ଶ୍ରୀନଗର : ଜମ୍ମୁକାଶ୍ମୀରରେ ଭାରତୀୟ ସେନାକୁ ବଡ ସଫଳତା । ବିଗତ 4 ଦିନ ମଧ୍ୟରେ 14 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ବୁଧବାର ସକାଳୁ ସୋପିଆଁରେ ହୋଇଥିବା ଏହି ଏନ୍କାଉଣ୍ଟରରେ5 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋପିଆଁର ସୁଗୋ ହେଧାମାରେ ବୁଧବାର ଘଟିଥିବା ଏନ୍କାଉଣ୍ଟରରେ ସକାଳୁ 2 ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ପରେ ଆହୁରି ତିନି ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସେନା ପକ୍ଷରୁ ରବିବାର ଦିନ 5 ଜଣ ଆତଙ୍କୀ ଏବଂ ସୋମବାର ଦିନ 4 ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । (ଏଜେନ୍ସି)
Author: Samikhsya Bureau
ମେଲବୋର୍ଣ୍ଣ : ଜଣ ପ୍ରଫେସନାଲ ମୋଟରକାର ରେସର ରିନି ଗ୍ରେସୀ ଶେଷରେ ଅଶ୍ଳୀଳ ସିନେମା ଇଣ୍ଡଷ୍ଟ୍ରୀରେ ପାଦ ଥାପିଛନ୍ତି । ତେବେ ମେଲବୋର୍ଣ୍ଣର ଏହି ରେସର୍ ଜଣକ ଏହାକୁ ନେଇ ଦୁଃଖ ପ୍ରକାଶ କରିନାହାନ୍ତି । ଅର୍ଥାଭାବ କାରଣରୁ ସେ ଏହି ପଦକ୍ଷେପ ନେଇଥିବା ରେନି କହିଛନ୍ତି । ଦୁଇ ଦୁଇ ଥର ଅଷ୍ଟ୍ରେଲିଆନ୍ ମୋଟୋ ଜିପିରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ରେନୀ ସଫଳତା ହାସଲ କରିପାରି ନଥିଲେ । ଏପରି ପରସ୍ଥିତିରେ ବାଧ୍ୟ ହୋଇ ଅଶ୍ଲୀଳ ଫିଲ୍ମ ଦୁନିଆକୁ ଆପଣେଇ ନେଇଥିଲେ ରେନୀ । ତେବେ କାର୍ ରେସିଂ ତାଙ୍କର ସ୍ବପ୍ନ ଥିଲା ମାତ୍ରୀ ଏହି ଇଣ୍ଡଷ୍ଟ୍ରୀ ତାଙ୍କୁ ପରିଚୟ ଏବଂ ଅର୍ଥ ପ୍ରଦାନ କରିଛି ବୋଲି ରେନୀ ମତ ଦେଇଛନ୍ତି । (ଏଜେନ୍ସି)
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ବରୁଣ ଶର୍ମାଙ୍କ ମ୍ୟାନେଜର ରହିଥିବା ଦିଶା ଶୈଲାନ ଆତ୍ମହତ୍ୟା କରିଛନ୍ତି । ସୋମବାର ମଲାଡ ସ୍ଥିତ ନିଜ ବାସଭବନର 14 ତମ ମହଲା ଉପରୁ ଡେଇଁ ଦିଶା ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ସୁଶାନ୍ତ ଓ ବରୁଣଙ୍କ ସମେତ ଏକାଧିକ ବଲିଉଡ ଷ୍ଟାର ଦୁଃଖ ପ୍ରକାଶ କରିଛନ୍ତି । ସୁଶାନ୍ତ ଏହି ଘଟଣା ପରେ ନିଜ ଇନ୍ଷ୍ଟାଗ୍ରାମରେ ଶୋକ ପ୍ରକାଶ କରିଥିବା ବେଳେ ବରୁଣ ଦିଶାଙ୍କ ସହିତ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଅନ୍ୟାନ୍ୟ ଅଭିନେତ୍ରୀଙ୍କ ମଧ୍ୟରେ ଋଚା ଚଢ୍ଢା, ସୋନାକ୍ଷୀ ସିହ୍ନା, ମୌନୀ ରୟ ଏବଂ ନୁଶରତ୍ ଭରୁଚା ପ୍ରମୁଖ ଦୁଃଖ ପକାଶ କରିଥିଲେ । ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଶା ବିଗତ କିଛି ଦିନ ହେବ ମାନସିକ ଦୁସ୍ଥିତି ମଧ୍ୟ ଦେଇ ଗତି କରୁଥିଲେ । ଦିଶାଙ୍କ ବନ୍ଧୁ…
ତିନସୁକିଆ : ଆସାମରେ ରହିଥିବା ତେଲଖଣିରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ପ୍ରାଣହାନି ଘଟିଛି । ଆସାମର ତିନିସୁକିଆ ଜିଲ୍ଲାରେ ଘଟିଥିବା ଅଗ୍ନିକାଣ୍ଡରେ 2 ଜଣ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା 2 ଜଣ ଅଗ୍ନିଶମ ଅଧିକାରୀଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ତିନିସୁକିଆର ବାଘଜନରେ ରହିଥିବା ଅଏଲ ଇଣ୍ଡିଆ ଲିମିଟେଡ୍ର ଏହି ତେଲଖଣିରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି କରାଯାଇଛି ବୋଲି ଆସାମ ପରିବେଶ ମନ୍ତ୍ରୀ ଶୁକ୍ଲବୈଦ୍ୟ ପ୍ରକାଶ କରିଛନ୍ତି । ଏହା ସହିତ ସିଙ୍ଗାପୁରରୁ ଏକ ବିଶେଷଜ୍ଞ ଦଳ ମଧ୍ୟ ଆସାମରେ ପହଞ୍ଚିଛନ୍ତି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ସକାଳୁ ରାଜ୍ୟରେ 110 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରେ ଜଗତସିଂହପୁରରୁ 33 ଜଣ ଆକ୍ରାନ୍ତ ରହିଛନ୍ତି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । 33 ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 130ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 68 ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 62 ରହିଛି । ସମସ୍ତ ଆକ୍ରାନ୍ତ ମାନେ ଲକ୍ଷଣ ବିହୀନ ରହିଥିବା ବେଳେ ସମସ୍ତେ ବିଦେଶ ଫେରନ୍ତା ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ 8 ଜଣ ଆକ୍ରାନ୍ତ ରହିଥିବା ବେଳେ କୁଜଙ୍ଗରୁ 3 ଜଣ ଆକ୍ରାନ୍ତ ରହିଛନ୍ତି । ନାଉଗାଁରୁ 18 ଜଣ ଆକ୍ରାନ୍ତ ରହିଥିବା ବେଳେ ରଘୁନାଥପୁର ଏବଂ ତିର୍ତ୍ତୋଲରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…
ଚେନ୍ନାଇ : କରୋନାରେ ପ୍ରାଣ ହରାଇଛନ୍ତି ଡିଏମ୍କେ ବିଧାୟକ ଜେ ଅମ୍ବଝାଗନ । ବୁଧବାର ନିଜର 62 ତମ ଜନ୍ମ ଦିବସରେ ଅମ୍ବଝାଗନ ପ୍ରାଣ ହରାଇଛନ୍ତି । ଚେନ୍ନାଇର କ୍ରୋମ୍ପେଟ୍ର ରେଲା ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଥିବା ଅମ୍ବଝାଗନ୍ ପ୍ରାଣ ହରାଇଛନ୍ତି । ଜୁନ୍ 2ରେ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବା ବିଧାୟକଙ୍କର ଶ୍ବାସକ୍ରିୟାରେ ସମସ୍ୟା ରହିଥିଲା । ଅମ୍ବଝାଗନଙ୍କ ପରଲୋକ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସାମି ଶୋକ ପ୍ରକାଶ କରିଥିବା ବେଳେ ଡିଏମ୍କେ ସଭାପତି ଏମ୍ କେ ଷ୍ଟାଲିନ୍ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 110 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଭାବରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 97 ଜଣ କ୍ବାରେଣ୍ଟିନ୍ରେ ରହିଥିବା ବେଳେ 13 ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଗତ ସିଂହପୁରରୁ ସର୍ବାଧିକ 33 ଜଣ ଆକ୍ରାନ୍ତ ରହିଥିବା ବେଳେ କଟକରୁ 20 ଏବଂ ଖୋର୍ଦ୍ଧାରୁ 14 ଜଣ ଆକ୍ରାନ୍ତ ରହିଛନ୍ତି । ରାୟଗଡାରୁ 4, ଝାରସୁଗୁଡାରୁ 1, ନୟାଗଡରୁ 4, ବରଗଡରୁ 2, ଭଦ୍ରକରୁ 1, କଳାହାଣ୍ଡିରୁ 1, ଗଜପତିରୁ 11, ପୁରୀରୁ 7, ବଲାଙ୍ଗୀରରୁ 1, କେନ୍ଦ୍ରାପଡାରୁ 1, ମୟୁରଭଞ୍ଜରୁ 4, କୋରାପୁଟଳ କେନ୍ଦୁଝର ଏବଂ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3250ରେ ପହଞ୍ଚିଛି । ଏହା ମଧ୍ୟରୁ 2133 ଜଣ ସୁସ୍ଥ ହୋଇଥିବା ବେଳେ…
ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରଭାବରେ ଅର୍ଥନୀତି ସମ୍ପୂର୍ଣ୍ଣ ତଳକୁ ଖସିଥିବା ବେଳେ ସେନସେକ୍ସ ମଧ୍ୟ ତଳୁଆ ରହିଥିଲା । ମାତ୍ର ବୁଧବାର ନିବେଶକଙ୍କ ପାଇଁ ଖୁସି ଖବର । ବୁଧବାର ସେନସେକ୍ସ 200 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟୀ 69 ପଏଣ୍ଟ ଉପରକୁ ଉଠିଛି । ସେନସେକ୍ସ 285 ପଏଣ୍ଟ ଉପରକୁ ଉଠିଥିବା ବେଳେ ଏହା 34142 ପଏଣ୍ଟରେ ପହଞ୍ଚିଛି । ନିଫ୍ଟୀ ଏହି ସମୟରେ ସ୍ଥିର ରହିଥିବା ବେଳେ 69 ପଏଣ୍ଟ ଉପରକୁ ଉଠିବା ସହିତ ଏହା 10115.70 ପଏଣ୍ଟରେ ପହଞ୍ଚିଛି । ଭାରତୀ ଇନ୍ଫ୍ରାଟେଲ୍ ଅଂଶଧନ ମୂଲ୍ୟରେ 2.23 ପ୍ରତିଶତ ଉପରକୁ ଉଠିଥିବା ବେଳେ ଶ୍ରୀ ସିମେଣ୍ଟର ଅଂଶଧନ ମୂଲ୍ୟରେ 1.92 ପ୍ରତିଶତ ଏବଂ ଏଚ୍ଡିଏଫ୍ସି ଅଂଶଧନ ମୂଲ୍ୟରେ 1.83 ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଟାଟା ଷ୍ଟିଲ୍, ଟାଟା ମୋଟର୍ସ ଏବଂ ଜେଏସ୍ଡବ୍ଲ୍ୟୁର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି । ଏହି ସମୟରେ…
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ସଙ୍କଟମୟ ରୂପ ନେଉଛି କରୋନା । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 8852ଟି ନୂତନ ମାମଲା ସମ୍ମୁଖକୁ ଆସିଥିବା ବେଳେ 5129 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଗତ 24 ଘଣ୍ଟାମ ମଧ୍ୟରେ 241 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 7719ରେ ପହଞ୍ଚିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 780ରେ ପହଞ୍ଚି ଥିବା ବେଳେ 1,34,166 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,32,880ରେ ରହିଛି । ସେହିପରି ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 7,185,573ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 8 ହଜାର 954ରେ ପହଞ୍ଚିଛି । ବିଶ୍ବବ୍ୟାପୀ ବର୍ତ୍ତମାନ ସୁଦ୍ଧା 3,352,665 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)
କେଦାର ମିଶ୍ର ଓଡିଶାରେ ଏକ ଭର୍ଚ୍ୟୁଆଲ ଜନ ସମ୍ବାଦ ରାଲିକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଲେ ଯେ ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାକୁ କେନ୍ଦ୍ର ସରକାର ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏ ସମ୍ପର୍କରେ ବିଜେପି ରାଜ୍ୟ ଶାଖା ତରଫରୁ ଏକ ଟୁଇଟ ମାଧ୍ୟମରେ କୁହା ଯାଇଛି ଯେ “ତ୍ରୟୋଦଶ ଅର୍ଥ ଆୟୋଗରେ କଂଗ୍ରେସ ସରକାର ଓଡିଶାକୁ ୭୯,୦୦୦ କୋଟି ଟଙ୍କା ଦେଇଥିଲେ l୨୦୧୪-୧୯ ମଧ୍ୟରେ ମୋଦୀ ସରକାର ଓଡିଶାକୁ ୨.୧୧ ଲକ୍ଷ କୋଟି ଟଙ୍କା ଦେଇଛନ୍ତି lଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ସମେତ ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ମୋଦୀ ସରକାର ଓଡିଶାକୁ ପ୍ରଦାନ କରିଛନ୍ତି।”ଏହାର ମୋଟାମୋଟି ଅର୍ଥ ଏୟା ଯେ ଗତ ପାଞ୍ଚ ବର୍ଷରେ ମୋଦୀ ସରକାର ଓଡ଼ିଶାକୁ ବାର୍ଷିକ ହାରାହାରି ୧.୧୦ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏ ସଂଖ୍ୟା ଦେଖିଲା ପରେ ରାଜ୍ୟର ଅର୍ଥନୀତି ଓ ରାଜନୀତି…
ଭୁବନେଶ୍ବର : ରାଜ୍ୟରେ କ୍ବାରେଣ୍ଟିନ୍ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକର କୋରକୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଜଣକ ଗତକାଲି କୋଲକାତାରୁ ଫେରିଥିଲେ । ଗତକାଲି ଫେରିବା ପରେ କୋରକୋରା କ୍ବାରେଣ୍ଟିନ୍ କେନ୍ଦ୍ରରେ ସେ ରହିଥିଲେ । ନୋଡାଲ ଅଫିସର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ଘୋଷଣା କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ସହିତ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବାର ନିଷ୍ପତ୍ତି ନିଆଯାଇଛି ।
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ବୁଧବାର ସୋପିଆନ୍ରେ ଘଟିଥିବା ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସୋପିଆନ୍ର ସୁଗୁ ଅଞ୍ଚଳରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ବିଗତ ତିନି ଦିନ ମଧ୍ୟରେ 11 ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍ ପକ୍ଷରୁ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ସୁଗୁରେ ଆତଙ୍କୀ ମାନେ ଆକ୍ରମଣ କରିଥିଲେ । ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯିବା ଫଳରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ଚିଲିକା: ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହି ନିଷ୍ପତ୍ତିକୁ ଭୃକ୍ଷେପ କରୁନାହାନ୍ତି। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନିକଟରୁ ଜରିମାନା ଆଦାୟ କରିଛନ୍ତି ଚିଲିକା ତହସିଲଦାର। ନିକଟରେ କାର୍ଯ୍ୟରେ ଯୋଗ ଦେଇଥିବା ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ବରେ ବାଲୁଗାଁ ଏନ.ଏ.ସି ତରଫରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ମାସ୍କ ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ଫାଇନ୍ ଆଦାୟ କରାଯାଇଥିବା ବେଳେ ଏକ ମଲ୍ ଏବଂ ଲେଡିଜ୍ କର୍ଣ୍ଣର ଉପରେ ମଧ୍ୟ ଚଢାଉ କରାଯାଇଥିଲା। ଏହି ଚଢାଉରେ ୪ ହଜାର ଟଙ୍କାର ଫାଇନ୍ ଆଦାୟ କରାଯାଇଥିଲା। ତହସିଲଦାରଙ୍କ ସହିତ ଏହି ଚଢାଉରେ ଏନ.ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବରିଷ୍ଠ ରାଜସ୍ୱ ସହାୟକ ସନ୍ତୋଷ ପଟ୍ଟନାୟକ, ବାଲୁଗାଁ ଏନ.ଏ.ସି ଟାକ୍ସ…
ନୂଆଦିଲ୍ଲୀ : କରୋନା କାରଣରୁ କ୍ରିକେଟ୍ ଖେଳ ଦୀର୍ଘଦିନ ହେବ ବନ୍ଦ ରହିଥିବା ବେଳେ ପୁନର୍ବାର ଏହାକୁ ଆରମ୍ଭ କରିବାର ପ୍ରକ୍ରିୟା ଆରମ୍ଭ କରିଛି ଆଇସିସି । ଅନୀଲ କୁମ୍ବଲେଙ୍କ ନେତୃତ୍ବାଧୀନ ଆଇସିସି ପରିଚାଳନା କମିଟି ପକ୍ଷରୁ କିଛି ସଂଶୋଧନର ପ୍ରସ୍ତାବ ଦିଆଯାଇଛି । ସିଇସି ପକ୍ଷରୁ ଏହି ନୂତନ ଗାଇଡ୍ଲାଇନ୍ ମଙ୍ଗଳବାର ଦିନ ଜାରି କରାଯାଇଛି । ତେବେ ଏହି ନୂତନ ନିୟମ କେବଳ ଟେଷ୍ଟ କ୍ରିକେଟ୍ ପାଇଁ ଲାଗୁ କରାଯାଇଛି । କୋଭିଡ୍ 19 ସବ୍ଷ୍ଟିଚ୍ୟୁଟ୍ : ପ୍ରତ୍ୟୋକ ଟିମ୍ ପାଇଁ ଜଣେ କୋଭିଡ୍ 19 ସବ୍ଷ୍ଟିଚ୍ୟୁଟ୍ ରଖାଯିବ । ଏହି ସବ୍ଷ୍ଟିଚ୍ୟୁଟ୍ ଡାକ୍ତର ଜଣକ ଟିମ୍ର ପ୍ରତ୍ୟୋକ ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ । ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଥିବା ଓ୍ବିଣ୍ଡିଜ୍-ଇଂଲଣ୍ଡ ସିରିଜ୍ରେ ପ୍ରଥମ ଥର ପାଇଁ ଏହି ନିୟମର ପ୍ରଚଳନ କରାଯିବ । ଛେପ ବ୍ୟବହାର ଉପରେ ରୋକ୍ : ବୋଲିଂ ପୂର୍ବରୁ…
କନ୍ଦର୍ପ ବେହେରା ରେଢାଖୋଲ : ଚାରମାଳ ନିକଟରେ ଜନୈକ ଯୁବକ ଆତ୍ମହତ୍ୟା କରିଛନ୍ତି । ଚାରମାଳ ଥାନା ଚୁଡାପୁର ଗ୍ରାମରେ ବୁଲୁ ବେହେରା(୨୨) ନାମକ ଯୁବକ ବିଷ ପାନ କରି ଆତ୍ମହତ୍ୟା କରିଛି । ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ,ପିଲାଟି ମାନସିକ ଭାରସାମ୍ୟ ହରାଇ ବିଷ ପାନ କରିଥିବା କହୁଥିବା ବେଳେ ଏହା ପ୍ରେମ ଜନିତ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ବିଷ ପାନ କରିଥିବା ଯୁବକର ଘର ରେଢାଖୋଲ ଥାନା ବୁର୍ଡା ପଂଚାୟତର ଜାମୁନାଳୀ ଗ୍ରାମର ବୋଲି ଜଣା ପଡିଛି । ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ରେଢାଖୋଲ ଥାନା ଛତ୍ରପୁର ଗ୍ରାମରେ ମଧ୍ୟ ବାପାର ଗାଳି ସହ୍ୟ କରି ନପାରି ୧୬ ବର୍ଷର ଜଣେ ପିଲା ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲା ।
ଭୁବନେଶ୍ବର : ଭୁବନେଶ୍ବର ଏମ୍ସର 4 ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳବାର ଏହି 4 ଡାକ୍ତର ପଜିଟିଭ୍ ହୋଇଥିବା ଜଣାପଡିଛି । ଏମ୍ସର ନିର୍ଦ୍ଦେଶକ ବି ଗୀତାଞ୍ଜଳୀ ଏହି ସୂଚନା ଦେଇଛନ୍ତି । ସଂକ୍ରମିତ ହୋଇଥିବା 4 ଡାକ୍ତରଙ୍କ ମଧ୍ୟରେ 3 ଜଣ ବରିଷ୍ଠ ଡାକ୍ତର ରହିଥିବା ବେଳେ ଜଣେ ଜୁନିୟର ଡାକ୍ତର ରହିଛନ୍ତି । 3 ବରିଷ୍ଠ ଡାକ୍ତର ସର୍ଜରୀ, ପାଥୋଲୋଜୀ ଏବଂ ମେଡିସିନ୍ ବିଭାଗର ରହିଥିବା ବେଳେ ଜୁନିୟର ଡାକ୍ତର ଜଣକ ଚର୍ମରୋଗ ବିଭାଗର ଅଟନ୍ତି । 4 ଡାକ୍ତରଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବେଳେ ସେମାନଙ୍କୁ ହୋମ କ୍ବାରେଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଜଣେ ଜୁନିୟର ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।
ରମେଶ ମହାନ୍ତି ଜଗତସିଂହପୁର : ଆଜି ଅପରାହ୍ନରେ ରାଜ୍ୟରେ 140 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହା ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ 11 ଜଣ ଆକ୍ରାନ୍ତ ରହିଛନ୍ତି । ସୁସ୍ଥ ହୋଇଥିବା 11 ଜଣ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାକୁ ମିଶାଇ ଜଗତସିଂହପୁରରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା 68ରେ ପହଞ୍ଚିଛି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 29 ରହିଥିବା ନେଇ ଜିଲ୍ଲାପାଳ ଟ୍ବିଟ୍ କରିଛନ୍ତି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ ସହ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଲିଆ ଛକ, କେଏନ୍ପୁର, ଆଚୁଲି, ସିକୁଳା ଏବଂ ଖଲିକୋଟ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ଅଂଚଳରେ ଚଢ଼ାଉ ହୋଇଥିଲା । ଚଢ଼ାଉରେ ୨୭୩.୬୦୦ ଲିଟର ପୋଚ, ୧୭.୮୨୦ ଲିଟର ବିଦେଶୀ ମଦ, ୧୦ ଲିଟର ଦେଶୀ ମଦ ସହ ୩ଟି ଗାଡ଼ି ଜବତ ହୋଇଛି । ଏହା ସହ ୯ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଚଢ଼ାଉରେ ପୁରୁଷୋତ୍ତମପୁର ଏବଂ ଛତ୍ରପୁର ଅବକାରୀ ଥାନା ଇନିସ୍ପେକକ୍ଟର, ପୁରୁଷୋତ୍ତମପୁର, ଛତ୍ରପୁର ଓଆଇସି ଏବଂ ପୁରୁଷୋତ୍ତମପୁର ତହସିଲ୍ଦାର ଉପସ୍ଥିତ ଥିବା ଜଣାପଡ଼ିଛି ।
ନୂଆଦିଲ୍ଲୀ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସିନ୍ଧିଆଙ୍କ ସହିତ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ବିଗତ 4 ଦିନ ଧରି ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଦିନ ରିପୋର୍ଟ ଆସିବା ପରେ ସିନ୍ଧିଆ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କରୋନା ରିପୋର୍ଟ ଆସିଛି । କେଜ୍ରିଓ୍ବାଲଙ୍କ ରିପୋର୍ଟ ନେଗେଟିଭ୍ ରହିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି କେଜ୍ରିଓ୍ବାଲଙ୍କ ଅସୁସ୍ଥତା ପରେ ତାଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇଥିବା ବେଳେ ନମୂନା ପରୀକ୍ଷଣ ପାଇଁ ଯାଇଥିଲା । କରୋନା ସନ୍ଦେହ କରାଯାଇଥିବା ବେଳେ ମଙ୍ଗଳବାରର ରିପୋର୍ଟ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । ଗତକାଲି କରୋନା ସନ୍ଦେହ କରାଯିବା ପରେ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ କେଜ୍ରିଓ୍ବାଲ । (ଏଜେନ୍ସି)
ଭୁବନେଶ୍ବର : ଚାଷୀଙ୍କ ସମସ୍ୟା ନେଇ କୃଷି ସଚିବ ସୌରଭ ଗର୍ଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜ୍ୟର 60 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି ଏବଂ ଚଳିତବର୍ଷ 96ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି । ଚାଷୀଙ୍କ କଥା ବୁଝିବାକୁ ପ୍ରତି ସୋମବାର ପଞ୍ଚାୟତ ଖୋଲିବ । ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଆମେ ପଦକ୍ଷେପ ନେଇଛୁ । ଜଳ, ପୋକ ସମସ୍ୟା ପାଇଁ ମଧ୍ୟ ଚାଷୀ ସହାୟତା ନେଇପାରିବେ ବୋଲି ସେ କହିଛନ୍ତି । 6ଟି ବିଭାଗର କର୍ମଚାରୀ ବ୍ଲକ ସ୍ତରରେ କାମ କରୁଛନ୍ତି । ଏହାସହ ପ୍ରତି ଜିଲ୍ଲାରେ ନୋଡ଼ାଲ୍ ଅଫିସର କାର୍ଯ୍ୟ କରୁଛନ୍ତି । ନିଜ ଜମିରେ ଜଳାଶୟ ପାଇଁ ମୋ ପୋଖରୀ ଯୋଜନା ଚାଲିଛି । ଚାଷୀଙ୍କ ପାଇଁ 5ଲକ୍ଷ କୁଇଣ୍ଟାଲ ବିହନ ଯୋଗାଇ ଦିଆଯିବ । ଫସଲ ବୀମାରେ 30 ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ…

