ଭୁବନେଶ୍ବର, ଆଜି ସଂଧ୍ୟା 7ଟା 45 ମିନଟରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକ ଭିଡିଓ କନଫ୍ରେସିଂ ମାଧ୍ୟମରେ ହେବ। ତେବେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବିଶେଷ ସୁତ୍ରରୁ ଖବର ଅନୁସାରେ ଏହି ବୈଠକରେ 4 ଟି ଭିନ୍ନ ଭିନ୍ନ ପ୍ରସଂଗରେ ଆଲୋଚନା ହେବ। ସେଗୁଡିକ ମଧ୍ୟରେ ରହିଛି ପଞ୍ଚାୟତିରାଜ,ଅର୍ଥ,କୃଷି ଏବଂ ସ୍ବାସ୍ଥ୍ୟ ବିଭାଗର ପ୍ରସଂଗ। ତେବେ ଗତକାଲି ମୁଖ୍ୟମନ୍ତ୍ରୀ ପଞ୍ଚାୟତରେ କୋଭିଡ କେନ୍ଦ୍ର ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି। ତା ଉପରେ ମଧ୍ୟ କ୍ୟାବିନେଟ ମୋହର ଲାଗିପାରେ ବୋଲି ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଅଫିସ ସମୟରେ ନ କରି ସଂଧ୍ୟା 7 ଟା 45 ମିନଟରେ କାହିଁକି ଡାକିଲେ ସେ ନେଇ କାହା ପାଖରେ ଉତ୍ତର ନାହିଁ।
Author: Samikhsya Bureau
ନୂଆଦିଲ୍ଲୀ, ପୁଣି ଥରେ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତର 12 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ସଦ୍ୟତମ ସୂଚନା ଅନୁସାରେ ଆଜି ପେଟ୍ରୋଲ 53 ପଇସା ଏବଂ ଡିଜେଲ 64 ପଇସାକୁ ବୃଦ୍ଧି ଘଟିଛି। ଏହି ଦର ଆଜି ସକାଳ 6ଟାରୁ ଲାଗୁ କରାଯାଇଛି। ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୭୭.୮୧ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୬.୪୩ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮.୩୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୪.୩୦ ଟଙ୍କାକୁ ବୃଦ୍ଧି ପାଇଛି।ଦୀର୍ଘ 12 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ୮୨ ଦିନ ଧରି ଦର ସ୍ଥିର ରହିବା ପରେ ବର୍ତ୍ତମାନ ଏହାର ଦର ହୁହୁ ହୋଇ ବଢିବାରେ ଲାଗିଛି। ଏହି ୧୨ ଦିନ ଭିତରେ…
ବ୍ରହ୍ମପୁର, ଆଜି ଗଂଜାମ ଜିଲ୍ଲାରୁ ପୁଣି ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଜି ଜିଲ୍ଲାରୁ ମୋଟ 56 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ 13 ଜଣ କରୋନା ଯୋଦ୍ଧା ଅଛନ୍ତି ବୋଲି ଜଣାପଡିଛି।ଏମାନଙ୍କ ମଧ୍ୟରୁ ବେଲଗୁଣ୍ଠା, ବୁଗୁଡ଼ା, ଶେରଗଡ଼, ପୁରୀ, ସୋରଡ଼ା ଓ ରଙ୍ଗେଇଲୁଣ୍ଡାର ଜଣେ ଲେଖାଏଁ ଅଛନ୍ତି। ଏହାଛଡ଼ା ଦୁଇଜଣ ପୋଲସରା ବ୍ଲକର ଏବଂ ୫ଜଣ ବ୍ରହ୍ମପୁର ମହାନଗର ନିଗମର ଅଛନ୍ତି। ପୂର୍ବରୁ ଗଂଜାମ ଜିଲ୍ଲାରୁ କରୋନା ଯୋଦ୍ଧା ପଜେଟିଭ ଚିହ୍ନଟ ହୋଇଥିଲେ। ସେଥିପାଇଁ ଜିଲ୍ଲା ତରଫରୁ କରୋନା ଯୋଦ୍ଧାଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି।
ଭୁବନେଶ୍ବର : ଗ୍ରାମାଞ୍ଚଳର ସମସ୍ତ ଗରିବ ପରିବାରଙ୍କ କଚ୍ଚା ଘରକୁ ପକ୍କାଘରରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ବିଗତ 5 ବର୍ଷ ମଧ୍ୟରେ 26 ଲକ୍ଷ 18 ହଜାର 497 ପକ୍କା ଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମୀଣ ଗୃହ ନିର୍ମାଣ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ପଞ୍ଚାୟତ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂ ଏହି ଆଲୋଚନାରେ ଉପସ୍ଥିତ ଥିଲେ । ଏହା ସହିତ ଭୂମିହୀନ ପରିବାରକୁ ଜମି ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରୀପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଭୂମିହୀନ ଦରିଦ୍ର ଲୋକଙ୍କୁ ଜମି ପ୍ରଦାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ…
ଭୁବନେଶ୍ବର, କରୋନା ମହାମାରୀ ଆସିବା ପରେ ଲୋକସେବା ଭବନ ଭିତରକୁ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ କରିବା ପାଇଁ ବାରଣ କରାଯାଇଥିଲା। ହେଲେ ବର୍ତ୍ତମାନ ଲୋକସେବା ଭବନର କାମ ସ୍ବାଭାବିକ ହୋଇଥିବାରୁ ସାମ୍ବାଦିକଙ୍କୁ ଛାଡିବା ପାଇଁ ଦାବୀ ହୋଇଛି। ଏ ନେଇ ବିଭିନ୍ନ ସାମ୍ବାଦିକ ସଂଗଠନର ସାମ୍ବାଦିକମାନେ ଭୁବନେଶ୍ବରରେ ବିକ୍ଷୋଭ କରିଥିଲେ। ଏଥିସହିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ମୁଖ୍ୟତଃ ଲୋକସେବା ଭବନରୁ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ଖବର ଆସିଥାଏ। ଏପରିକି କୋଭିଡ 19 ସଂପର୍କରେ ଖବର ମଧ୍ୟ ମିଳିଥାଏ। ଯାହା ସାଧାରଣ ଲୋକେ ଜାଣିବା ନିହାତି ଆବଶ୍ୟକ। ହେଲେ ତା ଭିତରକୁ ସାମ୍ବାଦିକଙ୍କୁ ବାରଣ କରାଯାଇଥିବାରୁ ଖବର ସଂଗ୍ରହରେ ବାଧା ସୃଷ୍ଟି ହୋଇଛି। ସରକାର ତୁରନ୍ତ ତା ଉପରେ ଧ୍ୟାନ ଦିଅନ୍ତୁ ବୋଲି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଛନ୍ତି।
ଭୁବନେଶ୍ବର : ଲଦାଖ ସୀମାରେ ଶହିଦ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଯବାନଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡିରୁ 25 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଭାରତ-ଚୀନ୍ ସୀମା ବିବାଦ କାରଣରୁ ସଂଘର୍ଷ ଘଟି 20 ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଏହା ମଧ୍ୟରେ ଦୁଇ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନ୍ ଶହିଦ ହୋଇଥିଲେ ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଗଞ୍ଜାମ ଓକିଲ ସଂଘର ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା । କରୋନା ଭାଇରସ୍ ଆତଙ୍କ କାରଣରୁ ନିର୍ବାଚନକୁ ବାତିଲ କରାଯାଇଥିବା ବେଳେ ଓଡିଶା ବାର୍ କାଉନ୍ସିଲ୍ର ନିର୍ଦ୍ଦେଶ କ୍ରମେ ସମସ୍ତଙ୍କୁ ମନୋନୀତ କରାଯାଇଛି । ଭଗବାନ ସାହୁଙ୍କୁ ଗଞ୍ଜାମ ଓକିଲ ସଂଘର ଚେୟାରମ୍ୟାନ୍ ଭାବରେ ମନୋନୀତ କରାଯାଇଛି । ବାର୍ କାଉନ୍ସିଲର୍ ନିର୍ଦ୍ଦେଶକ୍ରମେ ଅନ୍ୟ 8 ଜଣ ସଦସ୍ୟଙ୍କୁ ଏହାର ସଦସ୍ୟ ଭାବରେ ମନୋନୀତ କରାଯାଇଛି । ସୁଧାଂଶୁ ଶେଖର ପଣ୍ଡା, ବଂଶୀଧର ପାଳ, ପି ନରସିଂହ ପାତ୍ର, ନାରାୟଣ ପଣ୍ଡା, ମନୋଜ କୁମାର ପଟ୍ଟନାୟକ, ଜନାର୍ଦ୍ଦନ ସୁବୁଦ୍ଧି, ଲଲାଟେନ୍ଦୁ ପାଣିଗ୍ରାହୀ ଏବଂ ରବୀନ୍ଦ୍ର କୁମାର ଦେଓଙ୍କୁ ସଦସ୍ୟ ଭାବରେ ମନୋନୀତ କରାଯାଇଥିଲା । ଗଞ୍ଜାମ ଓକିଲ ସଂଘର ସମସ୍ତ ପୂର୍ବତନ ସଭାପତିଙ୍କ ଭୋଟ ଆଧାରରେ ଏହି ନିର୍ବାଚନ କରାଯାଇଥିଲା । ଆସନ୍ତା ମାର୍ଚ୍ଚ 2021 ପର୍ଯ୍ୟନ୍ତ…
ଭୁବନେଶ୍ବର : ରଜ ଠାରୁ ବନ୍ଦ ରହିଥିବା ମାର୍କେଟ୍ ବିଲ୍ଡିଂ ଖୋଲିଛି । ସର୍ତ୍ତମୂଳକ ଭାବରେ ମାର୍କେଟ୍ ବିଲ୍ଡିଂ ଖୋଲିବାର ନିଷ୍ପତ୍ତି ନେଇଛି ଭୁବନେଶ୍ବର ମହାନଗର ନିଗମ । ମାର୍କେଟ୍ ବିଲ୍ଡିଂ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ସାମାଜିକ ଦୂରତ୍ବ ଏବଂ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ନିୟମର ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର : ଭୁବନେଶ୍ୱରରେ ପୁଣି 17 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 14 ଜଣ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ 3 ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଏମ୍ସି ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି । ଏୟାରପୋର୍ଟ ନିକଟ ଭୀମପୁର ଅଞ୍ଚଳରୁ ଜଣେ, ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ ଯୁବକ, ନୂଆପଲ୍ଲୀ ଶବରସାହିରୁ ଜଣେ ଯୁବତୀ, ଜଣେ ବାଳକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନହରକଣ୍ଟା ପୁରୀ କେନାଲ ରୋଡରୁ ଅନ୍ୟ ଜଣେ ଯୁବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି 7 ଜଣ ରେଳବାଇ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ ଆଜି କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି ସେଠାରେ ବିଭିନ୍ନ ଦୋକାନ ବଜାର ସଫେଇ, ମାସ୍କ ପିନ୍ଧିବା , ସାମାଜିକ ଦୂରତାର ତଦାରଖ କରିଛନ୍ତି । ଏନଏସି ତରଫରୁ କରୋନା ସଂକ୍ରମଣ ସମ୍ପର୍କ ମାଇକ ପ୍ରଚାର ଗାଡି ବୁଲୁଥିବା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ବର୍ଯ୍ୟବସ୍ତୁ ପୁନରୁଦ୍ଧାର ସୁବିଧା ଗୃହ ପରିଦର୍ଶନ କରିଥିଲେ । ଏନଏସି ପ୍ରଶାସନକୁ ସାବାସୀ ଦେବାସହ ନିର୍ବାହି ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହାପରେ କବିସୂର୍ଯ୍ୟନଗର ଅଭିମୁଖେ ଯାଇଥିଲେ ଜିଲ୍ଲାପାଳ । ଏହି ଗସ୍ତ ସମୟରେ ଏନଏସି କର୍ମକର୍ତ୍ତା କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା, ସାନିଟେସନ ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡି, ସ୍ୱପ୍ନ କୁମାର ସାହୁ, ଦ୍ଵାରୀକା ନାଥ ପାଢ଼ୀ, ଧୀରଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବାଲୁଗାଁ ସ୍ଥିତ ଏକ ଏଟିଏମ୍ରୁ ସିସିଟିଭି ଲୁଟ୍ କରିବା ଅଭିଯୋଗରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି । ବାଲୁଗାଁ ସ୍ଥିତ ୟୁନିୟନ୍ ବ୍ୟାଙ୍କରୁ ସିସିଟିଭି ଚୋରି ଅଭିଯୋଗରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 15 ତାରିଖ ରାତିରେ ୟୁନିୟନ୍ ବ୍ୟାଙ୍କ ଏଟିଏମ୍କୁ ଲୁଟ୍ କରିବା ଉଦ୍ଦେଶ୍ୟରେ ଏହି ତିନି ଜଣ ପ୍ରବେଶ କରିଥିବା ବେଳେ ଏଟିଏମ୍ ଲୁଟ୍ କରିବାରେ ବିଫଳ ହୋଇଥିଲେ । ଏହା ପରେ ତିନି ଅଭିଯୁକ୍ତ ଏଟିଏମ୍ର ସିସିଟିଭି ଫୁଟେଜ୍ ଚୋରି କରି ନେଇଯାଇଥିଲେ । ଏହି ଘଟଣାରେ ତିନି ଅଭିଯୁକ୍ତ ସଞ୍ଜିତ ଲାଲ୍(26), ମାଧବ କୁମାର ଘଡେଇ(28) ଏବଂ ସୁମଙ୍ଗଳ ଢାଲି(23)ଙ୍କୁ ପୋଲିସ୍ ଗିରଫ କରିଛି । ପୋଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରି କେସ୍ ନମ୍ବର 104 ଅନୁଯାୟୀ ଆଇପିସିର ଧାରା 457/380/427/34 ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ବାଲୁଗାଁ…
ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବୁଧବାର ସିସୋଦିଆଙ୍କ ସ୍ବାବ୍ ନମୂନା ପଜିଟିଭ୍ ଆସିଥିବା ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ପଟପଡଗଞ୍ଜରୁ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବ୍ୟତିତ କାଲକାଜିର ବିଧାୟିକା ତଥା ମୁଖପାତ୍ର ଆତିଶି ମାର୍ଲେନା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଥିବା ବେଳେ ଆତିଶି ନିଜକୁ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ । ଉଭୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ 73 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କନ୍ଧମାଳରୁ 14, କେନ୍ଦୁଝରରୁ11, ଖୋର୍ଦ୍ଧାରୁ 10, ଭଦ୍ରକରୁ 9, ଯାଜପୁରରୁ 7, ମୟୁରଭଞ୍ଜରୁ 6, ଗଞ୍ଜାମରୁ 4, କଟକରୁ 3 ଏବଂ ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତିତ ବାଲେଶ୍ବର, ଜଗତସିଂହପୁର, ଝାରସୁଗୁଡା ଏବଂ କଳାହାଣ୍ଡିରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା 3047କୁ ବୃଦ୍ଧି ପାଇଛି ।
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ବିଗତ ତିନି ମାସ ମଧ୍ୟରେ କରୋନା ଦ୍ବାରା ଜନଜୀବନ ଗଭୀର ଭାବରେ ପ୍ରଭାବିତ । ସମସ୍ତ ବର୍ଗ ଏବଂ କ୍ଷେତ୍ର ଏହା ଦ୍ବାରା ପ୍ରଭାବିତ । ଏହି ରୋଗର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନଥିବାରୁ ସତର୍କତା ହିଁ ଏଥିରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ । ଏହା ସହିତ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ଏବଂ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ବାରା ହିଁ ଏ ରୋଗକୁ ନିୟନ୍ତ୍ରଣ କରିପାରିବ । ଓଡିଶା ବାସୀଙ୍କ ସହଯୋଗରେ କରୋନା ନିୟନ୍ତ୍ରଣ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଛି । ବିଗତ ସମୟରେ ରାଜ୍ୟରେ 10 ହଜାର ଶଯ୍ୟାର କୋଭିଡ୍ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି । ଚିକିତ୍ସା ଉପକରଣ ପ୍ରସ୍ତୁତ ରଖାଯିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ ଉପଯୁକ୍ତ ତାଲିମ ମଧ୍ୟ…
ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମା ବିବାଦରେ ଶହୀଦ୍ ହୋଇଥିବା 20 ଜଣ ଯବାନଙ୍କ ନାମ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ ପରେ ଏହି ତାଲିକା ଘୋଷଣା କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବୈଠକ ପୂର୍ବରୁ ଦୁଇ ମିନିଟ୍ର ନୀରବ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ ଶହୀଦ ହୋଇଥିବା ଯବାନଙ୍କ ତାଲିକା : 1. ବିକୁମଲ୍ଲା ସନ୍ତୋଷ ବାବୁ : ହାଇଦ୍ରାବାଦ 2. ନନ୍ଦୁରାମ ସୋରେନ୍ : ମୟୁରଭଞ୍ଜ 3. ମନଦୀପ ସିଂ : ପଟିଆଲା 4. ସତନାମ ସିଂ : ଗୁରୁଦାସପୁର 5. କେ ପଲାନି : ମଦୁରାଇ 6. ସୁନୀଲ କୁମାର : ପାଟନା 7. ବିପୁଲ ରୟ : ମୀରଟ 8. ଦୀପକ କୁମାର : ରେଓ୍ବା 9. ରାଜେଶ ଓରାଙ୍ଗ ବୀରଘୁମ 10. କୁନ୍ଦନ କୁମାର ଓଝା : ସାହିବ୍ଗଞ୍ଜ 11. ଗଣେଷ…
ନୂଆଦିଲ୍ଲୀ : ଚୀନ୍ ସହିତ ସୀମା ବିବାଦ ଗମ୍ଭୀର ରୂପ ଗ୍ରହଣ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ସମସ୍ତ ବିରୋଧୀ ଦଳ ଏହି ବୈଠକରେ ଯୋଗଦେବେ । ଆସନ୍ତ ଜୁନ୍ 19 ତାରିଖ ଅପରାହ୍ନ 5ଟାରେ ଏହି ବୈଠକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ, ଗଲାଓ୍ବାନ ଉପତ୍ୟାକାରେ ଉଭୟ ରାଷ୍ଟ୍ର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷରେ 20 ଜଣ ଯବାନ ଶହୀଦ ହେବା ପରେ ସର୍ବଦଳୀୟ ବୈଠକର ଆହ୍ବାନ ଦେଇଛନ୍ତି ମୋଦି । (ଏଜେନ୍ସି)
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ସଞ୍ଜୟ ମେମୋରିଆଲ ବୈଷୟିକ ଅନୁଷ୍ଠାନର ସମ୍ମିଳନୀ ଗୃହରେ ଚନ୍ଦ୍ରକଳ୍ପେଶ୍ବର ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶ୍ରମିକଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶ୍ରମିକ ସଂଘର ସଭାପତି ଭଗବାନ ଗନ୍ତାୟତ ଏହି ବୈଠକରେ ସଭାପତିତ୍ବ କରିଥିଲେ । ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା 1500 ଟଙ୍କାର ସହାୟତା ମିଳୁନଥିବା ନେଇ ଆଲୋଚନା କରାଯାଇଥିଲା । ବିଭିନ୍ନ ବ୍ଲକ୍ର ଶ୍ରମିକଙ୍କ ନାମ ଅଲଗା ବ୍ଲକ୍ରେ ପଞ୍ଜୀକରଣ କରାଯାଇଥିବା ନେଇ ମଧ୍ୟକ ଅଭିଯୋଗ କରାଯାଇଥିଲା । ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ମିଳିନଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକ୍ର 100 ଶ୍ରମିକଙ୍କ ନାମ କନିଷି ବ୍ଲକ୍ରେ ରହିଥିବା ନେଇ ସଂଘର ସମ୍ପାଦକ ଡମ୍ବରୁ ରଣା ପ୍ରକାଶ କରିଥିଲେ । ଶ୍ରମିକଙ୍କ ଦାବି ପୂରଣ କରିବା ପାଇଁ…
ବରେଲୀ : ଉତ୍ତର ପ୍ରଦେଶର ଜଣେ 16 ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଦଶମ ଶ୍ରେଣୀର ଛାତ୍ରଙ୍କୁ ସାଙ୍ଗ ମାନେ କିନ୍ନର ବୋଲି ସମ୍ବୋଧନ କରିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ବରେଲୀର ସୁଭାଷ ନଗରରେ ରହୁଥିବା 16 ବର୍ଷୀୟ ବାଳକ ଜଣକ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ବଡଭାଇ ପାଖ ଘରେ ପାଠ ପଢୁଥିବା ସମୟରେ ସେ ଆତ୍ମହତ୍ୟା କରିଥିଲେ । ନିଜ ଆତ୍ମହତ୍ୟା ନୋଟ୍ରେ ସମସ୍ତେ ତାଙ୍କୁ କିନ୍ନର ବୋଲି ସମ୍ବୋଧନ କରୁଥିବା ନେଇ ଉଲ୍ଲେଖ କରିଛନ୍ତି ଯୁବକ । ତାଙ୍କ ଶରୀର ଝିଅଙ୍କ ପରି ହୋଇଥିବାରୁ ସାଙ୍ଗସାଥୀ ଏବଂ ପଡୋଶୀ ତାଙ୍କୁ କିନ୍ନର ବୋଲି ସମ୍ବୋଧନ କରୁଥିଲେ । ଏହା ସହିତ ଆଗାମୀ ଜନ୍ମରେ ଝିଅ ହୋଇ ଜନ୍ମ ନେବାକୁ ପସନ୍ଦ କରିବେ ବୋଲି ନିଜ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଛନ୍ତି ବାଳକ ଜଣକ । (ଏଜେନ୍ସି)
ଭୁବନେଶ୍ବର : ଲଦାଖ ସୀମାରେ ଶହୀଦ 2 ଓଡିଆ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧବାଞ୍ଜଳି ପ୍ରଦାନ କରିଛନ୍ତି । ଗଲଓ୍ଵାନ୍ ଘାଟିରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ବିଟ୍ଟର ଜରିଆରେ ବୀର ଯବାନଙ୍କୁ ନବୀନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସାହାସୀ ଯବାନଙ୍କୁ ସଲାମ କରିବାକୁ ରାଷ୍ଟ୍ର ଏକ ହେଉ ବୋଲି ନବୀନ ଆହ୍ବାନ ଦେଇଛନ୍ତି । ଯବାନମାନେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ବୋଲି ନବୀନ କହିଛନ୍ତି ।
ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ମନ୍ତବ୍ୟ ଦେଇଛି ଆର୍ଏସ୍ଏସ୍ । ସମସ୍ତ ସରକାରୀ ଟେଣ୍ଡରରୁ ଚୀନ୍ କମ୍ପାନୀକୁ ବାଦ ଦିଆଯିବା ଉଚିତ୍ ବୋଲି ଆରଏସ୍ଏସ୍ର ସହଯୋଗୀ ସଂସ୍ଥା ସ୍ବଦେଶୀ ଜାଗରଣ ମଞ୍ଚ ଦାବି କରିଛି । ଗଲଓ୍ବାନ୍ ଉପତ୍ୟାକାରେ ଉଭୟ ରାଷ୍ଟ୍ର ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଏହି ଆହ୍ବାନ ଦିଆଯାଇଛି । ସମସ୍ତ ଚୀନି କମ୍ପାନୀଙ୍କ ଭାରତ ପ୍ରବେଶ ତଥା ସରକାରୀ କାମର ଟେଣ୍ଡରରୁ ବାଦ ଦିଆଯିବା ଉଚିତ୍ ବୋଲି ସଙ୍ଗଠନ ପକ୍ଷରୁ ସରକାରଙ୍କୁ କୁହାଯାଇଛି । ଚୀନି ଉତ୍ପାଦକୁ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରିବାର ସମୟ ଆସିଛି ବୋଲି ସ୍ବଦେଶୀ ଜାଗରଣ ମଞ୍ଚ ସଭାପତି ଅଶ୍ବିନୀ ମହାଜନ ମତ ଦେଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ଆଜି 175 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4338କୁ ବୃଦ୍ଧି ପାଇଛି । ଚିହ୍ନଟ 175 ଆକ୍ରାନ୍ତଙ୍କ ମଧ୍ୟରେ 145 କ୍ୱାରେଣ୍ଟିନ ସେଣ୍ଟରରୁ ବାହାରିଥିବା ବେଳେ 30 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଗଜପତିରୁ ସର୍ବାଧିକ 57, ଖୋର୍ଦ୍ଧାରୁ 25, ପୁରୀରୁ 18, ବରଗଡ଼ରୁ 11, ଜଗତସିଂହପୁରରୁ 7, କନ୍ଧମାଳରୁ 7, ବାଲେଶ୍ୱରରୁ 6, ମୟୁରଭଞ୍ଜରୁ 5, ସୁନ୍ଦରଗଡ଼ରୁ 5, ନୂଆପଡ଼ାରୁ 4, କଟକରୁ 3, ବଲାଙ୍ଗୀରରୁ 3, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 4338 ରହିଥିବା ବେଳେ ଏହା ମଧ୍ୟରୁ 2974 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ…

