Author: Samikhsya Bureau

ବବୁଲୁ ସାହୁ ଆମପାଣି : ସରକାରଙ୍କ ପକ୍ଷରୁ ମହିଳା ସଶକ୍ତୀକରଣ ନେଇ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ଏହା କେବଳ କାଗଜପତ୍ରରେ ସୀମିତ ରହିଯାଇଛି । ଦୀର୍ଘ 10 ବର୍ଷ ଧରି ଏକତ୍ର ରହିବା ସତ୍ତ୍ବେ ମଧ୍ୟ ମହିଳାଙ୍କୁ ଧୋକା ଦେଇ ଦ୍ବିତୀୟ ବିବାହ କରିଛନ୍ତି ଯୁବକ । କଳାହାଣ୍ଡିର ଆମପାଣି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ପୋଲିସ୍‌ର ନିଷ୍କ୍ରିୟତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମପାଣି ଗ୍ରାମର ଦୟାମଣି ବାଗ୍‌ ନାମ୍ନୀ ମହିଳା ଜଣକ 10 ବର୍ଷ ପୂର୍ବେ ବିମଳା ଗ୍ରାମର ଡମ୍ବରୁଧର ବାଗଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିବା ବେଳେ ଉଭୟ ଚେନ୍ନାଇ ପଳାଇଥିଲେ । ସେଠାରେ 7 ବର୍ଷ ଏକତ୍ର ରହିବା ପରେ ଓଡିଶା ଫେରିଥିଲେ । ଓଡିଶାରେ ତିନି ବର୍ଷ ଏକତ୍ର ରହିବା ପରେ…

Read More

ନୂଆଦିଲ୍ଲୀ : ଲକଡାଉନ ସମୟରେ ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଥିବାବେଳେ ଗାଡି ଚାଳକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି । ଆସନ୍ତା ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଗାଡି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍‌ ପ୍ରମାଣପତ୍ରର ବୈଧତା ବୃଦ୍ଧି ନେଇ ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିଲେ ବି ଏବେ ଏଥିପାଇଁ ଜରିମାନା ଆଦାୟ କରାଯିବ ନାହିଁ । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ କରାଯିବ ।

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଆଜି ବାହାରିଥିବା 8 ଜଣ ଆକ୍ରାନ୍ତଙ୍କ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ମଧ୍ୟରେ ରଘୁନାଥପୁର ବ୍ଲକରୁ ଜଣେ ମହାରାଷ୍ଟ୍ର ଫେରନ୍ତା, ବିରିଡି ବ୍ଲକର 5ଜଣଙ୍କ ମଧ୍ୟରୁ 4ଜଣ ଗୁଜୁରାଟ ଫେରନ୍ତା ହୋଇଥିବା ବେଳେ ଜଣେ ମହାରାଷ୍ଟ୍ର ଫେରନ୍ତା ଏବଂ ତିର୍ତ୍ତୋଲ ବ୍ଲକରୁ 2ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତିର୍ତ୍ତୋଲ ବ୍ଲକର ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୃଷ୍ଣାନନ୍ଦପୁର ପଞ୍ଚାୟତର ହୋଇଥିବା ବେଳେ ଅନ୍ୟ ଜଣେ କୋଲର ପଞ୍ଚାୟତର ବୋଲି ଜଣାପଡିଛି । ଆକ୍ରାନ୍ତ ମାନଙ୍କୁ କିମ୍ସ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Read More

ନୂଆଦିଲ୍ଲୀ : କରୋନା କାରଣରୁ ଅର୍ଥନୀତି ଦୁସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ସାଧାରଣ ଜନତା ପୁଣି ଥରେ ମହଙ୍ଗା ମାଡର ଶିକାର ହୋଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟାଯାଇଛି । ପେଟ୍ରୋଲ ଲିଟର ପିଛା 54 ପଇସା ଏବଂ ଡିଜେଲ ଲିଟର ପିଛା 58 ପଇସା ବୃଦ୍ଧି ଘଟାଯାଇଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଟିକସ୍‌ ଲାଗୁ କରିଥିଲେ । ତେବେ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡିନଥିବା ବେଳେ ମଙ୍ଗଳବାରର ମୂଲ୍ୟ ବୃଦ୍ଧିକୁ ସମାଲୋଚନା କରାଯାଇଛି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ପୌର ପରିଷଦ ସ୍ଥିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଂଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବରିଷ୍ଠ ନାଗରିକ ମଂଚ ପକ୍ଷରୁ କରୋନା ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୩୨ହଜାର ୨ଶହ ୭୬ଟଙ୍କାର ଚେକ୍ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଏହା ସହିତ ଜନସାଧାରଣଙ୍କୁ ସାମାଜିକ ଦୂରତା, ମାସ୍କ, ସାବୁନରେ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଓ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ନିମନ୍ତେ ସଚେତନ କରାଯାଇଥିଲା । ସଭାପତି ରଘୁନାଥ ଜେନା, ଉପସଭାପତି ପ୍ରେମାନନ୍ଦ ପଢ଼ିଆରୀ, ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅବଧୂତ ନାୟକ, ନିତ୍ୟାନନ୍ଦ ପଢ଼ିଆରୀ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଷ୍ଣୁ ଚରଣ ତ୍ରିପାଠୀ, ଦ୍ବାରିକା ନାଥ ପଣ୍ଡା, ଇଶ୍ବର ଚନ୍ଦ୍ର ନନ୍ଦ, ବିଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

Read More

ମୋରାଦାବାଦ : ଅନୈତିକ ସମ୍ପର୍କ କାରଣରୁ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି । ଜଣେ ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ କାରଣରୁ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ । ଏହି ଘଟଣାଟି ଉତ୍ତର ପ୍ରଦେଶର ମୋରାଦାବାଦରେ ଘଟିଛି । ମୋରାଦାବାଦ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହତ୍ୟା କରିଥିବା ମହିଳାଙ୍କ ନାମ ଶବାନା । ଶବାନାଙ୍କ ସ୍ବାମୀ ଦୀର୍ଘ ଦିନ ହେବ ଆଉ ଜଣେ ମହିଳାଙ୍କ ସହିତ ଲିଭ୍‌ ଇନ୍‌ରେ ରହୁଥିଲେ । ଏହି ଘଟଣାରେ ଉତ୍‌କ୍ଷିପ୍ତ ଶବନା ଉକ୍ତ ମହିଳାଙ୍କୁ ଗୁଳି କରିଥିଲେ । ଏହି ଘଟଣା ପରେ ଶବାନାଙ୍କୁ ଗିରଫ କରାଯାଇଥିବା ନେଇ ମୋରାଦାବାଦ ଏସ୍‌ଏସ୍‌ପି ଅମିତ ପାଠକ ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ରାଜ୍ୟରେ ପ୍ରଥମ ଆଇଏଏସ୍‌ ଅଫିସର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି । 1987 ବ୍ୟାଚ୍‌ ଓଡିଶା କ୍ୟାଡରର ଆଇଏଏସ୍‌ ଅଫିସର ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିନିବେଶ ବିଭାଗରେ କାର୍ଯ୍ୟ କରୁଥିବା ତୁହିନଙ୍କୁ କରୋନା ହୋଇଥିବା ନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 140 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳୁ 146 ଆକ୍ରାନ୍ତ ସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟକା 3 ହଜାର ଅତିକ୍ରମ କରିଥିବା ବେଳେ ଅପରାହ୍ନରେ 140 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ 140 ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ 24 ଜଣ ଆକ୍ରାନ୍ତ ରହିଛନ୍ତି । ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ଗଞ୍ଜାମରୁ 22, ନୂଆପଡାରୁ 21, ଯାଜପୁରରୁ 11 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 11, ଜଗତସିଂହପୁର 11, ସୁନ୍ଦରଗଡରୁ 8, ବଲାଙ୍ଗୀର ଓ ଭଦ୍ରକରୁ 7 ଜଣ ଲେଖାଏଁ, ଢେଙ୍କାନାଳରୁ 5 ସୁସ୍ଥ, ବରଗଡ, କେନ୍ଦ୍ରାପଡା ଓ ସମ୍ବଲପୁରରୁ 3 ଜଣ ଲେଖାଏଁ, ବାଲେଶ୍ବର ଓ ପୁରୀରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 2133ରେ ପହଞ୍ଚିଛି ।

Read More

ନୂଆଦିଲ୍ଲୀ : କଂଗ୍ରେସ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଜ୍ୟୋତିରାଦିତ୍ୟଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ ଠାରେ କରୋନାର ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଧବୀଙ୍କ ଠାରେ ଜ୍ବର ଏବଂ ତଣ୍ଟି ଦରଜର ଲକ୍ଷଣ ଦେଖା ଦେଇଥିଲା । ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନମୂନାର ରିପୋର୍ଟ ଆସିବା ବାକି ରହିଛି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କୁ ରହିବା ପାଇଁ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। କେତେକ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ପ୍ରବାସୀ ଓଡ଼ିଆଙ୍କ ହରକତ ତ ଆଉ କେଉଁଠି ଅନ୍ତେବାସୀଙ୍କୁ ମାଡମାରିବା ଭିଡିଓ ଭାଇରାଲ ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ମାତ୍ର ଆମେ ଏମିତି ଏକ ସଙ୍ଗରୋଧ କେନ୍ଦ୍ର କଥା ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯେଉଁଠି ଅନ୍ତେବାସୀ ପ୍ରବାସୀ ଓଡ଼ିଆଙ୍କ ପିଲାମାନଙ୍କର ଜନ୍ମଦିନ ପାଳନ ସହ କେନ୍ଦ୍ରରୁ ବିଦାୟ ବେଳେ ଅନ୍ତେବାସୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଉଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିଶପୁର ପଞ୍ଚାୟତର ଏ ହେଉଛି ଗାରିଆ ସଙ୍ଗରୋଧ କେନ୍ଦ୍ର।ଏହି ସଙ୍ଗରୋଧ କେନ୍ଦ୍ରରେ ରାଜ୍ୟ ବାହାରୁ ଆସିଥିବା ଏରସମା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରବାସୀ ଓଡ଼ିଆ ମାନଙ୍କୁ ରଖାଯାଇଛି। ରାଜ୍ୟର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଭିନ୍ନଭିନ୍ନ କଥାକୁ ନେଇ…

Read More

ଭୁବନେଶ୍ବର : ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ହାଇକୋର୍ଟ ବିଚାରପତି । ସାବିତ୍ରୀ ରଥଙ୍କ ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଓଡ଼ିଶା ହାଇକୋର୍ଟରେ 15 ଜଣ ବିଚାରପତି ଅଛନ୍ତି। ସାବିତ୍ରୀ ରଥଙ୍କ ଶପଥ ଗ୍ରହଣ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା 16ରେ ପହଞ୍ଚିବ।

Read More

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଆସନ୍ତା  11 ତାରିଖରୁ 12 ତାରିଖ ଭିତରେ ଓଡ଼ିଶା ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଜୁନ୍‌ 17 ବେଳକୁ  ସମଗ୍ର ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Read More

ନୂଆଦିଲ୍ଲୀ : 15 ଦିନ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, 2005 ଅନୁଯାୟୀ ଲକଡାଉନ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ବିରୋଧରେ ଦାୟର ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ବିଚାର କରାଯିବା ଉଚିତ୍। ଏହି ଗୁରୁତ୍ବପୂର୍ଣ୍ଣ ଆଦେଶରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଶ୍ରମିକ ମାନେ ଫେରିବା ପାଇଁ ଯଦି ଅଧିକ ଟ୍ରେନର ଚାହିଦା ହେଉଛି ତେବେ ରେଳବାଇ ଏହାକୁ 24 ଘଣ୍ଟା ମଧ୍ୟରେ ବ୍ୟବସ୍ଥା କରିବ। ଏଥିସହ ଶ୍ରମିକମାନଙ୍କ ପାଇଁ ଯେକୌଣସି ଯୋଜନା ପ୍ରସ୍ତୁତ କରାଯାଇଛି, ଶ୍ରମିକ ମାନଙ୍କ ନିକଟରେ କିଭଳି ଏହି ଯୋଜନା ପହଁଞ୍ଚିବ ସେ ନେଇ ରେଳବାଇ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା କରିବ । ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଯୋଜନାବଦ୍ଧ…

Read More

ଭୁବନେଶ୍ବର : ଆଜି ଚିହ୍ନଟ 146 ଙ୍କ ମଧ୍ୟରେ ଭୁବନେଶ୍ବରରୁ ଅଛନ୍ତି ଚାରିଜଣ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଯୁବକ ଥିବାବେଳେ ଜଣେ ଯୁବତୀ ରହିଛନ୍ତି । ଆକ୍ରାନ୍ତ ସମସ୍ତ ଚାରିଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁରର 28ବର୍ଷୀୟ ଯୁବକ ରହିଥିବାବେଳେ ସେ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ । ଅନ୍ୟ ଜଣେ ଯୁବକ  ଡୁମୁଡୁମା ଅଞ୍ଚଳର ହୋଇଥିବାବେଳେ ତାଙ୍କ ବୟସ 29ବର୍ଷ ବୋଲି ଜଣା ପଡିଛି । ସେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ସେହିପରି ପଟିଆରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ 34 ବର୍ଷୀୟ ଜଣେ ପୁରୁଷ ଥିବାବେଳେ 26 ବର୍ଷୀୟା ମହିଳା ରହିଛନ୍ତି । ଦୁହେଁ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ଦୁହେଁ ଦିଲ୍ଲୀରୁ ଫେରିଥିବାର ସୂଚନା ରହିଛି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ଭୁବନେଶ୍ବର : ବାତ୍ୟା ଆମ୍ଫାନ ପରେ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିବା ରାଜ୍ୟ ଅଗ୍ନିଶମ ବିଭାଗର 12 କର୍ମଚାରୀଙ୍କୁ କରୋନା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଅଗ୍ନିଶମ ଡିଜି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଓଡିଶା ଅଗ୍ନିଶମ ବାହିନୀର 376 ଜଣ କର୍ମଚାରୀ ଓ ଓଡ୍ରାଫର 271 ଜଣ କର୍ମଚାରୀ ପଶ୍ଚିମବଙ୍ଗ ଯାଇଥିଲେ । ଓଡିଶା ଫେରିବାପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏନଡିଆରଏଫ୍‌ର 61 ଜଣ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

Read More

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶରେ ଚାରୋଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । ଏବେ ପଞ୍ଚମ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଅର୍ଥାତ୍‌ ଅନ୍‌ଲକ୍‌ 1.0 ଆରମ୍ଭ ହୋଇଛି। ତେବେ ଲକ୍‌ଡାଉନ୍‌ରେ ଜାରି କରାଯାଇଥିବା ଅନେକ ଗୁଡିଏ କଟକଣାକୁ ଏହି ପର୍ଯ୍ୟାୟରେ କୋହଳ କରାଯାଇଛି । ନିକଟରେ ବହୁ ସରକାରୀ ତଥା ମନ୍ତ୍ରାଳୟର ବହୁ ଅଧିକାରୀମାନେ କରୋନାରେ ସଂକ୍ରମିତ ହୋଇଥିବାର ଖବର ରହିଛି । ନିକଟରେ ପ୍ରତିରକ୍ଷା ସଚିବ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଗତକାଲି ଶ୍ରମ ମନ୍ତ୍ରାଳୟ, ନିର୍ବାଚନ କମିଶନ, ପିଆଇବି କାର୍ଯ୍ୟାଳୟ ଆଦିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମଣ ବୃଦ୍ଧି ରୋକିବା ପାଇଁ ସରକାର ନୂଆ ନିୟମ ଜାରି କରିଛନ୍ତି । ସରକାରୀ ବିଭାଗ ଓ କର୍ମଚାରୀଙ୍କ ପାଇଁ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଜାରି ହୋଇଥିବା କଟକଣାକୁ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ସମସ୍ତ ଅଧିକାରୀଙ୍କୁ ଏହି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ଲକ୍‌ ଡାଉନ ଜାରି ରହିଥିବା ସତ୍ତ୍ବେ ଦେଶୀ ମଦ ଚୋରା ଚାଲାଣ ଦେଉଥିବାର ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇପୁର ଗ୍ରାମ ବିଟ୍‌ ହାଉସ୍‌ ପାଖରେ ଅବକାରୀ ବିଭାଗ ଚଢାଉ କରିଥିଲା। ଟାଙ୍ଗୀ ଅବକାରୀ ବିଭାଗ ଇନ୍ସପେକ୍ଟର ନିନା ବେଉରା, ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ ବାରିକ ଓ ଟିମ୍‌ ଦ୍ୱାରା ଗତକାଲି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇପୁର ଗ୍ରାମ  ବିଟ ହାଉସ ପାଖରୁ ସାତ ଜଣଙ୍କୁ ଗିରଫ କରିଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ସହ ୫ ଗୋଟି ବାଇକ ଜବତ କରାଯାଇଅଛି। ସୂଚନାଯୋଗ୍ୟ, ଲକ ଡାଉନ ସମୟରେ ବାଣପୁର ଅଞ୍ଚଳରେ ଚୋରା ଦେଶୀ ମଦ କରବାର ବୃଦ୍ଧି ପାଉଥିବା ସ୍ଥଳେ ଅବକାରୀ ବିଭାଗ ଓ ପୋଲିସ ସଜାଗ ରହିଛନ୍ତି ଓ ବାରମ୍ବାର ଚଢ଼ାଉ…

Read More

କେଦାର ମିଶ୍ର ଭାବିନିଅନ୍ତୁ, ଭାରତରେ କରୋନା ସଂକ୍ରମଣର ବିପଦ ଆଉ ନାହିଁ। ସତରେ ନାହିଁ, ହେଲେ ଭାବିବାରେ କିଏ କାହାକୁ ବା ଅଟକାଇ ପାରିବ!! ଗତ କିଛିଦିନ ହେଲା ଭାରତର ଶାସନ ଦାୟିତ୍ଵ ସମ୍ଭାଳିଥିବା ବିଜେପିର ରାଜନୈତିକ ଗତିବିଧି ଦେଖି ମନେ ହେଉଛି, ଆମେ ସତରେ ଗୋଟେ ମହାମାରୀକୁ ଆଉ ସାମ୍ନା କରୁନାହୁଁ। ଏବେ ତ ରାଜନୀତିର ମଇଦାନ ଖୋଲି ଯାଇଛି। ବିଜେପି ତରଫରୁ କୁହାଯାଉଛି, ଗୃହମନ୍ତ୍ରୀ ଭର୍ଚ୍ୟୁଆଲ ରାଲି କରୁଛନ୍ତି। ଅର୍ଥାତ ସବୁକିଛି କେବଳ ଇଣ୍ଟରନେଟ ଜରିଆରେ ପ୍ରସାରିତ ହେଉଛି। ଭଲକଥା, ଯେହେତୁ ଦେଶରେ ସାମାଜିକ ଦୂରତ୍ଵ ଏବଂ ଲକ ଡାଉନ ବ୍ୟବସ୍ଥା ଲାଗୁ ହୋଇଛି, ସେଥିରେ ହଜାର ହଜାର ଲୋକଙ୍କୁ ଡାକି ରାଲି କରିବା ସମ୍ଭବ ନୁହେଁ। ହେଲେ ନିଜ ଦଳର କାର୍ଯ୍ୟାଳୟ ସଭା କରିବାର ଅନୁମତି ଅଛି କି? ସାମାଜିକ ଦୂରତାର ନିୟମ ସମୟରେ ଯଦି ଶତାଧିକ କର୍ମକର୍ତ୍ତା ଏକାଠି ହୁଅନ୍ତି, ସେଥିରେ କରୋନା ସଂକ୍ରମଣ ବ୍ୟାପିବାର…

Read More

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ବେଶ୍‌ ସଂକଟଜନକ ସ୍ଥିତିରେ ରହିଛି । ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇ ଚାଲିଛି ।  ସେହିପରି ଗତ ଚବିଶ ଘଣ୍ଟା ମଧ୍ୟରେ ଭାରତରେ ମୋଟ୍ 331 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 9987 ନୂଆ କରୋନା ମାମଲା ଆସିଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 7 ହଜାର 466କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 66 ହଜାର 598କୁ ବୃଦ୍ଧି ହୋଇଛି । ଆକ୍ଟିଭ୍‌ କେସ୍‌ 1 ଲକ୍ଷ 29 ହଜାର 917 ରହିଛନ୍ତି । ସୁସ୍ଥ ହୋଇଛନ୍ତି 1 ଲକ୍ଷ 29 ହଜାର 215 । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 88,528ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3,169 ରହିଛି । ଗୁଜୁରାରେ ମୃତ୍ୟୁ ସଂଖ୍ୟା 1280, ଦିଲ୍ଲୀରେ 874, ମଧ୍ୟପ୍ରଦେଶରେ…

Read More

ଭୁବନେଶ୍ବର : ଆଜି ଚିହ୍ନଟ 146 ଜଣ ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଓଡ଼ିଶା ଫେରିଥିବା 61 ଜଣ ଏନଡିଆର୍‌ଏଫ୍‌ ଯବାନ୍‌ ରହିଛନ୍ତି । ସେହିପରି ଆଜି 17ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 19 ଜଣ ରହିଥିବାବେଳେ ଗଞ୍ଜାମରୁ 18, ଜଗତସିଂହପୁରର 8, ସୁନ୍ଦରଗଡଓ ବାଲେଶ୍ବର 7, ଦେବଗଡରୁ 5, କଳାହାଣ୍ଡି, ନୟାଗଡ, ମୟୂରଭଞ୍ଜରୁ ତିନି ଜଣ ଲେଖାଏଁ ରହିଥିବାବେଳେ କେନ୍ଦ୍ରାପଡା, କନ୍ଧମାଳ, କଟକ, କେଉଁଝରରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି ଯାଜପୁର, ଢେଙ୍କାନାଳ, ବଲାଙ୍ଗିର, ମାଲ୍‌କାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମାଲ୍‌କାନଗିରି ଜିଲ୍ଲା କରୋନାମୁକ୍ତ ହୋଇଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More