Author: Samikhsya Bureau

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ । ମୋଦି ଏବଂ ଶାହା କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପୂ ର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା କଂଗ୍ରେସ ସରକାରକୁ ଅସ୍ଥିର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା ଦେଶର ଅର୍ଥନୀତି କିମ୍ବା ନିଯୁକ୍ତିକୁ ନେଇ ଆଦୌ ଚିନ୍ତିତ ନୁହନ୍ତି । ଉଭୟ କୋଟି କୋଟି ଟଙ୍କାର କଳାଧନ ବିନିଯୋଗ କରି କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିତରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ଅବମାନନା କରିବା ସହିତ ଉଭୟ ସାମାଜିକ ବ୍ୟବସ୍ଥା ବିଗାଡିବାରେ ବ୍ୟସ୍ତ ଅଛନ୍ତି ବୋଲି ସୋସିଆଲ ମିଡିଆ ସାଇଟ୍‌…

Read More

ମୁର୍ଶିଦାବାଦ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବେଳେ ବେଳେ ଭୋଟର କାର୍ଡରେ ନାମ ବା ଘରର ଠିକଣା ଭୁଲ୍‌ ରହିଥାଏ ମାତ୍ର ମୁର୍ଶିଦାବାଦରେ ଜଣେ ବ୍ୟକ୍ତିଙ୍କ ଫଟୋ ଜାଗାରେ ଆଉ ଏକ ଫଟୋ ରହିଛି । ତେବେ ଏହା କୌଣସି ମଣିଷର ଫଟୋ ନୁହେଁ ବରଂ ଏକ କୁକୁରର ଫଟୋ । ଉଲ୍ଲେଖଯୋଗ୍ୟ ଯେ, ମୁର୍ଶିବାଦର ଜନୈକ ବ୍ୟକ୍ତି ନିଜ ଭୋଟର କାର୍ଡ ସଂଶୋଧନ କରିବା ପାଇଁ ଆବେଦନ କରିଥିଲେ । ସଂଶୋଧିତ ଭୋଟର କାର୍ଡ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ସ୍ଥାନରେ ଗୋଟିଏ କୁକୁରର ଫଟୋ ରହିଥିବା ଦେଖିବାକୁ ମିଳିଥିଲା । ଘଟଣାଟି ଏହିପରି ମୁର୍ଶିଦାବାଦର ରାମନଗର ଗ୍ରାମର ସୁନୀଲ କର୍ମକାର ନିଜର ଭୋଟର କାର୍ଡରେ ସଂଶୋଧନ ପାଇଁ ଆବେଦନ କରିଥିଲେ । ଏପରିକି ଦୁଲାଲ ସ୍ମୃତି ସ୍କୁଲର ଶିକ୍ଷକ ଏବଂ ବିଡିଓ କାର୍ଡରେ ଫଟୋକୁ ନଦେଖି ତରବରିଆ ଭାବରେ ଦସ୍ତଖତ…

Read More

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ତାମିଲନାଡୁର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରକୁ ଅଧିଗ୍ରହଣ କରିଛି । ତାମିଲନାଡୁର ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋରକୁ 152 କୋଟି ଟଙ୍କାରେ ରିଲାଏନ୍ସ ଅଧିଗ୍ରହଣ କରିଛି । ଗୁରୁବାର ଦିନ ରିଲାଏନ୍ସ ପକ୍ଷରୁ 152.5 କୋଟି ଟଙ୍କାରେ ଏହି କମ୍ପାନୀକୁ କିଣାଯାଇଛି । ଦକ୍ଷିଣ ଭାରତୀୟ ବଜାରକୁ ଅଧିକାର କରିବା ଲକ୍ଷ୍ୟରେ ରିଲାଏନ୍ସ ପକ୍ଷରୁ 152.5 କୋଟି ଟଙ୍କାରେ ଏହି ଷ୍ଟୋରକୁ କିଣାଯାଇଛି । ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋରକୁ କିଣିବା ପରେ ତାମିଲକନାଡୁରେ ଏହାର ଶାଖା ସମ୍ପ୍ରସାରଣ ନେଇ ରିଲାଏନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପ୍ଟେମ୍ବର 15,1999ରେ ପ୍ରତିଷ୍ଠା କରାଯାଇଥିବା ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋର ଫଳ, ପନିପରିବା ପ୍ରଭୃତି ବିକ୍ରୟ କରିଥାଏ । ଏହି ଡିପାର୍ଟମେଣ୍ଟାଲ ଷ୍ଟୋରକୁ କିଣିବା ପରେ ରିଲାଏନ୍ସ ଅଂଶଧନ ମୂଲ୍ୟରେ 12.40 ପଇସା ହ୍ରାସ ପାଇଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବ ପ୍ରବକାଶ ଦାସଙ୍କୁ ନୂତନ ଦାୟିତ୍ବ ଦେଇଛନ୍ତି । ବିଜେଡିର ନୂତନ ସଂଗଠନ ସମ୍ପାଦକ ଭାବରେ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ବ ଦିଆଯାଇଛି । ଭୁବନେଶ୍ବରର ଦଳୀୟ କାର୍ଯ୍ୟାଳୟ ଠାରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟର ଦାୟିତ୍ବ ପ୍ରଣବ ପ୍ରକାଶ ଦାସ ନେବେ । ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରଣବଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ବିଜେପୁର ଓ ପାଟକୁରା ଉପନିର୍ବାଚନରେ ବି ଦଳ ପାଇଁ ଦାୟିତ୍ବ ନେଇଥିଲେ ପ୍ରଣବ ।

Read More

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଗତ ଦୁଇ ଦିନ ହେବ ରାଜନୈତିକ ଅସ୍ଥିରତା ବଢି ଚାଲିଛି । ଏବେ କଂଗ୍ରେସ ଭାରତୀୟ ଦଳକୁ ଏନେଇ ଟାର୍ଗେଟ କରିଛି । ଗୁରୁବାର ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ବିଜେପି ଦେଶର ଭିନ୍ନ ଭିନ୍ନ ଅଂଶରେ ଲୋକତନ୍ତ୍ରକୁ ଶେଷ କରିବାର କାର୍ଯ୍ୟ କରୁଛି । ଗତ କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶ-ରାଜସ୍ଥାନରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପାଖେଇ ଆସିଲାଣି । ଏଥିପାଇଁ ବିଜେପି ଏହିପରି କାମ କରୁଛି । ଯେବେଠାରୁ ବିଜେପି କ୍ଷମତାକୁ ଆସିଛି, ଏହିପରି କାର୍ଯ୍ୟ କରୁଛି । କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶରେ କଂଗ୍ରେସ ସରକାରକୁ ହଟାଇ ଦିଆଗଲା । ରାଜ୍ୟପାଳଙ୍କ ଶକ୍ତିକୁ ଅପବ୍ୟବହାର କରାଗଲା । ସେହିପରି ମଣିପୁର ଓ…

Read More

ସିଡ୍‌ନୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ବର୍ଷା କାରଣରୁ ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ୍‌ ଧୋଇଯିବାରୁ ଭାରତ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି । ରିଜର୍ଭ ଡେ ରହିନଥିବାରୁ ବର୍ଷା କାରଣରୁ ଭାରତ ବିଜୟୀ ହୋଇଥିଲା । ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ 4 ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ 3ଟିରେ ବିଜୟୀ ହୋଇଥିଲା । ଅଧିକ ପଏଣ୍ଟ କାରଣରୁ ଭାରତ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ଫାଇନାଲ୍‌ରେ ଭାରତ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ବିଜେତାକୁ ଭେଟିବ । ସମାନ ଷ୍ଟାଡିୟମ୍‌ରେ ଦ୍ବିତୀୟ ସେମି ଫାଇନାଲ୍‌ ଅନୁଷ୍ଠିତ ହେବ । ତେଣୁ ଯଦି ଦ୍ବିତୀୟ ସେମି ଫାଇନାଲ୍‌ ଖେଳାନଯାଏ ତେବେ ଦକ୍ଷିଣ ଆଫ୍ରିକା ଅଧିକ ପଏଣ୍ଟ ହାସଲ କରିଥିବାରୁ ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ । (ଏଜେନ୍ସି)

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗଥାନାରେ ଏବେ ଅଧିକାରୀ ସଙ୍କଟ ଦୈନନ୍ଦିନ କାର୍ଯ୍ୟ ନିର୍ବାହରେ ଘୋର ସଙ୍କଟ ସୃଷ୍ଟି କରିଥିବା ଜଣାପଡ଼ିଛି। ଜିଲ୍ଲାର ସବୁଠାରୁ ବ୍ୟସ୍ତବହୁଳ ଥାନା ହୋଇଥିବାବେଳେ ବାର୍ଷିକ ମାମଲା ସଂଖ୍ୟା ମଧ୍ୟ ଅନ୍ୟ ଥାନା ତୁଳନାରେ ବେଶ ଅଧିକ । ମାତ୍ର ଆବଶ୍ୟକୀୟ ଏସଆଇ ସଂଖ୍ୟା ସାତ ହୋଇଥିବା ସ୍ଥଳେ ମାତ୍ର ଜଣେ ଏସଆଇ କାର୍ଯ୍ୟକରୁଛନ୍ତି। ଏହିପରିସ୍ଥଳେ କୁଜଙ୍ଗ ଥାନାରେ ଅପରାଧ ତଥା ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ଘୋର ସମସ୍ୟାର ସମ୍ମୁଖୀନ୍ନ ହେଉଥିବା ଜଣାପଡ଼ିଛି। ତୁରନ୍ତ ଆବଶ୍ୟକୀୟ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରଯିବାକୁ ବିଭିନ୍ନ ମହଲରେ ଦାବୀ ପ୍ରକାଶ ପାଇଛି । ପ୍ରକାଶଯେ, ଜଗତସିଂହପୁର ଜିଲ୍ଲାରେ କୁଜଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଅଟେ। ପାରାଦୀପ ବନ୍ଦରର ମୁଖାଶଳା ହୋଇଥିବାରୁ ତଥା ଏହା ପାର୍ଶ୍ବରେ ଜାତୀୟ ଏବଂ ରାଜ୍ୟ ରାଜପଥ ରହିଥିବାରୁ ଏଠାରେ ଅନେକ ସମୟରେ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଯାଇଥାଏ। କୁଜଙ୍ଗ ତଥା ଏରସମା ବ୍ଳକର…

Read More

ନୂଆଦିଲ୍ଲୀ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ନମସ୍ତେ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଶଶୀଥରୁର୍‌ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମର ସମସ୍ତ ପରମ୍ପରାରେ ବିଜ୍ଞାନ ରହିଛି । ସେଥିପାଇଁ ତ ଭାରତ ମହାନ୍‌ । କରୋନା ଭାଇରସ୍‌ ସହ ଲଢିବା ପାଇଁ ଦୁନିଆର ସମସ୍ତ ବିଶେଷଜ୍ଞ ପରାମର୍ଶ ଦେବା ସହିତ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି । ବିଶେଷକରି ଶାରିରୀକ ଭାବେ ଅନ୍ୟଠାରୁ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି ।  ଏହା ମଧ୍ୟରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ କରୋନା ଭାଇରସରୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି । କିନ୍ତୁ କିଛି ଏପରି ଜିନିଷ ଅଛି, ଯାହାକୁ ନିଜ ଜୀବନରେ ଆଣିବା ଦରକାର । ପ୍ରଥମେ ହାତ ମିଳାଇବା ବନ୍ଦ କରିବା ଆବଶ୍ୟକ ବୋଲି କହିଛନ୍ତି । ଏବେ ସମେସ୍ତ ଭାରତୀୟ ତରିକାକୁ ଆପଣାଇ ଜଣେ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ ଗୋପିଆକୁଦ ଅଂଚଳର ଜନୈକା ମା’ ଏବଂ ଧରମ ପୁଅକୁ ବଧୂ ହତ୍ୟା ଅଭିଯୋଗରେ ମାନ୍ୟବର କୁଜଙ୍ଗ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅତିରିକ୍ତ ୩ ମାସ ଜେଲଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ଆଜି ଏହି ରାୟ ପ୍ରକାଶ ପାଇବାପରେ ପୀଡ଼ିତ ପରିବାର ପକ୍ଷରୁ ସତ୍ୟର ବିଜୟ ହେଲା ବୋଲି ପ୍ରତିକ୍ରିୟାରେ ପ୍ରକାଶ କରାଯାଇଛି। ପ୍ରକାଶ ଯେ, କୁଜଙ୍ଗ ଥାନା ବାଲିଆ ଗ୍ରାମର ଦିବାକର ବେହେରାଙ୍କ ଝିଆରୀ ମାମିନା ବେହେରାଙ୍କର ଗତ ୨୦୧୫ ମସିହା ଜୁଲାଇ ମାସ ୧୮ ତାରିଖରେ ଗୋପିଆକୁଦ ଅଂଚଳର ରାମଚନ୍ଦ୍ର ରାଉତଙ୍କ ସହିତ ବୈଦିକ ରିତୀରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ସମୟରେ କନ୍ୟାପକ୍ଷରୁ ବରପକ୍ଷର ଦାବୀମୁତାବକ ଯୌତୁକ ପ୍ରଦାନ କରିଥିଲେ। ମାତ୍ର ପରବର୍ତୀ ସମୟରେ ଅଧିକ ଯୌତୁକ ଦାବୀକରି ବିବାହିତ ନବବଧୂ କୁ ଶାରୀରିକ…

Read More

ସମୀକ୍ଷା ବ୍ୟୁରୋ ଅନୁଗୋଳ : ଗାଁ ଭିତରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ମାରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହଣ୍ଡପା ବନାଞ୍ଚଳ କମରେଇ ଗାଁରେ। ସୂଚନା ଅନୁଯାୟୀ, କମରେଇ ଗାଁର ଦେବକୀ ବେହେରା ନାମ୍ନୀ ବିଧବା ବୃଦ୍ଧା ଘରେ ଏକୁଟିଆ ରୁହନ୍ତି। ଗତରାତିରେ ସେ  ଶୋଇ ଥିବାବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗି ପଶି ତାଙ୍କୁ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦେବକୀଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ସକାଳେ ଏହା ଦେଖିବା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

Read More

କେଦାର ମିଶ୍ର ଓଡିଶାର ଇତିହାସରେ ଠିକ କୋଡିଏ ବର୍ଷ ତଳେ ଆଜିର ଦିନରେ (୫, ମାର୍ଚ୍ଚ, ୨୦୦୦) ଓଡିଶା ରାଜନୀତିରେ ନିତାନ୍ତ ନବାଗତ ନବୀନ ପଟ୍ଟନାୟକ ଓଡିଶାର ୧୫ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ମିଳିତ ସରକାରର ନେତୃତ୍ଵ ନେଇ ସେଦିନ ନବୀନ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ କେହି କେବେ ଚିନ୍ତା ବି କରି ନଥିଲେ ଯେ, ଆଗାମୀ ଦୁଇ ଶତାବ୍ଦୀ ଧରି ସେ ଓଡିଶାର ନିର୍ବିକଳ୍ପ ଶାସକ ହୋଇ ରହିବେ। କୋଡିଏ ବର୍ଷରେ ପାଞ୍ଚୋତି ସାଧାରଣ ନିର୍ବାଚନକୁ ପ୍ରଚଣ୍ଡ ବହୁମତରେ ଜିତିବାର ଐତିହାସିକ ସଫଳତା କେବଳ ନବୀନ ପଟ୍ଟନାୟକଙ୍କୁ ମିଳିଛି। ୧, ଏପ୍ରିଲ, ୧୯୩୬ରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପରେ ମାତ୍ର ଚାରି ଜଣ ମୁଖ୍ୟମନ୍ତ୍ରୀ/ପ୍ରଧାନମନ୍ତ୍ରୀ  ୫ ବର୍ଷରୁ ଅଧିକ କାଳ ରାଜ୍ୟ ଶାସନରେ ରହିବାର ସୁଯୋଗ ପାଇଥିଲେ। ନବକୃଷ୍ଣ ଚୌଧୁରୀ,…

Read More

ପ୍ରଭୁକଲ୍ୟାଣ ମହାପାତ୍ର ବିଧାନସଭାରେ ପ୍ରଥମ ଅଭିଭାଷଣ : ଗତାନୁତିକ ବଜେଟ ଦ୍ବାରା ଗରିବଙ୍କୁ ସୁଫଳ ମିଳିବ ନାହିଁ : ବିଜୁ ବିଧାନସଭାର ପ୍ରଥମ ଅଭିଭାଷଣରୁ ହିଁ ବିଜୁ ପଟ୍ଟନାୟକଙ୍କ ମନରେ କୁହୁଳିଥିବା ବିଦ୍ରୋହ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଥିଲା। ସେହି ବିଦ୍ରୋହ ଥିଲା, ଓଡ଼ିଶାର ବିକାଶ ପାଇଁ, ଓଡ଼ିଆମାନଙ୍କ ଉତ୍ଥାନ ଲାଗି ଏବଂ ପ୍ରଚଳିତ ଅବାସ୍ତବ ଅମଲାତାନ୍ତ୍ରିକ ବ୍ୟବସ୍ଥା ବିରୁଦ୍ଧରେ। ତେଣୁ ଗତାନୁଗତିକ ଧାରାରେ ପ୍ରସ୍ତୁତ ଯୋଜନା ଏବଂ ବଜେଟ୍‌କୁ ସେ ଦୃଢ ଭାବେ ନାପସନ୍ଦ କରିଥିଲେ। ସେଥିପାଇଁ ନିଜ ଦଳରେ ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସେ ବିଧାନସଭା ଅଭିଭାଷଣରେ କଠୋର ସମାଲୋଚନା କରିବାକୁ କୁଣ୍ଠାବୋଧ କରିନଥିଲେ। ଚାଳିଶ ଦଶକରେ ଅର୍ଥାତ୍‌ ପ୍ରାକ୍‌ ସ୍ବାଧୀନତା କାଳରେ ବିଜୁବାବୁ ଓଡ଼ିଆ ବିଧାନସଭାକୁ ପ୍ରଥମେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। 1946 ସେପ୍ଟେମ୍ବର 11 ତାରିଖ ଦିନ ସେ ବିଧାନସଭାରେ ରାଜ୍ୟ ବଜେଟ ଉପରେ ତାଙ୍କର ପ୍ରଥମ ବକ୍ତବ୍ୟ ପ୍ରଦାନ କରିଥିଲେ। ବଜେଟରେ…

Read More

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ମକ୍କାଯାତ୍ରା ଉପରେ କଟକଣା ଲଗାଇଛି ସାଉଦି ଆରବ । ସମଗ୍ର ବିଶ୍ବରେ କୋରୋନାର ଭୟାବହତା ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା 3100 ଅତିକ୍ରମ କରିଛି । ବିଶ୍ବର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସାଉଦି ଆରବ ପକ୍ଷରୁ ମକ୍କାଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଏହି ଭାଇରସ୍‌ ସଙ୍କ୍ରମଣ ସମ୍ଭାବନା ଅଧିକ ରହିଥିୁବାରୁ ସାଉଦି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ପ୍ରଭାବରେ ଭାରତରେ 28 ଜଣ ସଙ୍କ୍ରମିତ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସଙ୍କ୍ରମିତ 28 ଜଣଙ୍କ ମଧ୍ୟରେ 15 ଜଣ ଇଟାଲୀ ନାଗରିକ ରହିଥିବା ଜଣାପଡିଛି । (ଏଜେନ୍ସି)

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ପାରାଦୀପଗଡ଼ ପଂଚାୟତରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସି ଭଡ଼ାରେ ରହୁଥିବା ଜନୈକା ମହିଳାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇଛି । ବେଆଇନ ଭାବରେ ମହିଳାଙ୍କୁ ଘରଡ଼ିହ ଏବଂ ବିଜୁ ପକାଘର ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମାନ ଘଟଣାକୁ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଥିଲା । ମାତ୍ର ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଜନୈକ ସ୍ଥାନୀୟ ବ୍ୟକ୍ତି ହାଇକୋର୍ଟରେ ଅଭିଯୋଗ କରିଥିଲେ । ମାମଲାର ବିଚାର କରି ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ଯଦୁପୁର ଗ୍ରାମର ସ୍ନେହଲତା ପ୍ରଧାନ ନାମକ ଜନୈକା ମହିଳା ତାଙ୍କ ପରିବାର ସହିତ ପାରାଦୀପର ବିଭିନ୍ନ ଶିଳ୍ପାଞ୍ଚଳରେ ଜିବୀକା ନିର୍ବାହ କରନ୍ତି ।…

Read More

ଜୋର୍ଡାନ୍‌ : ଜୋର୍ଡାନ୍‌ର ଆମ୍ମାନରେ ଅନୁଷ୍ଠିତ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ବିଜୟୀ ହୋଇ କ୍ବାର୍ଟରରେ ପହଞ୍ଚିଛନ୍ତି ଭାରତୀୟ ବକ୍ସର ସାକ୍ଷୀ ଚୌଧୁରୀ । 57 କିଗ୍ରା ବର୍ଗରେ ମୁକାବିଲା କରୁଥିବା ସାକ୍ଷୀ ଜୋର୍ଡାନରେ ଅନୁଷ୍ଠିତ ଏସିଆନ୍‌/ଓନେସିଆନ୍‌ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଏସିଆନ୍‌ ରୌପ୍ୟ ବିଜୟିନୀ ନିଲାଓ୍ବାନ୍‌ ଟେକାଉସୁଏପ୍‌ଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି । 19 ବର୍ଷୀୟା ଏହି ପୂର୍ବତନ ଜୁନିୟର ବିଶ୍ବ ଚାମ୍ପିୟନ୍‌ ଚମତ୍କାର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି 4-1ରେ ବିଜୟୀ ହୋଇଥିଲେ । ଏହି ବିଜୟ ସହିତ ସାକ୍ଷୀ ଟୋକିଓ ଟିକେଟ୍‌ରୁ ଦୁଇ ପାଦ ପଛରେ ରହିଛନ୍ତି । (ଏଜେନ୍ସି)

Read More

ବେଙ୍ଗାଲୁରୁ : ଜନୈକ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଉକ୍ତ ଯୁବତୀ ଜଣକ ସମାନ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ଦୁହେଁ ଗୋଟିଏ କଲେଜରେ ପାଠ ପଢୁଥିଲେ । ବେଙ୍ଗାଲୁରୁର ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଡାକ୍ତର ରହିଥିବା 25 ବର୍ଷୀୟ ଦୀପକ ରାଠୀ ଏକ ହୋଟେଲରେ ଦୁଷ୍କର୍ମ କରିଥିଲେ । ଏହା ସହିତ ବିବାହ କରିବାର ପ୍ରତିଶ୍ରୁତି ଦେଇ ମାମଲା ରୁଜୁ ନକରିବାକୁ ପ୍ରବର୍ତ୍ତାଇ ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଯୁବତୀଙ୍କର ଏକ ବାଥ୍‌ରୁମ୍‌ର ଭିଡିଓ ଜରିଆରେ ବ୍ଲାକମେଲ କରିଥିଲେ । ଏହାପରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ହରିୟାଣାର ଦୀପକ ରାଠୀଙ୍କୁ ଗିରଫ କରିଥିଲା । (ଏଜେନ୍ସି)

Read More

ରାଜକୋଟ : ଗୁଜରାଟକୁ 92 ରନ୍‌ରେ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଛି ସୌରାଷ୍ଟ୍ର । ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକତ୍‌ 7 ଓ୍ବିକେଟ୍‌ ଅକ୍ତିଆର କରିବା ସହିତ 21 ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ଚଳିତ ସିଜିନ୍‌ରେ ଉନାଦକତ୍‌ 65 ଓ୍ବିକେଟ ଅକ୍ତିଆର କରି 1998-99 ମସିହାରେ ଡୋଡା ଗଣେଷଙ୍କ 62 ଓ୍ବିକେଟ ରେକର୍ଡକୁ ଭାଙ୍ଗିଛନ୍ତି । ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି 304 ରନ୍‌ କରିଥିବା ବେଳେ ଗୁଜରାଟ 252 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଜବାବରେ ସୌରାଷ୍ଟ୍ର 66 ରନ୍‌ରେ 5 ଓ୍ବିକେଟ୍‌ ହରାଇଥିବା ବେଳେ ଅର୍ପିତ ବାସବଦାଙ୍କ 139 ରନ୍‌ ବଳରେ ସୌରାଷ୍ଟ୍ର 274 ରନ୍‌ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ମଧ୍ୟ 63 ରନ୍‌ରେ 5 ଓ୍ବିକେଟ୍‌ ହରାଇଥିଲେ । ଅଧିନାୟକ ପାର୍ଥିବ ପଟେଲ(93) ଏବଂ ଚିରାଗ ଗାନ୍ଧୀ(96)ଙ୍କ ମଧ୍ୟରେ 137 ରନ୍‌ର…

Read More

ବେଙ୍ଗାଲୁରୁ : ବୈଷୟିକ ତ୍ରୁଟି କାରଣରୁ ଇସ୍ରୋ ପକ୍ଷରୁ ଏହାର ନୂତନ ସ୍ୟାଟେଲାଇଟ୍‌ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଛି । ଇସ୍ରୋର ଜିଓ ଇମେଜିଂ ସ୍ୟାଟେଲାଇଟ୍‌ ଜିସାଟ୍‌-1ର ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ 5 ତାରିଖ ସନ୍ଧ୍ୟାରେ ଏହି ସ୍ୟାଟେଲାଇଟ୍‌ର ଉତ୍‌କ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବୁଧବାର ଏହାକୁ ସ୍ଥଗିତ ରଖିବା ପାଇଁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି । ଖୁବ୍‌ଶୀଘ୍ର ନୂତନ ଉତ୍‌କ୍ଷେପଣ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । 2268 କିଗ୍ରାର ଏହି ଉପଗ୍ରହଟି କୃଷି, ବନ୍ୟବିଭାଗ, ଖଣି, ବିପର୍ଯ୍ୟୟ ଚେତାବନୀ, ବରଫ ସ୍ତର ଏବଂ ସମୁଦ୍ରପତନ ନିର୍ଣ୍ଣୟରେ ବ୍ୟବହୃତ ହେବ । (ଏଜେନ୍ସି)

Read More

ମୁମ୍ବାଇ : ଇସକ୍‌ଜାଦେ ଯୋଡି ଅର୍ଜୁନ୍‌ କପୁର୍‌ ଏବଂ ପରିଣୀତି ଚୋପ୍ରା ପୁଣିଥରେ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ଦିବାକର ବାନାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସନ୍ଦୀପ ଔର ପିଙ୍କି ଫରାର୍‌ରେ ଉଭୟ ନଜର ଆସିବାକୁ ଯାଉଛନ୍ତି । ବୁଧବାର ଏହି ଫିଲ୍ମଳର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଉଭୟଙ୍କ ପ୍ରଦର୍ଶନକୁ ସମସ୍ତେ ପସନ୍ଦ କରିଛନ୍ତି । ଫିଲ୍ମରେ ଅର୍ଜୁନଙ୍କ ଚରିତ୍ରର ନାମ ପିଙ୍କି ଦାହିୟା ରହିଛି ଯିଏକି ଦିଲ୍ଲୀ ପୋଲିସ୍‌ରେ କାର୍ଯ୍ୟ କରନ୍ତି । https://youtu.be/vHiLZkR6rSg ଅନ୍ୟପକ୍ଷରେ ପରିଣୀତିଙ୍କ ଚରିତ୍ରର ନାମ ସନ୍ଦୀପ କୌର ରହିଛି । ଜୟଦୀପ ଅଲାହାଟ୍‌, ନୀନା ଗୁପ୍ତା ଏବଂ ରଘୁବୀର ଯାଦବ ଫିଲ୍ମର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଭୟା କାଣ୍ଡ ଅଭିଯୁକ୍ତଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା ପାଇଁ ଆବେଦନ କରାଯାଇଛି । ନିର୍ଭୟା କାଣ୍ଡର ଅନ୍ୟତମ ଅଭିଯୁକ୍ତ ପଓ୍ବନ ବର୍ମାର ରାଜକ୍ଷମା ଆବେଦନ ଖାରଜ ହେବା ପରେ ତିହାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । ପଟିଆଲା ହାଉସ୍‌ କୋର୍ଟରେ ତିହାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । ପୂର୍ବରୁ ଅନ୍ୟ ତିନି ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଥିବା ବେଳେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ୟତମ ଅଭିଯୁକ୍ତ ପଓ୍ବନର ରାଜକ୍ଷମା ଗୁରୁବାର ଖାରଜ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମାର୍ଚ୍ଚ 3 ତାରିଖରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । (ଏଜେନ୍ସି)

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୋସିଆଲ ମିଡିଆ ଉପରୁ କଟକଣା ହଟାଯାଇଛି । ପୂର୍ବରୁ 2ଜି ମୋବାଇଲ ସେବା ଲାଗୁ ହୋଇଥିବା ବେଳେ ବୁଧବାର ସୋସିଆଲ ମିଡିଆ ଉପରୁ କଟକଣା ପ୍ରତ୍ୟାହାର କରାଯାଇଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ନିୟମ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜମ୍ମୁ କାଶ୍ମୀର ମୁଖ୍ୟ ସଚିବ ଶାଲୀନ୍‌ କବ୍ରା ଏହି ପ୍ରତିବନ୍ଧକ ହଟାଇବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟିଥିଲେ ମଧ୍ୟ ଇଣ୍ଟରନେଟ୍‌ ସେବା 2ଜି ହିଁ ରହିବ ବୋଲି ଘୋଷଣା କରାଯାଇଛି । (ଏଜେନ୍ସି)

Read More