Author: Samikhsya Bureau

ନୂଆଦିଲ୍ଲୀ : କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତକୁ ସହଯୋଗ କରିବ ଆମେରିକା। ଭାରତକୁ ପର୍ଯ୍ୟାପ୍ତ ଭେଣ୍ଟିଲେଟର ଦେବାକୁ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା କରିଛନ୍ତି। ମହାମାରୀ କରୋନା ସମୟରେ ଭାରତ ସହ ଆମେ ଅଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। କରୋନା ଭ୍ୟାକସିନ୍‌ ପାଇଁ ଆମେ ଦୁଇ ରାଷ୍ଟ୍ର ଦୁହିଁଙ୍କୁ ସାହାଯ୍ୟ କରୁଛୁ ବୋଲି କହିଛନ୍ତି ଟ୍ରମ୍ପ୍‌। ଆମେ ଦୁଇ ରାଷ୍ଟ୍ର ମିଶି କରି କରୋନା ରୂପକ ଶତ୍ରୁକୁ ହରାଇବୁ ବୋଲି କହିଛନ୍ତି ଟ୍ରମ୍ପ୍‌। ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଭାରତ ଏକ ମହାନ ଦେଶ ଓ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସବୁଠୁ ଭଲ ମିତ୍ର ବୋଲି କହିଛନ୍ତି ଟ୍ରମ୍ପ୍‌। ମିଳିଥିବା ସୂଚନା ଅନୁସାରେ ଆମେରିକା ଭାରତକୁ 200 ଭେଣ୍ଟିଲେଟର ଦେଇପାରେ। ପୂର୍ବରୁ ଆମେରିକା ସହିତ ଭାରତ ନିଜ ବନ୍ଧୁତାର ନିଦର୍ଶନ ପୂର୍ବକ ବିପୁଳ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଔଷଧ ପଠାଇଥିଲା। ଏହାକୁ…

Read More

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ପରିବାର ଲୋକଙ୍କ ଉପରେ ନଜର ରଖିବେ ପଡୋଶୀ। ହୋମ୍‌ କ୍ବାରେଣ୍ଟାଇନ୍‌ ମନିଟରିଂ ପାଇଁ ଭୁବନେଶ୍ବର ମହାନଗର ନିଗମର ଏସ୍‌ଓପିରେ ଏହି ନିୟମ ରହିଛି । ପ୍ରବାସରୁ ଫେରି କିମ୍ବା ଅନ୍ୟ କୌଣସି କାରଣ ପାଇଁ କ୍ବାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ପ୍ରଶାସନ ପକ୍ଷରୁ ଷ୍ଟିକର ଲଗାଯିବ । ଷ୍ଟିକର୍‌ ଲଗାଇବାକୁ ଯାଇଥିବା କର୍ମଚାରୀ ପାଖ ପଡୋଶୀଙ୍କୁ କ୍ବାରେଣ୍ଟାଇନ୍‌ରେ ଥିବା ପରିବାରଙ୍କ ସମ୍ପର୍କରେ ଜଣାଇବା ସହ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଲିଫଲେଟ୍‌ରେ ସେମାନଙ୍କ ତଥ୍ୟ ପ୍ରଦାନ କରିବେ । ଏହାସହିତ କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗିଲେ 100 କିମ୍ବା 1299ରେ କଲ୍‌ କରିବାକୁ ପଡୋଶୀଙ୍କୁ ନିର୍ଦ୍ଦେଶ ରହିଛି। ଏ ସମ୍ପର୍କରେ ପଡୋଶୀ ସ୍ଥାନୀୟ ଓ୍ବାର୍ଡ ଅଧିକାରୀ କିମ୍ବା ଥାନାବାବୁଙ୍କୁ ଜଣାଇ ପାରିବେ। କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି ନିୟମ ଉଲ୍ଲଂଘନ କରି ଧରାପଡିଲେ ରେଡ୍‌ ନୋଟିସ୍‌ ଜାରି କରାଯିବ।  ପୁଣି ନିୟମ ଭାଙ୍ଗି ଧରାପଡିଲେ…

Read More

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ଔରେୟାଠାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 23 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୋତବାଲୀ କ୍ଷେତ୍ର ନିକଟସ୍ଥ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକରେ ରହିଥିବା ସମସ୍ତ ଶ୍ରମିକମାନେ ଦିଲ୍ଲୀରୁ ଗୋରଖପୁର ଯାଉଥିଲେ ବୋଲି ସୂଚନା ରହିଛି । ଦେଶରେ କରୋନା ସଂକଟ ପାଇଁ ମାର୍ଚ୍ଚ 24 ତାରିଖରୁ ଲକ୍ ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ଯୋଗୁଁ ଦେଶରେ ଯାତାୟତ ସେବା ବନ୍ଦ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ କଷ୍ଟ ବଢିବାରେ ଲାଗିଛି । ରୋଜଗାର ନଥିବାବେଳେ ପେଟ କଷ୍ଟ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ବାଧ୍ୟ କରୁଛି । ଦେଶରେ ଏବେ ପ୍ରବାସୀ ଶ୍ରମିକମାନେ…

Read More

ରମେଶ ମହାନ୍ତି ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ସମୀକ୍ଷା କରିଥିଲେ। ଆସନ୍ତା ୨୦ତାରିଖରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଉଛି। ପ୍ରାୟତଃ ବାଲିକୁଦା, ଏରସମା, ପାରାଦ୍ଵୀପ, କୁଜଙ୍ଗ ଅଞ୍ଚଳକୁ ସ୍ପର୍ଶକାତର ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏହିସବୁ ଅଞ୍ଚଳରୁ ୧୮ତାରିଖ ଓ ୧୯ତାରିଖ ମଧ୍ୟରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ୫୪୨ଟି ସ୍କୁଲ୍ ଗୃହକୁ ଚିହ୍ନଟ କରାଯାଇଛି। ୪୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳକୁ ମଧ୍ୟ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ପ୍ରତି ଆଶ୍ରୟ ସ୍ଥଳରେ ଶୁଖିଲା ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ତହସିଲଦାର ମାନେ ଆବଶ୍ୟକୀୟ ପଲିଥିନ୍ ମହଜୁଦ୍ କରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ୧୬ତାରିଖ ଠାରୁ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ନ ଯିବା…

Read More

ଭୁବନେଶ୍ୱର: ପଡୋଶୀ ପଶ୍ଚିମବଙ୍ଗରୁ ଚାଲି ଚାଲି ଓଡ଼ିଶାକୁ ଫେରୁଥିବା ଜଣେ ୫୬ ବର୍ଷୀୟ ପ୍ରବାସୀ ଶ୍ରମିକ ବାଲେଶ୍ଵର ଜିଲ୍ଲାର ଲକ୍ଷ୍ମଣନାଥ ସୀମା ଗେଟରେ ମୃତ୍ୟୁ ବରଣ କରିଛନ୍ତି। ମୃତ ଧୁବାଇ ଚରଣ ମହାନ୍ତି ପୁରୀ ଜିଲ୍ଲାର କାକଟପୁର ପୋଲିସ ସୀମା ଅନ୍ତର୍ଗତ ଟିକରପଡା ଗାଁର ବାସିନ୍ଦା ଥିଲେ। ପ୍ରଚଣ୍ଡ ଉତ୍ତାପରେ ସେ ରାସ୍ତାରେ ଖସିପଡିବା ପରେ ତାଙ୍କୁ ତୁରନ୍ତ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେ କୋଲକାତାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।  କୌଣସି ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସୀମା ମଧ୍ୟରେ ଚାଲିବାକୁ ଅନୁମତି ନାହିଁ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଡିଜିପି ଅଭୟ କହିଛନ୍ତି ଯେ ଓଡ଼ିଶା ମାଟିରେ କେହି ଚାଲି ଚାଲି ଯିବେନି। ଓଡ଼ିଶା ଭିତରେ ଯାଉଥିବା ଲୋକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ।…

Read More

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଶୁକ୍ରବାର ଦିନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପି. ଭି ଶ୍ରୀକାକୁଲମରେ ସ୍ୱତନ୍ତ୍ର ଶାଖା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଡିଏସପି) ଭାବରେ କାର୍ଯ୍ୟ କରୁଥିବା କୃଷ୍ଣ ବର୍ମା ଏହି ଉପକୂଳବର୍ତ୍ତୀ ସହରର ବିଚ୍ ରୋଡରେ ଥିବା ତାଙ୍କ ବାସଭବନରେ ଫାଶୀ ଲଗାଇଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରୁ ଫେରିବା ସମୟରେ ବର୍ମାଙ୍କ ପତ୍ନୀ ଏବଂ ପୁଅ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଅସୁସ୍ଥତା କାରଣରୁ ଅଧିକାରୀ ଜଣକ ତାଙ୍କ ଜୀବନ ଶେଷ କରିଥିବା ସନ୍ଦେହ କରାଯାଉଛି। ସେ ଗତ ଚାରି ବର୍ଷ ଧରି ଗୁରୁତର ଫୁସଫୁସ ରୋଗ ସହ ସଂଗ୍ରାମ କରୁଥିଲେ ଏବଂ ଡାକ୍ତରମାନେ ଫୁସଫୁସ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ଏମଭିପି ପୋଲିସ ଷ୍ଟେସନର ଇନ୍ସପେକ୍ଟର ଶାନମୁଖା ରାଓ କହିଛନ୍ତି, “ଆମେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ମାମଲା ପଞ୍ଜିକୃତ କରିଛୁ। ଶବ ବ୍ୟବଚ୍ଛେଦ ପାଇଁ ଶବକୁ କିଙ୍ଗ ଜର୍ଜ ହସ୍ପିଟାଲକୁ ସ୍ଥାନାନ୍ତର…

Read More

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଅଧିିକ ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ କରାଯାଇଛି। ଏହି ନୂଆ ତ୍ରୈମାସିକ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଡାଟା ମିଳୁଥିବା ବେଳେ ୮୪ ଦିନର ବୈଧତା ରହିଛି। ମାତ୍ର ୯୯୯ ଟଙ୍କା ମୂଲ୍ୟ ରହିଥିବା ଏହି ପ୍ଲାନ୍‌ରେ ପ୍ରତିଦିନ ମିଳୁଥିବା ୩ଜିବି ଡାଟା ଡାଟା ହିସାବକୁ ନେଲେ ଏହା ଆପାତତଃ ୪ ଟଙ୍କାରୁ କମ୍ ମୂଲ୍ୟରେ ୧ଜିବି ହାଇସ୍ପିଡ୍‌ ଡାଟା ଉପଲବ୍ଧ କରାଉଛି। ଏହି ନୂଆ ତୈମାସିକ ପ୍ଲାନ୍‌ରେ ଜିଓ ରୁ ଜିଓ ଏବଂ ଲ୍ୟାଣ୍ଡଲାଇନକୁ ମାଗଣା ଏବଂ ଅସୀମିତ ଭଏସ୍ କଲ୍ ସୁବିଧା ଉପଲବ୍ଧ ରହିଛି। ଏହା ସହିତ ଜିଓ ରୁ ଅନ୍ୟ ମୋବାଇଲ୍‌କୁ ୩୦୦୦ ମିନିଟ୍‌ର ଭଏସ୍ କଲ୍ ଏବଂ ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଅସୀମିତ…

Read More

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍‌ । ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ୍‌ । କରୋନା ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍‌ ଘୋଷଣା କଲେ ସରକାର । ପାସ୍ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍‌ କରାଯିବ ବୋଲି ସୂଚନା ରହିଛି ।  ଯେଉଁ ପରୀକ୍ଷା ହୋଇପାରିନି, ତା’ର ଷାଣ୍ମାସିକ ନମ୍ବରକୁ ନେଇ ପାସ୍‌ କରାଯିବ ।  ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ପରୀକ୍ଷା ଆଧାରରେ ପ୍ରମୋସନ । ଯଦି କୌଣସି କାରଣରୁ ପରୀକ୍ଷା ଦେଇନଥିବେ, ତେବେ ରିଟେଷ୍ଟ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ସମ୍ପୃକ୍ତ ପିଲାଙ୍କ ରି-ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଯୁକ୍ତ ଦୁଇ ପ୍ରଥମ ବର୍ଷରୁ ଦ୍ବିତୀୟ…

Read More

ଭୁବନେଶ୍ବର :  ଆଜି ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌ ସମ୍ପର୍କରେ ସୂଚନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କୋଭିଡ୍‌-19 ଓଡ଼ିଶାର ମୁଖପାତ୍ର ସୁବତ୍ର ବାଗ୍‌ଚୀ। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ 20 ଜଣ ଛୋଟ ପିଲା ସୁସ୍ଥ ହୋଇଛନ୍ତି । 14 ବର୍ଷରୁ କମ୍‌ ବୟସ୍କ ସମସ୍ତ 20 ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛନ୍ତି ବାଗ୍‌ଚୀ । ସମସ୍ତ 20 ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବାର କହିଛନ୍ତି ବାଗ୍‌ଚୀ । ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥଙ୍କ ସଂଖ୍ୟା 166ରେ ପହଞ୍ଚିଛି। ଆଜି ରାଜ୍ୟରୁ 8 ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 672ରେ ପହଞ୍ଚିଥିବାବେଳେ 503ଟି ସକ୍ରିୟ ମାମଲା ରହିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ଦେଶରେ ଭୟାବହ ପରିସ୍ଥିତି ଦେଖାଦେଇଛି। ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ଅଧିକ ସଂଖ୍ୟକ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଜଗତସିଂହପୁର ସ୍ଥିତ ଏସ୍.ଭି.ଏମ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଟ୍ରାନଜିଟ୍ ପଏଣ୍ଟ ଓ ସ୍ୱାବ ସଂଗ୍ରହ କେନ୍ଦ୍ର କାର୍ଯ୍ୟ କରୁଥିବାରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏସ୍.ଭି.ଏମ୍ କଲେଜ୍ ଆଖ ପାଖରେ ୧୪୪ ଧାରା ଜାରୀ କରିଛନ୍ତି। ଏହି ଧାରା ଆଜିଠାରୁ ବଳବତ୍ତର ରହିବ। ଉକ୍ତ କଲେଜ୍ ଆଖ ପାଖ ଓ ମେନ୍ ଗେଟ୍ ଠାରୁ ୧୦୦ ମିଟର ଦୁରତା ଭିତରେ ଏହି ଧାରା କାର୍ଯ୍ୟକାରୀ ହେବ। ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନେ ବିନା ଅନୁମତିରେ କ୍ୟାମ୍ପସ୍ ବାହାରକୁ ଯାଇପାରିବେ ନାହିଁ। ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରାଯିବ। ଗତକାଲି ମେ, ୧୪ ତାରିଖରେ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୧୩୨ ଜଣଙ୍କ ଠାରୁ ସ୍ୱାବ ସଂଗୃହୀତ ହୋଇଛି।…

Read More

ପିଣ୍ଟୁ ବିଷୋୟୀ ଗଞ୍ଜାମ: ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ବ୍ଲକରେ କରୋନା ସମୀକ୍ଷା କରିଥିବାବେଳେଅପରାହ୍ନରେ କବିସୂର୍ଯ୍ୟନଗର ବ୍ଲକ ରେ ପହଁଞ୍ଚି ନିର୍ବାଚନମଣ୍ଡଳୀର କରୋନା ସ୍ଥିତି ସମୀକ୍ଷା କରିଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ବିଡ଼ିଓ,ତହସିଲଦାର ଓ ସରପଞ୍ଚ ମାନଙ୍କ ସହ କରୋନା ସମ୍ପର୍କରେ ଆଲୋଚନା କରିଥିଲେ। ସଙ୍ଗରୋଧ କେନ୍ଦ୍ର, ଖାଦ୍ୟ,ଚିକିତ୍ସା ଓ ପ୍ରବାସୀଙ୍କ ସୁରକ୍ଷା ଏବଂ ସେମାନଙ୍କ ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ। ଏଥିସହ ସେଣ୍ଟରରେ ରହୁଥିବା ଛୋଟ ଶିଶୁଙ୍କୁ ଖାଦ୍ୟ ଦେବାପାଇଁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ସେହିପରି ପ୍ରବାସୀ ଓଡ଼ିଆଙ୍କ ଲାଗି ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ|ପ୍ରବାସୀ ଓଡ଼ିଆଙ୍କ କ୍ୱାରେନଟାଇନ ଅବଧି ସମ୍ପୂର୍ଣ୍ଣ ହେବାପରେ ସେମାନଙ୍କୁ 2ହଜାର ଟଙ୍କା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ। କ୍ବାରେଣ୍ଟାଇନ ସେଣ୍ଟରରେ ପରିଚାଳନା ଗତ ସମସ୍ୟା ଉପରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ପଞ୍ଚାୟତର ସରପଞ୍ଚମାନଙ୍କୁ ସେମାନଙ୍କ କ୍ଷମତାକୁ…

Read More

ଭୁବନେଶ୍ବର: ଲକ୍ ଡାଉନ୍‌ ପାଇଁ ଏବେ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟକୁ ଯାଉଛନ୍ତି। ତେବେ ଓଡ଼ିଶା ସରକାର ଏମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି। ଓଡ଼ିଶା ମାଟିରେ କୌଣସି ପ୍ରବାସୀ ଭାରତୀୟ ଚାଲି ଚାଲି ଯିବେନି ବୋଲି କହିଛନ୍ତି ପୋଲିସ୍‌ ଡିଜିପି। ଓଡ଼ିଶା ଭିତରେ ଯାଉଥିବା ଲୋକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ। ସେମାନେ ଓଡ଼ିଶାକୁ  ଆସୁଥାନ୍ତୁ ବା ଓଡ଼ିଶା ଦେଇ ଯାଉଥାନ୍ତୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା ହେବ। ଓଡ଼ିଶାକୁ ଆସୁଥିବା ଲୋକ ଚେକ୍‌ ପଏଣ୍ଟରେ ପହଞ୍ଚିଲେ ବ୍ୟବସ୍ଥା ହେବ। ସେଠାରୁ ସେମାନଙ୍କୁ ଗାଡି କରି ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ। ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଓଡ଼ିଶା ସୀମାରେ ଛାଡିବା  ସହ ସେମାନଙ୍କ ଖାଇବା ବ୍ୟବସ୍ଥା ବି କରାଯିବ ବୋଲି କହିଛନ୍ତି ଡିଜିପି। ପରିବହନ ପାଇଁ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଭରଣା…

Read More

ହରିଦ୍ବାର : ବିଶ୍ବ ମହାମାରୀ କରାନାକୁ ନେଇ ଜାରି ରହିଛି ଲକ୍‌ ଡାଉନ୍‌। ଏହି ଲକ୍‌ ଡାଉନ୍‌ ପାଇଁ ଦେଶର ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକଙ୍କୁ ରାଜ୍ୟମାନେ ନିଜ ରାଜ୍ୟକୁ ଫେରାଇ ନେଉଛନ୍ତି। ଲକଡାଉନ୍‌ କାରଣରୁ ଉତ୍ତରାଖଣ୍ଡର କିଛି ପ୍ରବାସୀ ବିଭିନ୍ନ ଅଞ୍ଚଳରେ ଫସି ରହିଥିଲେ। ଏହାକୁ ଦେଖି ଉତ୍ତରାଖଣ୍ଡ ସରକାର ଟ୍ରେନ୍‌ ଓ ବସ୍‌ ଜରିଆଣେ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା କାର୍ଯ୍ୟ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ଟ୍ରେନ୍‌ ପୁନା, ସୁରତ ଓ ବେଙ୍ଗାଲୁରୁରୁ ଆଦି ପ୍ରବାସୀଙ୍କୁ ନେଇ ହରିଦ୍ବାରରେ ପହଞ୍ଚିଛି । 12 ମଇରୁ ଦିନରେ ପୁନା ଓ ରାତ୍ରିରେ ସୁରତ୍‌ରୁ ଟ୍ରେନ୍‌ ଆସିଥିଲା। କିନ୍ତୁ ଗୁଜୁରାଟ ସୁରତରୁ ଆସିଥିବା ଟ୍ରେନ୍‌ରେ ପ୍ରବାସୀଙ୍କ ସଂଖ୍ୟା କୁହାଯାଇଥିବା ସଂଖ୍ୟାଠାରୁ କମ୍‌ ରହିଛି । ମିଳିଥିବା ସୂଚନା ଅନୁସାରେ 167ଜଣ ପ୍ରବାସୀ ଗାଏବ ରହିଛନ୍ତି । ଗୁଜୁରାଟର ସୁରତରୁ ଉତ୍ତରାଖଣ୍ଡର ହରିଦ୍ବାରରେ ପହଞ୍ଚିଥିବା ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ରେ ଯାତ୍ରୀଙ୍କ ଗାଏବକୁ…

Read More

ନୂଆଦିଲ୍ଲୀ : କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜର  ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ଆଦିକୁ ଗୁରୁତ୍ବ ଦିଆଯାଇଛି । ଆଜି 11ଟି କ୍ଷେତ୍ରରେ ବଡ ଘୋଷଣା କରାଯାଇଛି । ସେଥିମଧ୍ୟରୁ 8ଟି ବିଭିନ୍ନ ବିଭାଗର ଭିତ୍ତିଭୂମି ପାଇଁ ହୋଇଥିବାବେଳେ ଅନ୍ୟଟ ତିନୋଟି ଶାସନ ଏବଂ ପ୍ରଶାସନିକ ସଂସ୍କାର ପାଇଁ ଘୋଷଣା ହୋଇଛି । ଗତ ଦୁଇ ମାସରେ 74, 300 କୋଟିର ଦ୍ରବ୍ୟ ଚାଷୀଙ୍କ ଠାରୁ କିଣାଯାଇଛି। ବିଭିନ୍ନ ଉତ୍ପାଦିତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯାଇଛି। ଗତ 2 ମାସ ମଧ୍ୟରେ 18, 700 କୋଟି ଟଙ୍କା ଡିବିଟିରେ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀଙ୍କ ଘୋଷଣାକରିଛନ୍ତି । ପ୍ରାଥମିକତା ସମବାୟ ସମିତି, କୃଷକ ସମିତି ପାଇଁ 1 ଲକ୍ଷ କୋଟି ସହାୟତାର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।…

Read More

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ପ୍ରଭାବ ବିସ୍ତାର କରି ଚାଲିଥିବାବେଳେ ଏହା ମଧ୍ୟରେ ଦୁନିଆର ସବୁଠୁ ବଡ ଶରଣାର୍ଥୀ କ୍ୟାମ୍ପ୍‌ରେ ଏବେ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି। ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ରେ କରୋନା ଏବେ ପହଞ୍ଚି ଯାଇଛି। ଏହି ଶିବିରରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ରହୁଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ଶରଣାର୍ଥୀ ସହାୟତା ଆୟୋଗର ଅଧ୍ୟକ୍ଷ ମହବୁବ ଆଲମ୍‌ ତାଲୁକଦାର ଗୁରୁବାର ଦିନ  କକ୍ସ ବଜାରସ୍ଥିତି ଶରଣାର୍ଥୀ କ୍ୟାମ୍ପ୍‌ରେ କରୋନା ମାମଲା ସାମ୍ନାକୁ ଆସିଥିବାର କହିଛନ୍ତି । ଶରଣାର୍ଥୀଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁହିଁଙ୍କୁ ଆଇସୋଲେସନ କେନ୍ଦ୍ରକୁ ପଠାଯାଇଛି । ଏହି ଦୁଇଜଣଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କର ଚିହ୍ନଟ କରାଯାଉଛି। ଆକ୍ରାନ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଏହି ଶିବିରରେ ରହୁନଥିବାବେଳେ ସେ କକ୍ସ ବଜାର ଜିଲ୍ଲାରେ ରହୁଥିବାର ସୂଚନା ରହିଛି। ଏହି କ୍ୟାମ୍ପ୍‌ରେ…

Read More

ଭୁବନେଶ୍ବର : ଲକ୍‌ଡାଉନ୍‌ ବଦଳାଇଦେଇଛି ପ୍ରବାସୀ ଶ୍ରମିକର ଜୀବନ। ରୋଜଗାର ଚାଲିଗଲା, ପୁଣି ଚାଲିଗଲା ନିଜ ଉପରେ ଥିବା ଛାତ। ପେଟ ପାଇଁ ଦେଶର ଭିନ୍ନ ଭିନ୍ନ ସହରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏବେ ଦୁଃଖର ପାହାଡ ଭାଙ୍ଗି ପଡିଛି । ରୋଜଗାର ଓ ଖାଦ୍ୟ ନ ପାଇଁ ବିକଳରେ ନିଜ ମାଟିକୁ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ପାଖରେ ଏବେ ଯିବା ପାଇଁ କୌଣସି ସାଧନ ନାହିଁ। ରାସ୍ତା ଅଛି କିନ୍ତୁ ଚାଲିବାକୁ ଆଉ ଶକ୍ତି ନାହିଁ। ଯେତେ ଚାଲୁଥିଲେ ବି ବାଟ ସରୁନାହିଁ….। ରାଜ୍ୟର ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକମାନେ କେମିତି ନିଜ ରାଜ୍ୟକୁ ଫେରୁଛନ୍ତି ତାକୁ ନେଇ ଏକ ସ୍ବତନ୍ତ୍ର ଫଟୋ ଫିଚର୍‌। ରୋଜଗାର ନାହିଁ । ଭୋକରେ ପେଟ ପସି ଗଲାଣି। ପ୍ରବାସୀ ଶ୍ରମିକଙ୍କ ଦୁଃଖ ସରିବାର ନାଁ ଧରୁନାହିଁ । ରୋଜଗାର ଓ ଭୋକ ବିକଳରେ ଘର ବାହୁଡା ଆରମ୍ଭ…

Read More

ଜଳେଶ୍ବର : ଲକ୍‌ ଡାଉନ୍‌ ଉଜାଡି ଦେଇଛି ପ୍ରବାସୀ ଶ୍ରମିକର ଜୀବନ । ତାଲାବନ୍ଦ ଯୋଗୁ ରୋଜଗାର ଚାଲିଯାଇଥିବାବେଳେ ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ । ବାଧ୍ୟ ହୋଇ ଚାଲି ଚାଲି ନିଜ ଘରକୁ ଫେରୁଥିବା ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରାୟେ ସବୁଦିନେ ପ୍ରବାସୀ ଶ୍ରମିକମାନେ ଘର ବାହୁଡୁଥିବାବେଳେ ନାନା ଦୁର୍ଘଟଣାର ଶିକାର ହେଉଥିବାର ଖବର ଶୁଣିବାକୁ ମିଳୁଛି । ଜଣେ ଓଡ଼ିଆ ପ୍ରବାସୀ ଶ୍ରମିକ ଘରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ସୁଦୂର କୋଲକାତାରୁ ଚାଲି ଚାଲି ଆସୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକଟି ଘରେ ପହଞ୍ଚିବା ଆଗରୁ ମୃତ୍ୟୁବରଣ କରିଛନ୍ତି । ଲକ୍ଷ୍ମଣନାଥ ଗେଟ୍‌ ନିକଟରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକଙ୍କ ମୋବାଇଲ୍‌ କଲରୁ ଘର ପୁରୀ ଜିଲ୍ଲା କାକଟପୁର ବୋଲି ସୂଚନା ରହିଛି ।

Read More

ପୁରୀ, ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ଆଜି ମହାରାଣା ସେବକମାନେ ରଥ ଚକ ନିର୍ମାଣ କରି ସେଥିରେ ଅଖ ଯୋଡି ଦେଇଛନ୍ତି।

Read More

ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ସନ୍ଧ୍ୟାରେ ଏହା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଆଇଏମ୍‌ଡି ଅନୁସାରେ ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତରେ ପରିଣତ ହେବ । ଆସନ୍ତା କାଲି ସନ୍ଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ତେବେ ଏହା କେଉଁଠି ଲ୍ୟାଣ୍ଡ ଫଲ୍‌ କରିବ ଜଣାପଡିନାହିଁ । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବାତ୍ୟା ଯୋଗୁ ଉତ୍ତର…

Read More

ପ୍ରୟାଗରାଜ : ବିବାହିତ ହୋଇ ମଧ୍ୟ ଜଣେ ବ୍ୟକ୍ତି ନିଜ ଘର ପାଖେ ରହୁଥିବା ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଚାରି ଜଣଙ୍କୁ ହତ୍ୟା କରାଇଛନ୍ତି । 8 ଲକ୍ଷ ସୁପାରୀ ଦେଇ ନିଜ ପରିବାରର ଚାରିଜଣଙ୍କୁ ହତ୍ୟା କରିଛନ୍ତି ଏହି ବ୍ୟକ୍ତି । ମିଳିଥିବା ସୂଚନା ଅନୁସାରେ ସଙ୍ଗମ ନଗରୀ ପ୍ରୟାଗରାଜରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ଲାଗି ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ହତ୍ୟା କରାଇଛନ୍ତି ସମ୍ପୃକ୍ତ ବ୍ୟକ୍ତି । ନିଜେ ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ବ୍ୟକ୍ତି ଜଣକ । ବିବାହିତା ହୋଇ ଅନ୍ୟ ଜଣେ ମହିଳାଙ୍କ ସମ୍ପର୍କରେ ରହିଥିବା ହେତୁ ଘର ଲୋକେ ବିରୋଧ କରିବାରୁ ବ୍ୟକ୍ତି ଜଣକ ନିଜ ବାପା ମା’ ଭଉରୀ ଓ ସ୍ତ୍ରୀର…

Read More

ଭୁବନେଶ୍ବର :  ଆଜି ରାଜ୍ୟରେ ଆଉ 8 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ଚାରି ଜଣ, ଭଦ୍ରକରୁ ଦୁଇ ଜଣ ଓ ବାଲେଶ୍ବର ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ନୂଆ 8 ଜଣଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା 166ରେ ପହଞ୍ଚିଛି। ସୂଚନାଯୋଗ୍ୟ ରାଜ୍ୟରେ ଏ ଯାବତ୍‌ 672 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 166। ଆଜି ରାଜ୍ୟରେ 48 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ 12, ବାଲେଶ୍ବରରୁ 12, ପୁରୀରୁ 10 ଓ ଭଦ୍ରକରୁ 6 ଜଣ, ନୟାଗଡରୁ ତିନି,ଯାଜପୁରରୁ ଦୁଇ, କଟକ, ସୁନ୍ଦରଗଡ, ଦେବଗଡରୁ ଜଣେ ଲେଖାଏଁ ରହିଛନ୍ତି। ତେବେ ଆଜି 8 ଜଣ ସୁସ୍ଥ ହେବା ପରେ ଯାଜପୁରରେ ଏବେ ସୁସ୍ଥଙ୍କ ସଂଖ୍ୟା 52ରେ ପହଞ୍ଚିଥିବାବେଳେ ଭଦ୍ରକରେ ସୁସ୍ଥଙ୍କ ସଂଖ୍ୟା 21ରେ ପହଞ୍ଚିଛି। ସେହିପରି ବାଲେଶ୍ବରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା 21…

Read More