Author: Samikhsya Bureau

ଭୁବନେଶ୍ବର- ଆମିଷ ବାରରେ ସାଧାରଣତଃ ଆମିଷ ବଜାରରେ ବିଡ ଜମିଥାଏ। ହେଲେ କୋରନା ଘଟଣା ଆସିବା ଦିନଠାରୁ ଚାରିଆଡେ ସାମାଜିକ ଦୂରତା ରଖାଯାଉଥିଲେ ମଧ୍ୟ ଆମିଷ ବଜାରରେ ତାହା ନ ଥିଲା। ଏବେ ବିଏମସି କର୍ତ୍ତୁପକ୍ଷ ଏହାକୁ ଶୃଙ୍ଖଳିତ କରିପାରିଛନ୍ତି।

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ଭୋରରୁ ହାତୀ ଆକ୍ରମଣରେ ଦୁଇଜଣକର ମୃତ୍ୟୁହୋଇଥିବାବେଳେଜ ଜଣେ ଆହତ ହୋଇଛନ୍ତି। ରେଢାଖୋଲ ବନାଞ୍ଚଳ ଅନ୍ତର୍ଗତ ଯୁଯୁମୁରା ବ୍ଲକ କେଶାପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରକାଶ ଯେ, ଯୁଯୁମୁରାବ୍ଲକ୍‌ କେଶାପାଲି ଗ୍ରାମ ପଞ୍ଚାୟତର କୋଲଗାଁରେ ଭୋରରୁ ଏକ ହାତୀ ଆସି ସରପଞ୍ଚଙ୍କ ଘରେ ପଶି ଘରଦ୍ବାର ଭଙ୍ଗାରୁା କରିବା ସହ ସରପଞ୍ଚଙ୍କ ମାଆ ଉର୍ମିଳା ମିର୍ଦ୍ଧା (୬୫) ଓ ଭାଣିଜୀ ରଶ୍ମିତା ମାଝୀ (୧୨)ଙ୍କୁ ହାତୀ ମାରି ପକାଇଥିଲା। ତାଙ୍କ ବାପା କନ୍ଧ ମିର୍ଦ୍ଧା (୭୦) ଗୁରୁତର ହୋଇଥିବାର ଜଣାପଡିଛି। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ଜାରି ରଖିଥିବାବେଳେ ସମଗ୍ର ବିଶ୍ବରେ 42 ହଜାରରୁ ଉର୍ଦ୍ଧ୍ବ ଲୋକେ ଏଥିରେ ମୃତ୍ୟୁବରଣ କଲେଣି । ଏହି ମହାମାରୀ ସଂକ୍ରମଣରେ ବହୁ ବଡ ବଡ ହସ୍ତୀ ଆସିଥିବାବେଳେ ଜଣେ ହଲିଉଡ୍‌ ଷ୍ଟାରଙ୍କ ଜୀବନ ଚାଲିଯାଇଛି । ଷ୍ଟାର୍‌ ଓ୍ବାର୍ସରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିଥିବା ଅଭିନେତା ଆଣ୍ଟ୍ର୍ୟୁ ଜ୍ୟାକ୍‌ଙ୍କ ମୃତ୍ୟୁ ଘଟିଛି । 75 ବର୍ଷୀୟ ଆଣ୍ଡ୍ର୍ୟୁ ବ୍ରିଟେନ୍‌ଠାରେ ପ୍ରାଣତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଗ୍ରାବିଏଲା ରୋଜର୍ସ ଏବେ ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । (ଏଜେନ୍ସି)

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଗୋରଖପୁର ବିଆରଡି ହସ୍ପିଟାଲ୍‌ରେ ଜଣେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ରିପୋର୍ଟ ଯାଞ୍ଚ ପରେ କରୋନା ପଜିଟିଭି ଥିଲେ ବୋଲି ଜଣାପଡିଥିଲା । ଏହି ଯୁବକଟି ବସ୍ତି ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବାସୂଚନା ଅନୁସାରେ ଯୁବକ ଜଣକ ମାର୍ଚ୍ଚ 28 ତାରିଖରେ ବସ୍ତି ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଥିଲେ । ଏହା ପରେ ମାର୍ଚ୍ଚ 29 ତାରିଖରେ ତାଙ୍କୁ ଗୋରଖପୁର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । 30 ମାର୍ଚ୍ଚ ସକାଳ 8ଟା ସମୟରେ ତାଙ୍କର ମୃତ୍ୟୁହୋଇଥିବାବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତେବେ ଯୁବକଙ୍କର ଆଜି ରିପୋର୍ଟ ଆସିଛି । ଏହା ପରେ ସେ କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଥିଲା । ପୋଲିସ୍‌ ବସ୍ତି ଅଞ୍ଚଳରେ କଡାକଡି ଭାବେ…

Read More

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‌ସିଆରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀଠାରେ ପୁଣି ଜଣେ ଡାକ୍ତରଙ୍କଠାରେ କରୋନା ପଜିଟିଭି ମିଳିଛି । ତେବେ ଏହି ଡାକ୍ତର ଜଣକ କୌଣସି କରୋନା ରୋଗୀଙ୍କ ଚିକିତ୍ସା କରୁନଥିବାବେଳେ ସେ ବାହାରକୁ ଯାତ୍ରା ମଧ୍ୟ କରିନଥିଲେ । ଡାକ୍ତରଜଣକ ଦିଲ୍ଲୀର କ୍ୟାନସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ କାମ କରୁଥିଲେ । ତେବେ ଡାକ୍ତର ଜଣକ ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ, ଯିଏ ୟୁକେର ଫେରିଥିଲେ । ଡାକ୍ତର ଜଣକ କାମ କରୁଥିବା କ୍ୟାନ୍ସର ଇନ୍‌ଷ୍ଟିଚ୍ୟୁଟ୍‌କୁ ବନ୍ଦ କରାଯାଇ ସାନିଟାଇଜେସନ୍‌ କରାଯାଉଛି । ପୂର୍ବରୁ ମୋହଲ୍ଲା କ୍ଲିନିକ୍‌ର ଦୁଇ ଡାକ୍ତରଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ଗୌତମବୁଦ୍ଧ ନଗରର ଓ ନୋଏଡାରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗୌତମ ବୁଦ୍ଧ ନଗରରେ କରୋନା ପୀଡ଼ିତଙ୍କ ସଂଖ୍ୟା 41ରେ ପହଞ୍ଚିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 227ଟି ନୂଆ…

Read More

ଶ୍ରୀନଗର: କରୋନା ଭାଇରସରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଭାରତକୁ 21 ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ କିଛି ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି । ଏପ୍ରିଏଲ୍‌୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଜମ୍ମୁ କଶ୍ମୀରର ପୁଂଛ ଜିଲ୍ଲାରେ ଜଣେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ଆମ୍ବୁଲାନ୍ସରେ ଘରକୁ ନିଆଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ସୁରନକୋଟରେ ଧରାପଡ଼ିଥବା ଏହି ଆମ୍ବୁଲାନ୍ସ ଭିତରେ ଜଣେ ଜୀବିତ ବ୍ୟକ୍ତି ଶୋଇଥିବା ବେଳେ ଅନ୍ୟ ଚାରି ଜଣ ବସିଥିଲେ । ମିଛ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ସେମାନଙ୍କ ପାଖେ ରହିଥିଲା । ପୋଲିସ ଆମ୍ବୁଲାନ୍ସ ଚାଳକଙ୍କୁ ଗିରଫ କରି ଅନ୍ୟ ଚାରି ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିଛି । ଏଥି ସହିତ ପୋଲିସ ଆମ୍ବୁଲାନ୍ସ ଓ ମିଛ ମୃତ୍ୟୁ ପ୍ରମାଣପତ୍ରକୁ ମଧ୍ୟ ଜବତ କରିଛି । ପୋଲିସ୍‌ ପାଞ୍ଚ ଜଣଙ୍କ ବିରୋଧରେ ଆଇପିସି…

Read More

ସମୀକ୍ଷା ବ୍ୟୁରୋ ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର ଶାଖା ତରଫରୁ ମନୋଜ ମଲିକ ଓ ଅମିତ ସ୍ୱାଇଁଙ୍କ ନେତୃତ୍ୱରେ ବାଣପୁର ସହରାଞ୍ଚଳର କରୋନା ଲକ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଅଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏବିଭିପିର ସ୍ୱଳ୍ପ କାର୍ଯ୍ୟକର୍ତ୍ତା ଆଜି ସକାଳେ ବାଣପୁର ପୋଲିସ ଥାନାକୁ ଯାଇ ଲକ୍‌ ଡାଉନ ସମୟରେ ନିଜର ପରିବାରକୁ ଭୁଲି ଜୀବନର ବାଜି ଲଗାଇ ଆମର ସୁରକ୍ଷା ପାଇଁ ଦିନ ରାତି ପ୍ରହରା ଦେଉଥିବା ପୋଲିସ ଭାଇମାନଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀଙ୍କୁ କିଛି ପଇଡ଼ ଓ ବିସ୍କୁଟ ହସ୍ତାନ୍ତର କରିଥିଲେ। ଅନୁରୂପ ଭାବେ ବାଣପୁର ପଲଟନ ପଡିଆରେ କରୋନା ଲକ ଡାଉନ ଲାଗି ଫସି ରହିଥିବା ଆନ୍ଧ୍ରପ୍ରଦେଶ ନେଲ୍ଲୁର ଜିଲ୍ଲାର କିଛି ପରିବାରଙ୍କୁ  ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସହରରେ ଥିବା କିଛି ଭିକ୍ଷୁକ ଓ ପରିଶେଷରେ ବାଣପୁର ଶନି ମନ୍ଦିର ନିକଟସ୍ଥ ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କୁ…

Read More

ନୂଆଦିଲ୍ଲୀ, ଦେଶର ବର୍ତ୍ତମାନ କୋଭିଡ-19ର 10ଟି ହଟସ୍ପଟ ରହିଛି। ଏହି ସ୍ପଟ ବା ସ୍ଥାନରେ କୋଭିଡ 19 ଭୂତାଣୁର ଆକ୍ରାନ୍ତ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି। କାରଣରେ କୁହାଯାଇଛି ଯେ, ଦେଶର ଏହି 10ଟି ସ୍ଥାନରୁ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟତଃ ସରକାରଙ୍କ ଯେଉଁ ଗାଇଡ ଲାଇନ ରହିଛି ତାହାକୁ ଏହି ସ୍ଥାନର ଜନସାଧାରଣ ଉଲ୍ଲଘଂନ କରିଛନ୍ତି। ଫଳରେ ବର୍ତ୍ତମାନ ଏହି 10ଟି ସ୍ଥାନ ସାଂଘାତିକ ସଂକ୍ରମଣ ସ୍ଥାନ ବୋଲି କୁହାଯାଇପାରେ। ସରକାରଙ୍କ ଅନୁସାରେ ଯେଉଁ 10ଟି ହଟସ୍ପଟ ଚିହ୍ନଟ ହୋଇଛି ସେଗୁଡିକ ହେଲା.. ଦିଲ୍ଲୀ- ନିଜାମୁଦ୍ଦିନ ଏବଂ ଦିଲସାତ୍ ଉତ୍ତର ପ୍ରଦେଶ- ନୋଏଡା ଏବଂ ମିଟର ରାଜସ୍ଥାନ-ଭିଲୱାଡା କେରଳ-କେସରଗଡ ଏବଂ ପଥନମଥିତ୍ତ ଗୁଜୁରାଟ-ଅହମ୍ମଦାବାଦ ମହାରାଷ୍ଟ୍ର-ମୁମ୍ବାଇ ଏବଂ ପୁନେ ତେବେ ଏହି ହଟସ୍ପଟ ସଂଖ୍ୟା ଖୁବ ଶିଘ୍ର ବଢିପାରେ ବୋଲି ସ୍ବାସ୍ଥ୍ୟ ବିଭାଗର ଯୁଗ୍ନ ସଚୀବ ଲବ ଅଗ୍ରୱାଲା ଏକ…

Read More

ପଶ୍ଚିମବଙ୍ଗ : କରୋନା ମହାମାରୀ ଏବେ ସାରା ବିଶ୍ବରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ସଂକ୍ରମଣକୁ ଏଡାଇବା ପାଇଁ ପୀଡ଼ିତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଇତି ମଧ୍ୟରେ ପଶ୍ଚିମବଙ୍ଗର ପୁରଲିଆଠାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳିଛି ପୁରଲିଆ ବଳରାମପୁର ଅଞ୍ଚଳରେ ଏକ ଗ୍ରାମବାସୀ ଗଛ ଉପରେ 14 ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ତାଙ୍କ ପାଖରେ ଆଇସୋଲେସନ୍‌ ପାଇଁ ଅଲଗା ରୁମ୍‌ର ବ୍ୟବସ୍ଥା ନଥିବାରୁ ତାଙ୍କୁ ବିକଳ୍ପ ଭାବରେ 14 ଦିନ ପାଇଁ ଗଛ ଉପରେ କ୍ବାରେଣ୍ଟାଇନରେ ରହିବାକୁ ପଡିଲା । ଏହି ବ୍ୟକ୍ତି ଜଣକ ନିକଟରେ ଚେନ୍ନାଇରୁ ପ୍ରତ୍ୟାବରତ୍ତନ କରିଥିଲେ ।  ଗ୍ରାମବାସୀମାନେ ତାଙ୍କର ଗଛ ଉପରେ କ୍ବାରେଣ୍ଟାଇନର ରହିବାର ଭିଡିଓକୁ ଭାଇରାଲ୍‌ କରିଛନ୍ତି । ଏହି ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆରେ ବେଶ୍‌ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Read More

ଆନ୍ଧ୍ରପ୍ରଦେଶ : ଦେଶରେ କରୋନା ଭାଇରସ୍‌ ମହାମାରୀ ବ୍ୟାପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଚାଲିଛି । ଦେଶରେ ଆସିଥିବା ଏହି ସଂକଟକୁ ମୁକାବିଲା କରିବା ପାଇଁ ବହୁରାଜ୍ୟ ନିଜ ବଜେଟ୍‌ରେ ପରିବର୍ତ୍ତନ କରୁଛନ୍ତି । ଏହି କ୍ରମରେ ସରକାରୀ କର୍ମଚାରୀ ତଥା ନିର୍ବାଚିତ ପ୍ରତିନିଧିଙ୍କ ଦରମାକୁ ହ୍ରାସ କରାଯାଉଛି । ତେଲେଙ୍ଗାନା, ମହାରାଷ୍ଟ୍ର ସରକାରଙ୍କ ପରେ ଏବେ ଦରମା ହ୍ରାସ ନେଇ ଆନ୍ଧ୍ରପ୍ରଦେଶରେ ସରକାର ଘୋଷଣା କରିଛନ୍ତି। ତେବେ ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସମ୍ପୂର୍ଣ୍ଣ ଦରମା କାଟକୁ ନେଇ ପ୍ରସ୍ତାବ ରଖିଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ବ୍ୟତୀତ ନିର୍ବାଚିତ ପ୍ରତିନିଧିଙ୍କ ଦରମାରୁ ଶହ ପ୍ରତିଶତ ହ୍ରାସ କରାଯିବା ନେଇ ସୂଚନା ରହିଛି । ଏତଦ୍‌ବ୍ୟତୀତ ରାଜ୍ୟରେ କାର୍ଯ୍ୟରତ ସମସ୍ତ ବ୍ୟୁରୋକ୍ରାଟ୍ସ (ଆଇଏଏସ୍‌-ଆଇପିଏସ୍‌-ଆଇଏଫ୍‌ଏସ୍‌)ଙ୍କ ଦରମାର 60 ପ୍ରତିଶତ ଦରମା ହ୍ରାସ କରାଯାଇଛି । ସେହିପରି ଅନ୍ୟ ସରକାରୀ…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ବେଶ୍‌ ଭୟଙ୍କର ଭାବରେ ତାଣ୍ଡବ ରଚୁଥିବାବେଳେ ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଗତ 24 ଘଣ୍ଟରା ମଧ୍ୟରେ 272ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ 1613 ରହିଥିବାବେଳେ 35 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 148 ଜଣ ଠିକ୍ ହୋଇଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ଓ ତାମିଲନାଡୁରେ ସଂକ୍ରମିତଙ୍କ ଲୋକଙ୍କ ସଂଖ୍ୟା ବେଶ ବଢିବାରେ  ଲାଗିଛି । ଗତକାଲି ମହାରାଷ୍ଟ୍ରରେ 72ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ 300ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେହିପରି ମହାରାଷ୍ଟ୍ର ପରକୁ କେରଳ ରହିଛି । କେରଳରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 241ରେ ପହଞ୍ଚିଛି । ସେହପରି ତାମିଲନାଡୁରେ 50ରୁ ଉର୍ଦ୍ଧ୍ବ ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 124ରେ ପହଞ୍ଚିଛି । ଗତ 24 ତାରିଖରେ…

Read More

ମୁମ୍ବାଇ : କରୋନା ଭାଇରସ୍‌ର ବ୍ୟାପକ ପ୍ରସାର ଦେଖି ମୁମ୍ବାଇର ପାଞ୍ଚଟି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ସିଲ୍‌ କରାଯାଇଛି । ଏହି ଅଞ୍ଚଳଗୁଡିକ ମଧ୍ୟରେ ରହିଛି ରାଜାଜୀ ପଥ, ବାଲାଜୀ ଗାର୍ଡେନ୍‌, ଅରେ ଭିଲେଜ୍‌, ମହାତ୍ରେ ନଗର, ସହକାର ନଗର ପ୍ରମୁଖ ସାମିଳ୍‌ ରହିଛି । କରୋନାକୁ ଦୃଷ୍ଟିରେ ରଖି ମଧ୍ୟ କିଛି ବସ୍ତି ଅଞ୍ଚଳରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । କେଡିଏମ୍‌ସି ନଗର ନିଗମର ଆୟୁକ୍ତ ବିଜୟ ସୂର୍ଯ୍ୟବଂଶୀ ବୁଧବାର ଦିନ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭିଡିସ ଅପଲୋଡ୍‌ କରି ଏହା ସମ୍ପର୍କରେ ଘୋଷଣା କରିଛନ୍ତି । ଡୋମ୍ବିମ୍ବଲୀର ପୂର୍ବ ଅଞ୍ଚଳରେ ପାଞ୍ଚ ଜଣ କରୋନା ପଜିଟିଭିଙ୍କ ସୂଚନା ମିଳିବା ପରେ ଏହି ଅଞ୍ଚଳକୁ ସିଲ୍‌ କରିବାର ନିଷ୍ପତ୍ତି ନିଆଯାଇଛି । ସେହିପରି ଯିଏ ଏହି ନିୟମକୁ ଉଲ୍ଲଂଘନ କରିବା ତା’ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି । ସୂର୍ଯ୍ୟବଂଶୀ ସେଠାକାର ସାଧାରଣ ଜନତାଙ୍କୁ…

Read More

କେଦାର ମିଶ୍ର ଆଜି ଓଡିଶା ଦିବସ। ସେ ପୁଣି ୮୫ତମ ଓଡିଶା ଦିବସ। ତେବେ ଆଜି ଆମ ଜୀବନରେ ସବୁଠୁ ନୀରସ ଉତ୍ସବର ଦିନ। ଗତ ୮୪ ବର୍ଷ ଭିତରେ ଏମିତି କୌଣସି ଦିନ ନଥିବ ଯେଉଁ ଦିନ ଓଡିଶା ଦିବସକୁ ଏତେ ନିରୁତ୍ସାହଜନକ ଭାବରେ ଆମେ ପାଳିଥିବା। ଏକ ଭୟଙ୍କର ସଙ୍କଟ ସମୟରେ ଆଜି ହୁଏତ ଆମେ ଓଡିଶା ଦିବସ ପାଳନ କରୁନାହୁଁ, ହେଲେ ଓଡ଼ିଶାକୁ ନେଇ ଆମକୁ ଆତ୍ମସମୀକ୍ଷା କରିବା ଆଜି ଏକାନ୍ତ ଜରୁରୀ। ୧, ଏପ୍ରିଲ ୧୯୩୬ ରୁ ୧, ଏପ୍ରିଲ, ୨୦୨୦- ଦୀର୍ଘ ୭୫ ବର୍ଷର ଜୀବନରେ ଓଡିଶାର ରାଜନୀତି, ଅର୍ଥନୀତି, ସଂସ୍କୃତି, ଜୀବନବୋଧ ଏବଂ ଅସ୍ମିତା ଅନେକ ବଦଳିଛି। ଆଜି ହୁଏତ ଆମକୁ ଆଶ୍ଚର୍ୟ ଲାଗିପାରେ ଯେ ୧୯୩୬ ପୂର୍ବରୁ ଆମର ରାଜନୈତିକ ପରିଚୟ ହଜି ଯାଇଥିଲା। ପୁରାଣ ଓ ଇତିହାସରେ ଯେଉଁ ଓଡ୍ର, କଳିଙ୍ଗ, ଉତ୍କଳ, କୋଶଳ, କୋଙ୍ଗଦ, ଉଡ୍ର ମଣ୍ଡଳ ଇତ୍ୟାଦିର…

Read More

ନୂଆଦିଲ୍ଲୀ : ଚୀନର ବୁହାନରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିଛି। ଭାରତ ସମେତ ବିଶ୍ୱର 200ଟି ରାଷ୍ଟ୍ର କରୋନା ପଞ୍ଝାରେ ପଡ଼ିଛନ୍ତି। ଆମେରିକା  ରୁଷ ଭଳି ଶକ୍ତିଶାଳୀ ରାଷ୍ଟ୍ର  ସହିତ ନରୱେ ଓ ରୋମାନିଆ  ସମସ୍ତେ ଏବେ କୋରନା ପଞ୍ଝାରେ ଅଣନିଃଶ୍ବାସୀ ହୋଇପଡିଛନ୍ତି । ଚୀନଠାରେ ପ୍ରଥମେ କରୋନା ସୃଷ୍ଟି ହୋଇଥିଲେ ହେଁ ବର୍ତ୍ତମାନ ସେଠାରେ ସ୍ଥିତିରେ ସୁଧାର ଆସିଥିବାବେଳେ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡିକରେ ଏହା ବେଶ୍‌ ଦ୍ରୁତ ବ୍ୟାପରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନାରେ 8,58, 669 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା 42,151ରେ ପହଞ୍ଚି ଯାଇଛି। ସେହିପରି 1,78, 099 ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 32 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଆମେରିକାରେ ଏବେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 1,88,530…

Read More

ଭୁବନେଶ୍ବର, ଭଦ୍ରକରୁ ଚିହ୍ନଟ ହୋଇଥିବା କରୋନା ଆକ୍ରନ୍ତ ସପଂର୍କରେ ସ୍ବାସ୍ଥ୍ୟ ବିଭାଗ ଯେଉଁ ରିପୋର୍ଟ ଦେଇଛି ତାହା ଆଶ୍ଚର୍ଯ୍ୟ କରିଦେଇଛି। ବିଭାଗର ରିପୋର୍ଟ ଅନୁସାରେ ଚତୁର୍ଥ ଆକ୍ରାନ୍ତଙ୍କ ଦେହରେ କୌଣସି ଥଣ୍ଡାକାସ ପରି ଲକ୍ଷଣ ନ ଥିଲା। ହେଲେ ସେ ବିଦେଶରୁ ଆସିଥିବାଏବଂ ତାଙ୍କ ଶରୀରକୁ ନିରୀକ୍ଷଣ କରିବା ପରେ ତାଙ୍କ ପ୍ରତି ଡାକ୍ତରଙ୍କ ସନ୍ଦେହ ବୃଦ୍ଧି ପାଇଥିଲା। ଫଳରେ ତାଙ୍କର ନମୂନା ପରୀକ୍ଷା ପାଇଁ ଅଣାଯାଇଥିଲା। ଏମସରେ ଏହାର ପରୀକ୍ଷା କରିବା ପରେ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଥିଲା। ଫଳରେ ବର୍ତ୍ତମାନ ବିଦେଶରୁ ଆସିଥିବା ବ୍ୟକ୍ତି ନିହାତି ସଂଗରୋଧ ବା ଏକାନ୍ତବାସରେ ରହିବା ଆବଶ୍ୟକ। ଏଥିସହିତ ଘର ଭିତରେ ରହିବା ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ବାହାରେ କୌଣସି ବ୍ୟକ୍ତି ଭଲ ଦେଖାଯାଉଥିଲେ ମଧ୍ୟ ସେ ଯେ ଆକ୍ରନ୍ତ ହୋଇ ନ ଥିବେ ତାହା କହିବା ମୁସ୍କିଲ।

Read More

ଭୁବନେଶ୍ବର, ପୁଣି ଆଉ ଏକ କରୋନା ଆକ୍ରାନ୍ତ ମିଳିବା ପରେ ବର୍ତ୍ତମାନ ଓଡିଶାରେ ଏହାର ସଂଖ୍ୟା 4କୁ ବୃଦ୍ଧି ପାଇଛି। 29 ବର୍ଷ ବୟସ୍କ ଭଦ୍ରକର ଏହି ବ୍ୟକ୍ତି ଜଣଙ୍କ ଦୁବାଇରୁ ଆସିଥିଲେ। ବର୍ତ୍ତମାନ ଓଡିଶାରୁ ଚିହ୍ନଟ ହୋଇଥିବା 4 ରୋଗୀଙ୍କ ମଧ୍ୟରୁ 3 ଜଣ ବିଦେଶରୁ ଆସିଥିବା ବେଳେ କେବଳ 3ୟ ପଜେଟିଭ ଜଣଙ୍କ ନୂଆଦିଲ୍ଲୀରୁ ଆସିଥିଲେ। ଓଡିଶା ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଓଡିଶାରେ ବର୍ତ୍ତମାନ ସୁଦ୍ଧା 610 ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିବା ବେଳେ ମାତ୍ର 4 ଜଣଙ୍କର ପଜେଟିଭ ମିଳିଛି। ଆଜି 137 ଜଣଙ୍କର ସାମ୍ପୁଲ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ଆରଏମଆରସି ରେ 119 ଟି, ଏମସରେ 15ଟି ଏବଂ ଏସସିବିରେ 3 ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିଲା। କେବଳ ଏମସରେ ପରୀକ୍ଷା କରାଯାଇଥିବା ଜଣଙ୍କର ପଜେଟିଭି ଛାଡି ଦେଲେ ଆଉ ସବୁ ନେଗେଟିଭ ରିପୋର୍ଟ ଆସିଛି।

Read More

ଭୁବନେଶ୍ବର, ଓଡିଶାରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛି। ଏହି ଆକ୍ରାନ୍ତ ହେଉଛନ୍ତି ଭଦ୍ରକର ବାସିନ୍ଦା ଏବଂ ତାଙ୍କ ବୟସ ହେଉଛି 29 ବର୍ଷ। ସେ କିଛି ଦିନ ତଳେ ଦୁବାଇରୁ ଓଡିଶା ଆସିଥିଲେ। ଏହାପରେ ତାଙ୍କୁ କାଶ ଓ ଜ୍ବର ହୋଇଥିଲା। ହେଲେ ତାହା ଭଲ ନ ହେବାରୁ ତାଙ୍କର ସାମ୍ପୁଲ ପରୀକ୍ଷା ପାଇଁ ଦିଆଯାଇଥିଲା। ପରୀକ୍ଷା ପରେ ପଜେଟିଭ ଆସିଲା। ବର୍ତ୍ତମାନ ଏହି ରୋଗୀ କେଉଁମାନଙ୍କ ସଂପ୍ସର୍ଶରେ ଆସିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଓଡିଶାରେ ଏହି କରୋନା ରୋଗୀ ସଂଖ୍ୟା 4 ରେ ପହଁଚିଲା।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ନୂତନ ଅଫର୍ ପ୍ରଦାନ କରାଯାଇଛି। ଆସନ୍ତା ଏପ୍ରିଲ ୧୭ ଯାଏଁ ଜିଓ ଫୋନ୍ ଗ୍ରାହକଙ୍କୁ ୧୦୦ ମିନିଟ୍‌ର ମାଗଣା ଟକ୍‌ଟାଇମ୍ ଏବଂ ୧୦୦ ମାଗଣା ଏସ୍‌ଏମ୍‌ଏସ୍ ଦେବାନେଇ ଘୋଷଣା କରାଯାଇଛି। ଲକ୍‌ଡାଉନ୍ ସମୟରେ ପ୍ରତିଯୋଗୀ କମ୍ପାନୀମାନଙ୍କ ପକ୍ଷରୁ ଦିଅ।ଯାଉଥିବା ସୁବିଧାଠାରୁ ଏହା ୧୦ ଗୁଣ ଅଧିକ ବୋଲି ଜିଓ ପକ୍ଷରୁ ପ୍ରକାଶ କରାଯାଇଛି। ଏଥିସହିତ ଲକ୍‌ଡାଉନ୍ ସମୟରେ ଦୋକାନ ଗୁଡିକରେ ରିଚାର୍ଜ ସମ୍ଭବ ନଥିବାରୁ ଜିଓ ପକ୍ଷରୁ ପ୍ରିପେଡ୍ ଜିଓଫୋନ୍ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ୍ ବୈଧତା ସରିବା ପରେ ମଧ୍ୟ ଇନ୍‌-କମିଙ୍ଗ୍ କଲ୍ ଜାରି ରହିବ ବୋଲି ଘୋଷଣା କର।ଯାଇଛି। କମ୍ପାନୀ ପକ୍ଷରୁ ଏକ ଟୁଇଟ୍‌ରେ ମଧ୍ୟ ଏଥିନେଇ ସୂଚନା ଦିଅ।ଯାଇଛି। ସେହିଭଳି ଜିଓର ସର୍ବାଧିକ ସଂଖ୍ୟକ ଗ୍ରାହକ ଅନ୍‌-ଲାଇନ୍ ରିଚାର୍ଜ କରୁଥିବାରୁ ରିଚାର୍ଜ…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନିଜାମୁଦ୍ଦିନ ମକରଜରେ ଅନୁଷ୍ଠିତ ତବଲିଗି ଜମାତରେ ଶତାଧିକ ବିଦେଶୀ ପ୍ରବଚକ ଯୋଗ ଦେଇଥିବା ବେଳେ ଏହାଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ତେବେ ବୈଦେଶିକ ବିଭାଗର ଗୁଇନ୍ଦା ବିଭାଗ ପକ୍ଷରୁ ଏକ ରୋଚକ ତଥ୍ୟ ପ୍ରକାଶ ପାଇଛି । ଏହି ସୂଚନା ଅନୁାୟୀ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୯୦୦ ବ୍ୟକ୍ତି ଭିସା ଆଇନର ଉଲ୍ଲଂଘନ କରିଛନ୍ତି । ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁାୟୀ ଏହି ଅନ୍ରୁବେଶକାରୀ ମାନେ ପର୍ଯ୍ୟଟକ ଭିସାରେ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଆବଦେନ କରିଥିଲେ । ଏହା ସହିତ ଏହି ମୁସଲିମ ଧର୍ମଗୁରୁ ମାନଙ୍କୁ ଭବିଷ୍ୟତରେ ଭାରତ ପ୍ରବେଶ ଉରେ କଟକଣା ଜାରି କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ: ଆଜି ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୫୦୦ ଟପି ଯାଇଛି। ରାତି ନଅଟା ସୁଦ୍ଧା ଦେଶରେ ୧୫୬୮ଜଣଙ୍କର ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଜି ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଛି। ଦେଶରେ ମୋଟ ୧୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୧ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି “ଇଣ୍ଡିଆ ଟୁଡେ” ସୂତ୍ରରୁ ଜଣା ପଡିଛି। ସେହିପରି ପୃଥିବୀରେ ୮ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୯,୦୩୩ ଲୋକ ପ୍ରାଣ ହରାଇଛନ୍ତି।

Read More