ଆଜି ପୁଣି ଆରମ୍ଭ ହେଲା ସାପ୍ତାହିକ ସଟ ଡାଉନ, ଯାଜପୁର ସହରରେ ଚାଲିଛି କଡାକଡି ପାଳନ
Author: Samikhsya Bureau
ଭୁବନେଶ୍ବର, ଦିନକୁ ଦିନ ଗଂଜାମ ଜିଲ୍ଲାରେ କୋଭିଡ19 ପଜେଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗଂଜାମ ଜିଲ୍ଲାର ସୀମା ସିଲ କରାଯାଇଛି। ଏହାପରେ ସ୍ଥିତି କିପରି ରହିଛି ତାହାର ତଦାରଖ କରୁଛନ୍ତି ଜିଲ୍ଲା ଏସପି ବ୍ରିଜେଶ ରାଏ ।
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ତିରାପ ଏନ୍ଗିନୁ ଗାଁରେ ଏନ୍କାଉଣ୍ଟର ହୋଇଛି। ଏହି ଏନ୍କାଉଣ୍ଟରରେ ୬ ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି। ଆସାମ ରାଇଫଲ୍ସ ଓ ଅରୁଣାଚଳ ପ୍ରଦେଶ ପୋଲିସର ମିଳିତ ଏନ୍କାଉଣ୍ଟରରେ ଏହି ସଫଳତା ମିଳିଛି। ଅରୁଣାଚଳ ପୋଲିସର ଏହି ମିଳିତ ଅପରେସନରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ତିନ୍ସୁକିଆଠାରୁ ୫୦ କିମି ଦୂର ଏନ୍ଗିନୁ ଗାଁରେ କିଛି ଉଗ୍ରବାଦୀ ଲୁଚି ରହିଥିବାର ସୂଚନା ଆଧାରରେ ଆସାମ ରାଇଫଲ୍ସ ଦୁଇଟି ଦଳ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଉଭୟ ଦଳ ସକାଳ ପ୍ରାୟ ସାଢେ ଚାରିଟାରେ ମାଓବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଉଗ୍ରବାଦୀ NSCN-IMର ବୋଲି ସୂଚନା ରହିଛି। (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ: ଭୂବନେଶ୍ୱର ଲଳିତ କଳା ଏକାଡେମୀ ତରଫରୁ କୋଭିଡ୍ -୧୯ କୁ ନେଇ ଏକ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପୁରସ୍କାର ପାଇବା ପାଇଁ ରେଢାଖୋଲ ମାଟିର ଯୁବ ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ ମନୋନୀତ ହୋଇଛନ୍ତି। ବର୍ତ୍ତମାନ ସାରା ବିଶ୍ୱରେ ମହାମାରୀ କରୋନା ନରସଂହାର ଚଳାଇଛି। ଏହାକୁ ନେଇ ଲଳିତ କଳା ଏକାଡେମୀ ଅନ୍ଲାଇନ୍ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ସୁଧୀରଙ୍କ କରୋନା ସଚେତନତା ସଂପର୍କିତ ଏକ ପେଂଟିଙ୍ଗ ଲଳିତ କଳା ଏକାଡେମୀ ତରଫରୁ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଜଣା ପଡିଛି। ସୁଧୀର ଜଣେ ଚିତ୍ରଶିଳ୍ପୀ ଭାବରେ ସାରା ଓଡିଶାରେ ବେଶ୍ ପରିଚିତ। ବିଭିନ୍ନ ସ୍ଥାନରେ ତାଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଖଲ୍ଲୀକୋଟ ସ୍ଥିତ ଚାରୁ ଓ କାରୁ କଳା ମହାବିଦ୍ୟାଳରେ ସେ ଚିତ୍ରକଳାରେ ପାଠପଢିଛନ୍ତି। ସେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଯୋଡାରେ ଥିବା ଟାଟା ଡିଏଭି…
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 5ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର, ପୁରୀ ଓ କଟକରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମରୁ ସର୍ବାଧିକ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ବୟସ ଯଥାକ୍ରମେ 55 ଓ 72 ବର୍ଷ ବୋଲି ଜଣାପଡିଛି । ସେହିପରି ପୁରୀ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 70 ବର୍ଷ ଥିବାବେଳେ ସେ ଡାଇବେଟିସ୍ ଓ ହାଇପର୍ଟେନସନ୍ ପୀଡ଼ିତ ଥିଲେ । ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 56 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସେ ମଧ୍ୟ ଡାଇବେଟିସ୍ରେ ପୀଡ଼ିତ ଥିଲେ । କଟକରୁ ମୃତ୍ୟୁ ବରଣ କରିଥିବା ଆକାନ୍ତଙ୍କ ବୟସ 46 ବର୍ଷ ବୋଲି ଜଣାପଡିଛି । ଏବେ…
ଭୁବନେଶ୍ବର : ଆଜି ରାଜ୍ୟରେ 570ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 19ଟି ଜିଲ୍ଲାରୁ 570ଜଣ ଚିହ୍ନଟ ହୋଇଛି । ଗଞ୍ଜାମରୁ ସର୍ବାଧିକ 218 ଚିହ୍ନଟ ହୋଇଥିବାବେଳେ କଟକରୁ 46, ସୁନ୍ଦରଗଡରୁ 44, ଯାଜପୁରରୁ 40, ଖୋର୍ଦ୍ଧା ଓ ନୟାଗଡରୁ 37 ଜଣ ଲେଖାଏଁ ରହିଥିବାବେଳେ,ଝାରସୁଗୁଡାରୁ 31, ଗଜପତିରୁ 25, ପୁରୀରୁ 15, ଜଗତସିଂହପୁରରୁ 16, କେଉଁଝରରୁ 14, କେରାପୁଟ ଓ ଅନୁଗଳୁର 11ଜଣ ଲେଖାଏଁ ରହିଛନ୍ତି । ସେହିପରି, ମୟୂରଭଞ୍ଜରୁ 10,କେନ୍ଦ୍ରାପଡାରୁ 6, ବୌଦ୍ଧ ଓ ବାଲେଶ୍ବରରୁ 3ଜଣ ଲେଖାଏଁ ରହିଛନ୍ତି । ଭଦ୍ରକରୁ 2 ଜଣ ରହିଥିବାବେଳେ ସମ୍ବଲପୁରରୁ ଜଣେ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ 570 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 384 ଜଣ ଚିହ୍ନଟ ହୋଇଥିବାବେଳେ 186ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 12ହଜାର 526ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 475ଜଣ । ସେହିପରି ସୁସ୍ଥ ହୋଇଛନ୍ତି 7ହଜାର972ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 52ଜଣ । ସେହିପରି17ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 27,114 ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ 519 ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8,20,916 ହୋଇଛି।ଗତ ୩ ଦିନରେ ପାଖାପାଖି ଲକ୍ଷେ ସଂକ୍ରମିତ ହୋଇଛନ୍ତି। ସକ୍ରିୟ ମାମଲା 2,83,407 ରହିଥିବାବେଳେ 5,15,386 ଜଣ ସୁସ୍ଥ ହେଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆରୋଗ୍ୟ ହାର ୬୨.୪୨ ପ୍ରତିଶତ ରହିଛି। ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା 22ହଜାର 123କୁ ବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁ୍ଦ୍ଧା 5 ଲକ୍ଷ 15 ହଜାର 385ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ଅଛନ୍ତି 2 ଲକ୍ଷ 83 ହଜାର 407ଜଣ । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ 2 ଲକ୍ଷ 38 ହଜାର 461 ଆକ୍ରାନ୍ତ ହୋଇଥିବାବେଳ 9ହଜାର 893ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ 3…
ଭୁବନେଶ୍ବର, ବର୍ତ୍ତମାନ ସାରା ଗଂଜାମ ଜିଲ୍ଲାରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି ସ୍ଥାନୀୟ ଲୋକଙ୍କ ସହିତ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ଏହି ଭୂତାଣୁ ଆକ୍ରାନ୍ତ କରିବାରେ ଲାଗିଛି। ଏପରି ପରିସ୍ଥିତିରେ କୋଭିଡ ମୁକାବିଲା କରିବା ପାଇଁ କୋଭିଡ ଯୋଦ୍ଧାଙ୍କ ଆଦର୍ଶ ପାଲଟିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ନିଜେ ଘରୁ ବାହାରି ବିଭିନ୍ନ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହିତ ସେଠାରେ କିପରି ଖାଦ୍ୟ ପ୍ରଦାନ କରାଯାଉଛି ତାହା ମଧ୍ୟ ପରୀକ୍ଷା କରୁଛନ୍ତି। ଜିଲ୍ଲାପାଳ ଗତକାଲି ଗଂଜାମ ଜିଲ୍ଲାର ସୀତାପାଲ୍ଲୀରେ ଥିବା କୋଭିଡ କେୟାର କେନ୍ଦ୍ରକୁ ପରିଦର୍ଶରେ ଯାଇଥିଲେ। ସେଠାରେ ନିଆଯାଇଥିବା ପଦକ୍ଷେପ ଉପରେ ତଦାରଖ କରିଥିଲେ। ଏପରିକି କେନ୍ଦ୍ରରେ ଥିବା ଲୋକମାନଙ୍କୁ କିପରି ଖାଦ୍ୟ ଦିଆଯାଉଛି ତାହା ମଧ୍ୟ ପରୀକ୍ଷା କରିଥିଲେ। ସନ୍ଦିଗ୍ଧ ରୋଗୀଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଖୋଦ୍ ଜିଲ୍ଲାପାଳ ଖାଇବେ ବୋଲି କାହାର ବିଶ୍ବାସ ନ ଥିଲା। କାରଣ ଏହି ଭୂତାଣୁ…
ଅନୁଗୁଳ : ଗଞ୍ଜାମ ଓ ଯାଜପୁର ଜିଲ୍ଲାବାସୀଙ୍କୁ ଅନୁଗୁଳ ଆସିବାକୁ ମନା କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି । ଅନୁଗୁଳକୁ ପ୍ରବେଶ ଉପରେ ଦୁଇ ଜିଲ୍ଲାବାସୀଙ୍କୁ ବାରଣ କରାଯାଇଛି । ସେହିପରି ଜରୁରୀ କାମରେ ଅନୁଗୁଳ ଆସିଲେ କ୍ବାରେଣ୍ଟିନ୍ ବାଧ୍ୟତାମୂଳକ କରାଯାଇଛି । 14 ଦିନ ପାଇଁ ସରକାରୀ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସ ହସ୍ପିଟାଲର 10 ମହଲା ତଳକୁ ଡେଇଁଛନ୍ତି ଜଣେ ଜୁନିଅର ଡାକ୍ତର । ଜଣେ 25ବର୍ଷୀୟ ଜୁନିୟର ଡାକ୍ତର ହସ୍ପିଟାଲର 10 ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତ୍ୟୁବରଣ କରିଥିବା ଡାକ୍ତର ଜଣକ ମନୋବିଜ୍ଞାନ ବିଭାଗର ଜୁନିଅର ଡାକ୍ତର ରୂପେ କାର୍ଯ୍ୟରତ ଥିଲେ । ଗତକାଲି ଅପରାହ୍ନ 5ଟା ବେଳେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ତେବେ ଏହି ଡାକ୍ତର କାହିଁକି ଛାତରୁ ଡେଇଁଲେ ଜଣାପଡ଼ିନାହିଁ। ତେବେ ଡାକ୍ତର ଜଣକ ଡିପ୍ରେସନରେ ଥିବା କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ 6ତାରିଖରେ ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ସାମ୍ବାଦିକ ଚାରି ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। (ଏଜେନ୍ସି)
ବଣାଇ : ବଣାଇ ଉପଖଣ୍ଡ ଚିକିତ୍ସାଳୟର ଓପିଡି ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ । ଗୁରୁତର ରୋଗୀ ବ୍ୟତୀତ ଅନ୍ୟମାନଙ୍କୁ ନ ଆସିବାକୁ ପରାମର୍ଶ । ମେଡିକାଲର ଜଣେ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବା ନେଇ ଏସ୍ଡିଏମ୍ଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତକାଲିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ ରହିଛି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡି ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ଏମ୍ସର କିଛି କର୍ମଚାରୀଙ୍କ କରୋନା ପଜିଟିଭ ଆସିଥିବାରୁ ହସ୍ପିଟାଲ୍ରେ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି। ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍ରୁ ଆସୁ ଥିବାରୁ ସେମାନଙ୍କୁ ହସ୍ପିଟାଲ୍ ଆସିବାକୁ ବାରଣ କରାଯାଇଥିବା ଜଣାପଡ଼ିଛି। ସେହିପରି ଏମ୍କେସିଜି ଓ ମାଲ୍କାନଗିରି ଜିଲ୍ଲାର ଓପିଡି ବନ୍ଦ ରହିଛି ।
କେଦାର ମିଶ୍ର ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶହ ଦୁବେକୁ ପୋଲିସ ହତ୍ୟା କଲା। ତେବେ ହତ୍ୟା କଲାବେଳକୁ ବିକାଶ ଦୁବେ ପଳାତକ ଅପରାଧୀ ନଥିଲା। ତାର ଦିନକ ଆଗରୁ ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିରରେ ସେ ଆତ୍ମ ସମର୍ପଣ କରିଥିଲା। ଉତ୍ତର ପ୍ରଦେଶ ପୋଲିସ ଯେ ବିକାଶ ଦୁବେକୁ ହତ୍ୟା କରିବାକୁ ଚାହୁଁଛି ଏ କଥା ଆଗରୁ ସ୍ପଷ୍ଟ ହୋଇ ସାରିଥିଲା। ଏପରିକି ସୁପ୍ରିମ କୋର୍ଟରେ ଏକ ମାମଲା ଦାଖଲ ହୋଇଥିଲା ଯେଉଁଥିରେ କୁହା ଯାଇଥିଲା ଯେ, ବିକାଶ ଦୁବେର ଏନକାଉଣ୍ଟର ହେବାକୁ ଯାଉଛି। ଗତ ସପ୍ତାହରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ ଧରିବାରେ ସକ୍ଷମ ହୋଇ ନଥିଲା। ନିଜେ ଆତ୍ମ ସମର୍ପଣ କଲା ପରେ ତାକୁ ହତ୍ୟା କରିବାର ଯେଉଁ ତଥାକଥିତ “ବୀରତ୍ଵ” ସେଥିରେ ରାଜନୀତିର ଦୁର୍ଗନ୍ଧ ବାରି ହୋଇ ପଡୁଛି। ବିକାଶ ଦୁବେ ସହିତ ଉତ୍ତର ପ୍ରଦେଶ ଶାସକ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏଥିରୁ ବାଦ ପଡିନି ଚିଲିକା ବ୍ଲକ। ଆଜି ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କରୋନା ପଜିଟିଭ ଚି଼ହ୍ନଟ ହେଲାପରେ ସତର୍କତା ପଦକ୍ଷେପ ମୂଳକ ଭାବେ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ସେଠି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସମ୍ପୂର୍ଣ୍ଣ ପଞ୍ଚାୟତ କୁ ଆଜି (ଶୁକ୍ରବାର) ସଂଧ୍ୟା ୦୭ ଟାରୁ ସୋମବାର ସଂଧ୍ୟା ୦୭ ଘଟିକା ଯାଏଁ ୭୨ ଘଣ୍ଟା ପାଇଁ ସଟ ଡାଉନ୍ ଘୋଷଣା କରିଛନ୍ତି। ଯେହେତୁ ସରପଞ୍ଚଙ୍କ ପ୍ରତିନିଧି ଆକ୍ରାନ୍ତ ହେବା ସ୍ଥାନୀୟ ସଂକ୍ରମଣ ମାମଲା ତେଣୁ କଡ଼ାକଡ଼ି ଭାବେ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୂଚନା ମିଳିଛି। ସେ ଉକ୍ତ ପଞ୍ଚାୟତରେ କୋଭିଡ ପରିଚାଳନାରେ ପ୍ରମୁଖ ଭୂମିକା ନିଭାଉଥିଲେ ତେଣୁ ବହୁତ ଲୋକଙ୍କ ସଂସ୍ପର୍ଶ ରେ ଆସିଥିବାର ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପରିବାରର ସମସ୍ତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର, ରେଳ ପଣ୍ୟ ପରିବହନ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ଓ ପରିବହନ ବୃଦ୍ଧି ନିମନ୍ତେ ପୂର୍ବ ତଟ ରେଳପଥ ଦ୍ବାରା ବିଜନେସ ଡେଭଲପମେଣ୍ଟ ୟୁନିଟ (ବିଡିୟୁ) ଗଠନ କରାଯାଇଛି। ଜୋନାଲ ସ୍ତରରେ ମୁଖ୍ୟ ମାଲ ପରିବହନ ପ୍ରବନ୍ଧକଙ୍କ ସମନ୍ବୟରେ ଟ୍ରେନ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ ବରିଷ୍ଠ ପ୍ରାଶାସନିକ ଗ୍ରେଡ ସ୍ତରୀୟ ଅଧିକାରୀ କମିଟିରେ ରହିବେ। ମଣ୍ଡଳ ସ୍ତରରେ ବରିଷ୍ଠ ପରିଚାଳନା ପ୍ରବନ୍ଧକଙ୍କ ସମନ୍ବୟରେ ଟ୍ରେନ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ କନିଷ୍ଠ ପ୍ରାଶାସନିକ ସ୍ତରୀୟ ଅଧିକାରୀ ରହିବେ। ଏହି ୟୁନିଟ ଗୁଡିକ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ଆଲୋଚନା କରି ସଡକ ପଥରେ ପରିବହନ ହେଉଥିବା ପଣ୍ୟକୁ ରେଳ ଦ୍ବାରା ପରିବହନ କରିବାକୁ ଆକୃଷ୍ଟ କରିବେ। ଏହି ବିଜନେସ ଡେଭଲପମେଣ୍ଟ ୟୁନିଟ (ବିଡିୟୁ) ଗୁଡିକ ଗ୍ରାହକ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ବାରମ୍ବାର ଆଲୋଚନା କରିବେ। ଏହି ୟୁନିଟ…
ଭୁବନେଶ୍ବର, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ, ଆଶ୍ବସ୍ତିର ଖବର ଯେ ଆରୋଗ୍ୟ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 565 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 185 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ରାୟଗଡ଼ାରୁ 85, ବଲାଙ୍ଗିର 45, କଟକରୁ 32 ସୁସ୍ଥ ହୋଇଛନ୍ତି। ମାଲକାନଗିରିରୁ 30, ବରଗଡ଼ ଓ ସୁନ୍ଦରଗଡ଼ରୁ 24 ଲେଖାଏଁ, ଅନୁଗୁଳରୁ 23, ବାଲେଶ୍ବର ଓ ଜଗତସିଂହପୁରରୁ 17 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 15, ଯାଜପୁରରୁ 13, କେନ୍ଦ୍ରାପଡ଼ାରୁ 10, ଗଜପତି, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ 8 ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜରୁ 7, ଭଦ୍ରକରୁ 4, ପୁରୀରୁ 3, ଢେଙ୍କାନାଳ ଓ କେନ୍ଦୁଝରରୁ 2 ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ 25ଟି ଜିଲ୍ଲାରୁ 755 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…
ସୀତାରାମ ଅଗ୍ରୱାଲ ଚିଲିକା, ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀ ମାନଙ୍କ ପାଠ୍ୟକ୍ରମ ସମାପନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନୌସେନା ତଟରକ୍ଷୀ ବାହିନୀ ପ୍ରଶିକ୍ଷାାର୍ଥୀମାନଙ୍କ ଏହି ପ୍ରଶିକ୍ଷଣ ସମାରୋହକୁ ଆଇଏନଏସ ଚିଲିକାର ଅଧିକାରୀ କମୋଡର ରୁତୁରାଜ ସାହୁ ନୀରିକ୍ଷକ ଅଧିକାରୀ ଭାବେ ନୀରିକ୍ଷଣ କରି ଯୋଗ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ। ନିରିକ୍ଷିତ ଅଧିକାରୀ ତାଙ୍କ ଭାଷଣରେ ସ୍ନାତ୍ତକ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ଭାରତୀୟ ନୌସେନାର ମୂଳ କର୍ତ୍ତବ୍ୟ ବଜାୟ ରଖି ଆଗକୁ ସମ୍ମାନ ଓ ସାହସର ସହିତ କାମ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ କରୋନା କାରଣରୁ ସମାରୋହରେ ଉପସ୍ଥିତ ହୋଇ ପାରିନଥିବା ପ୍ରଶିକ୍ଷାର୍ଥୀମାନଙ୍କର ପିତାମାତାଙ୍କୁ ବି ଅଭିନନ୍ଦନ ଜଣାଇଥିଲେ। ଅଭିଷେକ ସିଂହ ବରିଷ୍ଠ ସେକେଣ୍ଡାରୀ ରିକୃଟ୍, ଏମ.ଡି.ରାଓ ନାବିକ (ସାଧାରଣ ଡ୍ୟୁଟି) ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ପକ୍ଷରୁ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପାଠ୍ୟକ୍ରମ ଉତ୍ସବ ଶେଷରେ ସମସ୍ତଙ୍କ ପାଇଁ ଏକ…
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଆଜି (ଶୁକ୍ରବାର) ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ ଦୁର୍ଘଟଣା ଜନିତ ମୃତ୍ୟୁର ମକଦ୍ଦମାର ପରିଚାଳନା କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତ ଏହି ଲୋକ ଅଦାଲତରେ ସୁପରିଚାଳନା କରିଥିଲେ ଏବଂ ସରକାର ଦ୍ୱାରା ନିର୍ଦ୍ଧାରିତ କରୋନା ପାଇଁ ଥିବା ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ କଟକଣାର ସମ୍ପୂର୍ଣ୍ଣ ଭାବେ ଅନୁପାଳନ ପୂର୍ବକ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ପବ୍ଲିକ୍ ପ୍ରସିକ୍ୟୁଟର୍ ନଳିନୀ ରଞ୍ଜନ ମହାରଣା ଓ ଶ୍ରୀମତୀ ଜ୍ୟୋତିର୍ମୟୀ…
ନୂଆଦିଲ୍ଲୀ, କରୋନାକୁ ଭୟ ବଢୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏକ ଭଲ ଖବର ଶୁଣାଇଛନ୍ତି। ଦେଶରେ ସାଂଘାତିକ ଭାବେ ବିଶେଷ କରି ଜୁଲାଇ ମାସରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସହ ଏହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଉଛି। ହେଲେ ଆଜି (ଶୁକ୍ରବାର) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ନିଶ୍ଚିତ ଭାବେ ସମସ୍ତଙ୍କ ମନରୁ ଭୟ ଦୂର କରିଦେବ। କାରଣ ଏହି ରିପୋର୍ଟ ଅନଯାୟୀ ଦେଶରେ କୋଭିଡ-19 ସଂକ୍ରମିତଙ୍କ ସୁସ୍ଥ ହାରରେ ଯଥେଷ୍ଟ ଉନ୍ନତି ଘଟୁଛି। ଏହା 62.42 ପ୍ରତିଶତରେ ପହଞ୍ଚିଛି। ଅନ୍ୟପକ୍ଷରେ ମୃତ୍ୟୁ ହାର 2.72 ପ୍ରତିଶତକୁ ଖସିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ପଜିଟିଭ୍ ସଂଖ୍ୟା ବଢୁଛି କିନ୍ତୁ ଏହାଠୁ ଅଧିକ ମାତ୍ରାରେ ସୁସ୍ଥ ହେଉଛନ୍ତି । ଏପରିକି ବର୍ତ୍ତମାନ ଦେଶରେ ସୁସ୍ଥ…
ଭୁବନେଶ୍ବର, 2015 ଓ 2016 ମସିହା ପାଇଁ ଓଡି଼ଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଆଜି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ଏକାଡେମୀର ପୁରସ୍କାର ଘୋଷଣା କରାଯାଇଛି। 2015 ମସିହା ପୁରସ୍କାର ପାଇଁ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ ଉପନ୍ୟାସ – ଗୋଟିଏ ଯୋଡି ଗାଁର କାହାଣୀ ପାଇଁ ନିତ୍ୟାନନ୍ଦ ପଣ୍ଡା କ୍ଷୁଦ୍ରଗଳ୍ପ- ଗପର ମୁହଁ ପାଇଁ ପବିତ୍ର ପାଣିଗ୍ରାହୀ କାବ୍ୟ କବିତା- ଗୋଧୂଳି ଗୀତ ପାଇଁ ବୀଣାପାଣି ପଣ୍ଡା ନାଟକ ଓ ଏକକିଙ୍କା- ମଞ୍ଚମାୟା ଓ ନାଚୁଆ ଓ ଅନ୍ୟାନ୍ୟ ନାଟକ ପାଇଁ ଯୁଗ୍ମ ଭାବେ ସଂଜୟ ହାତୀ ଓ ନବୀନ କୁମାର ପରିଡ଼ା ପ୍ରବନ୍ଧ ଓ ସମାଲୋଚନା-ସାହିତ୍ୟ ସମୋଲୋଚନା ତାତ୍ବିକ ଓ ପ୍ରାୟୋଗିକ ପ୍ରସଂଗ ପାଇଁ ପଞ୍ଚାନନ ମିଶ୍ର ଜୀବନୀ ଓ ଭ୍ରମଣ ସାହିତ୍ୟ- ଲୌହମାନବ ସର୍ଦ୍ଦାର ପଟେଲ ପାଇଁ ଧରଣୀଧର ପାଣିଗ୍ରାହୀ ଅନୁବାଦ- ତଥାପି କିଛି ରହିଯିବ ପାଇଁ ବିଜୟ…
ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 45 କରୋନା ପଜିଟିଭ ଚିହ୍ଟଟ ହୋଇଛନ୍ତି । 45ରୁ 35 କ୍ବାରେଣ୍ଟିନ କେନ୍ଦ୍ରରୁ ଚିହ୍ଚଟ ହୋଇଥିବା ବେଳେ 10 ଜଣ ଲୋକାଲ କଣ୍ଟ୍ରାକ୍ଟ କେସ୍ ଥିବା ଭୁବନେଶ୍ବର ମହାନଗର ନିଗମ ଦେଇଥିବା ସୂଚନାରୁ ଜଣାପଡ଼ିଛି। ବରଗଡ଼ ବ୍ରିଟ କଲୋନିରୁ ଜଣେ, ପଟିଆ ଅଞ୍ଚଳରୁ ଜଣେ, ଶୈଳଶ୍ରୀ ବିହାରରୁ ଜଣେ, ଶୁକ ବିହାରରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂର୍ଯ୍ୟନଗରରୁ ଜଣେ ଦାନ୍ତ ଡାକ୍ତର, ନୀଳାଦ୍ରି ବିହାରରୁ ଜଣେ ଆକ୍ରାନ୍ତ, ବିଜେବି ନଗରରୁ ଜଣେ, ପଳାଶୁଣିରୁ ଜଣେ, ଘାଟିକିଆରୁ ଜଣେ ଚିହ୍ଟଟ ହୋଇଛନ୍ତି। ଆଜିର 45 ଜଣଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 602 ହୋଇଛି। ଭୁବନେଶ୍ବରରୁ ଆଜି 6 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ସୂଚନା ଦେଇଛି। ଏଯାବତ ଭୁବନେଶ୍ବରରେ 308 ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ 287 ଥିବା ସୂଚନା ମିଳିଛି।

