Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁର ଦୃତ ସଂକ୍ରମଣ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଲକଡାଉନ୍ ଯୋଗୁଁ ଗରୀବ ଓ ମୁଲିଆ ଶ୍ରେଣୀର ଲୋକମାନେ ନିଜର ବୃତ୍ତି ହରାଇ ଭୋକ ଉପାସରେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ଏପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ। ଏମିତିକି ବ୍ଲକ୍ କାର୍ଯ୍ୟାଳୟରେ ବିଡିଓଙ୍କ ଦେଖାମିଳୁନି। ଅଭିଯୋଗ ଅନୁଯାୟୀ ଉକ୍ତ ବ୍ଲକ କାର୍ଯ୍ୟାଳୟର କିଛି ମିଟର ଦୂରରେ ଏକ ଭଙ୍ଗାଘରେ ରହୁଥିବା ଲକ୍ଷ୍ମୀଧର ବିଶ୍ରା ଓ ତାଙ୍କ ପତ୍ନୀ ଗୁରବାରୀ ବିଶ୍ରା ମୁଲମଜୁରୀ କାମକରି ତାଙ୍କର ୩ଟି ଛୋଟ ପିିଲାଙ୍କ ସହ ଚଳନ୍ତି। ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିବାରୁ ମୁଲମଜୁରୀ ନପାଇ କିଛି ଦିନ ହେବ ଛୋଟଛୋଟ ଛୁଆଙ୍କ ସହ ଭୋକ ଉପାସରେ ଦିନ କାଟୁଛନ୍ତି ଗୁରୁବାରୀଙ୍କ ପରିବାର। ଏପରିକି ଭୋକର ଜ୍ୱାଳା ସହିନପାରି ନିଜର ଛୋଟଛୋଟ ଛୁଆଙ୍କୁ ସାଙ୍ଗରେ ନେଇ ଗୁରୁବାରୀ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ଆଜି ବିଏମ୍‌ସି ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କର ପରିଚୟ ପ୍ରଦାନ କରାଯାଇଛି । ବିଏମସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ଏକ ପ୍ରେସ୍‌ମିଟ୍ କରି ଏହି ସୂଚନା ଦେଇଛନ୍ତି । ଆକ୍ରାନ୍ତ ବ୍ୟକ୍ତିଙ୍କ ନାମ ପ୍ରଦୀପ ଦଳବେହେରା ଏବଂ ସେ ସୂର୍ଯ୍ୟନଗରର ପ୍ଲଟ୍ ନଂ ୩୭, ୟୁନିଟ-7 ଏବଂ ୱାର୍ଡ ନମ୍ବର 46ରରେ ବସବାସ କରନ୍ତି। ବିଏମସିର ସ୍ବତନ୍ତ୍ର କ୍ଷମତା ବଳରେ ଏହି ଆକ୍ରାନ୍ତଙ୍କ ପରିଚୟ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତୁରନ୍ତ 14 ଦିନ ପାଇଁ ଘରେ ସଙ୍ଗରୋଧରେ ରହନ୍ତୁ । ଏହି ଘଟଣା ପରେ ବିଏମ୍‌ସି ଉକ୍ତ ଅଞ୍ଚଳକୁ ସିଲ୍ କରିବାର ନିଷ୍ପତ୍ତି ନେଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କର ବିଦେଶ ଗସ୍ତ କିମ୍ବା ରାଜ୍ୟ ବାହାରକୁ ଗସ୍ତର କୌଣସି ପ୍ରମାଣ ନଥିବାରୁ ବିଏମ୍‌ସ କର୍ତ୍ତୃପକ୍ଷ ଏହି…

Read More

ଋଞ୍ଜିତ ପଣ୍ଡା କୁଜଙ୍ଗ : ଲକ୍‌ଡାଉନ୍ କାରଣରୁ ପାରାଦୀପ ଏବଂ କୁଜଙ୍ଗ ଅଞ୍ଚଳରେ ସରକାରୀ ମଦ ଦୋକାନ ବନ୍ଦ ରଖାଯାଇଛି । ତେବେ ଏହି ଲକ୍‌ଡାଉନ୍‌କୁ ବେଖାତିର କରି ପାରାଦୀପ ଅବକାରୀ ବିଭାଗର କିଛି ଅଧିକାରୀ ରାତିଅଧିଆ ସରକାରୀ ମଦ ଚୋରାଚାଲାଣ କରୁଛନ୍ତି । ଲକ୍‌ଡାଉନ୍ ସମୟରେ ଚୋରା ମଦର ଚାହିଦା ଅହେତୁକ ଭାବରେ ବୃଦ୍ଧି ଘଟି ଏହି ମଦ ଚାରି ଗୁଣ ମୂଲ୍ୟରେ ବିକ୍ରି କରାଯାଉଛି । ବୁଧବାର ରାତିରେ ବିଭିନ୍ନ ମଦ ଦୋକାନର ସିଲ୍ ଖୋଲାଯାଇ ବିଭିନ୍ନ ଚୋରା ବେପାରୀଙ୍କୁ ବିକ୍ରୟ କରାଯାଇଥିବା ଜଣାପଡିଛି । ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ବାଲିତୁଠରେ ଅବକାରୀ ଅଧିକାରୀ ମାନେ ଭୋଜି କରୁଥିବାର ଦେଖାଯାଇଥିଲା । ଭୋଜିଭାତର ଖୋଳତାଡ କଲେ ଏହି ଘଟଣା ପଛର ନେପଥ୍ୟ ନାୟକ କିଏ ବୋଲି ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।

Read More

ନୂଆଦିଲ୍ଲୀ : ଭାରତରେ କରୋନାର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ । ଗରିବ ଲୋକଙ୍କ ପାଇଁ ମୋଦି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ହୁର ମୁଖ୍ୟ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେସ୍ୟସ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତାକୁ ଟେଡ୍ରୋସ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଉଦ୍ୟମକୁ ମୁଁ ପ୍ରଶଂସା କରୁଛି ବୋଲି ଟେଡ୍ରୋସ୍ ଟ୍ୱିଟ୍ କରିଛନ୍ତି । ସେହିପରି ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରଦାନ ଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରଦାନ ପରି ପଦକ୍ଷେପକୁ ଟେଡ୍ରୋସ୍ ପ୍ରଦାନ କରିଥିଲେ ।

Read More

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରିଥିବା ବେଳେ ଏହାଦ୍ୱାରା ଦେଶର ଅର୍ଥନୀତି ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଉଥିବା ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥା ଆକ୍ୟୁଟି ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣ ଅନୁଯାୟୀ ଭାରତୀୟ ଅର୍ଥନୀତି ଦୈନିକ ହାରାହାରି ୪.୬୪ ବିଲିୟନ୍ ଡଲାର ବା ୩୫୦୦ କୋଟି ଟଙ୍କାର କ୍ଷତି ସହୁଛି । ଏହା ଦ୍ୱାରା ଦେଶର ଜିଡିପରେ ହାରାହାରି ୯୮ ବିଲିୟନ୍ ଡଲାରର ହ୍ରାସ ଦେଖିବାକୁ ମିଳିବ ବୋଲି କମ୍ପାନୀ ପକ୍ଷରୁ ବୁଧବାର ପ୍ରକାଶ କରା ଯାଇଛି । ସେହିପରି କରୋନା ଭାଇରସ୍ ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ୨୨ ପ୍ରତିଶତ ତଳକୁ ଖସିଯିବ ବୋଲି ଆକ୍ୟୁଟି ରିସର୍ଚ୍ଚ ପକ୍ଷରୁ ପ୍ରକାଶ କରାଯାଇଛି ।

Read More

ଭୁବନେଶ୍ବର, ଆଜି ରାମନବମୀ। ବେଶ୍ ଧୂମଧାମରେ ସାରା ରାଜ୍ୟରେ ପ୍ରଭୃ ଶ୍ରୀରାମଙ୍କ ଜନ୍ମଦିନ ପାଳନ ହୋଇଥାଆନ୍ତା। ହେଲେ ସବୁ ସାରିଦେଲା କରୋନା ଭାଇରସ। ଦୀର୍ଘ ଦଶ ଦିନ ଧରି ସାରା ଦେଶରେ ଚାଲିଛି ଲକଡାଉନ ଅବସ୍ଥା। କେହି ଘରୁ ବାହାରୁ ନାହାଁନ୍ତି। ଏପରି ପରିସ୍ଥିତିରେ ରାମ ଜନ୍ମକୁ କାଣ୍ଟଛାଟ କରାଯାଇଛି। ଯେଉଁ ଯେଉଁ ସ୍ଥାନରେ ରାମନବମୀ ବେଶ୍ ଧୂମଧାମରେ ପାଳନ ହେଉଥିଲା, ସେଠାରେ ବିନା ଭକ୍ତରେ କେବଳ ପୂଜା ବିଧି କରାଯାଇଛି। ସେହିପରି ଭୁବନେଶ୍ବରର ପ୍ରସିଦ୍ଧ ରାମମନ୍ଦିରର ମଧ୍ୟ ଅନୁରୂପ ଅବସ୍ଥା। ପ୍ରତିବର୍ଷ ରାମନବମୀକୁ ସେଠାରେ ଭକ୍ତମାନଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷେ କଷ୍ଟକର ହୋଇପଡେ। ହେଲେ ଆଜି ରାମମନ୍ଦିର ବାହାର ପଟୁ ତାଲା ପଡିଛି। ରାମମନ୍ଦିର ପୂଜାରୀଙ୍କ ଅନୁସାରେ ସରକାରଙ୍କ ଲକଡାଉନକୁ ଏଠାରେ କଡାକଡି ପାଳନ କରାଯାଇଛି। ଭକ୍ତମାନେ ଯେପରେ ନ ଆସିବେ ସେଥିପାଇଁ ମୁଖ୍ୟ ଦ୍ବାରରେ ତାଲା ଲଗାଇଦିଆଯାଇଛି। ହେଲେ ଭିତରେ ଖୁବ କମ ପୂଜାରୀଙ୍କୁ ନେଇ ରାମ…

Read More

ନୂଆଦିଲ୍ଲୀ:  ମହାମାରୀ କରୋନା ଗୁଜରାଟରେ ଜଣେ ଏବଂ ହରିଆଣାର ଜଣଙ୍କର ମୁଣ୍ଡ ନେଇଛି। ଗୁଜରାଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ 52 ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଫେରିଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରର ଅନ୍ୟ ଚାରି ସଦସ୍ୟ ବି କରୋନା ପଜିଟିଭି ବୋଲି ଜଣାପଡିଛନ୍ତି । ସେହିପରି ହରିଆଣାର ଜଣେ 67 ବର୍ଷୀୟ ବ୍ୟକ୍ତି ଆଜି କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି। ବ୍ୟକ୍ତି ଜଣଙ୍କ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚରେ ଚିକିତ୍ସିତ ହେଉଥିଲେ। ତେବେ ଏହି ବ୍ୟକ୍ତି ଜଣକ ବିଦେଶ ଯାଇନଥିବାବେଳେ କାହା ସଂସ୍ପର୍ଶରେ ଆସି କରୋନା ପୀଡ଼ିତ ହୋଇଥିଲେ ଜଣାପଡିନାହିଁ । ସୂଚନାଯୋଗ୍ୟ, ଦେଶରେ କରୋନା ପୀଡ଼ିତଙ୍କ ସଂଖ୍ୟା 2000ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 50 ଟପିଛି…

Read More

ନୂଆଦିଲ୍ଲୀ :ନିଜାମୁଦ୍ଦିନ ମରକଜ ମାମଲାର ଯାଞ୍ଚ ଦିଲ୍ଲୀ ପୋଲିସ୍ କ୍ରାଇମ୍‌ ବ୍ରାଞ୍ଚ ହାତର ରହିଛି। ଏହି ମାମଲାର ଯାଞ୍ଚ କଲାପରେ ଜଣାପଡିଛି ଯେ ଏହି ମରକଜରେ 67 ଦେଶର 2041 ଜଣ ବିଦେଶୀ ଯୋଗଦେଇଥିଲେ । ଏହି ବିଦେଶୀଙ୍କ ମଧ୍ୟରେ ଚୀନ୍‌ର 9 ଜଣ ଲୋକେ ରହିଥିଲେ । ତେବେ ଏହି ମରକଜରେ ଅଧିକାଂଶ ଲୋକେ ଇଣ୍ଡୋନେସିଆ, ବାଂଲାଦେଶ ଓ ଥାଇଲାଣ୍ଡର ରହିଥିବାବେଳେ ବିଦେଶୀଙ୍କ ଉପରେ କ୍ରାଇମବ୍ରାଞ୍ଚ ଫୋକସ୍‌ ରଖିଛି । ମିଳିଥିବା ସୂଚନା ଅନୁସାରେ ଏହି ଧର୍ମୀୟ ସମ୍ମିଳନୀରେ ବାଂଲାଦେଶରୁ 497ଜଣ, ଇଣ୍ଡୋନେସିଆରୁ 553 ଜଣ, ମାଲେସିଆରୁ 118ଜଣ, କର୍ଗିସ୍ତାନରୁ 145 ଜଣ, ମିଆଁମାରରୁ 117ଜଣ, ଥାଇଲାଣ୍ଡରୁ 151ଜଣ, ଚୀନରୁ 9 ଜଣ, ଅନ୍ୟ ସମସ୍ତ ଦେଶରୁ 451 ଜଣ ରହିଥିଲେ । ସେହିପରି ଏହି ଧର୍ମୀୟ ସମ୍ମିଳନୀରେ ଯୋଗଦେଇଥିବା ଭାରତୀୟଙ୍କୁ ମଧ୍ୟ ଖୋଜା ଯାଇ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଛି । କ୍ରାଇମ୍ ବ୍ରାଞ୍ଚ ସୂତ୍ର ଅନୁସାରେ ଏହି ମରକଜରେ…

Read More

ରମେଶ ମହାନ୍ତି ଜଗତସିଂହପୁର : କୋଭିଡ-19 ସଂକ୍ରମଣରୁ ଜନସାଧାରଣଙ୍କୁ ପ୍ରତିହତ କରିବା ଲାଗି ଭାରତ ସରକାର 24 ମାର୍ଚ୍ଚ ରୁ 21 ଦିନ ପାଇଁ ସମ୍ପୁର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ନିବେଦନ କରିବା ସତ୍ତ୍ୱେ ଅନେକ ଲୋକ ସରକାରୀ ନିୟମକୁ ଜାଣିଶୁଣି ଉଲଂଘନ କରୁଛନ୍ତି। କୋଭିଡ-19 ସଂକ୍ରମଣକୁ ରୋକିବାକୁ କରାଯାଇଥିବା ଆଇନ ଅମାନ୍ୟ କରିଥିବା ଲୋକଙ୍କ ବିରୁଦ୍ଧରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନା ଗୁଡିକରେ ମାମଲା ରୁଜ୍ଜୁ ହୋଇଛି । ଜିଲ୍ଲାର ରଘୁନାଥପୁର ଥାନାରେ ତିନି ଜଣ ଲୋକଙ୍କୁ  ଆଇପିସିର ଧାରା 188/269/270/271 ଅନୁଯାୟୀ କେସ ନମ୍ବର 46/20,47/20 ଏବଂ 48/20 ରେ  ମାମଲା ଦାୟର କରାଯାଇ ଗିରଫ କରାଯାଇଛି ଓ ଗୋଟିଏ ଗାଡି କୁ   ଆଇପିସିର ଧାରା 188/269/270/271 ଅନୁଯାୟୀ କେସ ନମ୍ବର 47/20 ରେ  ମାମଲା ଦାୟର କରାଯାଇ ଜବତ  କରାଯାଇଛି  ।…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ସହିତ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଦେଶରେ କୋଭିଡ-19ରେ ମୃତକଙ୍କ ସଂଖ୍ୟା 50ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 2100ରେ ପହଞ୍ଚିଛି । ତେବେ 171 ଜଣ ଏହି ମହାମାରୀରୁ ସୁସ୍ଥ ହୋଇ ପାରିଛନ୍ତି । ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । ଏଠାରେ 338 ଜଣ ଆକ୍ରାନ୍ତ ହୋଇଥିବାବେଳେ 13 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 42 ଜଣ ଠିକ୍‌ ହୋଇଛନ୍ତି । ଦେଶରେ ଅନ୍ୟ 29ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ କରୋନା ପ୍ରଭାବ ଦେଖିବାକୁ ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳ ଦ୍ବିତୀୟ ସ୍ଥାନରେ ରହିଛି । କେରଳରେ 265ଟି ମାମଲା ରହିଥିବାବେଳେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ 25 ଜଣ ସୁସ୍ଥ ହୋଇଛନ୍ତି…

Read More

ସମୀକ୍ଷା ବ୍ୟୁରୋ ଯାଜପୁର : ଯାଜପୁର ଜିଲ୍ଲାରେ ଆଉ ଦୁଇଜଣ ନିଜାମୁଦ୍ଦିନ ଜମାତ ଧର୍ମୀୟ ସଭାରୁ ଫେରନ୍ତା ଚିହ୍ନଟ କରାଯାଇଛି । ଗତକାଲି କେନ୍ଦ୍ରାପଡାରୁ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଠାବ କରାଯାଇଥିଲା। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ।  ଦୁଇ ଜଣଙ୍କ ମଧ୍ୟରୁ ଜଣେ ରସୁଲପୁରର ଏବଂ ଅନ୍ୟଜଣେ ଧର୍ମଶାଳା ବ୍ଲକର ବୋଲି ଜଣାପଡ଼ିଛି। ସମସ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସଂକ୍ରମଣ ବଢ଼ିଯିବା ଆଶଙ୍କାରେ ଜିଲ୍ଲାର ଚାରିପାଖରୁ ସିଲ୍ କରି ଦିଆଯାଇଛି।

Read More

ମୁମ୍ବାଇ : ମହାରାଷ୍ଟ୍ରରେ ମାତ୍ର ତିନି ଦିନର ଶିଶୁ ଏବେ କରୋନାଗ୍ରସ୍ତ । ଶିଶୁ ସହିତ ଶିଶୁର 26 ବର୍ଷୀୟା ମା’ଙ୍କ ଠାରେ କରେନା ଲକ୍ଷଣ ମିଳିଛି । ଶିଶୁଟିର ଜନ୍ମ ମାର୍ଚ୍ଚ 26 ତାରିଖରେ ମୁମ୍ବାଇର ଚେମ୍ପୁର୍‌ ହସ୍ପିଟାଲ୍‌ରେ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଶିଶୁଙ୍କ ପରିବାର ଲୋକେ ହସ୍ପିଟାଲର ଦାୟିତ୍ବହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଶିଶୁର ମା’କୁ କରୋନୀ ସଂକ୍ରମିତ ରୋଗୀଙ୍କ ବେଡ୍‌ରେ ରଖିଥିଲେ । ଏହା ପରେ ନବଜାତ ଶିଶୁ ଓ ତାଙ୍କ ମା’ଙ୍କୁ କୁର୍ଲା ଭାଭା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁର ପିତାକୁ ମଧ୍ୟ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ତେବେ ଶିଶୁ ଓ ମା’ଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିବା ପରେ ଚେମ୍ପୁର୍‌ ହସ୍ପିଟାଲକୁ ବନ୍ଦ କରାଯାଇ ସାନିଟାଇଜେସନ୍‌ କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ, ଚାରିଆଡେ ଲକଡାଉନ ଚାଲିଥିବାବେଳେ ସମସ୍ତେ ବର୍ତ୍ତମାନ ଘରେ ବସିଛନ୍ତି। ରାସ୍ତାଘଟ ଶୂନଶାନ। ଏପରି ସମୟରେ ରାସ୍ତାକୁ ଓହ୍ଲାଇଛନ୍ତି ପଶୁପକ୍ଷୀ। ଏହି ଦୃଶ୍ୟ ହେଉଛି ମୁମ୍ବାଇର ପାର୍ସି କଲୋନୀ ଯେଉଁଠାରେ ରାସ୍ତାରେ ମୟୁର ଭ୍ରମଣ କରିବାରେ ଲାଗିଛନ୍ତି.

Read More

ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି କଂଗ୍ରେସର ଓ୍ବାର୍କିଂ କମିଟି ବୈଠକରେ ମୋଦି ସରକାରଙ୍କୁ ଘେରିଛନ୍ତି । ବିନା ପ୍ରସ୍ତୁତିରେ ମୋଦି ସରକାରଙ୍କ ଲକ୍ ଡାଉନ୍‌ ନିଷ୍ପତ୍ତି ପାଇଁ ସାରା ଦେଶବାସୀ ଏବେ କଷ୍ଟ ଭୋଗୁଛନ୍ତି ବୋଲି କହିଛନ୍ତି ସୋନିଆ । ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକରେ ସୋନିଆ ଏହା କହିଛନ୍ତି । ସୋନିଆ ଗାନ୍ଧି ଏହି ବୈଠକରେ କହିଛନ୍ତି ଯେ, ଦେଶରେ କରୋନା ଭାଇରସ୍‌ ଯୋଗୁଁ ସ୍ଥିତି ବେଶ୍‌ ଗମ୍ଭର ରହିଛି। ସରକାର ଉଠାଇଥିବା ପଦକ୍ଷେପ ଠିକ୍‌, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଲକ୍‌ ଡାଉନ୍‌ ଘୋଷଣାକୁ ବିନା ପ୍ରସ୍ତୁତିରେ ଜାରି କରିଛନ୍ତି । ଏହି 21 ଦିନ ଲକ୍‌ଡାଉନ୍‌ର ଘୋଷଣା ପୂର୍ବରୁ ପ୍ରସ୍ତୁତି ହୋଇନଥିବା ହେତୁ ଏଥିରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ଖଟିଖିଆ ଶ୍ରମିକ । ଲକ୍‌ ଡାଉନ୍‌ ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋନିଆ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍‌ ଡାଉନ୍‌ ଚାଲିଥିବାବେଳେ ବାଣପୁରରେ ସାମାନ୍ୟ ଶୁଆ ପକ୍ଷୀକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏପରିକି ଏହି ଘଟଣାକୁ ନେଇ  ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇ ବହୁ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁସାରେ ନିଳାଦ୍ରି ପ୍ରସାଦ ଗ୍ରାମବାସୀମାନେ ଏକ ଶୁଆକୁ ଉଦ୍ଧାର କରିବାକୁ ନେଇ ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ହୋଇଥିବା ଝଗଡାକୁ ନେଇ ବାଣପୁର ଥାନାରେ ଏତଲା ଦେଇଛନ୍ତି। ଗତକାଲି ସକାଳ ୧୧ ଘଟିକାରେ କିଛି ଛୋଟ ପିଲା ଶୁଆ ପକ୍ଷୀକୁ ନେଇ ଯାଉଥିବାବେଳେ କିଛି ଯୁବକ ସେହି ଶୁକପକ୍ଷୀକୁ ଉଦ୍ଧାର କରି ବଣରେ ଛାଡିବା ନିମନ୍ତେ ଚେଷ୍ଟା କରୁଥିବାବେଳେ ବନ ଅଧିକାରୀଙ୍କ କ୍ରୋଧର ଶିକାର ହୋଇଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଫରେଷ୍ଟ ଡିପାର୍ଟମେଣ୍ଟର ଜଣେ ରେଞ୍ଜର ପାହ୍ୟାର ଅଫିସର ସହ ଫରେଷ୍ଟ ଗାର୍ଡ ସହ ନିଳାଦ୍ରିପ୍ରସାଦ ଗ୍ରାମର ବିଶ୍ବ ନାମ୍ନୀଜଣେ…

Read More

କେରଳ : କରୋନା ଭାଇରସ୍‌ ମହାମାରୀ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍‌ ଘୋଷଣା କରାଯାଇଛି । ବିବାହ, ବ୍ରତ, ତଥା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । କିନ୍ତୁ ଆଜିକାଲିର ଅନ୍‌ଲାଇନ୍‌ ସମୟରେ କିନ୍ତୁ ଏବେ ଡିଜିଟାଲ୍‌ ବିଧି ଅନୁଷ୍ଠିତ ହେଉଛି । ଆଜ୍ଞା ହଁ, ଲକ୍‌ ଡାଉନ୍ ସମୟରେ କୌଣସି ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ବା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଥିବାବେଳେ ଲୋକେ ଏହି ସମସ୍ୟାର ସମାଧାନ ବାହାର କରି ନେଇଛନ୍ତି । ଆଜିକାଲି ଅନ୍‌ ଲାଇନ୍‌ କ୍ଲାସ୍‌ କରାଯାଉଥିବାବେଳେ କୋର୍ଟ କଚେରୀ ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅନ୍‌ଲାଇନ୍‌ ଭିଡିଓ କନପରେନ୍ସିଂ ଜରିଆରେ ସମ୍ପନ୍ନ କରାଯାଉଛି । ଇତିମଧ୍ୟରେ କେରଳରେ ଜଣେ ପରିବାର ଭିଡିଓ କନଫରେନ୍ସିଂ ଜରିଆରେ ନିର୍ବନ୍ଧ ଉତ୍ସବ ସମାପନ କରିଥିବାର ଖବର ହସ୍ତଗତ ହୋଇଛି । ମିଳିଥିବା ସୂଚନା ଅନୁସାରେ ନିର୍ବନ୍ଧ କାର୍ଯ୍ୟକ୍ରମରେ ଉଭୟ ପକ୍ଷଙ୍କ ପରିବାରର ଦେଖାସାକ୍ଷାତ…

Read More

ଚଣ୍ଡୀଗଡ : ପଦ୍ମଶ୍ରୀ ନିର୍ମଳା ସିଂହ 62 ବର୍ଷ ବୟସରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି। କିଛି ଦିନ ପୂର୍ବରୁ ଇଂଲଣ୍ଡରୁ ଫେରିଥିବାବେଳେ ଗତ 30 ତାରିଖରେ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭୂତ କରି ଗୁରୁନାନକ ଦେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ଦିନ ସେ କରୋନା ପଜିଟିଭି ଥିବାର ଜଣାପଡିଥିଲା । ମିଳିଥିବା ସୂଚନା ଅନୁସାରେ ନିର୍ମଳ ସିଂହ ବିଦେଶରୁ ଫେରିବା ପରେ ଦିଲ୍ଲୀ ତଥା ଅନ୍ୟାନ୍ୟ କିଛି ସ୍ଥାନଠାରେ ଧାର୍ମିକ ସଭା ଆୟୋଜନ କରିଥିଲେ । ସେହିପରି ମାର୍ଚ୍ଚ 19 ତାରିଖରେ ଚଣ୍ଡୀଗଡସ୍ଥିତ ଘରେ ନିଜ ପରିବାରର ସଦସ୍ୟ ତଥା ଅନ୍ୟ କିଛି ସମ୍ପର୍କୀୟଙ୍କ ଏକ କୀର୍ତ୍ତନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ । ନିର୍ମଳ ସିଂହଙ୍କ ଦୁଇ ଝିଅ, ପୁଅ, ସ୍ତ୍ରୀ ତଥା ଡ୍ରାଇଭର ଓ ତାଙ୍କ ସମ୍ପର୍କରେ ଆସିଥିବା 6 ଅନ୍ୟ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି । ସୂଚନାଯୋଗ୍ୟ, ସୂର୍ଣ୍ଣ ମନ୍ଦିରର ପୂର୍ବ ହଜୁରୀ ରାଗୀ…

Read More

ନୂଆଦିଲ୍ଲୀ : କରୋନାର ଜଟିଳ ପରିସ୍ଥିତିକୁ ନେଇ ସାରା ବିଶ୍ବ ଏବେ ଥରହର ହେଉଥିବାବେଳେ ଜଣେ ରାଷ୍ଟ୍ରପତିଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଏହି ରାଷ୍ଟ୍ରପତି ଜଣକ କହିଛନ୍ତି ଯେ, ଯିଏ କରୋନାର ମୁକାବିଲା ନିମେନ୍ତ ଲକ୍‌ ଡାଉନ୍‌ର ପାଳନ ନ କରିବେ, ତାଙ୍କୁ ତତ୍‌କ୍ଷଣାତ୍‌ ଗୁଳି ମାରିବାକୁ ଆଦେଶ ଦେଇଛନ୍ତି । ଏପରି ଆଦେଶ ଦେଇଥିବା ରାଷ୍ଟ୍ରପତି ହେଉଛନ୍ତି ଫିଲିଫିନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟର୍ଟେ |। ରୋଡ୍ରିଗୋ ନିଜ ସରକାର ଓ ପୁଲିସ୍‌ ପ୍ରଶାସନକୁ ଆଦେଶ ଦେଇଛନ୍ତି ଯେ, ଯେଉଁମାନେ ଲକ୍‌ ଡାଉନକୁ ମାନୁନାହାନ୍ତି କିମ୍ବା ଏହାକୁ ନେଇ ସମସ୍ୟା ସୃଷ୍ଟି କରୁଛନ୍ତି, ତାଙ୍କୁ ତତ୍‌କ୍ଷଣାତ୍‌ ଗୁଳି ମାରିଦିଅ । ରୋଡ୍ରିଗୋ ଦେଶର ସରୁକ୍ଷାବଳକୁ କହିଛନ୍ତି ଯେ, ଏହା ଦେଶ ପାଇଁ ଏକ କଡା ପରୀକ୍ଷାର ସମୟ । କୌଣସି ସ୍ବାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ କ୍ଷତି ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ଯଦି ଲକ୍‌ ଡାଉନକୁ ନେଇ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ସମ୍ପର୍କିତ ମାମଲା ବେଶ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗୁରୁବାର ସକାଳ 10ଟା ସୁଦ୍ଧା ମହାରାଷ୍ଟ୍ର, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ସେହିପରି ଦେଶର ଉତ୍ତରପୂର୍ବ ଅଞ୍ଚଳରେ ମଧ୍ୟ କରୋନା ବିସ୍ତାର ଲାଭ କରୁଛି । ଅରୁଣାଚଳ ପ୍ରଦେଶରେ ନୂତନ ମାମଲା ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ଜଣକ ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗ୍‌ ଜମାତରୁ ଫେରିଥିଲେ । ଏପର୍ଯ୍ୟନ୍ତ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2000 ପାଖାପାଖି ହୋଇଥିବାବେଳେ 40ରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । କେବଳ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ 338ଟି ମାମଲା ସାମ୍ନାକୁ ଆସିଛି । ସେଥିରୁ 17ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 41 ଜଣ ଠିକ୍‌ ହୋଇଛନ୍ତି। ସେହିପରି ରାଜସ୍ଥାନରେ ଗୁରୁବାର ଦିନ 9ଟି ମାମଲା ସାମ୍ନାକୁ ଆସିଥିଲା । ଜୟପୁରର ରାମଗଞ୍ଜରୁ 7ଟି ନୂଆ ମାମଲା ଆସିଛି । ତେବେ ରାମଗଞ୍ଜର…

Read More

ହାଇଦ୍ରାବାଦ : ହାଇଦ୍ରାବାଦଠାରେ କୋଭିଡ-19 ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହେବା ପରେ ତାଙ୍କ ପରିଜନମାନେ ହଙ୍ଗାମା କରିଛନ୍ତି । ରୋଗୀଙ୍କ ଗାନ୍ଧି ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ରୋଗୀଙ୍କ ପରିଜନମାନେ ଡାକ୍ତର ଉପରେ ଆକ୍ରମର କରିଛନ୍ତି । ହାଇଦ୍ରାବାଦ ମେଡ଼ିକାଲ କଲେଜ ହସ୍ପିଟାଲ୍‌ରେ ଆଠ ମହଲା ଉପରେ ଥିବା ଆଇସୋଲେସନ୍‌ ଓ୍ବାର୍ଡରେ ଚିକିତ୍ସାଧୀନ ଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯିବା ପରେ ସେଠାରେ ପରିବେଶ ବେଶ୍‌ ଉତ୍ତେଜନାମୟ ହୋଇପଡିଛି । ମିଳିଥିବା ସୂଚନା ଅନୁସାରେ ଡାକ୍ତରଙ୍କ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ କରୋନା ପଜିଟିଭି ମିଳିଛି । ତାଙ୍କର ଚିକିତ୍ସା ମଧ୍ୟ ସେହି ହସ୍ପିଟାଲରେ ଚାଲିଛି । ବ୍ୟକ୍ତିଜଣକ ନିଜ ଭାଇଙ୍କ ମୃତ୍ୟୁ ପରେ ଡାକ୍ତର ଉପରେ ଆକ୍ରମଣ କରିଥିଲେ । ମୃତକଙ୍କ ବୟସ 56 ବର୍ଷ ହୋଇଥିବାବେଳେ କରେନା ପଜିଟିଭିରହିଥିଲେ । ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ଅର୍ଥାତ୍‌…

Read More