Author: Samikhsya Bureau

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳର 68 ଯବାନ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀ ସ୍ଥିତ 31 ତମ ବାଟାଲିୟନ୍‌ର ଏହି 68 ଯବାନ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଏହି ଘଟଣା ପରେ ସିଆରପିଏଫ୍‌ର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 122ରେ ପହଞ୍ଚିଥିବା ବେଳେ ସମୁଦାୟ ଆକ୍ରାନ୍ତ ଯବାନଙ୍କ ସଂଖ୍ୟା 127ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଯବାନ ସୁସ୍ଥ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3738ରେ ପହଞ୍ଚିଛି । (ଏଜେନ୍ସି)

Read More

ଭୁବନେଶ୍ବର : ଯାଜପୁରରେ ଚିହ୍ନଟ ହୋଇଛନ୍ତି ଆଉ ଦୁଇ କରୋନା ପଜିଟିଭ୍‌ । ଯାଜପୁରର ବରୀ ବ୍ଲକ୍‌ରୁ ଦୁଇ ଜଣ ପଜିଟିଭ୍‌ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଛି । ଆକ୍ରାନ୍ତ ଦୁଇ ଜଣ ଯାକ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ 48 ଏବଂ 55 ରହିଛି । ଉଭୟ ଆକ୍ରାନ୍ତ କୋଲକାତା ଫେରନ୍ତା ହୋଇଥିବା ବେଳେ ଉଭୟଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଥିବା ବେଳେ 55 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି ।

Read More

ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ବିଜୁ ଯୁବ ବାହିନୀ କରୋନା ଭଳି ମହାମାରୀ ସମୟରେ ସହରାଂଚଳର ବିଭିନ୍ନ ଓ୍ବାର୍ଡକୁ ଯାଇ ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡିଛି । ଆଜି ଭବାନୀପାଟଣା ପୌରାଞ୍ଚଳ ବିଜୁ ଯୁବବାହିନୀର ସ୍ବେଚ୍ଛାସେବୀ ମାନେ ସ୍ଥାନୀୟ ଓ୍ବାର୍ଡ ନଂ ୧୯ର  ମଦନମୋହନ ପଡା ଓ ଦର୍ପଣ ସାଗର ପଡାରେ ‘ସଚେତନ ଓ୍ବାର୍ଡ , ସୁରକ୍ଷିତ ଓ୍ବାର୍ଡ’ ଅଭିଯାନ ଜରିଆରେ ଲୋକଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିଛନ୍ତି । ଜିଲ୍ଲା ସଂଯୋଜକ ଅବିନାଶ ଠାକୁରଙ୍କ ନେତୃତ୍ୱରେ ଲୋକମାନଙ୍କୁ ମାସ୍କ, ସାବୁନ ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ଓ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ବିଜୁ ଯୁବ ବାହିନୀ ସ୍ବେଚ୍ଛାସେବୀମାନେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା,ମହମ୍ମଦ ମୋସିମ, ମହମ୍ମଦ ଇସମାଇଲ, ଅମିତ ଯାଦବ, ଦେବରାଜ ନାଗ, ବିଭୁତି ଗଉଡ, ରାଜେନ୍ଦ୍ର ବେହେରା,ଜଗନ୍ନାଥ ନାଏକ, ନିରାକାର…

Read More

ନୂଆଦିଲ୍ଲୀ : ଜୁଲାଇ ପହିଲାରୁ  ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍ ଏଜୁକେସନ୍ ଇନ୍‌ଷ୍ଟିଚ୍ୟୁସନ୍‌ ଖୋଲିବା ନେଇ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍‌ନିକାଲ୍ ଏଜୁକେସନ୍ ବିଜ୍ଞପ୍ତି ପ୍ରକାଶ କରିଛି।  ଛାତ୍ରାଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ ଏଆଇସିଟିଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି। ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଓ ବିଭାଗୀୟ ସଚିବଙ୍କୁ ଚିଠି ଦିଆଯାଇଛି । ଚଳିତ ବର୍ଷ ବାକି ଥିବା ଶେଷ ବର୍ଷର ଶେଷ ସେମିଷ୍ଟାର୍ କରାଇବାକୁ ନେଇ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଟର୍ମିନାଲ୍‌ ଓ ଇଣ୍ଟର ମିଡିଏଟ୍ ପରୀକ୍ଷାକୁ ଜୁଲାଇ1ରୁ 31ମଧ୍ୟରେ କରାଯିବ। ତେବେ ଅନ୍ୟ ବର୍ଷର ପରୀକ୍ଷା ବାକି ଥିଲେ ସେହି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ୍ ମାର୍କକୁ ଧ୍ୟାନରେ ରଖି ପ୍ରମୋସନ୍ ଦିଆଯିବ ବୋଲି ଏଆଇସିଟିଇ ପକ୍ଷରୁ କୁହାଯାଇଛି । ସେହିପରି ଏହି ବର୍ଷ ଆଡ୍‌ମିସନ୍‌ ନେବାକୁ ଥିବା ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଅଗଷ୍ଟ 1ରୁ ଆରମ୍ଭ ହେବ ବୋଲି…

Read More

ଜଲନ୍ଧର : ପଞ୍ଜାବ ରାଜ୍ୟ ଜଲନ୍ଧରରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ଯୁବକ ଜଣକ ଚେକ୍‌ପୋଷ୍ଟ ନିକଟରେ ଛିଡା ହୋଇଥିବା ଜଣେ ପୋଲିସ୍‌ କର୍ମୀଙ୍କ ଉପରକୁ କାର ଚଢାଇ ଦେଇଛନ୍ତି । ତେବେ ଯୁବକ ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଜଲନ୍ଧରର ମିଲ୍କ ବାର୍‌ ଛକ ନିକଟରେ ଠିଆ ହୋଇଥିବା ପୋଲିସ୍‌କର୍ମୀମାନେ  ଏକ କାର୍‌କୁ ରହିବାକୁ ଆଦେଶ ଦେଇଥିଲେ । କିନ୍ତୁ କାର୍‌ରେ ରହିଥିବା ଯୁବକ ଜଣକ କାହାରି କଥା ନ ଶୁଣି ଏସଏସଆଇଙ୍କ ଉପରେ କାର୍‌ ଚଢାଇ ଦେଇଥିଲେ । କାର୍‌ରେ ପୋଲିସ କର୍ମୀ ଜଣକ ଘୋଷାଡି ହୋଇ ବେଶ୍‌ କିଛି ବାଟ ଚାଲି ଯାଇଥିଲେ । ଅତିରିକ୍ତ ଏସ୍‌ଏଚ୍‌ଓ ଗାଡିର ପିଛା କରି ଯୁବକଙ୍କୁ ଧରିଥିଲେ । ଲକ୍ ଡାଉନ୍‌ ଜାରି ହୋଇଥିବା ସମୟରେ ପଞ୍ଜାବରେ ପୋଲିସ୍‌ ସହ ଦୁର୍ବ୍ୟବହାର ହେଉଥିବାର ଖବର ସାମ୍ନାକୁ ଆସୁଛି । କିଛି ଦିନ…

Read More

ଜଳେଶ୍ବର: ଜଳେଶ୍ବର ପୋଲିସ୍‌ ଷ୍ଟେସନରେ 143 ନମ୍ବର ଆକ୍ରାନ୍ତ ଅଟକ ଥିଲେ ବୋଲି ସୂଚନା ମିଳିଛି। କୋଲକାତାରୁ ଲକ୍ଷ୍ମଣନାଥ ଟ୍ରକ୍‌ରେ ପଳାଇ ଆସିଥିଲେ ଆକ୍ରାନ୍ତ ଜଣକ। ଅନ୍ୟ 17 ଜଣଙ୍କ ସହ ଚାଲି ଚାଲି ଏପ୍ରିଲ୍‌ 23ରେ ଜଳେଶ୍ବରରେ ପହଞ୍ଚିଥିଲେ। ତାଙ୍କୁ ସେହି ଏପ୍ରିଲ୍‌ 23 ରାତିରେ ଜଳେଶ୍ବର ପୋଲିସ୍‌ ଅଟକ ରଖିଥିଲା । ଏପ୍ରିଲ୍‌ 24ରେ ତାଙ୍କୁ ଭୋଗରାଇ ସରକାରୀ କ୍ବାରେଣ୍ଟିନ୍‌କୁ ପଠାଯାଇଥିଲା। ଲକ୍ଷଣ ନଥିଲେ ବି କୋଲକାତା ଫେରନ୍ତା ହୋଇଥିବାର ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା। ଏପ୍ରିଲ୍‌ 30ରେ ରିପୋର୍ଟ ପଜିଟିଭ୍‌‌ ଆସିବା ପରେ ତାଙ୍କୁ  ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Read More

ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସାଗର ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସାଗର ଗ୍ରାମରେ ଥିବା କାହ୍ନପୁରା ପୋଖରୀରୁ ନିଲାମଧାରୀ ମାନେ ମାଛ ମାରୁଥିବା ବେଳେ ତାଙ୍କ ଜାଲରୁ ଗୋଟିଏ ମଣିଷ ଖପୁରୀ ବାହାରିଥିଲା। ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ଏ ବାବଦରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଏ ଖପୁରୀ କାହାର ଏବଂ କିଏ ଏହାକୁ ଆଣି ଏ ପୋଖରୀରେ ପକାଇଲା ସେ ବିଷୟରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Read More

କୋରାପୁଟ: କୋରାପୁଟ ପୋତାଗଡ ଓ ଏହାର ତିନି କିମି ପରିଧିରେ ସୀମା ଆବଦ୍ଧ ଅବଧିକୁ ବୃଦ୍ଧି କରାଯାଇଛି। ଆଉ 48 ଘଣ୍ଟା ସୀମା ଆବଦ୍ଧ ଅବଧିକୁ ବଢାଇଛନ୍ତି ଜିଲ୍ଲାପାଳ । ଆଜି ଦିନ 12ଟା ପରଠାରୁ 4 ତାରିଖ ଦିନ 12ଟା ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରାଯାଇଛି । 4 ତାରିଖ ଦିନ 12ଟା ବା ଅନ୍ୟାଦେଶ ଯାଏଁ କଟକଣା ବଳବତ୍ତର ରହିବାର ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଗତ 27 ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ପୋଡ଼ାଗଡ଼ ପଞ୍ଚାୟତର ତିନିକିମି ପର୍ଯ୍ୟନ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଏବଂ 67 କିମି ପରିସୀମାର ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଥିଲା । କୋରାପୁଟ୍‌ରୁ ଚିହ୍ନଟ ହୋଇଥିବା…

Read More

ମୋହନା : ଅଡବା ଥାନା ବୁଢାଡିହ ଗ୍ରାମ ନିକଟରେ ଥିବା ଏକ ଡ୍ୟାମ୍‌ରୁ ମାଇଁ ଭାଣିଜୀଙ୍କର ମୃତଦେହ ମିଳିଛି। ଡ୍ୟାମ୍‌ରେ ବୁଡି ମାଇଁ ଓ 10 ବର୍ଷର ଭାଣିଜୀ ମୃତବରଣ କରିଛନ୍ତି ।  କାଲି ସନ୍ଧ୍ୟାରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ଦୁହେଁ। ବହୁ  ଖୋଜାଖୋଜି ପରେ ଆଜି ଶବ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ।

Read More

ଭୁବନେଶ୍ବର : 15 କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ରାଜ୍ୟ ସରକାର। କେସ୍‌ ନମ୍ବର 129ରୁ 143 ପର୍ଯ୍ୟନ୍ତ ତଥ୍ୟ ଦେଲେ ସରକାର। ସମସ୍ତଙ୍କର କୋଲାକତା ଲିଙ୍କ୍‌ ଥିବା ଟ୍ରାଭେଲ୍‌ ହିଷ୍ଟ୍ରି ରହିଥିବାର ସୂଚନା ରହିଛି। 15 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ଯାଜପୁର କଟିକଟା ଅଞ୍ଚଳର ବୋଲି ସୂଚନା ରହିଛି। କେସ ନମ୍ବର 143 ବାଲେଶ୍ବର ସିମୁଳିଆର 58 ବର୍ଷୀୟା ମହିଳା ବୋଲି ଜଣାପଡିଛି । 15 ଆକ୍ରାନ୍ତଙ୍କ ମଧ୍ୟରୁ 7 ଜଣ କେସ୍‌ ନମ୍ବର 98ଙ୍କ ସମ୍ପର୍କୀୟ/ ପଡୋଶୀ । କେସ୍‌ ନମ୍ବର 131, 138, 139 ଆକ୍ରାନ୍ତ ନମ୍ବର 96ଙ୍କ ପଡୋଶୀ । କେସ ନମ୍ବର 133, 137 ଆକ୍ରାନ୍ତ ନମ୍ବ 96 ଓ 98ଙ୍କ ପଡୋଶୀ ବୋଲି ଜଣାପଡିଛି । ସେହିପରି କେସ ନମ୍ବର 130, 132, 134,136,138,141,142 ନମ୍ବର ଆକ୍ରାନ୍ତ 98ଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।

Read More

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା 1218ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଦେଶରେ 37 ହଜାର 336ଜଣ ସଂକ୍ରମିତ ହୋଇଥିବାବେଳେ 9 ହଜାର 991 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ମହାରାଷ୍ଟ୍ରରେ 485ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 236ଜଣ ମୃତ୍ୟୁ ହୋଇଛନ୍ତି । ସେହିପରି ମଧ୍ୟପ୍ରଦେଶ 145 ଜଣ, ରାଜସ୍ଥାନରେ 62, ଦିଲ୍ଲୀରେ 61, ଉତ୍ତରପ୍ରଦେଶରେ 42, ପଶ୍ଚିମବଙ୍ଗରେ 33, ତାମିଲନାଡୁରେ 28, ତେଲେଙ୍ଗାନାରେ 26, କର୍ଣ୍ଣାଟକରେ 22, ପଞ୍ଜାବରେ 19, ଜମ୍ମୁକାଶ୍ମୀରରେ 8, ହରିୟାଣାରେ 4, କେରଳରେ 4, ଝାଡଖଣ୍ଡରେ 3, ବିହାରରେ ତିନି , ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସରକାର କରୋନା ସହ ମୁକାବିଲା କରିବା ପାଇଁ ତୃତୀୟ ଥର ପାଇଁ ଲକ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି ।(ଏଜେନ୍ସି)

Read More

ରାଉରକେଲା : ସୁନ୍ଦରଗଡ ବିରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଯମୁନାନାକିରେ ଅଘଟଣ ଘଟିଛି । ନଦୀକୁ ଡେଇଁ ଜଣେ ନିଖୋଜ ହୋଇଥିବାବେଳ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଜୁଆ ଆଡ୍ଶରେ ଚଢାଉବେଳେ ପୋଲିସ ଭୟରେ ତିନି ଜଣ ନଦୀକୁ ଡେଇଁପଡିଥିଲେ। ଦୁଇଜଣକୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ତିନିହେଁ ପୋଲିସ୍‌ ଭୟରେ କୋଏଲ ନଦୀକୁ ଡେଇଁପଡିଥିଲେ । ନିଖୋଜ ହୋଇଥିବା ଯୁବକଙ୍କ ଉଦ୍ଧାର ଜାରି ରଖିଛି ଅଗ୍ନିଶମ ବାହିନୀ ।

Read More

କେଦାର ମିଶ୍ର ଆସନ୍ତା କାଲି ମଇ ୩ ତାରିଖ ରେ ସାରା ଦେଶରେ ଲକ ଡାଉନର ଦ୍ଵିତୀୟ ପର୍ୟାୟସରିବ ଓ ଆଉ ଦୁଇ ସପ୍ତାହ ଲାଗି ତୃତୀୟ ପର୍ୟାୟ ଆରମ୍ଭ ହେବ। ଅର୍ଥାତ ପୂରା ଦୁଇ ମାସ ବ୍ୟାପୀ ଦେଶର ଆର୍ଥିକ ଓ ସାମାଜିକ ଜୀବନ ଠପ ହୋଇ ରହିବ। ତା ପରେ ବି ଜନଜୀବନ ସ୍ଵାଭାବିକ ହେବ କି ନାହିଁ, ସେ କଥା କହିହେବନାହିଁ। ଯିଏ ଯେଉଁଠି ରହିଥିଲେ, ସେମାନେ ଏବେ ଘରକୁ ଫେରନ୍ତୁ ବୋଲି ସରକାର ଚାହୁଁଛନ୍ତି। ତେବେ ସେମାନେ କେମିତି ବଞ୍ଚିବେ, କେମିତି ଘରକୁ ଫେରିବେ, ସେଥିଲାଗି ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ନୀତି ନାଇଁ। କେବଳ ଘରେ ରୁହନ୍ତୁ ବୋଲି କହିବା ଛଡା, ସରକାରଙ୍କ ପାଖରେ ଲୋକଙ୍କୁ ସହାୟତା ଦେବାକୁ ଅଧିକ କିଛି ନାହିଁ। ଲକ ଡାଉନର ଦ୍ଵିତୀୟ ସ୍ତରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆଉ ବିଶେଷ କିଛି କହିନାହାନ୍ତି। କହିବାକୁ ଆଉ ଅଛି ବା…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ କରୋନାର ସଂକଟ । ବିଶ୍ବର 212ଟି ଦେଶରେ ଏବେ କରୋନା ବ୍ୟାପି ସାରିଛି । ଏହି ମହାମାରୀ ଯୋଗୁଁ 2 ଲକ୍ଷ 39 ହଜାର 588 ଜଣଙ୍କ ଜୀବନ ଯାଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ ନୂତନ 94,552ଟି ମାମଲା ଆସିଥିବାବେଳେ ମୃତ୍ୟୁ ସଂଖ୍ୟାରେ 5,624କୁ ବୃଦ୍ଧି ଘଟିଛି । ସେହିପରି ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 33 ଲକ୍ଷ 98 ହଜାର 473ରେ ପହଞ୍ଚିଥିବାବେଳେ 1,080,101 ଜଣ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ଆମେରିକା କରୋନା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା 65  ହଜାର ପାର୍‌ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 11,31,280ରେ ପହଞ୍ଚିଛି । ସେହିପରି ଇଟାଲୀରେ ଦ୍ବିତୀୟ ସର୍ବାଧିକ 28,236 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏଠାରେ ସଂକ୍ରମିତଙ୍କ ସଂଖ୍ୟା 207,428ରେ ପହଞ୍ଚିଛି । ଏହା ପରେ ଫ୍ରାନ୍ସ, ଜର୍ମାନୀ,…

Read More

ଭୁବନେଶ୍ୱର: ରାଜ୍ୟରେ ଆଉ ପାଞ୍ଚ କରୋନା ପଜିଟିଭ ଚିହ୍ନଟ।  ଏହି ସମସ୍ତ ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଥିବାର ସୂଚନା ଓ ଲୋକ ସଂପର୍କ ସୂଚନା ଦେଇଛି। ଏହି ସମସ୍ତ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌ ରହିଛି । ଆକ୍ରାନ୍ତଙ୍କର ଲକ୍ଷଣ ନଥିଲା, ସେମାନେ କ୍ବାରେଣ୍ଟିନ୍‌ରେ ଥିଲେ । ଏହି ପାଞ୍ଚ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ଦୁଇ ଜଣ ମହିଳା ରହିଥିବା ସୂଚନା ରହିଛି ।  ତିନି ପୁରୁଷଙ୍କ ବୟସ ଯଥାକ୍ରମେ 28, 56, ଓ 63 ବର୍ଷ। ସେହିପରି ଦୁଇ ମହିଳାଙ୍କ ବୟସ 24 ଓ 60 ବର୍ଷ । ଏହି ଦୁହେଁ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ଏବେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 45କୁ ବୃଦ୍ଧି ହୋଇଛି । ଏବେ ଯାଜପୁରରେ ଆକ୍ଟିଭ୍‌ କେସ୍‌ 44 ଥିବାବେଳେ ପୂର୍ବରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 154କୁ…

Read More

ଭୁବନେଶ୍ବର : ଆଜି ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ୍‌  ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଝାରସୁଗୁଡା ଓ ସୁନ୍ଦରଗଡ ଗସ୍ତ କରି ଏହି  ଜିଲ୍ଲାରେ ନିର୍ମିତ ହୋଇଥିବା କୋଭିଡ୍‌ ହସ୍ପିଟାଲକୁ ପରିଦର୍ଶନ କରିବା ସହିତ ଜିଲ୍ଲାର ସମୀକ୍ଷା କରିଛନ୍ତି । ଝାରସୁଗୁଡାରେ ଗୋଟିଏ କୋଭିଡ୍‌ ହସ୍ପିଟାଲ ରହିଥିବାବେଳେ ସୁନ୍ଦରଗଡରେ ଦୁଇଟି ହସ୍ପିଟାଲରେ ରହିଛି । ଝାରସୁଗୁଡାରେ ଥିବା ଓଲ୍ଡ୍‌ ଡିଏଚଏଚ୍‌ ହସ୍ପିଟାଲରେ 117 ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଛି। ଏହା ହିଟେକ୍ ଏବଂ ଡିଏମ୍ଏଫ୍ ଦ୍ୱାରା ପରିଚାଳିତ ହେଉଛି। ସେହିପରି ସୁନ୍ଦରଗଡ ଜିଲ୍ଲାର ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ମଧ୍ୟ ପରିଦର୍ଶନ କରିଥିଲେ। ରାଉରକେଲାଠାରେ 200 ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ ଡିଏମ୍ଏଫ୍‌ ଓ ହାଇକେଟ୍‌ ଦ୍ବାରା ପରିଚାଳିତ ହେଉଛି। ଏହି ଅବସରରେ କୋଭିଡ୍‌କୁ ନେଇ ଦୁଇ  ଜିଲ୍ଲାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଫାଇଭ୍‌ ଟି ସଚିବ। ସେହିପରି ଲକ୍‌ ଡାଉନ୍‌ ପରେ ପ୍ରବାସୀ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ନେଇ ଲକ୍‌ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି । ମେ 4 ତାରିଖରୁ ମେ 17 ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ ଜାରି ରହିବ । ତେବେ ଏହି ତୃତୀୟ ଥର ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି । ଗୃହମନ୍ତ୍ରାଳୟ ଦେଶରେ କରୋନା ସ୍ଥିତିକୁ ଦେଖି ତିନୋଟି ଜୋନ୍‌ରେ ଭାଗ କରିଛନ୍ତି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନରେ ଭାଗ କରାଯାଇଛି । ଦେଶରେ 130ଟି ରେଡ୍‌ ଜୋନ୍‌ରେ ଥିବାବେଳେ 284ଟି ଅରେଞ୍ଜ ଜୋନ୍‌ ଓ 319ଟି ଗ୍ରୀନ୍‌ ଜୋନରେ ରହିଛନ୍ତି । ତେବେ ଲକ୍‌ ଡାଉନ ସମୟରେ ସବୁଠୁ  ବଡ ସମସ୍ୟା ଭାବେ ଦେଖାଦେଇଛି ବିବାହ  ପରି ମାଙ୍ଗଳିକ କାର୍ଯ୍ୟ । ସାମାଜିକ ଦୂରତ୍ବ କାରଣରୁ ବିବାହକୁ ଅନୁମତି ମିଳୁନହିଁ । ତେବେ ଚଳିତ ଲକ୍‌ ଡାଉନ୍‌ରେ ଏଥିରେ ମଧ୍ୟ କିଛି କୋହଳ କରାଯାଇଛି…

Read More

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆଶ୍ବସ୍ତି ମିଳିଛି। ଉଦ୍ଧବଙ୍କ ପଦ ହରାଇବା ଆଶଙ୍କାରେ ପୂର୍ଣ୍ଣଚଚ୍ଛେଦ ପଡିଛି। କରୋନା ଲକ୍‌ ଡାଉନ୍‌ ମଧ୍ୟରେ ଆସନ୍ତା 21 ତାରିଖରେ ମହାରାଷ୍ଟ୍ରରେ ଖାଲି ପଡିଥିବା ବିଧାନସଭା ପରିଷଦ ଆସନ ପାଇଁ ଭୋଟିଂ ହେବ ନେଇ ନିର୍ବାଚନ କମିଶନର ଘୋଷଣାକରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଉଦ୍ଧବ ଠାକ୍‌ରେଙ୍କ ମେ 28 ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବା ବାଧ୍ୟତାମୂଳକ ଥିଲା। ଉଦ୍ଧବ ନିର୍ବାଚନ ଲଢି ନଥିବାବେଳେ ସେ ବିଧାୟକ ନ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଉଦ୍ଧବ ଠାକ୍‌ରେ ନିଜ ରାଜନୈତିକ ଜୀବନରେ କେବେ ବି ନିର୍ବାଚନ ଲଢି ନାହାନ୍ତି କି ସେ ମହାରାଷ୍ଟ୍ର ସରକାରଙ୍କ ବିଧାନମଣ୍ଡଳର କୌଣସି ସଦନର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସମ୍ବିଧାନାର ଧାରା 164 (4) ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଛ’ ମାସ ଭିତରେ ଅର୍ଥାତ୍‌ ମେ 29, 2020 ପୂର୍ବରୁ ରାଜ୍ୟ ବିଧାନମଣ୍ଡଳର…

Read More

ମଧ୍ୟପ୍ରଦେଶ : ସରକାର କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରିଛନ୍ତି । ଲକ୍‌ ଡାଉନ୍‌ ସମୟରେ ବହୁ ରୋଚକ ଘଟଣା ସବୁ ସାମ୍ନାକୁ ଆସୁଛି । ଏହି ଲକ୍‌ ଡାଉନ୍‌ ସମୟରେ ପୋଲିସ୍‌ ଆଇନର ପାଳନ କରିବା ସହିତ ସମାଜସେବା ମଧ୍ୟ କରୁଛି। ଲକ୍ ଡାଉନ୍‌ ସମୟରେ ପଣ୍ଡିତ ବା ବ୍ରାହ୍ମଣ ନ ମିଳିବାରୁ ଜଣେ ମହିଳା ପୋଲିସ୍‌ ଅଧିକାରୀ ବାହାଘର କରାଇଥିବାର ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଲକ୍‌ ଡାଉନ୍‌ ସମୟରେ ଏକ ଅନନ୍ୟ ବିବାହଘର ଦେଖିବାକୁ ମିଳିଛି । ଯେଉଁଠାରେ ବର ବଧୂଙ୍କ ବାହାଘର କୌଣସି ପୂଜାରୀ ବା ପଣ୍ଡିତ କରିନାହାନ୍ତି ବରଂ ଜଣେ ପୋଲିସ୍‌ ଅଧିକାରୀ କରିଛନ୍ତି । ପଣ୍ଡିତ ନମିଳିବାରୁ ଝାଟେଶ୍ବର ପୋଲିସ୍‌ ଚୌକର ଜଣେ ମହିଳା ଏସ୍‌ଆଇ ଅଞ୍ଜଳି ଅଗ୍ନିହୋତ୍ରୀ ଏହି ଯୋଡିଙ୍କ ବିବାହ କରିଛନ୍ତି । ବାହାଘର କରିବା…

Read More

ଭୁବନେଶ୍ବର : ଲକ୍‌ ଡାଉନ୍‌ ସମୟରେ ଘରେ ବସି ଲୋକେ ଘରେ ବସି ବିଦ୍ୟୁତ୍‌ ଦେୟ କରିପାରିବା ସହିତ ଏହି ବିଦ୍ୟୁତ୍‌ ସମ୍ପର୍କିତ ସୂଚନା ପାଇବା ଲାଗି ଏକ ନୂଆ ଆପ୍‌ ଉନ୍ମୋଚିତ ହୋଇଛି । ଗ୍ରାହକଙ୍କ ସୁବିଧା ପାଇଁ ’ସେସୁ’ ପକ୍ଷରୁ ଏକ ମୋବାଇଲ ଆପ୍‌ ଉନ୍ମୋଚିତ ହୋଇଛି । ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ବାରା ‘ସେସୁ କନେକ୍ଟ’ ଆପ୍‌ ଉନ୍ମୋଚିତ । ଆପ୍‌ ମାଧ୍ୟମରେ ଗ୍ରାହକ ବିଦ୍ୟୁତ୍‌ ବିଲ୍‌ ପୈଠ କରିପାରିବେ । ଏହି ଆପ୍‌ ଜରିଆରେ ମଧ୍ୟ ଗ୍ରାହକ ନିଜର ସୁବିଧା ଅସୁବିଧା ଜଣାଇ ପାରିବେ । ସୂଚନାଯୋଗ୍ୟ, କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ତୃତୀୟ ଥର ପାଇଁ ଲକ୍‌ ଡାଉନ୍‌କୁ ବୃଦ୍ଧି କରାଯାଇଛି । ମେ‘ 4ରୁ ମେ 17 ତାରିଖ ଯାଏଁ ଲକ୍‌ ଡାଉନ ଜାରି ରହିବ ।

Read More

ଦେଓଘର : ଦେଓଘର ମୋହନପୁରଠାରେ ଏକ ଇଣ୍ଟରକଲେଜର 19 ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରିବା ପରେ ଦୁଷ୍କର୍ମ କରି ହତ୍ୟା କରିଥିବାର ମାମଲା ସାମ୍ନାକୁ  ଆସିଛି । ଛାତ୍ରୀ ଶବ ଏକ କୁଅଁରୁ ଉଦ୍ଧାର କରଯାଇଛି। ମିଳିଥିବା ସୂଚନା ଅନୁସାରେ ଛାତ୍ରୀ ଜଣକ ଦୁଇ ଦିନ ହେବ ଗାଏବ ଥିଲେ। ଛାତ୍ରୀର ପିତା ଅପ୍ରେଲ 28 ତାରିଖରେ ଝିଅ ଅପହରଣ ହେଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ୍‌ ଏହି ଘଟଣାର ତଦନ୍ତ କରି ଆଜି ଦୁଇ ଯୁବକଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛନ୍ତି। ପୋଲିସ୍‌ କହିବାନୁସାରେ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ହେବା ପରେ ତାଙ୍କର ହତ୍ୟା କରାଯାଇଛି। ପ୍ରଥମେ ମୁଣ୍ଡକୁ ମାଡ ମାରି ଆଘାତ ଦିଆଯାଇଛି କୂଅକୁ ଫୋପାଡି ଦେଇଥିଲେ ଅଭିଯୁକ୍ତ।  ମୋହନପୁର ଥାନାରେ ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ପୋଷ୍ଟମର୍ଟମ୍‌ ପରେ ପ୍ରଥମେ ଦୁଷ୍କର୍ମ ପରେ…

Read More