Author: Samikhsya Bureau

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରାବାଙ୍କୀଠାରେ ଏକ ପରିବାରର ପାଞ୍ଚଜଣ ଲୋକ ଆତ୍ମହତ୍ୟା କରିଛନ୍ତି । କୋତବାଲୀ ଥାନା ଅଞ୍ଚଳର ସଫେଦାବାଦରେ ରହୁଥିବା ଏକ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ତିନି ଶିଶୁଙ୍କ ସମେତ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ପୋଲିସ୍‌ କହିବାନୁସାରେ ସ୍ବାମୀ ଜଣକ ପ୍ରଥମେ ସ୍ତ୍ରୀ ଓ ଛୁଆଙ୍କୁ ବିଷ ଖୁଆଇଥିଲେ, ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ଯୋଗୁଁ ସ୍ବାମୀ ଜଣକ ଏପରି ନିଷ୍ଠୁର ନିଷ୍ପତ୍ତି ନେଇଛନ୍ତି, ତାହା ଜଣାପଡିନାହିଁ । (ଏଜେନ୍ସି)

Read More

ସଞ୍ଜୟ କର ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋପିନାଥପୁର ଗ୍ରାମରେ ପୁଣି ହାତୀ ଆକ୍ରମଣରେ ୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ କାଲି ସନ୍ଧ୍ୟା ୭.୦୦ ଟା ସମୟ ରେ ଦନ୍ତା ହାତୀ ସହିତ ମୁହାଁମୁହିଁ ହୋଇଯାଇଥିଲେ । ଫଳରେ ହାତୀଟି ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯୁବକଙ୍କର ଛାତି, ମୁଣ୍ଡ, ଗୋଡ ଓ ହାତରେ ଗଭୀର ଆଘାତ ଲାଗିଥିବାର ସୂଚନାରହିଛି ।

Read More

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସମସ୍ତ ମୃତ ବ୍ୟକ୍ତି ଗୋଟିଏ ପରିବାରର ବୋଲି କୁହାଯାଉଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଗୋଟିଏ ଶିଶୁ ରହିଛନ୍ତି ଲକ୍ଷ୍ନୌ- ପ୍ରୟାଗରାଜ ରାସ୍ତାରେ ପ୍ରତାପଗଡ ଜିଲ୍ଲାର ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ୱାଜିଦପୁରର ପାରାଗ ନାଗରରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ସକାଳ ପ୍ରାୟ 5.30 ସମୟରେ ଟ୍ରକ୍ ଏବଂ ସ୍କର୍ପିଓ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ଲକ୍ଷ୍ନୌ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ପାଞ୍ଚଜଣ ପୁରୁଷ, ତିନିଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ସ୍ଥାନୀୟ ପୋଲିସ୍‌ର ସୂଚନାନୁସାରେ…

Read More

କେରଳ : କେରଳରେ  ଗର୍ଭବତୀ ହାତୀକୁ ବାରୁଦ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ମାମଲାରେ ଜଣକୁ ଗିରଫ କରାଯାଇଛି । ଜଙ୍ଗଲ ମନ୍ତ୍ରୀ କେ ରାଜୁ ଏହା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ସାମିଲ୍‌ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ। ବନ ବିଭାଗ ଏହାର କଡା ତଦନ୍ତ କରୁଥିବାବେଳେ ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ହତ୍ୟାକାରୀଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସୂଚନାଯୋଗ୍ୟ, କେରଳରେ ମଲ୍ଲପୁରମ୍‌ ଜିଲ୍ଲାର ଏକ ଗ୍ରାମରେ ଏକ ଗର୍ଭିଣୀ ହାତୀକୁ ବାରୁଦ ଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ । ଏହା ବାରୁଦଟି ହାତୀର ମୁହଁରେ ଫାଟି ଯିବାରୁ ହାତୀଟି ଯନ୍ତ୍ରଣାରେ ଛଟପଟ ହୋଇ ବେଲିଆର ନଦୀକୁ ଚାଲିଯାଇଥିଲା । ତିନି ଦିନ ପର୍ଯ୍ୟନ୍ତ ହାତୀଟି ପାଣି ଭିତରେ ଛିଡା ହୋଇଥିଲା । କିନ୍ତୁ ବାରୁଦର ବିଷ ଯୋଗୁଁ ନା ହାତୀ ବଞ୍ଚିଲା ନା ଶାବକ ।…

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର 63 ବର୍ଷୀୟ ବ୍ୟକ୍ତି ହୋଇଥିବାର ସୂଚନା ରହିଛି । ରାଜ୍ୟରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ 130 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2608ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1117 ରହିଛି । ସେହିପରି ରାଜ୍ୟରେ 1481ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 130 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 130 ଆକ୍ରାନ୍ତଙ୍କ ମଧ୍ୟରୁ 124 କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ 6ଟି ଲୋକାଲ୍‌ କେସ୍‌ ରହିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା 130 ଆକ୍ରାନ୍ତ 21ଟି ଜିଲ୍ଲାର ।  କଟକରୁ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ 22 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ 12, ସୁନ୍ଦରଗଡ ଓ ଗଜପତିରୁ 7 ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୋରାପୁଟରୁ 6, ବରଗଡ ଓ ଭଦ୍ରକରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 6, ବରଗଡ  ଓ ଭଦ୍ରକରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, କନ୍ଧମାଳ ଓ କଳାହାଣ୍ଡିରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡା,…

Read More

ନୂଆଦିଲ୍ଲୀ : ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 26  ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 6 ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 26  ହଜାର 770 ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ 6 ହଜାର 348 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 1, 09,462 ଜଣ ସୁସ୍ଥ ହୋଇଛନ୍ତି। ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 9 ହଜାର 851ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମ୍ନାମକୁ ଆସିଥିବାବେଳେ 273ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ …

Read More

ନୀଳଗିରି : ଆଜି ଭୋର୍‌ରୁ  ଭାଲୁ ଆକ୍ରମଣରେ 5 ଜଣ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ବାଉଁଶବଣିଆ ଅଂଚଳରୁ ଆସିଥିବା ୨ଟି ଭାଲୁ 5 ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।  ଔପଦା ବ୍ଲକ ଅନ୍ତର୍ଗତ ବାଉଁଶବଣିଆରେ ୨ଟି ଭାଲୁ ଜଙ୍ଗଲକୁ ଫେରୁଥିବା ବେଳେ ସେମାନଙ୍କ ହାବୁଡରେ ପଡ଼ିଯାଇଥିଲେ ୫ ଜଣ ଲୋକ । ଭାଲୁ ଆକ୍ରମଣରେ 5 ଜଣ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

Read More

ଆସିକା : ବିଲରେ କାମ କରିବାବେଳେ ବୋମା ଫୁଟି ତିନିଜଣ ଗୁରୁତର ହୋଇଛନ୍ତି । କବି ସୂର୍ଯ୍ୟନଗର ଥାନା ବାଉଁଶିଆ ନୂଆପଲ୍ଲୀର ତିନିଜଣ ଗୁରୁତର ହୋଇଛନ୍ତି । ବିସ୍ଫୋରଣରେ ହୋଇଥିବା ଗୁରୁତରଙ୍କୁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ତେବେ ବିଲରେ କିଏ, କାହିଁକି ବୋମା ଲୁଚାଇ ରଖିଥିଲା ତାହା ସମ୍ପର୍କରେ କିିଛି ଜଣାପଡିନି ।

Read More

କେଦାର ମିଶ୍ର   ଯେଉଁ ଭୟ ଆମେ ଆରମ୍ଭରୁ କରୁଥିଲେ, ସେ ଭୟ ଏବେ ସାକାର ହେବା ଆରମ୍ଭ କଲାଣି। ବର୍ତ୍ତମାନ ସମୟରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ହେଉଥିବାର ଖବର ଏବେ ମିଳୁଛି।  ଯୁଦ୍ଧ କରିବାକୁ ଗଲାବେଳେ ଖୋଦ ସେନାପତି ଯଦି ଅସୁରକ୍ଷିତ, ତା ହେଲେ କାହା ଭରସାରେ ଆମେ ଯୁଦ୍ଧ ଲଢିବା? କୋଭିଡ-୧୯ ବା କରୋନା ଭୂତାଣୁ ବିରୋଧୀ ସଂଗ୍ରାମରେ ଯେଉଁମାନେ ଆମର ଆଗୁଆ ଯୋଦ୍ଧା ସେମାନେ କେତେ ଦୂର ସୁରକ୍ଷିତ? ସରକାର ଏହି ସଂଗ୍ରାମର ମୁଖ୍ୟ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କେତେ କଣ ସୁବିଧା ଯୋଗାଇଛନ୍ତି। ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆମେ ଗତ ମାର୍ଚ୍ଚ ୨୨ ତାରିଖ ଦିନ ୫ ଟା ସମୟରେ ୫ ମିନିଟ ତାଳି ଓ ଥାଳି ବଜେଇ, କୀର୍ତ୍ତନ କରି କୃତଜ୍ଞତା ଜଣାଇଛୁ। ପୁଣି ଏପ୍ରିଲ ୫ ତାରିଖରେ ୯ ଟାରେ ୯ ମିନିଟ ଯାଏ…

Read More

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ସକାଳ 6ଟା 55 ମିନିଟରେ ଏହି ଭୂକମ୍ପ ହୋଇଥିବାର ସୂଚନା ରହିଛି । ରିକ୍ଟର ସ୍କେଲରେ ଝାଡ଼ଖଣ୍ଡର ଜାମସେଦପୁରରେ ଭୂକମ୍ପର ତୀବ୍ରତା 4.7 ଥିବା ବେଳେ ହାମ୍ପିରେ ଏହା 4 ରହିଥିବାର ଜଣାଯାଇଛି । ତେବେ ଏହି ଦୁଇ ଅଞ୍ଚଳରେ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିପାରିନାହିଁ । ଗତକାଲି ନୋଏଡାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.2 ଥିଲା । ଗୋଟିଏ ସପ୍ତାହରେ ନୋଏଡାରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି। ବିଗତ କିଛି ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି ।

Read More

ପୁରୀ : ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା । ଘୋଷଯାତ୍ରାର ପ୍ରଥମ ପର୍ବ ହେଉଛି ସ୍ନାନ ଯାତ୍ରା । ରତ୍ନ ବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରି ସାରିଛନ୍ତି । କରୋନା ମହାମାରୀ ଯୋଗୁ ସୀମିତ ସେବାୟତଙ୍କ ଉପସ୍ଥିତିରେ ସମ୍ପନ୍ନ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ବିଧାନ । ଜଗତର ନାଥ ଜଗନ୍ନାଥ ପ୍ରଥମ ଥର ପାଇଁ ବିନା ଭକ୍ତଙ୍କ ଉପସ୍ଥିତିରେ ସ୍ନାନମଣ୍ଡପରେ ଉଭା ହୋଇଛନ୍ତି । ସ୍ନାନଯାତ୍ରା ପାଇଁ ବିଳମ୍ବିତ ରାତ୍ରିର ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଧାଡି ପହଣ୍ଡିରେ ଆସି ବିଜେ ହୋଇଛନ୍ତି ଚତୁଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ସମୟ ଅନୁସାରେ ରାତି 1ଟା25ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ 1ଟା40ରେ ପହଣ୍ଡି ଆରମ୍ଭ ହୋଇଥିଲା ଏହା 3ଟା 10ରେ ସରିଥିଲା । 3ଟା 40ରେ ମଦନମୋହନ ବିଜେ ହୋଇଥିଲେ । ଭୋର୍‌ 4ଟା 20ରେ ମଙ୍ଗଳ ଆଳତୀ ହୋଇଥିବାବେଳେ 4ଟା 35ରେ ମଇଲମ ଓ ତଡପଲାଗି ବିଧି ଅନୁଷ୍ଠିତ…

Read More

କନ୍ଦର୍ପ ବେହେରା ରେଢାଖୋଲ : କିଛି ଦିନ ହେଲା ପଙ୍ଗପାଳ ଭାରତ ଭିତରକୁ ପଶିଆସି ଚାଷୀ ମାନଙ୍କର ବହୁ ଫସଲ ନଷ୍ଟ କରିଦେବା ସହ ମୂଲ୍ୟବାନ ଗଛ ସବୁ ନଷ୍ଟ କରିଦେଉଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ଛତିଶଗଡ ,ବିହାର, ମଧ୍ୟପ୍ରଦେଶ ଦେଇ ପଙ୍ଗପାଳ ମାନେ ଓଡିଶାକୁ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ଖବର ହସ୍ତଗତ ହୋଇଛି । ଆଜି ରେଢାଖୋଲ ରେଳଷ୍ଟେସନ ପାଖରେ ବହୁ ଗୁଡିଏ ଝିଟିକା କେତୋଟି ଗଛରେ ବସିଥିବାର ନଜରକୁ ଆସିବା ପରେ ଏହା ପଙ୍ଗପାଳ ବୋଲି ଲୋକମାନେ ଦାବି କରିଥିଲେ । ତେବେ କୃଷି ବିଭାଗର ବରିଷ୍ଠ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଝିଣ୍ଟିକା ପରି ଦେଖାଯାଉଥିବା ଏହି ଜୀବଟି ପଙ୍ଗପାଳ ନୁହେଁ ବରଂ ଏକ ପ୍ରକାର ଝିଣ୍ଟିକା ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି । ବର୍ଷା ଋତୁ ଆରମ୍ଭରେ ଏହି…

Read More

ନୂଆଦିଲ୍ଲୀ : ନିକଟରେ ଚର୍ଚ୍ଚାର ପରିସରକୁ ଆସିଥିବା ମିତ୍ରୋନ୍‌ ଏବଂ ରିମୋଭ୍‌ ଚାଇନିଜ୍‌ ଆପ୍‌କୁ ପ୍ଲେଷ୍ଟୋରରୁ ହଟାଇଛି ଗୁଗୁଲ୍‌ । ମିତ୍ରୋନ୍‌ ଆପ୍‌କୁ କିଛି ସୁଧାର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ରିମୋଭ୍‌ ଚାଇନିଜ୍‌ ଆପ୍‌କୁ ହଟାଯାଇଛି । ମିତ୍ରୋନ୍‌ ଆପ୍‌ର ଟିକ୍‌ଟକ୍‌ ସହିତ ସାମଞ୍ଜସ୍ୟ କାରଣରୁ ଏହି ଆପ୍‌କୁ ବର୍ତ୍ତମାନ ହଟାଯାଇଛି । ଭବିଷ୍ୟତରେ ସୁଧାର ପରେ ପୁନର୍ବାର୍‌ ଆପ୍‌କୁ ପ୍ଲେଷ୍ଟୋରରେ ସ୍ଥାନିତ କରାଯିବ । ତେବେ ଯେହେତୁ ରିମୋଭ୍‌ ଚାଇନିଜ୍‌ ଆପ୍‌ ଦ୍ବାରା ଅନ୍ୟ ଆପକୁ ଡିଲିଟ୍‌ କରାଯାଉଛି ତେଣୁ ଏହି ଆପ୍‌କୁ ହଟାଯାଇଥିବା ନେଇ ଗୁଗୁଲ୍‌ ପକ୍ଷରୁ କୁହାଯାଇଛି । ଗୁଗୁଲ୍‌ ଗାଇଡ୍‌ଲାଇନ୍‌ସ ଉଲ୍ଲଂଘନ କରୁଥିବାରୁ ଏହି ଆପ୍‌କୁ ହଟାଯାଇଛି ଏବଂ ଏହି ଆପ୍‌କୁ ପୁନର୍ବାର ସ୍ଥାନିତ କରାଯିବ ନାହିଁ ବୋଲି ଗୁଗୁଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମିତ୍ରୋନ୍‌ ଆପ୍‌କୁ ଏକ ମାସ ମଧ୍ୟରେ 50 ଲକ୍ଷ ଲୋକ ଡାଉନ୍‌ଲୋଡ୍‌ କରିଥିଲେ ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଅନେକ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରୁଥିବା ବେଳେ ଗୋଆରୁ ନିଜ ଖର୍ଚ୍ଚରେ ୪୧ ଜଣ ଶ୍ରମିକ କଳାହାଣ୍ଡିରୁ ଫେରିଥିବା ଜଣାପଡିଛି । ଗୋଆରୁ ୨ଲକ୍ଷ ୪୭ ହଜାର ଟଙ୍କା ଖର୍ଚ୍ଚ କରି ଗୋଆର ଏକ ଟ୍ରାଭେଲ ଏଜ ଏଜେନ୍ସିରୁ ଏକ ବସ ଯୋଗେ ଗୋଆରୁ ୪ତାରିଖ ସକାଳେ ଧର୍ମଗଡ ପହଂଚିଛନ୍ତି । ଧର୍ମଗଡ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଶ୍ରମିକ ମାନଙ୍କୁ ପର୍ଲାସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଛି । ଉକ୍ତ ଶ୍ରମିକ ମାନେ ଓଡିଶା ଫେରିବା ପାଇଁ ଅନଲାଇନରେ ଆବେଦନ କରିଥିଲେ । ସେମାନଙ୍କୁ ଫେରିବା ପାଇଁ ସରକାରୀ ସ୍ତରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ନିଜ ନିଜ ଘରୁ ଟଙ୍କା ମଗାଇ ବସଭଡା ଦେଇ ଘରକୁ ଫେରିଥିବା ଜଣାପଡିଛି ।

Read More

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ଆଜି ପୁଣିଥରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କରୋନାରୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କରୋନା ବିରୋଧରେ ଜାରି ରହିଥିବା ଲଢେଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଲଢେଇ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ବା ଔଷଧ ବାହାରି ନଥିବାରୁ ଲୋକେ ସଚେତନ ରହିବା ଏହି ଭୂତାଣୁରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଆସନ୍ତା ଜୁନ୍‌ 10 ସୁଦ୍ଧା ମୌସୁମୀ ରାଜ୍ୟରେ ପ୍ରବେଶ କରିବ । ଏହି ସମୟରେ ବର୍ଷା କାରଣରୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି । କରୋନା ଲଢେଇରେ ଜୁନ୍‌ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତେଣୁ ଲୋକେ ଏହାକୁ ହାଲୁକା ଭାବରେ ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ମଧ୍ୟକୁ 5 ଲକ୍ଷରୁ ଅଧିକ ଓଡିଆ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବିଜେପିର ସଭାପତି ଭାବେ ପୂର୍ବତନ ସଭାପତି ତଥା ବରିଷ୍ଠ ଓକିଲ ଦେବେନ୍ଦ୍ର ମହାନ୍ତିଙ୍କୁ ମନୋନୀତ କରାଯାଇଛି । ଶ୍ରୀ ମହାନ୍ତି ଏହାପୂର୍ବରୁ କଳାହାଣ୍ଡି ଜିଲ୍ଲା ବିଜେପିର ଏକକ ସାଧାରଣ ସଂପାଦକ ଭାବେ 1997-2000 ପର୍ଯ୍ୟନ୍ତ ଦାୟିତ୍ୱ ତୁଳାଇଥିଲେ ଏବଂ 2012-15 ପର୍ଯ୍ୟନ୍ତ ବିଜେପି ଜିଲ୍ଲା ସଭାପତି ଭାବେ ସଫଳତାର ସହ ଦାୟିତ୍ୱ ତୁଳାଇ ସାରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ନିଷ୍ଠାର ସହ 2009ରୁ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇନଜୀବି ଦେବେନ୍ଦ୍ର ମହାନ୍ତିଙ୍କୁ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ରାଜ୍ୟ ସଭାପତି ସମୀର ମହାନ୍ତି ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତି ପରେ ଶ୍ରୀ ମହାନ୍ତିଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରୀ ମହାନ୍ତି କଳାହାଣ୍ଡି ଜିଲ୍ଲା ବାର ସଂଘର ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଳାଇବାର ଅଭିଜ୍ଞତା ରହିଛି ।

Read More

ନୂଆଦିଲ୍ଲୀ : ଏଲ୍ଏନ୍‌ଜିପି ହସ୍ପିଟାଲ ସମ୍ମୁଖରେ ପ୍ରାଣ ହରାଇଛନ୍ତି ଜଣେ କରୋନା ଆକ୍ରାନ୍ତ । ଏହି ଘଟଣାକୁ ନେଇ ମୃତକଙ୍କ ଝିଅ ଟ୍ବିଟ୍ଟରରେ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରାଯାଇଛି । ଜୁନ୍‌ 2 ତାରିଖରେ ଅମନପ୍ରୀତ୍‌ ନାମକ ମହିଳା ଜଣକ ସକାଳ 8ଟାରେ ନିଜ ପିତାଙ୍କ ଅସୁସ୍ଥତାର ପୋଷ୍ଟ କରିଥିଲେ । ମୋ ପିତାଙ୍କୁ ଭୟଙ୍କର ଜ୍ବର ଏବଂ ଶ୍ବାସକ୍ରିୟାରେ ସମସ୍ୟା । ମାତ୍ର ଏଲ୍‌ଏନ୍‌ଜିପି ହସ୍ପିଟାଲକୁ ପ୍ରବେଶ କରି ହେଉନାହିଁ । ଏହାର ଏକ ଘଣ୍ଟା ପରେ 9.08 ମିନିଟରେ ସମାନ ଆକାଉଣ୍ଟରୁ ତାଙ୍କ ପିତାଙ୍କ ପରଲୋକ ହୋଇଥିବା ନେଇ ଟ୍ବିଟ୍‌ କରିଥିଲେ । ଦିଲ୍ଲୀ ସରକାର ତାଙ୍କ ପିତାଙ୍କ ଜୀବନ ବଞ୍ଚାଇବାରେ ବିଫଳ ହୋଇଛନ୍ତି ବୋଲି ମହିଳା ଜଣକ ଟ୍ବିଟ୍‌ରେ ଉଲ୍ଲେଖ କରିଥିଲେ । ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ବିଜେପି ବିଧାୟକ କପିଲ୍‌ ମିଶ୍ରା ।…

Read More

ପୁରୀ, ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା। ଏହି ଦିନ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରା ମନ୍ଦିରରୁ ବାହାରି ସ୍ନାନବେଦୀରେ ସ୍ନାନ କରନ୍ତି। ହେଲେ ଚଳିତ ବର୍ଷ କୋଭିଡ19 ର କଟକଣା ପାଇଁ ଏକ ଭିନ୍ନ ପ୍ରକାରର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ତାହା ହେଲା ଏଥର ତିନିଠାକୁର ବିନା ଭକ୍ତରେ ସ୍ନାନ କରିବେ। ଏହି ସ୍ନାନଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କୁ ବାରଣ କରାଯାଇଛି। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ନିଆଯାଇଛି କଡା ପଦକ୍ଷେପ। ଆଜିଠାରୁ ପୁରୀ ବଡଦାଣ୍ଡରେ ଲାଗୁ କରାଯାଇଛି 144 ଧାରା। ଫଳରେ ସେଠାରେ କେହି ଏକାଠି ହୋଇପାରିବେ ନାହିଁ। ମୁଖ୍ୟତଃ କୋଭିଡ19 କଟକଣା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ ନାହିଁ ଭାବି ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ଭକ୍ତମାନେ ପ୍ରଭୃଙ୍କୁ ଦେଖିବା ପାଇଁ ଯେଉଁ ପ୍ରବଳ ଆବେଗ ରହିଛି ତାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ। ସେଥିପାଇଁ ବଡଦାଣ୍ଡରେ…

Read More

ନୂଆଦିଲ୍ଲୀ : ତବଲିଗି ଜମାତ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାକୁ ନେଇ ସମୁଦାୟ 2550 ଜଣ ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା କରାଯାଇଛି । ଆସନ୍ତା 10 ବର୍ଷ ପାଇଁ ଏହି ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା ଜାରି କରିଛି ଗୃହ ମନ୍ତ୍ରାଳୟ । ଦିଲ୍ଲୀ ପୋଲିସ୍‌ ପକ୍ଷରୁ ନୂତନ 12ଟି ଚାର୍ଜସିଟ୍‌ ଦାଖଲ କରାଯିବା ପରେ ସୋମ ବାର ଦିନ 541 ବିଦେଶୀ ନାଗରିକଙ୍କ ଉପରେ କଟକଣା ଜାରି କରାଯାଇଛି । ପୂର୍ବରୁ 2083 ଜଣ ବିଦେଶୀଙ୍କ ଉପରେ କଟକଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ 13 ତାରିଖରେ ଦିଲ୍ଲୀର ପଶ୍ଚିମ ନିଜାମୁଦ୍ଦିନ୍‌ରେ ଏହି ତବଲିଗି ମକରଜ ଅନୁଷ୍ଠିତ ହୋଇଥିଲା । (ଏଜେନ୍ସି)

Read More