ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ନ୍ୟାୟ ବିଳମ୍ବିତ ହୋଇଛି । ଆସନ୍ତାକାଲି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହେବାର ଥିବା ବେଳେ କୋର୍ଟଙ୍କ ପକ୍ଷରୁ ଆଜି ଏହା ଉପରେ ରୋକ୍ ଲଗାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ପଓ୍ବନ୍ କୁମାର ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବାରୁ କୋର୍ଟଙ୍କ ପକ୍ଷରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଯାଇଛି । ସୋମବାର ପଓ୍ବନ୍ ଗୁପ୍ତା ପକ୍ଷରୁ ରାଜକ୍ଷମା ଆବେଦନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ନିୟମ ଅନୁସାରେ ରାଜକ୍ଷମା ଖାରଜ ହେବାର 14 ଦିନ ପରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇପାରିବ । (ଏଜେନ୍ସି)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ 2019 ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରର ଘେଷଣା କରାଯାଇଛି । ସୋମବାର ଦିନ 11 ଟା ସମୟରେ ସାହିତ୍ୟ ଏକାଡେମୀ ପକ୍ଷରୁ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ପୁରସ୍କାର ଘୋଷଣା କରାଯାଇଛି । ପ୍ରଖ୍ୟାତ କଥାଶୀଳ୍ପି ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଏହା ବ୍ୟତିତ 15 ଜଣ ବରିଷ୍ଠ ସାହିତ୍ୟିକ/ସାହିତ୍ୟିକାଙ୍କ ସମ୍ବର୍ଦ୍ଧନା ପାଇଁ ଘୋଷଣା କରାଯାଇଛି । ଏକାଡେମୀ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ସାହିତ୍ୟିକ/ସାହିତ୍ୟିକାଙ୍କୁ ସମ୍ବର୍ଦ୍ଧିତ କରାଯିବ । 2019ର ବରିଷ୍ଠ ସାରସ୍ବତ ସାଧକଙ୍କ ତାଲିକା : 1. ମୀନକେତନ ପୁରୋହିତ 2. ଗୌରଚନ୍ଦ୍ର ପଣ୍ଡା 3. ପଦ୍ମନାଭ ସାହୁ 4. ଇନ୍ଦୁଲତା ମହାନ୍ତି 5. ବିଭୂତି ଭୂଷଣ ପଟ୍ଟନାୟକ 6. ଶୈଳେନ୍ଦ୍ର କୁମାର ମହାପାତ୍ର 7. ନିରଞ୍ଜନ ପାଢୀ 8.…
ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ଏବଂ ଦିଶା ପଟାନୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହୋଇଛି । ଟାଇଗର୍ ଶ୍ରଫ୍ଙ୍କ ଅଭିନୀତ ଫିଲ୍ମ ଓ୍ବାରର ଏକ ଗୀତରେ ଉଭୟ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଦିଶା ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଡ୍ୟାନ୍ସ ଭିଡିଓଟିକୁ ସେୟାର କରିଛନ୍ତି । ନିକଟରେ ଟାଇଗର୍ ଏବଂ ଦିଶା ଏକତ୍ର ବାଗୀ-3ର ଆଇଟମ ନମ୍ବର ଡୁ ୟୁ ଲଭ୍ ମିରେ ନଜର ଆସୁଛନ୍ତି । ଦିଶା ଶେଷଥର ପାଇଁ ମଲଙ୍ଗରେ ନଜର ଆସିଥିବା ବେଳେ ଟାଇଗର୍ ଓ୍ବାର୍ରେ ନଜର ଆସିଥିଲେ । https://www.instagram.com/p/B9Nyr2TgLH3/ ଅହମଦ୍ ଖାନ୍ଙ୍କ ନିର୍ଦ୍ଦେଶନାରେ ଟାଇଗର୍ ସ୍ରଫ୍ଙ୍କ ବାଗୀ-3 ମାର୍ଚ୍ଚ 6 ତାରିଖରେ ପରଦାକୁ ଆସୁଛି । (ଏଜେନ୍ସି)
ନୂଆଦିଲ୍ଲୀ : ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା ପ୍ରତି ଶାରିରୀକ ସମ୍ପର୍କ ରଖି ନଥା’ନ୍ତି। ଭାରତରେ ଏହାକୁ ଏକ ପ୍ରକାରର ଅପରାଧ ବୋଲି ବିବେଚନା କରାଯାଏ । ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ଖରାପ ନଜରରେ ଦେଖାଯାଇଥାଏ। କିନ୍ତୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟ ମହିଳାମାନେ ଭାରତୀୟ ପୁରୁଷଙ୍କଠାରୁ ଅଧିକ ପରକୀୟା ପ୍ରୀତି କରିଥା’ନ୍ତି ବୋଲି ଜଣାପଡିଛି। ଏକ୍ସଟ୍ରା ମ୍ୟାରେଟିଆଲ୍ ଡେଟିଂ ଆପ୍ର ଆସିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟମାନେ ଏବେ ଏହି ପ୍ରସଙ୍ଗକୁ ନେଇ ବେଶ୍ ବୋଲ୍ଡ ହୋଇଯାଇଛନ୍ତି। ଏକ୍ସଟ୍ରା ମ୍ୟାରିଟିଆଲ୍ ଡେଟିଂ ଆପ୍ ଗ୍ଲୀଡେନ୍ର ସର୍ଭେ ଅନୁସାରେ 53 ପ୍ରତିଶତ ଭାରତୀୟ ମହିଳା ପରକୀୟା ପ୍ରୀତିକୁ ସ୍ବୀକାର କରିଛନ୍ତି । ସେମାନେ ନିଜ ସ୍ବାମୀଙ୍କ ଛଡା ଅନ୍ୟ ପୁରୁଷ ସହ ଅନ୍ତରଙ୍ଗ ସମ୍ପର୍କରେ ରହିଥିବାର ଜଣାଇଛନ୍ତି ।…
ନୂଆଦିଲ୍ଲୀ : ନିହତ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଦିନ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମା ପ୍ରାଣ ହରାଇଥିଲେ । ସୋମବାର କେଜ୍ରିଓ୍ବାଲ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହିତ ପରିବାରର ଜଣଙ୍କୁ ସରକାରୀ ଚାକିରିର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ 26 ତାରିଖରେ ଦିଲ୍ଲୀର ଚାନ୍ଦ ବାଗରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲାପାନଙ୍କ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ମହୋତ୍ସବ କଲ୍ଲୋଳ-2020 ପାଳନ ନିମେନ୍ତ ଦ୍ବିତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଯୋଗଦେଇ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ, ଜଗତସିଂହପୁର ଜିଲ୍ଲା କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଜିଲ୍ଲା। ଏ ବର୍ଷ ଜିଲ୍ଲା ମହୋତ୍ସବକୁ ସରସ ସୁନ୍ଦର ଭାବେ ଆୟୋଜିତ କରାଯିବ ଯେପରି ସାରା ରାଜ୍ୟରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଓ ଗଣ ପର୍ବରେ ପାଳିତ ହେବ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ କହିଲେ ଜିଲ୍ଲା ମହୋତ୍ସବ ସମସ୍ତ ଜିଲ୍ଲାବାସୀଙ୍କର। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଏ ବର୍ଷ ଜିଲ୍ଲା ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯିବ ବୋଲ…
ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍ ବୋଲି ଅସଦ୍ଦୁଦ୍ଦିନ୍ ଓଓ୍ବେସୀ ପ୍ରକାଶ କରିଛନ୍ତି । ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବାରୁ ହିଂସାକାଣ୍ଡ ପରସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ । ତେଣୁ ବିପକ୍ଷ ଦଳର ସଦସ୍ୟଙ୍କୁ ହିଂସାକାଣ୍ଡ ପାଇଁ ଦାୟୀ କରିବା ଅପେକ୍ଷା ମୋଦି ସରକାର ନିଜକୁ ଦାୟୀ କରିବା ଯଥାର୍ଥ ବୋଲି ଏଆଇଏମ୍ଆଇଏମ୍ ସାଂସଦ ଅସଦ୍ଦୁଦ୍ଦିନ୍ ଓଓ୍ବେସୀ ପ୍ରକାଶ କରିଛନ୍ତି । ହିଂସାକାଣ୍ଡରେ ମୃତାହତ ସମସ୍ତ ବ୍ୟକ୍ତି ଭାରତୀୟ ତେଣୁ ଭାରତବାସୀଙ୍କ ପ୍ରାଣହାନି ପାଇଁ ସରକାର ଦାୟିତ୍ବ ଗ୍ରହଣ କରିବା ଉଚିତ୍ ବୋଲି ଓଓ୍ବେସୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋ ହଲ୍ଲା କରାଯିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦକୁ ମୁଲତବୀ ରଖାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାର ଚିତ୍କାର ସ୍ବର ଏବେ ସଂସଦ ଭବନରେ ଗୁଞ୍ଜରିତ ହେଉଛି । ଆଜି ସଂସଦର ଦୁଇ ସଭା ଲୋକସଭା ଓ ରାଜ୍ୟସଭାରେ ଦିଲ୍ଲୀ ହିଂସାକୁ ନେଇ ଜୋରସୋରରେ ହଙ୍ଗାମା ହୋଇଛି । ଦିଲ୍ଲୀ ହିଂସା ନେଇ ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏଥିପାଇଁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରାଯାଇଛି। ଶାହା ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଲୋକ ସଭାରେ ଏନେଇ ହଟ୍ଟଗୋଳ ହୋଇଛି। କଂଗ୍ରେସ ସଦସ୍ୟ ଶାହାଙ୍କ ଇସ୍ତଫା ଦାବି ଲେଖାଥିବା ପ୍ଲାକାର୍ଡ ଧରି ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ। ହିଂସାରେ ଦିଲ୍ଲୀ ଜଳୁଥିବାବେଳେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନୀରବ ରହିଥିବାର ଅଭିଯୋଗ କରିଛନ୍ତି ଗୁଲାମ ନବୀ ଆଜାଦ୍ । ମିଳିଥିବା ସୂତ୍ର ଅନୁସାରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀ ହିଂସାକୁ ନେଇ ଉତ୍ତର ରଖିବେ…
ଭୁବନେଶ୍ବର : ସରିଲା ମାଟ୍ରିକ୍ ପରୀକ୍ଷା। ଆସନ୍ତା 18 ତାରିଖରେ ଆରମ୍ଭ ହେବ ଖାତା ଦେଖା। ଖାତା ଦେଖା ପ୍ରକ୍ରିୟାରେ ସାମିଲ୍ ହେବେ 15 ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ । 62ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖା ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜାରା। ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ମୂଲ୍ୟାୟନ ପାଇଁ ସମୟ ଲାଗିବ ବୋଲି କହିଛନ୍ତି ବୋର୍ଡ ସଭାପତି । ମୂଲ୍ୟାୟନକୁ ନିର୍ଭୁଲ୍ କରିବାକୁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବା ବୋଲି କହିଛନ୍ତି ବୋର୍ଡ ସଭାପତି । ଚଳିତ ମାଟ୍ରିକ୍ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯିବା ସହ ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା ।
ଭୁବନେଶ୍ବର : ଗତକାଲିଠାରୁ ରାଜ୍ୟରେ ଟ୍ରାଫିକ୍ ବ୍ୟବସ୍ଥା କଡାକଡି କରାଯିବା ପରେ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । 24 ଘଣ୍ଟା ମଧ୍ୟରେ କୋଟିଏ ଟଙ୍କାର ଜରିମାନା ହୋଇଛି ବୋଲି ସୂଚନା ମିଳିଛି । 6ମାସର କୋହଳ ଅବଧି ସମାପ୍ତ ପରେ ରାଜ୍ୟରେ ଟ୍ରାଫିକ୍ ନିୟମ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟା ରକମ ଜରିମାନା ଆଦାୟ ହୋଇଛି । ବାଇ୍କରେ ତିନିଜଣ ବସିବା କାରଣରୁ 126 ଜଣଙ୍କଠୁ ଜରିମାନା ଆଦାୟ କରାଯାଇଥିବାବେଳେ ମୋବାଇଲରେ କଥା ହେବା କାରଣରୁ 48 ଜଣ, ବିପରୀତ ଦିଗରେ ଡ୍ରାଇଭିଂ ପାଇଁ 10 ଜଣ, ବିନା ହେଲମେଟ୍ରେ 1831ଜଣ ଓ ମଦ ପିଇ ଡ୍ରାଇଭିଂ କରି 24 ଜଣ ଧରାପଡିଛନ୍ତି । ସେହିପରି ବିନା ସିଟ୍ ବେଲ୍ଟରେ 349ଜଣ, ଦ୍ରୁତ ଡ୍ରାଇଭିଂ ପାଇଁ 277ଜଣଙ୍କୁ ଜରିମାନା ହୋଇଛି । 24 ଘଣ୍ଟା ଭିତରେ…
ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ରୋହିତ ଶେଟ୍ଟୀଙ୍କ ଅପ୍କମିଙ୍ଗ ପୋଲିସ୍ ଆକ୍ସନ୍ ଡ୍ରାମା ସୂର୍ଯ୍ୟବଂଶୀର ଟ୍ରେଲର ରିଲିଜ୍ ହୋଇଛି । ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜରିଆରେ ଅକ୍ଷୟ କୁମାର ଆକ୍ସନ୍ ଅବତାରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫିଲ୍ମରେ ଅକ୍ଷୟ କୁମାର ଜଣେ ଏଟିଏସ୍ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । କ୍ୟାଟ୍ରିନା କୈଫ୍ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି । ଏହା ସହିତ ଫିଲ୍ମରେ ଅଭିମନ୍ୟୁ ସିଂ ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିଥିବା ବେଳେ ଜ୍ୟାକି ଶ୍ରଫ୍ ଏବଂ କୁମୁଦ ମିଶ୍ର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । https://youtu.be/u5r77-OQwa8 ଫିଲ୍ମରେ ରଣବୀର ସିଂ ଏବଂ ଅଜୟ ଦେବଗନଙ୍କ ଏଣ୍ଟ୍ରି ମଧ୍ୟ ଜବରଦସ୍ତ ରହିଛି । ଆକ୍ସନ୍ ସିନ୍ ଗୁଡିକ ଜୀବନ୍ତ ଲାଗୁଥିବା ବେଳେ ଅକ୍ଷୟ-କ୍ୟାଟ୍ରିନାଙ୍କ କେମେଷ୍ଟ୍ରି ମଧ୍ୟ ଚମତ୍କାର ରହିଛି । ଫିଲ୍ମଟି…
ନୂଆଦିଲ୍ଲୀ : ଏଣିକି ବିମାନରେ ମିଳିବାକୁ ଯାଉଛି ମାଗଣା ଓ୍ବାଇଫାଇ ସେବା । ପୂର୍ବରୁ ଏ ସମ୍ପର୍କରେ ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବ କରାଯାଉଥିଲା ମାତ୍ର ଶେଷରେ ରବିବାର ଦିନ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପୂର୍ବରୁ ଗୁଗୁଲ୍ ସହାୟତାରେ ଭାରତୀୟ ରେଳବାଇ ପକ୍ଷରୁ ମାଗଣା ଓ୍ବାଇଫାଇ ସେବା ପ୍ରଦାନ କରାଯାଇଥିଲା । ଫେବୃୟାର 29 ତାରିଖରେ ବିମାନ ମନ୍ତ୍ରାଳୟ ପକ୍ଷରୁ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି । କେବଳ ଅନ୍ତର୍ଜାତୀୟ ଯାତ୍ରା ସମୟରେ ଏହି ସୁବିଧା ମିଳିବ । ଆସନ୍ତା ସମୟରେ ଘରୋଇ ଯାତ୍ରାରେ ମଧ୍ୟ ଏହି ସୁବିଧାର ଲାଭ ମିଳିବ । ପାଇଲଟ୍ଙ୍କ ନିକଟରୁ ଅନୁମତି ନେଇ ଯାତ୍ରୀ ମାନେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । (ଏଜେନ୍ସି)
ମୁମ୍ବାଇ: ଅଭିନେତ୍ରୀ ଏଲି ଅବ୍ରାହାମ୍ ବ୍ଲାକ ବିକିନ୍ରେ ଏକ ଫଟୋ ସେୟାର କରିଛନ୍ତି। ଫିଲ୍ମ ‘ମଲଙ୍ଗ୍’ରେ ଏକ ଅଲଗା ଅନ୍ଦାଜରେ ନଜର ଆସିଥିଲେ ଏହି ଅଭିନେତ୍ରୀ ଜଣକ। ଏହି ଫିଲ୍ମରେ ସେ ଏକ ଭିନ୍ନ ହେୟାରଷ୍ଟାଇଲ୍ ସାଙ୍ଗକୁ ଦେହରେ ଟାଟୁ କରିଥିବାର ନଜର ଆସିଥିଲେ। ଅଭିନେତ୍ରୀ ଜଣକ ମଲଙ୍ଗ ଫିଲ୍ମର କିଛି ଥ୍ରୋବ୍ରେକ୍ ଫଟୋ ସେୟାର କରିଛନ୍ତି। ଏଥିରେ ଏଲି ଟାଟୁ୍ ସହ ବ୍ଲାକ ବିକିନ୍ରେ ବେଶ୍ ଗର୍ଜିୟସ୍ ଲାଗୁଛନ୍ତି। ଏବେ ତାଙ୍କର ଏହି ଫଟୋକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି। ମଲଙ୍ଗରେ ଏଲି ଏକ ଛୋଟ ରୋଲ୍ ପ୍ଲେ କରିଥିବାବେଳେ କିନ୍ତୁ ଏହା ବେଶ୍ ଇଣ୍ଟେରଷ୍ଟିଂ ରହିଥିଲା। ଏଲି ଏହି ଫିଲ୍ମରେ ଜେସିର ଚରିତ୍ର ନିଭାଇଥିବାବେଳେ ଏହି ରୋଲ୍ ପାଇଁ ବହୁତ ସାରା ଲୁକସ୍କୁ ଟ୍ରାଏ କରିବାକୁ ପଡିଥିଲା ବୋଲି କହିଛନ୍ତି ଏଲି। ସେହିପରି ଟାଟୁକୁ ନେଇ ଏଲି କହିଛନ୍ତି ଯେ, ଟାଟୁ କରିବା ପୂର୍ବରୁ ସେ ମଲଙ୍ଗ…
ପ୍ୟାରିସ୍ରେ ଫଲ୍ ଓ୍ବିଣ୍ଟର ଫ୍ୟାଶନ ଶୋ ଅବସରରେ ବାଲେନ୍ସିଗାର ଜଣେ ମଡେଲ୍
ପ୍ୟାରିସ୍ରେ ଫଲ୍ ଓ୍ବିଣ୍ଟର ଫ୍ୟାଶନ ଶୋ ଅବସରରେ ଭାଲେଣ୍ଟିନୋର ଜଣେ ମଡେଲ୍
ମରକ୍କୋର କାସାବ୍ଲାଙ୍କାରେ କାଫ୍ଟାନ୍ ମାଗାଜିନ୍ ଫ୍ୟାଶନ ଶୋର ଜଣେ ମଡେଲ୍
ମରକ୍କୋର କାସାବ୍ଲାଙ୍କାରେ କାଫ୍ଟାନ୍ ମାଗାଜିନ୍ ଫ୍ୟାଶନ ଶୋର ଜଣେ ମଡେଲ୍
ମୁମ୍ବାଇ : କ୍ରମାଗତ 6 ଦିନ ଧରି ତଳୁଆ ରହିବା ପରେ ଉପରକୁ ଉଠିଛି ଭାରତୀୟ ସେୟାର ବଜାର । ସପ୍ତାହ ଏବଂ ମାସର ପ୍ରଥମ ଟ୍ରେଡିଂରେ ସୋମବାର ଦିନ ସେନସେକ୍ସ 750 ପଏଣ୍ଟ ଉପରକୁ ଉଠିଛି । ସକାଳର ପ୍ରଥମ ଘଣ୍ଟାରେ ସେନ୍ସେକ୍ସ 785 ପଏଣ୍ଟ ଉପରକୁ ଉଠିବା ସହିତ 38746.85 ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍ଟୀରେ 120.05 ପଏଣ୍ଟର ଅଭିବୃଦ୍ଧି ଘଟିଥିଲା । ସକାଳ 9.15 ମିନିଟ୍ରେ ବଜାର ଖୋଲିବା ପରେ ନିବେଶକଙ୍କୁ 1 ମିନିଟ୍ ମଧ୍ୟରେ 2 ଲକ୍ଷ କୋଟିର ଫାଇଦା ହୋଇଥିଲା । ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ସିଏଲ୍, ରିଲାଏନ୍ସ,, ଟିସିଏସ୍ ଏବଂ ଓଏନ୍ଜିସିର ସେୟାର ମୂଲ୍ୟରେ ଅଭିବୃଦ୍ଧି ଘଟିଛି । (ଏଜେନ୍ସି)
ମୁଜାଫରନଗର: ଟିକ୍ଟକ୍ରେ ଭିଡିଓ ବନାଇବା ନିଶାରେ ଆଜିର ଯୁବପିଢିମାନେ ନିଜ ସୀମା ପାର କରିଯାଉଛନ୍ତି । ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ଯୁବକକୁ ଟିକ୍ଟିକ୍ କରିବା ବେଶ ମହାଙ୍ଗା ସାବ୍ୟସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ 18 ବର୍ଷୀୟ ଜଣେ ଯୁବକ ଟିକ୍ ଟକ୍ ଭିଡିଓ କରିବାକୁ ଯାଇ ନିଜ ପ୍ରାଣ ଦେଇଛନ୍ତି। ଯୁବକ ଜଣକ ଗଙ୍ଗାର କେନାଲ୍ରେ ପଡି ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ କେନାଲ୍ରେ ପଡିବା ପରେ ତାଙ୍କ ମୁଣ୍ଡ ପଥରରେ ମାଡ ହୋଇଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିବାର ଦୁଇ ଘଣ୍ଟା ପରେ ତାଙ୍କ ଶବ ଉଦ୍ଧାର କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସାଇଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଯୁବକ ଜଣକ ତାଙ୍କ ବନ୍ଧୁଙ୍କ କେନାଲ୍ ପାଖରେ ଭିଡିଓ ପ୍ରସ୍ତୁତ କରୁଥିଲେ । ଏହି ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ କେନାଲକୁ ଡେଉଁଥିଲେ । ଅନ୍ୟ…
ମୁମ୍ବାଇଠାରେ ଅଭିନେତ୍ରୀ ଡାଏନା ପେଣ୍ଟି
ଦୀଘା : ମତ୍ସଜୀବୀଙ୍କ ଜାଲରେ ପଡିଲା 900 କିଲେଗ୍ରାମର ମାଛ । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ିଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ମାଛଟିକୁ ୨୦ ହଜାର ଟଙ୍କା ନିଲାମ କରାଯାଇଥିବା ସୂଚନା ମିଳିଛି। ଏହି ମାଛକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

