ରତଲାମ୍: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍ଅପ୍ ନେବାକୁ ଯାଇଥିବା ଜଣେ କନ୍ୟାକୁ ହତ୍ୟା କରାଯାଇଛି । ମଧ୍ୟପ୍ରଦେଶର ରତଲାମ୍ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ବଧୂ ବେଶ ପାଇଁ କନ୍ୟା ଜଣକ ବ୍ୟୁଟିପାର୍ଲର ଯାଇଥିଲେ । ଏହି ସମୟରେ ଯୁବତୀ ଜଣକଙ୍କୁ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରାଯାଇଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଯୁବତୀଙ୍କ ବୟସ 25 ବର୍ଷ ବୋଲି ଜଣାପଡିଛି । ଅଭିଯୁକ୍ତଜଣକ ବିୟୁଟିପାର୍ଲର ଭିତରେ ଜୋରଜବରଦସ୍ତି ପଶି ଏପରି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।ତେବେ ଏହି ଘଟଣାରେ ପୋଲିସ୍ ତଦନ୍ତ ଜାରି ରଖିଛି । ତେବେ ଏହା ଏକତରଫା ଯୋଗୁଁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ପୋଲିସ୍ ଅନୁମାନ…
Author: Samikhsya Bureau
ନୂଆଦିଲ୍ଲୀ : ଲଦାଖ ଗଲଓ୍ବାନ ଘାଟିରୁ ପଛକୁ ଘୁଞ୍ଚିଛି ଚୀନ୍ । ନିୟନ୍ତ୍ରଣ ରେଖା(ଏଲଏସି)ର ବିବାଦୀୟ ଅଞ୍ଚଳରୁ ଚାଇନା ତା’ର ସେନା ଶିବିର ଓ ଗାଡି ମୋଟରକୁ ପ୍ରାୟ 1ରୁ2 କିମି ପଛକୁ ଘୁଞ୍ଚାଇ ନେଇଛି। ଜୁନ୍ 15 ତାରିଖରେ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନ ଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାର ସାମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ବୈଠକ ବସିଥିଲା। ଶେଷରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚାଇନା ସେନା ପଛକୁ ଘୁଞ୍ଚିଥିବା ଜଣାପଡ଼ିଛି। ଚାଇନା ଭଳି ଭାରତ ମଧ୍ୟ ତା’ର ଟେଣ୍ଟ ଓ ଯବାନଙ୍କୁ ପଛକୁ ଫେରାଇ ଆଣିଛି। ଚାଇନା ପୁପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ପକ୍ଷରୁ ପ୍ୟାଟ୍ରୋଲ ପଏଣ୍ଟ 14 ନିକଟରେ ଅସ୍ଥାୟୀ ଟେଣ୍ଟ ଓ ଆଉ କିଛି ନିର୍ମାଣ କାର୍ଯ୍ୟ କରାଯାଇଥିଲା। ତେବେ ଆଜି ପିଏଲଏ ସେଗୁଡ଼ିକ ହଟାଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଦୀର୍ଘ 7 ସପ୍ତାହ ହେଲାଣି…
ନଗାଁଓ୍ବ : ଦେଶରେ ନିରନ୍ତର ଭାବେ କରୋନା ମାମଲା ବଢିଚାଲିଛି । ଏହି ସମୟରେ ଆସାମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ନଗାଁବ ଜିଲ୍ଲାରେ କରୋନା କଟକଣାକୁ ଉଲ୍ଲଂଘନ କରି ମୌଲାନଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ 10 ହଜାର ଲୋକ ସାମିଲ୍ ହୋଇଥିଲେ । ଏହା ପରେ ସ୍ଥାନୀୟ ପ୍ରଶାସନ କରୋନା ଡରରେ ଆଖପାଖର ତିନୋଟି ଗ୍ରାମକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରିଛି । ମୃତକ ମୌଲାନଙ୍କ ବୟସ 87 ବର୍ଷ ବୟସ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଜୁଲାଇ ଦୁଇ ତାରିଖରେ ଭାରତୀୟ ଜମିୟତ୍ ଉଲେମାର ଉପାଧ୍ୟକ୍ଷ ଖେରୁଲ୍ ଇସ୍ଲାମ୍ଙ୍କୁ କବର ଦିଆଟାଇଥିଲା । ଖୈରୁଲ୍ ଇସ୍ଲାମ୍ ଧର୍ମର ଜଣେ ପ୍ରତିଷ୍ଠିତ ଧର୍ମଗୁରୁ ଥିଲେ । ସେଥିପାଇଁ ତାଙ୍କ ମୃତ୍ୟ ପରେ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ ହୋଇଥିଲା । ଖୈରୁଲ୍ଙ୍କ ପୁତ୍ର ଅମିନୀଲୁ ଇସ୍ଲାମ୍ ନଗାଓ୍ବ ଜିଲ୍ଲା…
କଟକ: କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ ରହିଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶିଶୁଭବନରେ ଜରୁରୀକାଳୀନ ସେବା ଜାରି ରହିବ। ଏ ନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର : ପୁଣି ଦୁଇଟି ମୁଣ୍ଡ ନେଲା କରୋନା । ଆଜି ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ମୃତକଜଣଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଯାଜପୁରରୁ ଅନ୍ୟ ଜଣେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ମୃତକଙ୍କ ବୟସ 77 ବର୍ଷ ବୋଲି ଜଣାପଡିଛି । ସେ ହାଇପର୍ଟେସନ୍ରେ ପୀଡ଼ିତ ଥିଲେ । ସେହିପରି ଯାଜପୁରରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 64।ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା 38ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 7ରେ ରହିଛି । ଆଜି ଯାଜପୁରରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ସେହିପରି 10 ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ଅନ୍ୟ ରୋଗରେ…
ଭୁବନେଶ୍ବର : ଆଜି ରାଜ୍ୟରେ 456ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 24ଟି ଜିଲ୍ଲାରୁ 456ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 166 ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 57, ବରଗଡରୁ 33, ନବରଙ୍ଗପୁରରୁ 24, ଜଗତସିଂହପୁରର 23, ଖୋର୍ଦ୍ଧାରୁ 21, ସୁନ୍ଦରଗଡରୁ 20, ସମ୍ବଲପୁରରୁ 15, ବାଲେଶ୍ବରରୁ 14, ରାୟଗଡା ଓ କଟକରୁ 13ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ 12, କୋରାପୁଟରୁ 10, ମୟୂରଭଞ୍ଜରୁ 8, ବଲାଙ୍ଗିରରୁ 6 କେନ୍ଦ୍ରାପଡାରୁ 5ଜଣ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ଚାରି ଓ ପୁରୀ ଓ କନ୍ଧମାଳରୁ 3ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେଉଁଝରରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ, କଳାହାଣ୍ଡି, ଗଜପତି ଅନୁଗୁଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 456 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 309ଜଣ ଚିହ୍ନଟ ହୋଇଥିବାବେଳେ 147ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 9,526କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3254 ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6224 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 36ଜଣ । ସେହିପରି 10 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଏଯାବତ୍ 4 କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ମୃତକଙ୍କ ମଧ୍ୟରେ ଦୁଇ ଶିକ୍ଷକ, ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଏବେ ବେଶ୍ ଜଟିଳ ରହିଛି । ଜିଲ୍ଲାରେ ସର୍ବାଧିକ 20ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2000 ଟପି ସାରିଛି ।
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ପରମାନପୁର ପଞ୍ଚାୟତର ଶିରିଆପାଲି ଗାଁରେ ଦୁଇଟି ଦନ୍ତା ହାତୀ ଉପଦ୍ରବ କରୁଛନ୍ତି। ଗତକାଲି ରାତିରେ ଗାଁରେ ପଶି ଦୁଇଟି ଦନ୍ତା 6ଟି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଗାଁରେ ପହଞ୍ଚି ଦନ୍ତା ଦୁଇଟିଙ୍କୁ ଗାଁରୁ ଘୋଡ଼ାଇଥିଲେ। ତେବେ ହାତୀ ଉପଦ୍ରବ ଯୋଗୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଥିରୁଭନନ୍ତପୁରମ: କେରଳ ସରକାର ଆଜିଠାରୁ ଥିରୁଅନନ୍ତପୁରମ କର୍ପୋରେସନ ଲିଃରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରିପଲ ଲକଡାଉନ ଲାଗୁ କରିଛନ୍ତି। ଏହା ଆଜି ସକାଳ 6ଟାରୁ ଆରମ୍ଭ ହୋଇ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ। ଟ୍ରିପଲ ଲକଡାଉନ ସାଧାରଣ ଲକଡାଉନଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି କେରଳ ସରକାର କହିଛନ୍ତି। ଏହି ସମୟରେ କାହାକୁ ବି ବାହାରକୁ ଆସିବାକୁ ଅନୁମତି ମିଳିବ ନାହିଁ। ଯଦି କେହି ଅଯଥାରେ ବାହାରେ ବୁଲିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ରିପଲ ଲକଡାଉନ ବେଳେ କେବଳ ଜରୁରୀ ସେବାକୁ ହିଁ ଅନୁମତି ମିଳିବ। ସାଧାରଣ ପରିବହନ ଓ ଯାତାୟାତକୁ ସଂପୂର୍ଣ୍ଣ ଭାବେ ସପ୍ତାହ ଯାଏ ବନ୍ଦ କରାଯାଇଛି। ତେବେ ଜରୁରୀ ସାମଗ୍ରୀ ଦୋକାନ ଓ ହସ୍ପିଟାଲ ଖୋଲା ରହିବ। ଲୋକମାନେ ପ୍ରେସକ୍ରିପସନ ଦେଖାଇ ଔଷଧ ଦୋକାନକୁ ଯାଇ ପାରିବେ। ଏହି ସମୟରେ ରାଜ୍ୟ ସଚିବାଳୟ ଓ ସରକାରୀ ଅଫିସ ମଧ୍ୟ ବନ୍ଦ ରହିବ…
Mangaluru: Rescue operation underway after a landslide occurred at Banglagudde in Gurupur near Mangaluru on July 5, 2020. (Photo: IANS)
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଛି। ଏବେ ସୁଦ୍ଧା ଦେଶର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ବିଶ୍ୱର ତୃତୀୟ ନମ୍ୱରରେ ପହଞ୍ଚିଛି। ରୁଷିଆକୁ ପଛରେ ପକାଇ ଭାରତ ତିନି ନମ୍ୱର ହୋଇଛି। ଆମେରିକା ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ରହିଛି ବ୍ରାଜିଲ । ଏହାପରେ ତୃତୀୟ ସ୍ଥାନରେ ଭାରତ ରହିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 97 ହଜାର 413ରେ ପହଞ୍ଚିଛି । ସେହିପରି ଦେଶରେ କରୋନ ଜନିତ ମୃତ୍ୟୁସଂଖ୍ୟା 19 ହଜାର 693କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 24 ହଜାର 248ଜଣ ଆକ୍ରାନ୍ତ ହୋଇଥିବାବେଳେ 425ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 2 ଲକ୍ଷ 53 ହଜାର 287 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 4 ଲକ୍ଷ 24…
କେଦାର ମିଶ୍ର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତର କରୋନା ସଂଘର୍ଷ କ୍ଷେତ୍ରରେ ଅନେକ ସୁବିଧା ରହିଥିଲା। ଭାରତରେ ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଚୀନ, ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ସ୍ପେନରେ କରୋନାର ଭୟାବହତା ଆମେ ଦେଖି ସାରିଥିଲୁ। ଭାରତରେ ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟ ବେଳକୁ ଆମେରିକାରେ କରୋନା ବ୍ୟାପକ ହେବା ଆରମ୍ଭ କରିଥିଲା। ଏପ୍ରିଲ ଓ ମଇ ମାସରେ ଆମର ସଂକ୍ରମଣ ସ୍ତର ସେତେବେଶୀ ବଢି ନ ଥିଲା, ତାର କାରଣ ଲକ ଡାଉନ ନୁହେଁ, ବରଂ ଅଳ୍ପ ପରୀକ୍ଷା ଯୋଗୁଁ ଆମର ସଂକ୍ରମଣ ହାର କମ ଜଣା ପଡୁଥିଲା। ଏପ୍ରିଲ ୩୦ ତାରିଖ ସୁଦ୍ଧା ଆମେ ମାତ୍ର ୯ ଲକ୍ଷ ଲୋକଙ୍କର ପରୀକ୍ଷା କରିଥିଲେ। ଅଥଚ ଏହା ଥିଲା ଲକ ଡାଉନର ସବୁଠୁ ସଫଳ ପର୍ଯ୍ୟାୟ। ଲୋକେ ଘରୁ ପଦାକୁ ବାହାରିବା ଲାଗି ସେତେବେଳେ ସଂପୂର୍ଣ୍ଣ କଟକଣା ରହିଥିଲା। ଲକ ଡାଉନ ସମୟରେ ଆମର ଦୁଇଟି ବଡ…
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମୀର୍ଜାପୁର ଗାଁରେ ଗତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନିଜଣଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ। ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଛନ୍ତି । ତେବେ ଏହି ଆକ୍ରମଣ ପଛରେ କାହା ହାତ ଅଛି ଓ କିଏ, କାହିଁକି ଏପରି ଆକ୍ରମଣ କଲା ତାହା ଅସ୍ପଷ୍ଟ ରହିଛି।
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 11ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଭାରତରୁ ଆମେରିକା ମଧ୍ୟରେ ଜୁଲାଇ 17ତାରିଖ ଭିତରେ ଚଳାଚଳ କରିବ ପ୍ରାୟ 36ଟି ଏୟାର ଇଣ୍ଡିଆ ବିମାନ। ବନ୍ଦେ ଭାରତ ମିଶନ୍ରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଅଣାଯିବ। ଏୟାର ଇଣ୍ଡିଆ ୱେବସାଇଟରୁ କାଲି ରାତି 8ଟା ପରଠୁ ଟିକେଟ୍ ଉପଲବ୍ଧ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଏୟାର ଇଣ୍ଡିଆ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବନ୍ଦେ ଭାରତ ମିଶନରେ ବିଭିନ୍ନ ଦେଶରୁ ପ୍ରବାସୀ ଭାରତୀୟଙ୍କୁ ଅଣାଯାଇଥିଲା। ମହାମାରୀ କରୋନା କଟକଣା ପାଇଁ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ବିମାନ ସେବା ବନ୍ଦ ରହିଛି।
ଚୌଦ୍ବାର : କଟକ ଚୌଦ୍ବାର ଜେଲ୍ର ଜଣେ ଓ୍ବାର୍ଡର କରୋନା ସଂକ୍ରମିତ । ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଡ୍ୟୁଟି ବେଳେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଜଣେ କଏଦୀଙ୍କ ଚିକିତ୍ସା ବେଳେ 4ଜଣ ଓ୍ବାର୍ଡର ଡ୍ୟୁଟି କରିଥିଲେ । ଡ୍ୟୁଟି କରିଥିବା 4 ଓ୍ବାର୍ଡରଙ୍କ ମଧ୍ୟରୁ ଜଣଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଚୌଦ୍ବାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର । ଏହାପରେ ଜେଲ୍ ଓ ବାରାକ୍ ଷ୍ଟାଫ୍ଙ୍କ ସ୍ବାବ ଟେଷ୍ଟ ପାଇଁ ପ୍ରଶାସନକୁ ଚିଠି ଲେଖିଛନ୍ତି ଜେଲ୍ ଅଧୀକ୍ଷକ। ସେହିପରି ନୂଆ ଅନ୍ତେବାସୀଙ୍କୁ ଜେଲ୍ ପ୍ରବେଶ ପୂର୍ବରୁ ସ୍ବାବ ଟେଷ୍ଟ ହେବ ବୋଲି ସୂଚନା ରହିଛି ।
ଭିନ୍ଦ(ମଧ୍ୟପ୍ରଦେଶ): ଦୃଢ ଇଚ୍ଛାଶକ୍ତି ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଏହା ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ଭିନ୍ଦ ଜିଲ୍ଲା ଅଜନୋଲ ଗାଁର ୧୫ ବର୍ଷର ଜଣେ ଝିଅ। ଝିଅଟିର ନାଁ ରୋଶନୀ। ଆଉ ପ୍ରକୃତରେ ସେ ନିଜ ନାଁର ଯଥାର୍ଥତା ପ୍ରତିପାଦିତ କରିଛନ୍ତି। ଦୈନିକ ୨୪ କିଲୋମିଟର ସାଇକେଲରେ ଯିବା ଆସିବା କରି ସ୍କୁଲରେ ପାଠ ପଢନ୍ତି ରୋଷନୀ। ଆଉ ଶେଷରେ ଦଶମ ବୋର୍ଡ ପରୀକ୍ଷାରେ ୯୮.୫ ପ୍ରତିଶତ ମାର୍କ ରଖି ଟପ୍ ଟେନରେ ସ୍ଥାନ ପାଇଛନ୍ତି ସେ। ରୋଶନୀଙ୍କର ଏହି ସଫଳତାରେ ତାଙ୍କ ଗାଁ ଆଜି ଗର୍ବିତ। ତାଙ୍କ ବାପା ଜଣେ ଚାଷୀ। ହେଲେ ତାଙ୍କର ପାଠପଢାର ନିଶା ଏତେ ଜୋର ଥିଲା ସେ, ଖରା ବର୍ଷା ଶୀତ କେବେ ବି ସ୍କୁଲ ଯିବା ବନ୍ଦ କରିନାହାଁନ୍ତି। ବୋର୍ଡ ପରୀକ୍ଷାରେ ସଫଳତା ପରେ ସେ ଏବେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି। ରୋଶନୀ ତାଙ୍କ ଗାଁର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ…
ନୂଆଦିଲ୍ଲୀ: ଦିଲ୍ଲୀରେ ମୋଟ ସାଂସଦ ଅଛନ୍ତି ୧୦ ଜଣ। ଲୋକସଭାର ସମସ୍ତ ୭ ଜଣ ଯାକ ସାଂସଦ ହେଉଛନ୍ତି ଶାସକ ବିଜେପିର। ୩ ଜଣ ଯାକ ରାଜ୍ୟସଭା ସାଂସଦ ହେଉଛନ୍ତି ଆମ୍ ଆଦମୀ ପାର୍ଟିର। ହେଲେ ଏମାନଙ୍କୁ ଆଜି ଭେଟି ଦାବିପତ୍ର ଦେବାକୁ ଯାଇଥିଲେ ଦିଲ୍ଲୀ କଂଗ୍ରେସର ସଭାପତି ଅନିଲ କୁମାର ଚୌଧୁରୀ। ହେଲେ କାର କିମ୍ବା ମୋଟରସାଇକେଲ ନୁହେଁ, ସେ ସାଇକେଲରେ ଦିଲ୍ଲୀ ସାରା ବୁଲି ସମସ୍ତ ସାଂସଦଙ୍କ ଘରେ ପହଞ୍ଚି ଯାଇଥିଲେ। ତୈଳ ଦର ବୃଦ୍ଧିର ପ୍ରତିବାଦ କରି ଏକ ପତ୍ର ସମସ୍ତ ସାଂସଦଙ୍କୁ ଦେଇଥିଲେ। ଦାବି କରିଥିଲେ ଯେ, ସାଂସଦମାନେ ନିଜ ନିଜ ଦଳର ସରକାରଙ୍କୁ ଜଣାଇ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ରୀୟ ଶୁଳକ ଓ ଭାଟ୍ କମାଇବାକୁ ଦାବି ଉପସ୍ଥାପନ କରନ୍ତୁ। ଭାଟ୍ ଉଠିବା ଦ୍ବାରା ସାଧାରଣ ଲୋକେ କିଛିଟା ଆଶ୍ବସ୍ତ ହେବେ। ହେଲେ କେବଳ ବିଜେପିର ମନୋଜ ତିୱାରୀ ଏବଂ ଆପ୍ ର…
ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମୁଖ୍ୟତଃ ସୋସିଆଲ ମିଡିଆରେ ହିଁ ଜୋରଦାର ହେବ। କରୋନା ସଂକ୍ରମଣ ଯଦି ଜାରି ରହେ, ତେବେ ସବୁ ଦଳ ସୋସିଆଲ ମିଡିଆ ଜରିଆରେ ହିଁ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ। ଏବେ ସୁଦ୍ଧା ରାଜ୍ୟରେ ହେଉଥିବା ସୋସିଆଲ ମିଡିଆ ପ୍ରଚାରରେ ବିଜେପି ଅନ୍ୟ ସବୁ ଦଳଠାରୁ ଆଗରେ ରହିଛି। ଅବଶ୍ୟ ଜନତା ଦଳ (ସଂଯୁକ୍ତ) ବି ବିଜେପି ଭଳି ସୋସିଆଲ ମିଡିଆର ବ୍ୟବହାର କରୁଛି ଏବଂ ଭର୍ଚୁଆଲ ରାଲି ଆୟୋଜନ କରୁଛି। ଦେଶବ୍ୟାପୀ ୬୦ଟି ଭର୍ଚୁଆଲ ରାଲି ସଫଳତାର ସହ ଆୟୋଜନ କରିବା ପରେ ବିଜେପି ଏବେ ବିହାର ଉପରେ ଫୋକସ୍ କରିଛି। ଏଥିପାଇଁ କେବଳ ବିହାରରେ ୯ ହଜାର ୫୦୦ ଆଇଟି ସେଲ୍ ମୁଖ୍ୟ ନିଯୁକ୍ତ କରିଛି। ଏମାନେ ସମସ୍ତେ ଆସନ୍ତା ବିଧାନସଭା ନିର୍ବାଚନ ସମୟରେ ଦଳ ପାଇଁ ପ୍ରଚାର କରିବେ। ଏହାବାଦ୍ ବିଜେପି ନିର୍ବାଚନ ମଣ୍ଡଳୀର…
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ବାଣପୁର ବ୍ଲକ ସାନହନ୍ତୁଆଡ଼ ଗାଁର ଅରୁଣିମା କ୍ଲବ୍ ହାତକୁ ନେଇଛି ଏକ ନିଆରା କାର୍ଯ୍ୟକ୍ରମ। ଆଜିଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମର ପ୍ରଥମ ଦିନରେ ତିନିଟି ପଞ୍ଚାୟତ ଗାଲୁଆ, ବିଷ୍ଣୁଡିହ, କୁମାରଙ୍ଗରେ ସରପଞ୍ଚ ଓ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ସମାଜସେବୀ ଓ ସମାଜସେବିକା ମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଗାଲୁଆ ସରପଞ୍ଚ ପ୍ରତିନିଧି ଚିତ୍ତରଂଜନ ସାମନ୍ତରାୟ, ବିଷ୍ଣୁଡିହ ସରପଞ୍ଚ ଶେଷଦେବ ପ୍ରଧାନ, କୁମାରାଙ୍ଗ ସରପଞ୍ଚ ମନୋଜ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଆୟୋଜକ ଅରୁଣିମା କ୍ଲବ ପକ୍ଷରୁ ସଭାପତି ଶେଷଦେବ ବରାଳ, ଉପଦେଷ୍ଟା ମୁକୁନ୍ଦ ମହାନ୍ତି, ମୁଖ୍ୟ ଉପଦେଷ୍ଟା ପର୍ଶୁରାମ ପଟ୍ଟନାୟକ, ସଂଯୋଜକ ଦୀପକ ଜେନା, ବରିଷ୍ଠ ଉପଦେଷ୍ଟା ବସନ୍ତ ବରାଳ, ନିରଞ୍ଜନ ପ୍ରଧାନ, ଗିରିଜା ପ୍ରସାଦ ନାୟକ ବର୍ମା, ସଂପାଦକ ସୁନିଲ ପାଇକରାୟ, ସତ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ କ୍ଲବ ପକ୍ଷରୁ ବାଣପୁର ବ୍ଲକର ଅନ୍ୟ…
ପିଣ୍ଟୁ ବିଶୋୟୀ ବେଗୁନିଆପଡା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ସାମ୍ନାକୁ ଆସିବାରେ ଲାଗିଛି। ଏଥିଲାଗି ବିଭିନ୍ନ ପଞ୍ଚାୟତ ଗୁଡିକୁ ସରପଞ୍ଚମାନେ ସଟଡାଉନ ଘୋଷଣା କରିଛନ୍ତି। ତେବେ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ସାତ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ। ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର, ତାଳସର ଓ ସଣ୍ଡମୂଳ ପଞ୍ଚାୟତର ରାହାଡା ଏବଂ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼, ଫାରକାପଲି ଓ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁକୁ ବଫର ଜୋନ ଭାବେ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ। ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି। ଏଥି ସହ ଆଜି ହଂସତୁଳି ଗ୍ରାମକୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ…

