍ରୟୋଗ ପରେ ଡିସିଜିଆଇ ଅନୁମତି ଦେଇଛନ୍ତି। ବାଇକନ୍‌ କଂପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଔଷଧଟି ପ୍ଲାକ୍‌ ସୋରିଆସିସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 2013ରୁ  ଆଲ୍‌ଜୁମାବ ବ୍ରାଣ୍ଡ ନାମରେ ବିକ୍ରି ହେଉଛି । ଏହି ଦେଶୀ ଔଷଧଟିକୁ କୋଭିଡ ଚିକିତ୍ସା ପାଇଁ ପୁନଃଉଦ୍ୟେଶିତ କରାଯାଇଛି । ବାଇକନ କଂପାନୀ ଏହି ଔଷଧର କ୍ଲିନିକାଲ ପରୀକ୍ଷା କରିବା ପରେ ସଂପୃକ୍ତ ରିପୋର୍ଟ ଡିସିଜିଆଇକୁ ଦେଇଥିଲା। ଡିସିଜିଆଇର ବିଶେଷଜ୍ଞ କମିଟି ଏହା ଉପରେ ତର୍ଜମା କରିବା ପରେ କୋଭିଡ ରୋଗୀଙ୍କୁ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 595 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 394 ଜଣ ଚିହ୍ନଟ ହୋଇଥିବାବେଳେ 201ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 13ହଜାର 121ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 677ଜଣ । ସେହିପରି ସୁସ୍ଥ ହୋଇଛନ୍ତି 8ହଜାର360ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 61ଜଣ । ସେହିପରି18ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଓ୍ବାସିଂଟନ, ଶେଷରେ ମାସ୍କ ପିନ୍ଧିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ୱାସିଂଟନ ଡିସିର ଏକ ସମାରିକ ହସପିଟାଲ ବୁଲିବାକୁ ଯିବା ବେଳେ ସେ ଏହି ମାସ୍କ ପିନ୍ଧିଥିଲେ। ସେଠାରେ ଆହତ ଆମେରିକୀୟ ଯବାନ, କୋଭିଡ ଯୋଦ୍ଧା ଚିକିତ୍ସିତ ହେଉଥିଲେ। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବା ପାଇଁ ଟ୍ରମ୍ପ ସେଠାକୁ ଯାଇଥିଲେ। ଏହି ସମୟରେ ସେ ଏବଂ ତାଙ୍କ ସାଥୀରେ ଥିବା କର୍ମଚାରୀମାନେ କଳା ରଂଗର ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଆମେରିକାରେ କରୋନାଭାଇରସ ସ୍ଥିତି ଜଟିଳ ହୋଇପଡିଥିଲେ ମଧ୍ୟ ଟ୍ରମ୍ପ ମାସ୍କ ବ୍ୟବହାର କରୁ ନ ଥିଲେ। ତାଙ୍କୁ ଆମେରକୀୟ ଅଧିକାରୀମାନେ ଯେତେ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ଟ୍ରମ୍ପ ମାସ୍କ ପିନ୍ଧିବାକୁ ମନା କରୁଥିଲେ। ସେ କୋଭିଡ ସମୟରେ ସବୁବେଳେ କ୍ୟାମେରା ଆଗକୁ ଆସି ସାମ୍ବାଦିକ ସମ୍ମିଳନୀ କରୁଥିଲେ ମଧ୍ୟ ମାସ୍କ ବ୍ୟବହାର କରୁ ନ ଥିଲେ।(ଆଇଏଏନସ)

Read More

କେଦାର ମିଶ୍ର  ଯୁଦ୍ଧରେ ଜିତିଯାଇଛୁ ବୋଲି ଆମେ କହୁଛୁ, ହେଲେ ଯୁଦ୍ଧକୁ ଅସ୍ଵୀକାର କରୁଛୁ। ଆମେ ରଣଛୋଡ ଅବସ୍ଥାରେ ଯୁଦ୍ଧ ଜିତିବାର ପ୍ରଚାର କରିଚାଲିଛୁ। ପୂରା କରୋନା ମୁକାବିଲା କ୍ଷେତ୍ରରେ ଆମର ସ୍ଥିତି ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବା ଆଗରୁ ଯୁଦ୍ଧ ଜିତିଛି ବୋଲି ଦାବି କରୁଥିବା ବାଚାଳ ପରି।  ପ୍ରତିଦିନ ନୂଆ ପରିସଙ୍ଖ୍ୟାନ ଦେଇ ସରକାର ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେ ଏବେବି ଆମେରିକା ଠୁ ଭଲ ସ୍ଥିତିରେ ଅଛୁ। ହଁ, ତାହା ହିଁ ଠିକ। ଆମେ ଆମେରିକା ତୁଳନାରେ ଭଲ ସ୍ଥିତିରେ ଅଛୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏବେ ତାଙ୍କର ନିର୍ବାଚନୀ ପ୍ରଚାରରେ କହୁଛନ୍ତି ଯେ, ଆମେରିକା କୋଭିଡ ବିରୋଧରେ ଯୁଦ୍ଧ ଜିତି ସାରିଛି। ପ୍ରତିଦିନ ୭୦ହଜାରରୁ ଅଧିକ ପଜିଟିଭ କେସ, ୧ ଲକ୍ଷ ୩୭ ହଜାରରୁ ଅଧିକ ମୃତ୍ୟୁ ଏବଂ ୩୩ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କୁ ନେଇ ଆମେରିକା ନିଜକୁ କୋଭିଡ ବିଜୟୀ…

Read More

ମୁମ୍ବାଇ : ଅମିତାଭ ବଚ୍ଚନ କରୋନାରେ ପୀଡ଼ିତ ହୋଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବାର ସୂଚନା ରହିଛି । ସାମାନ୍ୟ ଲକ୍ଷଣ ଥାଇ ଅମିତାଭ ଆଇସୋଲେସନ ୟୁନିଟରେ ଭର୍ତ୍ତି ହୋଇଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି । କାଲି ପଜିଟିଭ୍‌ ଚିହ୍ନଟ ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅଛନ୍ତି ଅମିତାଭ । ସେହିପରି ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି । ତେବେ ଜୟାବଚ୍ଚନ ଓ ଐଶ୍ବର୍ଯ୍ୟା ବଚ୍ଚନ ରିପୋର୍ଟ ନେଗେଟିଭ୍‌ ଆସିଥିବାର ସୂଚନା ରହିଛି । ଅଭିଷେକ ବଚ୍ଚନ କରୋନା  ପୀଡ଼ିତ ହେବା ପରେ ବ୍ରିଥ୍‌‌-2ର ଡବିଂ ଷ୍ଟୁଡିଓକୁ ବନ୍ଦ କରି ଦିଆଯାଇଛି । ଅଭିଷେକ ବଚ୍ଚନ ଓ୍ବେବ ସିରିଜ୍‌- ବ୍ରିଥ୍‌-2 ପାଇଁ କାର୍ଯ୍ୟ କରୁଥିଲେ। ଏବେ ଏହାର ସାଉଣ୍ଡ ଓ ଡବିଂ କାର୍ଯ୍ୟ ଚାଲୁ ରହିଥିଲା । ଅଭିଷେକଙ୍କ ପଜିଟିଭ୍‌ ରିପୋର୍ଟ ପରେ ଏହି ଷ୍ଟୁଡିଓଙ୍କୁ ବନ୍ଦ…

Read More

ଭୁବନେଶ୍ବର : ରାଉରକେଲା ସରକାରୀ ଡାକ୍ତରଖାନାର ଓପିଡି ବନ୍ଦ । କାଲିଠୁ 15 ତାରିଖ ପର୍ଯ୍ୟନ୍ତ  ଆରଜିଏଚ୍‌ର ବନ୍ଦ ରହିବ ଓପିଡି । ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ନ ଆସିବାକୁ ପରାମର୍ଶ । କରୋନା ପଜିଟିଭ୍‌ ଚିହ୍ନଟ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ଦେଇଛନ୍ତି । ଟ୍ରୋମା ଓ ଏମର୍ଜେନ୍ସି ଓପିଡି ଖୋଲା ରହିବ ବୋଲି କହିଛନ୍ତି ଆରଜିଏଚ୍‌ ନିର୍ଦ୍ଦେଶକ ।

Read More

ମୁମ୍ବାଇ : ମୁମ୍ବାଇ ମହାନଗର ପାଳିକା (ବିଏମ୍‌ସି)ର 57 ବର୍ଷୀୟ ସହାୟକ ନଗର ଆୟୁକ୍ତ (ଓ୍ବାର୍ଡ ଅଧିକାରୀ)ଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମାର୍ଚ୍ଚମାସରୁ ସେ କରୋନ ବିରୋଧ ଲଢେଇରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । କରୋନା ଯୋଗୁଁ ଏ ପର୍ଯ୍ୟନ୍ତ ପ୍ରାୟ 100 ଜଣ ବିଏମ୍‌ସି କର୍ମଚାରୀମାନେ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦୁଇହଜାରରୁ ଉଦ୍ଧ୍ବ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ମୃତ ବିଏମ୍‌ସି ଆସିଷ୍ଟାଣ୍ଟ କମିଶନରଙ୍କ ନାମ ଅଶୋକ ଖୈନାର୍‌ ଥିଲା ବୋଲି ସୂଚନା ରହିଛି । ଅଶୋକ ଗ୍ରେଟର ମୁମ୍ବାଇ ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ପଦ ସମ୍ଭାଳି ଥିଲେ । ଫୋର୍ଟିସ୍‌ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିବାରରେ ପତ୍ନୀ ଓ ଦୁଇ ସନ୍ତାନ ବ୍ୟତୀତ ଅନ୍ୟମାନେ ରହିଥିଲେ । ବିଏମ୍‌ସିରର ପୂର୍ବ…

Read More

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ କରୋନା । ମେଗାଷ୍ଟାର୍‌ ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ସେ କରୋନା ସଂକ୍ରମିତ ହୋଇଥିବା ନେଇ 77 ବର୍ଷୀୟ ଅମିତାଭ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ସେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଅମିତାଭଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ରିପୋର୍ଟ ଆସିନାହିଁ । ଗତ 10 ଦିନ ଭିତରେ ଅମିତାଭ ବଚ୍ଚନଙ୍କ ସଂସ୍ପର୍ଶରେ ଯେ କେହି ବି ଆସିଛନ୍ତି, ସେ ସମସ୍ତେ କରୋନା ପରୀକ୍ଷା କରିବାକୁ ଅମିତାଭ ବଚ୍ଚନ ଟୁଇଟ୍‌ ଯୋଗେ ଅନୁରୋଧ କରିଛନ୍ତି ।

Read More

କଟକ : ରାଜ୍ୟର ପ୍ରଥମ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।  ରାଜ୍ୟର ପ୍ରଥମ ସମ୍ବାଦପତ୍ର ’ସମାଜ’ ହିଂଜିଳି ପ୍ରତିନିଧିଙ୍କ ପରଲୋକ ହୋଇଛି । ମିଳିଥିବା ସୂଚନା ଅନୁସାରେ ସମାଜ ପେପର୍‌ର ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ପରଲୋକ ହୋଇଛି । କରୋନା ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବାର ସୂଚନା ରହିଛି ।  ଏନେଇ ସମାଜ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କରୋନା ଚିହ୍ନଟ ମହିଳା ଜଣଙ୍କ ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ୱରୀ ସୁପର ସ୍ପେଶାଲିଟୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲକୁ ସିଲ କରିଦିଆଯାଇଥିବା ଜଣାପଡିଛି। ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି ଯେ, ଗତ ଜୁଲାଇ ୯ ତାରିଖ ଦିନ ଏହି ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣେ ମହିଳା ପରବର୍ତ୍ତୀ ସମୟରେ ଛତିଶଗଡ ରାଜ୍ୟ ରାୟପୁରସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ଆଜି ସେହି ରିପୋର୍ଟ ପଜିଟିଭ ଆସିବା ପରେ ସେହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଉକ୍ତ ହସପିଟାଲର ଆଉଟଡୋର ପରୀକ୍ଷଣ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ସେହି ଆକ୍ରାନ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର ଏବଂ ହସ୍ପିଟାଲରେ ସେବା ଯୋଗାଇଥିବା କର୍ମଚାରୀ…

Read More

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସଂପର୍କରେ ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜର ରେଶମା ଶେଟ୍ଟୀଙ୍କ ବିବୃତ୍ତି ରେକର୍ଡ କରିଛି ମୁମ୍ବାଇ ପୋଲିସ। ଶେଟ୍ଟୀ ବଲିଉଡର ଜଣେ ବରିଷ୍ଠ ସେଲିବ୍ରିଟି ମ୍ୟାନେଜରଙ୍କ ମଧ୍ୟରୁ ଜଣେ। ସୂତ୍ର ଅନୁଯାୟୀ, ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କୁ ପ୍ରାୟ ପାଞ୍ଚ ଘଣ୍ଟା ପଚରାଉଚରା କରାଯାଇଥିଲା। ପୋଲିସ ଏପର୍ଯ୍ୟନ୍ତ ଶେଟ୍ଟୀଙ୍କ ବିବୃତ୍ତିର ସବିଶେଷ ତଥ୍ୟ ପ୍ରକାଶ କରିନାହିଁ। ୨୦୧୦ ଦଶକରେ ସଲମାନଙ୍କ ମ୍ୟାନେଜର ଭାବରେ ରେଶମା ଖ୍ୟାତି ଅର୍ଜନ କରିଥିଲେ। ସେ ୨୦୧୮ ପର୍ଯ୍ୟନ୍ତ ସଲମାନଙ୍କ କାର୍ଯ୍ୟ ପରିଚାଳନା କରିଥିଲେ, ଯାହା ପରେ ସେ ଅକ୍ଷୟ କୁମାରଙ୍କ ସହ ଜଡିତ ହୋଇଥିଲେ। ଶୀର୍ଷ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ବୃତ୍ତିଗତ ଆଗ୍ରହକୁ ମଧ୍ୟ ଶେଟ୍ଟୀ ଦେଖିଛନ୍ତି। ସୁଶାନ୍ତ ସିଂ ରାଜପୁତ ମାମଲାରେ ସୁଶାନ୍ତଙ୍କ ଆଗାମୀ ଶେଷ ଚଳଚ୍ଚିତ୍ର “ଦିଲ ବେଚାରା”ର ନିର୍ଦ୍ଦେଶକ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ…

Read More