ରମେଶ ମହାନ୍ତି ଜଗତସିଂହପୁର : ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ. ସ୍ମୃତି ରଂଜନ ଲେଙ୍କାଙ୍କ ଆହ୍ଵାନ କ୍ରମେ ଜଗତସିଂହପୁର ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଥାନା ଛକ ଠାରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ପୋୖରାଧକ୍ଷ ବିପ୍ଳବ ଚୋୖଧୁରୀ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ନଗର କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ସାହୂ, ମହିଳା କଂଗ୍ରେସର ପ୍ରତିମା ମଲିକ, ସୁମିତ୍ରା ଜେନା ପ୍ରମୁଖ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ। ସାରାଦେଶ ଏବେ କରୋନା ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ରାଜ୍ୟ ସରକାର ନିଜର ଅପାରଗତା ଓ ଭୂଲ ଆର୍ଥିକ ପରିଚାଳନାଗତ ନୀତିକୁ ଘଣ୍ଟ ଘୋଡାଇବାକୁ ଯାଇ ବିଭିନ୍ନ ସରକାରୀ ନିଯୁକ୍ତି ଓ ସରକାରୀ ଯୋଜନାକୁ ଆସନ୍ତା 2ବର୍ଷ…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାକୁ ଗତକାଲି ସୁଦ୍ଧା ୧୭, ୯୧୪ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ବିଭିନ୍ନ ବ୍ଲକକୁ ୧୬,୪୫୨ ଜଣ ଆସିଥିବା ବେଳେ ପାରାଦ୍ୱୀପ ଓ ଜଗତସିଂହପୁର ପୈାରାଚଂଳକୁ ୧୪୬୨ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭, ୧୧୧ ଜଣଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଛାଡି ଦିଆଯାଇଥିବା ବେଳେ ୮୦୩ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି । ଜିଲ୍ଲାରେ ଗତକାଲି ସୁଦ୍ଧା ୧୧,୬୩୩ ଟି ସ୍ୱାବ ସଂଗ୍ରହ ହୋଇଥିବା ବେଳେ ସେଥି ମଧ୍ୟରୁ ୧୦, ୬୩୩ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଛି, ୪୧୧ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୦୪ ଜଣ ଆକ୍ରାନ୍ତ କିମ୍ସ ଓ କୋଭିଡ୍ ହସ୍ପିଟାଲ,ପାରାଦ୍ୱୀପରେ ଚିକିତ୍ସିତ ହେଉଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗତକାଲି କୁଜଙ୍ଗ ବ୍ଲକ ଓ…
ମୁମ୍ବାଇ, ଦେଶରେ ଜିଓ ଖୁବ୍ ଶୀଘ୍ର ଜିଓ ୫ଜି ଲଞ୍ଚ୍ କରିବ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ର ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ତଥା ଦେଶର ସର୍ବାଧିକ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି। ପଢନ୍ତୁ କମ୍ପାନି ପ୍ରକାଶିତ ପ୍ରେସ ରିଲିଜ୍।
ଭୁବନେଶ୍ବର, ଦିନକୁ ଦିନ ଭୁବନେଶ୍ବରରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଆଜି ରାଜଧାନୀ ଭୁବନେଶ୍ବରରୁ ଗୋଟିଏ ଦିନରେ 90 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 90 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ 63 ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ 27 ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛି । ବିଜେବି ନଗର ଅଞ୍ଚଳର ଏକ ଘରୋଇ ହସ୍ପିଟାଲର ଜଣେ ଡ୍ରାଇଭର ଚିହ୍ନଟ ହୋଇଛି । ସେହିପରି ଜାଗମରା, ଘାଟିକିଆ, ଲକ୍ଷ୍ମୀସାଗର, ଓଲ୍ଡ ଟାଉନ୍ରୁ ଜଣେ ଲେଖାଏଁ ରହିଛନ୍ତି । ଖଣ୍ଡଗିରି, ଭରତପୁର, ରସୁଲଗଡ, ଚନ୍ଦ୍ରଶେଖରପୁର, ବିଡିଏ କଲୋନୀ, ବିଶ୍ବେଶ୍ବର ବସ୍ତି, ନୟାପଲ୍ଲୀ, ଚାରି ନମ୍ବର ଏମଏଲ୍ଏ କଲୋନୀ, ମହାବୀର ବସ୍ତି, କୋଳଥିଆ ସତ୍ୟସାଇ ଏନ୍କ୍ଲେଭ୍, ଖଣ୍ଡଗିରିର ଗଣ୍ଡମୁଣ୍ଡା, ପାତ୍ରପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପୋଖରୀପୁଟରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ରସୁଲଗଡ ଜିଜିପି କଲୋନୀରୁ 2 ଜଣ ରହିଛନ୍ତି । ସେହି ଜଣେ…
ମୁମ୍ବାଇ, ଦେଶରେ ଜିଓ ଖୁବ୍ ଶୀଘ୍ର ଜିଓ ୫ଜି ଲଞ୍ଚ୍ କରିବ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ର ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ତଥା ଦେଶର ସର୍ବାଧିକ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି। ଜିଓ ୫ଜି ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଗଠନକୁ ସାକାର କରିବ ବୋଲି ଅମ୍ବାନୀ କହିଛନ୍ତି। ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଅମ୍ବାନୀ ଆହୁରି ବି ଘୋଷଣା କରିଛନ୍ତି ଯେ ଜିଓ ପ୍ଲାଟଫର୍ମରେ ଗୁଗୁଲ୍ ୩୩, ୭୩୭ କୋଟି ଟଙ୍କା ନିବେଶ କରିବ। ଅମ୍ବାନୀ କହିଛନ୍ତି କି ଜିଓ ୫ଜି ସଲ୍ୟୁସନ୍ ଆରମ୍ଭ କରିଛି। ୫ଜି ସଲ୍ୟୁସନ୍ ଲଞ୍ଚ୍ କରିବା ପରେ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାହା ଉତ୍ସର୍ଗ କରିଛନ୍ତି। ସେ ଆହୁରି ବି କହିଛନ୍ତି କି ଆସନ୍ତା ୩ ବର୍ଷ ମଧ୍ୟରେ ଜିଓ ପ୍ଲାଟଫର୍ମରେ ବ୍ୟବହାରୀକରୀଙ୍କ ସଂଖ୍ୟା ଅଧା ବିଲିୟନ୍…
ନୂଆଦିଲ୍ଲୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ପକ୍ଷରୁ ବିଶ୍ବର ସବୁଠାରୁ ଶସ୍ତା କୋଭିଡ-୧୯ ଟେଷ୍ଟିଙ୍ଗ କିଟ୍ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ବିଭାଗୀୟ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଆଜି ଏହି କିଟ ଶୁଭାରମ୍ଭ କରିଛନ୍ତି। ଆଜି ଏହି ଟେଷ୍ଟିଙ୍ଗ କିଟ ଲଞ୍ଚ କରାଯାଇଥିବା ବେଳେ ଏହାର ଦାମ ଶସ୍ତା ରହିଥିବା କହିଛନ୍ତି ରମେଶ ପୋଖ୍ରିଆଲ ନିଶଙ୍କ | ବିଶ୍ୱରେ କୋଭିଡ-୧୯ ଚିହ୍ନଟ ପାଇଁ ବ୍ୟବହାର ହେଉଥିବା ଟେଷ୍ଟିଙ୍ଗ କିଟର ଦାମଠାରୁ ଏହାର ଦାମ ଖୁବ କମ ବୋଲି ଜଣା ପଡିଛି | କିଟର ମୋଟ ମୂଲ୍ୟ ପ୍ରାୟ ୬୫୦ ଟଙ୍କା ରହିଛି । ଅନ୍ୟ ଦେଶରୁ ଆମଦାନୀ ହେଉଥିବା ଟେଷ୍ଟ କିଟ୍ ତୁଳନାରେ ଏହା ନିଶ୍ଚିତ ଭାବରେ ଶସ୍ତା ଅଟେ । ଏହା ଅତି ସୁଲଭ ମୂଲ୍ୟରେ ମାସକୁ ଦୁଇ ଲକ୍ଷ ପରୀକ୍ଷା କରିପାରିବ | ଏହି…
ଲକ୍ଷ୍ନୌ, ନିଷ୍ଠା ଓ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିର ଜଣେ ନାମମାତ୍ର ଚାଷୀର ପୁଅ ଅନୁରାଗ ତିୱାରି। ସେ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୮.୨% ନମ୍ବର ରଖିବା ସହ ୧୦୦% ବୃତ୍ତି ହାସଲ କରି ନ୍ୟୁୟର୍କସ୍ଥିତ କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ସିଟ୍ ପାଇଛନ୍ତି। ସେପ୍ଟେମ୍ବର ପହିଲା ଠାରୁ ଅନୁରାଗ କର୍ଣ୍ଣୱେଲ୍ ଅନ୍ଲାଇନ୍ କ୍ଲାସ୍ରେ ଯୋଗ ଦେବେ। ସମ୍ପ୍ରତି କରୋନାଭାଇରସ୍ ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାଂଶ ବିଶ୍ବବିଦ୍ୟାଳୟ ଭର୍ଚ୍ୟୁଆଲ୍ କ୍ଲାସ୍ କରୁଛନ୍ତି। ‘ହ୍ୟୁମାନିଟିଜ୍’ର ଛାତ୍ର ଅନୁରାଗ ଅର୍ଥନୀତି ଏବଂ ଇତିହାସରେ ୧୦୦%, ରାଜନୀତି ବିଜ୍ଞାନ ଓ ଇଂରାଜୀରେ ୯୭% ହାସଲ କରିଛନ୍ତି। ସବୁଠୁ କମ୍ ୯୫% ରଖିଛନ୍ତି ଗଣିତରେ। କର୍ଣ୍ଣୱେଲ୍ରେ ଅନୁରାଗ ଅର୍ଥନୀତି ଅଧ୍ୟୟନ କରିବେ। କୃଷକ କମଳପତି ତିୱାରି ଓ ଗୃହିଣୀ ସଙ୍ଗୀତାଙ୍କ ପୁଅ ଅନୁରାଗ ତାଙ୍କ ଗାଁ ସରାସନରେ ୫ମ…
ଜୟପୁର : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର 18ଜଣ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକିଥିବା ବିଧାୟକ ଦଳ ବୈଠକରେ ଏମାନେ ଯୋଗ ଦେଇନଥିବାରୁ ଏହି ନୋଟିସ୍ ଜାରି କରାଯାଇଛି । ହ୍ୱିପ୍ ଜାରି ସତ୍ତ୍ୱେ ସଚିନ ଓ ତାଙ୍କ ସମର୍ଥକମାନେ ବୈଠକରେ ଯୋଗ ଦେଇନଥିଲେ। ନୋଟିସ୍ରେ ଉତ୍ତର ଦେବାକୁ ଦୁଇ ଦିନ ସମୟ ଦିଆଯାଇଛି। ଗତକାଲି ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିଥିଲା । ତାଙ୍କୁ କ୍ୟାବିନେଟରୁ ମଧ୍ୟ ହଟା ଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ତାଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଅପରପକ୍ଷରେ ସଚିନ୍ ବିଜେପିକୁ ଆସିବେ ନାହିଁ ବୋଲି…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଗରିବ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ଅନେକଗୁଡିଏ ଯୋଜନା ପ୍ରଣୟନ କରିଛନ୍ତି । ଗରିବଙ୍କ ପାଇଁ ରାସନ କାର୍ଡ ସହ ଆବାସ ଯୋଜନା ପରି ଅନେକଗୁଡିଏ ଯୋଜନା ଆଦି କରାଯାଇଛି । ଯୋଗ୍ୟ ହିତାଧିକାରୀ ଆବେଦନ କରି ଏହି ଯୋଜନା ପାଇବାକୁ ହକଦାର ହେଉଛନ୍ତି । କିନ୍ତୁ ଅନେକ ସମୟରେ ସରକାରୀ ଯୋଜନାରେ ଦୁର୍ନୀତି ଦେଖିବାକୁ ମିଳୁଛି । କେଉଁଠି ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାମାନ ମିଳୁଥିବାବେଳେ ଯୋଗ୍ୟ ହିତାଧିକାରୀମାନେ ବ୍ଲକ ଅଫିସ୍ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି । ଆଉ କେଉଁଠି ହିତାଧିକାରୀଙ୍କ ଫର୍ମଗୁଡିକୁ ଅଳିଆଗଦାରେ ପକାଉ ଦେଉଛନ୍ତି । ଠିକ୍ ଏହିପରି ଏକ ଘଟଣା ଚିଲିକା ବ୍ଲକରେ ଦେଖିବାକୁ ମିଳିଛି । ଏଠାରେ ବ୍ଳକ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଆବେଦନ ପତ୍ରଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ମିଳିଥିବା ସୂଚନା ଅନୁସାରେ କୌଣସି ଏକ କାମ ପାଇଁ 4 ନମ୍ବର ଜୋନ୍ର ଜିଲ୍ଲା ପରିଷଦ…
ନୂଆଦିଲ୍ଲୀ, ବିଶ୍ବବାସୀଙ୍କ ପାଇଁ କରୋନା ମହାମାରୀ ଆଣିଥିବା ନୂଆ ନୂଆ ଆହ୍ବାନର ମୁକାବିଲା ପାଇଁ ଦକ୍ଷତା ବଢାଇବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ପ୍ରତ୍ୟେକ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।‘ୱାଲର୍ଡ ୟୋଥ୍ ସ୍କିଲ୍ସ୍ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି ଯାହା ସେମାନଙ୍କୁ ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ରଖିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ କହିଲେ, ଆଜିର ଦିନଟି ତୁମ୍ଭମାନଙ୍କ ଦକ୍ଷତା ପ୍ରତି ଉତ୍ସର୍ଗୀକୃତ। ସହସ୍ରାବ୍ଦୀ ଯୁବାର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ନୂତନ ଦକ୍ଷତା ହାସଲ କରିବା। କୋଭିଡ୍-୧୯ କାର୍ଯ୍ୟର ସ୍ବରୂପ ବଦଳାଇ ଦେଇଛି। ନୂଆ ପ୍ରଯୁକ୍ତିବିଦ୍ୟା ମଧ୍ୟ ଆମ ଜୀବନକୁ ପ୍ରଭାବିତ କରିଛି। ଆମ ଯୁବବର୍ଗଙ୍କୁ ନୂତନ ଦକ୍ଷତା ଆପଣାଇବାକୁ ପଡ଼ିବ। ଏହାକୁ ବୁଝାଇ ଦେଇ ସେ କହିଲେ, ତୁମ୍ଭମାନଙ୍କୁ ଦକ୍ଷତା ଶିକ୍ଷା କରିବାକୁ ପଡ଼େ।…
ଭୁବନେଶ୍ବର : କରୋନା ପାଇଁ ସ୍କୁଲରେ ଆଡମିଶନ ତାରିଖ ବଢାଇଲେ ସରକାର । ଆଡମିଶନ ତାରିଖ ଅଗଷ୍ଟ 14 ଯାଏଁ ବୃଦ୍ଧି କରିଛି ଗଣଶିକ୍ଷା ବିଭାଗ । ପୂର୍ବରୁ ଜୁ୍ନ୍ 8ରୁ ଆଡମିଶନ୍ ଆରମ୍ଭ ହୋଇ ଜୁଲାଇ 15 ତାରିଖ ଭିତରେ ସାରିବାକୁ ନିର୍ଦ୍ଦେଶ ଥିଲା । ସେହିପରି ଆସନ୍ତା ଜୁଲାଇ 31 ଭିତରେ ମାଟ୍ରିକ୍ ପରୀକ୍ଷା ଫଳ ବାହାରିବ ବୋଲି ସୂଚନା ରହିଛି । କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ସମସ୍ତ ଗାଇଡଲାଇନ୍ ପାଳନ ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜ୍ ଆଦି ନିଶ୍ଚିତ କରିବା ଲାଗି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି ।
ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରକୁ 3 ଦିନ ପାଇଁ ଶଟଡାଉନ ଘୋଷଣା କରାଯାଇଛି। ଏହି ଶଟଡାଉନ୍ 17 ତାରିଖ ସକାଳ 6ଟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି। କୋଭିଡ 19ର ସଂକ୍ରମଣ ବୀରମିତ୍ରପୁରରେ ଥମି ନଥିବାରୁ ପୌରାଞ୍ଚଳରେ ଶଟଡାଉନ୍ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ କୋଭିଡ ସଂକ୍ରମଣ ରୋକିବାକୁ 10 ତାରିଖ ସନ୍ଧ୍ୟା 6ଟାରୁ 13 ତାରିଖ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ୩ ଦିନ ବୀରମିତ୍ରପୁର ପୌରାଞ୍ଚଳକୁ ଶଟଡାଉନ୍ କରାଯାଇଥିଲା।
ଖୋର୍ଦ୍ଧା : ଔଷଧ ବିତରଣ ବେଳେ ଜଣେ ଆଶା କର୍ମୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଓରବରସିଂ ପଞ୍ଚାୟତ ଡିହଖଳା ଗ୍ରାମରେ ଔଷଧ ବାଣ୍ଟିଲା ବେଳେ ଜଣେ ଆଶା କର୍ମୀ ଟଳି ପଡିଥିଲେ । ତାଙ୍କୁ ଖୋର୍ଦ୍ଧା ମେଡ଼ିକାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆଶା କର୍ମୀ ଜଣକ କ’ଣ ପାଇଁ ମୃତ୍ୟୁବରଣ କଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ କରୋନ ଯୋଦ୍ଧାମାନେ ଆକ୍ରାନ୍ତ ହେଉଛନ୍ତି । ଆଜି ଭୀମ୍ସାରର 7 ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।
କଟକ : କଟକ ସହରରେ ଆଉ 4 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ଇନ୍ଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଜଣେ ହୋମ୍ କ୍ବାରେଣ୍ଟିନ୍ ଓ ଅନ୍ୟ ଜଣେ ଲୋକାଲ୍ କେସ୍ ବୋଲି ସୂଚନା ରହିଛି । ଲୋକାଲ୍ କେସ୍ ଜଣକ ସୂତାହାଟର ଜଣେ 36 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସେହିପରି ହୋମ୍ କ୍ବାରେଣ୍ଟିନ୍ର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 46 ବର୍ଷୀୟ ପୁରୁଷ ହୋଇଥିବାବେଳେ ତାଙ୍କ ଘର ସିଡିଏ ସେକ୍ଟର -6 ବୋଲି ସୂଚନା ରହିଛି । ସରକାରୀ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜ ଣେ 60 ବର୍ଷ ବୟସ୍କା ବୃଦ୍ଧା ଜଣାପଡିଥିବାବେଳେ ଅନ୍ୟ ଜଣେ 34 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ନୂତନ 4 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 295ରେ ପହଞ୍ଚିଥିବାବେଳେ ସୁସ୍ଥ…
ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। www.cbse.nic.in ଓ cbseresults.nic.in ୱେବ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ ହୋଇଛି । ଚଳିତ ବର୍ଷ ପ୍ରାୟ 16 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଫେବୃଆରୀ 15ରୁ ମାର୍ଚ୍ଚ 20 ଯାଏ ପରୀକ୍ଷା ହୋଇଥିଲା। କରୋନା ପାଇଁ ସାରା ଦେଶରେ ଲକ୍ଡାଉନ୍ କଟକଣା ଲାଗୁ ହେବାପରେ 6ଟି ବିଷୟରେ ପରୀକ୍ଷା ହୋଇପାରିନଥିଲା ଓ ଏହାକୁ ପରେ ବାତିଲ କରାଯାଇଥିଲା। ତେବେ ଆଭରେଜ୍ ମାର୍କିଂ ଦ୍ୱାରା ରେଜଲ୍ଟ ପ୍ରକାଶ ପାଇଛି।
ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ହେବାକୁ ଥିବା କୋଭିଡ୍ କେୟାର ହୋମ୍ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତି ହୋମ୍ ପାଇଁ ଜଣେ ଏଏନ୍ଏମ୍ଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ । ପ୍ରାୟ 7 ହଜାର ଏଏନ୍ଏମ୍ଙ୍କୁ ନିଯୁକ୍ତି ଦେବାକୁ ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି ପ୍ରକାଶ ହୋଇଛି । ଯଦି ଆବଶ୍ୟକ ତାଲିମପ୍ରାପ୍ତ ଏଏନ୍ଏମ୍ ନ ମିଳିବେ, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତ ହେବେ । ଏନେଇ ଏଏନ୍ଏମ୍, ନର୍ସ ଓ ଫାର୍ମାସିଷ୍ଟଙ୍କ ପାରିତୋଷିକ ମଧ୍ୟ ପ୍ରକାଶ ପାଇଲା । ଏଏନ୍ଏମ୍ଙ୍କୁ ଦୈନିକ 850ଟଙ୍କା ମିଳିବ, ସେହିପରି ନର୍ସ ଓ ଫାର୍ମାସିଷ୍ଟଙ୍କୁ 1 ହଜାର ଟଙ୍କା ମିଳିବ ବୋଲି ସୂଚନା ରହିଛି । ଏଏନ୍ଏମ୍, ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ତିନି ମାସ ପାଇଁ ନିଯୁକ୍ତି ଦିଆଯିବ ବୋଲି ସୂଚନା ରହିଛି ।
ବୁର୍ଲା : ବୁର୍ଲା ଭୀମସା୍ରରେ 7 କରୋନା ଯୋଦ୍ଧାଙ୍କୁ କରୋନା । ହସ୍ପିଟାଲର ତିନିଜଣ ଡାକ୍ତର ଓ ଚାରି ଜଣ ନର୍ସ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଲଳିତ ମେହେର । 7 କର୍ମଚାରୀ ପଜିଟିଭ୍ ଜଣାପଡିବା ପରେ ହସ୍ପିଟାଲ ସାନିଟାଇଜ୍ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ 19ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍ସାର୍)ର ସମସ୍ତ ବିଭାଗର ଓପିଡି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ମେଡିକାଲରେ କେବଳ କାଜୁଆଲିଟି ଓ ଏମର୍ଜେନ୍ସି ବିଭାଗ ଖୋଲା ରହିବ। ରୁଟିନ୍ ସର୍ଜରୀ ବନ୍ଦ ରହିବ। ରେଫେରାଲ ରୋଗୀଙ୍କୁ ଅନୁମତି ମିଳିବ।
ଆସାମ: ଆସାମରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ମଙ୍ଗଳବାର ଦିନ ଆଉ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ରାଜ୍ୟର 28 ଟି ଜିଲ୍ଲାର 33 ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ନେଇ ସରକାର ସୂଚନା ଦେଇଛନ୍ତି । ଦିବ୍ରୁଗଡ଼ ଜିଲ୍ଲାରେ ତିନି ଜଣ, ଟିନସୁକିଆ ଏବଂ ବାରପେଟା ଜିଲ୍ଲାରେ ଦୁଇଜଣ ଏବଂ ବିଶ୍ୱନାଥ ଏବଂ ଗୋଲାଘାଟ ଜିଲ୍ଲାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଏପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଘଟଣାରେ 85 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟସରକାରଙ୍କ ସୂଚନା ଅନୁସାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ବାରପେଟା ଯେଉଁଠାରେ 5.50 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ବ୍ୟତୀତ ଧୁବ୍ରିରେ 4.11 ଲକ୍ଷ ଲୋକ, ମୋରିଗାଓଁରେ 4.08 ଲକ୍ଷ ଏବଂ ଦକ୍ଷିଣ ସଲମାଡା ଜିଲ୍ଲାର 2.25 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ସୋମବାର 27 ଟି…
ଭୁବନେଶ୍ବର : ରାଜ୍ୟରେ ଆଉ ତିନିଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ 2 ଜଣ ଗଞ୍ଜାମରୁ ହୋଇଥିବାବେଳେ ଜଣେ ଭୁବନେଶ୍ବରର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ ଦୁଇ ମୃତକଙ୍କ ପୁରୁଷ ହୋଇଥିବାବେଳେ ବୟସ 65 ଓ 86 ବୋଲି ସୂଚନା ରହିଛି । ଭୁବନେଶ୍ବରର ମୃତକ ଜଣକ 72 ବର୍ଷୀୟ ପୁରୁଷ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 77କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ କରୋନା ମୃତ୍ୟୁ ଜନିତ 46କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଛି । ସେହିପରି ଆଜି ଦୁଇଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଏହି ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର 72 ବର୍ଷରହୋଇଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ଖୋରଦ୍ଧା ଜିଲ୍ଲାର ବୋଲି…
ଭୁବନେଶ୍ବର : ଆଜି ରାଜ୍ୟରୁ 618 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 22ଟି ଜିଲ୍ଲାରୁ ଆଜି 618ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 286 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 107, ବାଲେଶ୍ବରରୁ 61, ଜଗତସିଂହପୁରରୁ 26, ମୟୂରଭଞ୍ଜରୁ 21, କଟକରୁ 16, ନୟାଗଡ ଓ ସୁନ୍ଦରଗଡରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ 14, ମାଲ୍କାନଗିରିରୁ 13, ସମ୍ବଲପୁରରୁ 10, କେନ୍ଦ୍ରାପଡାରୁ 9, ଯାଜପୁରର, ପୁରୀ ଓ କେଉଁଝରରୁ 5ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, ଢେଙ୍କାନାଳ ଓ ବୌଦ୍ଧରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡା, ଝାରସୁଗୁଡା, କୋରାପୁଟ, ଭଦ୍ରକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 618 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 411 ଜଣ ଚିହ୍ନଟ ହୋଇଥିବାବେଳେ 207ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 14ହଜାର 898ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 933ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର864ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 74ଜଣ । ସେହିପରି 22ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

