ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3074ରେ ପହଞ୍ଚିଛି । 2784 ଜଣଙ୍କ ସକ୍ରିୟ ରହିଥିବାବେଳେ 267 ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି କରୋନା ଯୋଗୁଁ ଦେଶରେ 77 ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 490 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 24 ରହିଛି । ମହାରାଷ୍ଟ୍ର ପଛକୁ ଦିଲ୍ଲୀରେ 445 ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି । ସେହିପରି ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା 485 ରହିଥିବାବେଳେ ଏଠାରେ 3ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା 306 ରହିଥିବାବେଳେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତେଲେଙ୍ଗାନାରେ 269 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 7 ରହିଛି । ସେହିପରି ପଶ୍ଚିମବଙ୍ଗରୁ 3 ଜଣଙ୍କର…
Author: Samikhsya Bureau
କେଦାର ମିଶ୍ର ଜାନୁଆରୀ ମାସରେ ସାରା ପୃଥିବୀକୁ ଗୋଟେ ସୁଯୋଗ ମିଳିଥିଲା ଚୀନର ଦୁରବସ୍ଥାକୁ ଦେଖି ହସିବା ପାଇଁ। ବିଶ୍ଵ ରାଜନୀତିରେ ସବୁଠୁ ପ୍ରଭାବଶାଳୀ ଦେଶଗୁଡିକ ପରଷ୍ପର ବିରୋଧରେ ଏକ ପରିବେଶ ତିଆରି କରି ନିଜ ନିଜର ଅହଂକାର ଜାହିର କରିବାର ଉଦ୍ୟମ କରିଥାନ୍ତି। ଚୀନରେ ଯେତେବେଳେ କରୋନା ଭୂତାଣୁ ସଂକ୍ରମଣଆରମ୍ଭ ହେଲା, ସେତେବେଳେ ଉହାନ ସହରକୁ ଦେଖି ଅନେକ ଏହାକୁ ଜୀବନ୍ତ ଭୂତ ମାନଙ୍କର ସହର ବୋଲି କହି ହସୁଥିଲେ। ତେବେ ସେତେବେଳେ କିଏ ଜାଣିଥିଲା ଯେ ମାତ୍ର ଷାଠିଏ ଦିନ ଭିତରେ ସାରା ପୃଥିବୀର ଶହ ଶହ ମହାନଗରୀ ଭୂତ ସହର ପାଲଟିଯିବେ! ପୃଥିବୀର ସବୁଠୁ ବେଶୀ ଭିଡ ଜମୁଥିବା ନ୍ୟୁୟର୍କ ସହରର ଟାଇମ ସ୍କୋୟାରରେ ଗୋଟେ ବି ମଣିଷ ଦେଖାଯିବ ନାହିଁ!! କିଏ ଜାଣିଥିଲା ଯେ ପୃଥିବୀର ସବୁଠୁ ଜନଗହଳି ପୂର୍ଣ୍ଣ ହିଥ୍ରୋ ବିମାନ ବନ୍ଦରରେ ମାସ ମାସ ଧରି ଉଡାଜାହାଜ ଗୁଡିକ ଶୋଇ ରହିବେ!! କିଏ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗାଇଡଲାଇନ୍ ଜାରି କରିଛି । ବିନା ଅନୁମତିରେ କରୋନା ସମ୍ପର୍କିତ ସୂଚନା ନ ଦେବାକୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ଏଥିନେଇ ବ୍ୟକ୍ତି, ସଂସ୍ଥା, ପ୍ରିଣ୍ଟ୍, ଇଲେକ୍ଟ୍ରୋନିକ୍ ଓ ସୋସିଆଲ୍ ମିଡିଆ ଉପରେ ଅଙ୍କୁଶ ଲଗାଯାଇଛି । କରୋନା ସମ୍ପର୍କରେ ଯେ କୌଣସି ସୂଚନା ଦେବା ପୂର୍ବରୁ ଅନୁମତି ଆବଶ୍ୟକ । ଏଥିପାଇଁ ଡିଏମ୍ଇଟି, ଡିପିଏଚ୍, ଡିଏଚ୍ଏସ୍ ଓ ଜିଲ୍ଲାପାଳଙ୍କଠାରୁ ଅନୁମତି ଆବଶ୍ୟକ । ମେଡ଼ିକାଲ ଅଧୀକ୍ଷକଙ୍କଠାରୁ ମଧ୍ୟ ଅନୁମତି ଲୋଡିବା ଜରୁରୀ ବୋଲି ସୂଚନା ଦିଆଯାଇଛି । କରୋନାକୁ ନେଇ ବହୁ ଗୁଜବ ତଥ୍ୟ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହାକୁ ପ୍ରତିହତ କରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଡିଜି ଅଭୟ ସୂଚନା ଦେଇଥିଲେ । କରୋନା ସମ୍ପର୍କିତ ଅପପ୍ରଚାର ନ କରିବାକୁ କୁହାଯାଇଥିବାବେଳେ ଏପରି ମେସେଜ୍କୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଏମସ୍ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କରୋନା ଆକ୍ରାନ୍ତଙ୍କ ବାହାର ରାଜ୍ୟ ଲିଙ୍କ୍ ଜଣାପଡିଛି ବୋଲି କହିଛନ୍ତି । ରାଜ୍ୟରୁ ଧରାପଡିଥିବା ପଞ୍ଚମ ଆକ୍ରାନ୍ତ ଜଣକ ଧରାପଡିବା ପରେ ତାଙ୍କୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ସେ ରାଜ୍ୟ ବାହାରକୁ ଯାଇନଥିବାବେଳେ ସଂକ୍ରମିତ କିପରି ହେଲା ତାହାକୁ ନେଇ ତନାଘନା କରାଯାଇଥିଲା। ଏଥିପାଇଁ 48 ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରାଯାଇଛି । ସୂର୍ଯ୍ୟନଗରରକୁ ସିଲ୍ କରାଯାଇ ଏହାର ଅନୁସନ୍ଧାନ କରାଯାଉଛି । ତେବେ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ଜଣେ ପରିବାର ସଦସ୍ୟ କୋଲକାତା ଯାଇଥିବା ସ୍ପଷ୍ଟ ହୋଇଛି । ସମ୍ପୃକ୍ତ ସଦସ୍ୟ ଚାରିଦିନ କୋଲକାତାରେ ରହିଥିଲେ। ସମ୍ପୃକ୍ତ ସଦସ୍ୟଙ୍କ ସାମ୍ପଲ୍ ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଛି। ସେହିପରି ବମିଖାଲ ଆକ୍ରାନ୍ତଙ୍କର ମଧ୍ୟ ବାହାର ରାଜ୍ୟ ଲିଙ୍କ୍ ରହିଥିବାର ଜଣାପଡିଛି। ଆକ୍ରାନ୍ତ ତିନି ଭାଇଙ୍କ ବାପା ଭୋପାଳରେ ରୁହନ୍ତି। ଭୋପାଳରେ ରହୁଥିବା ବାପା ମଧ୍ୟ କରୋନା…
ସମୀକ୍ଷା ବ୍ୟୁରୋ କଟକ : କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମଣ ଘୋଷଣା କରି ସିଲ୍ କରିଛି ସିଏମସି । ସୂଚନାଯୋଗ୍ୟ ଯେ, କଟକରେ ଷଷ୍ଠତମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ପଟ୍ଟାପୋଲ ଅଞ୍ଚଳରେ ଜଣେ କରୋନା ପଜିଟିଭି ଚିହ୍ନଟ ହେବା ପରେ ଏହି ସିଲ୍ କରାଯାଇଛି । ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି। କଟକର ବକ୍ସି ବଜାର ଛକରୁ ଷ୍ଟିଓ୍ବାର୍ଟ ସାଇନ୍ସ କଲେଜ ଯାଏଁ ସିଲ୍ ରହିବ। ସେହିଭଳି ଷ୍ଟିଓ୍ବାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍ ଛକ ପର୍ଯ୍ୟନ୍ତ ସିଲ୍ ରହିବ। ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପାର୍କ ଯାଏ ସିଲ୍ କରାଯିବ। ତିନିକୋଣିଆ ବଗିଚା ପାର୍କରୁ ବକ୍ସି ବଜାର ଛକ ଯାଏ ସିଲ୍ କରାଯିବ। ପଟ୍ଟାପୋଲ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ…
ନୂଆଦିଲ୍ଲୀ, କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର 24 ଟି ରାଜ୍ୟର 399 ଜିଲ୍ଳାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି) ଏହି କାମରେ ଲାଗିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏନ୍.ଆର.ଏଲ.ଏମ୍. ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି । ଗତ 10 ଦିନ ମଧ୍ୟରେ ଏହି ଗୋଷ୍ଠୀଗୁଡିକ ଦ୍ୱାରା 132 ଲକ୍ଷରୁ ଅଧିକ ମାସ୍କ ଉତ୍ପାଦିତ ହୋଇଛି । ଏଥିରେ 14522 ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ 65,936 ସଦସ୍ୟ ସାମିଲ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ପାଞ୍ଚଟି ଜିଲ୍ଲାରୁ 4281 ସ୍ୱୟଂସହାୟିକା ଗୋଷ୍ଠୀର 21,028 ସଦସ୍ୟା ଏହି 10 ଦିନ ମଧ୍ୟରେ 25 ଲକ୍ଷ 41 ହଜାର 440ଟି ମାସ୍କ ଉତ୍ପାଦିତ କରିଛନ୍ତି ।…
ନୂଆଦିଲ୍ଲୀ, ଚଣ୍ଡିଗଡସ୍ଥିତ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଦ୍ୟୋଗିକ ପରିଷଦ ମାଇକ୍ରୋବିୟାଲ ଟେକ୍ନୋଲୋଜି ପ୍ରତିଷ୍ଠାନ ବା ସିଏସ୍ଆଇଆର-ଆଇଏମଟେକ୍ ରେ ହେବ କୋଭିଡ ପରୀକ୍ଷା। ପରୀକ୍ଷା ପାଇଁ ସୃଷ୍ଟି ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି କୋଭିଡ-19 ନମୁନା ଟେଷ୍ଟ କାମ ଏହି ସଂସ୍ଥା ହାତକୁ ନେଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଛି । ତଦନୁସାରେ ସିଏମଆଇଆର, ବିଜ୍ଞାନ ଓ ପ୍ରାଦ୍ୟୋଗିକ ବିଭାଗ ଓ ବାୟୋଟେକନୋଲୋଜି ବିଭାଗର ପରୀକ୍ଷାଗାର ତଥା ଆଣବିକ ବିଭାଗର ପରୀକ୍ଷାଗାରରେ କରୋନା ଭୂତାଣୁ ସଂକ୍ରମଣ ଜନିତ ପରୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଉଛି। ସବୁ ସରକାରୀ ସହବନ୍ଧିତ ପରୀକ୍ଷାଗାର ବା ଲାବୋରେଟାରୀକୁ କରୋନା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କାମରେ ସାମିଲ କରିବା ଆଇସିଏମର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଫଳରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତକାରୀଙ୍କ ପାଇଁ ଅଧିକ ପରୀକ୍ଷା ସୁବିଧା…
ନୂଆଦିଲ୍ଲୀ, ପର୍ଯ୍ୟଟନ ଶିଳ୍ପ ଅଂଶୀଡାରଙ୍କ ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ଵରେ ଅନୁଷ୍ଠିତ ସମ୍ମିଳନୀରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଦେଶ ଭିତର ପର୍ଯ୍ୟଟନର ସମ୍ଭାବନା ନେଇ ସମ୍ମିଳନୀରେ ଆଲୋଚନା ହେବା ସହ ପର୍ଯ୍ୟଟନ ବିଭାଗ ସରକାରଙ୍କ ସହ ସମସ୍ତ ସହଯୋଗ କରୁଥିବା ଏଥିରେ ମତ ପ୍ରକାଶ ପାଇଥିଲା। ଲକଡାଉନ କାଳରେ ଘରେ ନିରାପଦ ରହିବା ଓ ପରିସ୍ଥିତି ସ୍ଵାଭାବିକ ହେଲେ ନିଜର ଭ୍ରମଣ ଯୋଜନା କରିବା ନେଇ ମନ୍ତ୍ରଣାଳୟ ନିଜର ସାମାଜିକ ମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରୁଛି। ପର୍ଯ୍ୟଟନ ଶିଳ୍ପ ସହିତ ସଂଶ୍ଳିଷ୍ଟ ବିଦ୍ୟାର୍ଥୀମାନେ ଅନଲାଇନ ଜରିଆରେ ସେମାନଙ୍କ ଶିକ୍ଷା ଲାଭ ଜାରି ରଖିଥିବା ଏହି ସମ୍ମିଳନୀରୁ ଜଣାପଡୁଛି।
ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଅଭିଯାନକୁ ମଜବୁତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତାହାର ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି।ଏହାର ଦେଶୀୟ କାର୍ଗୋ ବିମାନ ଏହି ଲକଡାଉନ ସମୟରେ ମେଡିକାଲ ଜିନିଷପତ୍ର ନବାଆଣିବା କରିବାରେ ବେଶ୍ ସାହାର୍ଯ୍ୟ କରିପାରୁଛି। ଏଥିପାଇଁ ଦେଶ ଭିତରେ ପ୍ରାୟ 107ଟି ବିମାନ ଦୈନିକ ଏହି କୋଭିଡ19 ମୁକାବିଲା ପାଇଁ ଔଷଧୀୟ ଉପକରଣ ପରିବହନ କରୁଛି। ଗତ ମାସ 26 ତାରିଖରୁ ଚଳିତ ମାସ 3 ତାରିଖ ମଧ୍ୟରେ ଏୟାର ଇଣ୍ଡିଆ, ଆଲିଆନ୍ସ, ଭାରତୀୟ ବାୟୁସେନା, ଇଣ୍ଡିଗୋ ଓ ସ୍ପାଇସ ଜେଟ ଆଦି ବିମାନ ସଂସ୍ଥା ଏହି ମାଲ ପରିବହନ କାର୍ଯ୍ୟ ସମ୍ପାଦନ କରିଛନ୍ତି । 5ଟି ବିମାନ ସଂସ୍ଥା ଦ୍ଵାରା ମୋଟରେ 107ଟି ବିମାନ ଯୋଗେ ମାଲ ପରିବହନ ହୋଇଥିବା ବେଳେ ଏଥିମଧ୍ୟରୁ ଏୟାର ଇଣ୍ଡିଆର 42ଟି, ଆଲିଆନ୍ସର 37ଟି, ଭାରତୀୟ ବାୟୁସେନାର 20ଟି, ଇଣ୍ଡିଗୋର 6ଟି ଏବଂ ସ୍ପାଇସ ଜେଟର 2ଟି…
ନୂଆଦିଲ୍ଲୀ, ଏପ୍ରିଲ 5 ତାରିଖ ରାତି 9:00 ଟାରୁ 9:09 ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘର ଲାଇଟ ବନ୍ଦ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। କେତେକ କ୍ଷେତ୍ରରେ ଆଶଙ୍କା କରାଯାଉଛି ଯେ ଏହାଦ୍ଵାରା ବିଦ୍ୟୁତ ଗ୍ରୀଡରେ ଅସ୍ଥିରତା ଏବଂ ଭୋଲଟେଜ ହ୍ରାସବୃଦ୍ଧି ଯୋଗୁ ବୈଦ୍ୟୁତିକ ଉପକରଣ ଖରାପ ହୋଇଯିବ। ମାତ୍ର ଏପରି ଆଶଙ୍କା ଅମୂଳକ। ଭାରତୀୟ ବୈଦ୍ୟୁତିକ ଗ୍ରୀଡ ଅତ୍ୟନ୍ତ ସୁଦୃଢ଼ ତଥା ସ୍ଥିର। ବିଦ୍ୟୁତ ଚାହିଦା ହ୍ରାସ ଏବଂ ବୃଦ୍ଧି ଲାଗି ଯଥେଷ୍ଟ ବ୍ୟବସ୍ଥା ଏବଂ ପୂର୍ବପ୍ରସ୍ତୁତି କରାଯାଇଛି । ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ନିଆଯାଇପାରେ: ପ୍ରଧାନମନ୍ତ୍ରୀ କେବଳ ଜନସାଧାରଣଙ୍କୁ ସେମାନଙ୍କର ଘରର ଲାଇଟ ଏପ୍ରିଲ 5 ତାରିଖ ରାତି 9ଟାଠାରୁ 9ଟା 9 ମିନିଟ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ନିବେଦନ କରିଛନ୍ତି। ଷ୍ଟ୍ରିଟ ଲାଇଟ କିମ୍ବା କମ୍ପ୍ୟୁଟର, ଟିଭି, ଫ୍ୟାନ, ରେଫ୍ରିଜରେଟର ଏବଂ ଏସି ଭଳି ଘରେ ଥିବା ଅନ୍ୟ ବୈଦ୍ୟୁତିକ…
ନୂଆଦିଲ୍ଲୀ,କୋଭିଡ-19 ଲକଡାଉନ କାଳରେ ଭାରତୀୟ ରେଳବାଇ ଶକ୍ତି, ପରିବହନ ଓ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ କଞ୍ଚାମାଲ ଜାରି ଅବ୍ୟାହତ ରଖିଛି। ରେଳବାଇର ବିଭିନ୍ନ ଗୋଦାମ, ଷ୍ଟେସନ ଓ ନିୟନ୍ତ୍ରଣଗାରରେ ନିୟୋଜିତ କର୍ମଚାରୀମାନେ ଗଭୀର ନିଷ୍ଠାର ସହ ଦାଇତ୍ଵ ତୁଲାଇ ଅତ୍ୟାବଶ୍ୟକ ସେବାକୁ ବଳବତ୍ତର ରଖିପାରିଛନ୍ତି। ଲକଡାଉନ ସତ୍ଵେ ରେଳବାଇର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ସମସ୍ତ ଶକ୍ତି କେନ୍ଦ୍ର ଓ ପେଟ୍ରୋଲିୟମ ଡିପୋରେ କଞ୍ଚାମାଲ ମହଜୁଦ ରହିପାରିଛି । ଗତମାସ 23 ତାରିଖରୁ ଆରମ୍ଭ କରି ଚଳିତମାସ 3 ତାରିଖ ପର୍ଯ୍ୟନ୍ତ 12 ଦିନ ମଧ୍ୟରେ ରେଳବାଇ ପ୍ରାୟ 2.50 ୱାଗନ କୋଇଲା ଏବଂ 17,742 ୱାଗନ ପେଟ୍ରୋଲ ଜାତ ଦ୍ରବ୍ୟ (ଗୋଟିଏ ୱାଗନରେ ପ୍ରାୟ 58-60 ଟନ ପର୍ଯ୍ୟନ୍ତ କଞ୍ଚାମାଲ ରହିଥାଏ) ପରିବହନ କରିପାରିଛି। ନିରବଚ୍ଛିନ୍ନ କଞ୍ଚାମାଲର ସୁପରିଚାଳନା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରିକାଳୀନ ମାଲ ପରିବହନ ନିୟନ୍ତ୍ରଣ କକ୍ଷ…
ଆଜି ରାଜ୍ୟର ପଶ୍ଚିମ ଭାଗରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ବାସିନ୍ଦା ୨୯ ବର୍ଷର ଏହି ଯୁବକ ନିକଟରେ ବାହାରିନରୁ ଫେରିଥିଲେ। ଆଜି ରାଜ୍ୟରେ ୩୦୪ଟି ନମୂନା ପରୀକ୍ଷା କରାଯାଇଥିଲା ଓ ସେଥିରୁ ଜଣେ ମାତ୍ର ପୋଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ପୂର୍ବରୁ ଭୁବନେଶ୍ୱର, କଟକ, ଭଦ୍ରଖ, ପୁରୀ ଓ ଯାଜପୁର ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ପ୍ରଥମଥର ଲାଗି ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ଚିହ୍ନଟ କରାଯାଇଛି।
ନ୍ୟୁୟର୍କ : କରୋନା ସଙ୍କ୍ରମିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ତଥା ଗାୟିକା ପିଙ୍କ । ତେବେ ନିଜେ କରୋନା ସଙ୍କ୍ରମଣରୁ ସୁସ୍ଥ ହେବା ପରେ ଏହି ଅଭିନେତ୍ରୀ ଜଣକ ୧ ମିଲିୟନ୍ ଡଲାର (୭.୬ କୋଟି) ଟଙ୍କା ପ୍ରଦାନ କରିଛନ୍ତି । ଏହି ୪୦ ବର୍ଷୀୟ ଅଭିନେତ୍ରୀ ଜଣକ ଦୁଇ ସପ୍ତାହ ତଳେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ନିଜ ଶିଶୁ ପୁତ୍ର ସହିତ ପିଙ୍କ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପିଙ୍କ ଏହିି ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଅର୍ଥରାଶିକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବା ପାଇଁ ଆମେରିକା ସରକାରଙ୍କୁ ପିଙ୍କ ନିବେଦନ କରିଛନ୍ତି ।
ଭୁବନେଶ୍ବର, ଯାହାକୁ ନେଇ ସରକାର ଚିନ୍ତାରେ ଥିଲେ ତାହା ବର୍ତ୍ତମାନ ଦୂର ହୋଇଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରାମଣ ହୋଇ ନାହିଁ ବୋଲି ଜଣାପଡିଛି। ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ, ସୂର୍ଯ୍ୟନଗରର ଆକ୍ରାନ୍ତ କୋଲକାତାରେ ତାଙ୍କର ଜଣେ ସଂପର୍କୀୟଙ୍କ ସଂପର୍କରେ ଆସିଥିଲେ। ସେ ବର୍ତ୍ତମାନ କୋଲକାତାରେ କୋଭିଡ19 ପଜେଟିଭ ବୋଲି ଜଣାପଡିଛି। ତେଣୁ ସେ ତାଙ୍କ ଦ୍ବାରା ସଂକ୍ରମିତ ହୋଇଥିବାର ପ୍ରମାଣିତ ହୋଇଛି। ତେଣୁ ସେ ଗୋଷ୍ଠୀ ସଂକ୍ରାମଣର ଆକ୍ରାନ୍ତ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ସେହିପରି ବମିଖାଲର ଯେଉଁ ତିନିଭାଇ କୋଭିଡ19 ଆକ୍ରାନ୍ତ ହୋଇଛନ୍ତି ସେମାନେ ମଧ୍ୟ ଭୋପାଳରୁ ଏହି ସଂକ୍ରାମଣର ଶିକାର ହୋଇଛନ୍ତି ବୋଲି ଜଣାପଡିଛି। ଭୋପାଳରେ ରହୁଥିବା ତାଙ୍କ ବାପାଙ୍କୁ ଏହି ଭାଇଙ୍କ ମଧ୍ୟରୁ ଜଣେ ଦେଖା କରିବାକୁ ଯାଇଥିଲେ। ପରବର୍ତ୍ତି ସମୟରେ ତାଙ୍କ ବାପାଙ୍କୁ କୋଭିଡ19 ଆକ୍ରାନ୍ତ ହୋଇଥିବାର ବୋଲି ଜଣାପଡିଲା।…
ଚେନ୍ନାଇ : କରୋନାକୁ ନେଇ ଦେଶବ୍ୟାପୀ ଆତଙ୍କ ଦେଖାଦେଇଥିବା ବେଳେ ଏହାକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ଯୋଡିବାକୁ ଚେଷ୍ଟା କରାଯାଉଛି । ଏହାକୁ କଡା ସମାଲୋଚନା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ । ଏପରି ଦେଶବ୍ୟାପୀ ସଙ୍କଟ ସମୟରେ ରାଜନୈତିକ ପରିସରରୁ ଉପରକୁ ଉଠି ବିପର୍ଯ୍ୟୟର ମୁକାବିଲା କରିବା ଉଚିତ୍ ବୋଲି ପଲାନିସ୍ୱାମୀ କହିଛନ୍ତି । କୌଣସି ଧର୍ମ ସହିତ ବିପର୍ଯ୍ୟୟକୂ ଯୋଡିବା ଅନୁଚିତ୍ ଏବଂ କରୋନା ଆକ୍ରାନ୍ତଙ୍କୁ ସ୍ନେହ ଶ୍ରଦ୍ଧା ସହିତ ୠ୍ରହଣ କରାଯିବା ଉଚିତ୍ ବୋଲି ପଲାନିସ୍ୱାମୀ କହିଛନ୍ତି । ଏହି ଭାଇରସ୍ କୌଣସି ଜାତି ଏବଂ ଧର୍ମ ଦେଖି ଆକ୍ରମଣ କରିନଥାଏ ତେଣୁ ଏପରି ଜାତିବାଦକୁ ବିରୋଧ କରିବା ଉଚିତ୍ । ଏହା ବିରୋଧରେ ସୋସିଆଲ ମିଡିଆରେ କୌଣସି ଅପପ୍ରଚାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଲାନିସ୍ୱାମୀ ପ୍ରକାଶ କରିଛନ୍ତି ।
(ସମୀକ୍ଷା ବ୍ୟୁରୋ) ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ ଦଶ ଦିନ ଭିତରେ ପ୍ରାୟ ଅଢେଇ ହଜାର ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଜି ରାତି ୮ଟା ସୁଦ୍ଧା ଦେଶରେ ୩୦୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ୫୨୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ସୁଦ୍ଧା ଦେଶରେ ୨୧୩ ରୋଗୀ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଛି ବୋଲି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଅନ୍ୟ ଏକ ସୂତ୍ର ଇଣ୍ଡିଆ କୋଭିଡ୧୯ ଟ୍ରାକର ଅନୁସାରେ ଦେଶରେ ୩୪୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯୧ ରେ ପହଞ୍ଚିଛି। ଏହି ୱେବ ସାଇଟର ସୂଚନା ମୁତାବକ ମହାରାଷ୍ଟ୍ରରେ ସର୍ବାଧିକ ୫୩୭, ତାମିଲନାଡୁରେ ୪୮୫, ଦିଲ୍ଲୀରେ ୪୪୫, କେରଳରେ ୩୦୬, ତେଲେଙ୍ଗାନାରେ ୨୨୯, ଉତ୍ତର ପ୍ରଦେଶରେ…
ଭୁବନେଶ୍ବର, ଆସନ୍ତା ୫ ତାରିଖ ରବିବାର ରାତି ୯ଟା ବେଳେ ଜନସାଧାରଣଙ୍କୁ ସ୍ବେଚ୍ଛାକୃତ ଭାବରେ ଆଲୁଅ ଲିଭାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶାରେ ଏହାକୁ କିପରି ପାଳନ କରାଯିବ ସେ ନେଇ ରାଜ୍ୟ ସରକାର ଏକ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି। ସେଗୁଡିକ ହେଲା 1-ଜନସାଧାରଣ ନିଜ ନିଜ ଘରେ ଟିଭି, ରେଫିଜରେଟର ଓ ଏସି ଇତ୍ୟାଦି ଚାଲୁ ରଖିପାରିବେ। କେବଳ ଘରର ବଲବଗୁଡିକ ବନ୍ଦ କରିବେ। 2- ସେଦିନ ରାସ୍ତାଘାଟର ଆଲୋକ ବ୍ୟବସ୍ଥା ବନ୍ଦ ହେବ ନାହିଁ 3- ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥାଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଜାରି ରହିବ । 4-ବିଭିନ୍ନ ହାଉସିଂ ସୋସାଇଟି/ ଆପାର୍ଟମେଣ୍ଟଗୁଡ଼ିକରେ ମେନ୍ ସୁଇଚ୍ ଅଫ୍ ନ କରିବାକୁ ଅନୁରୋଧ କରାଯାଇଛି । 5-ଜନସାଧାରଣ ସେଦିନ ରାତି ୯ଟା ୯ ମିନିଟ୍ ପରେ ନିଜ ଘରର ଆଲୁଅଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ୍ଗୁଡ଼ିକୁ…
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ ନୂତନ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଦେଶର ୪୪ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ବୟସ ୨୧ରୁ ୪୦ ମଧ୍ୟରେ ରହିଛି । ଯୁବପିଢି ଏହି ଭାଇରସ୍ ଦ୍ୱାର ସର୍ବାଧିକ ସଙ୍କ୍ରମିତ ହୋଇଛନ୍ତି । ୦-୨୦ ବର୍ଷ ବୟସ ସୀମା ମଧ୍ୟରେ ମାତ୍ର ୯ ପ୍ରତିଶତ ସଂକ୍ରମଣ ହୋଇଥିବା ବେଳେ ୪୧-୬୦ ବୟସ ମଧ୍ୟରେ ୩୩ ଏବଂ ୬୦ରୁ ଉର୍ଦ୍ଧ୍ୱ ବୟସର ୧୭ ପ୍ରତିଶତ ରୋଗୀ ରହିଛନ୍ତି । ସହାକରୀ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ ରହିଥିବା ବେଳେ ତନ୍ମଧ୍ୟରୁ ୫୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ରହିଥିବା ରୋଗୀ ମାନେ ମୁଖ୍ୟତଃ ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ କେରଳର ବୋଲି ଜଣାପଡିଛି ।
(ସମୀକ୍ଷା ବ୍ୟୁରୋ) ଆଜି ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କଲେଜରେ ପରୀକ୍ଷା ହୋଇଥିବା ୩୮ ଯାକ ନମୁନାରେ କରୋନା ଭୂତାଣୁ ମିଳିନାହିଁ ବୋଲି ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ତେବେ ଜାତୀୟ ଆଞ୍ଚଳିକ ଲାବୋରେଟୋରି ଏବଂ କଟକ ବଡ ମେଡିକାଳର ପରୀକ୍ଷା ରିପୋର୍ଟ ଏଯାଏ ସୂଚିତ ହୋଇନାହିଁ। ଆଜି ପର୍ୟନ୍ତ ସର୍ବମୋଟ ୧୩୯୫ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨୦ ଜଣଙ୍କ ନମୁନା କରୋନା ପୋଜିଟିଭ ବୋଲି ଜଣା ପଡିଛି। ଇତିମଧ୍ୟରେ ଦୁଇ ଜଣ ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଥିବାରୁ ଏବେ ରାଜ୍ୟରେ ୧୮ ଜଣ ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୯୧ ଜଣ ସନ୍ଦିଗଧ ରୋଗୀଙ୍କୁ ଅଲଗା କରି ପର୍ଯବେକ୍ଷଣରେ ରଖାଯାଇଛି।
ଭୁବନବେଶ୍ବର, ଗତକାଲି ରାଜ୍ୟ ସରକାର ଭୁବନେଶ୍ବରକୁ ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରିବା ପରେ ଏହା ହେଉଛି ଆକାଶ ମାର୍ଗରୁ ଭୁବନେଶ୍ବରର ଦୃଶ୍ୟ।
ନୂଆଦିଲ୍ଲୀ : କରୋନା ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବା ବେଳେ ଆମେରିକା ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିଗତ ଦୁଇ ସପ୍ତାହ ମଧ୍ୟରେ ୭ ଲକ୍ଷ ଆମେରିକୀୟଙ୍କୁ ଚାକିରିରୁ ଛଟେଇ କରାଯାଇଛି । ଦୁଇ ସପ୍ତାହ ମଧ୍ୟରେ ବେକାରୀ ସମସ୍ୟା ୩.୫ରୁ ବୃଦ୍ଧି ପାଇ ୪.୪ ପ୍ରତିଶତରେ ପହଞ୍ଚିଥିବା ନେଇ ଟ୍ରମ୍ପ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ସର୍ବାଧିକ ବାର୍, ରେଷ୍ଟୁରାଣ୍ଟ ଏବଂ ରିଟେଲ୍ ସପ୍ରେ କାମ କରୁଥିଲେ । ଏହି ପରସ୍ଥିତି ଆହୁରି ଗମ୍ଭୀର ରୂପ ନେବା ସହିତ ଆଗାମୀ ଦିନରେ ଅଧିକ ଛଟେଇର ସମ୍ଭାବନା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଛଟେଇ ୨୦୦୯ ମାନ୍ଦାବସ୍ଥା ସମୟର ୮ ଲକ୍ଷ ଛଟେଇକୁ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।

