କଟକ, ରାଜ୍ୟର ମୁଖ୍ୟ ବ୍ୟବସାୟ ପେଣ୍ଠ ହେଉଛି କଟକ। ଦୀର୍ଘ ଦିନ ଧରି ଲକ ଡାଉନ ଯୋଗୁଁ ଏହି ସହର ଦୋକାନ ବଜାର ବନ୍ଦ ଥିଲା। ବର୍ତ୍ତମାନ ଖୋଲିବା ପାଇଁ ନିଷ୍ପତି ହୋଇଥିବାରୁ କିପରି ସତର୍କତା ସହ ଏହା କରାଯିବ ସେ ନେଇ ଚିନ୍ତା। ସେଥିପାଇଁ କଟକ କମିଶନରେଟ ପୋଲିସ ତରଫରୁ ବ୍ୟବସାୟୀ ମହାସଂଘ ସହିତ ଆଲୋଚନା କରୁଛନ୍ତି।
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରର ଜଣେ ଆକ୍ରାନ୍ତ ସୁସ୍ଥ ହେବା ସହିତ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 56ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 56 ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ସକ୍ରିୟ କେସ୍ ସଂଖ୍ୟା 100 ରହିଥିବା ଜଣାପଡିଛି ।
ଭୁବନେଶ୍ବର, ଓଡିଶାର ସରକାର କୋଭିଡ ମୁକାବିଲା ପାଇଁ ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହା ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିଛି। ଅନ୍ୟ ରାଜ୍ୟ ଓଡିଶାର ଏହି ମୁକାବିଲା ପକ୍ରିୟାକୁ ବାଃ ବାଃ କରିବାରେ ଲାଗିଛି। ବିଭିନ୍ନ ପଦକ୍ଷେପ ଭିତରେ ବର୍ତ୍ତମାନ ଆଉ ଏକ ନୂଆ ତଥା ଅଭିନବ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି। ଏହାର ନାମ ରହିଛି ‘ଅପରେସନ ଶୁଭଯାତ୍ରା’। ବାହାର ରାଜ୍ୟରେ ଅଟକି ରହିଥିବା ହଜାର ହଜାର ଓଡିଆମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସରକାର ଏହି ନୂଆ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଯୁକ୍ତିବିଦ୍ୟା ଓଏସଡି ଭାବେ କାର୍ଯ୍ୟ କରୁଥିବା ମନୋଜ ମିଶ୍ର କହିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟରୁ ଟ୍ରେନ ଯୋଗେ ଓଡିଆମାନଙ୍କୁ ଆଣିବା ପାଇଁ ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେରଳରୁ ଏହି ଅପରେସନ ଶୁଭଯାତ୍ରା ଆରମ୍ଭ କରାଯାଇଛି। କେରଳରୁ ଶୁକ୍ରବାର ଦିନ 11ଶହ 50 ଜଣ ଓଡିଆ ଏକ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା…
ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଯାଜପୁରରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବା ବେଳେକ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି । ଯାଜପୁରର ବରୀ ବ୍ଲକ୍ ଅନ୍ତର୍ଗତ ଏହି 62 ବର୍ଷୀୟ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା ଏବଂ ସେ କ୍ବାରାଣ୍ଟାଇନ୍ରେ ରହିଥିଲେ । ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଲକ୍ଷ୍ନୌ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ସ୍ବତନ୍ତ୍ର ଟ୍ରେନ୍ ଚଳାଯାଇଥିଲେ ମଧ୍ୟ ଶ୍ରମିକ ମାନେ ଯିବା ପାଇଁ ଅଲଗା ରାସ୍ତା ବାଛୁଛନ୍ତି । ଶନିବାର ଏହିପରି ଏକ ଘଟଣା ଦେଖିବାକୁ ମିଳିଛି । ଏକ ମିକ୍ସଚର ମେସିନ୍ ଗାଡିରେ ଲୁଚି କରି ଯାଉଥିବା ସମୟରେ 18 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଉକ୍ତ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି । ଉତ୍ତର ପ୍ରଦେଶର ସିପ୍ରା ଜିଲ୍ଲାରେ ଏହି ଘଟଣା ଘଟିଛି । ଇନ୍ଦୋର ଯାଉଥିବା ସମୟରେ ସାନଓ୍ବେର ପୋଲିସ୍ ପକ୍ଷରୁ କଣ୍ଟେନରକୁ ଜବତ କରାଯିବା ସହିତ ସମସ୍ତ ଶ୍ରମିକଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା । (ଏଜେନ୍ସି)
ହାଇଦ୍ରାବାଦ : ଦେଶରେ ବିଗତ ଦୁଇ ମାସ ଧରି କରୋନା ଭାଇରସ୍ ଏହାର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଲୋକଙ୍କ ମଧ୍ୟ ଲୋକ ସଚେତନ ହେବାର ନା ନେଉନାହାନ୍ତି । କରୋନାର ଭୟ ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଏହି ବ୍ୟକ୍ତି ଜଣକ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କରୋନା ସନ୍ଦେହରେ ଏହି 60 ବର୍ଷୀୟ ବ୍ୟକ୍ତି ଜଣକ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଥିଲେ ମଧ୍ୟ କରୋନା ସନ୍ଦେହରେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । (ଏଜେନ୍ସି)
ବବ୍ଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କାଦୋପଡା ଅଞ୍ଚଳରେ ଏକ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟି ଦୁଇ ମହିଳା ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଉତକେଲା ଥାନା ଅନ୍ତର୍ଗତ କାଦୋପଡାରେ ଶନିବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଉତକେଲା ଥାନା ନିକଟସ୍ଥ କାଦୋ ପଡ଼ା ଅଞ୍ଚଳର ରେବତୀ ମେହେର (୫୪) ଆଜି ସକାଳ ୫ଟା ସମୟରେ ଘରେ ଚା ତିଆରି କରିବାକୁ ଯାଇ ଗ୍ୟାସ ଚୁଲ୍ଲା ଜଳାଇବା ସମୟରେ କୌଣସି କାରଣରୁ ହଠାତ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାକ୍ଷଣି ଗ୍ୟାସ ଟାଙ୍କି ଫାଟି ଯିବା ଫଳରେ ଘର କାନ୍ଥ ଭାଙ୍ଗିବା ସହିତ ଘର ଛପର ଉଡି ଯାଇଥିଲା, ନିଆଁର ଝାସ ପାଇ ପାଖରେ ଛିଡା ହୋଇ ଥିବା ପୂର୍ଣ୍ଣମୀ ମେହେରଙ୍କ (୬୦) ଶରୀର ଶତକଡା ୨୦ ଭାଗ ଜଳି ଯାଇଥିଲା। ଏହା ସମ୍ପର୍କରେ ସୂଚନା ପାଇବା ପରେ ଉତକେଲା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁକୁ…
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଶନିବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶନିବାର ଦିନ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଦୁଇ ନିହତ ଆତଙ୍କବାଦୀ ଜୈସ ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି । ଉକ୍ତ ଅଞ୍ଚଳରେ ଆହୁରି 4 ଜଣ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ଜଣାପଡିଛି । 10 ଘଣ୍ଟା ଧରି ଏନ୍କାଉଣ୍ଟର କରାଯିବା ପରେ ସେନା ପକ୍ଷରୁ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଜଣାପଡିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ସଂଖ୍ୟାଲଘୁ କମିଶନ ମୁଖ୍ୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି । ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କାରଣରୁ ଦିଲ୍ଲୀ ସଂଖ୍ୟାଲଘୁ କମିଶନ ମୁଖ୍ୟ ଜଫାରୁଲ୍ ଇସଲାମ୍ ଖାନ୍ଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ପୋଲିସ୍ର ସ୍ବତନ୍ତ୍ର ସେଲ୍ ପକ୍ଷରୁ ଆଇପିସିର ଧାରା 124ଏ(ଦେଶଦ୍ରୋହ) ଏବଂ 153ଏ (ଅସହିଷ୍ଣୁତା ବାର୍ତ୍ତା) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଦେଶରେ ଚାଲିଥିବା ଦଙ୍ଗା ଏବଂ ସଂଖ୍ୟାଲଘୁଙ୍କ ପ୍ରତି ହିଂସାକୁ ନେଇ ଜଫାରୁଲ୍ ଏପ୍ରିଲ୍ 28 ତାରିଖରେ ଏକ ଫେସବୁକ୍ ପୋଷ୍ଟ କରିଥିଲେ । ସୋସିଆଲ୍ ମିଡିଆରେ ଏହାକୁ ସମାଲୋଚନା କରାଯିବା ପରେ ଜଫାରୁଲ୍ କ୍ଷମାପ୍ରାର୍ଥନା କରିବା ସହିତ ନିଜ ପୋଷ୍ଟଟିକୁ ଡିଲିଟ୍ କରି ଦେଇଥିଲେ । (ଏଜେନ୍ସି)
https://www.youtube.com/watch?v=gHxqNqHXbi4
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ସହରର ଭୀମଭୋଇ ଛକ ଠାରେ ଭୀମଭୋଇ ଆର୍ଟ ସୋସାଇଟି ରେଢାଖୋଲ ତରଫରୁ ଚିତ୍ର କଳା ମାଧ୍ୟମରେ କରୋନା ସଂପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଛି । ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁ ଓ ସୁରେଶ କୁମାର ପୋଢ ଭୀମଭୋଇ ଛକ ନିକଟରେ କରୋନା ସଂପର୍କରେ ଏକ ଚିତ୍ର କରି ମହାମାରୀ କରୋନାକୁ କିପରି ସାରା ବିଶ୍ୱରୁ ହଟାଯାଇପାରିବ ଲୋକମାନଙ୍କୁ ଚିତ୍ରମାଧ୍ୟମରେ ବାର୍ତ୍ତା ଦେଇଥିଲେ । କରୋନା ଠାରୁ ଦୂରେଇ ରହିବାକୁ ହେଲେ ପ୍ରତ୍ୟେକ ମଣିଷ ମାକ୍ସ ପିନ୍ଧି ନିଜକୁ କରୋନା ଠାରୁ ସୁରକ୍ଷା ପାଇବା ପାଇଁ ମଧ୍ୟ ଚିତ୍ରମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଭିନ୍ନ ଭିନ୍ନ ସମୟରେ ଚିତ୍ରଶିଳପୀ ସୁଧୀର କୁମାର ସ୍ୱାଇଁ ରେଢାଖୋଲ ସହରରେ ଜନସଚେତନତା ସୃଷ୍ଟି ପାଇଁ ଏମିତି ପଥ ପାଶ୍ୱର୍ରେ ଚିତ୍ରକରି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବାଂଟିଥାନ୍ତି । ଚିତ୍ରଶିଳପୀ ସୁଧୀର ରେଢାଖୋଲ ମାଟିରେ ଜନ୍ମ ଲାଭ କରିଥିଲେ…
ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳର 68 ଯବାନ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀ ସ୍ଥିତ 31 ତମ ବାଟାଲିୟନ୍ର ଏହି 68 ଯବାନ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଏହି ଘଟଣା ପରେ ସିଆରପିଏଫ୍ର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 122ରେ ପହଞ୍ଚିଥିବା ବେଳେ ସମୁଦାୟ ଆକ୍ରାନ୍ତ ଯବାନଙ୍କ ସଂଖ୍ୟା 127ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଯବାନ ସୁସ୍ଥ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3738ରେ ପହଞ୍ଚିଛି । (ଏଜେନ୍ସି)
ଭୁବନେଶ୍ବର : ଯାଜପୁରରେ ଚିହ୍ନଟ ହୋଇଛନ୍ତି ଆଉ ଦୁଇ କରୋନା ପଜିଟିଭ୍ । ଯାଜପୁରର ବରୀ ବ୍ଲକ୍ରୁ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଛି । ଆକ୍ରାନ୍ତ ଦୁଇ ଜଣ ଯାକ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ 48 ଏବଂ 55 ରହିଛି । ଉଭୟ ଆକ୍ରାନ୍ତ କୋଲକାତା ଫେରନ୍ତା ହୋଇଥିବା ବେଳେ ଉଭୟଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଥିବା ବେଳେ 55 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି ।
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ବିଜୁ ଯୁବ ବାହିନୀ କରୋନା ଭଳି ମହାମାରୀ ସମୟରେ ସହରାଂଚଳର ବିଭିନ୍ନ ଓ୍ବାର୍ଡକୁ ଯାଇ ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡିଛି । ଆଜି ଭବାନୀପାଟଣା ପୌରାଞ୍ଚଳ ବିଜୁ ଯୁବବାହିନୀର ସ୍ବେଚ୍ଛାସେବୀ ମାନେ ସ୍ଥାନୀୟ ଓ୍ବାର୍ଡ ନଂ ୧୯ର ମଦନମୋହନ ପଡା ଓ ଦର୍ପଣ ସାଗର ପଡାରେ ‘ସଚେତନ ଓ୍ବାର୍ଡ , ସୁରକ୍ଷିତ ଓ୍ବାର୍ଡ’ ଅଭିଯାନ ଜରିଆରେ ଲୋକଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିଛନ୍ତି । ଜିଲ୍ଲା ସଂଯୋଜକ ଅବିନାଶ ଠାକୁରଙ୍କ ନେତୃତ୍ୱରେ ଲୋକମାନଙ୍କୁ ମାସ୍କ, ସାବୁନ ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ଓ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ବିଜୁ ଯୁବ ବାହିନୀ ସ୍ବେଚ୍ଛାସେବୀମାନେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା,ମହମ୍ମଦ ମୋସିମ, ମହମ୍ମଦ ଇସମାଇଲ, ଅମିତ ଯାଦବ, ଦେବରାଜ ନାଗ, ବିଭୁତି ଗଉଡ, ରାଜେନ୍ଦ୍ର ବେହେରା,ଜଗନ୍ନାଥ ନାଏକ, ନିରାକାର…
ନୂଆଦିଲ୍ଲୀ : ଜୁଲାଇ ପହିଲାରୁ ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍ ଏଜୁକେସନ୍ ଇନ୍ଷ୍ଟିଚ୍ୟୁସନ୍ ଖୋଲିବା ନେଇ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ ବିଜ୍ଞପ୍ତି ପ୍ରକାଶ କରିଛି। ଛାତ୍ରାଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ ଏଆଇସିଟିଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି। ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଓ ବିଭାଗୀୟ ସଚିବଙ୍କୁ ଚିଠି ଦିଆଯାଇଛି । ଚଳିତ ବର୍ଷ ବାକି ଥିବା ଶେଷ ବର୍ଷର ଶେଷ ସେମିଷ୍ଟାର୍ କରାଇବାକୁ ନେଇ ଗାଇଡଲାଇନ୍ରେ ଉଲ୍ଲେଖ କରାଯାଇଛି। ଟର୍ମିନାଲ୍ ଓ ଇଣ୍ଟର ମିଡିଏଟ୍ ପରୀକ୍ଷାକୁ ଜୁଲାଇ1ରୁ 31ମଧ୍ୟରେ କରାଯିବ। ତେବେ ଅନ୍ୟ ବର୍ଷର ପରୀକ୍ଷା ବାକି ଥିଲେ ସେହି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ୍ ମାର୍କକୁ ଧ୍ୟାନରେ ରଖି ପ୍ରମୋସନ୍ ଦିଆଯିବ ବୋଲି ଏଆଇସିଟିଇ ପକ୍ଷରୁ କୁହାଯାଇଛି । ସେହିପରି ଏହି ବର୍ଷ ଆଡ୍ମିସନ୍ ନେବାକୁ ଥିବା ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଅଗଷ୍ଟ 1ରୁ ଆରମ୍ଭ ହେବ ବୋଲି…
ଜଲନ୍ଧର : ପଞ୍ଜାବ ରାଜ୍ୟ ଜଲନ୍ଧରରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ଯୁବକ ଜଣକ ଚେକ୍ପୋଷ୍ଟ ନିକଟରେ ଛିଡା ହୋଇଥିବା ଜଣେ ପୋଲିସ୍ କର୍ମୀଙ୍କ ଉପରକୁ କାର ଚଢାଇ ଦେଇଛନ୍ତି । ତେବେ ଯୁବକ ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଜଲନ୍ଧରର ମିଲ୍କ ବାର୍ ଛକ ନିକଟରେ ଠିଆ ହୋଇଥିବା ପୋଲିସ୍କର୍ମୀମାନେ ଏକ କାର୍କୁ ରହିବାକୁ ଆଦେଶ ଦେଇଥିଲେ । କିନ୍ତୁ କାର୍ରେ ରହିଥିବା ଯୁବକ ଜଣକ କାହାରି କଥା ନ ଶୁଣି ଏସଏସଆଇଙ୍କ ଉପରେ କାର୍ ଚଢାଇ ଦେଇଥିଲେ । କାର୍ରେ ପୋଲିସ କର୍ମୀ ଜଣକ ଘୋଷାଡି ହୋଇ ବେଶ୍ କିଛି ବାଟ ଚାଲି ଯାଇଥିଲେ । ଅତିରିକ୍ତ ଏସ୍ଏଚ୍ଓ ଗାଡିର ପିଛା କରି ଯୁବକଙ୍କୁ ଧରିଥିଲେ । ଲକ୍ ଡାଉନ୍ ଜାରି ହୋଇଥିବା ସମୟରେ ପଞ୍ଜାବରେ ପୋଲିସ୍ ସହ ଦୁର୍ବ୍ୟବହାର ହେଉଥିବାର ଖବର ସାମ୍ନାକୁ ଆସୁଛି । କିଛି ଦିନ…
ଜଳେଶ୍ବର: ଜଳେଶ୍ବର ପୋଲିସ୍ ଷ୍ଟେସନରେ 143 ନମ୍ବର ଆକ୍ରାନ୍ତ ଅଟକ ଥିଲେ ବୋଲି ସୂଚନା ମିଳିଛି। କୋଲକାତାରୁ ଲକ୍ଷ୍ମଣନାଥ ଟ୍ରକ୍ରେ ପଳାଇ ଆସିଥିଲେ ଆକ୍ରାନ୍ତ ଜଣକ। ଅନ୍ୟ 17 ଜଣଙ୍କ ସହ ଚାଲି ଚାଲି ଏପ୍ରିଲ୍ 23ରେ ଜଳେଶ୍ବରରେ ପହଞ୍ଚିଥିଲେ। ତାଙ୍କୁ ସେହି ଏପ୍ରିଲ୍ 23 ରାତିରେ ଜଳେଶ୍ବର ପୋଲିସ୍ ଅଟକ ରଖିଥିଲା । ଏପ୍ରିଲ୍ 24ରେ ତାଙ୍କୁ ଭୋଗରାଇ ସରକାରୀ କ୍ବାରେଣ୍ଟିନ୍କୁ ପଠାଯାଇଥିଲା। ଲକ୍ଷଣ ନଥିଲେ ବି କୋଲକାତା ଫେରନ୍ତା ହୋଇଥିବାର ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ଏପ୍ରିଲ୍ 30ରେ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସାଗର ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସାଗର ଗ୍ରାମରେ ଥିବା କାହ୍ନପୁରା ପୋଖରୀରୁ ନିଲାମଧାରୀ ମାନେ ମାଛ ମାରୁଥିବା ବେଳେ ତାଙ୍କ ଜାଲରୁ ଗୋଟିଏ ମଣିଷ ଖପୁରୀ ବାହାରିଥିଲା। ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ଏ ବାବଦରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଏ ଖପୁରୀ କାହାର ଏବଂ କିଏ ଏହାକୁ ଆଣି ଏ ପୋଖରୀରେ ପକାଇଲା ସେ ବିଷୟରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
କୋରାପୁଟ: କୋରାପୁଟ ପୋତାଗଡ ଓ ଏହାର ତିନି କିମି ପରିଧିରେ ସୀମା ଆବଦ୍ଧ ଅବଧିକୁ ବୃଦ୍ଧି କରାଯାଇଛି। ଆଉ 48 ଘଣ୍ଟା ସୀମା ଆବଦ୍ଧ ଅବଧିକୁ ବଢାଇଛନ୍ତି ଜିଲ୍ଲାପାଳ । ଆଜି ଦିନ 12ଟା ପରଠାରୁ 4 ତାରିଖ ଦିନ 12ଟା ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରାଯାଇଛି । 4 ତାରିଖ ଦିନ 12ଟା ବା ଅନ୍ୟାଦେଶ ଯାଏଁ କଟକଣା ବଳବତ୍ତର ରହିବାର ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଗତ 27 ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ପୋଡ଼ାଗଡ଼ ପଞ୍ଚାୟତର ତିନିକିମି ପର୍ଯ୍ୟନ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଏବଂ 67 କିମି ପରିସୀମାର ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଥିଲା । କୋରାପୁଟ୍ରୁ ଚିହ୍ନଟ ହୋଇଥିବା…