ଲଦାଖ : ଭାରତ-ଚୀନ୍ ସୀମାରେ ଘଟିଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଏହା ମଧ୍ୟରେ ଦୁଇ ଜଣ ଓଡିଆ ରହିଛନ୍ତି । ଲଦାଖର ଗଲଓ୍ବାନା ଉପତ୍ୟାକାରେ ଘଟିଥିବା ସଂଘର୍ଷରେ 20 ଜଣ ଯବାନ ଶହୀଦ ହୋଇଥିବା ବେଳେ 4 ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଛି । ଦୁଇ ଯବାନ ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ (28) ଏବଂ ନନ୍ଦୁରାମ ସୋରେନ୍ । ରାଇକିଆ ବ୍ଲକ୍ର ବିଅରପଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ 6 ବର୍ଷ ତଳେ ଭାରତୀୟ ସେନାର ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ବିଗତ ଦୁଇ ବର୍ଷ ହେବ ସେ ଲଦାଖରେ କାର୍ଯ୍ୟରତ ଥିଲେ ଏବଂ ଦୁଇ ଦିନ ତଳେ ଶହୀଦ ହୋଇଥିଲେ । ସେହିପରି ଅନ୍ୟତମ ଶହୀଦ ଯବାନ ନନ୍ଦୁରାମଙ୍କ ଘର ରାଇରଙ୍ଗପୁର ବ୍ଲକ୍ ବିଜାତଳା ବ୍ଲକ୍ ଚମ୍ପାରଦା ଗ୍ରାମରେ । ସେ ମଧ୍ୟ ବିହାର 16 ରେଜିମେଣ୍ଟରେ ଯୋଗ ଦେଇଥିଲେ ।
Author: Samikhsya Bureau
ଭୁବନେଶ୍ବର : ବାଲେଶ୍ବର ବିଧାୟକ ମଦନ ମୋହନ ଦତ୍ତଙ୍କ ବୁଧବାର ପରଲୋକ ହୋଇଛି । ହୃଦଘାତ କାରଣରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ହୋଇଥିଲା । ବାଲେଶ୍ବରରୁ ବିଜେପିର ବିଧାୟକ ରହିଥିବା ଶ୍ରୀ ଦତ୍ତଙ୍କ ପରଲୋକ ନେଇ ପୁଅ ମାନସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ : ଭୟଙ୍କର ରୂପ ନେଉଛି କରୋନା । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ପ୍ରଭାବରେ 2 ହଜାରରୁ ଅଧିକ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 11 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 2003 ଜଣଙ୍କ ମୁଣ୍ଡ ନେଇଛି କରୋନା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 24 ଘଣ୍ଟା ମଧ୍ୟରେ11135ଟି ନୂତନ ମାମଲା ଆସିଥିବା ବେଳେ 10631 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3,54,161 ରହିଥିବା ବେଳେ ଏହା ମଧ୍ୟରୁ 1,87,552 ଜଣ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଦେଶର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,54,688 ରହିଛି । (ଏଜେନ୍ସି)
କେଦାର ମିଶ୍ର ଗତକାଲି ଯାଏଁ ପୂରା ଦେଶକୁ କୁହା ଯାଉଥିଲା ଯେ, ଚୀନ ଏବଂ ଭାରତ ସୀମାନ୍ତରେ ସବୁ କିଛି ଠିକ ଚାଲିଛି। ଭାରତ ସରକାର, ଆମର ସେନାବାହିନୀ ଏବଂ ଶାସକ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ଏ କ୍ଷେତ୍ରରେ ସଂପୂର୍ଣ୍ଣ ନୀରବତା ଅବଲମ୍ବନ କରା ଯାଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଜୁନ ୬ ତାରିଖ ଦିନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ମଧ୍ୟ କୁହାଗଲା। ତେବେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଭାରତର କେତେଜଣ ପ୍ରତିରକ୍ଷା ସାମ୍ବାଦିକ ବାରମ୍ବାର ସୂଚନା ଦେଇ ଆସୁଥିଲେ ଯେ, ଭାରତ ଚୀନ ମଧ୍ୟରେ ରହିଥିବା ବାସ୍ତବ ନିୟନ୍ତ୍ରଣ ରେଖା (Line of actual control-LAC) କୁ ଅତିକ୍ରମ କରି ଚୀନ ସେନା ଗଲାୱାନ ନଦୀ ଉପତ୍ୟକାରେ ୬୦ ବର୍ଗ କିଲୋମିଟର ଭିତରକୁ ଅନୁପ୍ରବେଶ କରି ସାରିଛନ୍ତି। ପୂର୍ବରୁ ସେନା ବାହିନୀରେ କାମ କରିଥିବା କର୍ଣ୍ଣେଲ ଅଜୟ ଶୁକ୍ଲାଙ୍କ ଭଳି ସାମ୍ବାଦିକ ଯେତେବେଳେ ଏ…
ଲଦାଖ : ଭାରତ ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ଉଭୟ ପକ୍ଷର ସେନା ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଏବଂ 43 ଜଣ ଚୀନ୍ ଯବାନ ନିହତ ହୋଇଛନ୍ତି । ଲଦାଖର ଗଲଓ୍ବାନ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ସେନାଙ୍କ ମଧ୍ୟରେ ସୋମବାର ରାତିରେ ସଂଘର୍ଷ ହୋଇଥିଲା । ମଙ୍ଗଳବାର 3 ଜଣ ଭାରତୀୟ ଯବାନ ଶହୀଦ ହେବାର ଖବର ଆସିଥିଲା । ତେବେ ଚୀନ୍ ପକ୍ଷରୁ କୌଣସି ସଂଖ୍ୟା ଦର୍ଶାଯାଇନଥିଲା । ଏହାପରେ ରାତିରେ ଭାରତୀୟ ସେନା ପକ୍ଷରୁ 20 ଜଣ ଯବାନ ଶହୀଦ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହା ବ୍ୟତିତ ଏହି ଲଢେଇରେ 43ରୁ ଅଧିକ ଚୀନ୍ ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି । ତେବେ ଉଭୟ ପକ୍ଷର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । (ଏଜେନ୍ସି)
ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଦ୍ର ବାସଭବନରେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ
Bengaluru: Karnataka Chief Minister B. S. Yediyurappa participates in Sri Dhanvantari Yagna, seeking divine blessings for the welfare of the world and COVID-19 control, at Shankarmath in Bengaluru on June 16, 2020. Medical Education Minister K. Sudhakar, Tourism Minister C. T. Ravi and Bengaluru South Member of Parliament Tejasvi Surya also participated in the rituals. Wearing masks to protect themselves, Yediyurappa and others donned saffron scarfs as they participated in the Hindu rituals. (Photo: IANS)
ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ଦର୍ଶନରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ
ପୁରୀ, ଶ୍ରୀଜଗନ୍ନାଥଙ୍କ ପରଂପରା ବଡ ଅନନ୍ୟ ଏବଂ ବିଚିତ୍ର ମଧ୍ୟ। ଓଡିଆ ଘରର ଚାଲିଚଳନି ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସଂପୂର୍ଣ୍ଣ ଭାବେ ଜଡିତ ରହିଛି। ଘରେ ଦେହ ଖରାପ ହେଲେ ଯେପରି ବନ୍ଧୁଙ୍କ ଘରୁ ଫଳମୂଳ ଆସିଥାଏ, ଠିକ୍ ସେହିପରି ପରଂପରା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ରହିଛି। ବର୍ତ୍ତମାନ ମହାପ୍ରଭୁ ଜ୍ବରରେ ପିଡିତ ଥିବାରୁ ତାଙ୍କୁ ଚେରମୂଳି ଔଷଧ ଦେଇ ସୁସ୍ଥ କରାଯାଇଛି। ଏହାପରେ ଆଜି ଦଶମୀତିଥୀରେ ଚର୍ତ୍ତୁଦ୍ଧାମୂର୍ତ୍ତିଙ୍କୁ ଚକା ବିଜେ କରାଯାଇଛି। ଏହି ସମୟରେ ପ୍ରଭୁ ଫଳ ଆହାର କରିବାର ବିଧି ରହିଛି। ସେଥିପାଇଁ କାକଟପୁରର ମହର୍ଷି ବିଶ୍ବାମିତ୍ର ମଠରୁ ବିଭିନ୍ନ ପ୍ରକାରର ଫଳମୂଳ ଅଣାଯିବାର ପରଂପରା ରହିଛି। ମଠ କର୍ମଚାରୀମାନେ ଆମ୍ବ,ପଣସ, ସପୁରୀ, କଦଳୀ, ପଇଡ ଏବଂ ତୁଳସୀ ଧରି ବଡଦାଣ୍ଡରେ କିର୍ତ୍ତନ କରି ପହଁଚିଥିଲେ। ସେଠାରେ ସେମାନେ ସିଂହଦ୍ବାର ପର୍ଯ୍ୟନ୍ତ ଏହି ଭାର ଧରି ଯାଇଥିଲେ। ହେଲେ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ଥିବାରୁ…
ଭୁବନେଶ୍ବର : ପିଏନ୍ବି ଦୁର୍ନୀତି ମାମଲାରେ ସିବିଆଇକୁ ବଡ ସଫଳତା । 32 କୋଟିର ଲୋନ୍ ଠକେଇ ମାମଲାରେ ସିବିଆଇ ଏକ ଲକର୍ରୁ 37.90 ଲକ୍ଷ ଟଙ୍କା ଜବତ କରିଛି । 32 କୋଟି ଟଙ୍କାର ଲୋନ୍ ଠକେଇରେ ସାମିଲ ଥିବା ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସର ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତିଙ୍କ ଲକରରୁ ସିବିଆଇ ଏହି ଅର୍ଥ ଠାବ କରିଛି । ଏହି ଋଣ ଠକେଇ ମାମଲାରେ ସିବିଆଇ ପକ୍ଷରୁ 9 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏହା ମଧ୍ୟରେ ବ୍ୟାଙ୍କକର କିଛି କର୍ମଚାରୀ ଏବଂ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସର କିଛି କର୍ମଚାରୀ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କାଗଜପତ୍ରରେ ହେରଫେର କରାଯାଇ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସକୁ 32 କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।
ମୁମ୍ବାଇ : ପାଲଗଡ ସାଧୁ ହତ୍ୟା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାରେ ଗିରଫ ହୋଇଥିବା 11 ଜଣ ଅଭିଯୁକ୍ତ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ପାଲଗଡ ଜେଲରେ ମରାମତି କାମ ଚାଲିଥିବା କାରଣରୁ 17 ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଲକ୍ଅପ୍ରେ ରଖାଯାଇଥିଲା । ଓ୍ବାଡାରେ ଲକ୍ଅପ୍ରେ ରହିଥିବା ବେଳେ 17 ଜଣଙ୍କକ ନମୂନା ପରୀକ୍ଷଣ ପାଇଁ ଯାଇଥିଲା । 17ଜଣଙ୍କ ମଧ୍ୟରୁ 11 ଜଣଙ୍କ ନମୂନା ପଜିଟିଭ୍ ଆସିଥିବା ଜଣାପଡିଛି । ଅନ୍ୟ 6 ଜଣଙ୍କ ରିପୋର୍ଟ ଆସିନାହିଁ । ମୁମ୍ବାଇରୁ ସୁରଟ ଅଭିମୁଖେ ଯାଉଥିବା ଦୁଇ ସାଧୁ ଏବଂ ଡ୍ରାଇଭରଙ୍କୁ ଗଡଚିଞ୍ଚାଲେରେ ଆକ୍ରମଣ କରାଯାଇଥିଲା । ଏହି ମାମଲାରେ ସମୁଦାୟ 156 ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗିରଫ ବ୍ୟକ୍ତିଙ୍କ ପକ୍ଷରୁ 2 ଜଣ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । (ଏଜେନ୍ସି)
ଭେଲୋର୍ : ଜଣେ ନାବାଳିକା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝିଅଟି ଗାଧୋଇବା ସମୟର ଭିଡିଓ ଲିକ୍ ହେବାରୁ ନାବାଳିକା ଜଣକ ଏହି ରାସ୍ତା ଆପଣାଇଥିଲେ । 15 ବର୍ଷୀୟା ଝିଅଟି ଗାଧୋଉଥିବା ସମୟର ଭିଡିଓ ଉତ୍ତୋଳନ କରି 3 ପଡୋଶୀ ଯୁବକ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ । ଏଥିରେ ମର୍ମାହତ ନାବାଳିକା ଜଣକ ଆତ୍ମହତ୍ୟାର ରାସ୍ତା ବାଛି ନେବା ସହିତ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା । ନାବାଳିକାର ଶରୀରର 90 ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି । ନାବାଳିକାର ବୟାନ ଅନୁଯାୟୀ ପୋଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି । ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଧମକ ଦେଇ ଅଭିଯୁକ୍ତ…
ପ୍ରବଳ ଗରମ ସମୟରେ ଅମ୍ରିତସରର ଏକ କେନାଲରେ ଗାଧୋଇବାର ମଜା ନେଉଛନ୍ତି କିଛି ବାଳକ
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ମୋବାଇଲ୍ରେ ଟିକ୍ଟକ୍ କରିବା ଜଣେ ଯବାନଙ୍କୁ ମହଙ୍ଗା ପଡିଛି। ଟିକ୍ଟକ୍ କରୁଥିବା ଯବାନ ଜଣଙ୍କୁ ଗାଁ ଲୋକେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଇଥିବା ବେଳେ ଟାଙ୍ଗୀ ପୋଲିସ୍ ଯବାନଙ୍କୁ ଉଦ୍ଧାର କରିଛି। ଏହି ଝଗଡାରେ ଯବାନଙ୍କ ଆକ୍ରମଣରେ ଗ୍ରାମର ଜଣେ ଯୁବକର ହାତ ଭାଙ୍ଗିଥିବା ବେଳେ ଉଭୟଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟାଙ୍ଗୀ ମଶାଣୀ ସାହିର ବାସିନ୍ଦା ସୁରଜ କୁମାର ଜେନା ସିଆରପିଏଫ୍ରେ ଯବାନ ଭାବରେ କାର୍ଯ୍ୟ କରନ୍ତି। ଆଜି ଟାଙ୍ଗୀ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ନୂଆଗାଁ ନିକଟରେ ରାସ୍ତାକଡରେ ଟିକ୍ଟକ୍ କରୁଥିବା ବେଳେ ଏହି ଅଭାବନୀୟ କାଣ୍ଡ ଘଟିଛି। ଛୁଟି କଟାଇବାକୁ ଗାଁକୁ ଆସିଥିବା ସୁରଜ ନିଜର ଅନ୍ୟ ଜଣେ ସହକର୍ମୀଙ୍କ ସହିତ ବୁଲାବୁଲି ଏବଂ ଟିକ୍ଟକ୍ କରୁଥିବା ବେଳେ କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ପୀତବାସ ଜେନାଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ…
ଭୁବନେଶ୍ବର : କରୋନା ପରୀକ୍ଷଣକୁ ନେଇ ବିଜେିପକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । କେନ୍ଦ୍ର ସରକାର ଏବଂ ଆଇସିଏମ୍ଆର ପକ୍ଷରୁ କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ କୋଭିଡ୍ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ତେଣୁ ବିଜେପି ନେତା ମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢିବା ଉଚିତ୍ ବୋଲି ସସ୍ମିତ୍ ମତ ଦେଇଛନ୍ତି । ରାଜ୍ୟରେ ଆଇସିଏମ୍ଆର ଗାଇଡ୍ଲାଇନ୍ ଅନୁଯାୟୀ ପରୀକ୍ଷଣ ଜାରି ରହିଛି । ଆଇସିଏମ୍ଆର ଗାଇଡ୍ଲାଇନ୍ ଅନୁଯାୟୀ ରାଜ୍ୟରେ ରାଣ୍ଡମ୍ (ମିଶାମିଶି) ପରୀକ୍ଷଣ କରାଯାଉଛି । ଓଡିଶାରେ ଦୈନିକ ପରୀକ୍ଷଣ ସଂଖ୍ୟା 15 ହଜାରକୁ ବୃଦ୍ଧି କରାଯାଇଛି । ଓଡିଶା ସରକାର ଉଭୟ କେନ୍ଦ୍ର ସରକାର ଏବଂ ଆଇସିଏମ୍ଆରର ଗାଇଡ୍ଲାଇନ୍ ଅନୁଯାୟୀ ପରୀକ୍ଷଣ କରୁଛନ୍ତି । ଦେଶର ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଉଛି । ତେଣୁ ଏଭଳି ସ୍ପର୍ଶକାତର ମାମଲାରେ ରାଜନୀତି କରିବା ପୂର୍ବରୁ…
ଭୁବନେଶ୍ବର, ଆଜି ସକାଳେ ପ୍ରବାସୀ ଓଡିଆଙ୍କୁ ନେଇ ସାଉଦୀ ଆରବରୁ ଏକ ବିମାନ ଭୁବନେଶ୍ବର ଅଭିମୁଖେ ବାହାରିଛି। ଏଥିରେ 140 ଜଣ ପ୍ରବାସୀ ଓଡିଆ ଅଛନ୍ତି। ଲକଡାଉନ ପାଇଁ ଏହି ପ୍ରବାସୀମାନେ ସାଉଦୀ ଆରବରେ ଫସି ରହିଥିଲେ। ସେଠାରେ ଏମାନେ ପରିବାର ସହ ରହିଆସୁଥିଲେ। ବିଭିନ୍ନ କଂପାନୀ କାମକରୁଥିବା ଏହି ପ୍ରବାସୀଙ୍କୁ ଆଣିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପ୍ରୟାସ କରିଥିଲେ। ଏହି ପ୍ରୟାସ ସଫଳ ହେବା ପରେ ବନ୍ଦେ ଭାରତ ଯୋଜନାରେ ଏମାନେ ବର୍ତ୍ତମାନ ଓଡିଶା ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏୟାର ଇଣ୍ଡିଆର ଏକ ବିମାନେ ଏମାନେ ସମସ୍ତେ ଓଡିଶା ଫେରୁଛନ୍ତି। ଲକଡାଉନ ପରେ ପ୍ରବାସୀମାନେ ସେଠାରେ ହଇରାଣ ହେଉଥିବା ସଂପର୍କରେ ସରକାରଙ୍କୁ ଅବଗତ କରାଇବା ସହିତ ପୋର୍ଟାଲରେ ରେଜିଷ୍ଟେରସନ ମଧ୍ୟ କରିଥିଲେ। ତାହାକୁ ଆଧାର କରି ସାଉଦ ଆରବ ଆମ୍ବାସୀ ସହିତ କେନ୍ଦ୍ର ସରକାର କଥାବାର୍ତ୍ତା କରିବା ପରେ ସେମାନଙ୍କୁ ଆଣିବା ପାଇଁ ଏକ ସ୍ବତନ୍ତ୍ର…
ଭୁବନେଶ୍ବର : ରାଜ୍ୟରେ ଆଉ 120 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ 108 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ 120 ଜଣ ସୁସ୍ଥ ହେବା ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 19 ଜଣ ଆକ୍ରାନ୍ତ ରହିଥିବା ବେଳେ କଟକରୁ 15 ଜଣ, ମୟୁର ଭଞ୍ଜ ଓ ଖୋର୍ଦ୍ଧାରୁ 11 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆପଡାରୁ 9 ଜଣ, ସୁନ୍ଦରଗଡରୁ 7 ଜଣ, କନ୍ଧମାଳରୁ 6 ଜଣ, ବଲାଙ୍ଗୀର ଏବଂ ନୟାଗଡରୁ 5 ଜଣ ଲେଖାଏଁ, ବାଲେଶ୍ବର, ଢେଙ୍କାନାଳ, କେନ୍ଦ୍ରାପଡା ଓ ଝାରସୁଗୁଡାରୁ 4 ଜଣ ଲେଖାଏଁ, କେନ୍ଦୁଝର, ଗଞ୍ଜାମ ଓ ପୁରୀରୁ 3 ଜଣ ଲେଖାଏଁ, ଅନୁଗୁଳ, କଳାହାଣ୍ଡି ଓ କୋରାପୁଟରୁ 2 ଜଣ ଲେଖାଏଁ ଏବଂ ମାଲକାନଗିରିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସମୁଦାୟ ସୁସ୍ଥ…
ରମେଶ ମହାନ୍ତି ଜଗତସିଂହପୁର : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ବ୍ଳକ ପ୍ରଶସାନ ପର୍ଯ୍ୟନ୍ତ ସମସ୍ତେ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ସେଥିପାଇଁ ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣି ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରଖାଯାଉଛି । ପରବର୍ତୀ ସମୟରେ ସେମାନଙ୍କର ସ୍ୱାବ ପରୀକ୍ଷା କରାଯାଇ ନେଗେଟିଭ ରିପୋର୍ଟ ଆସିଲେ ହୋମ କ୍ୱାରେଣ୍ଟିନରେ ରଖିବା ସହିତ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ନିୟମ ରହିଛି । ହୋମ କ୍ୱାରେଣ୍ଟିନରେ ରହିବା ସମୟରେ ପରିବାରରୁ ଅଲଗା ରହିବା ସହିତ ଗୋଟିଏ ଘରେ ରହିବାର ନିୟମ ରହିଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜଣେ ପ୍ରବାସୀ ନିଜ ରାଜ୍ୟକୁ ଫେରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ତାଙ୍କର ହୋମ କ୍ୱାରେଣ୍ଟିନ ପାଇଖାନାରେ ବିତୁଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ ନାଉଗାଁ ବ୍ଲକ ଜାମୁଗାଁ ପଂଚାୟତର…
ଲଦାଖ : ଲଦଖର ଗଲଓ୍ବାନ୍ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ 5 ଜଣ ଚୀନ୍ ଯବାନଙ୍କ ପ୍ରାଣହାନି ଘଟିଛି । ସେହିପରି 11 ଜଣ ଚୀନ୍ ସୈନ୍ୟ ଆହତ ହୋଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଶହୀଦ ଯବାନଙ୍କୁ ନେଇ ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇଥିବା ବେଳେ ଚୀନ୍ ପକ୍ଷରୁ ନୀରବତା ଅବଲମ୍ବନ କରାଯାଉଛି । ତେବେ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ 5 ଜଣ ଚୀନ୍ ଯବାନ ପ୍ରାଣ ହରାଇଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ସରକାରୀ ଭାବରେ କୌଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ ଚୀନ୍ ରାଷ୍ଟ୍ରଦୂତ ଭାରତକୁ ସମାଲୋଚନା କରିଥିଲେ । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଆଜି ସକାଳେ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ 9 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ମଧ୍ୟକରେ ତିର୍ତ୍ତୋଲ ବ୍ଲକ୍ରୁ 7 ଜଣ ଏବଂ ନାଉଗାଁ ବ୍ଲକ୍ରୁ 2ଜଣ ରହିଛନ୍ତି । ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ତିର୍ତ୍ତୋଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ମହାରାଷ୍ଟ୍ର, 3 ଜଣ ତାମିଲନାଡୁ, ପଶ୍ଚିମବଙ୍ଗ ଓ ହରିୟାଣାରୁ ଜଣେ ଲେଖାଏଁ ପ୍ରବାସୀ ରହିଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍ ସେଣ୍ଟରରେ ରହିଥିଲା । ସେହିପରି ନାଉଗାଁରୁ ଚିହ୍ନଟ ଦୁଇ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ଦୁଇ ଆକ୍ରାନ୍ତ ଜଗତସିଂହପୁର ଆସିବା ପୂର୍ବରୁ ସମ୍ରେ ନିଜର କରୋନା ପରୀକ୍ଷଣ କରାଇଥିଲେ ଏବଂ ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ତିର୍ତ୍ତୋଲ ବ୍ଳକରୁ ବାହାରିଥିବା 7ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟରା ପଞ୍ଚାୟତରୁ 5ଜଣ ଓ କୃଷ୍ଣାନନ୍ଦପୁର ପଞ୍ଚାୟତରୁ 2ଜଣ ବୋଲି…
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ ଏହି 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ପକ୍ଷରୁ ଟ୍ବିଟ୍ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ସତ୍ୟନଗରରୁ ଚିହ୍ନଟ 36 ବର୍ଷୀୟ ପୁରୁଷ ଏବଂ ନିରାଙ୍କରୀ ନଗରରୁ ଚିହ୍ନଟ ପୁରୁଷଙ୍କର ଦିଲ୍ଲୀ ଯାତ୍ରାର ଇତିହାସ ରହିଛି । ପଟିଆର ଶ୍ରୀବିହାରରୁ ଚିହ୍ନଟ ହୋଇଥିବା 25 ବର୍ଷୀୟ ମହିଳା ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଡୁମଡୁମାର ଏଚ୍ବି କଲୋନୀରୁ ଚିହ୍ନଟ 37 ବର୍ଷୀୟ ପୁରୁଷ ମଧ୍ୟ ଅନ୍ୟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି 24 ବର୍ଷୀୟ ଅନ୍ୟ ପୁରୁଷ ଆକ୍ରାନ୍ତ ଜଣ କେନ୍ଦ୍ର ସରକାରଙ୍କ ଅଧୀନରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ ।

