ରାଞ୍ଚି : ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ହିନ୍ଦପିଢିଠାରୁ ଧରାପଡିଥିବା ଜମାତୀଙ୍କୁ ବଡ ଝଟ୍କା ଲାଗିଛି । ସିଭିଲ୍ କୋର୍ଟ ଏହି 17 ବିଦେଶିନୀଙ୍କ ସମେତ 18 ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ଆଦେଶ ଦେଇଛନ୍ତି। ଟୁରିଷ୍ଟ ଭିସା ଦ୍ବାରା ଭାରତରେ ଧର୍ମପ୍ରଚାର କରୁଥିବା ତବଲିଗ୍ ଜମାତ ସହ ସମ୍ପର୍କିତ 17 ବିଦେଶୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରାଯାଇଛି । ଭିସା ନିୟମ ଉଲ୍ଲଂଘନ ଅଭିଯୋଗରେ ସମସ୍ତଙ୍କ ବିରୋଧରେ ନ୍ୟାୟିକା ପ୍ରକ୍ରିୟା ଆରମ୍ଭ କରାଯାଇଛି । ରାଞ୍ଚି ପୋଲିସ୍ ଲକ୍ ଡାଉନ୍ ସମୟରେ ହିନ୍ଦପିଢିର ଏକ ମସ୍ଜିଦ୍ରେ ଲୁଚି ରହିଥିବା 17 ବିଦେଶୀଙ୍କ ସମେତ 23ଜଣଙ୍କୁ ଅଟକ ରଖି କ୍ବାରେଣ୍ଟାଇନ୍ରେ ରଖିବା ପାଇଁ ଖେଲ୍ ଗ୍ରାମଙ୍କୁ ପଠାଇଦେଇଥିଲେ । ଶନିବାର ଦିନ ଏହି କ୍ବାରେଣ୍ଟାଇନ୍ରେ ରହିଥିବା ଜଣେ ଜମାତୀଙ୍କ ନିକଟରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ପୋଲିସ୍ ସଂକ୍ରମିତଙ୍କୁ ରିମ୍ସର କୋଭିଡ୍ ବୋର୍ଡଙ୍କୁ ପଠାଇଥିବାବେଳେ ଅନ୍ୟ ସମସ୍ତଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ…
Author: Samikhsya Bureau
ଓ୍ବାଶିଂଟନ୍ : ଗଭର୍ବତୀ ଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିବା ଜଣେ ମହିଳା କୋମାରେ ରହିବା ପରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । 27 ବର୍ଷୀୟ ଏହି ମହିଳା ଜଣକ ହେଉଛନ୍ତି ଏଞ୍ଜେଲା ପ୍ରିମଚିନ୍କୋ । ଆମେରିକାର ଓ୍ବାସିଟନର ଏହି ମହିଳା ଜଣକ ଗର୍ଭବତୀ ହେବାର 33 ସପ୍ତାହରେ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅବସ୍ଥା ବେଶ୍ ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏପ୍ରିଲ୍1 ତାରିଖରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାବେଳେ ଏପ୍ରିଲ୍ 6 ତାରିଖରେ ସେ କୋମାରୁ ବାହାରକୁ ଆସିଥିଲେ । କରୋନା କାରଣରୁ ସେ ତାଙ୍କର ଜନ୍ମିତ ସନ୍ତାନକୁ ପ୍ରାୟ 15 ପର୍ଯ୍ୟନ୍ତ ଦେଖିନଥିଲେ । କରୋନା ଯାଞ୍ଚ ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ତାଙ୍କ ଝିଅ ସହିତ ଦେଖାକରିବାର ସୁଯୋଗ ଦିଆଯାଇଥିଲା। ଗତ ମାର୍ଚ୍ଚ 24ରେ ସେ କରୋନା ସଂକ୍ରମିତ ଜଣାପଡିଥିବାବେଳେ ଏପ୍ରିଲ୍ 15…
କନ୍ଦର୍ପ ବେହେରା ରେଢାଖୋଲ: ବାରମ୍ବାର ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ଜନୈକ ଯନ୍ତ୍ରୀ ଗିରଫ ହେବା ଘଟଣା ଏବେ ନାକ୍ଟିଦେଉଳ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ବିଭୁ ପ୍ରସାଦ ବେହେରା ଗତକାଲି ରାତିରେ ନିଜର ପତ୍ନୀ ରଶ୍ମୀମୟୀ କାଣ୍ଡିଙ୍କୁ ବାପଘରୁ ୫୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ । ଟଙ୍କା ପାଇଁ ରାତିରେ ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେବା ସହ ବହୁତ ମାଡ ମାରିଥିଲେ ଯନ୍ତ୍ରୀ ମହାଶୟ। ଏପରିକି ମାରିଦେବାକୁ ଧମକ ଦେଇଥିବାର ରେଢାଖୋଲ ଥାନାରେ ପତ୍ନୀ ଅଭିଯୋଗ କରିଛନ୍ତି । ରାତିରେ ବେଲଟରେ ସ୍ତ୍ରୀଙ୍କୁ ବହୁତ ମାରି ଥିଲେ ଯା ଫଳରେ ତାଙ୍କ ପତ୍ନୀ ଗୁରୁତର ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଟିକିଏ ଭଲ ହେବା ପରେ ରେଢାଖୋଲ ଥାନାକୁ ଯାଇ ସ୍ୱାମୀ ବିରୁଦ୍ଧରେ ଲିଖିତାକାରରେ ଗୁରୁତର ଅଭିଯୋଗ କରିଥିଲେ । ଅଭିଯୋଗ…
ନୂଆଦିଲ୍ଲୀ: ଦିଲ୍ଲୀର ଜହାଙ୍ଗୀରପୁରର ଏକ କଣ୍ଟେନମେଣ୍ଟ ଜୋନ୍ରେ ଏକ ପରିବାରର 26ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍ ହୋଇଥିବାର ସୂଚନା ମିଳିଛି। 26 ଜଣଙ୍କ ମଧ୍ୟରେ ଦୁଇଟି ସ୍ତ୍ରୀ, ଜଣେ ସ୍ବାମୀ, 12ଟି ଝିଅ ଓ 7ଟି ପୁଅ ରହିଛନ୍ତି। ଦିଲ୍ଲୀରେ ଏପର୍ଯ୍ୟନ୍ତ 71ଟି କଣ୍ଟନମେଣ୍ଟ ଜୋନ୍ର ଚିହ୍ନଟ କରାଯାଇଛି। ଏହି ଅଞ୍ଚଳର କିଛି ଲୋକେ ନିୟମ ପାଳନ ନ କରି ଘରୁ ବାହାରୁଥିବାର ଜଣାପଡିଛି। ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ ଦିଲ୍ଲୀରୁ ହିଁ ଚିହ୍ନଟ ହୋଇଛନ୍ତି। ଏଠାରେ 1700ରୁ ଅଧିକ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 42ଜଣଙ୍କର ମୃତ୍ୟୁ ହୋଇଛି। (ଏଜେନ୍ସି)
ନୂଆଦିଲ୍ଲୀ : ଭୟାନକ କରୋନା ଯୋଗୁଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 15 ହଜାର 707ରେ ପହଞ୍ଚିଥିବାବେଳେ 507ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2230ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ତବଲିଗ୍ ଜମାତରୁ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଚାରି ହଜାରରୁ ପାର୍ ହୋଇଯାଇଛି । ଆସାମର ମୋଟ୍ ମାମଲାର 91 ପ୍ରତିଶତ ଜମାତୀ ସହ ସମ୍ପର୍କିତ ରହିଛି । ସେହିପରି ତାମିଲନାଡୁରେ 84% ମାମଲା ଜମାତୀ ସହ ଯୋଡି ହୋଇଥିବାବେଳେ ତେଲେଙ୍ଗାନାରେ 79%, ଆଣ୍ଡାମାନ୍ ନିକୋରବର 83%, ଦିଲ୍ଲୀରେ 63%, ଆନ୍ଧ୍ରପ୍ରଦେଶରେ 61% ଓ ଉତ୍ତରପ୍ରଦେଶରେ ମୋଟ ମାମଲାର 59% ଜମାତୀ ସମ୍ପର୍କିତ ବୋଲି ଜଣାପଡିଛି । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ :ଗତ ଡିସେସମ୍ବର ମାସରୁ ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ବରେ ଏହି ମହାମାରୀ କରୋନା ଆଜି ବିଶ୍ବର 210ଟି ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ସାରା ବିଶ୍ବରେ 23 ଲକ୍ଷରୁ ଅଧିକ ଲୋକେ ଏହି ଭୟାନକ ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେହିପରି ଏକ ଲକ୍ଷ 60 ହଜାରରୁ 757 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 5 ଲକ୍ଷ 96 ହଜାରୁ 687ଜଣ ସୁସ୍ଥ ହୋଇଛନ୍ତି । ଏହି ମହାମାରୀ ଯୋଗୁଁ ଆମେରିକା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଆମେରିକାରେ ଏହା ପ୍ରବଳ ଭାବରେ ବ୍ୟାପୁଛି । ଆମେରିକାର ନ୍ୟୁୟର୍କ ଏବେ ଏହାର କେନ୍ଦ୍ରସ୍ଥଳ ପାଲଟି ଯାଇଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 738,830 ରହିଥିବାବେଳେ 39,014ଜଣଙ୍କର ମତ୍ୟୁ ହୋଇଛି । ସେହିପରି ସୁସ୍ଥ ହୋଇଛନ୍ତି 68,285ଜଣ । ଆମେରିକା ପଛକୁ ରହିଛି ଇଟାଲୀ । ଇଟାଲୀରେ 23,227ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1,75,925ଟି ମାମଲା…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଅଲାଇଡି ନିକଟସ୍ଥ ବାଇପାସ୍ ଉପରେ ଆଜି ଏକ କଲରାପତରିଆ ବାଘ ମୃତ ଅବସ୍ଥାରେ ପଡିଥିବାର ଦେଖାଯାଇଥିଲା। ଏହି ବାଘକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛି। ଭୋର୍ ସମୟର କୌଣସି ଅଜଣା ଗାଡି ଦ୍ବାରା ବାଘଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ପଞ୍ଝାରୁ ରକ୍ତସ୍ରାବ ହୋଇଥିବାରୁ ବାଘଟି କୌଣସି ଅଜଣା ଗାଡି ଦ୍ବାରା ଦୁର୍ଘଟଣାର ଶିକାର ହୋଇଥିବାର ଅନୁମାନ କରାଯାଉଛି। ବାଘର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଜନଗହଳିପୂର୍ଣ୍ଣ ସହର ମଧ୍ୟକୁ ବାଘଟି କେମିତି ଆସିଲା, ତାହାକୁ ନେଇ ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି। ଲକ୍ ଡାଉନ୍ ଯୋଗୁଁ ରାସ୍ତା ଘାଟ ଶୂନଶାନ ରହିଥିବାରୁ ବାଘଟି ସହର ଅଭିମୁଖେ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ବାଘଟି ସହର ମଧ୍ୟକୁ ଆସିବା ପରେ…
କେଦାର ମିଶ୍ର କିଛି ମାସ ତଳେ ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ ଆମେ କହୁଥିଲୁ, ଭାରତ ଏକ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଭାରତ ସରକାର କହୁଥିଲେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ଠିକ ରହିଛି, ତେଣୁ ସାମୟିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ବିଶେଷ କିଛି ପଡିବାର ନାହିଁ। ମାସେ ଭିତରେ ପୂରା ବିଶ୍ଵ ଅର୍ଥନୀତିର ଚିତ୍ର ବଦଳି ଯାଇଛି। ଆଜି ଆଉ ମାନ୍ଦାବସ୍ଥା ନୁହେଁ, ବରଂ ପୂରା ବିଶ୍ଵର ଅର୍ଥନୀତି ଭୁଷୁଡି ପଡିଛି। ଆମେରିକା, ୟୁରୋପୀୟ ରାଷ୍ଟ୍ର ସମୂହ ଓ ଚୀନ ଭଳି ଅର୍ଥନୀତିର ବଡ ଖେଳାଳୀମାନେ ଆଣ୍ଠେଇ ପଡିଲେଣି। ସେଥିରେ ଭାରତ ଭଳି ବିକାଶଶୀଳ ଓ ଆଫ୍ରିକାରର ଗରିବ ଦେଶମାନଙ୍କ ଅବସ୍ଥା କଣ ହେବ? ଆସନ୍ତା ୬ ରୁ ୧୨ ମାସ ସମଗ୍ର ପୃଥିବୀର ଅର୍ଥନୈତିକ ଗତିବିଧି ସ୍ଥାଣୁ ହୋଇ ରହିବ। ବିଶ୍ଵ ଅର୍ଥନୀତିରେ ମୋଟ ଅଭିବୃଦ୍ଧି ଆଗାମୀ ଦିନରେ ୦% ରୁ ଋଣାତ୍ମକ…
ନୂଆଦିଲ୍ଲୀ, ଡାକ କର୍ମଚାରୀମାନେ କାର୍ଯ୍ୟରତ ଅବସ୍ଥାରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଯଦି ପ୍ରାଣ ହରାନ୍ତି ତେବେ ସେମାନଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ। ଡାକ ବିଭାଗ ଅତ୍ୟାବଶ୍ୟକ ସେବାର ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାର କର୍ମଚାରୀମାନେ କରୋନା ସଂକ୍ରମଣ କାଳରେ ବିଭିନ୍ନ ଡାକସେବା ସହ ଏହି ବ୍ୟାଧିର ଚିକିତ୍ସା ଓ ନିରାକରଣରେ ବ୍ୟବହୃତ ହେଉଥିବା ଔଷଧ ସାମଗ୍ରୀ/ପାର୍ସଲ ଆଦି ବାଣ୍ଟୁଛନ୍ତି। ଏହି ଦାୟିତ୍ୱ ନିର୍ବାହନ କାଳରେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି। ତେଣୁ ଏଭଳି ସ୍ଥିତିରେ ଯଦି କୌଣସି ଡାକ କର୍ମଚାରୀଙ୍କର ମୃତ୍ୟୁ ଘଟେ ସେମାନଙ୍କୁ ପ୍ରତ୍ୟେକ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ । ଉଭୟ ଗ୍ରାମୀଣ ତଥା ଅନ୍ୟାନ୍ୟ ଡାକ କର୍ମଚାରୀମାନେ ଏହି ସୁବିଧା ପାଇବେ। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶାବଳୀ ତୁରନ୍ତ ଲାଗୁ ହେବା ସହିତ କରୋନା…
ନୂଆଦିଲ୍ଲୀ, କୋଭିଡ-19 ସଂକ୍ରମଣ ରୋକିବା ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି । ଏହା ନିଜର ବୈଜ୍ଞାନିକ ଓ ବୈଷୟିକ ଦକ୍ଷତାକୁ ଉପଯୋଗ କରି ବର୍ତ୍ତମାନ ପାଇଁ ଆବଶ୍ୟକ ଦ୍ରବ୍ୟମାନ ପ୍ରସ୍ତୁତ କରୁଛି। ଏହି ପରୀପ୍ରେକ୍ଷୀରେ ମହାମାରୀ କାଳରେ ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ଦୁଇଟି ଦ୍ରବ୍ୟ ବିକଶିତ କରିଛି । Automatic Miss Belt sanitizer defenses unique (MCO) କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ । ଅଗ୍ନି ବିସ୍ଫୋରକ ଏବଂ ପରିବେଶ ନୀରାପତ୍ତା କେନ୍ଦ୍ର (CPFES) ଏହାର ବିଶେଷଜ୍ଞ ଜ୍ଞାନ ଉପଯୋଗ କରି କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ ବିକଶିତ କରିଛନ୍ତି । ଏହି ସ୍ପର୍ଶ ବିହୀନ ଆଲକହଲ ଯୁକ୍ତ ସାନିଟାଇଜର କୌଣସି କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ହାତର ବିଶୋଧକଭାବେ କାର୍ଯ୍ୟ କରିବ । ଏକ Altrasonic censor ଦ୍ୱାରା ହାତର ସ୍ପର୍ଶ ବିନା ଏହାକୁ…
ବେଙ୍ଗାଲୁରୁ, ବେଙ୍ଗାଲୁରୁସ୍ଥିତ ସିଏସଆଇଆରର ସହଯୋଗୀ ଲାବରୋଟାରୀ ଜାତୀୟ ଏରୋସ୍ପେସ୍ ଲାବରୋଟାରୀ ଏବଂ ଏମଏଏଫ କ୍ଲଦିଙ୍ଗ ପ୍ରାଇଭେଟ ଲିମିଟେଡ ମିଳିତ ସହଯୋଗରେ ବ୍ୟକ୍ତିଗତ ସୁରକ୍ଷା କଭରାଲ ସୁଟର ମଡେଲ (ପ୍ରୋଟୋଟାଇପ) ବିକଶିତ ହୋଇଛି। ଏହି ସୁରକ୍ଷା ପୋଷାକରେ ସାଧାରଣ ମେସିନ ବୁଣା କପଡା ପରିବର୍ତ୍ତେ ପଲିପ୍ରପଲିନ ସ୍ପନରେ ଏକାଧିକ ବିଶିଷ୍ଟ କୃତ୍ରିମ ବସ୍ତ୍ର ବ୍ୟବହାର କରାଯାଇଛି। କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ଏହାକୁ ପରିଧାନ କଲେ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବେ। ସିଏସଆଇଆର-ଏନଏଏଲର ଡକ୍ଟର ହରିଶ ସି ବରଶିଳିଆ, ଡ.ହେମନ୍ତ କୁମାର ଶୁକ୍ଳା ଏବଂ ଏମଏଏଫ ଏମ ଜେ ବିଜୁଙ୍କ ନେତୃତ୍ୱରେ ଗଠିତ ଏକ ଟିମ ସ୍ଵଦେଶୀ ଜ୍ଞାନକୌଶଳ ଉପଯୋଗ କରି ଏଭଳି ଏକ ସୁରକ୍ଷା ପୋଷାକ ତିଆରି କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଖୁବ କମ ଦିନରେ ସେମାନଙ୍କୁ ଏହି ସଫଳତା ମିଳିଛି। ଏହି ସୁଟକୁ କୋଏମ୍ବାଟୁରସ୍ଥିତ ‘ସିଟ୍ରା’ ପରୀକ୍ଷାଗାରରେ ତନ୍ନତନ୍ନ…
ଦିଲ୍ଲୀ : କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। କିନ୍ତୁ ଏହି ଲକ୍ ଡାଉନ୍ ବହୁ ଲୋକେ ନାହିଁ ନଥିବାର ହଇରାଣ ହେଉଛନ୍ତି । ଯାତାୟତର କୌଣସି ସାଧନ ନଥିବାରୁ ରୋଗୀମାନେ ଘରେ ପହଞ୍ଚି ପାରୁନାହାନ୍ତି । ଏହିପରି ଏକ ଘଟଣା ଦିଲ୍ଲୀରେ ଘଟିଛି । ଏଠାରେ ଜଣେ ଯୁବକ କିଡ୍ନୀ ରୋଗରୁ ଚିକିତ୍ସିତ ହୋଇସାରିବା ପରେ ବି ଘରକୁ ଯାଇ ନପାରି ବସ୍ଷ୍ଟାଣ୍ଡରେ ଦିନ କାଟୁଛନ୍ତି । ତାଙ୍କ ଘରକୁ ଯିବା ପାଇଁ ଯାତାୟତର କୌଣସି ସାଧନ ନଥିବାରୁ ସେ ବାଧ୍ୟ ହୋଇ ବସ୍ଷ୍ଟାଣ୍ଡରେ ରହୁଛନ୍ତି। 20 ବର୍ଷୀୟ ରବିନ୍ଦ୍ରଙ୍କ ଦୁଇଟି କିଡ୍ନୀ ଖରାପ ହୋଇଥିଲା । ଚିକିତ୍ସା ପରେ ହସ୍ପିଟାଲରୁ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା । କିନ୍ତୁ ଲକ୍ ଡାଉନ୍ କାରଣରୁ ସେ ତାଙ୍କ ଘରେ ପହଞ୍ଚିପାରୁନାହାନ୍ତି। ରବିନ୍ଦ୍ର ବହୁତ ଗରିବ ଶ୍ରେଣୀର ଅଟନ୍ତି । ତାଙ୍କ ପିତା ଜଣେ ଦିନ ମଜୁରିଆ…
ଗୁରୁଗ୍ରାମ : ଲକ୍ଡାଉନ୍ ଘୋଷଣା ପରେ ଦିଲ୍ଲୀ ଓ ମୁମ୍ବାଇରେ ପ୍ରବାସୀ ଶ୍ରମିକ ଓ ଗରିବ ଲୋକମାନେ ସଡକ ଉପରକୁ ଆସିଯାଇଛନ୍ତି । ନା ତାଙ୍କ ପାଖରେ ଘର ଅଛି ନା ରୋଜଗାର। ଦିନକୁ 100-200 ରୋଜଗାର କରୁଥିବା ଏହି ଗରିବ ଲୋକମାନେ ବଡ ସହରରେ କେମିତି ବନ୍ଦ ହୋଇକି ରହିପାରିବେ । ଦିଲ୍ଲୀର ଗୁରୁଗ୍ରାମରେ ଶନିବାର ଦିନ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ତାହା ହୃଦୟକୁ ବିଚଳିତ କରିପକାଇବ । ଜଣେ ଚିତ୍ରକର ଭୋକ ଓ ରୋଜଗାର ନଥିବାର ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା କରି ଦେଇଛି । ଆତ୍ମହତ୍ୟା କରିବାର ଦୁଇ ଦିନ ପୂର୍ବରୁ ବ୍ୟକ୍ତି ଜଣକ ନିଜ ମୋବାଇଲ୍ ବିକ୍ରି କରିଥିଲା । କରୋନା ଭାଇରସ୍ ସହ ଲଢେଇ ମଧ୍ୟରେ ଭୋକ ଓ ଅର୍ଥ ପାଇଁ ନିଜ ପରିବାରର ଅସହାୟତା ପାଇଁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛନ୍ତି । 12 ହଜାର ଟଙ୍କାର ମୋବାଇଲ୍ ଫୋନ୍କୁ ମାତ୍ର…
ନୂଆଦିଲ୍ଲୀ : ସରକାର କୋଭିଡ୍-19 ମହାମାରୀ ମଧ୍ୟରେ ଏଫ୍ଡିଆଇ ନୀତିକୁ ସଂଶୋଧନ କରିଛି ଭାରତ । ଏଣିକି ସବୁ ପଡୋଶୀ ରାଷ୍ଟ୍ରର କମ୍ପାନୀ କେନ୍ଦ୍ରର ଅନୁମୋଦନ ପରେ ହିଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିପାରିବେ । ଆଜି ଭାରତ ପକ୍ଷରୁ ସଂଶୋଧିତ ଏଫ୍ଆଇଡି ନୀତି ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ, ଭାରତ ସୀମାବର୍ତ୍ତୀ ଦେଶଗୁଡ଼ିକୁ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଭାରତ ସହ ସୀମାବର୍ତ୍ତୀ ଦେଶ ଗୁଡ଼ିକର ଯେ କୌଣସି କମ୍ପାନୀ କିମ୍ବା ସେହି ଦେଶର କୌଣସି ନାଗରିକ ଯଦି ପୁଞ୍ଜିନିବେଶ କରିବାକୁ ଚାହାନ୍ତି ତେବେ ସରକାରୀ ଅନୁମତି ନେବା ଦରକାର ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ମାଲିକାନା ପରିବର୍ତ୍ତନ ହୁଏ, ତେବେ ମଧ୍ୟ ସରକାରୀ ଅନୁମତି ନେବାକୁ ପଡ଼ିବ। ଭାରତ ସହିତ ଭୂମି ସୀମା ବାଣ୍ଟୁଥିବା ଦେଶଗୁଡିକ ମଧ୍ୟରେ ଚୀନ୍, ବାଂଲାଦେଶ, ପାକିସ୍ଥାନ, ଭୁଟାନ, ନେପାଳ,…
ମୁମ୍ବାଇ : ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ ଅଭିନେତା ତଥା ବିଗ୍ବସ୍ ପ୍ରତିଯୋଗୀ ଏଜାଜ୍ ଖାନଙ୍କୁ ପୋଲିସ୍ ଗିରଫ କରିଛି । ଫେସବୁକ୍ ଲାଇଭ୍ରେ ବିବାଦୀୟ ବୟାନ ଦେଇଥିବାରୁ ଶନିବାର ତାଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ଫେସବୁକ୍ ଲାଇଭ୍ ସେସନ୍ରେ ସେ ସାମ୍ପ୍ରଦାୟିକ ହିଂସା ଉସୁକାଇବା ଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା 153 କ, 117, 121, 118, 501, 504, 505(2) ଧାରା ଆଧାରରେ ମାମଲା ରୁଜୁ କରାଯାଇଛି। ଏଜାଜ୍ ଏହି ଭିଡିଓରେ କହିଥିଲେ ଯେ, – ଯଦି ପିମ୍ପୁଡି ମରି ଯାଉଛି ତେବେ ମୁସଲମାନ୍ ଦାୟୀ, ହାତୀ ମରିଗଲେ ମୁସଲମାନ ଦାୟୀ, ଦିଲ୍ଲୀରେ ଭୂମିକମ୍ପ ଆସିଲେ ମୁସଲମାନ ଦାୟୀ କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଏହା ପଛରେ କାହାର ଷଡଯନ୍ତ୍ର ଅଛି ?…
ଭୁବନେଶ୍ବର : ରଥଯାତ୍ରା ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରଥଯାତ୍ରା ସମ୍ପର୍କିତ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ରଥଯାତ୍ରାର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ସେବାୟତ ପ୍ରମୁଖଙ୍କ ସହିତ ଆଲୋଚନା କରିବା ଉଚିତ୍ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଜୁନ୍ 23, 2020ରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ କରୋନା ମହାମାରୀ କାରଣରୁ ରଥଯାତ୍ରାକୁ ନେଇ ଆଶଙ୍କା ଦେଖାଦେଇଛି ।
କେଦାର ମିଶ୍ର ଆମେ କଲେଜରେ ପଢିଲା ବେଳେ ଗୋଟେ ନାଟକ ପଢୁଥିଲୁ, ଯାହାର ନାଁ ଥିଲା “ରାଜହଂସ” ଓ ନାଟ୍ୟକାର ରତ୍ନାକର ଚଇନି। “ରାଜହଂସ”ର ନାୟକ ଅନେକାଂଶରେ ଗୋବିନ୍ଦ ଦାସଙ୍କ “ଅମାବାସ୍ୟାର ଚନ୍ଦ୍ର” ର “କାଉଲ” ପରି। ଜୀବନର ସଂଘର୍ଷ ଭିତରେ ଭଲ ଓ ଖରାପ ଭିତରେ ରହିଥିବା ନୈତିକତାର ରେଖା ଲିଭାଇଥିବା ସେ ନାଟକଟି ଅନେକ ସମୟରେ ମୋତେ ଆଚ୍ଛନ୍ନ କରିଛି। ନିଜକୁ ନାୟକ ମନେ କରି ସ୍ଵପ୍ନ ଦେଖିବାର କଳା ହୁଏତ ସେ ନାଟକରୁ ମୁଁ ଓ ମୋ ପରି ଆହୁରି ଅନେକ ଶିଖିଛୁ। ତେବେ ଯେଉଁ ରତ୍ନାକର ଚଇନିଙ୍କୁ ମୁଁ “ରାଜହଂସ”ର ନାଟ୍ୟକାର ଭାବେ ଜାଣିଥିଲି, ତାଙ୍କ ସହ ପରବର୍ତ୍ତୀ ଜୀବନରେ ବୈଚାରିକ ପ୍ରତିପକ୍ଷ ଭାବରେ ଠିଆ ହେବାକୁ ପଡିବ, ଏକଥା ହୁଏତ ମୁଁ କଳ୍ପନା ବି କରି ନଥିଲି। ରତ୍ନାକର ସାରଙ୍କ ସହ ପ୍ରଥମ ଦେଖା ହେଲାବେଳେ ମୁଁ ଜାଣି ସାରିଥିଲି ଯେ ଆମର ମାର୍ଗ…
ସୋପୋର : ଜମ୍ମୁ କାଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣରେ ତିନି ସିଆରପିଏଫ୍ ଯବାନ ପ୍ରାଣ ହରାଇଛନ୍ତି । ସୋପୋର୍ରେ ଶନିବାର ଅପରାହ୍ନରେ ଏହି ଆକ୍ରମଣ ଘଟିଥିଲା । ଦକ୍ଷିଣ କାଶ୍ମୀରର ବାରାମୂଲ୍ଲା ସ୍ଥିତ ସୋପୋର୍ରେ ଏହି ଆକ୍ରମଣ ସଙ୍ଗଠିତ ହୋଇଥିଲା । ଜମ୍ମୁ କାଶ୍ମୀର ପୋଲିସ୍ ଏବଂ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଉଥିବା ସମୟରେ ନୁରବାଗ ନିକଟରେ ଆତଙ୍କୀ ମାନେ ଅତର୍କିତ ଆକ୍ରମଣ କରିଥିଲେ । ତିନି ଯବାନଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ସୁରକ୍ଷା ବଳଙ୍କ ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । (ଏଜେନ୍ସି)
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସଂପ୍ରତି କରୋନା ସଂକ୍ରମଣରୁ ଲୋକଙ୍କୁ ଦୂରେଇ ରଖିବାକୁ ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସାମ୍ବାଦିକ ଏବଂ ବିଭିନ୍ନ ସ୍ତରର ପ୍ରଶାସନିକ ପଦାଧିକାରୀ ଏବଂ କ୍ଷେତ୍ର କର୍ମଚାରୀ, ସ୍ୱେଚ୍ଛାସେବୀ, ମହିଳା ଏସଏଚଜି ସଭ୍ୟା ଭଳି ଅନେକ ଯୋଦ୍ଧା ଅନବରତ ଲାଗି ପଡିଛନ୍ତି। ନିଜସ୍ୱ ସୁରକ୍ଷା ପ୍ରତି ବେଖାତିର କରି ଘର ପରିବାର ଛାଡି ଦିନ ରାତିକୁ ଏକାକାର କରି ଲୋକଙ୍କୁ କରୋନାରୁ ସୁରକ୍ଷା ଦେବା ପାଇଁ ନିଜ ନିଜ ଦାୟୀତ୍ୱ ନିର୍ବାହ କରୁଛନ୍ତି। ସେମାନଙ୍କ ଅନବରତ ସେବା ଅବର୍ଣ୍ଣନୀୟ ହୋଇଥିବା ବେଳେ କଳାହାଣ୍ଡିରେ ମହିଳା ପଦାଧରକାରୀ ମାନେ ମଧ୍ୟ ପଛରେ ନାହାନ୍ତି। ନିଜ ଜୀବନକୁ ପାଣି ଛଡାଇ ଡ୍ୟୁଟି କରିଚାଲିଛନ୍ତି। ନିଜର ଦୁଇ କୋମଳମତି ଶିଶୁଙ୍କୁ କ୍ୱାଟରରେ ଛାଡି ଅନ୍ୟ ଏକ କ୍ୱାଟରରେ ରହି ନିଜ ଦାୟୀତ୍ୱ ସଂପାଦନ କରୁଥିବା ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନଙ୍କ ପ୍ରତି ସାଧାରଣରେ ସମ୍ମାନର ସୁଅ ଛୁଟିବାରେ ଲାଗିଛି। ଗୋଲାମୁଣ୍ଡା…
ଭୁବନେଶ୍ବର : କରୋନାରେ ସମଗ୍ର ବିଶ୍ବ ପ୍ରଭାବିତ ହୋଇଥିବା ବେଳେ ଏହା କେବଳ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବରଂ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରିଛି । କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳକୁ 100 କୋଟି ଟଙ୍କାର ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର 114ଟି ପୌରାଞ୍ଚଳର ଅର୍ଥନୈତିକ ପଛୁଆ ଶ୍ରେଣୀଙ୍କକ ପାଇଁ ଏହି ଅର୍ଥ ରାଶି ଘୋଷଣା କରାଯାଇଛି । ଶ୍ରମଭିତ୍ତିକ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ କରାଯିବ । ସହରାଞ୍ଚଳରେ ରହୁଥିବା 4.5 ଲକ୍ଷ ପରିବାର ଏହା ଦ୍ବାରା ଉପକୃତ ହେବେ । ମିଶନ ଶକ୍ତି ସହାୟତାରେ ଏହି ଯୋଜନାକୁ ରୂପରେଖ ପ୍ରଦାନ କରାଯିବ । ଏହି ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ।
ମୁମ୍ବାଇ : ଭାରତୀୟ କ୍ରିକେଟର କେ ଏଲ୍ ରାହୁଲ୍ଙ୍କ ଜନ୍ମଦିନରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ । ଶନିବାର ରାହୁଲଙ୍କ 28 ତମ ଜନ୍ମ ଦିବସରେ ଆଥିୟା ଇନ୍ଷ୍ଟାଗ୍ରାମ ଜରିଆରେ ନିଜର ପ୍ରେମକୁ ସ୍ବୀକାର କରିଛନ୍ତି । ପୂର୍ବରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ଏହାକୁ ଅସ୍ବୀକାର କରି ଆସୁଥିଲେ । ଆଥିୟା ମାଇଁ ପର୍ସନ୍ ବୋଲି ଲେଖିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ନିଜର ପ୍ରେମ ସମ୍ପର୍କକୁ ସ୍ବୀକାର କରିଥିଲେ । ଆଥିୟାଙ୍କ ବ୍ୟତିତ ଭାରତୀୟ ଟିମ୍ର ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଖର ଧଓ୍ବନ୍ ମଧ୍ୟ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)