Author: Samikhsya Bureau

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : କଟକ ଦକ୍ଷିଣ ମଣ୍ଡଳ ଅନ୍ତର୍ଗତ କୁଜଙ୍ଗ ଉପଖଣ୍ଡ ଡ଼ାକନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ  ବିଭିନ୍ନ ସ୍ଥାନରେ କରୋନା ରୋଗ ଜନିତ ରିଲିଫ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। କୁଜଙ୍ଗ ଉପଖଣ୍ଡ ଡ଼ାକବିଭାଗ ନିରୀକ୍ଷକ ସତ୍ୟବ୍ରତ ଗାହାଣଙ୍କ ନେତୃତ୍ୱରେ କୁଜଙ୍ଗ, ମଙ୍ଗରାଜପୁର,ବାଳିଆ,ମଧୂରୀଗଣ୍ଡ ଖମାର,ବିଳାସ ପୁର, ସାମନ୍ତରାପୁର ଆଦି ଅଂଚଳରେ ଦୁସ୍ଥ, ଅସହାୟ ପରିବାର ଏବଂ ବ୍ୟକ୍ତିମାନଙ୍କ ବିଭିନ୍ନ ରାସନ ଏବଂ ବିଶୋଧନ ସାମଗ୍ରୀ ପୁଡ଼ିଆ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଜଙ୍ଗ ପୋଷ୍ଟମାଷ୍ଟର ହୃଷୀକେଶ ବେହେରା, ଅଭରସିୟର ରମାକାନ୍ତ ପଣ୍ଡା, ପ୍ରୀତେଶ ଧାରୁଆ, ସାମନ୍ତରାପୁର ଶାଖା ପୋଷ୍ଟମାଷ୍ଟର ପ୍ରତାପଚନ୍ଦ୍ର ପରିଡ଼ା, ମଧୁରୀଗଣ୍ଡ ପୋଷ୍ଟମାଷ୍ଟର ରଜେଶ ପ୍ରସାଦ ରାଉତ, ବାଳିଆ ପୋଷ୍ଟମାଷ୍ଟର ରଞ୍ଜନ କୁମାର ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମେ ଅଂଶ ଗ୍ରହଣ କରିଥିଲେ ।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ନୂତନଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ନବନିଯୁକ୍ତ ତହସିଲଦାର ସ୍ମୃତିପଜ୍ଞା ପ୍ରିୟ ଦର୍ଶିନୀ । ପୂର୍ବରୁ ଏଠାରେ ମାତ୍ର ୫ ମାସ ତହସିଲଦାରଭାବେ କାର୍ଯ୍ୟକରିଥିବା ପ୍ରଭାଷଚନ୍ଦ୍ର ବେହୁରାଙ୍କର ଅଚାନକ ବୈାଦ୍ଧଜିଲ୍ଲାର ହରଭଙ୍ଗା ବ୍ଳକର ବିଡ଼ିଓଭାବେ ବଦଳୀ ହୋଇଯିବାପରେ କୁଜଙ୍ଗ ତହସିଲଦାର ପଦବୀରେ ତିର୍ତ୍ତୋଲର ତହସିଲଦାର ସୁଜାତା ପାତ୍ରଙ୍କୁ ଗତ ମାସ ୨୪ ତରିଖରେ ଭାରପ୍ରାପ୍ତ ତହସିଲଦାର ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଆଜି ଅପରାହ୍ନ ସମୟରେ ତିର୍ତ୍ତୋଲ ତହସିଲଦାର ଶ୍ରୀମତୀ ପାତ୍ର ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ ଉପସ୍ଥିତ ଥିଲେ ।

Read More

ରମେଶ ମହାନ୍ତି ଜଗତସିଂହପୁର : ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋଭିଡ୍‌ -19ର ଜିଲ୍ଲା ନୋଡାଲ୍‌ ଅଧିକାରୀ ହେମନ୍ତ ଶର୍ମା ଓ ଅତିରିକ୍ତ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ତଥା ମିଶନ ଡାଇରେରକ୍ ଓୟୁଏଚ୍‌ଏମ୍‌ ଶ୍ସ ସୁରେଶ ଚନ୍ଦ୍ର ଦଳାଇ ଜଗତସିଂହପୁର ଜିଲ୍ଲାଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାରେ  କୋଭିଡ୍‌ -19 ଜନିତ ପରିସ୍ଥିତିର ସୀମକ୍ଷା କରିଥିଲେ । ପାରାଦ୍ବୀପରେ କୋଭିଡ୍‌ ହସ୍ପିଟାଲର 55ଟି ବେଡ୍‌ ରହିଛି ।  ଏଠାରେ ଆଉ କିଛି ବେଡ୍‌ ବଢାଇବା ସହିତ ଭେଣ୍ଟିଲେଟର ଓ ହାଇକାପାର୍ସିଟି ଇକ୍ବିପେଣ୍ଟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ପ୍ରମୁଖ ଶାସନ ସଚିବ ଜଗତସିଂହପୁର ବିରିଡି ବ୍ଲକ ଓ ଜଗତସିଂହପୁର ବ୍ଲକ ସ ମ୍ୟୁନିସପାଲିଟିର କିଛି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ସରପଞ୍ଚ ଓ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।  ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହପାତ୍ର ଜିଲ୍ଲାରେ…

Read More

ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଳା ଗ୍ରାମର ଏକ୍ ନମ୍ବର୍ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଲବଙ୍ଗଲତା ପାଡିଙ୍କ ନାମରେ ବହୁ ଅଭିଯୋଗ ଆସିଛି। ତାଙ୍କ ନାମରେ ଗର୍ଭବତୀ ମାଁ, ଶିଶୁ ଓ କିଶୋରୀ ବାଳିକାମାନଙ୍କୁ ଦୀର୍ଘ ବର୍ଷ ହେବ ପୁଷ୍ଟିକର ଖାଦ୍ୟ ନ ଦେଇ ବାଟ ମାରଣା କରୁଥିବାର ଅଭିଯୋଗ ରହିବା ସହିତ ସେ ଗର୍ଭବତୀ ମାଁ, ଶିଶୁ ଓ କିଶୋରୀ ବାଳିକା ମାନଙ୍କୁ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗ ଆସିଛି। ଗର୍ଭବତୀ ମା, ଶିଶୁ ,କିଶୋରୀ ବାଳିକା ମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଦୀର୍ଘ ବର୍ଷ ହେବ ଓଡିଶା ସରକାର ଯୋଗାଇ ଆସୁଛନ୍ତି ହେଲେ ଗ୍ରାମବାସୀ କହିବା ଅନୁସାରେ ସେହି ପୁଷ୍ଟିକର ଖାଦ୍ୟକୁ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପାଡି ଦୀର୍ଘବର୍ଷ ହବ ବାଟମାରଣା କରି ଆସୁଛନ୍ତି। ଗୋଟିଏ ପଟେ ସରକାର ପୁଷ୍ଟିହୀନତାରୁ ଦୂରକରିବା ପାଇଁ ଗର୍ଭବତୀ ମାଁ, ଶିଶୁ,…

Read More

ଚୀନ୍‌ : ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ୍‌ ସାରା ଦୁନିଆରେ ତାଣ୍ଡବ ରଚି ଚାଲିଛି । ଅଧିକାଂଶ ଦେଶ ଏହି ମହାମାରୀ କରୋନା ପାଇଁ ଚୀନ ଉପରକୁ ଆଙ୍ଗୁଳି ଉଠାଉଛନ୍ତି । କିନ୍ତୁ ଏହାକୁ ଚାଇନା ଅସ୍ବୀକାର କରିଛି । ଏହା ମଧ୍ୟରେ  କରୋନା ରୋଗ ଉପରେ ଗବେଷଣା କରୁଥିବା ଜଣେ ଗବେଷକଙ୍କ ହତ୍ୟାକୁ କରାଯିବା ପରେ କରୋନା ଭାଇରସ୍‌ ବ୍ୟାପିବାରେ ସହ ଚୀନ୍‌ର ସମ୍ପର୍କକୁ ନେଇ ପୁଣି  ଥରେ ପ୍ରଶ୍ନ ଉଠିଛି । ମିଳିଥିବା ସୂଚନା ଅନୁସାରେ ପିଟର୍ସବର୍ଗ ମେଡିକାଲ ସେଣ୍ଟରରେ କାମ କରୁଥିବା ଜଣେ ଗବେଷକ ଡାକ୍ତର ଓ୍ବିଙ୍ଗ୍‌ ଲିଉ କରୋନା ଭାଇରସ୍‌ ସମ୍ପର୍କରେ ବଡ ଆବିଷ୍କାର କରିଥିଲେ । କିଛି ଦିନ ମଧ୍ୟରେ ସେ ଏହାକୁ ସାର୍ବଜନୀନ କରିବାକୁ ଚାହୁଁଥିଲେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଓ୍ବିଙ୍ଗ୍‌…

Read More

ନୂଆଦିଲ୍ଲୀ : ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତୀଙ୍କୁ ନେଇ ଦିଲ୍ଲୀ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।  ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କହିଛନ୍ତି ଯେ, ପ୍ରାୟ ଏକ ହଜାର ସଂକ୍ରମିତ ଜମାତୀ ଏବେ ସୁସ୍ଥ ହୋଇଛନ୍ତି । ଏବେ ତାଙ୍କୁ ଘରକୁ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁ ଜମାତୀଙ୍କ  ଉପରେ ମୋକଦ୍ଦମା ରହିଛି, ତାଙ୍କ ଉପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ କରିପାରିବ । ପ୍ରାୟ ଚାରି ହଜାରରୁ ଅଧିକ ଲୋକଙ୍କୁ ମାର୍ଚ୍ଚ ମାସ ଶେଷ ଆଡକୁ ନିଜାମୁଦ୍ଦିନ ସ୍ଥିତ ମରକଜ ଓ ଅନ୍ୟାନ୍ୟ ଜାଗାରୁ ଚିହ୍ନଟ କରାଯାଇଥିଲା । ଏଥିରୁ ପ୍ରାୟ 1 ହଜାରରୁ ଅଧିକ ଜମାତୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେମାନଙ୍କୁ ଅଲଗା ଅଲଗା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା । ଏବେ ସୁସ୍ଥ ହୋଇଥିବା ଜମାତୀଙ୍କୁ ଘରକୁ ଯିବାକୁ ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି । ତବିଲିଗ୍ ଜମାତ ଯୋଗୁଁ…

Read More

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ଏସ୍‌ସିବି ମେଡିକାଲ୍‌ କଲେଜ୍‌, କଟକର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା 1-ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌ ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରି କୋଭିଡ୍‌ ହସ୍‌ପିଟାଲ୍‌ ପରିଦର୍ଶନ କରିବା ସହ ଏହାର ପରିଚାଳନାର ସମୀକ୍ଷା କରିଛନ୍ତି । 2-ଗଞ୍ଜାମ ଜିଲ୍ଲାରେ କୋଭିଡ୍‌-୧୯ ରୋଗୀ ଚିହ୍ନଟ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: କରୋନା ମୁକାବିଲା ପାଇଁ ରାଜ୍ୟସରକାର ପଞ୍ଚାୟତସ୍ତରରେ ସମସ୍ତ ପ୍ରସ୍ତୁତି କରିଛନ୍ତି। ଏଥିସହ ଗଞ୍ଜାମ ଜିଲ୍ଳା ବେଗୁନିଆପଡା ବ୍ଲକର ସମସ୍ତ ପଞ୍ଚାୟତରେ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇଛି । ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଚାୟତରେ କ୍ୱାରେନଟାଇନ ସେଣ୍ଟର ହୋଇଛି । ଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମ ପଞ୍ଚାୟତର ପାଇକପଡା ସ୍ଥିତ ଶ୍ରୀ ବଟେଶ୍ୱର ହାଇସ୍କୁଲରେ ଥିବା  କ୍ୱାରେନଟାଇନ ସେଣ୍ଟରରେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ ପହଞ୍ଚିଛି। ଏହି ବସରେ 31 ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଆସିଥିବାର ସୂଚନା ରହିଛି । ଉକ୍ତ ଶ୍ରମିକ ମାନେ ବେଗୁନିଆପଡା ବ୍ଳକ ବଡ଼ଖଇରଖମା ପଞ୍ଚାୟତ ପାଇକପଡା ସ୍ଥିତ ସଂଗରୋଧ କେନ୍ଦ୍ରରେ ରହିବେ ବୋଲି ସୂଚନା ମିଳିଛି। ପ୍ରବାସୀ ଓଡିଆମାନେ ପହଁଚିବାପରେ ସେମାନଙ୍କ ପଞ୍ଜିକରଣ କରାଯିବା ସହ କିଟ୍‌ ପ୍ରଦାନ କରାଯାଇଛି। ନୋଡାଲ ଅଫିସର କ୍ଷୀରୋଦ…

Read More

ଭୁବନେଶ୍ବର : ବାହାର ରାଜ୍ୟରୁ ଆସୁଥିବା ଲୋକେ ବସ୍‌ରୁ ଓହ୍ଲାଇ ବୁଲିବା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ତାଗିଦ୍‌ କରିଛନ୍ତି ସ୍ପେଶାଲ୍‌ ରିଲିଫ୍‌ କମିଶନର। ଟ୍ରେନ୍‌ରେ ଆସୁଥିବା ଯାତ୍ରୀଙ୍କ ନେବାକୁ ଆସୁଥିବା ବସ୍‌ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି । ବସ୍‌ ଡ୍ରାଇଭର କୌଣସି ଲୋକଙ୍କୁ ଓହ୍ଲାଇବନି କି କାହାକୁ ରାସ୍ତାରୁ ଚଢାଇବନି ବୋଲି ସୂଚନା ରହିଛି। ଏଥିରେ ଖିଲାପ କଲେ ମାମଲା ରୁଜୁ ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯିବ। ବସ୍‌ ସାଥୀରେ ଆସୁଥିବା ନୋଡାଲ୍‌ ଅଫିସର ବି ସମାନ ଭାବେ ଦାୟୀ ରହିବେ। ଆଗକୁ ଆଉ ଅନେକ ଟ୍ରେନ୍‌ ଆସୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର  ନିକଟରେ ସୁରତ ଫେରନ୍ତାଙ୍କୁ ବସ୍‌ ଅଧା ବାଟରେ ଛାଡି ଦେଇଥିବାର ଘଟଣା ସାମ୍ନାକୁ ଆସିଥିଲା।

Read More

ଭୁବନେଶ୍ବର : ଲକ୍ ଡାଉନର ଅବଧି ବୃଦ୍ଧି ହୋଇଥିବାବେଳେ ଶିକ୍ଷା ବିଭାଗକୁ ସଜାଡିବାକୁ ଆରମ୍ଭ କରିଛି ଉଚ୍ଚ ଶିକ୍ଷା ବିଭାଗ। ଏହି କ୍ରମରେ ଆଜି ରାଜ୍ୟର ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏହି ଆଲୋଚନାରେ ପରୀକ୍ଷା ତାରିଖ ପ୍ରକାଶ କରାଯାଇଥିଲା। କିନ୍ତୁ ପରୀକ୍ଷା ତାରିଖ ଧାର୍ଯ୍ୟ ନେଇ ଭୁଲ୍‌ ସୂଚନା ଦେଇଥିଲେ ମନ୍ତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁଲ୍‌ ତଥ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀ ଦେଇଥିବା ଭୁଲ୍‌ ତଥ୍ୟକୁ ସୂଚନା ଲୋକସମ୍ପର୍କ ବିଭାଗ ସୁଧାରିଛି। କୁଳପତି ମିଟିଂ ପରେ ଗଣମାଧ୍ୟମକୁ ସୂଚନା ଦେଇ ଯୁକ୍ତ ତିନି ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଜୁଲାଇ 24ରେ ହେବ ବୋଲି କହିଥିଲେ ମନ୍ତ୍ରୀ। ଅଗଷ୍ଟ 20ରେ ପିଜି ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ହେବ ବୋଲି କହିଥିଲେ।  ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରେସ ରିଲିଜ୍‌ରେ ମନ୍ତ୍ରୀଙ୍କ ଭୁଲ୍‌ ତଥ୍ୟ ଜଣାପଡିଥିଲା।  ଯୁକ୍ତ…

Read More

କନ୍ଦର୍ପ ବେହେରା ରେଢାଖୋଲ : ଆଜି ଅପରାହ୍ନରେ ବିଦ୍ୟୁତ ତାର ଛିଣ୍ଡି ୩ଟି ବଳଦର ଜୀବନ ଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ହାତୀବାହାଳ ଗ୍ରାମରେ ଅପରାହ୍ନ ୨ଟାରେ ଏହି ଘଟଣା ଘଟିଛି । ରେଢାଖୋଲ ବ୍ଲକ୍ ବଡବାହାଳ ଗ୍ରାମପଂଚାୟତର ହାତୀବାହାଳ ଗ୍ରାମର ଅରୁଣ ପ୍ରଧାନ, ଘାସିନାଥ ପ୍ରଧାନ ଓ ଗୁଣନିଧୀ ସାହୁଙ୍କ ୩ଟି ବଳଦ ଚରୁଥିବା ସମୟରେ ଗତ କାଲି ରାତିରେ ଝଡବାତ୍ୟାରେ ବିଦ୍ୟୁତ ତାର ଛିଣ୍ଡି ପଡିଥିବାରୁ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ଉକ୍ତ ଚାଷୀମାନେ ଚାଷକାମ କରିବା ପାଇଁ ଏହି ବଳଦ ଉପରେ ନିର୍ଭର କରିଥାନ୍ତି । ଚାଷୀ ମାନେ ଗରିବ ଶ୍ରେଣୀର ହୋଇଥିବା ତଥା ଆଗକୁ ଚାଷ କାମ ପଡୁଥିବାରୁ ସେମାନେ ଘୋର ଚିନ୍ତାରେ ଅଛନ୍ତି । ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଦାୟିତ୍ବ ହୀନତାରୁ ଏଭଳିତ ଅଭାବନୀୟ ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ଦାବି କରିଛନ୍ତି । ବଳଦ…

Read More

ଭୁବନେଶ୍ବର : ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ସମ୍ପର୍କରେ ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଆଜି ଗୋଟିଏ ଦିନରେ 7451ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି ବୋଲି ସୂଚନା ରହିଛି । ଏଯାବତ୍‌ ମୋଟ୍‌ 35 ହଜାର 540 ଜଣ ଓଡ଼ିଶା ଫେରିଲେଣି । ସହରାଞ୍ଚଳରେ ପ୍ରବାସୀଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପ୍ରାଥମିକତା ଦିଆଯାଉଛି । ଯେଉଁମାନଙ୍କ ସୁବିଧା ନ ଥିବ, ପୌର କର୍ତ୍ତୃପକ୍ଷ କ୍ବାରେଣ୍ଟିନ୍‌ ବ୍ୟବସ୍ଥା କରିବେ । ସମ୍ପୃକ୍ତ ବ୍ୟକ୍ତି ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ୍‌, ଲଜ୍‌ରେ ମଧ୍ୟ ରହିପାରିବେ । ଗାଁକୁ ଫେରୁଥିବା ଲୋକ ସରକାରୀ କ୍ବାରେଣ୍ଟିନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ସମ୍ପ୍ରତି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଚିନ୍ତା ଦେଖାଯାଇଛି । ସୁରତ୍‌ ଫେରନ୍ତା ଓ କୋଲକତା ଫେରନ୍ତାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛି । ଆଜି ଅପରାହ୍ନରେ ଚିହ୍ନଟ ହୋଇଥିବା 5 ଆକ୍ରାନ୍ତ କୋଲକତା ଓ ସୁରତ ଫେରନ୍ତା ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ…

Read More

ଜଞ୍ଜଗିର : ଦେଶବ୍ୟାପୀ ଲକ୍‌ଡାଉନ୍ ଚାଲିଥିବା ବେଳେ ମଦ ବିକ୍ରି ଆରମ୍ଭ କରିଛନ୍ତି ପ୍ରାୟ ସମସ୍ତ ରାଜ୍ୟର ସରକାର । ମଦ ଦୋକାନ ଖୋଲିବା ପରଠାରୁ ବିଭିନ୍ନ ସ୍ଥାନରେ ପାରିବାରିକ ହିଂସା ବଢିବାରେ ଲାଗିଛି । ମଦ କିଣିବା ପାଇଁ ଲୋକ କେବଳ ସୋସିଆଲ ଡିଷ୍ଟାନ୍ସିଂ ନିୟମର ଉଲ୍ଲଂଘନ କରୁନାହାନ୍ତି ବରଂ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଏପରି ଏକ ଘଟଣା ଘଟିଛି ଛତିଶଗଡର ଜାଙ୍ଗିର । ମଦ ନିଶାରେ ପିଟିପିଟି ନିଜ ମା’କୁ ହତ୍ୟା କରିଛି ପୁଅ । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଅମ୍ରିତ ଲାଲ ଗଡେଓ୍ବାଲ ଜାଙ୍ଗରୀ ଚମ୍ପା ଜିଲ୍ଲାର ପୁଟପୁରା ଗ୍ରାମର ବାସିନ୍ଦା । ଅମ୍ରିତ ନିୟମିତ ମଦ୍ୟପାନ କରିଥାନ୍ତି ଏବଂ ମଦଦୋକାନ ଖୋଲିବା ପରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଫେରିବା ସମୟରେ ଗ୍ରାମର ବିଭିନ୍ନ ଲୋକଙ୍କ ସହ ଝଗଡା କରିବା ସହିତ ନିଜ ପତ୍ନୀଙ୍କୁ ମାଡ ମାରିଥିଲେ ।…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକଡାଉନ ସମୟରେ ଚିଲିକା ନିର୍ବାଚନମଣ୍ଡଳୀରେ ଭୋକ ଉପାସରେ ଦିନ କାଟୁଥିବା ଗରିବ, ଗୁରୁବା ତଥା ରାସନ କାର୍ଡ ନଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜନତା ପାର୍ଟି। ଆଜି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ତଥା ଚିଲିକା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉଦ୍ୟମରେ ପାଖାପାଖି ଏକ ହଜାର ଶୁଖିଲା ଖାଦ୍ୟ କିଟ ଚିଲିକା ନିର୍ବାଚନମଣ୍ଡଳୀରେ ପହଁଚିଛି। ପ୍ରତ୍ୟେକ କିଟରେ ଚାଉଳ ୫ କିଲୋ, ଡାଲି ୧ କିଲୋ, ଚିନି ୧ କିଲୋ, ଚୁଡା ୧ କିଲୋ ଓ ଦୁଇଟି ସାବୁନ ଥିବା ସୂଚନା ମିଳିଛି। ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ବାଣପୁର ଏନ.ଏ.ସି ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ଏନ.ଏ.ସି ର ୧୫ ଗୋଟି ୱାର୍ଡରେ ରାସନ କାର୍ଡ ନଥିବା ବିଭିନ୍ନ ପରିବାରକୁ ପାଖାପାଖି ୪୦୦ ଖାଦ୍ୟ କିଟ ବଣ୍ଟନ କରାଯାଇଛି। ବାଣପୁର…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଅପରାହ୍ନରେ ରାଜ୍ୟରେ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁର ଜିଲ୍ଲାର ରହିଥିଲେ। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ନାଉଗାଁ ବ୍ଲକ୍‌ର ବୋଲି ଜଣାପଡିଛି। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏନେଇ ଟ୍ବିଟ୍‌ କରି ସ୍ପଷ୍ଟ କରିଛନ୍ତି। ଜଗତସିଂହପୁରର ୪ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନଙ୍କ ବୟସ ୨୬, ୩୦, ୩୨ ଏବଂ ୪୭ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ରାଜ୍ୟରୁ ଆଉ ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାରୁ ଚାରି ଜଣ ଏବଂ କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ନୂତନ ଚାରି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ରେ ପହଞ୍ଚିଛି। ପୂର୍ବରୁ ଜଗତସିଂହପୁରରୁ କେହିବି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ପ୍ରଥମ ଥର ପାଇଁ ଜଗତ ସିଂହପୁର ଜିଲ୍ଲାକୁ ଛୁଇଁଛି କରୋନା। ଜଗତସିଂହପୁରର ୪ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନଙ୍କ ବୟସ ୨୬, ୩୦, ୩୨ ଏବଂ ୪୭  ବୋଲି ଜଣାପଡିଛି। ସେହିପରି କେନ୍ଦ୍ରାପଡାର ଆକ୍ରାନ୍ତ ଜଣକ ୬୦ ବର୍ଷ ବୟସ୍କ ପୁରୁଷ ଏବଂ କୋଲକାତା ଫେରନ୍ତା ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ପହଞ୍ଚିଥିବା ବେଳ ତନ୍ମଧ୍ୟରୁ ୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି।

Read More

ନୂଆଦିଲ୍ଲୀ : ତବଲିଗ ଜମାତ ସମ୍ପର୍କିତ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦେଇଛନ୍ତି କେନ୍ଦ୍ର ସରକାରବ ମୌଲାନା ସାଦ୍‌ ଦୀର୍ଘ 40 ଦିନ ଧରି ଆତ୍ମଗୋପନରେ ଥିବାରୁ କେନ୍ଦ୍ରୀୟ ଏଜେନ୍ସିଙ୍କ ପରାମର୍ଶରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସମସ୍ତ ବ୍ୟାଙ୍କକୁ ମଧ୍ୟ ଏ ସମ୍ପର୍କିତ ନିର୍ଦ୍ଦେଶନାମା ପଠାଯାଇଥିବା ଜଣାପଡିଛି । ତବଲିଗି ଜମାତ ପରେ ବିଭିନ୍ନ ବିବାଦୀୟ ବୟାନ କାରଣରୁ ମୌଲାନାଙ୍କ ଗିରଫଦାରୀ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରଠାରୁ ମୌଲାନା ଫେରାର ଅଛନ୍ତି । (ଏଜେନ୍ସି)

Read More

କର୍ଣ୍ଣାଲ : ଲକ୍‌ଡାଉନ୍‌ ସମୟରେ ହରିୟାଣା ସରକାରଙ୍କ ଏକ ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ୍‌ ହୋଇଯାଇଛି । ହରିୟାଣାର ପାନିପତ ସହରରେ ଅବସ୍ଥିତ ଏହି ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ ହୋଇଯାଇଛି । ତେବେ ଏହି ଘଟଣା ପରେ ଏହି ଗୋଦାମରେ ରହିଥିବା ବଳକା ମଦକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । 2016ରୁ ଏହି ଗୋଦାମଟିକୁ ସିଲ୍‌ କରାଯାଇଥିବା ବେଳେ ଏହା ମଧ୍ୟରୁ ମଦ କିପରି ଗାଏବ ହେଲା ସେ ନେଇ ପ୍ରଶ୍ନ ଉଠିଛି । ହରିୟାଣାର ସୋନିପତ୍‌ ସହରରୁ ମଦ ଜବତ ହେବା ପରେ ସ୍ଥାନୀୟ ଅଧିକାରୀ ରାଜେଶ ରୋହିଲ୍ଲାଙ୍କ ଅନୁସନ୍ଧାନ ପରେ ଏହି ଘଟଣା ସମ୍ମୁଖକୁ ଆସିଛି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସୁସ୍ଥଙ୍କ ସଂଖ୍ୟା 61ରେ ପହଞ୍ଚିଛି । ଏହି ଆକ୍ରାନ୍ତ ଜଣକ ବାଲେଶ୍ବରର ବୋଲି ଜଣାପଡିଛି । ଆଜି ତିନି ଜଣ ନୂତନ ଆକ୍ରାନ୍ତ ଆସିବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 180ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 61 ଜଣ ସୁସ୍ଥ ହୋଇଥିବା ବେଳେ 2 ଜଣଙ୍କର ପ୍ରାଣହାନି ଘଟିଛି ।

Read More

ଭୁବନେଶ୍ବର : ନକଲି ଆରୋଗ୍ୟ ସେତୁ ଆପ୍‌ ପାଇଁ ଭୁବନେଶ୍ବର କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନେକ ବ୍ୟକ୍ତି ଏହି ଆପ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ ଏସ୍‌ଏମ୍‌ଏସ୍‌ ତଥା ହ୍ବାଟ୍‌ସଆପ୍‌ ଜରିଆାରେ ନୋଟିଫିକେସନ୍‌ ପାଉଛନ୍ତି। ଏଭଳି କୌଣସି ଲିଙ୍କ ଆସିଲେ ଏହାକୁ ଡାଉନ୍‌ଲୋଡ୍‌ ନକରି ତୁରନ୍ତ ଡିଲିଟ୍‌ କରିବା ପାଇଁ ଏହି ନୋଟିଫିକେସନ୍‌ରେ କୁହାଯାଇଛି। ଏହି ଲିଙ୍କ ଉପରେ କ୍ଲିକ୍‌ କଲେ ମୋବାଇଲ୍‌ ସ୍କ୍ରିନ୍‌ରେ ଚାଟ୍‌ ମି ନାମକ ଅପ୍‌ସନ୍‌ ଆସୁଛି ଏବଂ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହେଉଛି। ତେଣୁ ଏହି ଆପ୍ଲିକେସନ୍‌କୁ କେବଳ ଗୁଗୁଲ୍‌ ପ୍ଲେଷ୍ଟୋର ଏବଂ ଆପଲ୍‌ ଆପ୍‌ ଷ୍ଟୋର୍‌ରୁ ଡାଉନ୍‌ଲୋଡ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି।

Read More