Author: Samikhsya Bureau

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆମେରିକା, ବ୍ରିଟେନ୍‌, ଇଟାଲୀ ପରି ସମ୍ଭ୍ରାନ୍ତ ଦେଶଗୁଡିକ ଏବେ କରୋନା ମହାମାରୀରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ଏହି କରୋନା ସହ ଯୁଦ୍ଧରେ ବ୍ରିଟେନ୍‌ର ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି । 106 ବର୍ଷୀୟା ଏହି ବୃଦ୍ଧାଜଣକ କରୋନାକୁ ମାତ୍‌ ଦେବାରେ ସକ୍ଷମ ହୋଇଛନ୍ତି । ଦୁଇ ଦୁଇଥର ବିଶ୍ବଯୁଦ୍ଧ ଦେଖିଥିବା ଏହି ମହିଳା ଜଣକ କରୋନା ଯୁଦ୍ଧରେ ମଧ୍ୟ ବିଜୟୀ ହୋଇଛନ୍ତି । ବ୍ରିଟେନ୍‌ରେ କରୋନାକୁ ଜିତିଥିବା ଅଧିକ ବୟସ୍କ ମହିଳା ଭାବେ ଏହି ମହିଳା ଜଣକ ତିନି  ସପ୍ତାହ ଧରି ହସ୍ପିଟାଲରେ ରହିଥିଲେ । କିନ୍ତୁ ମୃତ୍ୟୁ ଓ ଜୀବନର ଲଢେଇ ଭିତରେ ମହିଳାଜଣକ ଜିତିଛନ୍ତି । ମହିଳାଙ୍କ ନାମ ହେଉଛି କୋନି ଟିଚେନ୍‌ । ଟିଚେନ୍‌ 1913 ମସିହାରେ ଜନ୍ମ ହୋଇଥିଲେ । ଗତ ମାସ ତାଙ୍କ ଦେହ ବହୁତ ଖରାପ…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଅଣାୟତ୍ତ ରହିଥିବାବେଳେ ଭାରତରେ ମଧ୍ୟ କାୟା ବିସ୍ତାର କରି ଚାଲିଛି । ଏଯାବତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 414କୁ ବୃଦ୍ଧି ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଖ୍ୟା 12 ହଜାର 380 ରହିଥିବାବେଳେ ଚିକିତ୍ସାଧୀନରେ ଅଛନ୍ତି 10,477 । ସେହିପରି ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି 1489ଜଣ । ମହାରାଷ୍ଟ୍ରରେ ସର୍ବାଧିକ 187ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 53ଜଣ, ଗୁଜୁରାଟରେ 33, ଦିଲ୍ଲୀରେ 32, ତେଲେଙ୍ଗାନାରେ 18, ଆନ୍ଧ୍ର ଓ ତାମିଲନାଡୁରେ 14 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ : ଚୀନରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିଛି। ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ଆଜି ଏହି ଭାଇରସ ପାଇଁ ଭୀତତ୍ରସ୍ତ । ଗତ ଚବିଶ ଘଣ୍ଟାରେ ଆମେରିକାରେ ପ୍ରାୟ 2500 ଲୋକ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଦେଶରେ ମୃତ୍ୟୁସଂଖ୍ୟା  28 ହଜାର 529ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 6,44,089 ଛୁଇଁଛି । କରୋନା ଯୋଗୁ ଆମେରିକାର ନ୍ୟୁୟର୍କ ସିଟି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ 786 ଜଣ ପ୍ରାଣ ହରାଇଛନ୍ତି।  ନ୍ୟୁୟର୍କ ପରେ ନ୍ୟୁର୍ଜସି, ମିଚଗାନ୍‌, କାଲିଫର୍ଣ୍ଣିଆ, ଫ୍ଲୋରିଡା, ଲୋଉସିଆନ୍‌, ଟେକ୍ସାସ, ଜର୍ଜିଆ, ଓ୍ବାଶିଂଟନ୍‌ ଓ ଇଣ୍ଡିଆନା ଭଳି ସ୍ଥାନରେ ମଧ୍ୟ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ସେହିପରି ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ 34 ହଜାର 615ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2,083,304 ରହିଛି…

Read More

କେଦାର ମିଶ୍ର କରୋନା ଭୂତାଣୁକୁ ନେଇ ସମସ୍ତଙ୍କର ଭୟ ସ୍ଵାଭାବିକ। ହେଲେ ସେଇ ଭୟକୁ ବେଖାତିର କରି ହଜାର ହଜାର ଶ୍ରମିକ  ରାସ୍ତାକୁ ଓହ୍ଳାଉଛନ୍ତି କାହିଁକି? ଦିଲ୍ଲୀ, ମୁମ୍ବାଇ, ସୁରତ ଭଳି ସହରରେ ଏହି ଶ୍ରମିକମାନଙ୍କର ଭିଡ ଆମେ ବିଭିନ୍ନ ସମୟରେ ଦେଖୁଛୁ। ସେମାନେ ମହାନଗର ଗୁଡିକରେ ଛେଉଣ୍ଡ ହେଉ ପଡି ରହିବା ଅପେକ୍ଷା ନିଜ ଗାଁ କୁ ଫେରିଯିବା ପାଇଁ ବ୍ୟାକୁଳ। ସେମାନେ ସରକରାଇ କଟକଣା ଓ ଲକ ଡାଉନ ସମୟରେ ପୋଲିସ ଲାଠିକୁ ବେଖାତିର କରି ଘରକୁ ଫେରିବାକୁ ଚାହିଁବା ପଛରେ କଣ କାରଣ ରହିଛି? ମାର୍ଚ୍ଚ ୨୪ ରୁ ମଇ ୩, ଦୀର୍ଘ ଚାଳିଶ ଦିନ ଧରି ବିନା ଜୀବିକାରେ ଜୀବନ ନିର୍ବାହ କରିବାର ଦୁଃଖ ବିଷୟରେ ଭାରତ ସରକାର ବୋଧହୁଏ ବିଲକୁଲ ଅବଗତ ନୁହନ୍ତି। କରୋନା ସଂକ୍ରମଣ ରୋକିବାକୁ ଲକ ଡାଉନ କୁ ଏକମାତ୍ର ଉପାୟ ବୋଲି ବିବେଚନା କରୁଥିବା ଭାରତ ସରକାରଙ୍କ ରାଜନୀତିରେ, ଏହି…

Read More

(ସମୀକ୍ଷା ବ୍ୟୁରୋ) ଆଜି ଓଡିଶା ପାଇଁ ଆଶ୍ବସ୍ତିର ଖବର। ଆଜି ରାଜ୍ୟରେ ସର୍ବାଧିକ ୧୧୯୭ ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସବୁ ରିପୋର୍ଟ ନେଗେଟିଭ ଆସିଛି। ଅର୍ଥାତ ଆଜି ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଏହା ସହିତ ସୁନ୍ଦରଗଡର ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ୬୦ ଜଣ ଆକ୍ରାନ୍ତ ରହିଥିବା ବେଳେ ୧୯ ଜଣ ଆରୋଗ୍ୟ ଲାଭ କଲେଣି। ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ୪୦ ଜଣଙ୍କର ଚିକିତ୍ସା ଅବ୍ୟାହତ ରହିଛି।

Read More

ଭୁବନେଶ୍ବର : ଲକଡାଉନ୍‌ ସମୟରେ ହ୍ବାଟସ୍‌ଆପରେ ପାଠ ପଢିବେ ଛାତ୍ରଛାତ୍ରୀ ।ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲରେ ଆରମ୍ଭ ହେଲା ଶିକ୍ଷା ସଂଯୋଗ ଯୋଜନା ।  ଖୋର୍ଦ୍ଧାର 10ଟି ବ୍ଲକ୍‌ ଓ ବିଏମ୍‌ସି ଅଞ୍ଚଳ ପାଇଁ ଶିକ୍ଷା ସଂଯୋଗ ଯୋଜନା ଆରମ୍ଭ କରାଯାଇଛି । ଏନେଇ ସବୁ ବିଇଓ ଓ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ସବୁ ଶ୍ରେଣୀ ଲାଗି ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 19ରୁ ଜୁନ୍‌ 20 ଯାଏଁ 9ଟି ପର୍ଯ୍ୟାୟରେ ପାଠ ପଢାଯିବ । ଲକ୍ ଡାଉନ୍‌ ପାଇଁ ବିଦ୍ୟାଳୟଗୁଡିକ ମାର୍ଚ୍ଚ 14ରୁ ଏପ୍ରିଲ୍‌ 31 ଯାଏଁ ବନ୍ଦ କରାଯାଇଥିବାବେଳେ ପୁନର୍ବାର ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ପରିସ୍ଥିତିକୁ ଲକ୍ ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ସହ ଜୁନ୍‌ 17 ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାର ଘୋଷଣା କରିଛନ୍ତି । ଲକ୍‌ଡାଉନ୍‌ ପାଇଁ ପ୍ରଥମରୁ ନବମ ଶ୍ରେଣୀ…

Read More

ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ମହାକାଳପଡ଼ା ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ସଭ୍ୟମାନେ ମିଳିତ ଭାବେ ୧ଲକ୍ଷ ୨୧ହଜାର ୧୧୧ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଲକଡାଉନ ସମୟରେ ରୋଜଗାର ନ ଥିବା ସତ୍ତ୍ବେ ଜରୁରୀକାଳୀନ ପରିସ୍ଥିତିରେ ନିଜ ନିଜର ପକେଟ ଖର୍ଚ୍ଚ କାଟି ଦୁର୍ଦ୍ଦିନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହାୟତାର ହାତବଢ।ଇଛନ୍ତି । ଆଜି ପୂର୍ବାହ୍ନରେ ବିଜୁ ଜନତା ଦଳର ସଭ୍ୟ ମାନେ ସଂଗୃହୀତ ଅର୍ଥରାଶିକୁ ମହାକାଳପଡ଼ା ବିଡିଓ ଦେବାଶିଷ ରାଉତଙ୍କ ଜରିଆରେ କୋଭିଡ-୧୯ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍‌କୁ ଚେକ ଆକାରରେ ପ୍ରଦାନ କରିଛନ୍ତି। ଚେକ ପ୍ରଦାନ ସମୟରେ ମହାକାଳପଡ଼ା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ତଥା ଦାୟିତ୍ଵ ନ୍ୟସ୍ତ ସରପଞ୍ଚ ଅଭିଳାଷ ଦାସ,ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ପାଳ, ଦଳର ପଞ୍ଚାୟତ ସଭାପତି ଆଇନଜୀବି  ଭରତ ଚନ୍ଦ୍ର ଦାସ, ସମାଜ ସେବୀ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିନୋଟି ଜୋନ୍‌ କରିଛନ୍ତି । ଏଥିରେ ରେଡ୍‌ ଜୋନ୍‌, ଅରେଞ୍ଜ ଜୋନ୍‌ ଓ ଗ୍ରୀନ୍‌ ଜୋନ୍‌ ସାମିଲ୍‌ ରହିଛନ୍ତି । ରେଡ୍‌ ଜୋନ୍‌ରେ 170ଟି ହଟସ୍ପଟ୍‌ ରହିଛି । ସେହିପରି 47ଟି ଜିଲ୍ଲାରେ 47 ଜିଲ୍ଲା ସାମିଲ୍‌ ରହିଛି । ରେଡ୍‌ ଜୋନ୍‌ ଅରେଞ୍ଜ ଜୋନ୍‌ରେ ବଦଳି ପାରିବ । ଯଦି 14 ଦିନ ଭିତରେ ଏହି ଅଞ୍ଚଳରେ କୌଣସି ନୂତନ କେସ୍‌ ଆସିବ ନାହିଁ ତେବେ ତାହା ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହେବ । ସେହିପରି ଅରେଞ୍ଜ ଜୋନ୍‌ଗୁଡିକ ଗ୍ରୀନ୍‌ ଜୋନ୍‌କୁ ପରିବର୍ତ୍ତନ ହେବ, ଯଦି ସେଠାରେ 14 ଦିନ ପର୍ଯ୍ୟନ୍ତ ସେଠାରେ କୌଣସି ନୂତନ ମାମଲା ଆସିବ ନାହିଁ । ସେହିପରି ରେଡ୍‌ ଜୋନ୍‌ରେ ଯଦି 28 ଦିନ ଭିତରେ କରୋନା ଭାଇରସର କୌଣସି ନୂତନ ମାମଲା ଆସିବ ନାହିଁ ତେବେ ତାହା ମଧ୍ୟ ଗ୍ରୀନ୍‌ ଜୋନ୍‌କୁ ଆସିପାରିବ…

Read More

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ 170ଟି ହଟ୍‌ସ୍ପଟ୍‌ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି । ଦେଶର 170 ହଟ୍‌ସ୍ପଟ୍‌ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା। ଓଡ଼ିଶାର ଏକମାତ୍ର ଜିଲ୍ଲା ଖୋର୍ଦ୍ଧା ହଟସ୍ପଟ୍‌ ଜିଲ୍ଲା ଭାବେ ଚିହ୍ନଟ ହୋଇଛି । କ୍ଲଷ୍ଟର ଥିବା ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଭଦ୍ରକ । ସେହିପରି ଅଣ ହଟ୍‌ସଟ୍‌ ତାଲିକାରେ ଓଡ଼ିଶାର 7ଟି ଜିଲ୍ଲା ରହିଛି । ସେହି ଜିଲ୍ଲାଗୁଡିକ ହେଲା କଟକ ଢେଙ୍କାନାଳ, ଯାଜପୁର କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡ। କରୋନା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିନୋଟି ଜୋନ୍‌ କରିଚନ୍ତି । ଏଥିରେ ରେଡ୍‌ ଜୋନ୍‌, ଅରେଞ୍ଜ ଜୋନ୍‌ ଓ ଗ୍ରୀନ୍‌ ଜୋନ୍‌ ସାମିଲ୍‌ ରହିଛନ୍ତି । ରେଡ୍‌ ଜୋନ୍‌ରେ 170ଟି ହଟସ୍ପଟ୍‌ ରହିଛି । ସେହିପରି 47ଟି ଜିଲ୍ଲାରେ 47 ଜିଲ୍ଲା ସାମିଲ୍‌ ରହିଛି ।

Read More

ଭୁବନେଶ୍ବର : ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ପରିବର୍ତ୍ତନ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି । ଦଶମ ଶ୍ରେଣୀ ପୁସ୍ତକରେ ବିଶେଷ ଭାବେ ପରିବର୍ତ୍ତନ ହେଉନି ବୋଲି କହିଛନ୍ତି ମନ୍ତ୍ରୀ । ବୋର୍ଡ ଅନୁସାରେ କିଛି ପୁସ୍ତକର କିଛି ବିଷୟ ପରିବର୍ତ୍ତନ ହେବ। ବହି ବଦଳିବାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଯଥା ଚିନ୍ତା ନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ଗତକାଲି ଦଶମ ଶ୍ରେଣୀ ବହି ବଦଳିବ ବୋଲି ବୋର୍ଡ ତରଫରୁ ସୂଚନା ଜାରି କରାଯାଇଥିଲା। ମୋଟ 14ଟି ବିଷୟରୁ 8ଟି ବିଷୟ ବଦଳିବ ବୋଲି କୁହାଯାଇଥିବାବେଳେ । ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଥିଲା । ତେବେ ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବା ପରେ ମନ୍ତ୍ରୀ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ରାଜ୍ୟରେ…

Read More

ଭୁବନେଶ୍ବର : ଦେଶରେ କରୋନା ପାଇଁ ଲକ୍‌ ଡାଉନ୍‌ ଜାରି ହୋଇଥିବାବେଳେ ଘରୋଇ ହିଂସା ମଧ୍ୟ ବୃଦ୍ଧି ପାଇଛି । ତେବେ ଏନେଇ ହ୍ବାଟସ୍‌ଆପ୍‌ ନମ୍ବରରେ ମଧ୍ୟ ଅଭିଯୋଗ କରିହେବ ।  ଘରୋଇ ହିଂସାକୁ ନେଇ ରାଜ୍ୟରେ ଏନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଲକ ଡାଉନ୍‌ ଅବଧି ମଧ୍ୟରେ ଘରୋଇ ହିଂସା ଅଭିଯୋଗ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ହ୍ବାଟସଅପ୍ ନମ୍ବର ଜାରି କରାଯାଇଛି । 7205006039 ଏହି ହ୍ବାଟସ୍‌ଆପ୍‌ ନମ୍ବରରେ ମାମଲା ଦାଏର କରାଯାଇପାରିବ ।  ପୂର୍ବରୁ ମହିଳାଙ୍କ ପାଇଁ ମଧ୍ୟ ହେଲପ୍‌ ଲାଇନ ନମ୍ବର 181 ରହିଛି । ଲକ୍‌ ଡାଉନ୍‌ରେ ଘରୋଇ ହିଂସା ବଢୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Read More

ଭୁବନେଶ୍ବର : କରୋନା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ । ଲୋକେ ଘରୁ ବାହାରୁନାହାନ୍ତି। ସାମାଜିକ ଦୂରତ୍ବକୁ ପାଳନ କରିବାକୁ କଡାକଡି ନିର୍ଦ୍ଦେଶ ଜାରି କରାଯାଇଛି। ଲକ୍‌ ଡାଉନ୍‌ ପାଇଁ ସ୍କୁଲ ପରୀକ୍ଷାଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ସେହିପରି ଲକ୍‌ ଡାଉନ୍‌ ପାଇଁ ପ୍ରଦୂଷଣ କ୍ଲିଅରାନ୍ସ ସାର୍ଟିଫିକେଟ୍‌ର ବୈଧତା ବଢିଲା । ମାର୍ଚ୍ଚ 22ରୁ ସରୁଥିବା ସାର୍ଟିଫିକେଟ୍‌ର ବୈଧତା ଜୁନ୍‌ 30 ଯାଏଁ ବଢିଲା । ବିଏସ୍‌-ଭିଆଇ ଯାନର ଅସ୍ଥାୟୀ ରେଜିଷ୍ଟ୍ରେସନ୍‌ର ବୈଧତା ମଧ୍ୟ ଜୁନ୍‌ 30 ଯାଏଁ ବୃଦ୍ଧି କରାଯାଇଛି । ଟୁଇଟ୍‌ ଯୋଗେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଡିଏଲ୍‌ ଓ ଗାଡି କାଗଜପତ୍ରର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଥିଲା ।

Read More

ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଛି। ରାସ୍ତାଘାଟ ଗାଡିମୋଟର ସବୁ ବନ୍ଦ। ହେଲେ ବିହାରର ପାଟନା ଅଟୋରିକ୍ସା ଚାଳକମାନେ ବିଭିନ୍ନ ଦାବୀନେଇ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏମାନେ ସାଧାରଣ ବିକ୍ଷୋଭ କରୁ ନାହାଁନ୍ତି , ସରକାରଙ୍କ ଦୃଷ୍ଟି ଆକର୍ଷ କରିବା ପାଇଁ ସେମାନେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଏହି ବିକ୍ଷୋଭ କରୁଛନ୍ତି।

Read More

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଏହି ସବୁ ସ୍ଥାନରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ବିଶ୍ବ ମହାମାରୀ ରୂପ ନେଇଥିବା କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଯୋଗୁଁ ଭାରତର ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ସଙ୍ଗୀନ୍‌ ରହିଛି। ଦେଶର କରୋନା ସ୍ଥିତିକୁ ଦେଖି ଲକଡାଉନ୍‌ର ଅବଧିକୁ ମେ ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସରରେ ନୂତନ ଗାଇଡ୍‌ ଲାଇନ୍‌ ମଧ୍ୟ ଜାରି କରାଯାଇଛି । କରୋନା ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ଦେଶରେ ମୋଟ 170ଟି କରୋନା…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ କରୋନା ସହ ମୁକାବିଲା କରିବାରେ ଜୋରସୋର୍‌ର ପ୍ରସ୍ତୁତି ଚଲାଇଛନ୍ତି । କରୋନା ସହ ଦୃଢ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି କରାଯାଇଛି । କରୋନା କବଳରୁ କେବଳ ସାମାଜିକ ଦୂରତ୍ବ ଜରିଆରେ ଏହି ସଂକ୍ରମଣକୁ ରୋକାଯାଇପାରିବ । କିନ୍ତୁ ବହୁ ଜାଗାରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳିଛି । ଗତକାଲି ମୁମ୍ବାଇର ବାନ୍ଦ୍ରା ସହରରେ ଶହ ଶହ ପ୍ରବାସୀ ଶ୍ରମିକ ରାସ୍ତା ଉପରକୁ ଆସି ସାମାଜିକ ଦୂରତ୍ବକୁ ଫୁ’ କରିଥିବାବେଳେ ଆଜି ସେହିପରି ସମାନ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି ।  ଦିଲ୍ଲୀର କାଶ୍ମୀର ଗେଟ୍‌ ନିକଟରେ ଯମୁନା ନଦୀ ପାଖରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଘଟରା ପରେ ଦିଲ୍ଲୀ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକର ଦୁଇଟି ସ୍ୱୟଂ ସହାୟିକା ଦଳ ଏବଂ ଜଗତସିଂହପୁର ଜିଲ୍ଲା ଚିଙ୍ଗୁଡ଼ି ଚାଷୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବୁଧବାର ଅପରାହ୍ନରେ ବାସୁଦେବ ସ୍ୱୟଂ ସହାୟିକା ଦଳ ସଭାନେତ୍ରୀ ମନୋରମା ମହାପାତ୍ର ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରିଭାବେ ପଙ୍କପାଳସ୍ଥିତ ଜଗତଜନନୀ ସ୍ୱୟଂ ସହାୟିକା ଦଳର ସଭାନେତ୍ରୀ ସୌଦାମିନୀ ଦାସ, ସମ୍ପାଦିକା ପ୍ରେମଲତା ଦାସ, ନର୍ମଦା ଷଡ଼ଙ୍ଗୀ, ଅନୁସୟା କର, ରିନାରାଣୀ ଦାସ, ମିନାରାଣୀ ଷଡ଼ଙ୍ଗୀ, ସ୍ୱପ୍ନା ଦାସ, ଲକ୍ଷ୍ମପ୍ରୀୟା ଦାସ. ମନୋରମା ଦାସ, ମଞ୍ଜୁଲତା ନାୟକ ପ୍ରମୁଖ ସ୍ଥାନୀୟ ଭାରପ୍ରାପ୍ତ ବିଡ଼ିଓ ପୂଜା ଲେଙ୍କାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଙ୍କପାଳ ପଂଚାୟତର ସମିତିସଭ୍ୟ ଅକ୍ଷୟ ସାହୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରିଭାବେ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ଫତେପୁର ପଂଚାୟତର ସରପଞ୍ଚ ସ୍ନେହମୟୀ ଲେଙ୍କା ମାସ୍କ ବଣ୍ଟନ କରିଛନ୍ତି । କରୋନା ସଙ୍କ୍ରମଣରୁ ରକ୍ଷାପାଇବା ପାଇଁ ସ୍ଥାନୀୟ ପଂଚାୟତ ବାସୀଙ୍କୁ ନଜସ୍ୱ ଖର୍ଚ୍ଚ ଏବଂ ଉଦ୍ୟମରେ ମାସ୍କ ବଂଟନ କରୁଥିବା ଜଣାପଡ଼ିଛି । କୋଭିଡ-୧୯ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ସମସ୍ତଙ୍କୁ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ପଳରେ ଶ୍ରୀମତୀ ଲେଙ୍କା ନିଜେ ସିଲାଇ ମେସିନରେ ମାସ୍କ ପ୍ରସ୍ତୁତକରି ପଂଚାୟତରେ ବଂଟନ କରୁଥିବା ଜଣାପଡ଼ିଛି । ଏଡି ଘଟଣାକୁ ପଂଚାୟତର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Read More

ଭୁବନେଶ୍ବର: ଏଣିକି ପିଇବା ପାଣି ପାଇଁ ଅସୁବିଧା ହେବ ନାହିଁ। ପିଇବା ପାଣି ସମସ୍ୟାର ସମାଧାନ ପାଇଁ ସରକାର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ରାଜ୍ୟ ସରକାର  ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲପଲାଇନ୍ ନମ୍ବର ଜାରି ହୋଇଛି ।  ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ 1916 ଏବଂ ସହରାଞ୍ଚଳ ପାଇଁ 1800 3456783 କୁ ମାଗଣାରେ ଫୋନ୍ କରିହେବ। ରାଜ୍ୟରେ ତାତି ବଢିବା ସହିତ ପିଇବା ପାଣିର ସମସ୍ୟା ଉପୁଜି ପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଅଚଳ ନଳକୂପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ସୁବିଧା ନଥିବ ସେଠାକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ, ନଚେତ ଟାଙ୍କି ରଖି ପ୍ରତିଦିନ ସେଥିରେ ପାଣି ଭର୍ତ୍ତି କରାଯିବ।  ଜଳଯୋଗାଣ ଅସୁବିଧା ଦୂର କରିବା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଲୋକଙ୍କୁ ଯେପରି ପାନୀୟ ଜଳର…

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରାଯାଇଛି । ମଙ୍ଗଳବାର ଜଣେ ଜମାତୀ ସଦସ୍ୟ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରାଯିବାକୁ ନେଇ ମହିଳା ଡାକ୍ତର ଜଣକ ପୋଲିସ୍‌ କମିଶନରଙ୍କ ନିକଟରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଥିଲା । ଏଲ୍‌ଏନ୍‌ଜିପି ହସ୍ପିଟାଲରେ ଏକାଧିକ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଏପରି ଆକ୍ରମଣକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିନ୍ଦା କରିଛନ୍ତି । ମଙ୍ଗଳବାର ସନ୍ଧ୍ୟା 5.20 ମିନିଟ୍‌ରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ଘଟଣା ପରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ନେଇ ଜୈନ୍‌ ପ୍ରକାଶ କରିଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିର ନିକଟରେ ରହିଥିବା ଅସ୍ଥାୟୀ ଡମ୍ପିଂୟାର୍ଡକୁ ହଟାଯାଇଛି। ମନ୍ଦିର ନିକଟରେ ଅସ୍ଥାୟୀ ଡମ୍ପିଂୟାର୍ଡ ରହିଥିବା ସମୀକ୍ଷା ନ୍ୟୁଜ୍‌ରେ ଗତ ୧୧ ତାରିଖରେ ଖବର ପ୍ରକାଶ ପାଇବା ପରେ ଆଜି ଏନ୍‌ଏସି ପକ୍ଷରୁ ଉକ୍ତ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ହଟାଯାଇଛି। ଅସ୍ଥାୟୀ ଡମ୍ପିଂ ୟାର୍ଡ ସ୍ଥାନାନ୍ତର ନେଇ ଦକ୍ଷପ୍ରଜାପତି-ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ତକ୍ଷରାଜ ଭିତିରିଆ ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ନିକଟରେ ଆମ ପ୍ରତିନିଧିଙ୍କ ତରଫରୁ ଅଭିଯୋଗ କରାଯାଇଥିଲା। ଉଭୟ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଫଳ ସ୍ୱରୂପ ଆଜି ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଏନ.ଏ.ସି ତରଫରୁ ଖାଲି କରାଯାଇଛି। ଆଜି ସକାଳେ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଜେସିବି ମେସିନ ସାହାଯ୍ୟରେ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଖୋଳି ସେହି ସ୍ଥାନକୁ ସଫା କରାଯାଇଥିଲା। ଏହି…

Read More

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌର ଏକ ମସ୍‌ଜିଦ୍‌ରୁ 12 ତବ୍‌ଲିଗୀ ଜମାତୀଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ 12 ଜଣ ଯାକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ଏହି 12 ଜଣଙ୍କ ସଂସ୍ପର୍ଶରେ ଆସିଥିବା 25ଜଣଙ୍କୁ ଚିହ୍ନଟ କରାଯାଇ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । ରାଜ୍ୟରେ ଲୁଚି ରହିଥିବା ଅନ୍ୟ ଜମାତୀଙ୍କ ଅନୁସନ୍ଧାନ ଜାରି ରହିଛି ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି 12 ଜଣ ଜମାତୀ ଲକ୍ଷ୍ନୌର ଅଲୀଜାନ୍‌ ମସ୍‌ଜିଦ୍‌ରେ ଲୁଚି ରହିଥିଲେ । ଏହାକୁ ମିଶାଇ ଉତ୍ତର ପ୍ରଦେଶରେ ଜମାତୀ ସଂକ୍ରମଣ ସଂଖ୍ୟା 428 ଛୁଇଁଛି । (ଏଜେନ୍ସି)

Read More