କଟକ, ଆଜି ହୋଲିରେ ଏକ ଅଘଟଣ ଘଟିଯାଇଛି। ହୋଲି ଖେଳି କାଠଯୋଡି ନଦୀରେ ଗାଧୋଇଲା ବେଳେ ଦୁଇଜଣ ଯୁବକ ନଦୀରେ ଭାସିଯାଇଛନ୍ତି। ଏମାନେ ବୈୟାଳିଶ ମୌଜା ନିକଟ ପଠାରେ ଗାଧୋଉଥିଲେ। ଖବର ପାଇବା ପରେ ଅଗ୍ନଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳେ ପହଁଚି ଦୁଇ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ପୂର୍ବରୁ ପୋଲିସ ଏବଂ ଅଗ୍ନଶମ ବିଭାଗ ତରଫରୁ ହୋଲିରେ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଚାର କରାଯାଇଥିଲା। ଏପରିକି ମଦ ପିଇ ରାସ୍ତାରେ ବୁଲିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଥିଲା। ହେଲେ ତାହାକୁ ଖାତିର ନ କରିବାରୁ ଏପରି ଅଘଟଣ ଘଟିବାରେ ଲାଗିଛି।
Author: Samikhsya Bureau
କଟକ, ସକାଳୁ ସକାଳୁ ଉଠିଲେ ଲୋକେ ହୋଲି ଖେଳିବେ ବୋଲି ପ୍ରସ୍ତୁତ ହେଉଛନ୍ତି। ଏପରି ପରିସ୍ଥିତିରେ 5ଟି ସଚିବ ଭି.କେ ପାଣ୍ଡିୟାନ ବଡି ଭୋରରୁ କଟକ ଗସ୍ତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାତି 4ଟାରେ ପାଣ୍ଡିୟାନ ପ୍ରଥମେ ବାଦମବାଡି ବସଷ୍ଟାଣ୍ଡରେ ପହଁଚି ଥିଲେ। ବସଷ୍ଟାଣ୍ଡ ଅବସ୍ଥା ଦେଖିବା ପରେ ନିଷ୍ପତି କଲେ ସେଠାରୁ ବସଷ୍ଟାଣ୍ଡ ହଟି ଖାନନଗରକୁ ଯିବ। ଖାନନଗରରେ ଥିବା ବିଶ୍ବନାଥ ପାଠାଗର ନିକଟରେ ଏହି ବସଷ୍ଟାଣ୍ଡ କରାଯିବ। ବିଶ୍ବନାଥ ପାଠାଗାର ନିକଟରେ ପ୍ରାୟ 30 ଏକର ଜମି ରହିଛି। ସେଠାରେ ଏହି ବସଷ୍ଟାଣ୍ଡକୁ ଘୁଞ୍ଚାଇ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ କରାଯିବ ବୋଲି ସେହି ସ୍ଥାନରେ ନିଷ୍ପତି କଲେ। ସେଠାରେ ଥିବା ବିଶ୍ବନାଥ ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ସେହିପରି ପୁରୀ ଅନୁଗୁଳ ବସଷ୍ଟାଣ୍ଡକୁ ନବୀକରଣ କରାଯିବା ସହ କଟକ ଗୋପାଳପୁରରେ ବସ୍ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ପାଣ୍ଡିୟାନ…
ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଯାଇଛନ୍ତି। ତାଙ୍କ ସହିତ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ସିନ୍ଧିଆ ବିଜେପିରେ ଯୋଗଦେଇ ଖୁବ୍ ଶିଘ୍ର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ଗତ କିଛିଦିନ ଧରି ମଧ୍ୟପ୍ରଦେଶରେ ରାଜନୈତିକ ସଂକଟ ଲାଗିରହିଛି। ମୁଖ୍ୟତଃ ସିନ୍ଧିଆ କେତେକ କଂଗ୍ରେସ ବିଧାୟକଙ୍କୁ ତାଙ୍କ ପାଖରେ ରଖିଛନ୍ତି ବୋଲି ଜଣାପଡିଛି। ବର୍ତ୍ତମାନ ମୋଦୀଙ୍କୁ ଭେଟିବା ପରେ ସିନ୍ଧିଆ ତାଙ୍କର ରାଜନୈତିକ ଖେଳ ଆରମ୍ଭ କରିବେ। ତାଙ୍କ ପାଖରେ କୁଆଡେ 20 ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ର ଅଛି ବୋଲି କୁହାଯାଉଛି। ସେ ବିଜେପିରେ ମିଶିବା ପରେ ଏହି 20 ଜଣଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କରାଯାଇ ସରକାର ଭାଙ୍ଗିବାକୁ ଦାବୀ କରାଯିବ।
ଭୁବନେଶ୍ବର, ଚଳିତ ବର୍ଷ ହୋଲିର ରଂଗ ସଂପୂର୍ଣ୍ଣ ଫିକା ପଡିଯାଇଛି। କାରଣ ହେଲା କରୋନା ଭାଇରସ ଭୟରେ ଲୋକମାନେ ବେଶ୍ ସାବଧାନତାର ସହ ଖେଳିଛନ୍ତି ହୋଲି। ମୁଖ୍ୟତଃ ଚାଇନାରୁ ରଂଗ ଆସୁଛି ବୋଲି ସମସ୍ତେ ଅବଗତ ଅଛନ୍ତି। ସେହି ରଂଗ କାଳେ ଦେହରେ ଲାଗିଯିବ ସେ ନେଇ ସମସ୍ତେ ଭୟଭିତ। ଫଳରେ ବିଭିନ୍ନ ସ୍ଥାନରେ ଲୋକେ ପ୍ରାକୃତିକ ରଂଗରେ ହୋଲି ଖେଳୁଥିବାର ଦେଖାଯାଇଛି। ତେବେ ଗତ ବର୍ଷ ଯେପରି ଚାରିଆଡେ ଆନନ୍ଦ ଉଲ୍ଲାସରେ ହୋଲି ଖେଳାଯାଇଥିଲା ଏଥର ତାହା ହୋଇନାହିଁ। ରାସ୍ତାଘାଟ ଚାରିଆଡେ ଖାଁ ଖାଁ ଲାଗୁଛି। ଭୁବନେଶ୍ବରର ବିଭିିନ୍ନ କମ୍ୟୁନିଟ୍ ସେଣ୍ଟରରେ ଯେପରି ଖେଳାଯାଉଥିଲା ସେଥିରେ ମଧ୍ୟ ଭଟ୍ଟା ପଡିଛି। କେତେକ ସ୍ଥାନରେ ଲୋକେ ହଳଦି ଲଗାଇ ହୋଲି ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଛି।
ଭୋପାଳ : ସାରା ଦେଶ ରେ ହୋଲି ର ପରବ ଚାଲିଥିବା ବେଳେ ମଧ୍ୟପ୍ରଦେଶ ସରକାରରେ କିନ୍ତୁ କଳବାଦଲ ଘୋଟି ହୋଇ ଆସିଛି। ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ୨୮ ଜଣ ମନ୍ତ୍ରୀ ରୁ ୨୨ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଅପରପକ୍ଷରେ ସିନ୍ଧିଆଙ୍କ 17ଜଣ ସମର୍ଥକ ମନ୍ତ୍ରୀ ବାଙ୍ଗାଲୁରୁରେ ରହିଛନ୍ତି। କମଳନାଥ ଓ ସିନ୍ଧିଆଙ୍କ ମତଭେଦ ରହିଥିବା କାରଣରୁ ସିନ୍ଧିଆ ନାରାଜ ରହିଛନ୍ତି। ଏପଟେ ବିଜେପି ଅପରେଶନ ଲୋଟସ ମିଶନ ରେ ଲାଗିପଡିଛି। ତେଣୁ ଏବେ ପୁଣି ଥରେ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ । ଏହା ପୂର୍ବରୁ ବିଜେପି ବିରୋଧରେ କଂଗ୍ରେସ ନେତାମାନେ ଘୋଡ଼ାବେପାର ଅଭିଯୋଗ ଆଣିଥିଲେ । କଂଗ୍ରେସ ନେତାମାନେ କହିଥିଲେ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିରୋଧରେ ଷଡ଼ଯନ୍ତ୍ର ହେଉଛି। ସେହିପରି ଆଜି ବିଧାୟକ ଦଳ ବୈଠକ ଡାକିଛି ବିରୋଧୀ ବିଜେପି। ଆଜି ଉଭୟ କଂଗ୍ରେସ କଂଗ୍ରେସ ଓ ବିଜେପି ବିଧାୟାକ ବୈଠକ ହେବ। ଅପର…
କେଦାର ମିଶ୍ର ଜଗନ୍ନାଥେ ବଡପଣ୍ଡାଙ୍କୁ ସ୍ଵପ୍ନାଦେଶ ଦେଇଛନ୍ତି, ଆଜି ପାହାନ୍ତିଆରୁ ଉଠି ଯେ ସାତୋଟି ତୁଳସୀ ପତ୍ର ଖାଇବ, ସେ କରୋନା ଭୂତାଣୁଠାରୁ ସୁରକ୍ଷିତ ରହିବ- ଏମିତି ଗୋଟେ ବାର୍ତ୍ତା ସାରା ଓଡ଼ିଶାକୁ ଖାଇଯାଇଛି। ଲୋକେ ତୁଳସୀ ଗଛସବୁକୁ ଲଣ୍ଡା କରି ସାରିଲେଣି। ତେବେ କିଏ ସେ ବଡପଣ୍ଡା? କାହାକୁ କାହିଁକି ସ୍ଵପ୍ନାଦେଶ ହେଲା? ତୁଳସୀ ପତ୍ରରେ ଯଦି କରୋନାର ଚିକିତ୍ସା ଅଛି, ବୈଜ୍ଞାନିକମାନେ କଣ ମୂର୍ଖ? ହେଲେ ଏ ପ୍ରଶ୍ନ ସବୁ ଶୁଣିବ କିଏ? ଶୁଣିଲେ ବି ଏ ସବୁ ପ୍ରଶ୍ନର ଉତ୍ତର ନାଇଁ। କେବଳ ଗୁଜବ ଦେଖି ଭାସିଯିବାର ଗୋଟେ ମୂର୍ଖାମୀ ଆମ ଭାରତୀୟମାନଙ୍କ ରକ୍ତରେ ରହିଛି। ସେଥିଲାଗି ଆମେ ଗଣେଶଙ୍କୁ କ୍ଷୀର ପିଆଇବାକୁ ଲମ୍ବା ଧାଡି ବାନ୍ଧି ଠିଆ ହୋଇପଡୁ। ସେଥିଲାଗି ଏକା ଧର୍ମଗୁରୁ ନାଁରେ ଏ ଦେଶର ସବୁଠୁ ବଡ ଅପରାଧୀମାନେ ଆମର ଦେବତା ପାଲଟି ଯାଆନ୍ତି। ଆଶାରାମ, ରାମ ରହିମ, ରାମପାଲ, ସୁର ବାବା…
ଭୁବନେଶ୍ୱର, ଆଜି ୟୁକ୍ତାମୁଖୀ ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ଓଡିଶା ଆସୋସିଏସନ୍ ଡିଫ୍ ରେ ହୋଲି ଉତ୍ସବ ପାଳନ କରାଯାଇଛି । ଏଥିସହ ପିଲାମାନଙ୍କ ଉପସ୍ଥିତିରେ ଭାନୀଶ୍ରୀ ପଣ୍ଡା କଂ ଜନ୍ମଦିନ ପାଳନ କରାଯାଇଥିଲା । ମୂଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଯୋଗଦାନ କରି ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବର ଅଭିନନ୍ଦନ ଦେବା ସହ କରୋନା ଭାଇରସ୍ ସଂପର୍କରେ ସଚେତନ କରାଇଥିଲେ । ହୋଲିର ରଙ୍ଗକୁ ପରିତ୍ୟାଗ କରି ଫୁଲରେ ଖେଳିବାକୁ ଉପଦେଶ ଦେଇଥିଲେ । ମଂଚାସୀନ ତିଥିମାନେ ପିଲାମାନଙ୍କୁ ଅଭିନନ୍ଦନ ଦେବା ସହ,ସେମାନଙ୍କ ସହ ହୋଲି ଉତ୍ସବ ପାଳନ କରିଥିଲେ । ଏହି ଉତ୍ସବରେ ପ୍ରଦେଶ କଂଗ୍ରେସ କମିଟିର ଉପ ସଭାପତି ଶ୍ରୀ ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ମିଲି ପଣ୍ଡା, ଦିଲିପ ପଣ୍ଡା, ପପୁ ପମପମ, ସୁବ୍ରତ ମହାପାତ୍ର, ଦୀପକ ସାହୁ, ପ୍ରସନ୍ନ ନାୟକ, ରାଜେନ୍ଦ୍ର ସାହୁ, ମିଟୁ ମହାରଣା, ମୋନା…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ନିଖୋଜ ଯୁବକଙ୍କର ଶବ ମିଳିବା ପରେ ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ। ବାଣପୁରର ଭୀମପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁତ୍ର ଦର୍ଶନ ନାୟକଙ୍କ ନିଖୋଜ ହେବାର ଦୁଇ ଦିନ ପରେ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ୍କୁ ବିରୋଧ କରି ସ୍ଥାନୀୟ ଲୋକେ ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ଦାବି କରି ରାସ୍ତାରୋକ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଭୀମପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁଅ ଘରୁ ନିଖୋଜ ରହିଥିବାର ଗତ ୮ ତାରିଖ ଦିନ ବାଣପୁର ଥାନାରେ ଅଭିଯୋଗ କରାଯାଇଥିଲା। କୋଡିଏ ବର୍ଷ ବୟସ୍କ ଦର୍ଶନ ନାୟକ ଗତ ସାତ ତାରିଖ ଦିନ ପନିପରିବା ଆଣିବା ନିମେନ୍ତ ନିକଟସ୍ଥ ମାର୍କେଟକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ। ପୁଅକୁ ଆଖପାଖରେ ଖୋଜିବା ସହିତ ବନ୍ଧୁ ବାନ୍ଧବଙ୍କ ଘରେ ଖୋଜାଖୋଜି କରାଯାଇଥିଲା। ପୁଅ ନ ମିଳିବାରୁ…
ରଞ୍ଜିତ୍ ପଣ୍ଡା ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ମ୍ୟୁନିସିପାଲିଟି ତଥା ବ୍ଲକ୍ର ବିଜେଡି ସଭାପତି ଚୟନ କରାଯାଇଥିବାବେଳେ କେବଳ କୁଜଙ୍ଗର ସଭାପତି ଚୟନ କରାଯାଇନାହିଁ । ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏବଂ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜ୍ୟ ଶ୍ରୀଯୁକ୍ତ ପ୍ରତାପ କିଶୋର ଦେବଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲାରେ ଥିବା ୭ଟି ବ୍ଲକ୍ ଓ ୨ଟି ମ୍ୟୁନିସିପାଲଟିର ପାଇଁ ନିର୍ବାଚିତ ହୋଇଥିବା ବିଜୁଜନତା ଦଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ନିମ୍ନରେ ସମସ୍ତ ବ୍ଲକ ସଭାପତିଙ୍କ ନାମ: ୧-ଜଗତିସିଂହପୁର ବ୍ଲକ : ମନୋଜ କୁମାର ଭୋଇ ୨-ବାଲିକୁଦା ବ୍ଲକ : ରତ୍ନାକର ନାୟକ ୩-ନାଉଗାଁ ବ୍ଲକ : ସୁଜିତ୍ କୁମାର ମଲ୍ଲିକ ୪-ରଘୁନାଥପୁର ବ୍ଲକ : ଦେବାଶିଷ ତ୍ରିପାଠୀ ୫-ବିରିଡି ବ୍ଲକ : ରବୀନ୍ଦ୍ର ରାଉଳ ୬-ତିର୍ତ୍ତୋଲ ବ୍ଲକ : ଗଙ୍ଗାଧର ବିଶ୍ବାଳ ୭-ଏରସମା ବ୍ଲକ : ପୀତବାସ…
ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ଫାଶୀ ଟାଳିବାକୁ ନୂଆ ଚାଲ୍ ଆରମ୍ଭ କରିଛନ୍ତି । ଫାଶୀ ରଦ୍ଦ କରିବାକୁ ଆବେଦନ କରାଯାଇଛି । ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଅପିଲ କରିଛି ଦୋଷୀ ବିନୟ ଶର୍ମା। ଆସନ୍ତା 20ତାରିଖ ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ପାଇଁ ଡେଥ୍ ୱାରେଂଟ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ତେବେ ଏହା ପୂର୍ବରୁ ଫାଶୀ ଟାଳିବାକୁ ଦୋଷୀମାନେ ନୂଆ ଚାଲ ଖେଳିଛନ୍ତି । ମୃତ୍ୟୁ ଦଣ୍ଡ ରଦ୍ଦ କରିବା ସହ ଏହାକୁ ଆଜୀବନ ଜେଲ୍ ଦଣ୍ଡରେ ପରିବର୍ତ୍ତନ କରିବା ପାଇଁ ଅପିଲ କରିଛି ଦୋଷୀ ବିନୟ ଶର୍ମା । ବିନୟଙ୍କ ଆବେଦନ ପରେ ପୁଣି ଥରେ ଫାଶୀକୁ ନେଇ ଅନିଶ୍ଚିତା ଦେଖାଦେଇଛି । ସାତ ବର୍ଷ ଧରି ଦୋଷୀମାନେ ଏମିତି ଆଇନର ଗଳାବାଟ ଦେଇ ବର୍ତ୍ତି ଚାଲିଥିବାବେଳେ ପୀଡିତାଙ୍କ ପରିବାର…
ରଞ୍ଜିତ୍ ପଣ୍ଡା ପାରାଦୀପ : ସ୍ବାମୀର ଦ୍ବିତୀୟ ବିବାହକୁ ବିରୋଧ କରି ପ୍ରଥମ ପତ୍ନୀ ଶାଶୁଘରେ ଆଗରେ ଧାରଣା ଦେଇଛନ୍ତି। ପାରିବାରିକ କଳିରୁ ବାପଘରେ ରହୁଥିବା ବୋହୂକୁ ନ ଜଣାଇ ସ୍ବାମୀ ପୁଣିଥରେ ବିବାହ ହୋଇଥିବାର ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ। ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ମାମଲା ଚାଲିଥିବାବେଳେ ସ୍ବାମୀ ଜଣକ ଦ୍ବିତୀୟ ବିବାହ କରିଛନ୍ତି। ନ୍ୟାୟ ଦାବିରେ ପ୍ରଥମ ପତ୍ନୀ ସ୍ବାମୀ ଘର ଆଗରେ ଧାରଣା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବଗଦିଆ ପଞ୍ଚାୟତର ମାନିନୀ ବିଶ୍ବାଳ ନାମ୍ନୀ ଜଣେ ମହିଳା 2016 ଜୁଲାଇ ମାସରେ ବାଲିଡିହା ନିବାସୀ ଚନ୍ଦନ ରାଉତଙ୍କୁ ବିବାହ କରିଥିଲେ । ବିବାହର 8 ମାସ ପରେ ଯୌତୁକ ଜନିତ ନିର୍ଯାତନା ମିଳିଥିବାର ସେ ଅଭିଯୋଗ କରିଥିଲେ । ଯୌତୁକ ବାବଦକୁ 50 ହଜାର ଟଙ୍କା ପାଇଁ ତାଙ୍କ ଶଶୁର ଘର ତରଫରୁ ଚାପ ପ୍ରୟୋଗ କରାଯାଉଥିଲା। ବାପଘର ସମ୍ବଳ ଠିକ୍ ନଥିବାରୁ ସେ…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଝଟ୍କା ଲାଗିଛି। ସିଏଏ ବିରୋଧୀ ଆନ୍ଦୋଳନକାରୀ ଫଟୋ ଲାଗିଥିବା ହୋର୍ଡିଂ ହଟାଇବାକୁ ସୋମବାର ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋବିନ୍ଦ ମାଥୁର ଏବଂ ଜଷ୍ଟିସ୍ ରମେଶ ସିହ୍ନା ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଲକ୍ଷ୍ନୌ ଡିଭିଜନ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏହି ଅଭିଯୁକ୍ତମାନଙ୍କ ଫଟୋ ଥିବା ହୋର୍ଡିଂ ହଟାଯିବା ନେଇ ସେ ନିଶ୍ଚିତ କରନ୍ତୁ। ଏହା ପୂର୍ବରୁ କୋର୍ଟ ଏହି ମାମଲାର ଶୁଣାଣି କରି ରବିବାର କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହି ପୋଷ୍ଟର ନେଇ ବହୁ ବିବାଦ ଦେଖାଦେଇଥିଲା। ଏଥିରେ ଫଟୋ ବ୍ୟତୀତ ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ସ୍ଥାନ ପାଇଥିଲା। (ଏଜେନ୍ସି)
ନୂଆଦିଲ୍ଲୀ : ମହିଳାଙ୍କ ମାସିକ ଋତୁସ୍ରାବ ପାଇଁ ଛୁଟିର ଦାବି କରି ଫଶିଛନ୍ତି ଥରୁର୍ । କଂଗ୍ରେସ ନେତା ଶଶି ଥରୁର ଟୁଇଟ୍ କରି ମହିଳାଙ୍କ ପିରିୟଡସ୍ ବା ମାସିକ ଋତୁସ୍ରାବ ସମୟରେ ଛୁଟିର ଦାବି କରିଛନ୍ତି। ଶଶୀ ଏହି ଟୁଇଟ୍ରେ ଏକ ଅନଲାଇନ୍ ପିଟିସନ୍ ଲିଙ୍କ୍ ମଧ୍ୟ ଦେଇଛନ୍ତି। ଏହି ପିଟିସନରେ ମହିଳାମାନଙ୍କୁ ମାସିକ ଋତୁସ୍ରାବ ଅବକାଶ ପାଇଁ ନିୟମ ଏବଂ ଆଇନ ପ୍ରସ୍ତୁତ କରିବାକୁ ଦାବି କରାଯାଇଛି। କିନ୍ତୁ ଥରୁର୍ଙ୍କ ଏହି ଦାବିକୁ ସମର୍ଥନ କରିବାକୁ ମନା କରି ଦେଇଛନ୍ତି ତାଙ୍କ ଦଳର ନେତା । ସୂଚନାଯୋଗ୍ୟ, ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ଏକ ଅନଲାଇନ୍ ଆବେଦନ ଆରମ୍ଭ କରିଥିଲା। ଏହି ଆବେଦନରେ ମହିଳାମାନେ ଋତୁସ୍ରାବ ଅବକାଶ ପାଇଁ ନିୟମ ଏବଂ ଆଇନ ପ୍ରଣୟନ କରାଯାଉ। ଏହି ଦାବି ଉପରେ ଲୋକଙ୍କୁ ଅନଲାଇନ୍ ସାଇନ୍ କରି ସମର୍ଥନ ବୃଦ୍ଧି କରାଯାଉଥିଲା । ଥରୁର ଏହି ପିଟିସନର ଲିଙ୍କ୍ ଟୁଇଟ୍…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା କାଲି ରଙ୍ଗର ପର୍ବ ହୋଲି । ତେବେ ହୋଲିରେ ସାବାଡ ହେବେ ମଦୁଆ । ହୋଲି ଅବସରରେ ରାଜଧାନୀ ଭୁବନେଶ୍ବରକୁ ଜଗିବେ 16 ପ୍ଲାଟୁନ୍ ପୋଲିସ୍ । ଏନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ଯଦିଓ କରୋନା ଭାଇରସ୍ ଓ ଅଦିନିଆ ବର୍ଷା ସମ୍ଭାବନା ହୋଲି ରଙ୍ଗକୁ ଫିକା କରିଦେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ରାଜ୍ୟରେ ନିରାପଦ ଭାବରେ ହୋଲି ପାଳନକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହୋଲି ଖେଳିବା ବେଳେ ସତର୍କତା ଅବଲମ୍ବନ ପାଇଁ ଭୁବନେଶ୍ୱର ଡିସିପି ଅନୁପ ସାହୁ ପରାମର୍ଶ ଜାରି କରିଛନ୍ତି। ୧୭ଟି ଭ୍ୟାନ୍ ପାଟ୍ରୋଲିଂ କରିବେ । ୨୮ଟି ସ୍ଥାନରେ ଜୋରଦାର ଚେକିଂ ହେବ । ଦ୍ରୁତ ଗାଡ଼ି ଚାଳନା ଓ ମଦ୍ୟପ ଚାଳକଙ୍କ ଉପରେ ପୋଲିସ ନଜର ରଖିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ…
ଚେନ୍ନାଇ : କରୋନା ଭାଇରସ୍ର ପ୍ରଭାବ ଯୋଗୁଁ ସାରା ଦୁନିଆରେ ଆତଙ୍କ ସୃଷ୍ଟି ହୋଇଛି । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 43ରେ ପହଞ୍ଚିଲାଣି । ଏବେ ଏହି କରୋନା ଭାଇରସକୁ ନେଇ ଡିଏମ୍ଡିକେ ନେତା ପ୍ରେମଲତା ବିଜୟକାନ୍ତ ଅଦ୍ଭୁତ ବୟାନ ଦେଇଛନ୍ତି । ପ୍ରେମଲତା ଡିଏମ୍କେ ପ୍ରମୁଖ ଏମ୍କେ ଷ୍ଟାଲିନ୍ଙ୍କ ତୁଳନା କରୋନା ଭାଇରସ୍ ସହ କରିଛନ୍ତି। ଡିଏମ୍ଡିକେ ପ୍ରୁଖ ବିଜୟକାନ୍ତଙ୍କ ସ୍ତ୍ରୀ ପ୍ରେମଲତା ମଦୁରୈର ଏକ ସଭାରେ କରୋନା ଭାଇରସଠାରୁ ଷ୍ଟାଲିନ୍ ଅଧିକ କ୍ଷତିକାରଣ ବୋଲି କହିଛନ୍ତି । ତାମିଲନାଡୁରେ ଡିଏମ୍କେ ମୁଖ୍ୟ ବିରୋଧ ଦଳ ରହିଥିବାବେଳେ ସେଠାରେ ଡିଏମ୍ଡିକେର ମେଣ୍ଟରେ ଏଆଇଏଡିଏମ୍କେ କ୍ଷମତାରେ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି କରୋନା ଭାଇରସର ନୂତନ ଚାରୋଟି ମାମଲାର ପୃଷ୍ଟି କରିଛନ୍ତି । ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 43ରେ ପହଞ୍ଚିଥିବାବେଳେ ଏହି ସଂକ୍ରମିତଙ୍କ ମଧ୍ୟରେ ତିନି ବର୍ଷର ଶିଶୁ ରହିଛି । ଦିଲ୍ଲୀ, ଉତ୍ତରପ୍ରଦେଶ,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସ୍କୁଲ ପିଲାଙ୍କୁ ହୋଲି ଖେଳିବାକୁ ବାରଣ କରିଛି ଗଣଶିକ୍ଷା ବିଭାଗ । ସାମୂହିକ ଭାବେ ହୋଲି ନ ଖେଳିବାକୁ ପରାମର୍ଶ ଦିଆଯାଇଛି । କରୋନାକୁ ନେଇ ସ୍କୁଲ ପିଲାଙ୍କୁ ଗଣଶିକ୍ଷା ବିଭାଗ ସତର୍କ ପରାମର୍ଶ ଦେଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ଦେଇ ଏହା ସମ୍ପର୍କରେ କହିଛନ୍ତି । କରୋନା ଭାଇରସ୍ ଯୋଗୁଁ ଲୋକମାନେ ଏକାଠି ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏଥିପାଇଁ ଏକାଠି ବା ସମବେତ ଭାବେ ରଙ୍ଗ ନ ଖେଳିବାକୁ ସ୍କୁଲ ପିଲାଙ୍କୁ ପରାମର୍ଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ। ପିଲାମାନେ ଏକାଠି ହୋଇ ରଙ୍ଗ ଖେଳ ନ ଖେଳନ୍ତୁ ବୋଲି କହିବା ସହିତ କରୋନା ସମ୍ପର୍କରେ ଖୁବଶୀଘ୍ର ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ମୁମ୍ବାଇ : କରୋନା ଭାଇରସ୍ ଓ ଅଶୋଧିତ ତୈଳ କାରଣରୁ ସୋମବାର ଦିନ ଭାରତୀୟ ସେୟାର ବଜାର ନିମ୍ନଗାମୀ ହୋଇଛି । ସେନସେକ୍ସ ପ୍ରାୟ 2357 ପଏଣ୍ଟ ଖସିଯାଇଛି । ସେହିପରି ନିଫ୍ଟୀରେ ପ୍ରାୟ 600 ପଏଣ୍ଟ ତଳକୁ ଖସିଛି । କିନ୍ତୁ ୟେସ୍ ବ୍ୟାଙ୍କର ସେୟାରେ 34 ପ୍ରତିଶତ ଅଭିବୃଦ୍ଧି ଘଟିଛି । ସୋମବାର ସକାଳ 9ଟା ସମୟରେ ସେନ୍ସେକ୍ସ 1169.74 ଅଙ୍କରୁ ଖସି 36,406.88ରେ ପହଞ୍ଚିଥିବାବେଳେ ଅପରାହ୍ନ 1ଟାରେ ସେନସେକ୍ସ 2200 ଅଙ୍କ ତଳକୁ ଖସି 35,547.27ରେ ରହିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହଠାତ୍ ୩୦% ହ୍ରାସ ପାଇବାରୁ ସେୟାର ବଜାରରେ ଏହାର ପ୍ରଭାବ ପଡିଛି । ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ସେୟାର ବଜାରରେ ମଧ୍ୟ ଅହେତୁକ ହ୍ରାସ ହୋଇଥିଲା । କରୋନା ଭାଇରସ୍ ଓ ୟେସ୍ ବ୍ୟାଙ୍କ ସଂକଟର ପ୍ରଭାବ ସେୟାର ବଜାର ଉପରେ ପଡିଛି । କୋରୋନା ଭାଇରସ୍ ପ୍ରଭାବରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର୍: ମହିଳାଙ୍କୁ ସମ୍ମାନ ଶ୍ରଦ୍ଧା ଦେଇ ଭାରତ ପାଳନ କରିଛି ବିଶ୍ୱ ମହିଳା ଦିବସ । ପୃଥିବୀରେ ଭାରତ ଏକ ଏଭଳି ରାଷ୍ଟ୍ର ଯେଉଁ ଦେଶରେ ଅତୀତରୁ ମୁନି ମନିଷୀମାନେ ନାରୀଜାତିକୁ ଶୀର୍ଷ ସ୍ଥାନରେ ରଖି ଆସି କହିଥିଲେ ଯେ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ । ଅର୍ଥାତ୍ ନାରୀ ପୂଜା ଯେଉଁ ରହିଥାଏ ଦେବତା୍କ ସ୍ଥାନ ମଧ୍ୟ ସେଇଠି । ସମୟ ସହ ମଣିଷର ବିଚାର, ଜୀବନ, ଜୀବିକ ଓ ଶୈଳୀ ପରିବର୍ତ୍ତନ ହେବା ପରେ ଏକବିଂଶ ଶତାବ୍ଦୀରେ ନାରୀ ଆଜି କାହିଁ ଆକାଶକୁ ଛୁଇଁଛି । ନିଜର ବକ୍ତବ୍ୟ, ସାଧନା, ପରାକାଷ୍ଠା, ଉଚ୍ଚ ବିଚାର, କଳାର ଅସୁମାରୀ ସ୍ୱପ୍ନକୁ ସାର୍ଥକ କରିବାରେ ସମର୍ଥ । ବିଜ୍ଞାନ, ସୂଚନା, ପ୍ରଯୁକ୍ତି, ସ୍ୱାସ୍ଥ୍ୟ, ମହାକାଶ ଗବେଷଣା, କ୍ରୀଡ଼ା, ରାଜନୀତି, ଗଣମାଧ୍ୟମ ଓ ସମାଜସେବାରେ ନାରୀମାନେ ବିଜୟିନୀ, ଲେଖିକା, କବି ଓ ଶିଳ୍ପୀ କଳାକାର ଭାବରେ…
ସମୀକ୍ଷା ବ୍ୟୁରୋ ରାଜଗାଙ୍ଗପୁର : ଟ୍ରେନ୍ ପାଇ ଜଣେ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି । ରାଜଗାଙ୍ଗପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ନ ଅଟକିବା ଘଟଣାରେ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କଲେ ଚକ୍ରଧରପୁର ଡିଆର୍ଏମ୍ । ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ କାଲି ଅଟକି ନଥିଲା । ଟ୍ରେନ୍ ନ ଅଟକିବାରୁ ଶତାଧିକ ଯାତ୍ରୀ ଅସୁବିଧା ଭୋଗିଥିଲେ । ଷ୍ଟେସନ୍ ମାଷ୍ଟରଙ୍କ ଦାୟିତ୍ବ ଅବହେଳା ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମୁମ୍ବାଇ : କରୋନା ଭାଇରସ୍ର ପ୍ରଭାବ ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଉପରେ ପଡିବାକୁ ନେଇ ସନ୍ଦେହ ଦେଖାଦେଇଛି । ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପ୍ପେ ଏହା ସମ୍ପର୍କରେ ସଂକେତ ଦେଇ କହିଛନ୍ତି ଯେ, ଆଇପିଏଲ୍ର କାର୍ଯ୍ୟକ୍ରମ ସୂଚୀରେ ପରିବର୍ତ୍ତନ ହୋଇପାରେ । କରୋନା ଭାଇରସ୍କୁ ଆଖି ଆଗରେ ରଖି ଭିଡ ବା ସମ୍ମିଳିତ ହେବାକୁ ନିର୍ଦ୍ଦେଶାବଳୀ ରହିଛି । ଏଥିପାଇଁ ସରକାର ଆଇପିଏଲ୍ ପରି ଏକ ବଡ ଇଭେଣ୍ଟର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବା ନେଇ ବିଚାର କରୁଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, କରୋନାକୁ ଦେଖି ବହୁ ବଡ ବଡ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଉଛି। ଲୋକଙ୍କ ଜୀବନ ଅମୂଲ୍ୟ ଅଟେ । ଭିଡ ଜାଗାଗୁଡିକରେ ଏହି ଭାଇରସ ବ୍ୟାପିବାର ସମ୍ଭାବନା ପ୍ରବଳ ଥିବାରୁ ଭିଡ ଉପରେ ରୋକ୍ ଲଗାଯାଉଛି । ଆଇପିଏଲ୍2020 ଚଳିତ ମାସ 29 ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଉଦ୍ଘାଟନୀ ମ୍ୟାଚ୍ ମୁମ୍ବାଇ…
ମୁମ୍ବାଇ : ଆୟୁଷ୍ମାନ ଖୁରାନା ଓ ସାନ୍ୟା ମାଲହୋତ୍ରାଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ବଧାଇ ହୋ’ର ସ୍ବିକେଲ୍ ନିର୍ମାଣ ହେବାକୁ ଯାଉଛି । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆୟୁଷ୍ମାନ ନୁହେଁ ବରଂ ରାଜକୁମାର ରାଓ ନଜର ଆସିବେ । ସେହିପରି ରାଜକୁମାରଙ୍କ ବିପକ୍ଷରେ ଅଭିନେତ୍ରୀ ଭୂମି ପେଣ୍ଡେନ୍କରଙ୍କ ଦେଖିବାକୁ ମିଳିବ । ଏହି ଫିଲ୍ମର ଶୀର୍ଷକ ‘ବଧାଇ ଦୋ’ ରଖାଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ କରିବେ ବୋଲି ସୂଚନା ମିଳିଛି । 2018ରେ ରିଲିଜ୍ ହୋଇଥିବା ‘ବଧାଇ ହୋ’ ଫିଲ୍ମରେ ଆୟୁଷ୍ମାନ-ସାନ୍ୟାଙ୍କ ବ୍ୟତୀତ ନୀନା ଗୁପ୍ତା, ଜଗରାଜ ରାଓ, ସୁରେଖା ସିକ୍ରି, ଶିବା ଚଢା ପ୍ରମୁଖ କଳାକାର ନଜର ଆସିଥିଲେ । ତେବେ ସ୍ବିକେଲ୍ ଫିଲ୍ମରେ ଆୟୁଷ୍ମାନ୍ ଜଣେ ପୋଲିସ୍ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଥିବାବେଳେ ଭୂମି ଜଣେ ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ପ୍ରଥମଥର ପାଇଁ…

