ନୂଆଦିଲ୍ଲୀ : 18ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସୋମବାର ନିର୍ବାଚନ କମିଶନଙ୍କ ପକ୍ଷରୁ 7ଟି ରାଜ୍ୟର 18ଟି ଆସନ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁନ୍ 19 ତାରିଖରେ 7ଟି ରାଜ୍ୟରେ ନିର୍ବାଚନ କରିବା ପାଇଁ ଘୋଷଣା କରାଯାଇଛି । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟର 4ଟି ଲେଖାଏଁ ଆସନ ରହିଛି । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର 3ଟି ଲେଖାଏଁ ଆସନ ରହିଥିବା ବେଳେ ଝାରଖଣ୍ଡର 2ଟି, ମଣିପୁର ଏବଂ ମେଘାଳୟର ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍ 19 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ସହିତ ସମାନ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ବାବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।
Author: Samikhsya Bureau
ନୂଆଦିଲ୍ଲୀ : ଆଇନ ସମ୍ମୁଖରେ ସମସ୍ତେ ସମାନ, ମାତ୍ର ରାଜନୀତିଜ୍ଞ ମାନେ ସର୍ବଦା ଆଇନର ଫାଙ୍କଦେଇ ଖସି ଯାଇଥାନ୍ତି । ନିୟମ ଭାଙ୍ଗି ଜରିମାନା ଭରିଛନ୍ତି ଜଣେ ପ୍ରଧାନମନ୍ତ୍ରୀ । ରୋମାନିଆର ପ୍ରଧାନମନ୍ତ୍ରୀ ଲୁଡୋଭିକ୍ ଓର୍ବାନ ସାମାଜିକ ଦୂରତ୍ବ ନିୟମ ଭଙ୍ଗ କରି 600 ଡଲାରର ଜରିମାନା ଭରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ କ୍ୟାବିନେଟ୍ ସଦସ୍ୟଙ୍କ ସହିତ ସିଗାରେଟ୍ ଏବଂ ମଦ୍ୟପାନ କରୁଥିବାର ଫଟୋ ଆସିଥିଲା । ଫଟୋଟି ସାମ୍ନାକୁ ଆସିବା ପରେ ଓର୍ବାନ୍ ଏଡି ଅର୍ଥଦଣ୍ଡ ପ୍ରଦାନ କରିଛନ୍ତି । ମେ 25 ତାରିଖରେ ନିଜ ଜନ୍ମଦିବସରେ ରୋମାନିଆର ବୈଦେଶିକ ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସହିତ ବସିଥିବାର ନଜର ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରୋମାନିଆରେ ବର୍ତ୍ତମାନ ସୁଦ୍ଧା 19133 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1259 ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା କାରଣରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲ୍ପିଜି ମୂଲ୍ୟରେ ବୃଦ୍ଧି ଘଟାଯାଇଛି । ସୋମବାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ତିନି କେନ୍ଦ୍ରୀୟ କମ୍ପାନୀ ଏଚପିସିଏଲ, ବିପିସିଏଲ ଓ ଆଇଓସି ଏହି ନିଷ୍ପତ୍ତି ନେଇଛନ୍ତି । ସବ୍ସିଡି ଯୁକ୍ତ ସିଲିଣ୍ଡର ବର୍ତ୍ତମାନ ମାଗଣା ମିଳୁଥିବା ବେଳେ ଅଣସବ୍ସିଡି ଗ୍ୟାସ୍ ମୂଲ୍ୟ ନୂଆଦିଲ୍ଲୀରେ 11.50 ପଇସା ବୃଦ୍ଧି ପାଇଛି । ଏହାପରେ ଦିଲ୍ଲୀରେ ସିଲିଣ୍ଡରର ମୂଲ୍ୟ 593 ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ 31.50, ମୁମ୍ବାଇରେ 11.50 ଏବଂ ଚେନ୍ନାଇରେ 37 ଟଙ୍କାର ମୂଲ୍ୟବୃଦ୍ଧି ଲାଗୁ ହୋଇଛି । ସେହିପରି ଶିଳ୍ପ ସଂସ୍ଥାରେ ବୃବହୃତ 19 କିଗ୍ରା ବିଶିଷ୍ଟ ସିଲିଣ୍ଡରର ମୂଲ୍ୟରେ 110 ଟଙ୍କା ବୃଦ୍ଧି ପାଇଛି । ମୂଲ୍ୟବୃଦ୍ଧି ପରେ ଏହାର ଦାମ୍ 1139.50ରେ ପହଞ୍ଚିଛି । (ଏଜେନ୍ସି)
Bengaluru: Trees uprooted due to heavy rainfall during the fourth phase of the nationwide lockdown imposed to mitigate the spread of coronavirus, in Bengaluru on May 29, 2020. (Photo: IANS)
Kolkata: TMC workers participate in a ‘Yajna’ being performed to pray for the speedy recovery of West Bengal Fire and Emergency Services Minister Sujit Bose who tested positive for the novel coronavirus on Friday, in Kolkata on May 30, 2020. (Photo: Kuntal Chakrabarty/IANS)
Hyderabad: A cement laden truck skidded off Shamirpet flyover in Hyderabad injuring two, on May 30, 2020. (Photo: IANS)
କନ୍ଦର୍ପ ବେହେରା ରେଢାଖୋଲ : ସରକାର କରୋନା ଯୋଗୁଁ କୌଣସି ସରକାରୀ ବା ବେସରକାରୀ ବ୍ୟାଙ୍କ ଲୋନ୍ ଅସୁଲି ପାଇଁ ଚାପ ପକାଇ ପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସରକାରଙ୍କ ନୀତିନିୟମକୁ ବେଖାତିର ଭାବି ରେଢାଖୋଲରେ କିଛି ବେସରକାରୀ ସଂସ୍ଥା ମହିଳା ଗ୍ରୁପ୍ ମାନଙ୍କୁ ଧମକଚମକ ଦେଇ ଲୋନ୍ ଅସୁଲି କରୁଥିବା ଅଭିଯୋଗ ହୋଇଛି । ଏନେଇ ଏସ୍ଏଚ୍ଜି ମାନଙ୍କ ପକ୍ଷରୁ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ପ୍ରକାଶ ଯେ ,ରେଢାଖୋଲ ଏନ୍ଏସିରେ ଥିବା ବହୁ ମହିଳା ଏସଏଚ୍ଜି ମା ମାନେ ବିଭିନ୍ନ ବେସରକାରୀ ସଂସ୍ଥା ଠାରୁ ଲୋନ୍ ଆଣିଛନ୍ତି । ବର୍ତମାନ ସାରା ଦେଶରେ କରୋନା ଯୋଗୁଁ ଲକ୍ ଡାଉନ୍ରେ ମହିଳା ଗ୍ରୁପ୍ମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏବଂ ଦୀର୍ଘ ଦୁଇମାସ ହେଲା କୌଣସି ରୋଜଗାର କରିନାହାନ୍ତି । ଏଭଳି ପରିସ୍ଥିତିରେ ବେସରକାରୀ ସଂସ୍ଥାମାନେ ଲୋନ୍ ଅସୁଲିପାଇଁ ଜୋରଜବରଦସ୍ତ କରୁଛନ୍ତି ଏବଂ ଲୋନ୍…
ଭୁବନେଶ୍ବର : କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ପ୍ରେସ୍ ମିଟ୍ କରି ଅନ୍ଲକ୍ 1.0 ଜାରି କରିଛନ୍ତି । ଲକ୍ ଡାଉନ୍ କାଲି ସରିଛି । ଆଜିଠାରୁ ଅନ୍ଲକ୍ -1ଆରମ୍ଭ ହୋଇଛି । ଜୁନ୍ ମାସରେ ଅଧିକ ସତର୍କ ରହିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ନିୟମ ପ୍ରଣୟନ କରାଯାଇଛି । ଏହି ଅନ୍ଲକ୍ 1.0ରେ ଓଡ଼ିଶା ସରକାର ନୂତନ ଗାଇଡଲାଇନ୍ ଜାରି କରାଯାଇଛି । ରାଜ୍ୟକୁ 4 ଲକ୍ଷରୁ ଅଧିକ ପ୍ରବାସୀ ଫେରିଥିବା ବେଳେ ରାଜ୍ୟରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ 95 ପ୍ରତିଶତ ସଙ୍ଗରୋଧ କେନ୍ଦ୍ରରୁ ବାହାରୁଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଂଶୋଧି୍ତ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଇଛି । ତେବେ ଆଗାମୀ ଦିନରେ ଚଳାଚଳ ବଢିବାର ସମ୍ଭାବନା ରହିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିପାରେ ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଇଛି । 1. ସଂକ୍ରମଣ ବଢିଥିବା…
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ବୈଠକରେ ଜାଭଡେକରଙ୍କ ସହିତ କେନ୍ଦ୍ର ସଡ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରେସ୍ମିଟ୍ରେ ଏମ୍ଏସ୍ଏମ୍ଇ ଏବଂ କୃଷିକ୍ଷତ୍ର ପାଇଁ ଘୋଷିତ ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲେ । ସେ କହିଛନ୍ତି ଯେ କୃଷକ ଓ ଛୋଟ ଉଦ୍ୟୋଗ ସମ୍ପର୍କରେ ଆଲୋଚନା ହୋଇଛି । କୃଷକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କୃଷକଙ୍କ 3 ଲକ୍ଷ ଟଙ୍କା ଯାଏଁ ଋଣ ଉପରେ 4 ପ୍ରତିଶତରେ ପ୍ରଦାନ କରାଯିବ ଏବଂ ପ୍ରଥମ ଏକବର୍ଷ ପାଇଁ 2 ପ୍ରତିଶତ ସୁଧ ଛାଡ଼ ହେବ ।…
ଚେନ୍ନାଇ : ଲକ୍ଡାଉନ୍ କାରଣରୁ ସମସ୍ୟାରେ ପଡି ବାଇକ୍ ଚୋରି କରିଥିବା ଜଣେ ବ୍ୟକ୍ତି 15 ଦିନ ପରେ ବାଇକ୍ ଟିକୁ ଫେରସ୍ତ କରିଛନ୍ତି । କୋଏମ୍ବାଟୋରରେ ଲକ୍ଡାଉନ୍ରେ ଫସି ରହିଥିବା ବ୍ୟକ୍ତି ଜଣକ ନିଜ ପତ୍ନୀ ଏବଂ ପୁଅକୁ ନେବା ପାଇଁ ବାଇକ୍ଟିକୁ ଚୋରି କରିଥିଲେ । ତେବେ ଘରେ ପହଞ୍ଚିବା ପରେ ତୁରନ୍ତ ଏକ କୋରିୟର ସଂସ୍ଥା ସାହାଯ୍ୟରେ ଫେରାଇଛନ୍ତି ଏହି ବ୍ୟକ୍ତି ଜଣକ । ଉଲ୍ଲେଖଯୋଗ୍ୟ ଯେ, ଭି ସୁରେଶ କୁମାର କୋଏମ୍ବାଟୁରର ସୁଲୁରର ଜଣେ ଚମଡା ବ୍ୟବସାୟୀ । ତାଙ୍କର ହିରୋ ସ୍ପ୍ଲେଣ୍ଡର ଗାଡିଟି ମେ 18 ତାରିଖରେ ଚୋରି ହୋଇଯାଇଥିଲା । ଗାଡି ଫେରାଇବା ସହିତ ଉକ୍ତ ବ୍ୟକ୍ତି ଜଣକ ଏକ ଧନ୍ୟବାଦ ପତ୍ର ମଧ୍ୟ ଲେଖିଛନ୍ତି । ଲକ୍ଡାଉନ୍ରେ ଅନ୍ୟ କୌଣସି ରାସ୍ତା ନ ପାଇ ଗାଡିଟିକୁ ନେଇଥିବାରୁ କ୍ଷମା ଚାହୁଁଛି ବୋଲି ଚିଠିରେ ଲେଖାଯାଇଥିଲା । ଏହା ପରେ ସୁରେଶ କୁମାର…
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 119 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ 156 ଆକ୍ରାନ୍ତଙ୍କ ସମେତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2104 ପହଞ୍ଚିଥିବା ବେଳେ ଅପରାହ୍ନରେ 119 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରର ସର୍ବାଧିକ 60 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବାଦ କଟକରୁ 13, କେନ୍ଦ୍ରାପଡାରୁ 12, ଗଜପତିରୁ 9, ନୟାଗଡରୁ 6, ସୁନ୍ଦରଗଡରୁ 5, ବାଲେଶ୍ବର, ପୁରୀ ଓ ଖୋର୍ଦ୍ଧାରୁ 3 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଓ ବଲାଙ୍ଗୀରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1245ରେ ପହଞ୍ଚିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 850 ରହିଛି ।
ଭୁବନେଶ୍ବର : ରାଜ୍ୟରେ ପାଗ ଆଂଶିକ କୋହଲା ରହିଥିବା ବେଳେ 16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଅନୁଗୁଳ, କଟକ, ଢେଙ୍କାନାଳ ଏବଂ ନୟାଗଡ଼ ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ ନିସର୍ଗ କାରଣରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ରହିବ ବୋଲି କୁହାଯାଇଛି ।
ଜଗତସିଂହପୁର :ଆଜି ଜଗତସିଂହପୁରରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୪ ଜଣଙ୍କ ତଥ୍ୟ ପ୍ରଦାନ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଚିହ୍ନଟ ସମସ୍ତ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା । ସେଥରୁ ଆନ୍ଧ୍ରରୁ ଜଣେ ମହାରାଷ୍ଟ୍ରରୁ ୭ଜଣ ରହିଥିବାବେଳେ ଗୁଜୁରାଟର ୩, ତାମିଲନାଡରୁ ୨, ପଶ୍ଚିମବଙ୍ଗରୁ ଜଣେ ରହିଛନ୍ତି । ଏହି ନୂତନ ୧୪ ଆକ୍ରାନ୍ତ ମଧ୍ୟରେ ତିର୍ତ୍ତୋଲରୁ ୪ ଜଣ , କୁଜଙ୍ଗରୁ ୮ଜଣ, ନାଉଗାଁରୁ ଦୁଇଜଣରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ତେବେ ତିର୍ତ୍ତୋଲ ବ୍ଳକରୁ ବାହାରିଥିବା ୪ଜଣ ଆକ୍ରାନ୍ତ ହେଲେ ଆମ୍ବେରୀ ପଞ୍ଚାୟତରୁ ୧ଜଣ, କୋଲର ପଞ୍ଚାୟତରୁ ୧ଜଣ, ଇବ୍ରିସିଂ ପଞ୍ଚାୟତରୁ ୧ଜଣ, ତେନ୍ତୁଳିପଦା ପଞ୍ଚାୟତରୁ ୧ଜଣ, ହୋଇଥିବା ବେଳେ ଉକ୍ତ ୪ଜଣ ଆନ୍ଧ୍ରପ୍ରଦେଶ , ମହାରାଷ୍ଟ୍ର ଓ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି।
ଭୁବନେଶ୍ବର : ଆଜି ଅନ୍ଲକ୍ 1.0 ଜାରି ହୋଇଛି । ତେବେ ଏହି ସମୟରେ କେତେଗୁଡିଏ କଟକଣାକୁ ବଳବତ୍ତର ରଖିଛନ୍ତି ରାଜ୍ୟସରକାର । ଅନ ଲକ୍ 1.0ରେ କେନ୍ଦ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଅଧିକ କଡାକଡି କରିଛନ୍ତି । ଏହା ପୂର୍ବବର୍ତ୍ତ ସନ୍ଧ୍ୟା 7ରୁ ସକାଳ 7ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ରହିଛି । ସେହିପରି ଛେପପକାଇଲେ ଓ ମାସ୍କ ନ ପିନ୍ଧିଲେ ଅଧିକ ଜରିମାନା ଆଦାୟ କରାଯିବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ପ୍ରଥମ ଓ ଦ୍ବିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ 500ଟଙ୍କା ଜରିମାନା ଦେବାକୁ ପଡିବ ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ 1 ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ମାସ୍କ ନ ପିନ୍ଧିଲେ ଜରିମାନା ସହ ଏପିଡେମିକ୍ ଆକ୍ଟ ଅନୁସାରେ ଗିରଫ କରାଯିବ ବୋଲି କହିଛନ୍ତି ଡିଜିପି ଅଭୟ । ବିନା…
ଭୁବନେଶ୍ବର : କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ପ୍ରେସ୍ ମିଟ୍ କରିଛନ୍ତି । ଆଜିଠାରୁ ଅନ୍ଲକ୍ 1.0 ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ପ୍ରେସ୍ମିଟ୍ରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନୂତନ ଗାଇଡ ଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି। ଲକ୍ ଡାଉନ୍ କାଲି ସରିଛି । ଆଜିଠାରୁ ଅନ୍ଲକ୍ -1ଆରମ୍ଭ ହୋଇଛି । ପଜିଟିଭ୍ ଦୃଷ୍ଟିରେ ରଖି ସରକାର ନୂତନ ଗାଇଡଲାଇନ୍ କରିଛନ୍ତି । ଜୁନ୍ ମାସରେ ଅଧିକ ସତର୍କ ରହିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ନିୟମ ପ୍ରଣୟନ କରାଯାଇଛି । ଏହି ଅନ୍ଲକ୍ 1.0ରେ ଓଡ଼ିଶା ସରକାର ନୂତନ ଗାଇଡଲାଇନ୍ ଜାରି କରାଯାଇଛି । ଏହି ଗାଇଡ ଲାଇନ୍ ଅନୁଯାୟୀ ଧାର୍ମିକ ଅନୁଷ୍ଠାନ 30 ଜୁନ୍ ଯାଏଁ ବନ୍ଦ ରହିବ । ସ୍କୁଲ ଓ କଲେଜ ଓ କୋଚିଂ ସେଣ୍ଟର ଜୁଲାଇ 31 ଯାଏଁ ବନ୍ଦ ରହିବ । ସେହିପରି ସପିଂ କମ୍ପ୍ଲେକ୍ସ…
ଢେଙ୍କାନାଳ : ପୋଖରୀରେ ବୁଡି ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ତିନିଜଣ ନାବାଳକ, ଜଣେ ନାବାଳିକା ରହିଛନ୍ତି। ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି। ଗୋବିନ୍ଦପୁର ବାରବାଙ୍କ ସାହିରେ ଥିବା ପୋଖରୀରେ ବୁଡିଯାଇଛନ୍ତି ଚାରିଜଣ। ମୃତକଙ୍କ ମଧ୍ୟରେ ମୃତକ ଚାରି ଜଣ ସମ୍ପର୍କୀୟ ଭାଇଭଉଣୀ ହୋଇଥିବାର ସୂଚନା ରହିଛି। ଗାଧେଇବା ବେଳେ ଗୋଡ ଖସିଯିବାରୁ ବୁଡି ଯାଇଥିବାର ସୂଚନା ରହିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।
ଭୁବନେଶ୍ବର : ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ପଙ୍ଗପାଳ ମୁକାବିଲା ନେଇ କୃଷି ବିଭାଗ ଏସ୍ଓପି ଜାରି କରିଛି । ଜିଲ୍ଲା ଓ ବ୍ଲକର କୃଷି ଅଧିକାରୀ ମନିଟରିଂ କରିବା ପାଇଁ କୁହାଯାଇଛି। ଏହା ସହ ସର୍ଭେ କରିବେ କେଉଁ ଏରିଆ ରେ ପଙ୍ଗପାଳ ଆସିଲେ । ଏହା ସହ ପଙ୍ଗପାଳ କଣ୍ଟ୍ରୋଲ କରିବା ନେଇ ଟ୍ରେନିଂ ଦିଆଯାଇଛି । ପଙ୍ଗପାଳ ନିୟନ୍ତ୍ରଣ ନେଇ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଗଠନ କରାଯାଇଛି । ତିରିଶିଟି ଜିଲ୍ଲାରେ ନୋଡାଲ୍ ଅଫିସର୍ମାନେ ଏନେଇ ଏହାସହ ଜିଲ୍ଲା ସ୍ତରୀୟ ଏକ ମନିଟରିଂ କମିଟି ଗଠନ କରାଯାଇଛି । ଏଥିପାଇଁ ପୂର୍ବରୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରିରହିଛି । ମୌସୁମୀ ଏବଂ ପବନର…
ନୂଆଦିଲ୍ଲୀ : କେରଳରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଠିକ୍ ସମୟରେ ମୌସୁମୀ ବାୟୁ ଭାରତ ଛୁଇଁଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଠିକ୍ ସମୟରେ ମୌସୁମୀ ଆସି କେରଳରେ ପହଞ୍ଚିଛି । କେରଳର ତିରୁଓ୍ବନନ୍ତପୁରମ୍ରେ ପ୍ରବଳ ବର୍ଷା ହୋଇଛି । କେରଳର 9 ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିିଛି ଭାରତୀୟ ପାଣିପାଗ ବିଭାଗ । ଆରବ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଉଛି । ଏହା ଦିନେ ଦୁଇଦିନ ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଭାଗ ଆକଳନ କରିଛି ଯେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ଗୁଜୁରାଟ ଏବଂ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ମଦ ବିରୋଧରେ ତେଜିଲେ ସ୍ୱୟଂ ସହାୟକ ଗୋଷ୍ଠୀ। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ପଞ୍ଚାୟତର କେ.ନୂଆପଲ୍ଲୀ ଗ୍ରାମରେ ମହିଳା ମାନେ ବେଆଇନ ମଦକୁ ବିରୋଧ କରି ଏକାଠି ହୋଇଛନ୍ତି ମହିଳା। 13ଟି ସ୍ୱୟଂ ସହାୟକ ଗୋଷ୍ଠୀର 130ରୁ ଉର୍ଦ୍ଧ ମହିଳା ଗ୍ରାମରେ ମଦ, ଗଂଜେଇ ବିରୋଧରେ ସଚେତନତା କରିବା ସହ ଚୋରା ମଦ କାରବାର ଉପରେ ପ୍ରତିବନ୍ଧକ ଲଗେଇବା ପାଇଁ ଗାଁରେ ସଚେତନତା ରାଲି କରିଛନ୍ତି । ସୂଚନା ଅନୁଯାୟୀ ଗ୍ରାମର ରାସ୍ତା କଡରେ ବେଆଇନ ମଦ କାରବାର ଚାଲିଥିବା ବେଳେ ମହିଳା ମାନେ ସେଠାରେ ପହଞ୍ଚି ମଦ ଜବତ କରିଛନ୍ତି । ଏଥି ସହ ଆଗାମୀ ଦିନରେ ଗ୍ରାମକୁ ମଦ ମୁକ୍ତ କରିବା ପାଇଁ ସମସ୍ତେ ଏକାଠି ହବାକୁ ଆହ୍ୱାନ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନ । ମହିଳା ମାନଙ୍କ ଏହି ଉଦ୍ୟମକୁ ଗ୍ରାମରେ ପ୍ରଶଂସା କରାଯାଇଛି ।
ନୂଆଦିଲ୍ଲୀ : ଦେଶରେ ଆଜିଠାରୁ ଲକ୍ ଡାଉନ୍ର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହା ସହିତ ଅନ୍ଲକ୍ 1.0 ମଧ୍ୟ ଜାରି କରାଯାଇଛି । ତେବେ ଏହା ମଧ୍ୟରେ ଭାରତରେ ଗୋଷ୍ଠୀ ସଂକ୍ରମଣର ବିପଦକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ନ୍ୟାସନାଲ ଟାସ୍କ ଫୋର୍ସର ବିଶେଷଜ୍ଞମାନେ ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଦେଖିଛନ୍ତି । ଏଥିରେ ଭାରତର କିଛି ଜୋନ୍ରେ ସାମୁଦାୟିକ ସଂକ୍ରମଣ ବା ଗୋଷ୍ଠୀ ସଂକ୍ରମଣ ହେଉଥିବାର ସୂଚନା ମିଳିଛି । ଭାରତରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ପୂର୍ବରୁ ମିଳିଥିବାବେଳେ ଅପ୍ରେଲ୍ ମାସରେ ଭାରତୀୟ ମେଡିକାଲ୍ ରିସର୍ଚ୍ଚ ସଂସ୍ଥା ଆଇସିଏମ୍ଆର ମଧ୍ୟ ଏନେଇ ଇଙ୍ଗିତ କରିଥିଲା । କିନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଅଣଦେଖା କରିଥିଲା । ଅପ୍ରେଲ ମାସରେ କରୋନା ମହାମାରୀ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ନ୍ୟାସନାଲ୍ ଟାସ୍କ…

