ନୂଆଦିଲ୍ଲୀ : ଦେଶରେ କରୋନାର ବର୍ଦ୍ଧିତ ପ୍ରଭାବ କାରଣରୁ ଏନ୍ପିଆର ଓ ଜନଗଣନାକୁ ସ୍ଥଗିତ ରଖିଛି ଗୃହ ମନ୍ତ୍ରାଳୟ । ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ବୁଧବାର 34 ଜଣ ନୂତନ ସଂକ୍ରମିତଙ୍କ ସହିତ ଦେଶରେ ସମୁ ଦାୟ ସଂକ୍ରମିତଙ୍କ ସଂଖ୍ୟା 562ରେ ପହଞ୍ଚିବା ପରେ ଏନ୍ପିଆରକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗୃହ ମନ୍ତ୍ରାଳୟ । (ଏଜେନ୍ସି)
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟର ସମସ୍ଥ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ରଜ୍ୟସରକାର କରୋନାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ରାଜ୍ୟବାସୀଙ୍କୁ ସଚେତନ କରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ସହାୟତାର ହାତ ବଢାଇଛନ୍ତି ଜଗତସିଂହପୁର ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି। ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଶ୍ରୀ ମୁଦୁଲି ଏକଲକ୍ଷ ପାଂଚ ହଜାର ଟଙ୍କାର ଏକ ଚେକ୍ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ଲଣ୍ଡନ : ସମଗ୍ର ବିଶ୍ବରେ ଏହାର ତାଣ୍ଡବ ମଚାଇଥିବା କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍ର ଯୁବରାଜ ପ୍ରିନ୍ସ ଚାର୍ଲସ୍ । ବୁଧବାର ପ୍ରିନ୍ସ ଚାର୍ଲସ୍ଙ୍କ କରୋନା ସଙ୍କ୍ରମଣ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ବଙ୍କିଂହାମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଛି । ସମଗ୍ର ବିଶ୍ବରେ ବର୍ତ୍ତମାନ ସୁଦ୍ଧା କରୋନା ପ୍ରଭାବରେ 16 ହଜାର ପ୍ରାଣହାନି ଘଟିଥିବା ବେଳେ ଆଜି ପ୍ରିନ୍ସ ଚାର୍ଲସ୍ ସଙ୍କ୍ରମିତ ହୋଇଛନ୍ତି । ଏହି ସୂଚନା ମିଳିବା ପରେ ବ୍ରିଟେନ୍ ରାଜପ୍ରସାଦର ସମସ୍ତ କର୍ମଚାରୀଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି । (ଏଜେନ୍ସି)
କାବୁଲ୍ : ଆଫଗାନିସ୍ତାନରେ ଏକ ଗୁରୁଦ୍ବାରରେ ଗୁଳିକାଣ୍ଡ ଘଟି 27 ଜଣଙ୍କର ପ୍ରାଣହାନି ଘଟିଛି । 27 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 9 ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ଆଫଗାନିସ୍ତାନର କାବୁଲରେ ଏକ ଗୁରୁଦ୍ବାରରେ ଶିଖ ସମ୍ପ୍ରଦାୟର ଲୋକମାନେ ପ୍ରାର୍ଥନା କରୁଥିବା ସମୟରେ କିଛି ବନ୍ଧୁକ ଧାରୀ ଆତତାୟୀ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଗୁରୁଦ୍ବାରରେ 150ରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ଘଟଣା ସ୍ଥଳରେ 27 ଜଣ ପ୍ରାଣ ହରାଇଥିବା ବେଳେ 9 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି । ଆଫଗାନିସ୍ତାନ ସୁରକ୍ଷା ବଳ ସମସ୍ତ 4 ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛନ୍ତି । ଆତଙ୍କୀ ସଙ୍ଗଠନ ଆଇଏସ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ଭାରତ ପକ୍ଷରୁ ଆକ୍ରମଣକୁ ନିନ୍ଦା କରାଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା । ରାଜ୍ୟର ସମସ୍ତ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଆଗୁଆ ଦରମା ଘୋଷଣା କରାଯାଇଛି । ଡାକ୍ତର ଏବଂ ନର୍ସ ମାନଙ୍କୁ ଚାରି ମମାସର ଆଗୁଆ ଦରମା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି । https://www.youtube.com/watch?v=2vLgNwqnQgg ସେହିପରି ଡାକ୍ତରଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଲୋକଙ୍କୁ ବାନ୍ଧିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ଜରୁରୀ କାଳୀନ ପରସ୍ଥିତିରେ ସମଗ୍ର ଦେଶ ଡାକ୍ତରଙ୍କ ସହିତ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କରୋନାକୁ ନେଇ ସାରା ବିଶ୍ୱରେ ଏବେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମହାମାରୀ କରୋନା ଯୋଗୁଁ ଭାରତ ସରକାର ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଯିଏ ଯେଉଁଠି ରହିଲେ ବି ଏବେ ନିଜ ଭିଟାମାଟିକୁ ଫେରିବା ପାଇଁ ଚାହୁଁଛନ୍ତି। ଏବେ ମହାରାଷ୍ଟ୍ରରେ ଫସି ରହିଥିବା ୭୫ରୁ ଅଧିକ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏହି ୭୫ଜଣଙ୍କ ଭିତରେ ରହିଛନ୍ତି ବାଲୁଗାଁର ଗୋପିନାଥପୁରର ଶୁଭମ୍ଜିତ୍ ସାହୁ। ଶୁଭମ୍ଜିତ୍ ମୁମ୍ବାଇରେ ବି.ଇଡି କରୁଥିବାବେଳେ ପରୀକ୍ଷା ଥିବାରୁ ସେ ନିଜ ଘରକୁ ଫେରିପାରିନାହାନ୍ତି। ଏନେଇ ଏକ ଭିଡିଓ ସେୟାର କରି ସେ ତାଙ୍କ ଅସୁବିଧା ସମ୍ପର୍କରେ ଜଣାଇଛନ୍ତି। https://www.youtube.com/watch?v=jKwiJxQnSoo ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଅଧୀନସ୍ଥ କେ.ଜେ. ସୋମେୟା ସଂସ୍କୃତ ବିଦ୍ୟାପୀଠ ମୁମ୍ବାଇ ପରିସରରେ ପ୍ରାୟ ୭୫ ଜଣ ଛାତ୍ରଛାତ୍ରୀ ବି.ଇଡି କରୁଛନ୍ତି। ସମ୍ପ୍ରତି ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ବରେ ଆଇଆଇସି ସଞ୍ଜୟ ପଟ୍ଟନାୟକ,ଏସ୍ଆଇ ଦିଗ୍ବିଜୟ ବିଶ୍ବାଳ, ଏସ୍ଆଇ ପ୍ରସନ୍ନ ଜେନା ଓ ତାଙ୍କ ଟିମ ପାଟ୍ରୋଲିଂ କରୁଥିବା ସମୟରେ କରୋନା ପାଇଁ ଲାଗିଥିବା କଟକଣା ଉଲଂଘନ କରିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କେସ ନମ୍ୱର୍ ୯୭/୨୦ରେ ମାମଲା ରୁଜ୍ଜୁ କରାଯିବା ସହିତ ଏହି ଚାରି ଉଲଙ୍ଘନକାରୀଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯, ୨୭୦ ଓ ୩୪ ଅନୁଯାୟୀ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିକଟଙ୍କୁ ପଠାଯାଇଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତଥାପି ଲୋକମାନେ ଏହାକୁ ନ ମାନି ବାହାରେ ବୁଲୁଥିବାର ଦେଖାଯାଉଛି। ଲକ୍ ଡାଉନ୍ ଉଲ୍ଲଂଘନକାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଯେଉଁମାନେ ଏହି ଆଇନକୁ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟସରକାରଙ୍କୁ ହାତ ବଢଉଛନ୍ତି ଅନେକ ଶିଳ୍ପ ସଂସ୍ଥା ତଥା ସାଂସଦମାନେ । ଏହି କ୍ରମରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜ ଜନ୍ମଦିନରେ ଅର୍ଥାତ୍ ମାର୍ଚ୍ଚ 23 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ତିନିମାସର ଦରମା ଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ନିଜେ ଘରେ ରହି ଅନ୍ ଲାଇନ୍ ପୋର୍ଟାଲ୍ ବ୍ୟବହାର କରି ସେ ନିଜର କର୍ତ୍ତବ୍ୟ ମଧ୍ୟ ସମ୍ପାଦନ କରୁଛନ୍ତି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ତିନିମାସର ଦରମା ଦାନ କରିବା ସହିତ ରାଜ୍ୟ ସରକାରଙ୍କୁ ଏନେଇ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ସେହିପରି ତାରା ପଟ୍ଟନାୟକ 1 କୋଟି ଟଙ୍କାର ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍କୁ ଦାନ କରିଥିବାବେଳେ ଓଏମ୍ସି ମଧ୍ୟ 500 କୋଟି ଟଙ୍କା ଦାନ କରିଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କାରୋନା ଏବେ ସାରା ବିଶ୍ଵ ରେ ମହାମାରୀ ସୃଷ୍ଟି କରିଛି । ଏହାକୁ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସମାଜର ସମସ୍ତ ବର୍ଗକୁ ଅପିଲ କରିଛନ୍ତି । କାରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କାରୋନା ବିରୋଧୀ ଅଭିଯାନକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଓଡ଼ିଶା ଖଣି ନିଗମ। ଏହା ଛଡା ଫେବୃଆରୀରେ ଓଏମସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 100କୋଟି ଟଙ୍କା ପ୍ରଦାନ କରି ସାରିଛି। ଆହୁରି ମଧ୍ୟ ରାଜ୍ୟରେ କରୋନା ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଓଏମସିର ନିର୍ଦ୍ଦେଶକ ମଣ୍ଡଳୀ 2019-20 ବର୍ଷର ଆଗୁଆ ଲାଭାଂଶରୁ 250 କୋଟି ପ୍ରଦାନ କରିବାକୁ ସ୍ଥିର କରିଛନ୍ତି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଷ୍ଟ୍ରକୁ ସମ୍ବୋଧିତ କରି 21 ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ର ଘୋଷଣା କରିବା ସହ ସାମାଜିକ ଦୂରତ୍ବ ସମ୍ପର୍କରେ କହିଥିଲେ । ଏହି ଲକ୍ ଡାଉନ୍ ସମୟରେ ଘରୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ସାମାଜିକ ଦୂରତ୍ବକୁ ପାଳନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍ ପରେ ଏହାର ପ୍ରଭାବ ଆଜି ସାରା ଦେଶରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ସୋସିଆଲ ଦୂରତ୍ବକୁ ଠିକ୍ ରୂପେ ପାଳନ କରୁଥିବାର ଦେଖିବାକୁ ମିଳିଛି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଏହାର ନଜର ଦେଖିବାକୁ ମିଳିଛି । ଏହି ବୈଠକରେ ସମସ୍ତ ମନ୍ତ୍ରୀ ଏକ ମିଟର ଦୂରରେ ବସିଥିବାର ଦେଖାଯାଇଥିଲା । କରୋନା ସମ୍ପର୍କିତ ଚର୍ଚ୍ଚା କରାଯିବା ପାଇଁ ଏହି ବୈଠକ…
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ହେବା ପରେ ଦିଲ୍ଲୀରେ କିଛି ଜାଗାରେ ଲୋକମାନେ ବହୁ ବ୍ୟସ୍ତବିବ୍ରତ ହୋଇଥିବାର ଦେଖିବାକୁ ମିଳିଥିଲା । ଲୋକମାନଙ୍କର ଏପରି ପରିସ୍ଥିତିକୁ ଦୂର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ପୋଲିସ୍ କମିଶନରଙ୍କ ନମ୍ବର ଜାରି କରିଛନ୍ତି । ଜାରି କରିଥିବା ନମ୍ବରଟି ହେଉଛି 011-23469536 । ଏହି ନମ୍ବର ଜରିଆରେ ପୋଲିସ୍ ତରଫରୁ ଯଦି କିଛି ଅସୁବିଧା ହେବ, ତେବେ ଦିଲ୍ଲୀବାସୀ ସିଧାସଳଖ ନିଜର ଅସୁବିଧା ବିଷୟରେ ଏହି ନମ୍ବରରେ ସୂଚନା ଦେଇପାରିବେ । ଏତଦ୍ବ୍ୟତୀତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଇ-ପାସ୍ ଜାରି କରିବା ନେଇ ଘୋଷଣା କରିଛନ୍ତି । ଆବଶ୍ୟକୀୟ ସେବା ପ୍ରଦାନକାରୀଙ୍କୁ ଇସ୍ ପାସ୍ ଜାରି କରାଯିବ । ଏହା ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ…
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ମୁକାବିଲା କରିବା ପାଇଁ ସାରା ଦେଶରେ 21 ଦିନ ପାଇଁ ଲକ୍ ଡାଉନ୍ର ଘୋଷଣା କରାଯାଇଛି । ତେବେ ଏହି ସମୟରେ ଜରୁରୀସେବାଗୁଡିକର ସେବା ଯୋଗାଇ ଦିଆଯିବ । ପନିପରିବା, ଫଳ, ଔଷଧ, ଗ୍ରୋସରୀ ଓ କ୍ଷୀର ଆଦି ଖୋଲା ରହିବ । ତେବେ ଏପରି ସମୟରେ ବିଗ୍ ବଜାର ନିଜ ଗ୍ରାହକମାନଙ୍କୁ ଜରୁରୀ ଆବଶ୍ୟକୀୟ ସାମଗ୍ରୀ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଇଛି । ବିଗ୍ ବଜାର ଏନେଇ କିଛି ରାଜ୍ୟରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ ବୋଲି ଟୁଇଟ୍ ଜରିଆରେ ସୂଚନା ଦେଇଛି । ଏହି ଟୁଇଟରରେ ଘରେ ଡେଲିଭରି ଯୋଗାଇଦେବା ଲାଗି ଫୋନ୍ ନମ୍ବର ଓ ସ୍ଥାନର ନାମ ଜାରି କରିଛି । ଏହା ଜରିଆରେ ଗ୍ରାହକ ଅତ୍ୟାବଶ୍ୟକ ସାମଗ୍ରୀର ଅର୍ଡର କରିପାରିବେ । ଘରେ ବସି ଆରାମରେ ଅତ୍ୟାବଶ୍ୟକ ଜିନିଷ ପାଇପାରିବେ । ଲକ୍ ଡାଉନ୍ ସମୟରେ ଘରୁ ନ…
ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତକଥା। ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସକୁ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ଏକ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। କାଳେ ଏହି ଭାଇରସ ପଶିଯିବ ଆଉ ମୋତେ ମାରିଦେବ, ଏହି ଭୟ ଘାରିଛି। ଏହି ଭାଇରସ ନେଇ ଅଧା ପୃଥିବୀ ବର୍ତ୍ତମାନ ଲକଡାଉନ ସ୍ଥିତିରେ। ହେଲେ ଆଶ୍ଚର୍ଯ୍ୟର କଥା ଜଣେ 95 ବର୍ଷର ବୃଦ୍ଧା ଏହି ମାରାତ୍ମକ ଭାଇରସ କବଳରୁ ମୁକୁଳି ପାରିଛନ୍ତି। ଯାହକୁ ନେଇ ହସପିଟାଲରେ ଏକ ଆନନ୍ଦର ବାତାବରଣ ଖେଳିଯାଇଛି। ଘଟଣାଟି ଘଟିଛି ଇଟାଲୀରେ। ଗତ ମାର୍ଚ୍ଚ 5 ତାରିଖରେ ଇଟାଲୀର ମୋଡେନା ହସପିଟାଲରେ ଜଣେ ବୃଦ୍ଧା ଆଲ୍ମା କ୍ଲାରା କ୍ରୋସିନ୍ ଥଣ୍ଡା କାସ ପାଇଁ ହସପିଟାଲରେ ଭର୍ତ୍ତି ହେଲେ। ଇଟାଲୀରେ କରୋନା ଭାଇରସ ଏକ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିଥିବାରୁ ସ୍ବାସ୍ଥ୍ୟ କର୍ମୀମାନେ ଭୟଭୀତ ହୋଇପଡିଲେ। ମୁଖ୍ୟତଃ ବୟସ୍କ ଲୋକଙ୍କୁ ଏହି ରୋଗ ହେଉଥିବାରୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ଦଣ୍ଡଯାତ୍ରାର ସମୟ। କିନ୍ତୁ କରୋନା ସଂକ୍ରମଣର ଭୟ ଥିବାରୁ ରାଜ୍ୟ ତଥା ଜିଲ୍ଲାରେ ଲକ୍ଡ଼ାଉନ୍ ସ୍ଥିତି ରହିଛି। ତେଣୁ ସମସ୍ତ ପ୍ରକାର ଯାନିଯାତ୍ରା, ସଭାସମିତି, ଦୋକାନ ବଜାର ଖୋଲିବା ଉପରେ କଟକଣା ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଗଂଜାମର ଜାମୁନିରେ ହେବାକୁ ଥିବା ଦଣ୍ଡଯାତ୍ରା ଦଳ ଆଜିଠୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏ ବିଷୟ ନେଇ ଖବର ପ୍ରଚାରିତ ହେବା ପରେ ପୁରୁଷୋତ୍ତମପୁର ପୋଲିସ୍ ୧୦ ଜଣ ଦଣ୍ଡୁଆକୁ ଅଟକ ରଖିଛି। ଥାନା କେସ ନଂ ୧୮୮/୨୭୧ ଆଇପିସିରେ ଏକ ମାମଲା ରୁଜୁ ହୋଇଛି।
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଦେଶରେ ଏବେ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ଆସନ୍ତା ଏପ୍ରିଲ୍ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ଅଫିସ୍, ବଜାର, ସାର୍ବଜନିକ ପରିବହନ ସମସ୍ତ ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଯେପରିକି ଫଳ, ପନିପରିବା, ଗ୍ରୋସରୀ, କ୍ଷୀର, ମେଡିସିନ୍ ଆଦି ଖୋଲା ରହିବ। ପ୍ରଧାନମନ୍ତ୍ରୀ ମୋଦି ଏହି 21 ଦିନ ଘରୁ ବାହାରକୁ ନ ଯିବାକୁ ଅନୁରୋଧ କରିଛନ୍ତି। କରୋନା ପାଇଁ ଦେଶରେ 21 ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ର ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଇ-କମର୍ସ କମ୍ପାନୀ ପ୍ଲିପ୍କାର୍ଟ ନିଜର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛି। ସେହିପରି ମଙ୍ଗଳବାର ଦିନ ଆମାଜନ୍ ଇଣ୍ଡିଆ ମଧ୍ୟ କେବଳ ଅତ୍ୟାବଶ୍ୟକ ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କହିଛି । ସେହିପରି ପ୍ଲିଫ୍କାର୍ଟ ନିଜ ଓ୍ବେବସାଇଟ୍ରେ ଏକ…
ମୁମ୍ବାଇ, ବର୍ତ୍ତମାନ ଚାରିଆଡେ ଲକଡାଉନ ଘୋଷଣା, ହେଲେ ଏହି ଘୋଷଣା ପୂର୍ବରୁ ଅନେକ ଘର ପାଇଁ ଜିନିଷପତ୍ର କିଣି ଆଣି ରଖିଛନ୍ତି। ସେହିପରି ଅଭିନେତ୍ରୀ ନୁଶରତ ମଧ୍ୟ ଏକ ତେଜରାତି ମଲକୁ ଯାଇ ଘର ପାଇଁ ଅନେକ କିଛି କିଣି ଆଣିଛନ୍ତି।
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଏବେ ବିଶ୍ବ ମହାମାରୀ । ଚୀନ୍ ପରେ ଇଟାଲୀ ଏବେ ସ୍ପେନ୍ରେ ତାଣ୍ଡବ ରଚି ଚାଲିଛି । ସ୍ବେନ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଚାଳିଶ ହଜାର ଟପି ସାରିଛି । ସେହିପରି ମୃତ୍ୟୁ ସଂଖ୍ୟା 2991ରେ ପହଞ୍ଚିଛି । କରୋନା ଭାଇରସ୍ରେ ମୃତକଙ୍କ ସଂଖ୍ୟା ମଧ୍ୟରେ ଇଟାଲୀ ଓ ଚୀନ୍ ପରେ ସ୍ବେନରେ ଅଧିକ ରହିଛି । ବିଗତ ଦୁଇ ସପ୍ତାହ ମଧ୍ୟରେ କରୋନା ସ୍ପେନରେ ପ୍ରବଳ ମାତ୍ରାରେ ବ୍ୟାପିଛି । ସ୍ପେନ୍ରେ ଲୋକମାନେ ଲକ୍ ଡାଉନ୍ ତଥା ସାମାଜିକ ଦ୍ବରତ୍ବ ନ ମାନିବା ଯୋଗୁଁ ଏତେ ମାତ୍ରାରେ ସଂକ୍ରମଣ ହୋଇଥିବାର ସୂଚନା ରହିଛି । ବିଗତ 24 ଘଣ୍ଟା ମଧ୍ୟରେ ସ୍ପେନ୍ରେ 462ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଇଟାଲୀରେ ସର୍ବାଧିକ 6,820ଜଣଙ୍କର ମୃତୁ ହୋଇଛି । ଇଟାଲୀରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 69,176ଜଣ ରହିଛନ୍ତି ।…
ତେଲେଙ୍ଗାନା : କରୋନା ମୁକାବିଲା ପାଇଁ ସାରା ଦେଶରେ ଏବେ ଲକ୍ ଡାଉନ୍ ଲାଗୁ କରାଯାଇଛି । ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ୍ବ ଲକ୍ ଡାଉନ୍କୁ ନେଇ ବେଶ୍ ଶକ୍ତ ହୋଇଛନ୍ତି । ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଯଦି ଲୋକମାନେ ଲକ୍ ଡାଉନ୍ ନିୟମକୁ ପାଳନ କରିବେ ନାହିଁ, ତେବେ ସେମାନଙ୍କୁ ଗୁଳି ମାରିବାର ଆଦେଶ ଦେବା ଛଡା ଅନ୍ୟ କିଛି ବିକଳ୍ପ ରହିବ ନାହିଁ । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 37ରେ ପହଞ୍ଚିଲାଣି । କରୋନ ସ୍ଥିତିକୁ ନେଇ କେସିଆର କହିଛନ୍ତି ଯେ, ଯଦି ଲକ୍ ଡାଉନ୍ର ନିୟମକୁ ଉଲ୍ଲଂଘନ କରନ୍ତି ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ କର୍ଫ୍ୟୁ ଜାରି କରିବାକୁ ପଡିବ । ସେ ଜନସାଧାରଣଙ୍କୁ କହିଛନ୍ତି ଯେ, ଯଦି ଲୋକମାନେ ପୋଲିସ୍ର କଥାକୁ ଶୁଣିବେ ନାହିଁ, ତେବେ ସେନା ନିୟୋଜିତ କରାଯିବ ଏବଂ ଗୁଳି…
କେଉଁଝର, ଚାରିଆଡେ କରୋନା ପାଇଁ ସତର୍କତା ଅବଲମ୍ବନ ପାଇଁ କୁହାଯାଉଛି। ଗୋଟିଏ ପଟେ ସରକାର ତେଜରାତି ଦୋକାନ ଖୋଲିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଭିଡ ନ କରିବା ପାଇଁ କହୁଛନ୍ତି। ଦୋକାନ ଖୋଲା ହେଲେ ସେଠାରେ ନିଶ୍ଚିତ ଗହଳି ହେବ ଏଥିରେ ସନ୍ଦେହ ନାହିଁ। ହେଲେ ଏପରି ଏକ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିଛନ୍ତି କେଉଁଝର ପ୍ରଶାସକ। କେଉଁଝର ଟାଉନରେ ଲୋକମାନେ ତେଜରାତି ଦୋକାନରେ ଭିଡ କରିବାରୁ ସେଠାକାର ପ୍ରଶାସନ ଦୋକାନ ଆଗରେ ଗାର ଟାଣି ଦେଇଛନ୍ତି। ଏକ ମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଗୋଲାକାର ଗାର ଟଣାଯାଇଛି। ଯେଉଁମାନେ ଜିନିଷ କିଣିବାକୁ ଆସିବେ ସେମାନେ ସେହି ଗୋଲାକାର ଗାର ଭିତରେ ଲାଇନରେ ରହିବେ। ଜଣେ ଆଗକୁ ଯିବା ପରେ ପଛ ଗୋଲାକାରରେ ଥିବା ଲୋକ ପୁଣି ଆଗ ଗୋଲାକାରକୁ ଯିବେ। ପ୍ରଶାସନର ଏପରି ପଦକ୍ଷେପ ଯୋଗୁଁ ବର୍ତ୍ତମାନ ସାମାଜିକ ଦୂରତା ବଜାଇ ରଖାଯିବା ସହିତ ଲୋକମାନେ ଜରୁରୀ ଜିନିଷ…

