Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ କୋଲକତା ଲିଙ୍କ ଚିନ୍ତା ବଢାଉଛି। ଗତକାଲି ଚିହ୍ନଟ ହୋଇଥିବା ଛଅ ଆକ୍ରାନ୍ତଙ୍କର ରହିଛି କୋଲକତା ଲିଙ୍କ୍‌। କେସ୍‌ ନଂ 95ରୁ 100 ପର୍ଯ୍ୟନ୍ତ 6 ଜଣ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌ ରହିଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ରାଜ୍ୟରେ 8 ଜଣ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି କେସ୍ ନମ୍ବର 95ରୁ 102 ପର୍ଯ୍ୟନ୍ତ 8 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି। କୋଲକାତା ଲିଙ୍କ୍‌ ଥିବା ସମସ୍ତ ଛଅ ଜଣ ଯାକ ଯାଜପୁର ଜିଲ୍ଲାର ବୋଲି ସୂଚନା ରହିଛି। ଅନ୍ୟ ଦୁଇ କରୋନା ଆକ୍ରାନ୍ତ କେସ୍‌ ନମ୍ବର 101 ଓ 102 ସୁନ୍ଦରଗଡ ଜିଲ୍ଲାର। ଏହି ଦୁଇ ଆକ୍ରାନ୍ତ କେସ୍‌ ନମ୍ବର 69 ଦ୍ବାରା ସଂକ୍ରମିତ ହୋଇଛନ୍ତି। 95 ନମ୍ବର ଆକ୍ରାନ୍ତ 23 ବର୍ଷର ଯୁବକ ହୋଇଥିବା ବେଳେ ସେ 29 ମାର୍ଚ୍ଚରେ ବୋଲେରୋ…

Read More

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାବୁ ଜଗଜୀବନ ରାମ ହସ୍ପିଟାଲ୍‌ରେ ଡାକ୍ତରଙ୍କ ସମେତ 40 ଜଣ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଦିଲ୍ଲୀର ଜାହାଙ୍ଗିରୀପୁରୀ ନିକଟରେ ଏହି ହସ୍ପିଟାଲଟି ଅବସ୍ଥିତ। ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କହିଛନ୍ତି ଯେ, ଯେଉଁ ହସ୍ପିଟାଲ ଗୁଡିକରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ପାଇଁ ଗାଇଡ ଲାଇନ ଜାରି କରାଯାଇଛି। ସୂଚନାଯୋଗ୍ୟ ଜାହାଙ୍ଗିରପୁରୀ ଅଞ୍ଚଳରେ ବହୁ ସଂକ୍ରମିତ ଚିହ୍ନଟ ହୋଇଛି। ଏହି ଅଞ୍ଚଳର  ଗଳିରୁ ମଧ୍ୟ ଏକାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା 2625ରେ ପହଞ୍ଚିଛି। ଶନିବାର ଦିନ 111ଟି ମାମଲା ଆସିଛି। ତେବେ ପୂର୍ବ  ସ୍ଥିତି ଠାରୁ ଏବେ ସ୍ଥିତିରେ ବହୁତ ଫରକ ଆସିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟରେ କରୋନା ଡବଲିଂ ରେଟ ଚାରିରୁ ପାଞ୍ଚ ଦିନ ରହିଥିବାବେଳେ ଏବେ ଏହା 13 ଦିନରେ ରହିଛି…

Read More

ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ, ଗୁଟଖା, ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ନିର୍ଦ୍ଦେଶ ଅମାନ୍ୟ କଲେ ସରପଞ୍ଚ ମାନେ ଥାନାରେ ଏତେଲା ଦେବେ । ଅବହେଳା କଲେ ସରପଞ୍ଚ ମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିଲ୍ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଏଥି ସହିତ କ୍ଷୁଦ୍ର ବ୍ୟବସାୟୀ କିମ୍ବା ଅନ୍ୟାନ୍ୟ ବିକାବାଲା ଯେଉଂ ମାନଙ୍କ ବ୍ୟବସାୟ ସ୍ଥାନରେ ଅଧିକ ଗହଳି ହେଉଛି ସେମାନଙ୍କର ମଧ୍ୟ କରୋନା ସ୍ବାବ୍ ପରୀକ୍ଷା କରାଯିବ । କିଛି ବି ଲକ୍ଷଣ ଥିଲେ ଅନ୍ୟୁନ ୩ ଜଣଙ୍କର ସ୍ବାବ୍ ବ୍ଲକ୍ ମାନଙ୍କରୁ ସରପଞ୍ଚ ମାନଙ୍କ ସୁପାରିଶ୍ କ୍ରମେ ପ୍ରତ୍ୟହ ବ୍ରହ୍ମପୁର…

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏକ ହସ୍ପିଟାଲରେ 8 ଜଣ ନର୍ସ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର କଳାବତୀ ସରଣ ହସ୍ପିଟାଲରେ ସେବିକା ଭାବରେ କାର୍ଯ୍ୟ କରୁଥିବା ଏହି 8 ଜଣ ନର୍ସ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଏହି 8 ଜଣ ଯାକ ନର୍ସ ପେଡିଆଟ୍ରିକ ବିଭାଗରେ କାମ କରୁଥିବା ଜଣାପଡିଛି । ଲେଡି ହାର୍ଡିଙ୍ଗ ହସ୍ପିଟାଲରେ ଏହି ନର୍ସ ମାନଙ୍କ ନମୂନା ପଜିଟିଭ୍‌ ଆସିବା ପରେ ଏମାନଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଏହା ସହିତ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଉକ୍ତ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସୁପରଷ୍ଟାର ଓ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଛନ୍ତି । ଲକ୍ ଡାଉନ୍‌ ସମୟରେ ସୋସିଆଲ୍‌ ମିଡିଆରେ ବହୁତ ସାରା ଭାଇରାଲ୍‌ ଟ୍ରେଣ୍ଡ‌ର ଆରମ୍ଭ କରାଯାଇଛି । ନିକଟରେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏପରି ଏକ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ । କ୍ବାରେଣ୍ଟିନ୍‌ରେ ରହିଥିବା ଏହି ଅଭିନେତ୍ରୀ ଜଣକ ପିଲୋ ଚ୍ୟାଲେଞ୍ଜ୍‌ରେ ଭାଗ ନେଇ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଷ୍ଟାଇଲିଶ୍‌ ଅନ୍ଦାଜରେ ଏକ ତକିଆ ଡ୍ରେସ୍‌ ସହିତ ବ୍ଲାକ୍‌ ବେଲ୍ଟ ଓ ରେଡ୍‌ ହାଇହୀଲ୍ସରେ ନଜର ଆସିଛନ୍ତି । ତମନ୍ନାଙ୍କ ଏହି ଇଷ୍ଟେଟିକ୍‌ ଅନ୍ଦାଜ୍‌ ଫ୍ୟାନ୍ସକୁ ବହୁତ ପସନ୍ଦ ଆସିଛି । ତମନ୍ନାଙ୍କ ଏହି ପିଲୋ ଡ୍ରେସ୍‌ର ଫଟୋଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ…

Read More

ଭୁବନେଶ୍ବର : ମହାରାଷ୍ଟ୍ରରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଧବଙ୍କ ସହିତ ନବୀନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହାରାଷ୍ଟ୍ରରେ ଅଟକି ରହିଥିବା ସମସ୍ତ ଶ୍ରମିକଙ୍କୁ ନିରାପଦ ଭାବରେ ଓଡିଶା ପଠାଇବାର ବ୍ୟବସ୍ଥା କରିବା ପାଇଁ ଉଦ୍ଧବଙ୍କୁ ଅନୁରୋଧ କରିଥିଲେ ନବୀନ । ସମସ୍ତ ଶ୍ରମିକଙ୍କ ପଞ୍ଜୀକରଣ କରାଇ ସେମାନଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯିବ ବୋଲି ନବୀନ କହିଛନ୍ତି ।

Read More

ରାୟଗଡା : କରୋନା ସଂକ୍ରମଣ ରୋକିବା ପାଇଁ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଲୋକଙ୍କୁ ରଖି ଚିକିତ୍ସିତ କରାଯାଉଥିବାବେଳେ ସେଠାରେ ଗଣ୍ଡଗୋଳ ପରି ଅଭାବନୀୟ କାଣ୍ଡ ସବୁ ଦେଖିବାକୁ ମିଳୁଛି । ମିଳିଥିବା ସୂଚନା ଅନୁସାରେ ରାୟଗଡାର କୁମ୍ଭୀକୋଟା କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଏସିଡ୍‌ ମାଡ ହୋଇଥିବାର ଖବର ମିଳିଛି । କ୍ବାରେଣ୍ଟିନ୍‌ରେ ରହୁଥିବା ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏସିଡ୍‌ ମାଡ ହୋଇଥିବାର ସୂଚନା ରହିଛି । ଉଭୟ ଯୁବକ ରାଜ୍ୟ ବାହରରର ହୋଇଥିବାବେଳେ କ୍ବାରେଣ୍ଟିନ୍‌ରେ ରହିଥିଲେ । ଗୁରୁତର ଥିବା ଯୁବକଙ୍କୁ ମେଡ଼ିକାଲରେ ପୋଲିସ୍‌ ଭର୍ତ୍ତି କରିଛି । କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଏପରି ଘଟଥିବାର ସ୍ପଷ୍ଟ କରିଛନ୍ତି ରାୟଗଡା ଉପଜିଲ୍ଲାପାଳ । ସୁନାରୀ କାମ କରୁଥିବାରୁ ଏସିଡ୍‌ ରଖିଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ତଦନ୍ତ ହେବ ବୋଲି ସୂଚନା ରହିଛି ।

Read More

ଆସାମ : ଦେଶବ୍ୟାପୀ କରୋନାର ସଙ୍କ୍ରମଣ ବ୍ୟାପୁଥିବା ବେଳେ ଆସାମରେ ସ୍ବାଇନ୍‌ ଫ୍ଲୁ ଚିନ୍ତାର କାରଣ ହୋଇଛି । ବିଗତ ଚାରିଦନ ମଧ୍ୟରେ 2 ହଜାରରୁ ଅଧିକ ଘୁଷୁରୀ ପ୍ରାଣ ହରାଇବା ପରେ ରବିବାର ଘୁଷୁରୀ ମାଂସ ଖାଇବା କିମ୍ବା ବିକିବା ଉପରେ ରୋକ୍‌ ଲଗାଇଛନ୍ତି ଆସାମ ସରକାର । ବ୍ରହ୍ମପୁତ୍ର ଗେଷ୍ଟ ହାଉସ୍‌ରେ ସରକାରୀ ଅଧିକାରୀଙ୍କ ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏହି ନିଷ୍ପତ୍ତି ନେଇଛନ୍ତି । ରବିବାର ଠାରୁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ମାଂସ ଖାଇବା କିମ୍ବା ବିକିବା ଉପରେ ଏହି କଟକଣା ଲାଗୁ କରାଯାଇଛି । (ଏଜେନ୍ସି)

Read More

ଭୁବନେଶ୍ବର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ ଘଟିଛି । 83 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟକର ସ୍ରଷ୍ଟା ବିଜୟ ମିଶ୍ର ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଲୋକପ୍ରିୟ ନାଟକ “ତଟ ନିରଞ୍ଜନା” ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ସେହିପରି ସେ ଚଳଚିତ୍ର “ଶ୍ରୀ ଜଗନ୍ନାଥ” ର ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି। ଏ ଯାବତ ସେ 60 ଟି ନାଟକ, 55ଟି ଚଳଚିତ୍ର ଏବଂ 7ଟି ଧାରାବାହିକ ରଚନା କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ନାଟକ ଭିତରେ ଯାଦୁକର, ଜଣେ ରାଜା ଥିଲେ, ତଟ ନିରଂଜନା, ଭୋକ, ଫକିରମୋହନଙ୍କ ଶାସ୍ତି ଓ ଛମାଣ ଆଠଗୁଣ୍ଠର ନାଟ୍ୟରୂପାନ୍ତର ପ୍ରଭୃତି ବେଶ ଲୋକପ୍ରିୟ। ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : ଚୋରା କାଠ ମାଫିଆଙ୍କ ପାଇଁ ବରଦାନ ସାଜିଛି କରୋନା ଲକ୍ ଡାଉନ। ପାରାଦ୍ବୀପ ବେଳାଭୂମିରୁ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁ କାଠ। କରୋନାକୁ ନେଇ ସମସ୍ତେ ଘରେ ଥିବାବେଳେ, ଏମାନେ ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଝାଉଁ ଜଙ୍ଗଲ। ଉପକୂଳର ସୁରକ୍ଷା କବଚ କ୍ଷତିଗ୍ରସ୍ତ ହେଉ ହେଉଥିବା ବେଳେ ପ୍ରଶାସନ ପାଖରେ ନାହିଁ ଖବର। ଚୋରା କାଠ ମାଫିଆଙ୍କୁ ସୁହାଇଛି କରୋନା ଲକ୍ ଡାଉନ। ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଶହ ଶହ ଝାଉଁ ଗଛ। ଏହି ଦୃଶ୍ୟ ହେଉଛି ପାରାଦ୍ବୀପ ସମୁଦ୍ର କୂଳର। ପାଖରେ ଥିବା ଷଣ୍ଢକୁଦ ବସ୍ତିର କିଛି ମହିଳାଙ୍କୁ ଲଗାଇ କାଠ ମାଫିଆ ଲୁଟ୍ କରୁଛନ୍ତି ଝାଉଁ ଜଙ୍ଗଲ। ରାସ୍ତା ଶୁନ ଶାନ ଥିବା ବେଳେ ଏମାନେ କିନ୍ତୁ ଲୁଟିବାରେ ବ୍ୟସ୍ତ। ପାଖାପାଖି ୬ ଏକରରୁ ଉର୍ଦ୍ଧ୍ବ ଝାଉଁ ଜଙ୍ଗଲ ଏବେ ସଫା ହୋଇ ଯାଇଛି। ସ୍ବଳ୍ପ ମୂଲ୍ୟରେ ଏହି…

Read More

ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ସମସ୍ତ ନିର୍ମାଣ କାରୀ ସଂସ୍ଥା ତଥା ବିଭିନ୍ନ କମ୍ପାନୀ ଗୁଡିକ ହଠାତ୍ ବନ୍ଦ ହୋଇଛି। ଏହା ଫଳରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଉକ୍ତ କମ୍ପାନୀରେ କାମ କରୁଥିବା ଶ୍ରମିକ। କଟକ ଜିଲ୍ଲା ନରସିଂହପୁର ବ୍ଲକର ଓଡ଼ସିଙ୍ଗା, କାଠଖୁଣ୍ଟ, ଡିମିରିଆ ତଥା ବ୍ଲକର ବିଭିନ୍ନ ଗ୍ରାମରୁ ଶ୍ରମିକ ମାନେ ଚେନ୍ନାଇ ଯାଇ ସେଠାରେ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି । କାର୍ଯ୍ୟ କରୁଥିବା ଏହି ଶ୍ରମିକମାନେ ଲକଡାଉନ ଯୋଗୁଁ ଭୋକ ଉପାସରେ ରହିଥିବା ବେଳେ ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସେମାନେ ଯେଉଁ କମ୍ପାନୀରେ କାମ କରୁଥିଲେ କମ୍ପାନୀ ପକ୍ଷରୁ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଲକ୍‌ଡାଉନ୍‌ ସମୟରେ କର୍ମଚାରୀଙ୍କ ବେତନ ମଧ୍ୟ ମିଳିନାହିଁ । ଏଭଳି ଦୁସ୍ଥ ସ୍ଥିତିରୁ…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ୍ ଡାଉନ୍ ହୋଇଥିବାରୁ ଲୋକମାନେ ଘରୁ ବାହାରି ପାରୁନଥିଲେ। ଏବେ ମୁଗ ଅମଳ ସମୟ ହୋଇଥିବାରୁ ଏଇ କେଇଟା ଦିନ ହେବ ଲୋକମାନେ ଘରୁ ବାହାରି ମୁଗ ଓପାଡିବା ଆରମ୍ଭ କରୁଥିଲେ ହେଲେ ହଠାତ୍ ଆସିଲା କାଳବୈଶାଖି ଘଡଘଡି ସହିତ ପ୍ରବଳ ବର୍ଷା । ଉଜାଡି ଦେଲା ମୁଗ ଫସଲ। ବିଲରେ ଆଣ୍ଠୁଏ ପାଣି ହେବା ସହିତ ଭାସୁଛି ମୁଗଗଛ। ଚାଷୀ ପାଣିରୁ ଛାଣୁଛି ମୁଗଗଛ। ଏହିପରି ପ୍ରତିବର୍ଷ ଧାନ ହେଉ କି ମୁଗ ଅମଳ ସମୟରେ କାଳବୈଶାଖି ପରି ପ୍ରାକୃତିକ ବିପର୍ଯ୍ୟୟ ଆସି ଉଜାଡି ଦେଉଛି ଫସଲ। ଚଳିତବର୍ଷ ଏହି କାଳବୈଶାଖି ଏକପ୍ରକାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା କୁହାଯାଉଛି। ଏହି କାଳବୈଶାଖିରେ ଜଗତସିଂହପୁରର କନକପୁର, ତେନ୍ତୁଳିପଦା, ଗୋବିନ୍ଦପୁର, କୋଷ୍ଟିମଲ୍ଲିକାପୁର, କଟରା, ଗରାମ, ତୁଳଙ୍ଗ, ତରଜଙ୍ଗା, ପିପ୍ପଳମାଧବ, ବୋଧେଇ, କୃଷ୍ଣାନନ୍ଦପୁର, ବିଶନପୁର, କନିମୁଳ, ଦାଇଁଲୋ, ମୁଳସିଂ ସମେତ…

Read More

ଭୁବନେଶ୍ବର : ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ 16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଅପରାହ୍ନ 5.30 ଯାଏଁ 16ଟି ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି । ସୁନ୍ଦରଗଡ, ସମ୍ବଲପୁର, ନୂଆପଡା, ଦେବଗଡ, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କଟକ, ପୁରୀ ଏବଂ ମୟୁରଭଞ୍ଜରେ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ପୁରୀ ଓ ଭୁବନେଶ୍ବର ବାସୀଙ୍କୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି ।

Read More

ଭୁବନେଶ୍ବର : ସଂସଦୀୟ ପାଣ୍ଠିରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଭାବରେ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନବୀନଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡାର ସାଂସଦ ରହିଥିବା ସମୟରେ 1000 ଲୋକଙ୍କ ବସିବା ଭଳି ଏକ ବହୁମୁଖୀ ସଭାଗୃହ ନିର୍ମାଣ କରିଥିବା ବେଳେ 15ରୁ ଅଧିକ ବହୁମୁଖୀ ଗୃହ ଏବଂ 24ରୁ ଅଧିକ ମିନି ଷ୍ଟାଡିୟମ୍‌ ନିର୍ମାଣ କରିଥିଲେ । ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସମାପ୍ତ ହେବାକୁ ଯାଉଥିବାରୁ ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ଓଡିଶାବାସୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମୟରେ ଅଧିକ କ୍ବାରେଣ୍ଟିନ୍‌ ସେଣ୍ଟରର ଆବଶ୍ୟକତା ପଡିବ ତେଣୁ ଏହି ପ୍ରକଳ୍ପ ଗୁଡିକୁ ବ୍ୟବହାର କରିବା ପାଇଁ ବୈଜୟନ୍ତ ଅନୁରୋଧ କରିଛନ୍ତି ।

Read More

ନୂଆଦିଲ୍ଲୀ : ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ 2007 ଟି 20 ବିଶ୍ବକପ୍‌ର ସ୍ମୃତିକୁ ରୋମନ୍ଥନ କରିଛନ୍ତି । ଇଂଲଣ୍ଡ ପେସ୍‌ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ମାରିଥିବା 6 ଛକ୍କା ସମ୍ପର୍କରେ ବିବିସିର ଏକ ପଡକାଷ୍ଟରେ ପ୍ରକାଶ କରିଛନ୍ତି । ଏହି ମ୍ୟାଚ୍‌ ପରେ ଷ୍ଟୁଆର୍ଟଙ୍କ ପିତା କ୍ରିସ୍‌ ବ୍ରଡ୍‌ଙ୍କ ସହିତ ଆଲୋଚନା ସମ୍ପର୍କରେ ଯୁବରାଜ ନିଜ ପଡକାଷ୍ଟରେ ପ୍ରକାଶ କରିଛନ୍ତି । ଫ୍ଲିଣ୍ଟଫ୍‌ଙ୍କ ସହିତ ଯୁକ୍ତିତର୍କ ପରେ ବ୍ରଡ୍‌ଙ୍କୁ 6 ଛକ୍କା ମାରିଥିଲେ ଯୁବରାଜ । ଏହି ମ୍ୟାଚ୍‌ରେ ଯୁବରାଜ 14ଟି ବଲ୍‌ରୁ 58 ରନ୍‌ ସଂଗ୍ରହ କରିଥିଲେ । ଭାରତ ଏହି ମ୍ୟାଚ୍‌ରେ 18 ରନ୍‌ରେ ବିଜୟୀ ହୋଇଥିଲା । ମ୍ୟାଚ୍‌ର ପରବର୍ତ୍ତୀ ଦିନ କ୍ରିସ୍‌ ବ୍ରଡ୍‌ଙ୍କ ରୁମ୍‌କୁ ଆସିଥିଲେ । ତୁମେ ମୋ ପୁଅର କ୍ୟାରିୟର ଅଳ୍ପକେ ଶେଷ କରି ଦେବାକୁ ଯାଉଥିଲ ବୋଲି କହିବା ସହିତ ଯୁବରାଜଙ୍କ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମ୍ସରେ ଚିକିତ୍ସାଧୀନ ଏହି ରୋଗୀ ଜଣକ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଏହି ଆକ୍ରାନ୍ତ ଜଣକ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଡିସଚାର୍ଜ କରାଯାଇନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଟ୍ବିଟ୍‌ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୁକ୍ତ ରୋଗୀଙ୍କ ସଂଖ୍ୟା 35ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 35 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି ।

Read More

ନୂଆଦିଲ୍ଲୀ : ସିବିଆଇ କବ୍‌ଜାକୁ ଆସିଛନ୍ତି ଓ୍ବାଧଓ୍ବାନ୍‌ ବ୍ରଦର୍ସ । ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟର ଓ୍ବାଧଓ୍ବାନ୍‌ ବ୍ରଦର୍ସଙ୍କୁ ସିବିଆଇ ମହାବଳେଶ୍ବରରୁ ରବିବାର ଗିରଫ କରିଛି । ଉଭୟଙ୍କୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଉଥିବା ନେଇ ମୁମ୍ବାଇ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ପ୍ରକାଶ କରିଛନ୍ତି । ଉଭୟଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରାଯାଇଛି । ଓ୍ବାଧଓ୍ବାନ ଭ୍ରାତାଙ୍କୁ ଅଣାଯିବା ନେଇ ସିବିଆଇକୁ ସମସ୍ତ ସହାୟତା ପ୍ରଦାନ କରୁଛି ସତାରା ପୋଲିସ୍‌ । ଓ୍ବାଧଓ୍ବାନ ଭ୍ରାତାଙ୍କ ଗିରଫଦାରୀ ସମ୍ପର୍କରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଲକ୍‌ଡାଉନ୍‌ ସତ୍ତ୍ବେ ଓ୍ବାଧଓ୍ବାନ ଭ୍ରାତା ଏପ୍ରିଲ୍‌ 9 ତାରିଖରେ ଖଣ୍ଡାଲାରୁ ମହାବଳେଶ୍ବର ଯିବା ନେଇ ଅନେକ ବିବାଦ ଦେଖା ଦେଇଥିଲା । (ଏଜେନ୍ସୀ)

Read More

ମଣିପୁରୀ : ଉତ୍ତରପ୍ରଦେଶର ମଣିପୁରୀରେ ଜଣେ ମହିଳା ନିଜ ଦୁଇ ଶିଶୁଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ନିଜର ଦୁଇ ଶିଶୁଙ୍କୁ ନିଆଁ ଲଗାଇବା ପରେ ମହିଳା ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶର ଭାତୁଆ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ମହିଳାଙ୍କ ପତି ଉପସ୍ଥିତ ନଥିବା ବେଳେ ପଡୋଶୀ କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଅଧିକ ପୋଡି ଯାଇଥିବାରୁ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା । ତିନି ଜଣଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । (ଏଜେନ୍ସି)

Read More

ଜୟପୁର : ଦେଶରେ କରୋନାକୁ ନେଇ ସଙ୍କଟ ଲାଗି ରହିଥିବା ବେଳେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । କ୍ବାରାଣ୍ଟାଇନ୍‌ ହୋମ୍‌ରେ ରହିଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ତିନି ଦିନ ଧରି ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ରବିବାର ଥାନାରେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ରବିବାର ଦିନ ସଓ୍ବାଇ ମାଧୋପୁର ଥାନାରେ ଅଭିଯୋଗ କରାଯାଇଛି । ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଜବରଦସ୍ତି କ୍ବାରାଣ୍ଟାଇନ୍‌ ହୋମ୍‌ରେ ରଖାଯାଇଥିବା ନେଇ ପୋଲିସ୍‌ ସୂଚନା ପ୍ରଦାନ କରିଛି । ମହିଳା ଜଣଙ୍କୁ ଅନ୍ୟ ଏକ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିବା ବେଳେ କରୋନା ପାଇଁ ନମୂନା ସଂଗ୍ରହ କରାଯାଇଛି । (ଏଜେନ୍ସି)

Read More