ଅନୁଗୁଳ : ଗଞ୍ଜାମ ଓ ଯାଜପୁର ଜିଲ୍ଲାବାସୀଙ୍କୁ ଅନୁଗୁଳ ଆସିବାକୁ ମନା କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି । ଅନୁଗୁଳକୁ ପ୍ରବେଶ ଉପରେ ଦୁଇ ଜିଲ୍ଲାବାସୀଙ୍କୁ ବାରଣ କରାଯାଇଛି । ସେହିପରି ଜରୁରୀ କାମରେ ଅନୁଗୁଳ ଆସିଲେ କ୍ବାରେଣ୍ଟିନ୍ ବାଧ୍ୟତାମୂଳକ କରାଯାଇଛି । 14 ଦିନ ପାଇଁ ସରକାରୀ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Author: Samikhsya Bureau
ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସ ହସ୍ପିଟାଲର 10 ମହଲା ତଳକୁ ଡେଇଁଛନ୍ତି ଜଣେ ଜୁନିଅର ଡାକ୍ତର । ଜଣେ 25ବର୍ଷୀୟ ଜୁନିୟର ଡାକ୍ତର ହସ୍ପିଟାଲର 10 ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତ୍ୟୁବରଣ କରିଥିବା ଡାକ୍ତର ଜଣକ ମନୋବିଜ୍ଞାନ ବିଭାଗର ଜୁନିଅର ଡାକ୍ତର ରୂପେ କାର୍ଯ୍ୟରତ ଥିଲେ । ଗତକାଲି ଅପରାହ୍ନ 5ଟା ବେଳେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ତେବେ ଏହି ଡାକ୍ତର କାହିଁକି ଛାତରୁ ଡେଇଁଲେ ଜଣାପଡ଼ିନାହିଁ। ତେବେ ଡାକ୍ତର ଜଣକ ଡିପ୍ରେସନରେ ଥିବା କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ 6ତାରିଖରେ ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ସାମ୍ବାଦିକ ଚାରି ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। (ଏଜେନ୍ସି)
ବଣାଇ : ବଣାଇ ଉପଖଣ୍ଡ ଚିକିତ୍ସାଳୟର ଓପିଡି ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ । ଗୁରୁତର ରୋଗୀ ବ୍ୟତୀତ ଅନ୍ୟମାନଙ୍କୁ ନ ଆସିବାକୁ ପରାମର୍ଶ । ମେଡିକାଲର ଜଣେ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବା ନେଇ ଏସ୍ଡିଏମ୍ଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତକାଲିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ ରହିଛି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡି ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ଏମ୍ସର କିଛି କର୍ମଚାରୀଙ୍କ କରୋନା ପଜିଟିଭ ଆସିଥିବାରୁ ହସ୍ପିଟାଲ୍ରେ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି। ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍ରୁ ଆସୁ ଥିବାରୁ ସେମାନଙ୍କୁ ହସ୍ପିଟାଲ୍ ଆସିବାକୁ ବାରଣ କରାଯାଇଥିବା ଜଣାପଡ଼ିଛି। ସେହିପରି ଏମ୍କେସିଜି ଓ ମାଲ୍କାନଗିରି ଜିଲ୍ଲାର ଓପିଡି ବନ୍ଦ ରହିଛି ।
କେଦାର ମିଶ୍ର ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶହ ଦୁବେକୁ ପୋଲିସ ହତ୍ୟା କଲା। ତେବେ ହତ୍ୟା କଲାବେଳକୁ ବିକାଶ ଦୁବେ ପଳାତକ ଅପରାଧୀ ନଥିଲା। ତାର ଦିନକ ଆଗରୁ ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିରରେ ସେ ଆତ୍ମ ସମର୍ପଣ କରିଥିଲା। ଉତ୍ତର ପ୍ରଦେଶ ପୋଲିସ ଯେ ବିକାଶ ଦୁବେକୁ ହତ୍ୟା କରିବାକୁ ଚାହୁଁଛି ଏ କଥା ଆଗରୁ ସ୍ପଷ୍ଟ ହୋଇ ସାରିଥିଲା। ଏପରିକି ସୁପ୍ରିମ କୋର୍ଟରେ ଏକ ମାମଲା ଦାଖଲ ହୋଇଥିଲା ଯେଉଁଥିରେ କୁହା ଯାଇଥିଲା ଯେ, ବିକାଶ ଦୁବେର ଏନକାଉଣ୍ଟର ହେବାକୁ ଯାଉଛି। ଗତ ସପ୍ତାହରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ ଧରିବାରେ ସକ୍ଷମ ହୋଇ ନଥିଲା। ନିଜେ ଆତ୍ମ ସମର୍ପଣ କଲା ପରେ ତାକୁ ହତ୍ୟା କରିବାର ଯେଉଁ ତଥାକଥିତ “ବୀରତ୍ଵ” ସେଥିରେ ରାଜନୀତିର ଦୁର୍ଗନ୍ଧ ବାରି ହୋଇ ପଡୁଛି। ବିକାଶ ଦୁବେ ସହିତ ଉତ୍ତର ପ୍ରଦେଶ ଶାସକ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏଥିରୁ ବାଦ ପଡିନି ଚିଲିକା ବ୍ଲକ। ଆଜି ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କରୋନା ପଜିଟିଭ ଚି଼ହ୍ନଟ ହେଲାପରେ ସତର୍କତା ପଦକ୍ଷେପ ମୂଳକ ଭାବେ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ସେଠି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସମ୍ପୂର୍ଣ୍ଣ ପଞ୍ଚାୟତ କୁ ଆଜି (ଶୁକ୍ରବାର) ସଂଧ୍ୟା ୦୭ ଟାରୁ ସୋମବାର ସଂଧ୍ୟା ୦୭ ଘଟିକା ଯାଏଁ ୭୨ ଘଣ୍ଟା ପାଇଁ ସଟ ଡାଉନ୍ ଘୋଷଣା କରିଛନ୍ତି। ଯେହେତୁ ସରପଞ୍ଚଙ୍କ ପ୍ରତିନିଧି ଆକ୍ରାନ୍ତ ହେବା ସ୍ଥାନୀୟ ସଂକ୍ରମଣ ମାମଲା ତେଣୁ କଡ଼ାକଡ଼ି ଭାବେ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୂଚନା ମିଳିଛି। ସେ ଉକ୍ତ ପଞ୍ଚାୟତରେ କୋଭିଡ ପରିଚାଳନାରେ ପ୍ରମୁଖ ଭୂମିକା ନିଭାଉଥିଲେ ତେଣୁ ବହୁତ ଲୋକଙ୍କ ସଂସ୍ପର୍ଶ ରେ ଆସିଥିବାର ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପରିବାରର ସମସ୍ତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର, ରେଳ ପଣ୍ୟ ପରିବହନ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ଓ ପରିବହନ ବୃଦ୍ଧି ନିମନ୍ତେ ପୂର୍ବ ତଟ ରେଳପଥ ଦ୍ବାରା ବିଜନେସ ଡେଭଲପମେଣ୍ଟ ୟୁନିଟ (ବିଡିୟୁ) ଗଠନ କରାଯାଇଛି। ଜୋନାଲ ସ୍ତରରେ ମୁଖ୍ୟ ମାଲ ପରିବହନ ପ୍ରବନ୍ଧକଙ୍କ ସମନ୍ବୟରେ ଟ୍ରେନ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ ବରିଷ୍ଠ ପ୍ରାଶାସନିକ ଗ୍ରେଡ ସ୍ତରୀୟ ଅଧିକାରୀ କମିଟିରେ ରହିବେ। ମଣ୍ଡଳ ସ୍ତରରେ ବରିଷ୍ଠ ପରିଚାଳନା ପ୍ରବନ୍ଧକଙ୍କ ସମନ୍ବୟରେ ଟ୍ରେନ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ କନିଷ୍ଠ ପ୍ରାଶାସନିକ ସ୍ତରୀୟ ଅଧିକାରୀ ରହିବେ। ଏହି ୟୁନିଟ ଗୁଡିକ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ଆଲୋଚନା କରି ସଡକ ପଥରେ ପରିବହନ ହେଉଥିବା ପଣ୍ୟକୁ ରେଳ ଦ୍ବାରା ପରିବହନ କରିବାକୁ ଆକୃଷ୍ଟ କରିବେ। ଏହି ବିଜନେସ ଡେଭଲପମେଣ୍ଟ ୟୁନିଟ (ବିଡିୟୁ) ଗୁଡିକ ଗ୍ରାହକ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ବାରମ୍ବାର ଆଲୋଚନା କରିବେ। ଏହି ୟୁନିଟ…
ଭୁବନେଶ୍ବର, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ, ଆଶ୍ବସ୍ତିର ଖବର ଯେ ଆରୋଗ୍ୟ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 565 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 185 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ରାୟଗଡ଼ାରୁ 85, ବଲାଙ୍ଗିର 45, କଟକରୁ 32 ସୁସ୍ଥ ହୋଇଛନ୍ତି। ମାଲକାନଗିରିରୁ 30, ବରଗଡ଼ ଓ ସୁନ୍ଦରଗଡ଼ରୁ 24 ଲେଖାଏଁ, ଅନୁଗୁଳରୁ 23, ବାଲେଶ୍ବର ଓ ଜଗତସିଂହପୁରରୁ 17 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 15, ଯାଜପୁରରୁ 13, କେନ୍ଦ୍ରାପଡ଼ାରୁ 10, ଗଜପତି, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ 8 ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜରୁ 7, ଭଦ୍ରକରୁ 4, ପୁରୀରୁ 3, ଢେଙ୍କାନାଳ ଓ କେନ୍ଦୁଝରରୁ 2 ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ 25ଟି ଜିଲ୍ଲାରୁ 755 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…
ସୀତାରାମ ଅଗ୍ରୱାଲ ଚିଲିକା, ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀ ମାନଙ୍କ ପାଠ୍ୟକ୍ରମ ସମାପନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନୌସେନା ତଟରକ୍ଷୀ ବାହିନୀ ପ୍ରଶିକ୍ଷାାର୍ଥୀମାନଙ୍କ ଏହି ପ୍ରଶିକ୍ଷଣ ସମାରୋହକୁ ଆଇଏନଏସ ଚିଲିକାର ଅଧିକାରୀ କମୋଡର ରୁତୁରାଜ ସାହୁ ନୀରିକ୍ଷକ ଅଧିକାରୀ ଭାବେ ନୀରିକ୍ଷଣ କରି ଯୋଗ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ। ନିରିକ୍ଷିତ ଅଧିକାରୀ ତାଙ୍କ ଭାଷଣରେ ସ୍ନାତ୍ତକ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ଭାରତୀୟ ନୌସେନାର ମୂଳ କର୍ତ୍ତବ୍ୟ ବଜାୟ ରଖି ଆଗକୁ ସମ୍ମାନ ଓ ସାହସର ସହିତ କାମ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ କରୋନା କାରଣରୁ ସମାରୋହରେ ଉପସ୍ଥିତ ହୋଇ ପାରିନଥିବା ପ୍ରଶିକ୍ଷାର୍ଥୀମାନଙ୍କର ପିତାମାତାଙ୍କୁ ବି ଅଭିନନ୍ଦନ ଜଣାଇଥିଲେ। ଅଭିଷେକ ସିଂହ ବରିଷ୍ଠ ସେକେଣ୍ଡାରୀ ରିକୃଟ୍, ଏମ.ଡି.ରାଓ ନାବିକ (ସାଧାରଣ ଡ୍ୟୁଟି) ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ପକ୍ଷରୁ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପାଠ୍ୟକ୍ରମ ଉତ୍ସବ ଶେଷରେ ସମସ୍ତଙ୍କ ପାଇଁ ଏକ…
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଆଜି (ଶୁକ୍ରବାର) ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ ଦୁର୍ଘଟଣା ଜନିତ ମୃତ୍ୟୁର ମକଦ୍ଦମାର ପରିଚାଳନା କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତ ଏହି ଲୋକ ଅଦାଲତରେ ସୁପରିଚାଳନା କରିଥିଲେ ଏବଂ ସରକାର ଦ୍ୱାରା ନିର୍ଦ୍ଧାରିତ କରୋନା ପାଇଁ ଥିବା ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ କଟକଣାର ସମ୍ପୂର୍ଣ୍ଣ ଭାବେ ଅନୁପାଳନ ପୂର୍ବକ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ପବ୍ଲିକ୍ ପ୍ରସିକ୍ୟୁଟର୍ ନଳିନୀ ରଞ୍ଜନ ମହାରଣା ଓ ଶ୍ରୀମତୀ ଜ୍ୟୋତିର୍ମୟୀ…
ନୂଆଦିଲ୍ଲୀ, କରୋନାକୁ ଭୟ ବଢୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏକ ଭଲ ଖବର ଶୁଣାଇଛନ୍ତି। ଦେଶରେ ସାଂଘାତିକ ଭାବେ ବିଶେଷ କରି ଜୁଲାଇ ମାସରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସହ ଏହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଉଛି। ହେଲେ ଆଜି (ଶୁକ୍ରବାର) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ନିଶ୍ଚିତ ଭାବେ ସମସ୍ତଙ୍କ ମନରୁ ଭୟ ଦୂର କରିଦେବ। କାରଣ ଏହି ରିପୋର୍ଟ ଅନଯାୟୀ ଦେଶରେ କୋଭିଡ-19 ସଂକ୍ରମିତଙ୍କ ସୁସ୍ଥ ହାରରେ ଯଥେଷ୍ଟ ଉନ୍ନତି ଘଟୁଛି। ଏହା 62.42 ପ୍ରତିଶତରେ ପହଞ୍ଚିଛି। ଅନ୍ୟପକ୍ଷରେ ମୃତ୍ୟୁ ହାର 2.72 ପ୍ରତିଶତକୁ ଖସିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ପଜିଟିଭ୍ ସଂଖ୍ୟା ବଢୁଛି କିନ୍ତୁ ଏହାଠୁ ଅଧିକ ମାତ୍ରାରେ ସୁସ୍ଥ ହେଉଛନ୍ତି । ଏପରିକି ବର୍ତ୍ତମାନ ଦେଶରେ ସୁସ୍ଥ…
ଭୁବନେଶ୍ବର, 2015 ଓ 2016 ମସିହା ପାଇଁ ଓଡି଼ଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଆଜି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ଏକାଡେମୀର ପୁରସ୍କାର ଘୋଷଣା କରାଯାଇଛି। 2015 ମସିହା ପୁରସ୍କାର ପାଇଁ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ ଉପନ୍ୟାସ – ଗୋଟିଏ ଯୋଡି ଗାଁର କାହାଣୀ ପାଇଁ ନିତ୍ୟାନନ୍ଦ ପଣ୍ଡା କ୍ଷୁଦ୍ରଗଳ୍ପ- ଗପର ମୁହଁ ପାଇଁ ପବିତ୍ର ପାଣିଗ୍ରାହୀ କାବ୍ୟ କବିତା- ଗୋଧୂଳି ଗୀତ ପାଇଁ ବୀଣାପାଣି ପଣ୍ଡା ନାଟକ ଓ ଏକକିଙ୍କା- ମଞ୍ଚମାୟା ଓ ନାଚୁଆ ଓ ଅନ୍ୟାନ୍ୟ ନାଟକ ପାଇଁ ଯୁଗ୍ମ ଭାବେ ସଂଜୟ ହାତୀ ଓ ନବୀନ କୁମାର ପରିଡ଼ା ପ୍ରବନ୍ଧ ଓ ସମାଲୋଚନା-ସାହିତ୍ୟ ସମୋଲୋଚନା ତାତ୍ବିକ ଓ ପ୍ରାୟୋଗିକ ପ୍ରସଂଗ ପାଇଁ ପଞ୍ଚାନନ ମିଶ୍ର ଜୀବନୀ ଓ ଭ୍ରମଣ ସାହିତ୍ୟ- ଲୌହମାନବ ସର୍ଦ୍ଦାର ପଟେଲ ପାଇଁ ଧରଣୀଧର ପାଣିଗ୍ରାହୀ ଅନୁବାଦ- ତଥାପି କିଛି ରହିଯିବ ପାଇଁ ବିଜୟ…
ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 45 କରୋନା ପଜିଟିଭ ଚିହ୍ଟଟ ହୋଇଛନ୍ତି । 45ରୁ 35 କ୍ବାରେଣ୍ଟିନ କେନ୍ଦ୍ରରୁ ଚିହ୍ଚଟ ହୋଇଥିବା ବେଳେ 10 ଜଣ ଲୋକାଲ କଣ୍ଟ୍ରାକ୍ଟ କେସ୍ ଥିବା ଭୁବନେଶ୍ବର ମହାନଗର ନିଗମ ଦେଇଥିବା ସୂଚନାରୁ ଜଣାପଡ଼ିଛି। ବରଗଡ଼ ବ୍ରିଟ କଲୋନିରୁ ଜଣେ, ପଟିଆ ଅଞ୍ଚଳରୁ ଜଣେ, ଶୈଳଶ୍ରୀ ବିହାରରୁ ଜଣେ, ଶୁକ ବିହାରରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂର୍ଯ୍ୟନଗରରୁ ଜଣେ ଦାନ୍ତ ଡାକ୍ତର, ନୀଳାଦ୍ରି ବିହାରରୁ ଜଣେ ଆକ୍ରାନ୍ତ, ବିଜେବି ନଗରରୁ ଜଣେ, ପଳାଶୁଣିରୁ ଜଣେ, ଘାଟିକିଆରୁ ଜଣେ ଚିହ୍ଟଟ ହୋଇଛନ୍ତି। ଆଜିର 45 ଜଣଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 602 ହୋଇଛି। ଭୁବନେଶ୍ବରରୁ ଆଜି 6 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ସୂଚନା ଦେଇଛି। ଏଯାବତ ଭୁବନେଶ୍ବରରେ 308 ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ 287 ଥିବା ସୂଚନା ମିଳିଛି।
ଭୁବନେଶ୍ବର, ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ବାଦଶ ରେଜଲ୍ଟ। ICSE ଦଶମ ପାସ୍ ହାର 99.33 ପ୍ରତିଶତ ରହିଥିବା ବେଳେ ISC ଦ୍ବାଦଶ ପାସହାର 96.84 ପ୍ରତିଶତ ରହିଛି। ଆଭେରେଜ ମାର୍କିଂ ଆଧାରରେ ଏହି ରେଜଲଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ICSE ଓ ISC ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ମିଳିପାରିବ ବୋଲି ସୂଚନା ଦିଆଯାଇଛି।
କାନପୁର, କାନପୁର ସୁଟ୍ ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ସହ ଏନକାଉଣ୍ଟର ପରେ ଘଟଣା କିପରି ଥିଲା ତାହାର ବିସ୍ତୃତ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶ ଅତିରିକ୍ତ ପୋଲିସ ମହା ନିର୍ଦେଶକ ଏଡିଜେ (ଆଇନ ଏବଂ ଶୃଙ୍ଖଳା) ପ୍ରଶାନ୍ତ କୁମାର। ଆଜି ସକାଳୁ ଘଟଣା ଘଟିବା ପରଠାରୁ ବିଭିନ୍ନ ପୋଲିସ ଅଧିକାରୀ ଯାହା କହି ଆସୁଥିଲେ, ପ୍ରଶାନ୍ତ କୁମାର ତାହାକୁ ହିଁ ଦୋହରାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କିଛି ବି ନୂଆ ତଥ୍ୟ ଦେଇନାହାନ୍ତି। ସଡ଼କ ଦୁର୍ଘଟଣା ପରେ ବିକାଶ ଦୁବେ କିପରି ଖସିବାକୁ ଉଦ୍ୟମ କରିଥିଲା ଏବଂ ସେ କିପରି ପୋଲିସ ଗୁଳିର ଶିକାର ହୋଇଥିଲା ତାହା ହିଁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଏଡିଜେ ପ୍ରଶାନ୍ତ କୁମାର। ଏଥିସହିତ ବିକେରୁ ସୁଟ୍ ଆଉଟ୍ ଘଟଣାରେ ଏବେ ବି ଆଉ କେତେଜଣ ଫେରାର ଅଛନ୍ତି ଏବଂ କେତେ ଜଣ ଜେଲରେ ଅଛନ୍ତି ସେ ନେଇ ସୂଚନା ଦେଇଥିଲେ। ଆଜି ସକାଳୁ ହିଁ…
ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଗଜପତିବାସୀଙ୍କୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଗଜପତି ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନାହିଁ। ଏପରିକି ଗଞ୍ଜାମ ଜିଲ୍ଲାରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ଯିବାକୁ ମନା କରାଯାଇଛି। ଦୈନିକ ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯାତାୟତ ଉପରେ ରୋକ୍ ଲଗାଯିବା ନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ହେଲେ ମାଲ ପରିବହନ ଓ ଅତ୍ୟାବଶ୍ୟକ ସେବା ବାବଦ ପରିବହନକୁ ଅନୁମତି ଦିଆଯାଇଛି।
ସୀତାରାମ ଅଗ୍ରଓ୍ବାଲ ଚିଲିକା : ରାଜ୍ୟରେ କରୋନା ସ୍ଥିତି ବେଶ୍ ଜଟିଳ ରହିଥିବାବେଳେ କରୋନା ଯୋଦ୍ଧାମାନେ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ତେବେ କରୋନା ଯୋଦ୍ଧାଙ୍କୁ ନେଇ ସ୍ଥାନୀୟ ପ୍ରଶାସନ କେତେ ଦୂର ଯତ୍ନଶୀଳ, ତାହା ପ୍ରଶ୍ନର ବିଷୟ ପାଲଟିଛି । ଖୋର୍ଦ୍ଧା ଜିଲ୍ଲାର ଜଣେ କରୋନା ଯୋଦ୍ଧା ତଥା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଏହାର ସୂଚନା ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ପାଖରେ ନାହିଁ । ମିଳିଥିବା ସୂଚନା ଅନୁସାରେ ଚିଲିକା ବ୍ଲକ ଡୁଙ୍ଗମାଳ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଟିଏମ୍ସିରେ କାର୍ଯ୍ୟରତ ଥିଲେ । ଗତ ଜୁଲାଇ 6 ତାରିଖରେ ସେ ଜ୍ବର ଥଣ୍ଡାରେ ପୀଡ଼ିତ ହେବା ପରେ ଏମ୍ସ ହସ୍ପିଟାଲକୁ ଚିକିତ୍ସା ନିମେନ୍ତ ଆସିଥିଲେ । କିନ୍ତୁ ତାଙ୍କୁ ସେଠାରୁ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାର ସୂଚନା ଦେଇଛନ୍ତି ସରପଞ୍ଚ…
ନୂଆଦିଲ୍ଲୀ : ଆମେରିକା ଓ ବ୍ରାଜିଲ୍ ପରେ ଭାରତ ପ୍ରଭାବିତ ଦେଶ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଆଜି ଦେଶରେ ରେକର୍ଡ ସଂଖ୍ୟକ 26 ହଜାରରୁ ଉର୍ଦ୍ଧ୍ବ କରୋନା ମାମଲା ଚିହ୍ନଟ ହୋଇଛି । ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଏପର୍ଯ୍ୟନ୍ତ 21 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଲାଣି । ସେହିପରି ପ୍ରାୟ ଆଠ ଲକ୍ଷ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି । ତେବେ କରୋନାର ପ୍ରକୋପକୁ ଦେଖି କିଛି ରାଜ୍ୟ ନିଜ ପ୍ରଦେଶରେ ପୁନର୍ବାର ଲକ୍ଡାଉନ୍ ଜାରି କରିବା ନେଇ ଘୋଷଣା କରିଛନ୍ତି । ତେବେ ପୁନର୍ବାର ଲକ୍ଡାଉନ୍ ଜାରି ହୋଇଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ । ତେବେ ଆସନ୍ତୁ ଜାଣିବା ଏହି ରାଜ୍ୟରେ ଲକ୍ଡାଉନ୍କୁ ନେଇ କ’ଣ ସବୁ ନିୟମ କରାଯାଇଛି । ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜୁଲାଇ 10 ତାରିଖ ରାତ୍ରି 10ଟାରୁ…
କଟକ : କଟକ ମହାନଗର ଅଞ୍ଚଳରୁ ଆଉ 16 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ସିଏମ୍ସି । ଚିହ୍ନଟ 16ରୁ 13 ସରକାରୀ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବାବେଳେ 2 ଜଣ ଲୋକାଲ୍ କଣ୍ଟାକ୍ଟ କେସ ରହିଥିବାବେଳେ ଜଣେ ପେଡ୍ କ୍ବାରେଣ୍ଟାଇନ୍ରୁ ରହିଛନ୍ତି । ଏସ୍ସିବି ଆଇସୋଲେସନରୁ ତିନି ଜଣ ରହିଥିବାବେଳେ ସମ୍ ହସ୍ପିଟାଲ ଆଇସୋଲେସନ୍ରୁ 2. କ୍ୟାନସର ହସ୍ପିଟାଲ ଲିଙ୍କ୍ରୁ ଆଉ 4 ଜଣ ଚିହ୍ନଟ ହୋଇଥିବାବେଳେ କଟକ ସଦରରୁ ଆଉ ତିନି ଚିହ୍ନଟ ହୋଇଛନ୍ତି । ଏମ୍ସ୍ ଆଇସୋଲେସନ୍ ଓ୍ବାର୍ଡରୁ ଜଣେ ଚିହ୍ନଟ ହୋଇଛି । ସିଡିଏ ସେକ୍ଟର 11ରୁ ଜଣେ ପୋଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ମଙ୍ଗଳାବାଗ ବଢେଇ ସାହି ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁରରୁ 5 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଆଜି ଚିହ୍ନଟ 5 ପଜିଟିଭ୍ଙ୍କ ମଧ୍ୟରେ ବାଲିକୁଦାରୁ 3 ଜଣ, ତିର୍ତ୍ତୋଲରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି। ସମସ୍ତ ପାଞ୍ଚ ପଜିଟିଭ୍ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ସମସ୍ତ 5 ପଜିଟିଭ୍ ଟିଏମ୍ସିର ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 373ରେ ପହଞ୍ଚିଛି। ସେହିପରି 281 ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା 92ଟି ସକ୍ରିୟ ମାମଲା ରହିଛି।
କେନ୍ଦୁଝର : ହାତୀଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଡବିଲ ଫରେଷ୍ଟର, ଗୁଆଲୀ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । ଦାୟିତ୍ବରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କଲେ କେନ୍ଦୁଝର ଡିଏଫ୍ଓ । ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ବଡବିଲ୍ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ 2 ଦିନ ପୂର୍ବେ ଏକ 4 ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ।
ନୂଆଦିଲ୍ଲୀ : ବାହୁବଳୀ ସୁପରଷ୍ଟାର୍ ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମର ଟାଇଟଲ୍ ସହ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଏହି ଫିଲ୍ମର ନାମ ‘ରାଧେ ଶ୍ୟାମ୍’ ରହିଛି । ଏହି ଫିଲ୍ମରେ ପ୍ରଭାସ ଓ ପୂଜା ହେଗେଡଙ୍କ ଜବରଦସ୍ତ ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ଭାଷାରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ପୋଷ୍ଟର ରିଲିଜ୍ କରାଯାଇଛି । ’ରାଧେଶ୍ୟାମ୍’‘ ଚାରୋଟି ଭାଷାରେ ରିଲିଜ୍ ହେବାକୁ ରହିଛି । ଏହା 2021 ମସିହାରେ ରିଲିଜ୍ ହେବ ବୋଲି ସୂଚନା ରହିଛି । ପ୍ରଭାସ ଏହି ଫିଲ୍ମରେ ପୋଷ୍ଟରକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରୁଛି । ରିଲିଜ୍ ହୋଇଥିବା ପୋଷ୍ଟରରେ ପ୍ରଭାସ ବେଶ୍ ହ୍ୟାଣ୍ଡସମ୍ ଲାଗୁଥିବାବେଳେ ପୂଜା ରେଡ୍ ଗାଉନ୍ରେ ବେଶ୍ ଗ୍ଲାମର୍ସ ଲାଗୁଛନ୍ତି । ଏହି ପୋଷ୍ଟରରେ ପୂଜା ଓ ପ୍ରଭାସ ରୋମାଣ୍ଟିକ୍ ଡ୍ୟାନ୍ସ କରୁଥିବାର ପୋଜ୍ ଦେଇଛନ୍ତି । ସେହିପରି ରିଲିଜ୍ ହୋଇଥିବା ପୋଷ୍ଟରର ବ୍ରାକ୍ଗ୍ରାଉଣ୍ଡରେ ବନ୍ୟା…

