Author: Samikhsya Bureau

ମୋହନା : ଅଡବା ଥାନା ବୁଢାଡିହ ଗ୍ରାମ ନିକଟରେ ଥିବା ଏକ ଡ୍ୟାମ୍‌ରୁ ମାଇଁ ଭାଣିଜୀଙ୍କର ମୃତଦେହ ମିଳିଛି। ଡ୍ୟାମ୍‌ରେ ବୁଡି ମାଇଁ ଓ 10 ବର୍ଷର ଭାଣିଜୀ ମୃତବରଣ କରିଛନ୍ତି ।  କାଲି ସନ୍ଧ୍ୟାରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ଦୁହେଁ। ବହୁ  ଖୋଜାଖୋଜି ପରେ ଆଜି ଶବ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ।

Read More

ଭୁବନେଶ୍ବର : 15 କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ରାଜ୍ୟ ସରକାର। କେସ୍‌ ନମ୍ବର 129ରୁ 143 ପର୍ଯ୍ୟନ୍ତ ତଥ୍ୟ ଦେଲେ ସରକାର। ସମସ୍ତଙ୍କର କୋଲାକତା ଲିଙ୍କ୍‌ ଥିବା ଟ୍ରାଭେଲ୍‌ ହିଷ୍ଟ୍ରି ରହିଥିବାର ସୂଚନା ରହିଛି। 15 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ଯାଜପୁର କଟିକଟା ଅଞ୍ଚଳର ବୋଲି ସୂଚନା ରହିଛି। କେସ ନମ୍ବର 143 ବାଲେଶ୍ବର ସିମୁଳିଆର 58 ବର୍ଷୀୟା ମହିଳା ବୋଲି ଜଣାପଡିଛି । 15 ଆକ୍ରାନ୍ତଙ୍କ ମଧ୍ୟରୁ 7 ଜଣ କେସ୍‌ ନମ୍ବର 98ଙ୍କ ସମ୍ପର୍କୀୟ/ ପଡୋଶୀ । କେସ୍‌ ନମ୍ବର 131, 138, 139 ଆକ୍ରାନ୍ତ ନମ୍ବର 96ଙ୍କ ପଡୋଶୀ । କେସ ନମ୍ବର 133, 137 ଆକ୍ରାନ୍ତ ନମ୍ବ 96 ଓ 98ଙ୍କ ପଡୋଶୀ ବୋଲି ଜଣାପଡିଛି । ସେହିପରି କେସ ନମ୍ବର 130, 132, 134,136,138,141,142 ନମ୍ବର ଆକ୍ରାନ୍ତ 98ଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।

Read More

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା 1218ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଦେଶରେ 37 ହଜାର 336ଜଣ ସଂକ୍ରମିତ ହୋଇଥିବାବେଳେ 9 ହଜାର 991 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ମହାରାଷ୍ଟ୍ରରେ 485ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 236ଜଣ ମୃତ୍ୟୁ ହୋଇଛନ୍ତି । ସେହିପରି ମଧ୍ୟପ୍ରଦେଶ 145 ଜଣ, ରାଜସ୍ଥାନରେ 62, ଦିଲ୍ଲୀରେ 61, ଉତ୍ତରପ୍ରଦେଶରେ 42, ପଶ୍ଚିମବଙ୍ଗରେ 33, ତାମିଲନାଡୁରେ 28, ତେଲେଙ୍ଗାନାରେ 26, କର୍ଣ୍ଣାଟକରେ 22, ପଞ୍ଜାବରେ 19, ଜମ୍ମୁକାଶ୍ମୀରରେ 8, ହରିୟାଣାରେ 4, କେରଳରେ 4, ଝାଡଖଣ୍ଡରେ 3, ବିହାରରେ ତିନି , ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସରକାର କରୋନା ସହ ମୁକାବିଲା କରିବା ପାଇଁ ତୃତୀୟ ଥର ପାଇଁ ଲକ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି ।(ଏଜେନ୍ସି)

Read More

ରାଉରକେଲା : ସୁନ୍ଦରଗଡ ବିରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଯମୁନାନାକିରେ ଅଘଟଣ ଘଟିଛି । ନଦୀକୁ ଡେଇଁ ଜଣେ ନିଖୋଜ ହୋଇଥିବାବେଳ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଜୁଆ ଆଡ୍ଶରେ ଚଢାଉବେଳେ ପୋଲିସ ଭୟରେ ତିନି ଜଣ ନଦୀକୁ ଡେଇଁପଡିଥିଲେ। ଦୁଇଜଣକୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ତିନିହେଁ ପୋଲିସ୍‌ ଭୟରେ କୋଏଲ ନଦୀକୁ ଡେଇଁପଡିଥିଲେ । ନିଖୋଜ ହୋଇଥିବା ଯୁବକଙ୍କ ଉଦ୍ଧାର ଜାରି ରଖିଛି ଅଗ୍ନିଶମ ବାହିନୀ ।

Read More

କେଦାର ମିଶ୍ର ଆସନ୍ତା କାଲି ମଇ ୩ ତାରିଖ ରେ ସାରା ଦେଶରେ ଲକ ଡାଉନର ଦ୍ଵିତୀୟ ପର୍ୟାୟସରିବ ଓ ଆଉ ଦୁଇ ସପ୍ତାହ ଲାଗି ତୃତୀୟ ପର୍ୟାୟ ଆରମ୍ଭ ହେବ। ଅର୍ଥାତ ପୂରା ଦୁଇ ମାସ ବ୍ୟାପୀ ଦେଶର ଆର୍ଥିକ ଓ ସାମାଜିକ ଜୀବନ ଠପ ହୋଇ ରହିବ। ତା ପରେ ବି ଜନଜୀବନ ସ୍ଵାଭାବିକ ହେବ କି ନାହିଁ, ସେ କଥା କହିହେବନାହିଁ। ଯିଏ ଯେଉଁଠି ରହିଥିଲେ, ସେମାନେ ଏବେ ଘରକୁ ଫେରନ୍ତୁ ବୋଲି ସରକାର ଚାହୁଁଛନ୍ତି। ତେବେ ସେମାନେ କେମିତି ବଞ୍ଚିବେ, କେମିତି ଘରକୁ ଫେରିବେ, ସେଥିଲାଗି ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ନୀତି ନାଇଁ। କେବଳ ଘରେ ରୁହନ୍ତୁ ବୋଲି କହିବା ଛଡା, ସରକାରଙ୍କ ପାଖରେ ଲୋକଙ୍କୁ ସହାୟତା ଦେବାକୁ ଅଧିକ କିଛି ନାହିଁ। ଲକ ଡାଉନର ଦ୍ଵିତୀୟ ସ୍ତରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆଉ ବିଶେଷ କିଛି କହିନାହାନ୍ତି। କହିବାକୁ ଆଉ ଅଛି ବା…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ କରୋନାର ସଂକଟ । ବିଶ୍ବର 212ଟି ଦେଶରେ ଏବେ କରୋନା ବ୍ୟାପି ସାରିଛି । ଏହି ମହାମାରୀ ଯୋଗୁଁ 2 ଲକ୍ଷ 39 ହଜାର 588 ଜଣଙ୍କ ଜୀବନ ଯାଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ ନୂତନ 94,552ଟି ମାମଲା ଆସିଥିବାବେଳେ ମୃତ୍ୟୁ ସଂଖ୍ୟାରେ 5,624କୁ ବୃଦ୍ଧି ଘଟିଛି । ସେହିପରି ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 33 ଲକ୍ଷ 98 ହଜାର 473ରେ ପହଞ୍ଚିଥିବାବେଳେ 1,080,101 ଜଣ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ଆମେରିକା କରୋନା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା 65  ହଜାର ପାର୍‌ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 11,31,280ରେ ପହଞ୍ଚିଛି । ସେହିପରି ଇଟାଲୀରେ ଦ୍ବିତୀୟ ସର୍ବାଧିକ 28,236 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏଠାରେ ସଂକ୍ରମିତଙ୍କ ସଂଖ୍ୟା 207,428ରେ ପହଞ୍ଚିଛି । ଏହା ପରେ ଫ୍ରାନ୍ସ, ଜର୍ମାନୀ,…

Read More

ଭୁବନେଶ୍ୱର: ରାଜ୍ୟରେ ଆଉ ପାଞ୍ଚ କରୋନା ପଜିଟିଭ ଚିହ୍ନଟ।  ଏହି ସମସ୍ତ ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଥିବାର ସୂଚନା ଓ ଲୋକ ସଂପର୍କ ସୂଚନା ଦେଇଛି। ଏହି ସମସ୍ତ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌ ରହିଛି । ଆକ୍ରାନ୍ତଙ୍କର ଲକ୍ଷଣ ନଥିଲା, ସେମାନେ କ୍ବାରେଣ୍ଟିନ୍‌ରେ ଥିଲେ । ଏହି ପାଞ୍ଚ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ଦୁଇ ଜଣ ମହିଳା ରହିଥିବା ସୂଚନା ରହିଛି ।  ତିନି ପୁରୁଷଙ୍କ ବୟସ ଯଥାକ୍ରମେ 28, 56, ଓ 63 ବର୍ଷ। ସେହିପରି ଦୁଇ ମହିଳାଙ୍କ ବୟସ 24 ଓ 60 ବର୍ଷ । ଏହି ଦୁହେଁ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ଏବେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 45କୁ ବୃଦ୍ଧି ହୋଇଛି । ଏବେ ଯାଜପୁରରେ ଆକ୍ଟିଭ୍‌ କେସ୍‌ 44 ଥିବାବେଳେ ପୂର୍ବରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 154କୁ…

Read More

ଭୁବନେଶ୍ବର : ଆଜି ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ୍‌  ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଝାରସୁଗୁଡା ଓ ସୁନ୍ଦରଗଡ ଗସ୍ତ କରି ଏହି  ଜିଲ୍ଲାରେ ନିର୍ମିତ ହୋଇଥିବା କୋଭିଡ୍‌ ହସ୍ପିଟାଲକୁ ପରିଦର୍ଶନ କରିବା ସହିତ ଜିଲ୍ଲାର ସମୀକ୍ଷା କରିଛନ୍ତି । ଝାରସୁଗୁଡାରେ ଗୋଟିଏ କୋଭିଡ୍‌ ହସ୍ପିଟାଲ ରହିଥିବାବେଳେ ସୁନ୍ଦରଗଡରେ ଦୁଇଟି ହସ୍ପିଟାଲରେ ରହିଛି । ଝାରସୁଗୁଡାରେ ଥିବା ଓଲ୍ଡ୍‌ ଡିଏଚଏଚ୍‌ ହସ୍ପିଟାଲରେ 117 ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଛି। ଏହା ହିଟେକ୍ ଏବଂ ଡିଏମ୍ଏଫ୍ ଦ୍ୱାରା ପରିଚାଳିତ ହେଉଛି। ସେହିପରି ସୁନ୍ଦରଗଡ ଜିଲ୍ଲାର ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ମଧ୍ୟ ପରିଦର୍ଶନ କରିଥିଲେ। ରାଉରକେଲାଠାରେ 200 ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ ଡିଏମ୍ଏଫ୍‌ ଓ ହାଇକେଟ୍‌ ଦ୍ବାରା ପରିଚାଳିତ ହେଉଛି। ଏହି ଅବସରରେ କୋଭିଡ୍‌କୁ ନେଇ ଦୁଇ  ଜିଲ୍ଲାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଫାଇଭ୍‌ ଟି ସଚିବ। ସେହିପରି ଲକ୍‌ ଡାଉନ୍‌ ପରେ ପ୍ରବାସୀ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ନେଇ ଲକ୍‌ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି । ମେ 4 ତାରିଖରୁ ମେ 17 ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ ଜାରି ରହିବ । ତେବେ ଏହି ତୃତୀୟ ଥର ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି । ଗୃହମନ୍ତ୍ରାଳୟ ଦେଶରେ କରୋନା ସ୍ଥିତିକୁ ଦେଖି ତିନୋଟି ଜୋନ୍‌ରେ ଭାଗ କରିଛନ୍ତି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନରେ ଭାଗ କରାଯାଇଛି । ଦେଶରେ 130ଟି ରେଡ୍‌ ଜୋନ୍‌ରେ ଥିବାବେଳେ 284ଟି ଅରେଞ୍ଜ ଜୋନ୍‌ ଓ 319ଟି ଗ୍ରୀନ୍‌ ଜୋନରେ ରହିଛନ୍ତି । ତେବେ ଲକ୍‌ ଡାଉନ ସମୟରେ ସବୁଠୁ  ବଡ ସମସ୍ୟା ଭାବେ ଦେଖାଦେଇଛି ବିବାହ  ପରି ମାଙ୍ଗଳିକ କାର୍ଯ୍ୟ । ସାମାଜିକ ଦୂରତ୍ବ କାରଣରୁ ବିବାହକୁ ଅନୁମତି ମିଳୁନହିଁ । ତେବେ ଚଳିତ ଲକ୍‌ ଡାଉନ୍‌ରେ ଏଥିରେ ମଧ୍ୟ କିଛି କୋହଳ କରାଯାଇଛି…

Read More

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆଶ୍ବସ୍ତି ମିଳିଛି। ଉଦ୍ଧବଙ୍କ ପଦ ହରାଇବା ଆଶଙ୍କାରେ ପୂର୍ଣ୍ଣଚଚ୍ଛେଦ ପଡିଛି। କରୋନା ଲକ୍‌ ଡାଉନ୍‌ ମଧ୍ୟରେ ଆସନ୍ତା 21 ତାରିଖରେ ମହାରାଷ୍ଟ୍ରରେ ଖାଲି ପଡିଥିବା ବିଧାନସଭା ପରିଷଦ ଆସନ ପାଇଁ ଭୋଟିଂ ହେବ ନେଇ ନିର୍ବାଚନ କମିଶନର ଘୋଷଣାକରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଉଦ୍ଧବ ଠାକ୍‌ରେଙ୍କ ମେ 28 ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବା ବାଧ୍ୟତାମୂଳକ ଥିଲା। ଉଦ୍ଧବ ନିର୍ବାଚନ ଲଢି ନଥିବାବେଳେ ସେ ବିଧାୟକ ନ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଉଦ୍ଧବ ଠାକ୍‌ରେ ନିଜ ରାଜନୈତିକ ଜୀବନରେ କେବେ ବି ନିର୍ବାଚନ ଲଢି ନାହାନ୍ତି କି ସେ ମହାରାଷ୍ଟ୍ର ସରକାରଙ୍କ ବିଧାନମଣ୍ଡଳର କୌଣସି ସଦନର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସମ୍ବିଧାନାର ଧାରା 164 (4) ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଛ’ ମାସ ଭିତରେ ଅର୍ଥାତ୍‌ ମେ 29, 2020 ପୂର୍ବରୁ ରାଜ୍ୟ ବିଧାନମଣ୍ଡଳର…

Read More

ମଧ୍ୟପ୍ରଦେଶ : ସରକାର କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରିଛନ୍ତି । ଲକ୍‌ ଡାଉନ୍‌ ସମୟରେ ବହୁ ରୋଚକ ଘଟଣା ସବୁ ସାମ୍ନାକୁ ଆସୁଛି । ଏହି ଲକ୍‌ ଡାଉନ୍‌ ସମୟରେ ପୋଲିସ୍‌ ଆଇନର ପାଳନ କରିବା ସହିତ ସମାଜସେବା ମଧ୍ୟ କରୁଛି। ଲକ୍ ଡାଉନ୍‌ ସମୟରେ ପଣ୍ଡିତ ବା ବ୍ରାହ୍ମଣ ନ ମିଳିବାରୁ ଜଣେ ମହିଳା ପୋଲିସ୍‌ ଅଧିକାରୀ ବାହାଘର କରାଇଥିବାର ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଲକ୍‌ ଡାଉନ୍‌ ସମୟରେ ଏକ ଅନନ୍ୟ ବିବାହଘର ଦେଖିବାକୁ ମିଳିଛି । ଯେଉଁଠାରେ ବର ବଧୂଙ୍କ ବାହାଘର କୌଣସି ପୂଜାରୀ ବା ପଣ୍ଡିତ କରିନାହାନ୍ତି ବରଂ ଜଣେ ପୋଲିସ୍‌ ଅଧିକାରୀ କରିଛନ୍ତି । ପଣ୍ଡିତ ନମିଳିବାରୁ ଝାଟେଶ୍ବର ପୋଲିସ୍‌ ଚୌକର ଜଣେ ମହିଳା ଏସ୍‌ଆଇ ଅଞ୍ଜଳି ଅଗ୍ନିହୋତ୍ରୀ ଏହି ଯୋଡିଙ୍କ ବିବାହ କରିଛନ୍ତି । ବାହାଘର କରିବା…

Read More

ଭୁବନେଶ୍ବର : ଲକ୍‌ ଡାଉନ୍‌ ସମୟରେ ଘରେ ବସି ଲୋକେ ଘରେ ବସି ବିଦ୍ୟୁତ୍‌ ଦେୟ କରିପାରିବା ସହିତ ଏହି ବିଦ୍ୟୁତ୍‌ ସମ୍ପର୍କିତ ସୂଚନା ପାଇବା ଲାଗି ଏକ ନୂଆ ଆପ୍‌ ଉନ୍ମୋଚିତ ହୋଇଛି । ଗ୍ରାହକଙ୍କ ସୁବିଧା ପାଇଁ ’ସେସୁ’ ପକ୍ଷରୁ ଏକ ମୋବାଇଲ ଆପ୍‌ ଉନ୍ମୋଚିତ ହୋଇଛି । ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ବାରା ‘ସେସୁ କନେକ୍ଟ’ ଆପ୍‌ ଉନ୍ମୋଚିତ । ଆପ୍‌ ମାଧ୍ୟମରେ ଗ୍ରାହକ ବିଦ୍ୟୁତ୍‌ ବିଲ୍‌ ପୈଠ କରିପାରିବେ । ଏହି ଆପ୍‌ ଜରିଆରେ ମଧ୍ୟ ଗ୍ରାହକ ନିଜର ସୁବିଧା ଅସୁବିଧା ଜଣାଇ ପାରିବେ । ସୂଚନାଯୋଗ୍ୟ, କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ତୃତୀୟ ଥର ପାଇଁ ଲକ୍‌ ଡାଉନ୍‌କୁ ବୃଦ୍ଧି କରାଯାଇଛି । ମେ‘ 4ରୁ ମେ 17 ତାରିଖ ଯାଏଁ ଲକ୍‌ ଡାଉନ ଜାରି ରହିବ ।

Read More

ଦେଓଘର : ଦେଓଘର ମୋହନପୁରଠାରେ ଏକ ଇଣ୍ଟରକଲେଜର 19 ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରିବା ପରେ ଦୁଷ୍କର୍ମ କରି ହତ୍ୟା କରିଥିବାର ମାମଲା ସାମ୍ନାକୁ  ଆସିଛି । ଛାତ୍ରୀ ଶବ ଏକ କୁଅଁରୁ ଉଦ୍ଧାର କରଯାଇଛି। ମିଳିଥିବା ସୂଚନା ଅନୁସାରେ ଛାତ୍ରୀ ଜଣକ ଦୁଇ ଦିନ ହେବ ଗାଏବ ଥିଲେ। ଛାତ୍ରୀର ପିତା ଅପ୍ରେଲ 28 ତାରିଖରେ ଝିଅ ଅପହରଣ ହେଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ୍‌ ଏହି ଘଟଣାର ତଦନ୍ତ କରି ଆଜି ଦୁଇ ଯୁବକଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛନ୍ତି। ପୋଲିସ୍‌ କହିବାନୁସାରେ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ହେବା ପରେ ତାଙ୍କର ହତ୍ୟା କରାଯାଇଛି। ପ୍ରଥମେ ମୁଣ୍ଡକୁ ମାଡ ମାରି ଆଘାତ ଦିଆଯାଇଛି କୂଅକୁ ଫୋପାଡି ଦେଇଥିଲେ ଅଭିଯୁକ୍ତ।  ମୋହନପୁର ଥାନାରେ ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ପୋଷ୍ଟମର୍ଟମ୍‌ ପରେ ପ୍ରଥମେ ଦୁଷ୍କର୍ମ ପରେ…

Read More

ନୂଆଦିଲ୍ଲୀ : କରୋନା ସଂକଟ ସହ ଲଢିବା ପାଇଁ ଦେଶର ଲକ୍‌ଡାଉନ୍‌ ଜାରି ରହିଛି । ଏବେ ଲକ୍‌ଡାଉନର ଅବଧିକୁ ଦୁଇ ସପ୍ତାହକୁ ବୃଦ୍ଧି କରାଯାଇଛି । ଏହା ଏବେ ମେ 17ପର୍ଯ୍ୟନ୍ତ ଲାଗୁ ହେବ । ତେବେ ଏହି ଲକ୍‌ ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି । ଲକ୍‌ଡାଉନ୍‌ 3.0ରେ ମଦ ବିକ୍ରିକୁ ଅନୁମତି ଦିଆଯାଇଛି । ଏହା ସହିତ ପାନ ମସଲା, ଗୁଟ୍‌ଖା ଓ ତମାଖୁ ଆଦି ବିକ୍ରିକୁ ଅନୁମତି ଦିଆଯାଇଛି । ଗ୍ରୀନ୍‌ ଜୋନ୍‌ରେ ଏହି ମଦ ଦୋକାନ ଖୋଲା ଯାଇପାରିବ ।  ତେବେ କଣ୍ଟନମେଣ୍ଟ ଜୋନ୍‌ରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି କେବଳ ଏକକ ଦୋକାନରେ ମଦ ବିକ୍ରି କରାଯାଇ ପାରିବ ବୋଲି ସୂଚନା ରହିଛି। ମଲ୍‌ କିମ୍ବା ମାର୍କେଟିଂ କମ୍ପ୍ଲେକ୍ସରେ ମଦ ବିକ୍ରି କରାଯାଇପାରିବ ନାହିଁ । ସେହିପରି ସାର୍ବଜନିକ ସ୍ଥାନରେ ଏହାର ସେବନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ଲକ୍‌ ଡାଉନ୍‌ର ଅବଧିକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍‌ଡାନ୍‌ 3.0ରେ ସରକାର କିଛି ରିହାତି ପ୍ରଦାନ କରିଛନ୍ତି । କରୋନାର ସ୍ଥିତିକୁ ଦେଖି ଦେଶକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଆଦି ଜୋନ୍‌ରେ ଭାଗ କରାଯାଇ ଏହି ଜୋନ୍‌ରେ କିଛି କିଛି ରିହାତି ମିଳିଛି।  ତେବେ ରେଡ୍‌ ଜୋନ୍‌ରେ କୌଣସି ପ୍ରକାରର କଟକଣାରୁ ମୁକ୍ତ କରାଯାଇନାହିଁ । ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ କିଛି କଟକଣାକୁ ହ୍ରାସ କରାଯାଇଛି । ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ 733ଟି ଜିଲ୍ଲାକୁ କରୋନାର ସ୍ଥିତିକୁ ଦେଖି ଜୋନ୍‌ରେ ଭାଗ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଧାରରେ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ଆଦି ବଣ୍ଟାଯାଇଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗର…

Read More

ସଞ୍ଜୟ କର ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟରେ କାଳବୈଶାଖୀ ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ବେବୁନିଆ ବ୍ଲକ୍‌ ଅନ୍ତର୍ଗତ ଗୋବିନ୍ଦପୁରର ସୁଦର୍ଶନ ମୁଦୁଲି(୭୨)ଙ୍କ ପ୍ରାଣହାନି ଘଟିଛି। ସୁଦର୍ଶନ ନିଜ ଦାଣ୍ଡ ପିଣ୍ଡାରେ ବସିଥିବା ବେଳେ ହଠାତ ବଜ୍ରପାତ କାରଣରୁ ତାଙ୍କର ପରଲୋକ ଘଟିଥିଲା। ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସମିତି ସଭ୍ୟ ବିପିନ ମହାପାତ୍ରଙ୍କ ନେତୃତ୍ବରେ ଗ୍ରାମବାସୀ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Read More

ଭୁବନେଶ୍ବର, ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକମାନେ ନିଜ ନିଜ ରାଜ୍ୟକୁ ଫେରିବା ନିମନ୍ତେ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ଆଧାରରେ ଓଡ଼ିଶାକୁ ବିଭିନ୍ନ ପ୍ରଦେଶରୁ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, ଶ୍ରମଜୀବୀ, ବୃତ୍ତିଜୀବୀ, ତୀର୍ଥଯାତ୍ରୀ ଏବଂ ସାଧାରଣ ଲୋକଙ୍କ ପାଇଁ ରାଜ୍ୟ ସରକାର ଏକ ଗାଇଡ଼ଲାଇନ୍‌ ପ୍ରସ୍ତୁତ କରିଛନ୍ତି ।ସେଗୁଡିକ ହେଲା 1-ଓଡ଼ିଶାକୁ ଫେରିବା ନିମନ୍ତେ www.covid19.odisha.gov.in ପୋର୍ଟାଲ୍‌ରେ ପଂଜୀକରଣ କରିବା ବାଧ୍ୟତାମୂଳକ । ଇତି ମଧ୍ୟରେ ବହୁସଂଖ୍ୟକ ଲୋକ ଓଡ଼ିଶା ଫେରିବା ନିମନ୍ତେ ପଂଜୀକରଣ କରିଛନ୍ତି ଏବଂ ସରକାରଙ୍କ ଦ୍ୱାରା ଏହି ଆବେଦନଗୁଡ଼ିକ ଯାଞ୍ଚ କରାଯାଉଛି। 2-ମୁଖ୍ୟତଃ ଲୋକମାନେ ସଡ଼କ ଏବଂ ରେଳପଥ ଏହି ଦୁଇଟି ମାଧ୍ୟମରେ ଓଡ଼ିଶାକୁ ଫେରିପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କର ସଂପୃକ୍ତ ରାଜ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଉଭୟ ସଡ଼କ ଓ ରେଳପଥରେ ଆସୁଥିବା ଲୋକମାନଙ୍କ ପାଇଁ ଏହା ବାଧ୍ୟତାମୂଳକ।…

Read More

ତୁର୍କୀ: ଦୁନିଆର ସବୁଠୁ ବଡ ଯୋଦ୍ଧା ହେଉଛି ମା’। ନିଜ ସନ୍ତାନ ପାଇଁ ସବୁ ବିପଦକୁ ଆଡେଇ ଦେଇପାରେ। ସେ ମଣିଷ ହେଉ ବା ଜନ୍ତୁ। ସବୁମା’ଙ୍କ ହୃଦୟ ଏକପ୍ରକାରର। ଏମିତି ଏକ ବିଲେଇର ମାତୃତ୍ବ ଦେଖିବାକୁ ମିଳିଛି। ତୁର୍କୀର ଇସ୍ତାନବୁଲ୍‌ର ଏକ ବିଲେଇ ନିଜ ଛୁଆକୁ ରକ୍ଷା କରିବା ପାଇଁ ପାଟିରେ ଧରି ଡାକ୍ତରଙ୍କ ପାଖରେ ଆସି ପହଞ୍ଚିଥିଲା। ବିଲେଇକୁ ଏମିତି ହସ୍ପିଟାଲରେ ଦେଖି ତାହାର ଫଟୋ ଉଠାଇ ଟୁଇଟ୍‌ର ସେୟାର କରିଛନ୍ତି ଜଣେ ଟୁଇଟର ୟୁଜର୍‌। ବିଲେଇ ହସ୍ପିଟାଲରେ ପହଞ୍ଚିଲା ପରେ ହସ୍ପିଟାଲରେ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଲେଇକୁ ଦେଖି ହସ୍ପିଟାଲର କର୍ମଚାରୀମାନେ ଖାଦ୍ୟ ଓ ପିଇବା ପାଇଁ କ୍ଷୀର ଦେବା ସହିତ ଛୁଆ ବିଲେଇର ଚିକିତ୍ସା କରିଛନ୍ତି। ତେବେ ବିଲେଇର ଏହି ବିରଳ ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ସାରା ଦେଶରେ କରୋନା ପାଇଁ ଆଶା ଆଶଙ୍କା ଲାଗି ରହିଥିବାବେଳେ…

Read More

ଭୁବନେଶ୍ବର, ଆଜି ସଂଧ୍ୟାରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁରଠାରେ ଥିବା ରେଳ ସଦନ ନିକଟରେ ନିଆଁ ଲାଗିଛି। ଏହି ସଦନ ନିକଟରେ ଥିବା ଗେଷ୍ଟ ହାଉସ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ନିଆଁ ଲାଗିବାର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ହୋଇଥିବାର ଅନୁମାନ କରାଯାଇଛି। ହେଲେ ନିଆଁ ଜୋରରେ ବ୍ୟାପିବା ଆରମ୍ଭ କରିଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗର ଦମକଳ ଆସି ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲା। ହେଲେ ନିଆଁର ତିବ୍ରତା ଦେଖିବା ପରେ ପୁଣି ଏକ ଦମକଳ ଆସି ଏହି ନିଆଁ ଲିଭା କାମରେ ଲାଗିଥିଲା। କିଛି ସମୟ ପରେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇପାରିଛି। ବର୍ତ୍ତମାନ ଲକ ଡାଉନ ଚାଲିଥିବା ବେଳେ ନିଆଁ କିପରି ଲାଗିଲା ତାହା ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ କୌଣସି ସ୍ଥାନରେ ହୋଟେଲ କିମ୍ବା ଚା ଦୋକାନ ମଧ୍ୟ ଖୋଲି ନାହିଁ। ତେବେ କେଉଁ କାରଣରୁ ନିଆଁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକ ମାନେ ଦୁସ୍ଥ ସ୍ଥିତିରେ ଜୀବନଯାପନ କରୁଛନ୍ତି। ଏପରିକି କିଛି ଶ୍ରମିକ ସାଇକେଲରେ ୧୭ ଶହ କିମି ଆସିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେହିପରି ଭାବରେ ବାଣପୁର ବ୍ଲକ୍‌ର ଦୁଇ ଯୁବକ ଚେନ୍ନାଇରୁ ଓଡିଶା ପର୍ଯ୍ୟନ୍ତ ରାସ୍ତାକୁ ଚାଲଚାଲି ଅତିକ୍ରାନ୍ତ କରିଛନ୍ତି। ଦୁଇ ଯୁବକ ହେଉଛନ୍ତି ବଡସିରେଇପୁରର କପିଳାଶ ପରିଡା ଏବଂ ନାଚୁଣୀର ବାବୁଲା ଜେନା। ଉଭୟ ବିଗତ ସାତ ମାସ ହେବ ଚେନ୍ନାଇର ସମଲକୋଟରେ କାମ କରୁଥିଲେ। ଏପ୍ରିଲ୍‌ ମାସ ୨୨ ତାରିଖରୁ ଦୁଇ ଯୁବକ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ବାଣପୁରରେ ପହଞ୍ଚିଛନ୍ତି। ପାଖାପାଖି ୧୩୦୦କିମି ରାସ୍ତାକୁ ଉଭୟ ପାଦରେ ଚାଲି ଚାଲି ଅତିକ୍ରାନ୍ତ କରିଥିବା ବେଳେ ଅଳ୍ପ କିଛି ସ୍ଥାନରେ କିଛି ଗାଡିବାଲାଙ୍କ ପକ୍ଷରୁ ଲିଫ୍ଟ ପ୍ରଦାନ କରାଯାଇଥିଲା। ଦୁଇ ଯୁବକ ପହଞ୍ଚିବା ପରେ ବାବୁଲା ନାଚୁଣୀ ଚାଲିଯାଇଥିଲେ ଏବଂ…

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି । ଶୁକ୍ରବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ 3ରେ ଶେଷ ହେବାକୁ ଯାଉଥିବା ବେଳେ 4 ତାରିଖରୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହେବାକୁ ଯାଉଛି । 4 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଏହି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିବ । ତେବେ ଏହି ଲକ୍‌ଡାଉନ୍‌ ସମୟରେ କେଉଁ କେଉଁ ସ୍ଥାନରେ କଟକଣା କୋହଳ କରାଯିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇନାହିଁ । ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍‌ରେ କଟକଣାକୁ ସାମାନ୍ୟ କୋହଳ କରାଯିବ ବୋଲି କୁହାଯାଇଛି । (ଏଜେନ୍ସି)

Read More