Author: Samikhsya Bureau

ନୂଆଦିଲ୍ଲୀ, ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ମାନିବା ଲାଗି ସମସ୍ତଙ୍କୁ କହିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଘରେ କ୍ୱାରେଂଟାଇନ (ପୃଥକ ହୋଇ ରହିବା) ଲାଗି କୁହାଯାଇଛି ସେମାନେ ତାହା ପାଳନ କରନ୍ତୁ। ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭୁଲିବେ ନାହିଁ-ସତର୍କ ରହିବେ ଭୟଭୀତ ନୁହେଁ! କେବଳ ଘର ଭିତରେ ରହିବା ଜରୁରି ନୁହେଁ ଆପଣ ରହୁଥିବା ସହର ଓ ନଗର ମଧ୍ୟରେ ରହିବା ମଧ୍ୟ ଜରୁରି। ଅନାବଶ୍ୟକ ଯାତ୍ରା ଆପଣଙ୍କୁ କିମ୍ବା ଅନ୍ୟମାନଙ୍କୁ ସହାୟକ ହେବ ନାହିଁ। ଏପରି ସମୟରେ, ଆମ ପକ୍ଷରୁ ପ୍ରତ୍ୟେକ ଛୋଟିଆ ପଦକ୍ଷେପ ଏକ ବଡ଼ ପ୍ରଭାବ ପକାଇବ। ଏହି ସମୟରେ ଡାକ୍ତର ଓ ପ୍ରଶାସନର ପରାମର୍ଶକୁ ଆମେ ମାନିବା ଉଚିତ । ଘରେ ଅଲଗା ହୋଇ ରହିବା ଲାଗି ଯେଉଁମାନଙ୍କୁ କୁହାଯାଇଛି, ସେମାନେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କରୁ ଦେଶକୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁର ଆହ୍ବାନ ଦେଇଛନ୍ତି । ଏହାର ପ୍ରଭାବରେ ଦେଶବ୍ୟାପୀ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ବିଭିନ୍ନ ଟ୍ରେନ୍‌ର ଚଳାଚଳ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ଆସନ୍ତାକାଲି ଭୋର 4ଟାରୁ ରାତି 10ଟା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି । ପୂର୍ବରୁ ଯାତାୟତ କରିଥିବା ଟ୍ରେନ୍‌ ଗୁଡିକର ଯାତ୍ରାକୁ ବନ୍ଦ କରାଯିବ ନାହିଁ ମାତ୍ର ଆସନ୍ତା କାଲିର କୌଣସି ଟ୍ରେନ୍‌ ଚଳାଚଳ କରିବ ନାହିଁ । ଆସନ୍ତାକାଲି ପୂର୍ବତଟ ରେଳବାଇ ପକ୍ଷରୁ ସମୁଦାୟ 141ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବା ବେଳେ ତନ୍ମଧ୍ୟରେ 48ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଏବଂ 93ଟି ସାଧାରଣ ପାସେଞ୍ଜର ଟ୍ରେନ୍‌ ରହିଛି ।

Read More

ଛତିଶଗଡ : ଛତିଶଗଡରେ ପୁଣି ଏକ ନକ୍ସଲ ଏନକାଉଣ୍ଟର ଘଟିଛି । ମାଓ ଉପଦ୍ରୁତ ସୁକ୍‌ମାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଘଟି 6 ଜଣ ସୁରକ୍ଷାବଳ ଅଧିକାରୀ ଆହତ ହୋଇଛନ୍ତି । ଶନିବାର ସୁରକ୍ଷା ବଳଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌ କରାଯାଉଥିବା ବେଳେ ଅତର୍କିତ ଭାବରେ ନକ୍ସଲଙ୍କ ପକ୍ଷରୁ ହମ୍‌ଲା କରାଯାଇଥିଲା । ଚିନ୍ତାଗୁଫା ଜଙ୍ଗଲ ଅଞ୍ଚଳରେ ନକ୍ସଲଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ କରାଯିବା କାରଣରୁ ଏହି 6 ସୁରକ୍ଷା ଅଧିକାରୀ ଆହତ ହୋଇଥିଲେ । ଏହି ଏନ୍‌କାଉଣ୍ଟର ପରେ ସୁରକ୍ଷା ବଳ ଅଧିକାରୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି ।

Read More

ମୁମ୍ବାଇ : ଦେଶରେ କୋରୋନା ଭାଇରସ୍‌ର ସଙ୍କଟ ଦିନକୁ ଦିନ ବଢି ଚାଲିଥିବା ବେଳେ କ୍ରୀଡାପ୍ରେମୀଙ୍କ ପାଇଁ ଦୁସମ୍ବାଦ ମିଳିଛି । ଟି 20 କ୍ରୀଡାର ମହାକୁମ୍ଭ ଆଇପିଏଲ୍‌ ଆୟୋଜନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 24 ତାରିଖରେ ଆଇପିଏଲ୍‌ର ଭାଗ୍ୟ ନିର୍ଦ୍ଧାରଣ କରାଯିବ । ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଆସନ୍ତା ମଙ୍ଗଳବାର ଦିନ ଏକ ବୈଠକ କରିବା ପରେ ଆଇପିଏଲ୍‌ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆସନ୍ତା ମଙ୍ଗଳବାର ଦିନ କନ୍‌ଫରେନ୍ସିଂ କଲ୍‌ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ଉଲ୍ଳେଖଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 250 ଅତିକ୍ରମ କରିଛି । (ଏଜେନ୍ସି)

Read More

ଭୋପାଳ : କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ 22 ବିଦ୍ରୋହୀ ବିଧାୟକ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଏହି 22 ବିଧାୟକ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ବିଜେିପର ରାଜ୍ୟସଭା ପ୍ରାର୍ଥୀ ସିନ୍ଧିଆଙ୍କ ନେତୃତ୍ବରେ 22 ବାଗୀ ବିଧାୟକ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । 22 ବିଧାୟକଙ୍କ ସମେତ ଏହି ବୈଠକରେ ମଧ୍ୟପ୍ରଦେଶର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ଏବଂ କୈଳାଶ ବିଜୟବର୍ଗୀୟା ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପ୍ୟାକେଜ୍‌ର ଘୋଷଣା କରାଯାଇଛି । ଶନିବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି । ବିଭିନ୍ନ ଔଷଧ ତଥା ଔଷଧୀୟ ସାମଗ୍ରୀ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ 14 ହଜାର କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଛି । ବର୍ତ୍ତମାନ କୋରୋନା ମୁକାବିଲା ପାଇଁ ଆବଶ୍ୟକ ଔଷଧ ଦେଶରେ ମହଜୁଦ ରହିଛି । ମାତ୍ର କୋରୋନା ଅଧିକ ଦିନ ଧରି ଲାଗି ରହିଲେ ଦେଶରେ ଔଷଧର ସଙ୍କଟ ଦେଖା ଦେଇପାରେ । ତେଣୁ ସରକାର 14 ହଜାର କୋଟି ଟଙ୍କା ବିନିମୟରେ ଆବଶ୍ୟକୀୟ ଔଷଧ କିଣିବାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦେଶର ବିଭିନ୍ନ ସ୍ଥାନରେ ଏହି ଔଷଧ ନିର୍ମାଣ ପାର୍କ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତିନୋଟି ରାଜ୍ୟରେ ବଲ୍କ ଡ୍ରଗ୍‌ ପାର୍କ ନିର୍ମାଣ ପାଇଁ ଏହି ଅର୍ଥକୁ କ୍ୟାବିନେଟ୍‌…

Read More

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କୋରୋନାର ପ୍ରଭାବ ବଢି ଚାଲିଥିବା ବେଳେ ଦିଲ୍ଳୀ ମେଟ୍ରୋ ପକ୍ଷରୁ ଏହାର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି । ଗତକାଲି ଜନତା କର୍ଫ୍ୟୁ କାରଣରୁ ଦିଲ୍ଲୀ ମେଟ୍ରୋ ଚଳାଚଳକୁ 10ଟାରୁ 8ଟା ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ସୋମବାର ଠାରୁ ଦୈନିକ 6 ଘଣ୍ଟା ମେଟ୍ରୋ ଚଳାଚଳ କରାଯିବା ପାଇଁ ଘୋଷଣା କରାଯାଇଛି । ସୋମବାର ଠାରୁ ସକାଳ 8ଟାରୁ 10ଟା ଏବଂ ଅପରାହ୍ନ 4ଟାରୁ 8ଟା ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ କରାଯିବ ବୋଲି ଡିଏମ୍‌ଆର୍‌ସି ପକ୍ଷରୁ ସଳଚନା ଦିଆଯାଇଛି । ପ୍ରତି 20 ମିନିଟ୍‌ ଅନ୍ତରରେ ଗୋଟିଏ ଲେଖାଏଁ ମେଟ୍ରୋ ଚଳାଚଳ କରିବ ବୋଲି ଡିଏମ୍‌ଆରସି ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : କୋରୋନା କାରଣରୁ ସମଗ୍ର ଦେଶ ଏକ ପ୍ରକାର ଅଚଳ ହୋଇ ପଡିଥିବା ବେଳେ ନିଜ ଯାଦୁକରୀ କଳା କୌଶଳର ନିଦର୍ଶନ ଦେଖାଇଛନ୍ତି ଭାରତୀୟ କ୍ରିକେଟର ଶ୍ରେୟସ୍‌ ଆୟାର । ମୁମ୍ବାଇ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଶ୍ରେୟସ୍‌ ନିଜ ଯାଦୁକରୀ କଳା ଦେଖାଇଛନ୍ତି । https://twitter.com/BCCI/status/1241235841068019712 ନିଜ ଭଉଣୀ ନତାଶାଙ୍କୁ କିଛି ତାଶ୍‌ ପତାକୁ ନେଇ ଯାଦୁକରୀ କଳା ଦେଖାଇଥିଲେ । ଶ୍ରେୟସ୍‌ଙ୍କ ଏହି ମ୍ୟାଜିକ୍‌ ଟ୍ରିକ୍‌ସ୍‌ର ଭିଡିଓକୁ ବିସିସିଆଇ ପକ୍ଷରୁ 91 ସେକେଣ୍ଡର ଏହି ଭିଡିଓଟିକୁ ସେୟାର କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଳୀ : କୋରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁର ଆହ୍ବାନ ଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୈଫ୍‌-ଯୁବରାଜଙ୍କ ଭାଗିଦାରୀର ଉଦାହରଣ ଦେଇଛନ୍ତି । ମାର୍ଚ୍ଚ 22ରେ ମୋଦି ଜନତା କର୍ଫକ୍ୟୁର ଆହ୍ବାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍‌ମିଟ୍‌ ପରେ ମହମ୍ମଦ କୈଫ୍‌ ଏହାକୁ ଟ୍ବିଟ୍‌ କରିବା ସହିତ ଦେଶବାସୀଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ । କୈଫ୍‌ଙ୍କ ଟ୍ବିଟ୍‌ ପରେ ପ୍ରଧାନମନ୍ତ୍ରୀ 2002 ନାଟଓ୍ବେଷ୍ଟ ବିଜୟକୁ ମନେ ପକାଇବା ସହିତ ଉଭୟଙ୍କ ଭାଗିଦାରୀର ଉଦାହରଣ ଦେଇଥିଲେ । ଏହି ଦୁଇ ମହାନ ଖେଳାଳିଙ୍କ ପରି ବର୍ତ୍ତମାନ ଦେଶବାସୀଙ୍କୁ ମଧ୍ୟ ଭାଗିଦାରୀ କରିବାକୁ ପଡିବ । କୋରୋନା ଭାଇରସ୍‌ ମୁକାବିଲା ପାଇଁ ଦେଶବାସୀଙ୍କୁ ଏକତ୍ରିତ ହୋଇ ଭାଗିଦାରୀ କରିବାକୁ ପଡିବ ବୋଲି ମୋଦି ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ପରାସ୍ତ କରି ନାଟଓ୍ବେଷ୍ଟ ଟ୍ରଫିରେ ବିଜୟୀ ହୋଇଥିଲା । ଏହି…

Read More

ଚେନ୍ନାଇ: ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ମିଳିବାର ଅଳ୍ପ କିଛି ଘଣ୍ଟା ପରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ତାମିଲନାଡୁର ଚେନ୍ନାଇରେ ଆଉ ଏକ ଦୁଷ୍କର୍ମ ଆଉ ହତ୍ୟା ମାମଲା । ଆଜି ଏଠାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଏକ ଛାତରୁ ଫିଙ୍ଗି ହତ୍ୟା କରାଯାଇଛି। ଅପରାଧର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଚେନ୍ନାଇ ପୋଲିସ ଗିରଫ କରିଛି। ୨୯ ବର୍ଷ ବୟସ୍କ ଏହି ଅଭିଯୁକ୍ତ ଜଣକ ମୃତ ନାବାଳିକାର ପଡୋଶୀ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ମଦୁରାଭୋୟାଲ ଅଞ୍ଚଳରେ ରହୁଥିବା ୧୦ ବର୍ଷର ନାବାଳିକା ଜଣକ ଶୌଚ ହେବା ପାଇଁ ନିଜ ଘରୁ ବାହାରକୁ ଯାଇ ଫେରିନଥିଲା। ପହଞ୍ଚିବାରେ ବିଳମ୍ବ ହେବାରୁ ପିତାମାତା ଭୟଭୀତ ହୋଇ ପୋଲିସକୁ ଡାକିଥିଲେ। ଅଭିଭାବକ, ପଡ଼ୋଶୀ ଏବଂ ପୋଲିସ କର୍ମଚାରୀମାନେ ବହୁ ଖୋଜା ଖୋଜି କରିଥିଲେ। ପରେ ନାବାଳିକା ଜଣକ ବିଲଡିଂ ପଛପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଲେଶ୍ବରର ବାଲିଆରେ ରହିଥିବା ନେସ୍କୋର କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ଅଫିସ୍‌ର ଗୋଦାମ ଗୃହରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ବ୍ରହ୍ମପୁରଠାରେ ୧୧କେଭି ବିଦ୍ୟୁତ ତାର ଟ୍ରାଜେଡି ପରେ ସାରା ରାଜ୍ୟରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ସମସ୍ତ ୧୧କେଭି ତାର ତଥା ବିଦ୍ୟୁତ ଖୁଣ୍ଟ ନିର୍ମାଣକୁ ବେଶ୍‌ ଜୋର ଦିଆଯାଇଛି। ଏହି କ୍ରମରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହମାଠାରୁ ପଙ୍ଗପାଳ ରାସ୍ତାରେ ୧୧ କେଭି ବିଦ୍ୟୁତ୍‌ ତାର ନିମନ୍ତେ ବିଦ୍ୟୁତ ଖୁଣ୍ଟର ମରାମତି କାମ ଚାଲିଛି। ତେବେ ଏହି କାର୍ଯ୍ୟକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଓପିଟିସିଏଲ୍‌ ତରଫରୁ ୧୧କେଭି ବିଦ୍ୟୁତ୍‌ ତାର ଓ ଖୁଣ୍ଟ ମରାମତି କାର୍ଯ୍ୟକୁ ଏଠାରେ ଗୁପ୍ତା ପାଓ୍ବାର ଇନ୍‌ଫ୍ରାଟକ୍ଚର ଏଠାରେ କରୁଥିବାବେଳେ ଏହି ବିଦ୍ୟୁତ ଖୁଣ୍ଟର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟୁତ ଖୁଣ୍ଟଗୁଡିକୁ କେନାଲ୍‌ ଭିତରେ ପୋତା ଯାଉଥିବାବେଳେ ବିଦ୍ୟୁତ୍‌ ଖୁଣ୍ଟରେ ବ୍ୟବହୃତ ହେଉଥିବା କଂକ୍ରିଟ୍‌ ଅତ୍ୟନ୍ତ ନିମ୍ନମାନର। ସରକାର କେ ମାଲ୍‌  ଦରିଆ ପେ ଡାଲ୍‌ ପରି ବିଦ୍ୟୁତ ଖୁଣ୍ଟ କୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ ଲକ୍‌ ଡାଉନ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 22ରୁ 29 ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । କାଲି ସକାଳ ସାତଟାରୁ ଆରମ୍ଭ ହେବ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ । ଏହା 22 ତାରିଖ ସକାଳ 7ଟାରୁ ଆରମ୍ଭ ହୋଇ 29 ତାରିଖ ରାତି ନଟାରେ ଏହା ଶେଷ ହେବ । https://www.youtube.com/watch?v=an190unfrwk ବିଦେଶରୁ 3000ରୁ ଅଧିକ ଲୋକ ଓଡ଼ିଶାକୁ ଫେରିଥିବାରୁ ଏପରି ଘୋଷଣା କରାଯାଇଛି । ବିଦେଶରୁ ଫେରିଥିବା ଲୋକଙ୍କ ମଧ୍ୟରେ ସତୁରୀ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା । ପ୍ରଥମ ପର୍ଯ୍ୟାୟରେ ଏହି ପାଞ୍ଚଟି ଜିଲ୍ଳା ତଥା ଜିଲ୍ଲାର ସମସ୍ତ ସହର ଓ ଗାଁ ସମେତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ 22 ମାର୍ଚ୍ଚରୁ 29…

Read More

ପୋଲାଣ୍ଡ : କରୋନା ଭାରଇସ ସାରା ଦୁନିଆରେ ଆତଙ୍କ ଖେଳାଉଥିବାବେଳେ ଇଟାଲୀରେ କରୋନାଙ୍କ ମୃତ୍ୟ ସଂଖ୍ୟା ବେଶ୍‌ ଦ୍ରୁତ ଗତିରେ ବଢିଚାଲିଛି । ଏହି ମହାମାରୀ ଯୋଗୁଁ ବୟସ୍କ ଅର୍ଥାତ୍‌ 60ରୁ 80 ବର୍ଷ ବୟସ୍କଙ୍କ ମୃତ୍ୟୁ ବେଶି ଘଟୁଥିବାର ଜଣାପଡିଛି । ତେବେ ପୋଲାଣ୍ଡଠାରେ ଜଣେ 27 ବର୍ଷୀୟ ମହିଳା ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି । କରୋନା ଭାଇରସରେ ବିଶ୍ବର ସର୍ବକନିଷ୍ଠ ଭାବେ ଏହି ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମହିଳା ଜଣକ ଶିଶୁକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ଘଟିଛି । ଆଶ୍ଚର୍ଯ୍ୟର କଥା ମହିଳା ଜଣକ ପୂରାପୂରି ସୁସ୍ଥ ଥିଲେ । ପୋଲାଣ୍ଡରେ ଏବେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି । ଏହି ମହିଳାଙ୍କୁ ତାଙ୍କ ମା’ଙ୍କଠାରୁ କରୋନା ସଂକ୍ରମଣ କରିଥିଲା । ତାଙ୍କ ମା’ ନିକଟରେ ଇଟାଲୀରୁ ଫେରିଥିଲେ। ଇଟାଲୀ ଏବେ କରୋନା ମହାମାରୀର କେନ୍ଦ୍ରସ୍ଥଳ ପାଲଟି ଯାଇଛି।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ତଥା ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଶକ୍ତିନଗର ଅଂଚଳରେ ବର୍ତ୍ତମାନ ଚୋରିସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚୋରମାନେ ଏହି ଅଂଚଳକୁ ଅତି ସୁରକ୍ଷିତ ମନେ କରିଛନ୍ତି। ଚୋରମାନେ ମୁଖ୍ୟତଃ ଯେଉଁ ଘରେ ତାଲା ପଡ଼ିଛି କିମ୍ବା ଯେଉଁ ଘର ଲୋକମାନେ ବହୁଦିନ ହେଲା ଅନୁପସ୍ଥିତ ଅଛନ୍ତି ତାକୁ ଟାର୍ଗେଟ କରୁଥିବାବେଳେ ପୂର୍ବ ଚୋରିଗୁଡ଼ିକ ଧରିବାରେ ପୋଲିସ୍ ଫେଲ୍ ମାରିଥିବାରୁ ଏଭଳି ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି । ଘଟଣାରୁ ପ୍ରକାଶ ଯେ ସହର ଉପଖଣ୍ଠ ଶକ୍ତିନଗର ଷଷ୍ଠ ଲେନ୍‌ର ବିଷ୍ଣୁପ୍ରିୟା ପ୍ରୀତି ନିଜ ଦେହ ଖରାପ ଥିବାରୁ ଝିଅ ଘର ଭୁବନେଶ୍ୱରକୁ ଗତ ଶିବରାତ୍ରିଠାରୁ ଚାଲିଯାଇଥିଲେ । ଘରେ ଅନ୍ୟ କେହି ନଥିବାବେଳେ ପୁଅମାନେ ବାହାର ରାଜ୍ୟରେ ରହୁଛନ୍ତି । ଚୋରମାନେ ଏହାର ସୁଯୋଗ ଦେଇ ଗତରାତିରେ ଘରର କବାଟର ତାଲା ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରି ୪ ଭରି ସୁନା ଅଳଙ୍କାର ସହ…

Read More

ଲକ୍ଷ୍ନୌ :  ଯୋଗୀ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ 45 ଜଣଙ୍କର କରୋନା ରିପୋର୍ଟ ଆସିଛି । ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଛି । ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂହ କରୋନା ଭାଇରସରେ ପୀଡ଼ିତ ନୁହଁନ୍ତି। ଜୟ ପ୍ରତାପ ସିଂହଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଯାଇଛି ଏବଂ ଏହା ନେଗେଟିଭ୍‌ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଗାୟିକା କନିକା କପୁର୍‌ଙ୍କ ସହ ଏକ ପାର୍ଟିରେ ଉପସ୍ଥିତ ରହିଥିଲେ। କନିକା କପୁର୍‌ଙ୍କ ସହିତ ପାର୍ଟିରେ ରହିଥିବା ଅନ୍ୟ 30 ଜଣଙ୍କର ସାମ୍ପଲ୍‌ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି । ଏତଦ୍‌ବ୍ୟତୀତ ଅନ୍ୟ 15ଜଣଙ୍କ ରିପୋର୍ଟ ମଧ୍ୟ ରିପୋର୍ଟ ନେଗେଟିଭ୍‌ ରହିଛି। କନିକାଙ୍କ ସହିତ ସମ୍ପର୍କରେ ଆସିଥିବା ପ୍ରାୟ 45 ଜଣଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ଅନ୍ୟମାନଙ୍କ ପରୀକ୍ଷା ଚାଲୁ ରହିଛି।  କରେନା ସଂକ୍ରମଣକୁ ଡରି ରହିଥିବାବେଳେ ଏଭଳି ରିପୋର୍ଟ ଟିକେ ଆରାମ ପ୍ରଦାନ କରିଛି। ସୂଚନାଯୋଗ୍ୟ, ଲଣ୍ଡନରୁ ଫେରିଥିବା କନିକାଙ୍କ…

Read More

ସମୀକ୍ଷା ବ୍ୟୁରୋ ବାଣପୁର: ବିଶ୍ଵବ୍ୟାପୀ ମହାମାରୀ କରୋନା ପ୍ରଭାବରୁ ବାଦ ପଡ଼ିନାହିଁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର। ଦିନକୁ ଦିନ କରୋନାର ପ୍ରଭାବ ବୃଦ୍ଧିପାଉଥିବା ବେଳେ ବାଣପୁର ସହରରେ ଦେଖାଦେଇଛି ମାସ୍କର ଅଭାବ। ଡାକ୍ତରଖାନାରେ ମାସ୍କ ମିଳୁନଥିବା ବେଳେ ବଜାରରେ ଚଢାଦରରେ ବିକ୍ରି ହେଉଛି ମାସ୍କ, ଯାହାକୁ ସାଧାରଣ ଲୋକମାନେ କିଣିବାକୁ ଅସମର୍ଥ ପ୍ରକାଶ କରୁଛନ୍ତି। ଏପରି ସମୟରେ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ମାସ୍କ ଯୋଗାଇଦେବାକୁ ଅଣ୍ଟା ଭିଡିଛି ବାଣପୁର ସହରର ଅଗ୍ରଣୀ ମହିଳା ସିଲେଇ ତାଲିମ ଅନୁଷ୍ଠାନ ଦୀପକ ଫ୍ୟାସନ ଡ଼ିଜାଇନିଂ ସେଣ୍ଟର ଓ ଏବିଭିପି। ବିଗତ ତିନି ଦିନ ହେଲା ଦିନରାତି ଏକ କରି ବହୁତ ପରିଶ୍ରମ କରି ଏହି ଅନୁଷ୍ଠାନର ଛାତ୍ରୀମାନେ ତିଆରି କରିଛନ୍ତି ପାଖାପାଖି ପନ୍ଦର ସହ ମାସ୍କ। ଆଜି ସକାଳେ ସରକାରୀ କଟକଣାକୁ ଆଖିରେ ରଖି ଦୀପକ ଫ୍ୟାସନ ଡିଜାଇନ ଓ ଏବିଭିପିର କିଛି କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ବାଣପୁରର ବିଭିନ୍ନ ଅଞ୍ଚଳ ଯଥା…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି । କରୋନା ସତର୍କତା ପାଇଁ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । କରୋନା ସତର୍କତା ପାଇଁ ମଲ୍‌, ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍‌ଟ, ହୋଟେଲ୍‌, ବାର୍‌, କଫି ସଫ୍‌ ଇତ୍ୟାଦିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଏବେ ପାର୍କ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଦ୍ବୈତନଗରୀ ଭୁବନେଶ୍ବର ଏବଂ କଟକରେ ବନ୍ଦ ରହିବ ସବୁ ପାର୍କ । ସମସ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ବନ୍ଦ ରହିବ ବୋଲି ସୂଚନା ରହିଛି । ଆସନ୍ତାକାଲିଠାରୁ 31 ପର୍ଯ୍ୟନ୍ତ ସମସ୍ତ ପାର୍କ ବନ୍ଦ ରହିବ । କରୋନା ମୁକାବିଲା ନେଇ ପାର୍କ ବନ୍ଦ କଲା ବିଏମସି, ସିଏମସି । ପୂର୍ବରୁ ସହରାୟ୍ଚଳରେ  ଥିବା ସମସ୍ତ ପାର୍କକୁ ଦିନ ଦୁଇଟା ପରେ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ଏହାକୁ ସମ୍ପୂର୍ଣ୍ଣ ରୂପେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାକୁ ସତର୍କ ପରାମର୍ଶ । ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି । ଅପରାହ୍ନ 2ଟା 30 ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା ଦିଆଯାଇଛି ।

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଭାଇରସ୍‌ ସହ ଲଢିବା ପାଇଁ ବିଭିନ୍ନ ପ୍ରକାରର ଘୋଷଣା କରିଛନ୍ତି। ରାଜ୍ୟରେ 23ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ରହିଥିବା ଶ୍ରମିକ ତଥା ଦିନ ମଜୁରିଆଙ୍କ ପାଇଁ ଭତ୍ତାର ଘୋଷଣା କରିଛନ୍ତି। ରାଜ୍ୟରେ ରହିଥିବା 20.37 ନିର୍ମାଣ ଶ୍ରମିକଙ୍କ ପାଇଁ ସେମାନଙ୍କ ଦୈନିକ ଆବଶ୍ୟକୀୟତାକୁ ପୂରଣ କରିବା ଦିଗରେ ସାହାଯ୍ୟ ପାଇଁ ପ୍ରତ୍ୟେକଙ୍କୁ 1000ଟଙ୍କା  ଦିଆଯିବ ବୋଲି ଘୋଷଣା କରାଯାଇଛି। ଏତଦ୍‌ବ୍ୟତୀତ ହକର୍‌ଙ୍କୁ ମଧ୍ୟ 1000 ଟଙ୍କାର ରାଶି ଦିଆଯିବ ବୋଲି ସୂଚନା ରହିଛି। ଏହି ରାଶି ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର୍‌ କରାଯିବ। ସେହିପରି ଶ୍ରମିକ୍‌ ସେସ୍‌ ଜରିଆରେ ସହାୟତା ଦେବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି । ୟୁପି ସରକାର ଶ୍ରମିକ ତଥା ମଜୁରିଆଙ୍କ ଭରଣପୋଷଣ ପାଇଁ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ଦ୍ବାରା ଏକ ସୁପାରିଶ୍‌କୁ ଗ୍ରହଣ କରୁଛନ୍ତି । ଶ୍ରମ ବିଭାଗ 20ଲକ୍ଷ37…

Read More