Author: Samikhsya Bureau

ବେଙ୍ଗାଲୁରୁ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ପୁଅ ନିଖିଲ୍‌ ଗୌଡା ବିବାହ କରିଛନ୍ତି । ନିଖିଲ୍‌ଙ୍କ ବିବାହର ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରାଯାଇଥିବା ଜଣାପଡିଛି । କର୍ଣ୍ଣାଟକର ରାମନଗରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ବିବାହରେ ଯୋଗ ଦେଇଥିବା କୌଣସି ବ୍ୟକ୍ତି ମାସ୍କ ପିନ୍ଧିନଥିବା ବେଳେ ସାମାଜିକ ଦୂରତ୍ବକୁ ମଧ୍ୟ କେହି ଧ୍ୟାନ ଦେଇନଥିଲେ । ଘଟଣାର ତଦନ୍ତ ପାଇଁ ପୋଲିସ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁ୍ଖ୍ୟମନ୍ତ୍ର ସିଏନ୍‌ ଅଶ୍ବତ୍ଥନାରାୟଣ । ସାମାଜିକ ଦୂରତ୍ବକୁ ପାଳନ କରିବା ପାଇଁ ରାଜି ହେବା ପରେ ଏହି ବିବାହ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଯଦି ନିୟମ ଉଲ୍ଲଂଘନ କରାଯାଇଥାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଶ୍ବତ୍ଥନାରାୟଣ ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : କରୋନା ମୁକାବିଲା ପାଇଁ ବିଭିନ୍ନ ବଲିଉଡ୍‌ କଳାକାର ଆଗକୁ ଆସୁଥିବା ବେଳେ ସହାୟତାର ହାତ ବଢାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଆୟେଶା ଟାକିଆ । ନିଜ ସ୍ବାମୀ ତଥା ହୋଟେଲିୟର୍‌ ଫରହାନ୍‌ ଆଜ୍‌ମୀଙ୍କକ ସହିତ ମିଶି ଆୟେଶା ନିଜର ଜୁହୁ ସ୍ଥିତ ହୋଟେଲକୁ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୋଲି ଦେଇଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହି ହୋଟେଲ୍‌ ଖୋଲାଯାଇଛି । ଏହା ବ୍ୟତିରେକ ଦକ୍ଷିଣ ମୁମ୍ବାଇର ବ୍ରିହାନୁମୁମ୍ବାଇ ସ୍ଥିତ ଅନ୍ୟ ଏକ ହୋଟେଲକୁ ନଗର ପାଳିକାକୁ ପ୍ରଦାନ କରାଯାଇଛି । ଏହି ହୋଟେଲଟିକୁ କ୍ବାରାଣ୍ଟାଇନ୍‌ ସେଣ୍ଟର ଭାବରେ ବ୍ୟବହୃତ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ନିଜର ଚାରି ମହଲା କୋଠାକୁ କ୍ବାରାଣ୍ଟାଇନ୍‌ ସୁବିଧା ପାଇଁ ପ୍ରଦାନ କରିଥିଲେ । (ଏଜେନ୍ସି)

Read More

ଅମୃତସର, ପୋଲିସ କମିଶରନ ସୁଖଚେନ୍ ସିଂ କରୋନା ଭାରସ କବଳରୁ ମୁକ୍ତ ରହିବା ପାଇଁ ବ୍ୟବହୃତ ହେଉଥିବା ପିପିଇ ବା Personal Protective Equipment ବଣ୍ଟନ କରୁଛନ୍ତି।

Read More

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସପ୍ତପଦୀ ମନ୍ତ୍ରକୁ ନେଇ ସୁଦର୍ଶନ ବାଲୁକା କଳା ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲ । ଏହି ସଚେତନତା ବାର୍ତ୍ତାର ଏକ ଫଟୋ ସୁଦର୍ଶନ ଟ୍ବିଟ୍‌ କରିଥିବା ବେଳେ ପ୍ରଧାନମନ୍ତ୍ରୀ ରିଟ୍ବିଟ୍‌ କରିଥିଲେ । ରିଟ୍ବିଟ୍‌ କରିବା ସହିତ ସଚେତନତା ସୃଷ୍ଟି କରିବାର ଏହା ଏକ ଅନନ୍ୟ ଉପାୟ ବୋଲି ମୋଦି ଟ୍ବିଟ୍‌ କରିଥିଲେ ।  (ଏଜେନ୍ସି)

Read More

ହରିୟାଣା: ଭାରତୀୟ ମହିଳା ରେସ୍‌ଲର୍‌ ବବିତା ଫୋଗତଙ୍କ ଏକ ଟ୍ବିଟ୍‌କୁ ନେଇ ବିବାଦ ଦେଖାଦେଇଛି। କରୋନା ସଙ୍କଟ ପାଇଁ ତବଲିଗୀ ଜମାତୀଙ୍କୁ ଦାୟୀ କରି ବବିତା ଏହି ଟ୍ବିଟ୍‌ କରିବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଏକାଧିକ ଟ୍ବିଟ୍ଟର ବ୍ୟବହାରକାରୀ ବବିତାଙ୍କୁ ବିରୋଧ କରିଥିବା ବେଳେ ତାଙ୍କ ସମର୍ଥନରେ ମଧ୍ୟ ଟ୍ବିଟ୍‌ କରାଯାଇଥିଲା। ଏହା ସହିତ ସାଥୀ ଖେଳାଳି ଯୋଗେଶ୍ବର ଦତ୍ତ ଏବଂ ବଜରଙ୍ଗ ପୁନିଆ ବବିତାଙ୍କ ସମର୍ଥନରେ ବାହାରିଥିଲେ। କରୋନା ଭାଇରସ୍‌ ଭାରତର ଦ୍ବିତୀୟ ବୃହତର ସମସ୍ୟା ପ୍ରଥମରେ ଜମାତୀ ରହିଛନ୍ତି ବୋଲି ବବିତା ଟ୍ବିଟ୍‌ କରିଥିଲେ। ଏହାକୁ ନେଇ ବିଭିନ୍ନ ଟ୍ବିଟ୍ଟର ବ୍ୟବହାରକାରୀ ବବିତାଙ୍କ ମନ୍ତବ୍ୟକୁ ବିରୋଧ କରି ତାଙ୍କ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ମତ ଦେଇଥିଲେ। ଏହାପରେ ଟ୍ବିଟ୍ଟରରେ ଦୁଇଟି ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ସସ୍‌ପେଣ୍ଡ ବବିତା ଫୋଗଟ ଏବଂ ଆଇ ସପୋର୍ଟ ବବିତା ପରି ଦୁଇଟି ଟ୍ରେଣ୍ଡ ଭାଇରାଲ୍‌ ହୋଇଥିଲା। ବବିତାଙ୍କ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୋଭିଡ୍‌-19ର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌। ଏହି ସମୟରେ ବହୁ ବ୍ୟକ୍ତି, ଅନୁଷ୍ଠାନ ଆର୍ଥିକ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ଆଜି କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ 10 ହଜାର ଟଙ୍କା ଦାନ କରାଯାଇଛି। କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ବାବୁରାମ ଚୌଧୁରୀଙ୍କ ନେତୃତ୍ବରେ ଅନଙ୍ଗ କୁମାର ମହାପାତ୍ର, ବିଷ୍ଣୁ ଚରଣ ମୁଦୁଲି, ସତ୍ୟାନନ୍ଦ ନାଥ, ଦେବୀ ପ୍ରସାଦ ପଟ୍ଟନାୟକ ଭାରପ୍ରାପ୍ତ ବିଡିଓ ଡ. ପୂଜା ଲେଙ୍କାଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି।

Read More

ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ଭୁବନେଶ୍ବର କରୋନାର ହଟସ୍ପଟ୍‌ ହୋଇଥିବାରୁ ଏଠାରେ ବ୍ୟାପକ ଟେଷ୍ଟ କରାଯିବ। ୫ ହଜାର ଯାଏଁ ଟେଷ୍ଟ କ୍ଷମତା ବଢାଇବାକୁ ପ୍ରସ୍ତୁତି କରାଯାଇଛି। ସାତ ଦିନ ମଧ୍ୟରେ ଭୁବନେଶ୍ବରରେ ୫ ହଜାରର ଟେଷ୍ଟ ହେବ। ତେବେ ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ ଶାସନ ସଚିବ। ଚାରୋଟି କ୍ୟାଟେଗାରୀରେ ଲୋକଙ୍କୁ ଚୟନ କରାଯାଇ ସାମ୍ପଲ୍‌ ନିଆଯିବ। ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ୍‌ ନିଆଯିବ। ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ।  ସେହିପରି ସ୍ବାସ୍ଥ୍ୟ କର୍ମୀ, ପୋଲିସ୍‌, କର୍ମଚାରୀଙ୍କ ସାମ୍ପଲ୍‌ ଟେଷ୍ଟ ମଧ୍ୟ କରାଯିବା। ଭୁବନେଶ୍ବରରେ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର କ୍ୟାମ୍ପ୍‌ କରାଯିବ। ଉଭୟ…

Read More

ପୁରୀ : ଲକ୍ ଡାଉନ୍‌ ପାଇଁ ଆର୍ଥିକ ସ୍ଥିତି ବିଗିଡି ଥିବାରୁ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଆର୍ଥିକ ସହାୟତା । ପ୍ରତି ସେବାୟତ ପରିବାରକୁ ମିଳିବ 5 ହଜାରଟଙ୍କା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା । ସେବାୟତ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର୍‌ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି । ଲକ୍‌ ଡାଉନ୍‌ ଯୋଗୁଁ ଶ୍ରୀମନ୍ଦିରକୁ ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଭକ୍ତମାନେ ମନ୍ଦିର ଆସୁନଥିବାରୁ ଏହାର ସିଧା ପ୍ରଭାବ ସେବାୟତଙ୍କ ଉପରେ ପଡିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କୁ ସାହାଯ୍ୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।

Read More

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ଗୁଟ୍‌ଖା ଓ ପାନ୍‌ ଛେପ ପକାଇଲେ ନିସ୍ତାର ନାହିଁ। ଏନଡିଏମସି ଏନେଇ ଏକ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଛେପ ପକାଇଲେ 2000 ଟଙ୍କାର ତଣ୍ଡ ଗଣିବାକୁ ପଡିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ନିକଟରେ ମଧ୍ୟ ଛେପ ପକାଇବା ବାରଣ କରିବା ସହ ଏନେଇ ଜରିମାନା ଆଦାୟ କରିବା ନେଇ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ। ନୂତନ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନିକ ସ୍ଥାନରେ ଛେପ ପକାଇଲେ ଏହା ଦଣ୍ଡନୀୟ ଅପରାଧ ରୂପେ ବିବେଚନା ହେବ। ଏହା ପରେ ଦିଲ୍ଲୀରେ ଏହାକୁ ନେଇ ନିୟମକୁ ବେଶ କଡାକଡି କରାଯାଇଛି। ଗତ ବର୍ଷ ମଧ୍ୟ ଦିଲ୍ଲୀର ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ସିଭିକ୍‌ ଓ୍ବାର୍ଡେନ୍‌ଙ୍କୁ ନିୟୋଜିତ କରାଯାଇଥିଲା। ଯାହା ଦ୍ବାରା ଲୋକମାନେ ଯେପରି ଅପରିଷ୍କାର ନ କରନ୍ତି ଏବଂ ସର୍ବସାଧାରଣ ସ୍ଥାନରେ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ 53ଟି ଦେଶରେ ମୋଟ୍‌ 3,336ଜଣ ଭାରତୀୟ ସଂକ୍ରମିତ ହୋଇଥିବାବେଳେ ବିଦେଶରେ 25ଜଣ ଭାରତୀୟ ମୃତ୍ୟୁ ହୋଇଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସଂଯମ ରଖିବାକୁ  କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ବଦେଶ ଅଣାଯାଉନାହିଁ । ସେହିପରି ଭାରତରେ 55ଟି ଦେଶରେ ବାଣିଜ୍ୟିକ ଆଧାରରେ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲରୋକୁଇନ୍‌ ଯୋଗାଇ ଦେବାର ନିଷ୍ପତ୍ତି ନେଇଛି । ସେହିପରି ବିଦେଶରୁ ମେଡ଼ିକାଲ ଉପକରଣ ମଗାଇଛି । ଭାରତ ଦକ୍ଷିଣ କୋରିଆ ଓ ଚୀନ୍‌ରୁ କୋଭିଡ-19 ଯାଞ୍ଚ କିଟ୍‌ ଆଣିଥିବାବେଳେ କରୋନା ମହାମାରୀ ସହ ଲଢେଇବ ପାଇଁ ଅନ୍ୟାନ୍ୟ ମେଡିକାଲ ଉପକରଣ ଜର୍ମାନୀ, ଆମେରିକା, ବ୍ରିଟେନ୍‌, ମାଲେସିଆ, ଜାପାନ ଓ ଫ୍ରାନ୍ସଆଦି ଦେଶରୁ ଆଣିବା ନେଇ ବିଚାର କରୁଛି । ବିଶ୍ବରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ବରେ 21…

Read More

ନୂଆଦିଲ୍ଲୀ : କରୋନା ସଂକଟ ଓ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଆଜି ଆରବିଆଇ ରେପୋ ରେଟ୍‌କୁ ହ୍ରାସ କରିଛନ୍ତି। 0.25 ବେସ ପଏଣ୍ଟ ହ୍ରାସ କରିବା ପରେ ରେପୋ ରେଟ୍ 4%ରୁ ହ୍ରାସ ପାଇ 3.75%ରେ ପହଞ୍ଚିଛି। ଏହି ରେପୋ ରେଟ୍‌ ହ୍ରାସ ପରେ ବ୍ୟାଙ୍କଗୁଡିକ ଫାଇଦା ମିଳିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ  କରୋନା ଯୋଦ୍ଧାକୁ ପ୍ରଶଂସା କରିବା ସହିତ କରୋନା ସହ ଲଢେଇ ପାଇଁ ପୂରା ଚେଷ୍ଟା ଚାଲିଛି ବୋଲି କହିଛନ୍ତି । ବିଶ୍ବରେ ବଡ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା କରିଛନ୍ତି ଆରବିଆଇ ଗଭର୍ଣ୍ଣର। ବିଶ୍ବରେ 9 ଟ୍ରିଲିୟନ୍‌ ଡଲାର କ୍ଷତି ହେବାର ଆଶଙ୍କା କରାଯାଉଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ତେବେ ବାକି ଦେଶ ଅପେକ୍ଷା ଭାରତର ଆର୍ଥିକ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି। ଜି-20 ଦେଶମାନଙ୍କ ଭିତରେ ଭାରତର ଅବସ୍ଥା ଭଲ…

Read More

କର୍ଣ୍ଣାଟକ : କରୋନା ଭାଇରସ୍‌ ସଂକଟ ସମୟରେ ଦେଶରେ ଜାରି ରହିଛି ଲକ୍ ଡାଉନ୍‌ । ଏହା ମଧ୍ୟରେ ଆଜି ବିବାହ କରୁଛନ୍ତି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର୍‌ (ଜେଡିଏସ୍‌)ର ନେତା ଏଚ୍‌ଡି କୁମାରୀସ୍ବାମୀଙ୍କ ପୁତ୍ର ନିଖିଲ କୁମାରସ୍ବାମୀ । ନିଖିଲ କଂଗ୍ରେସର ପୂର୍ବ ଆବାସ ମନ୍ତ୍ରୀ ଏମ୍ କୃଷ୍ଣପ୍ପାଙ୍କ ଝିଆରୀ ରେବତୀଙ୍କ ସହ ବିବାହ କରୁଛନ୍ତି । ନିଖିଲ୍‌ ରାଜନୀତିରେ ସକ୍ରିୟ ଥିବା ସହ କେତୋଟି କନ୍ନଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଲକ୍‌ ଡାଉନ୍‌ ଯୋଗୁଁ ସାମାଜିକ ସମାବେଶ, ଧାର୍ମିକ କାର୍ଯ୍ୟକ୍ରମ ଆଦିକୁ ବାରଣ କରାଯାଇଥିବାବେଳେ ନିଖିଲ୍‌ ଓ ରେବତୀଙ୍କ ବିବାହ କିଛି ପରିବାର ସଦସ୍ୟଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ରାମନଗର ନିକଟସ୍ଥ 95 ଏକର ଏକ ଜମିରେ ବିଭାଘର ହେବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିବାବେଳେ ଲକ୍‌ଡାଉନ୍‌ ଦେଖି ଏଥିରେ ପରିବର୍ତ୍ତନ କରାଯାଇଛି। ସୀମିତ ଲୋକଙ୍କ ମଧ୍ୟରେ ବିବାହ ହେବ…

Read More

ନୂଆଦିଲ୍ଲୀ, ସାରା ପୃଥିବୀକୁ କରୋନା ବର୍ତ୍ତମାନ ଅସ୍ତବ୍ୟସ୍ତ କରିଦେଇଛି। ଫଳରେ ଅନେକ ସ୍ଥାନରେ ଅନେକ କଥା ବଦଳିବାରେ ମଧ୍ୟ ଲାଗିଛି। ପୁରା ପୃଥିବୀର ଆଇନି କାନୁନକୁ ମଧ୍ୟ ବଦଳାଇ ଦେଇଛି ଏହି ମହାମାରୀ। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ସବୁ ଯାନିଯାତ୍ରା, ଯାତାୟାତ ସବୁ ଠପ ହୋଇଯାଇଛି। ଏପରିକି ବଡବଡ ଧର୍ମକର୍ମ ମଧ୍ୟ ଏହି ମହାମାରୀ ଯୋଗୁଁ କେଉଁଠି ବନ୍ଦ ତ କେଉଁଠି ପରିବର୍ତ୍ତନ କରାଯାଇଛି। ଏହିପରି ପରିସ୍ଥିତି ଭିତରେ ନୂଆଦିଲ୍ଲୀରୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ତାହା ହେଲା ଗତକାଲି ନୂଆଦିଲ୍ଲୀର ଜଣେ ମହିଳା କୋଭିଡ ଆକ୍ରାନ୍ତ ଯୋଗୁଁ ମୃତ୍ୟୁବରଣ କରିଥିଲେ। ହେଲେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ କିଛି କଟକଣା ଥିବାରୁ ସେହି ଅନୁସାରେ ସେହି ମହିଳାଙ୍କ ଶବ ସତ୍କାର କରାଯାଇଥିଲା। ଶବକୁ କବର ଦେବା ପାଇଁ ତାଙ୍କ ପରିବାର ଲୋକେ ଦଉଡିର ସହାୟତା ନେଇଥିଲେ। ଶବ ର…

Read More

ଭୁବନେଶ୍ବର : ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ସବୁ କରୋନା ଟେଷ୍ଟ ନେଗେଟିଭ୍‌ ବୋଲି ଜଣାପଡିଛି । କାଲି ସମୁଦାୟ 843ଟି ସାମ୍ପଲ୍‌ ଟେଷ୍ଟ ହୋଇଥିବାର ସୂଚନା ରହିଥିଲା। ଏପର୍ଯ୍ୟନ୍ତ ରାଜ୍ୟରେ 7577 ସାମ୍ପଲ୍‌ ଟେଷ୍ଟ ହୋଇଛି । ଏହି 7577 ସାମ୍ପଲ୍‌ରୁ 7517ଟି ନେଗେଟିଭ୍‌ ରହିଥିବାବେଳେ 60ଟି ପଜିଟିଭ୍‌ ରହିଛି । 60 ପଜିଟିଭ୍‌ ମଧ୍ୟରୁ 40 ଜଣ ଚିକିତ୍ସାଧୀନ ରହିଥିବାବେଳେ 19ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଯୋଗୁଁ ଜଣକର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ ତରଫରୁ ଏନେଇ ସୂଚନା ଜାରି କରାଯାଇଛି ।

Read More

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13387ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା 437ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 23 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 437କୁ ବୃଦ୍ଧି ହୋଇଥିବାବେଳେ ସବୁଠାରୁ ଅଧିକ ମହାରାଷ୍ଟ୍ରରେ ହିଁ ହୋଇଛି । ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 194ରେ ପହଞ୍ଚିଛି । ସେହିପରି ଏହା ପଛକୁ ରହିଛି ମଧ୍ୟପ୍ରଦେଶ । ଏଠାରେ 53 ଜଣ, ଗୁଜୁରାଟରେ 36ଜଣ, ଦିଲ୍ଲୀରେ 38 ଜଣ, ତେଲେଙ୍ଗାନାରେ 18ଜଣ, ତାମିଲନାଡୁରେ 15 ଜଣ, ଆନ୍ଧ୍ରପ୍ରଦେଶରେ 14 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପଞ୍ଜାବ, ଉତ୍ତରପ୍ରଦେଶରେ 13-13 ଜଣ, ପଶ୍ଚିମବଙ୍ଗରେ 10ଜଣଙ୍କର ମୃତ୍ୟୁ ହୋଇଛି । ଜମ୍ମୁକାଶ୍ମୀରରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…

Read More

ପରଭଣୀ: ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରେ ଗୁରୁବାର ଦିନ କରୋନା ଜନିତ ପ୍ରଥମ ମାମଲା ସାମ୍ନାକୁ ଆସିଛି । ପୁଣେରୁ ଚାଲିଚାଲି ପରଭଣୀକୁ ଆସିଥିବା ଜଣେ ଯୁବକଙ୍କ ନିକଟରେ କରୋନା ପଜିଟଭ୍‌ ମିଳିଛି । ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ପୁଣେରୁ ଚାଲି ଚାଲି ନିଜ ଘର ପରଭଣୀର ପହଞ୍ଚିଥିବା 21ବର୍ଷୀୟ ଯୁବକଙ୍କ ଠାରେ କୋଭିଡ-19  ପଜିଟିଭ୍‌ ମିଳିଛି । ପ୍ରାୟ 350 କିଲୋମିଟର ଚାଲି ଚାଲି ପରଭଣୀରେ ପହଞ୍ଚିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ପରଭଣୀର ସିଭିଲ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବାବେଳେ ତାଙ୍କ ସମ୍ପର୍କରେ ଆସିଥିବା ଆଠରୁ ନଅ ଜଣଙ୍କୁ ଖୋଜା ଯାଉଛି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 12759ରେ ପହଞ୍ଚିଥିବାବେଳେ 420 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି 1514 ଜଣ ଏଥିରୁ ସୁସ୍ଥ ହୋଇଛନ୍ତି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ…

Read More

ବ୍ରାଜିଲ୍‌ : ବିଶ୍ବ ମହାମାରୀ କରୋନା ଯୋଗୁଁ ରାଷ୍ଟ୍ରଗୁଡିକ ଆର୍ଥିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ବ୍ରାଜିଲ୍‌ରେ କରୋନା ନେଇ ଉଭୟ ରାଷ୍ଟ୍ରପତି ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ଅର୍ଥକୁ ନେଇ ଜାରିରହିଥିବା ମତଭେଦ ଉଗ୍ର ରୂପ ଧାରଣ କରିଛି । ବ୍ରାଜିଲ୍‌ର ରାଷ୍ଟ୍ରପତି ଜାୟରା ବୋଲସୋନାରୋ ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ଦୁହିଁଙ୍କ ମଧ୍ୟରେ କରୋନା ସହ ଲଢିବାକୁ ନେଇ ମତଭେଦ ଚାଲିଥିଲା । ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ଲୁଇଜ୍‌ ହେନେରିକ୍‌ ମେଣ୍ଡେଟା ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ମତଭେଦ ଏବେ ସାମ୍ନାକୁ ଆସିଛି । ବ୍ରାଜିଲ୍‌ର ସ୍ବାସ୍ଥ୍ୟମନ୍ତ୍ରୀ ଲଗାତାର ସୋସିଆଲ ଡିଷ୍ଟାନ୍ସିଂ ଓ ଆଇସୋଲେସନ୍‌  ସପକ୍ଷରେ ଯୁକ୍ତି ବାଢୁଥିବାବେଳେ ରାଷ୍ଟ୍ରପତି ବ୍ରାଜିଲ୍‌ର ଅର୍ଥବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ମହତ୍ତ୍ବପୂର୍ଣ୍ଣ ବୋଲି କହୁଛନ୍ତି । ଦୁହିଁଙ୍କ ମଧ୍ୟରେ କରୋନାକୁ ନେଇ ମତଭେଦ ଚାଲିଥିବା ଯୋଗୁଁ ରାଷ୍ଟପତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି । ତାଙ୍କ ସ୍ଥାନରେ ନେଲେସନ୍‌ ଟିଚ୍‌ଙ୍କୁ ନୂତନ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ…

Read More

ନ୍ୟୁୟର୍କ : ସାରା ଦେଶରେ କରୋନା କାୟା । ବିଶ୍ବର ବହୁ ଶକ୍ତିଶାଳୀ ରାଷ୍ଟ୍ର ଆଜି କରୋନା ମାଡରେ ଧରାଶାୟୀ ହେବାକୁ ଲାଗିଲେଣି । କରୋନାର ଭୟାବହତାରୁ ରକ୍ଷା ପାଇଁ ଅନେକ ରାଷ୍ଟ୍ର ଲକ୍ ଡାଉନ୍‌କୁ ମାନି ନେଇଛନ୍ତି ।  ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଆମେରିକା ଗତକାଲି ନ୍ୟୁୟର୍କଠାରେ ଆସନ୍ତା ମେ 15 ପର୍ଯ୍ୟନ୍ତ ଲକଡାଉନ୍‌ବକୁ ବଢାଇଦେଇଛି । ଏନେଇ ନ୍ୟୁୟର୍କର ଗଭର୍ନର୍‌ ସୂଚନା ଦେଇଛନ୍ତି । ପୂର୍ବରୁ ଏଠାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଆମେରିକାର ନ୍ୟୁୟର୍କ ସହର ଏବେ କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି । ଆମେରିକା ବ୍ୟତୀତ ବ୍ରିଟେନ୍‌ ମଧ୍ୟ ଦେଶରେ ଲକ୍‌ଡାଉନର ଅବଧିକୁ 3 ସପ୍ତାହ ପାଇଁ ବୃଦ୍ଧି କରାଇଛି । ବିଟ୍ରେନ୍‌ର ବିଦେଶ ସଚିବ ଡମିନିକ୍‌ ରାଓ୍ବ ଡାଉନିଂ ଷ୍ଟ୍ରିଟ୍‌ ଠାରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନାରେ ସଂକ୍ରମିତ ହୋଇଥିଲେ । ସେ…

Read More

ଉତ୍ତରପ୍ରଦେଶ : କରୋନା ସଂକଟ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ବଡ ପଦକ୍ଷେପ ଉଠାଇଛନ୍ତି। ପ୍ରଦେଶର ସରକାର ଆବଶ୍ୟକ ସେବାଗୁଡିକ ସହିତ 11 ଟି ଶିଳ୍ପକୁ ସସର୍ତ୍ତ ଚଳାଇବା ପାଇଁ ଅନୁମତି ଦେଇଛନ୍ତି । ସେହି ଶିଳ୍ପୋଦ୍ୟୋଗଗୁଡିକ ମଧ୍ୟରେ ରହିଛି ଷ୍ଟିଲ୍‌, ରିଫାଇନାରୀ, ସିମେଣ୍ଟ, ରସାୟନ, ଉର୍ବରକ, ବସ୍ତ୍ର ଶିଳ୍ପ (କେବଳ ପରିଧାନକୁ ଛାଡି) ପେପର୍‌, ଟାୟର୍‌, ଚିନି ମିଲ୍‌କୁ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ସାଧାରଣ ପ୍ରଭାବଶାଳୀ ଚିକିତ୍ସା କାରଖାନାକୁ ମଧ୍ୟ ଅନୁମତି ମିଳିଛି । ପ୍ରଥମ ପର୍ଯ୍ୟାୟରେ 50 ପ୍ରତିଶତ ଶ୍ରମିକ ସହିତ ୟୁନିଟ୍‌ ଚଳାଇବାକୁ ଅନୁମତି ଦିଆଯାଇଛି । ସେହିପରି ହଟସ୍ପଟ୍‌ ଅଞ୍ଚଳରେ ୟୁନିଟ୍‌ ଚଳାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ସେହିପରି ଶିଳ୍ପଉଦ୍ୟୋଗଗୁଡିକୁ ଗାଇଡ୍‌ଲାଇନ ଅନୁସାରେ ସାନିଟାଇଜେସନ୍‌ କରାଯିବ । ଶ୍ରମିକଙ୍କୁ ଥର୍ମାଲ୍‌ ସ୍କ୍ରିନିଂ କରାଯିବ । ୟୁନିଟ୍‌ ଗୁଡିକରେ ସାନିଟାଇଜର୍‌, ମାସ୍କ ଓ ପାଣିର ପୂରା ବନ୍ଦୋବସ୍ତ କରିବାକୁ…

Read More

ନୂଆଦିଲ୍ଲୀ: ବିଶ୍ବର 210ଟି ରାଷ୍ଟ୍ରରେ କରୋନା ବ୍ୟାପିଥିବାବେଳେ ସାରା ବିଶ୍ବରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 21,82,197ରେ ପହଞ୍ଚିଛି । ସେହିପରି କରୋନା ଜନିତମୃତ୍ୟୁ ସଂଖ୍ୟା 145,521 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 547,295 ଜଣ । ସର୍ବାଧିକ ପ୍ରଭାବିତ ଆମେରିକାରେ 34 ହଜାର 617 ଜଣଙ୍କ ମୁଣ୍ଡ ଗଡ଼ିଲାଣି। ଆମେରିକାରେ 6ଲକ୍ଷ 77 ହଜାର 570 ଲୋକ କୋଭିଡ୍ 19ରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି ଇଟାଲୀରେ। ଏଠାରେ 22 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 1ଲକ୍ଷ 84 ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ସ୍ପେନରେ 1 ଲକ୍ଷ 84 ହଜାର 948ଜଣ ଲୋକ ଆକ୍ରାନ୍ତ ହୋଇଥିବାବେଳେ 19 ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା। ସେହିପରି ଫ୍ରାନ୍ସରେ  ଏକ ଲକ୍ଷ 65 ହଜାର 27ଜଣ ସଂକ୍ରମିତ ହୋଇଥିବାବେଳେ 17 ହଜାର 920 ଜଣ ମୃତ୍ୟୁ…

Read More

କେଦାର ମିଶ୍ର ଭାରତରେ କରୋନା ପରୀକ୍ଷାର ହାର ଯଥେଷ୍ଟ କମ, ତେଣୁ ସଙ୍କ୍ରମିତଙ୍କ ସଂଖ୍ୟା ବି କମ। ଏ ପଟେ ହାତରୁ ସମୟ ଖସି ଯାଉଛି। ଭାରତରେ ଲକ ଡାଉନ ୨୪ ଦିନରେ ପହଞ୍ଚିଲାଣି। ବିଭିନ୍ନ ରାଜ୍ୟରେ ଏହା ମାସେରୁ ଅଧିକ ହେଲାଣି। ହୁଏତ ଆମେରିକା ଭଳି ଆମର ଆକ୍ରାନ୍ତଙ୍କ ସଂଖ୍ୟା ବଢୁନାହିଁ। ହେଲେ ସତରେ ଏହା ବଢୁ ନାହିଁ, ନା ଆମର ପରୀକ୍ଷା କମ! ଏ ପ୍ରଶ୍ନ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧରନ୍ତୁ, ଆମେରିକାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଢେର ଅଧିକ। ସେଠାରେ ବର୍ତ୍ତମାନ ୬ ଲକ୍ଷ ୪୮ ହଜାର ଆକ୍ରାନ୍ତ ଓ ସେମାନଙ୍କ ମଧ୍ୟରୁ ୨୯ ହଜାର ମୃତ। ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ୪.୪୩%। ଭାରତରେ ଆକ୍ରାନ୍ତ ଓ ମୃତଙ୍କ ଅନୁପାତ ପ୍ରାୟ ଆମେରିକା ସହ ସମାନ। ଭାରତରେ କରୋନା ଜନିତ ମୃତ୍ୟୁ ହାର ଆକ୍ରାନ୍ତଙ୍କ ତୁଳନାରେ ୩.୩୪%। ଏହା କିଛି ଗୋଟେ ଉତ୍ସାହଜନକ ସଂଖ୍ୟା…

Read More