Author: Samikhsya Bureau

ନୟାଗଡ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏବଂ ଜଣେ ଷ୍ଟାଫ୍‌ ନର୍ସ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସୋମବାର ବିଳମ୍ବିତ ରାତିରେ ଜଣାପଡିଛି । ଏହି ଦୁଇ ମେଡିକାଲ ଷ୍ଟାଫଙ୍କ ସହ ରଣପୁର ଅଞ୍ଚଳର ଜଣେ ପ୍ରବାସୀ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ସୂଚନା ଦେଇଛନ୍ତି । ପୂର୍ବରୁ ଏମାନଙ୍କ ସ୍ୱାବ ନମୁନା ପରୀକ୍ଷା ନିମନ୍ତେ ପଠା ଯାଇଥିଲା ବେଳେ ଗତକାଲି ଏମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି ।  ପୂର୍ବରୁ ମଧ୍ୟ ଜଣେ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାଙ୍କ ବର୍ତ୍ତମାନ ଚିତ୍କିସା ଜାରି ରହିଛି । ପୂର୍ବରୁ ତିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ନର୍ସଙ୍କ ସଂସ୍ପର୍ଶରେ ଆସି ଏହି ଦୁଇ ଜଣ ମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।…

Read More

ଭୁବନେଶ୍ୱର: କଟକ ମୁଣ୍ଡଳୀ ଏନ୍‌ଡିଆରଏଫ୍‌ କ୍ୟାମ୍ପର 50 ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଯବାନ୍‌ମାନେ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ତିନି ଦିନ ପୂର୍ବରୁ ଏହି ଯବାନ ମାନେ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । କିନ୍ତୁ ଗତକାଲି ଆଉ 49ଙ୍କଠାରେ ଏନ୍‌ଡିଆରଏଫ୍‌ ଯବାନ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ଏନ୍‌ଡିଆରଏଫ୍‌ ଡିଜି । ପଶ୍ଚିମବଙ୍ଗରୁ ଆସି କ୍ବାରେଣ୍ଟିନ୍‌ରେ ରହିଥିଲେ । ଏମାନଙ୍କ ପାଖରେ କୌଣସି କରୋନା ଲକ୍ଷଣ ନଥିଲା ।  ସୂଚନାଯୋଗ୍ୟ, 167 ଜଣ ଏନ୍‌ଡିଆରଏଫ୍‌ ଯବାନ ଆମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।  ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ।

Read More

ଉଦଳା: କରୋନାରେ ଆକ୍ରାନ୍ତ ହୋଇ ହରିୟାଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କରୋନା ପଜିଟିଭ ଥିବାରୁ ସମ୍ପୃକ୍ତ ଯୁବକଙ୍କ ମୃତଦେହ ମଧ୍ୟ ଘରକୁ ‌ଆସିପାରିଲାନି। ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡିଛନ୍ତି ପରିବାର ଲୋକ। ଏମିତି ଏକ ଦୁଃଖଦ ଖବର ଆସିଛି  ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଉଦଳାର  ଡିହିରାକଳ ଗାଁର ଜଣେ ତିରିଶ ବର୍ଷୀୟ ଯୁବକ ରୋଜଗାର ପାଇଁ ଗତ ମାର୍ଚ୍ଚ ମାସରେ ହରିୟାଣା ଯାଇଥିଲେ। ସେଠାରୁ ଫେରିଥିଲେ ତାଙ୍କର ବାହାଘର ହୋଇଥାନ୍ତା। ବାହାଘର ମୁକୁଟ ସାଙ୍ଗକୁ ବାହାଘର ଲାଗି ସବୁକିଛି ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ଲକ୍‌ଡାଉନ୍‌ ପାଇଁ ଗାଡ଼ି ଚଳାଚଳ ବନ୍ଦ ହେବାରୁ ଯୁବକ ଜଣକ ଘରକୁ ଫେରି ପାରିଲେନି। 8ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ମେଡିକାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ଅର୍ଜୁନଙ୍କ ପରଲୋକ ନେଇ ପୁଅ ଅଭିମନ୍ୟୁ ସୂଚନା ଦେଇଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅର୍ଜୁନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ହୋଇଥିଲା। ସେ ୮ ଥର ସଂସଦକୁ ନିର୍ବାଚିତ ହୋଇଥିବାବେଳେ ଦୁଇ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ସହିତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ଵ ସମୟରେ ସେ ଜଳସଂପଦ ମନ୍ତ୍ରୀ ଥିଲେ ଏବଂ ବିଜେଡ଼ି ସଂସଦୀୟ ଦଳର ନେତା ମଧ୍ୟ ରହିଥିଲେ।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତ ଶାଳିଜଙ୍ଗା ଆଦିବାସୀ ସାହିର ଭୁମିହିନ ଥିବା ବାବୁଲା ସିଂ ଗତ ଚାରିବର୍ଷ ପୁର୍ବେ କିଛି ଜାଗା କିଣିଥିଲେ।  ଏବେ ସେହି ଜାଗାରେ ବାବୁଲା ଘର ତୋଳୁଥିବା ସମୟରେ ତାଙ୍କ ସାହିର କିଛି ଲୋକ ଘର ନତୋଳିବା ପାଇଁ ଧମକ ଦେବା ସହିତ ତିଆରି ହୋଇଥିବା ଘରକୁ ଭାଙ୍ଗିଦେଇଥିବା ନେଇ ନାଉଗାଁ ଥାନାରେ ଅଭିଯୋଗ ହୋଇଛି। ସଙ୍ଗବଦ୍ଧ ହୋଇ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଦେଖାଇ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି ଜୀବନରେ ମାରିଦେବା ପାଇଁ ମଧ୍ୟ ଧମକ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ବାବୁଲା ସିଂ ଙ୍କ କହିବା ଅନୁସାରେ ଉକ୍ତ ଘଟଣାକୁ ନେଇ ସେ ୫.୦୬.୨୦୨୦ ରେ ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ନିରୁପାୟ…

Read More

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କର ଦୁଇ ଦୁଇଥର ଅନ୍ତିମ ସଂସ୍କାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଲୋକନାୟକ ହସ୍ପିଟାଲର ମୌଲାନା ଆଜାଦା ଶବଗୃହରେ ଦୁଇ କରୋନା ଆକ୍ରାନ୍ତଙ୍କ ମୃତଦେହ ବଦଳି ଯାଇଥିଲା। ଦୁହିଁଙ୍କ ନାମ ମୋଇନୁଦ୍ଦିନ ଥିବା ଯୋଗୁଁ ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଏହି କାରଣ ହେତୁ ଜଣେ ପୁଅ ତାଙ୍କ ପିତାଙ୍କୁ ଦୁଇଥର ଅନ୍ତିମସଂସ୍କାର କରାଇଥିଲେ। ମୃତ ଦେହ ବଦଳି ଯାଇଥିବା ଯୋଗୁଁ ଜଣେ ପୁତ୍ରକୁ ପିତାଙ୍କ ଦୁଇ ଦୁଇଥର କବର ଦେବାକୁ ପଡିଛି। ଦୁହିଁଙ୍କ ନାମ ସମାନ ଥିବାରୁ ଏପରି ସମସ୍ୟା ଉପୁଜିଥିଲା। ଜଣେ ପୁରୁଣା ଦିଲ୍ଲୀବାସୀ ହୋଇଥିବାବେଳେ ତାଙ୍କ ବୟସ 50 ବର୍ଷ ଥିଲା ବୋଲି ଜଣାପଡିଛି। ସେ ଜୁନ୍‌ 4 ତାରିଖରେ ହାଇ ବ୍ଲଡ୍‌ ପ୍ରେସର ଯୋଗୁଁ ଏଲଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ତା’ର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ରିପୋର୍ଟ କରୋନା ଟେଷ୍ଟ ପାଇଁ…

Read More

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ସ୍ଥାନୀୟ ସରପଞ୍ଚଙ୍କ ଉପରକୁ ଗୁଳି ଚଳାଇଥିବା ଘଟଣା ସାମ୍ନାକୁ ଆସିଛି। ଅନନ୍ତନାଗର ଲୋକବୋନ୍ ହାଲ୍କାର ସରପଞ୍ଚ ଅଜୟ ପଣ୍ଡିତଙ୍କ (୪୦)ଉପରକୁ ଗୁଳି ଚଳାଇଛନ୍ତି ବୋଲି ଅଧିକାରୀ କହିଛନ୍ତି। ଅଜୟ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସୁରକ୍ଷା ବଳଙ୍କ ଦ୍ୱାରା ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। (ଏଜେନ୍ସି)

Read More

ଭୁବନେଶ୍ବର: ବନ୍ଦେ ଉତ୍କଳ ଜନନୀ ଅବଧି ନେଇ ସଂସ୍କୃତି ସଚିବ ସୂଚନା ଦେଇଛନ୍ତି। ୨ ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ।  ରାଜ୍ୟ ସଙ୍ଗୀତ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ସଙ୍ଗୀତ ଗାନର ଅବଧିକୁ ହ୍ରାସ କରାଯାଇଛି। ପୂର୍ବରୁ ଏଇ ସଙ୍ଗୀତଗାନ ତିନି ମିନିଟ ହେବ ବୋଲି ସୂଚନା ରହିଥିଲା। ତେବେ ଗୀତର ସମସ୍ତ ୬ ଟି ପଦ ପୂର୍ବବତ୍ତ ରଖାଯାଇଛି। ସମସ୍ତ ୬ ଟି ପଦର ଗାନ କରାଯିବ। ଧାଡିର ପୁନରାବୃତ୍ତି ହେବନି ବୋଲି ସୂଚନା ରହିଛି। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଗାୟନ ଶୈଳୀରେ ବୋଲାଯିବ ବୋଲି ସୂଚନା ରହିଛି। ଏହା ସରକାରୀ ଢାଞ୍ଚା ହେବ, ସେଥିରେ ପରିବର୍ତ୍ତନ ହେବନି। ସେହି ଢାଞ୍ଚା ରେ ସମସ୍ତେ ଗାନ କରିବେ ବୋଲି କହିଛନ୍ତି ସଂସ୍କୃତି ସଚିବ।

Read More

ଲାହୋର: ଆପଣ କ’ଣ କେବେ ଗଧକୁ ଜୁଆକୁ ଖେଳିବାର ଦେଖିଛନ୍ତି? କିନ୍ତୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପାକିସ୍ତାନରେ। ଏଠାରେ ଏକ ଗଧକୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ରହୀମ ୟାର ଖାନ୍‌ ଅଞ୍ଚଳରେ ପୋଲିସ୍‌ ସାତ ଆଠଜଣଙ୍କୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ଲୋକଙ୍କ ସମେତ ପୋଲିସ୍‌ ଏକ ଗଧକୁ ଗିରଫ କରିଛି। ଏଫଆଇଆର କପିରେ ମଧ୍ୟ ଗଧର ନାମ ରହିଛି। ଗଧକୁ ଗିରଫ କରାଯାଇ ଥାନା ବାହାରେ ବନ୍ଧା ଯାଇଛି। ପୋଲିସ୍‌ ସୂତ୍ରରୁ ଜଣାପଡିଛି ଯେ, ଜୁଆ ଖେଳିବା ଅଭିଯୋଗରେ ଅଭିଯୁକ୍ତଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କାର ଜବତ କରାଯାଇଛି। ଏହି ଅଭିଯୁକ୍ତମାନେ ଗଧର ଦୌଡ଼ ଉପରେ ପଇସା ଲଗାଇଥିଲେ। ଗଧକୁ ଗିରଫ ହେବାର ଖବର ମିଳିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ପୋଲିସ୍‌…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ନର୍ଲା ଥାନା ଅନ୍ତର୍ଗତ ଶାନ୍ତପୁର ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ନର୍ଲା ଥାନା ଏ ଏସ ଆଇ ସୁବାସ ଚନ୍ଦ୍ର ଗୁରୁ, ଥାନା କର୍ମଚାରୀ, ଶାନ୍ତପୁର ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସମେତ ସୋସିଆଲ ଅକ୍ଟିଭିଷ୍ଟ୍ ଅଫ କଳାହାଣ୍ଡିର ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ କୋଭିଡ଼-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ଶାନ୍ତପୁର ପଞ୍ଚାୟତ ସରପଞ୍ଚ ଟିକେଧର ସାହୁ, ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି, ସୋସିଆଲ ଅକ୍ଟିଭିଷ୍ଟ ଅଫ କଳାହାଣ୍ଡିର ନର୍ଲା ବ୍ଲକ ସଭାପତି ମିଲନ…

Read More

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଛି। ତେବେ ଏହି ରାଜ୍ୟସଙ୍ଗୀତ ଗାୟନ ନେଇ କେତେ ଗୁଡିଏ ନିୟମ ପ୍ରଣୟନ କରାଯାଇଛି। ଗୀତଟିକୁ ତିନି ମିନିଟ ଭିତରେ ଗାନ କରାଯିବ। ସ୍ୱର, ଲୟ ତାଳ କଣ ହେବ ଏନେଇ ଖୁବ ଶୀଘ୍ର ଜଣାଇ ଦିଆଯିବ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ। ତେବେ ସଂଗୀତ ଗାନରେ ତ୍ରୁଟି ହେଲେ, କଣ ଦଣ୍ଡ ବିଧାନ ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।

Read More

ନ୍ୟୁଜିଲାଣ୍ଡ : କରୋନା ସହ ସମଗ୍ର ବିଶ୍ବ ଲଢେଇ କରୁଥିବାବେଳେ ଏକ ଖୁସି ଖବର ଆସିଛି। ନ୍ୟୁଜିଲାଣ୍ଡ କରୋନା ମୁକ୍ତ ହୋଇପାରିଛି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ କହିଛନ୍ତି ଯେ, ଦେଶର ଶେଷ ଆକ୍ରାନ୍ତ ଜଣକ କରୋନା ଆକ୍ରାନ୍ତରୁ ସୁସ୍ଥ ହେବା ପରେ ଦେଶରେ ଆଉ ସଂକ୍ରମଣ ମାମଲା ନାହିଁ । ନ୍ୟୁଜିଲାଣ୍ଡରେ 17ଦିନ ତଳେ ନୂଆ ପଜିଟିଭ୍‌ କେସ୍‌ ଆସିଥିବାବେଳେ ଫେବୃଆରୀ ପରଠାରୁ ଦେଶରେ କୌଣସି ସକ୍ରିୟ କେସ୍‌ ଆସିନାହିଁ । ଗତ 17 ଦିନଭିତରେ 40,000 ଲୋକଙ୍କ ଯାଞ୍ଚ କରାଯାଇଛି । ଗତ 12 ଦିନ ଧରି କେହି ହସ୍ପିଟାଲରେ ନାହାନ୍ତି । ମଧ୍ୟରାତ୍ରିରୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଅନଲକ୍‌ କରିବା ନେଇ ସହମତି ଦିଆଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସୋମବାର ବିଳମ୍ବିତ ରାତ୍ରିରୁ ବିବାହ, ତଥା ପବ୍ଲିକ୍‌ ଟ୍ରାନ୍ସପୋର୍ଟକୁ ବିନା କଟକଣାରେ ଆରମ୍ଭ କରାଯିବ ବୋଲି ସୂଚନା ରହିଛି । ପ୍ରାୟ 50 ଲକ୍ଷ ଜନସଂଖ୍ୟା…

Read More

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ  ଆୟୋଜିତ ଏକ ଶିବିର ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା 13 ତାରିଖ ଯାଏ ଚାଲିବ ଏହି ହୋମିଓପାଥି ଚିକିତ୍ସା ଶିବିର।  ଦଇତାପତି, ପ୍ରତିହାରୀ, ସୁଆର, ପୂଜାପଣ୍ଡା, ଗରାବଡ଼ୁ ସେବକଙ୍କୁ ଏହି ଔଷଧ ଦିଆଯିବ । ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ବିନା ଭକ୍ତରେ ଆୟୋଜିତ କରାଯାଇଛି । ସ୍ନାନଯାତ୍ରା ମହାପ୍ରଭୁ ମହାସ୍ନାନ କରି ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ରହିଛନ୍ତି ।

Read More

ଚାନ୍ଦିପୁର : ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରୁ 2 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଗୋଳାବାରୁଦ ପରୀକ୍ଷା କେନ୍ଦ୍ର ନିର୍ଦ୍ଦେଶକ । ଉଭୟ କର୍ମଚାରୀଙ୍କୁ କୋଲକାତାର ସ୍ବତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଆଜି ଦିନକ ପାଇଁ ଓ୍ବାର୍କ ଫ୍ରମ୍‌ ହୋମ୍‌ କରାଯାଇଛି ।ସୂଚନାଯୋଗ୍ୟ, ଦେଶର ପ୍ରତିରକ୍ଷା ସଚିବ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ପିଆଇବିର ପ୍ରଧାନ ନିର୍ଦ୍ଦେଶକ କେ ଏସ୍‌ ଧତଓ୍ବାଲିଆଙ୍କ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

Read More

ଭୁବନେଶ୍ବର : ଆଜି ଆଉ 99 ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ସୁସ୍ଥଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 16 ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 13 ଜଣ, କେନ୍ଦ୍ରାପଡାରୁ11 ଜଣ, ଗଞ୍ଜାମରୁ 9 ଜଣ, ଦେବଗଡରୁ 8, କଟକରୁ ଓ ଜଗତସିଂହପୁରର 7 ଜଣ ଲେଖାଏଁ ରହିଥିବାବେଳେ ବାଲେଶ୍ବର, ବରଗଡ ଓ ବଲାଙ୍ଗିରରୁ 6 ଜଣ ଲେଖାଏଁ ରହିଛନ୍ତି । କେଉଁଝରରୁ ତିନି ଜଣ ସୁସ୍ଥ ହୋଇଥିବାବେଳେ ନୟାଗଡରୁ 3 ଜଣ ସୁସ୍ଥ ହୋଇଛନ୍ତି । ସେହିପରି କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କସଂଖ୍ୟା 1993ରେ ପହଞ୍ଚିଛି । ଆଜି ରାଜ୍ୟରେ 138 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2994ରେ ପହଞ୍ଚିଛି ।

Read More

ଲାହୋର୍‌ : ପାକିସ୍ତାନର ରେଳ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ କରୋନାରେ ସଂକ୍ରମିତ ହୋଇଛନ୍ତି ।  ରେଳ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ବୟାନରୁ ଜଣାଯାଇଛି ଯେ, ରେଳ ମନ୍ତ୍ରୀ ଶେଖ ରସିଦ୍‌ ଅହମ୍ମଦଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ଲକ୍ଷଣ ନଥିବାବେଳେ ରିପୋର୍ଟ ଆସିବା ପରେ ଦୁଇ ସପ୍ତାହ ପାଇଁ ଆଇସୋଲେସନ୍‌ରେ ରହିଛନ୍ତି ରେଳ ମନ୍ତ୍ରୀ । ସେହିପରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ ନେତା ସହିଦ ଖକ୍କାନ ଆବ୍ବାସି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ତାଙ୍କ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଛି। ତାଙ୍କ ପରିବାର ସୂତ୍ର ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ରବିବାର ସଂକ୍ରମିତ ହୋଇଥିଲେ ଏବଂ ସୋମବାର ତାଙ୍କ ରିପୋର୍ଟ ଆସିଥିଲା। ସୂଚନାନୁସାରେ, ବର୍ତ୍ତମାନ ସେ ହୋମ୍ ଆସୋଲେସନରେ ଅଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 2000 ପାର୍‌ କରିଛି । ଏକ ଲକ୍ଷ…

Read More

ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସମ୍ପର୍କରେ ବିଏମ୍‌ସି ସୂଚନା ଦେଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ 13 ଆକ୍ରାନ୍ତ ମଧ୍ୟରୁ ଭୁବନେଶ୍ବରରୁ ଜଣେ ରହିଛନ୍ତି । ଆକ୍ରାନ୍ତ ଜଣକ ଡମଣା ଅଞ୍ଚଳର ହୋଇଥିବାବେଳେ 25 ବର୍ଷର ଯୁବକ ବୋଲି ଜଣାପଡିଛି । ସେ ନିକଟରେ ମୁମ୍ବାଇରୁ ଫେରିଥିବାର ଜଣାପଡିଛି।  ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା 89କୁ ବୃଦ୍ଧି ହୋଇଥିବାବେଳେ 53 ଜଣ ସୁସ୍ଥ ହୋଇଥିବାବେଳେ ତିନିଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧାର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 257ରେ ପହଞ୍ଚିଥିବାବେଳେ 133 ଜଣ ସୁସ୍ଥ ହୋଇଛନ୍ତି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2,994ରେ ପହଞ୍ଚିଛି। ସେହିପରି 1089 ଟି ଆକ୍ଟିଭ୍‌ ମାମଲା ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1894ଜଣ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଥିବାବେଳେ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ଥାନାର ସବ ଇନ୍ସପେକ୍ଟର ଦିଗବିଜୟ ବିଶ୍ୱାଳଙ୍କ ବଦଳି ବାତିଲ ଦାବିରେ ଆଜି ବାଣପୁର ବ୍ଲକ ର ୧୫ ଗୋଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଭାପତି ଓ ସମ୍ପାଦିକା ଓ ସଭ୍ୟମାନେ ବାଣପୁର ଥାନା ପରିସରରେ ଧାରଣା ଦେବା ସହ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷିକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ମହିଳାମାନେ ଗତ ୫ ତାରିଖରେ ବାଲୁଗାଁ ଉପଖଣ୍ଡ ପୋଲିସ ଅଧିକାରୀ ସୁରେଶ କୁମାର ଦାସଙ୍କୁ ମଧ୍ୟ ଏନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଥାନାଧିକାରୀ ଦାବିପତ୍ର ଗ୍ରହଣ କରି ଦୁଇ ଦିନ ସମୟ ମାଗିଛନ୍ତି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷିକଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରି ତାଙ୍କୁ ଅବଗତ କରେଇବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି। ଯଦି ଦୁଇ ଦିନ ମଧ୍ୟରେ ଦିଗବିଜୟ ବିଶ୍ୱାଳଙ୍କ ବଦଳି  ଅର୍ଡର ବାତିଲ ନହୁଏ ତେବେ ସ୍ବୟଂ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଅସୁସ୍ଥ ହୋଇଥିବାର ସୂଚନା ରହିଛି । ମୁଖ୍ୟମନ୍ତ୍ରୀ କେଜରୀଓ୍ବାଲଙ୍କୁ ଗତକାଲିଠାରୁ ହାଲ୍‌କା ଜ୍ବର ହେବା ସହିତ ତାଙ୍କ ଗଳାରେ କଷ୍ଟ ଅନୁଭବ ହେଉଥିବାର ଜଣାପଡିଛି ।  ଆସନ୍ତାକାଲି ତାଙ୍କର କରୋନା ଟେଷ୍ଟ ହେବ । ଦେହ ଅସୁସ୍ଥ ଥବାରୁ ଗତକାଲି ଅପରାହ୍ନରୁ ସମସ୍ତ ମିଟିଂକୁ ସ୍ଥଗିତ ରଖାଯାଇଥିଲା । ସେହିପରି ସେ କାହା ସହ ସାକ୍ଷାତ ମଧ୍ୟ କରିନଥିଲେ । ଅସୁସ୍ଥ ଅନୁଭବ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ନିଜକୁ ଆଇସୋଲେଟ୍‌ କରିଛନ୍ତି । ଗତକାଲି ଦିଲ୍ଲୀ ସରକାର ହସ୍ପିଟାଲରେ ଭାଗବଣ୍ଟା କରିଛନ୍ତି । କେଜରୀଓ୍ବାଲ ସରକାରଙ୍କ କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ତଥା ଘରୋଇ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କର ଚିକିତ୍ସା କରାଯିବ । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ହସ୍ପିଟାଲଗୁଡିକରେ ଅନ୍ୟ ସମସ୍ତ ଲୋକେ ଅର୍ଥାତ୍‌ ଦିଲ୍ଲୀ ବାହାର ଲୋକମାନେ ଚିକିତ୍ସା ହୋଇପାରିବେ…

Read More

ଭୁବନେଶ୍ବର : ରାଜ୍ୟରେ 6ଟି ସ୍ବତନ୍ତ୍ର ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ବରରୁ 5ଟି ସ୍ଥାନକୁ ଚାଲୁଛି ଏହି ସ୍ବତନ୍ତ୍ର ଟ୍ରେନ୍‌ । ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲା ଆଦି ପାଞ୍ଚୋଟି ସ୍ଥାନକୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି । ତେବେ ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍‌ ମଧ୍ୟରେ ଚାଲୁଛି ଅନ୍ୟ ସ୍ବତନ୍ତ୍ର ଟ୍ରେନ୍‌ । ସକାଳ 6ଟାରେ ସମ୍ବଲପୁରରୁ ଖୋର୍ଦ୍ଧା  ଅଭିମୁଖେ ବାହାରିଛି ଏହି ଟ୍ରେନ୍‌ଟି । ସେହିପରି ରାଉରକେଲାରୁ ସକାଳ 5ଟା 10ରେ ଭୁବନେଶ୍ବର ପାଇଁ ଟ୍ରେନ୍‌ ଛାଡିଛି । ଭୁବନେଶ୍ବରରୁ ଭଦ୍ରକ ପାଇଁ ସନ୍ଧ୍ୟା 6ଟାରେ ଟ୍ରେନ୍‌ ଛାଡିବ । ବ୍ରହ୍ମପୁର ପାଇଁ 5ଟା 30ରେ ଭୁବନେଶ୍ବର ଛାଡିବ । ଟ୍ରେନ୍‌ଗୁଡିକ ଶନିବାର ଓ ରବିବାରକୁ ଛାଡି ଅନ୍ୟ 5 ଦିନଚାଲିବ ବୋଲି ସୂଚନା ରହିଛି । କୋରାପୁଟ ଯିବାକୁ ଥିବା ଟ୍ରେନ୍‌ ସନ୍ଧ୍ୟା 6ଟା 30ରେ ଭୁବନେଶ୍ବର ଛାଡିବ । ଭୁବେନଶ୍ବର…

Read More

ଭୁବନେଶ୍ବର : ଆସନ୍ତା ବର୍ଷ ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହେବ ‘ବନ୍ଦେ ଉତ୍କଳ ଜନନୀ’ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏ ବର୍ଷ ବହି ବଣ୍ଟନ ସରିଛି, ସୁବିଧା ହେଲେ ସ୍ବତନ୍ତ୍ର ପୁସ୍ତିକା ବଣ୍ଟାଯିବ ବୋଲି କହିଛନ୍ତି ଗଣିଶିକ୍ଷା ମନ୍ତ୍ରୀ । ସୂଚନା ଓ ଲୋକସମ୍ପର୍କ ବିଭାଗ ଆଧାରରେ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲ୍‌ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।  ଅପରାହ୍ଳ 4ଟା ସ୍କୁଲ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତକୁ ଗାନ କରାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ପର୍କରେ ସୂଚନା ରହିବ । ଗତକାଲି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ସଙ୍ଗୀତ…

Read More