ନୂଆଦିଲ୍ଲୀ, ଆସନ୍ତାକାଲି ଠାରୁ ଭାରତରୁ ଫ୍ରାନ୍ସ ଏବଂ ଆମେରିକାକୁ ବିମାନ ଉଡାଣ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହା ଘୋଷଣା କରିଛନ୍ତି। ଦୁଇ ଦେଶ ସହ “ଏୟାର ବବଲ୍ସ” ଘୋଷଣା କରିଛି ଭାରତ। ଏୟାର ବବଲ୍ସ ହେଉଛି ଏକ ଦ୍ୱିପାକ୍ଷିକ ବ୍ୟବସ୍ଥା ଯାହା ଦ୍ବାରା କିଛି ନିୟମ ଏବଂ ପ୍ରତିବନ୍ଧକ ସହିତ ଦୁଇ ଦେଶର ବିମାନ କମ୍ପାନି ଅନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବେ। ଏବେ ଭାରତ ଫ୍ରାନ୍ସ ଏବଂ ଆମେରିକା ସହ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଦ୍ୱିପାକ୍ଷିକ ଚୁକ୍ତିନାମାରେ ଭାରତରୁ ଏହି ଦୁଇ ଦେଶକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବା ସହ ଦୁଇ ଦେଶରୁ ବିମାନ ଭାରତକୁ ଉଡ଼ାଣ କରି ପାରିବ। ଏହା ସହ ଜର୍ମାନୀ ଏବଂ ବ୍ରିଟେନକୁ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଚାଲିଛି ବୋଲି ପୁରୀ କହିଛନ୍ତି। ଜୁଲାଇ ୧୭ରୁ ଜୁଲାଇ ୩୧…
Author: Samikhsya Bureau
ଭୁବନେଶ୍ବର : ଲକ୍ଡାଉନ୍ କଟକଣା ନେଇ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଏହି ଲକ୍ ଡାଉନ୍ ସମୟରେ କଟକଣାରୁ ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ବଳ ବାଦ୍ ରହିବେ। ସେହିପରି ଟେଲିକମ୍, ପୋଷ୍ଟ ଅଫିସ୍ ଓ ଟ୍ରେଜେରୀ ଖୋଲା ରହିବ। ସେହିପରି ପାଣିପାଗ ବିଭାଗ ଓ ଜାତୀୟ ସୂଚନା କେନ୍ଦ୍ର ଖୋଲା ରହିବ। ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ଖୋଲା ରହିବ। କ୍ଲିନିକ୍, ନର୍ସିଂହୋମ୍ ଓ ଔଷଧ ଦୋକାନ ଖୋଲା ରହିବ। ଆମ୍ବୁଲାନ୍ସ, ଡାକ୍ତର, ପାରା ମେଡ଼ିକାଲ୍ ଓ ସ୍ବାସ୍ଥ୍ୟକର୍ମୀ କଟକଣାମୁକ୍ତ। ପରିମଳ, ଜଳଯୋଗାଣ, ସ୍ବରେଜ କାର୍ଯ୍ୟ କଟକଣାମୁକ୍ତ ରହିବ। ସେହିପରି ବିଭିନ୍ନ ସଂସ୍ଥା ମାଧ୍ୟମରେ ଘରକୁ ଖାଦ୍ୟ ହୋମ୍ ଡେଲିଭରୀ ହୋଇପାରିବ ବୋଲି ସୂଚନା ରହିଛି। ଏହି ସମୟରେ ଗ୍ରୋସେରୀ, ପରିବା, ଅଣ୍ଡା, ମାଛ, ମାଂସ ଆଦି ହୋମ୍ ଡେଲିଭରୀ ହୋଇପାରିବ ବୋଲି ସୂଚନା ରହିଛି। ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ କଟକଣାମୁକ୍ତ ରହିଥିବାବେଳେ କମିଶନରେଟ୍ ଓ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଅଂଚଳରୁ ଚୋରା ବେପାରୀମାନେ କେନ୍ଦୁପତ୍ର ଚାଲାଣ କରୁଥିବା ସମୟରେ ବନବିଭାଗ ହାତରେ ଧରା ପଡିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତର ଲାଇଜା ପାଖରେ ଆଜି ଭୋରରୁ ଏକ ହାଇଭା ଗାଡିରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ବନ କର୍ମଚାରୀମାନଙ୍କୁ ଦେଖି ଚୋରା ବେପାରୀମାନେ ଫେରାର ହୋଇଯିବାକୁ ସକ୍ଷମ ହୋଇ ପାରି ନ ଥିଲେ। ଗାଡିରୁ ୨୭.୯ କ୍ୱିଂଟାଲ କେନ୍ଦୁପତ୍ର ଜବତ କରାଯାଇଥିବା ବନବିଭାଗ ପ୍ରକାଶ କରିଛି। ଗିରଫ ହୋଇଥିବା ଚୋରାବେପାରୀ ମୋହନ ପ୍ରଧାନ(୪୦) ଗ୍ରାମ ବଡକସିବାହାଳ ଓ ସୁରେଶ୍ ଜେନା(୪୦)ଗ୍ରାମ ବୈଷ୍ନବଝୋଲୀଙ୍କୁ ଗିରଫ୍ କରିଛି ବନ ବିଭାଗ। ସେମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।
ସମୀକ୍ଷା ବ୍ୟୁରୋ: ଆସନ୍ତା କାଲି ସନ୍ଧ୍ୟାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ କୋଭିଡ ପ୍ରବଣ ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ତଥା ରାଉରକେଲା ମ୍ଯୁନିସିପାଲିଟି ଅଞ୍ଚଳରେ ରାଜ୍ୟ ସରକାର ଲକ ଡାଉନ ଲାଗୁ କରିଛନ୍ତି। ରାଜ୍ୟର ମୋଟ କୋଭିଡ ସଂଖ୍ଯାର ୬୬% କେବଳ ଏହି ଅଞ୍ଚଳରୁ ଚିହ୍ନଟ ହେଉଥିବାରୁ ଏହି ଲକ ଡାଉନ ଲାଗୁ କରା ଯାଉଛି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି କହିଛନ୍ତି। ଆସନ୍ତା କାଲି ରାତି ୯ ଟାରୁ ଦୁଇ ସପ୍ତାହ ଯାଏଁ ଏହି ସବୁ ଅଞ୍ଚଳରେ ଲକ ଡାଉନ ଲାଗୁ ହେବ। ତେବେ ସକାଳ ୬ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଖାଦ୍ଯପଦାର୍ଥ, ପନିପରିବା ଓ କ୍ଷୀର ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସେହିପରି ନିର୍ଦ୍ଦିଷ୍ଟ ଅଫିସ୍ ଓ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ…
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 401 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ 98 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ଗଂଜାମରୁ 84, ସୁନ୍ଦରଗଡ଼ରୁ 46, ଗଜପତିରୁ 36, ଝାରସୁଗୁଡାରୁ 30 ଜଣ ସୁସ୍ଥ ହୋଇଛନ୍ତି। କେନ୍ଦୁଝର, ମାଲକାନଗିରି, ଜଗତସିଂହପୁରରୁ 17 ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ 12,ଅନୁଗୁଳରୁ 8, ସୋନପୁରରୁ 7, ବରଗଡ଼ରୁ 6, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ 5 ଜଣ ଲେଖାଏଁ, ଢେଙ୍କାନାଳରୁ 4 ଜଣ, ଭଦ୍ରକ ଓ ବାଲେଶ୍ବରରୁ 3 ଲେଖାଏଁ, କଟକରୁ 2 ଓ ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତିା। ରାଜ୍ୟରେ ଏଯାବତ କରୋନ ଆରୋଗ୍ୟଙ୍କ ସଂଖ୍ୟା 10 ହଜାର 877କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେଉଁ ଜିଲ୍ଲାରୁ କେତେ ସୂସ୍ଥ ହୋଇଛନ୍ତି ତାର ସୂଚନା ଦିଆଯାଇଛି।
ଦେଖନ୍ତୁ ଅହଲ୍ୟାଙ୍କ ପ୍ରତିକ୍ରିୟା
ସୀତାରାମ ଅଗ୍ରୱାଲ ବାଣପୁର, ବାଣପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠକେଇ ଓ ବ୍ୟାପକ ଜାଲିଆତି ଅଭିଯୋଗ। ଜଣେ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କର ସମ୍ପର୍କୀୟ ଏପରି କେଳେଙ୍କାରୀରେ ସମ୍ପୃକ୍ତ ଥିବା ମଧ୍ୟ ଅଭିଯୋଗ ଆସିଛି। ବ୍ଲକର ଭବାନୀପୁର ପଞ୍ଚାୟତ ସାହସପୁର ଗାଁରୁ ଏପରି ଅଭିଯୋଗ ଆସିଛି। ଗାଁର ଜନୈକା ବୃଦ୍ଧାଙ୍କ ଠାରୁ ସମସ୍ତ କାଗଜପତ୍ର ଓ ଟିପ ଚିହ୍ନ ନେଇ ତାଙ୍କୁ ଯୋଜନାରେ ବ୍ୟାଙ୍କରୁ ଯେତିକି ଟଙ୍କା ମିଳିବା କଥା ତାହା ମିଳିନାହିଁ। ଆଗକୁ ବିସ୍ତୃତ ଖବର, ପ୍ରଥମେ ଶୁଣି ନିଅନ୍ତୁ ଅଭିଯୋଗକାରିଣୀ ଅହଲ୍ୟାଙ୍କ ବୟାନ, ଏହି ଭିଡିଓକୁ କ୍ଲିକ୍ କରନ୍ତୁ… https://www.youtube.com/watch?v=wRNtDktBLQM ଅଭିଯୋଗ ଆଣିଥିବା ଏହି ବୃଦ୍ଧା ଜଣକ ହେଲେ ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ସାହାସପୁର ଗାଁର ଅହଲ୍ୟା ଦାସ।। ତାଙ୍କର ଦୁଇ ପୁଅ ଅଛନ୍ତି, ବର୍ତ୍ତମାନ ସେ ନିଜ ବଡପୁଅ ପ୍ରକାଶ ଦାସଙ୍କ ଭଡ଼ାଘରେ ରହୁଛନ୍ତି । ବଡ଼ ପୁଅ ପେସାରେ ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତର…
ରାଞ୍ଚି, ରାଜେଶ କୁମାର ସିଂହ। ଦୃଷ୍ଟିହୀନ ହେଲେ ବି କର୍ତ୍ତବ୍ୟ ଆଗରେ କେବେ ବି ହାର୍ ମାନିନାହାଁନ୍ତି। ଝାଡଖଣ୍ଡ ସରକାର ତାଙ୍କୁ ବୋକାରୋ ଜିଲ୍ଲାର ଡେପୁଟୀ କମିଶନର ଭାବେ ଅବସ୍ଥାପିତ କରିଛନ୍ତି, ଏହି ପଦକୁ ଜିଲ୍ଲାପାଳ ବୋଲି ମଧ୍ୟ କୁହାଯାଉଛି। ରାଜେଶ କୁମାର ସିଂହ ବୁଧବାର ଦିନ ବୋକାରୋର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି। ଜିଲ୍ଲାର ଦାୟିତ୍ବ ନେବାରେ ସେ ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ ଆଇ.ଏ.ଏସ ଅଫିସର। ବିଦାୟୀ ଜିଲ୍ଲାପାଳ ମୁକେଶ କୁମାରଙ୍କ ଠାରୁ ସେ ଦାୟିତ୍ବ ନେଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର ଦିନ 18 ଜଣ ଆଇ.ଏ.ଏସ ଅଫିସର ଏବଂ କେତେକ ଜିଲ୍ଲାର ଡେପୁଟୀ କମିଶନର ପଦରେ ଅଦଳ ବଦଳ କରିଛନ୍ତି। ଏହି ଅବସରରେ ରାଜେଶ କୁମାର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ମୁଖ୍ୟ ଶାସନ ସଚିବ ସୁଖଦେବ ସିଂହ ଜଣେ ଦୃଷ୍ଟିହୀନ ଜଣେ ଅଧିକାରୀଙ୍କୁ ଏକ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ଏଥିପାଇଁ ଉଭୟଙ୍କୁ ଧନ୍ୟବାଦ…
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ 8 ତାରିଖ ଦିନ ହେବ। ବିବାଦ ସହ ସମ୍ପୃକ୍ତ ବିଭାଗ ସବୁ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖ ଦିନ ୧୧ଟା ବେଳେ ହେବ ବୋଲି ଟ୍ରିବୁନାଲ୍ ଦିନ ଧାର୍ଯ୍ୟ କରିଛନ୍ତି। ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଟ୍ରିବୁନାଲରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିଚାର ଆଲୋଚନା ଚାଲିଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ କମିସନ୍, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଏବଂ ଭାରତୀୟ ପାଣିପାଗ ବିଭାଗର କିଛି ଦଲିଲ୍ ମଗାଯାଇଥିଲା। ଏଥିପାଇଁ ସବୁ କାଗଜପତ୍ର ଦାଖଲ ପରେ ଶୁଣାଣି କରିବାକୁ ଟ୍ରିବୁନାଲ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟ ମଧ୍ୟରେ ସମସ୍ତ ପକ୍ଷ ଦଲିଲପତ୍ର ଯାଞ୍ଚ ଏବଂ ପରସ୍ପର ମଧ୍ୟରେ ବିନିମୟ କରିପାରିବେ ।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 60 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 60 ଆକ୍ରାନ୍ତଙ୍କ ମଧ୍ୟରୁ 40 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 20ଟି ଲୋକାଲ୍ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗ ସୂଚନା ଦେଇଛି । ଆଜି ଲୋକାଲ୍ 20 କେସ୍ ମଧ୍ୟରୁ ଭୀମଟାଙ୍ଗି, ଜାଗମରା, ବମିଖାଲରୁ, ନୟାପଲ୍ଲୀ ଆଇଆରସି ଭିଲେଜ, ସାଲିଆ ସାହି, ସମ୍ ହସ୍ପିଟାଲ ନିକଟ ଶ୍ୟାମପୁର, ଘାଟିକିଆ, ବମିଖାଲ, ପଟିଆରୁ ଜଣେ ଜଣେ ଲେଖାଏଁ ଲୋକାଲ୍ କେସ୍ ଥିବା ବେଳେ ବିଶେଶ୍ବର ବସ୍ତିରୁ 2 ଜଣ ପୁରୁଷ ରହିଛନ୍ତି । ସେହିପରି ଜୟଦେବ ବିହାରରୁ ମଧ୍ୟ ଦୁଇ ଜଣ ରହିଛନ୍ତି । ସରକାରୀ ହସ୍ପିଟାଲରୁ ତିନିଜଣ କର୍ମଚାରୀ ରହିଛନ୍ତି । ସେଣ୍ଟ୍ରାଲ୍ ସରକାରୀ ହସ୍ପିଟାଲରୁ ଜଣେ କର୍ମଚାରୀ ରହିଛନ୍ତି । ଆଜି 18 ଜଣ ସୁସ୍ଥ ହୋଇଥିବାବେଳେ ନୂତନ 60 ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 919ରେ ପହଞ୍ଚିଛି । ସେହିପରି…
ଭୁବନେଶ୍ବର, ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର 36 ଜଣ ନେତାଙ୍କୁ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ଦେଇଛନ୍ତି। ଏମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି। ଆସନ୍ତୁ ନଜର ପକାଇବା କାହାକୁ ମିଳିଛି କେଉଁ ଦାୟିତ୍ବ। ସୁଶାନ୍ତ ସିଂହ(ସଶକ୍ତ ଓଡ଼ିଶା), ଚନ୍ଦ୍ରସାରଥୀ ବେହେରା(ତଫସିଲଭୁକ୍ତ ଜାତି ସଶକ୍ତିକରଣ), ମନୋହର ରନ୍ଧାରୀ(ସଶକ୍ତ ଓଡ଼ିଶା), ପୂର୍ଣ୍ଣଚନ୍ଦ୍ର ସ୍ବାଇଁ(ସାମାଜିକ କଲ୍ୟାଣ), ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ(ତଫସିଲଭୁକ୍ତ ଜାତି ସଶକ୍ତିକରଣ), ଜଗନ୍ନାଥ ସାରକା(ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର), ମହମ୍ମଦ ଆୟୁବ ଖାଁ(ସଂଖ୍ୟାଲଘୁ ବ୍ୟାପାର), ଦେବେଶ ଆଚାର୍ଯ୍ୟ( ଓଡ଼ିଶା ମୋ ପରିବାର) ଉମାକାନ୍ତ ସାମନ୍ତରାୟ(ସାମାଜିକ କଲ୍ୟାଣ), ବ୍ୟୋମକେଶ ରାୟ(ଛାତ୍ର ବ୍ୟାପାର), ଅନନ୍ତ ନାରାୟଣ ଜେନା(ସଶକ୍ତ ଓଡ଼ିଶା), ରାଜଶ୍ରୀ ମଲ୍ଲିକ( ମହିଳା ସଶକ୍ତିକରଣ), ପ୍ରିୟଦର୍ଶୀ ମିଶ୍ର(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ), ଧୃବ ଚରଣ ସାହୁ( ପରିବେଶ), ପ୍ରଣବ କୁମାର ବଲବନ୍ତରାୟ(ଯୁବ ବ୍ୟାପାର), ରାଜେଶ୍ହରୀ ପାଣିଗ୍ରାହୀ(ଆଞ୍ଚଳିକ ବିକାଶ), ରାଜୀବ ଲୋଚନ ପାତ୍ର(ସାମାଜିକ କଲ୍ୟାଣ), ସୁଧୀର କୁମାର ସାମଲ (…
ଭୁବନେଶ୍ବର : ବିଜେଡି ସଭାପତି ଆଜି 36 ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି କରିଛନ୍ତି । ସୁଶାନ୍ତ ସିଂହ, ଚନ୍ଦ୍ରସାରଥୀ ବେହେରା, ମନୋହର ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସ୍ନେହାଙ୍ଗିନୀ ଛୁରିଆ, ଜଗନ୍ନାଥ ସାରକା, ହାଜି ମହମ୍ମଦ ଆୟୁବ ଖାଁ, ଦେବେଶ ଆଚାର୍ଯ୍ୟ, ଉମାକାନ୍ତ ସାମନ୍ତରାୟ, ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ରାଜଶ୍ରୀ ମଲ୍ଲିକ, ପ୍ରିୟଦର୍ଶୀ ମିଶ୍ର, ଧ୍ରୁବ ସାହୁ, ପ୍ରଣବ ବଳବନ୍ତରାୟ, ରାସେଶ୍ବରୀ ପାଣିଗ୍ରାହୀ, ରାଜୀବ ପାତ୍ର, ସୁଧୀର ସାମଲ୍, ସସ୍ମିତ ପାତ୍ର, ବିକ୍ରମ ପଣ୍ଡା, ଯୋଗେଶ ସିଂହ, ବାସନ୍ତୀ ହେମ୍ବ୍ରମ୍, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂହ, ଦେବାଶିଷ ମାରାଣ୍ଡି, ମାନସ ମଙ୍ଗରାଜ, ଜନ୍ମେଜୟ ଲେଙ୍କା, ବିଶ୍ବଜିତ୍ ମହାନ୍ତି, ସତ୍ୟବ୍ରତ ପାତ୍ର, ଶାରଦା ଜେନା, ଗୀତାଞ୍ଜଳି ସେଠୀ, ପ୍ରମୋଦ ଜେନା, ଶ୍ୟାମପ୍ରସାଦ ବେହେରା ପ୍ରମୁଖଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । 36 ଜଣଙ୍କୁ ସାଧାରଣ ସମ୍ପାଦକ ସହ ବିଭିନ୍ନ ଦାୟିତ୍ବ…
ବ୍ରାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜାଇର୍ ବଲ୍ସୋନାରୋ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସେ ନିଜେ ଏହା ଘୋଷଣା କରିବା ପରେ ଆଜିଠାରୁ ସଙ୍ଗରୋଧରେ ରହିଛନ୍ତି। ସେ ପୁଣି ଥରେ କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା ବୋଲି ବୁଧବାର ଦିନ ସେ ବ୍ରାସିଲିଆରେ ସାମ୍ବାଦିକମାନଙ୍କୁ କହିଥିଲେ। ଗତ ସପ୍ତାହରେ ମଧ୍ୟ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ, ସେ ସଂକ୍ରମଣରୁ ଆରୋଗ୍ୟ ହୋଇ ନ ଥିବା କଥା କହିଛନ୍ତି। ଆଗକୁ ତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ସ୍ବାଭାବିକ ଭାବେ ତାଙ୍କ କାମକୁ ଫେରିବେ ବୋଲି କହିଛନ୍ତି।
ବେଙ୍ଗାଳୁରୁ, ସ୍ଥିତି ଯଦି ଖରାପ ହୁଏ ତେବେ ସେପ୍ଟମ୍ବର ପହିଲା ବେଳକୁ ଭାରତର କୋଭିଡ-19 ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା 35 ଲକ୍ଷରେ ପହଞ୍ଚିଯିବ। ସେହି ସମୟ ବେଳକୁ କର୍ଣ୍ଣାଟକରେ ରୋଗୀଙ୍କ ସଂଖ୍ୟା 2 ଲକ୍ଷ ଟପିଯିବ। ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରି ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍’ (ଆଇଆଇଏସ୍ସି) କରିଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ସେପ୍ଟେମ୍ବର ମାସ ବେଳକୁ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 10 ଲକ୍ଷ ରହିବ। ଯଦି ବର୍ତ୍ତମାନର ସ୍ଥିତିରେ ସୁଧାର ଆସେ ତେବେ ଦେଶର ମୋଟ ସଂକ୍ରମିତ ସଂଖ୍ୟା ସର୍ବୋଚ୍ଚ 20 ଲକ୍ଷ ଛୁଇଁପାରେ। ମାର୍ଚ୍ଚ 2021 ବେଳକୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 37 ଲକ୍ଷ ଟପିଯିବ। ଏମାନଙ୍କ ମଧ୍ୟରୁ ସକ୍ରିୟ ମାମଲା 14 ଲକ୍ଷ ରହିବ ଏବଂ ମୃତ୍ୟୁସଂଖ୍ୟା 1 ଲକ୍ଷ 90 ହଜାର ହେବ। ଗତକାଲି ସନ୍ଧ୍ୟା 7ଟା ସୁଦ୍ଧା ଦେଶରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 40 ହଜାର…
ନୂଆଦିଲ୍ଲୀ, ଆସନ୍ତା ସାଢ଼େ ତିନି ବର୍ଷ ମଧ୍ୟରେ ଭାରତୀୟ ରେଳବାଇରେ ଶତ ପ୍ରତିଶତ ବିଦ୍ୟୁତିକରଣ କରାଯିବ। ଆଜି ଏହା ପ୍ରକାଶ କରିଛନ୍ତି କେନ୍ଦ୍ର ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ। ପରବର୍ତ୍ତୀ ୯ରୁ ୧୦ ବର୍ଷ ମଧ୍ୟରେ ରେଳବାଇ ୧୦୦ ପ୍ରତିଶତ ‘ନେଟ୍ ଜିରୋ’ ଅପରେଟର୍ ହୋଇପାରିବ। ୨୦୩୦ ବେଳକୁ ଆମେ ବିଶ୍ବର ପ୍ରଥମ ବୃହତ୍ ‘କ୍ଲିନ୍ ରେଲ୍ୱେଜ୍’ ଅଧିକାରୀ ହୋଇ ପାରିବା ଏବଂ ଏଥିପାଇଁ ଆମେ ସମସ୍ତେ ଦେଶର ନାଗରିକ ଭାବେ ଗର୍ବ ଅନୁଭବ କରି ପାରିବା। ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ‘କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି’ର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ କେନ୍ଦ୍ର ମନ୍ତ୍ରୀ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଏକ ସୂର୍ଯ୍ୟ, ଏକ ବିଶ୍ବ, ଏକ ଗ୍ରିଡ୍’ର ପ୍ରସାର କରୁଛନ୍ତି। ‘ଭାରତ ଇଣ୍ଟର୍ନ୍ୟାସ୍ନାଲ୍ ରିନିଉଏବଲ୍ କମ୍ୟୁନିଟି’ରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ‘ପିଏମ୍-କୁସୁମ ଯୋଜାନା’ରେ ଆମେ କୃଷକମାନଙ୍କ ପାଇଁ ମଧ୍ୟ ଅକ୍ଷୟ ଶକ୍ତି ଆଣୁଛୁ। ଅକ୍ଷୟ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ସାନ ନଈରୀ ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗ୍ରାମର ସରପଞ୍ଚ ଶ୍ରାବଣୀ ଘଡେଇ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗ୍ରାମ ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣାକରିଛନ୍ତି । ଏହି କ୍ରମରେ ଏହି ପଞ୍ଚାୟତଟି ଆଜି 2 ଘଟିକାଠାରୁ ଆସନ୍ତା 19 ତାରିଖ ରାତ୍ରି 9 ଘଟିକା ପର୍ଯ୍ୟନ୍ତ ସଟ୍ଡାଉନ୍ ରହିବ । ଏହି ସମୟରେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତକୁ ଅବରୁଦ୍ଧ କ୍ଷେତ୍ର ରୂପେ ଘୋଷଣା କରାଯାଇଛି । ଏହି ସମୟରେ କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତରୁ ବାହାରକୁ ଯାଇପାରିବ ନାହିଁ କିମ୍ବା ବାହାରର କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତକୁ ପ୍ରବେଶ କରିପାରିବେ ନାହିଁ । ଏହ ସହ ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଯଦି ଏହି ସମୟରେ କେହି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ବିହାର : ମାତ୍ର 29 ଦିନରେ 264 କୋଟିର ସେତୁ ଭୁଶୁଡି ପଡିଛି । ପାଣି ପ୍ରବାହର ଚାପରେ ଗୋପାଲଗଞ୍ଜ ଜିଲ୍ଲାସ୍ଥିତ ୨୬୪ କୋଟି ବିନିମୟରେ ନିର୍ମିତ ସତ୍ତରଘାଟ ମହାସେତୁ ବୁଧବାର ଧ୍ୱଂସ ହୋଇଯାଇଛି। 2012 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । 264 କୋଟି ବ୍ୟୟରେ ନିର୍ମିତ ଏହି ସେତୁକୁ ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଗତ ମାସ ଜୁନ୍ 16 ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ଭର୍ଚୁଆଲ୍ ଟେକନିକ୍ ଜରିଆରେ ଉଦ୍ଘାଟନ କରିଥିଲେ । କିନ୍ତୁ ଲଗାତର ବର୍ଷା ଓ ସାମାନ୍ୟ ବନ୍ୟା ଭଳି ସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତି ଏହି ସେତୁଟି ଭୁଶୁଡି ପଡିଛି । ଏହି ସେତୁଟି ଭୁଶୁଡ଼ି ଯିବା ପରେ ଚମ୍ପାରଣ ତିରହୁତ ଏବଂ ସାରଣର ଅନେକ ଜିଲ୍ଲା ସହ ସମ୍ପର୍କ ବିଚ୍ଛିନ୍ନ ହୋଇଛି। ମାତ୍ର 29 ଦିନରେ ମହାସେତୁ ଭୁଶୁଡ଼ି ଯିବା ନେଇ ବିହାର ସରକାରଙ୍କୁ…
ମଣ୍ଡଲା : ମଧ୍ୟପ୍ରଦେଶରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପରିବାରର 6 ଜଣ ସଦସ୍ୟଙ୍କୁ ତଲଓ୍ବାଲରରେ କାଟି ନିମର୍ମ ଭାବରେ ହତ୍ୟା କରାଯାଇଛି । ଏହି ଘଟଣା ପରେ ଗ୍ରାମବାସୀମାନେ ବାଡି ଦ୍ବାରା ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମାର୍ପିଟ୍ରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ମଣ୍ଡଲା ଜିଲ୍ଲା ବୀଜାଣ୍ଡାଣ୍ଡି ଥାନା ଅଞ୍ଚଳର ମନେରୀ ଚୌକିଠାରେ 6 ଜଣଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଥିଲା । ସୋନି ପରିବାରର ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ନେଇ ଏହି ଘଟଣା ଘଟିଥିବାର ସୂଚନା ରହିଛି । ଦୁଇ ପରିବାର ମଧ୍ୟରୁ ଜଣେ ଅନ୍ୟ ପରିବାର ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମୃତ୍ୟୁର ଘାଟରେ ପହଞ୍ଚାଇଛନ୍ତି । ମୃତକ ରାଜେନ୍ଦ୍ର ସୋନି ବିଜେପି ଜଣେ ବରିଷ୍ଠ ନେତା ବୋଲି ସୂଚନା ରହିଛି । ଏହି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପଡା କାଠ। ବର୍ତ୍ତମାନ ଏଇ ଉକ୍ତିଟି ସମ୍ପୂର୍ଣ୍ଣ ଫିଟ୍ ବସୁଛି ବାଣପୁର ବାଲୁଗାଁରେ ଚୋରା ଦେଶୀ ମଦବେପାରୀଙ୍କ ଉପରେ। ବାରମ୍ବାର ପୋଲିସ ଅବକାରୀ ହାତରେ ଧରା ପଡ଼ି ଗିରଫ ହେଲେ ସୁଦ୍ଧା ଏମାନଙ୍କ ଚେତା ପଶୁନି। ଲକ ଡ଼ାଉନରେ ଘରେ ଘରେ ସମସ୍ତେ ନିଜକୁ ବଡ଼ ଦେଶୀ ମଦ ବେପାରୀ ଭାବୁଛନ୍ତି ଏବଂ ଚୋରାରେ ମଦ ବିକ୍ରି କରି ସମାଜକୁ ନଷ୍ଟ କରୁଛନ୍ତି। ଆଜି ସକାଳେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ଏବଂ ଟିମ କୌଣସି ସୂତ୍ରରୁ ଖବର ପାଇ ରାତି ଚାରିରୁ ବାଣପୁର ସବ ଜେଲ ରୋଡରେ ଛକି ରହିଥିଲେ। ପାଖାପାଖି ସକାଳ ୬ ଘଟିକାରେ ୩ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫକରି ସେମାନଙ୍କ ନିକଟରୁ ୬୮ ଲିଟର ଦେଶୀ ମଦ ଏବଂ ଗୋଟେ ମଟରସାଇକେଲ ଜବତ କରିଛନ୍ତି। ଗିରଫ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି। ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମହାମାରୀ। ଗତ 24 ଘଣ୍ଟା ମଧ୍ୟରେ 32 ହଜାର 695ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 606ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦେଶରେ 3 ଲକ୍ଷ 31 ହଜାର 146 ମାମଲା ସକ୍ରିୟ ରହିଛି । ସେହିପରି 6 ଲକ୍ଷ 12 ହଜାର 814ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସେହିପରି 24 ହଜାର 915 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 9ଲକ୍ଷ 68 ହଜାର 814ମାମଲା ଦେଖିବାକୁ ମିଳିଛି । କରୋନାରେ ସବୁଠାରୁ ବେଶି ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର ।
ସୀତରାମ ଅଗ୍ରଓ୍ବାଲ ବାଣପୁର: ଆଜି ସକାଳେ ବାଣପୁର ବ୍ଳକ ଛକରେ ହଠାତ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ରାତିରେ ବିଦେଶରୁ ଆସି ସଙ୍ଗରୋଧରେ ଥିବା ଏକ ମଦ୍ୟପ ଯୁବକ ଭୋରରୁ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇ ବାଣପୁର ତହସିଲ କାର୍ଯ୍ୟାଳୟ ସାମନାରେ ବୁଲୁଥିବାବେଳେ ଗ୍ରାମବାସୀ ଓ ପୋଲିସ ତାଙ୍କୁ ପୁଣିଥରେ ଜବରଦସ୍ତି ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ଭୀମପୁର ଗ୍ରାମର ଜଣେ ବ୍ୟକ୍ତି ଗତକାଲି ବିଦେଶରୁ ଆସି ଗାଲୁଆ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରାତି ୨ଟାରେ ପହଞ୍ଚିଥିଲେ। କିନ୍ତୁ ଆସିବା ସମୟରେ ସେ ଅତ୍ୟଧିକ ମଦ୍ୟପାନ କରିଥିବାବେଳେ ଅନ୍ୟ ଅନ୍ତେବାସୀମାନେ ବିରକ୍ତ ହୋଇଥିଲେ। କିନ୍ତୁ ସକାଳୁ ସେ ପଛପାଖ ବାଡ ଡେଇଁ ଫେରାର ହୋଇ ବାଣପୁର ତହସିଲ ପାଖେ ବୁଲୁଥିବାବେଳେ ଗ୍ରାମବାସୀମାନେ ପୋଲିସକୁ ଖବର ଦେବାରେ ପୋଲିସ ଆସି ଯୁବକକୁ ନେଇ ସେହି ସଙ୍ଗରୋଧ କେନ୍ଦ୍ରରେ ଛାଡିଥିଲେ। ଆଶ୍ଚର୍ଯ୍ୟର କଥା ଏହାର କିଛି ସମୟପରେ…

