Author: Samikhsya Bureau

ଭୁବନେଶ୍ବର: ଆଜି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି କାଳ ବୈଶାଖୀ। ଏ ନେଇ ପାଣିପାଗ ବିଭାଗ ପୂର୍ବରୁ ସୂଚନା ପ୍ରଦାନ କରିଥିଲା। ଆଜି ଅପରାହ୍ନରେ ଭୁବନେଶ୍ବରରେ ଘୋର ଅନ୍ଧକାର ଘୋଟି ପ୍ରବଳ ପବନ ପ୍ରବାହିତ ହୋଇଥିଲା। ଏହାପରେ ଘଡଘଡି ସହିତ ପ୍ରବଳ ବର୍ଷା ମଧ୍ୟ ପରିଲକ୍ଷିତ ହୋଇଥିଲା। ଏହାଦ୍ବାରା ଅନେକ ସ୍ଥାନରେ ଗଛ ଉପୁଡିବା ସହିତ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପାଣିପାଗ ବିଭାଗ ସୂଚନା ଅନୂସାରେ ଆଜି ରାଜ୍ୟର କେତେକ ସ୍ଥାନରେ କାଳ ବୈଶାଖୀ ହେବାର ସମ୍ଭାବନା ଥିଲା। ସେହିପରି ଆସନ୍ତାକାଲି ମଧ୍ୟ କେତେକ ସ୍ଥାନରେ ଏହି କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି ଜଣାପଡିଛି। କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ର ଏୟାରପୋର୍ଟ ଅଞ୍ଚଳରେ ସର୍ବାଧିକ ଘଣ୍ଟା ପ୍ରତି ୮୦କିମି ବେଗରେ ପବନ ଦିନ ୩ ଟା ୩୧ ରୁ ୩ ଟା ୩୪ ମଧ୍ୟରେ…

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ପ୍ରଚାରରେ ଆସି ବିଜେଡି ସରକାର ଉପରେ ବେଶ ବର୍ଷିଛନ୍ତି। ସେ ବ୍ରହ୍ମପୁରରେ ଓଡିଶାରେ ଡବଲ ଇଂଜିନି ହେବ ବୋଲି କହିଥିଲେ। ଏପରିକି ବିଜେପି ଆସନ୍ତା ଜୁନ 10 ତାରିଖରେ ଓଡିଶାରେ ସରକାର ପାଇଁ ଶପଥ ନେବ ବୋଲି ଘୋଷଣା ମଧ୍ୟ କରିଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସେହିପରି ନବରଙ୍ଗପୁରରେ ମୋଦି ମଧ୍ୟ ଅନୁରୂପ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଗଠନ କରିବ। ବିଜେପିର ଜଣେ ଓଡିଆ ଓଡିଶାର ମୁଖ୍ୟମନ୍ତ୍ରୀ ହେବ। କୌଣସି ବାହାର ବ୍ୟକ୍ତି ନୁହେଁ। ସେ କହିଛନ୍ତି ଯେ, ଓଡିଶା ଜଣେ ଓଡିଆ ଝିଅ ରାଷ୍ଟ୍ରପତି ହୋଇଛନ୍ତି। ସେହିପରି ଓଡିଶାର ଜଣେ ଓଡିଆ ପୁଅ ହେଉ କିମ୍ବା ଝିଅ. ସେ ଆପଣଙ୍କର ମୁଖ୍ୟମନ୍ତ୍ରୀ ହେବ। ପ୍ରଧାନମନ୍ତ୍ରୀ ପରୋକ୍ଷରେ କାର୍ତ୍ତିର ପାଣ୍ଡିଆନଙ୍କୁ ଇଙ୍ଗିତ କରି କହିଲେ ବୋଲି ସ୍ପଷ୍ଟ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାର ନିର୍ବାଚନ ପ୍ରଚାରରେ କହିଛନ୍ତି ଯେ ଏଥର ବିଜେପି ଓଡିଶାରେ ସରକାର ଗଠନ କରିବ। ସେତିକି ନୁହେଁ ସେ ବ୍ରହ୍ମପୁର ସଭାରେ କେଉଁଦିନ ବିଜେପି ଶପଥ ନେବ ତାହା ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି କିଏ ହେବ ତାହା ଘୋଷଣା ହେବ। ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ବିଜେପିର ଏପରି ଦମ୍ଭୋକ୍ତି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଲେ ତାହା ବେଶ ମଜଦାର। ଆକାଶ ମାର୍ଗରେ ନବୀନଙ୍କୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏକ ପ୍ରଶ୍ନ କଲେ। ପଚାରିଲେ ସାରେ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ସେମାନେ କହୁଛନ୍ତି। ଏହାର ଉତ୍ତରେ ନବୀନ ପଟ୍ଟନାୟକ କହିଲେ ଯେ, ସେମାନେ ବହୁ ଦିନ ହେଲା ଦିନରେ ସ୍ବପ୍ନ ଦେଖୁଛନ୍ତି। ଏହି ଉତ୍ତରକୁ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁରରେ ବିଜେପି ସରକାର ଗଠନ କରିବା ପାଇଁ ତାରିଖ ଘୋଷଣା ପରେ ଭବନୀପାଟଣାରେ ନବୀନଙ୍କ ଶପଥ ତାରିଖ ଓ ସମୟ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ଭବାନୀପାଟଣାରେ ଆୟୋଜିତ ଏକ ଜନସମାବେଶକୁ ଉଦବୋଧନ ଦେଇ କହିଥିଲେ ଯେ, ନବୀନ ପଟ୍ଟନାୟକ ଆସନ୍ତା ଜୁନ ୯ ତାରିଖ ଦିନ ୧୦ ଟାରୁ ୧୧ ଟା ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। କାରଣ ପ୍ରଧାନମନ୍ତ୍ରୀ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିଥିଲେ। ଠିକ ତାହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ 9 ତାରିଖରେ ବିଜେଡି ସରକାର ଗଠନ ପାଇଁ ଶପଥ ନେବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଆୟୁଶ୍ମାନ ଭାରତ…

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରର କନିଷାଠାରେ ନିଜର ଦମ୍ଭ ଦେଖାଇଛନ୍ତି। ସେ ସେଠାରେ ଘୋଷଣା କରିଛନ୍ତି ଯେ, ଜୁନ୍ ୪ ତାରିଖ ହେଉଛି ବିଜେଡିର ଏକ୍ସପାୟର ତାରିଖ। ସେହିଦିନ ଭୋଟ ଗଣତି ପରେ ଓଡିଶାରେ ବିଜେଡି ଅସ୍ତ, କଂଗ୍ରେସ ପସ୍ତ ହେବ। ସେ ଆହୁରି କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଗଠନ କରିବ। ସେଥିପାଇଁ ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି କିଏ ହେବ ଘୋଷଣା କରାଯିବ। ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ। ଓଡିଶାରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବ୍ରହ୍ମପୁରରେ ମୋଦୀଙ୍କ ଏହି ଭାଷଣ ସେଠାରେ ଉପସ୍ଥିତ କର୍ମିମାନଙ୍କୁ ବେଶ ଉତ୍ସାହିତ କରିଥିଲା। କାରଣ ପୂର୍ବରୁ ଓଡିଶା ନେତାମାନେ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି କହୁଥିଲେ ମଧ୍ୟ ତାହାକୁ କେହି ଗୁରୁତ୍ବ ଦେଉ ନ ଥିଲେ। ହେଲେ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ କଳାହାଣ୍ଡି ଗସ୍ତ କରିବେ। ନବୀନ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଖରିଆର ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଦୁଇଟି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଭବାନୀପାଟଣାରେ ପହଞ୍ଚିିବେ। ଏହାପରେ ଶ୍ରୀକ୍ରିଷ୍ଣାନଗର ପଡ଼ିଆରେ ଜନସଭା ସମ୍ବୋଧନ କରିବେ। ଏହି ସମୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ। ଏହାପରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ। ୧୨ଟା ୧୦ରେ ଖଡ଼ିଆଳରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ନବୀନଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଭରିରହିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ କଳାହାଣ୍ଡି ସହ ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ…

Read More

ଭୁବନେଶ୍ୱର: କେନ୍ଦୁଝର ସଂସଦୀୟ କ୍ଷେତ୍ରର ୨୦୧୯ ସାଧାରଣ ନିର୍ବାଚନର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ ଓ କଂଗ୍ରେସ ନେତା କୈଳାସ ମହନ୍ତ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ତେଲକୋଇ ଓ କେନ୍ଦୁଝର ସଦର ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ମୋହନ ହେମ୍ବ୍ରମ ଓ କୈଳାସ ମହନ୍ତଙ୍କୁ ଡକ୍ଟର ପାତ୍ର, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ମୋହନ ହେମ୍ବ୍ରମଙ୍କ ଯୋଗଦାନ ଫଳରେ ବିଶେଷକରି କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମୋହନ ହେମ୍ବ୍ରମ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ୧୦ ଜଣ ନେତାଙ୍କୁ ନୂଆ ପଦପଦବୀରେ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଥିବା ବେଳେ ଆଉ ଦୁଇ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୬ ଜଣଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଛି। ସେମାନେ ହେଲେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ବର: ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇଥିଲା। ସେଠାରୁ ସେ ରାଜଭବନ ଆସିବା ରାସ୍ତାରେ ଲୋକଙ୍କୁ ପଦ୍ମ ଚିହ୍ନ ଦେଖାଇ ଭୋଟ ଭିକ୍ଷା କରିଥିଲେ। ସେ ରବିବାରରେ ଭୁବନେଶ୍ବର ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆଜି ବ୍ରହ୍ମପୁର ଏବଂ ନବରଗଂପୁର ପ୍ରଚାରରେ ଯିବେ। ମୋଦୀ ଆଜି ରାଜଭବନରୁ ବାହାରି ପ୍ରଥମେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ ସେ ବିମାନବନ୍ଦର ଯାଇ ସେଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ବ୍ରହ୍ମପୁର ପ୍ରଚାରରେ ଯିବେ। ସେଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳିର କନିଷା ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ। ସେଠାରେ ବ୍ରହ୍ମପୁର ଏବଂ ଆସ୍କା ଲୋକସଭା ଓ ଏହାର ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏହାପରେ ନବରଂଗପୁରରେ ଆୟୋଜିତ ପ୍ରଚାର କାର୍ଯ୍ୟରେ ମୋଦୀ ଯୋଗ ଦେଇ ଭୁବନେଶ୍ବର ଫେରିଆସି ଓଡିଶାରୁ…

Read More

ଭୁବନେଶ୍ୱର: କଟକ-ବାରବାଟୀ ନିର୍ବାଚନମଣ୍ଡଳୀର ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ରବିବାର ଦିନ ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନାଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଶ୍ରୀୟା ସମ୍ବେଦନାଙ୍କ ଯୋଗଦାନ ଫଳରେ ବିଶେଷକରି କଟକ-ବାରବାଟୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଶ୍ରୀୟା ସମ୍ବେଦନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ…

Read More

ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ 1-ଜନ୍ନଦାତା ପିତା, 2-ପୁରୋହିତ 3-ବିଦ୍ୟାଦାତା, 4-ଅନ୍ନଦାତା, 5- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି । ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।

Read More

ମେଷ: – ଆଜି ଜୀବନ-ସାଥୀଙ୍କ ସ୍ନେହପୂର୍ଣ୍ଣ ଆଚରଣ ଆପଣଙ୍କ ଦିନକୁ ଖୁସି କରିବ। ଅଦାଲତ କାର୍ଯ୍ୟଗୁଡିକ ବୁଲାଇବ। ଆଜି ଆପଣଙ୍କ ମନ ଆଧ୍ୟାତ୍ମିକତା ଆଡକୁ ରହିବ। ଭାଇ ଓ ଭଉଣୀମାନେ ଅଲଗା ହୋଇପାରନ୍ତି। ଭାଗ୍ୟ ଆପଣଙ୍କ ସହିତ ଅଛି । ସେୟାର ବଜାରରେ ବିନିଯୋଗ ଶୁଭ ହୋଇପାରେ। ଶକ୍ତି ବଢିବ। ମାନସିକ ପରିସ୍ଥିତି ତିକ୍ତ ହୋଇଥିବାରୁ ପରିବାରରେ ବିବାଦ ହୋଇପାରେ। ଆପଣଙ୍କର ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। ବୃଷ: – ଆଜି ଆପଣ ଏକାକୀ ଅନୁଭବ କରିବେ। ଜମା ପୁଞ୍ଜି ବୃଦ୍ଧି କରିବା ସମ୍ଭବ ହେବ। ବ୍ୟକ୍ତିଗତ ସମ୍ପର୍କ ସହାୟକ ହେବ। ପ୍ରେମ ପାଇଁ ସମୟ ବହୁତ ଭଲ। ଯଦି ଆପଣ କାହାକୁ ପ୍ରେମ ପ୍ରକାଶ କରିବାକୁ ଚାହୁଁଛନ୍ତି, ତେବେ ସଫଳତାର ଅଧିକ ସମ୍ଭାବନା ରହିଛି । କିନ୍ତୁ ମନେରଖ, ଶୀଘ୍ର କରାଯାଇଥିବା କାର୍ଯ୍ୟ ଖରାପ ହୋଇପାରେ। ଆପଣଙ୍କ ଆଚରଣକୁ ସକାରାତ୍ମକ ରଖନ୍ତୁ। ଶୀଘ୍ର ସଫଳତାର ଦ୍ୱାର ଖୋଲିବ। ଉପଯୁକ୍ତ ପରାମର୍ଶ…

Read More

ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ ସ୍ବତନ୍ତ୍ର ବିମାନରେ ଆଜି ଭୁବେନଶ୍ବରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ଦଳୀୟ ନେତାମାନେ ସ୍ବାଗତ କରିଥିଲେ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ଦଳ ତରଫରୁ ପାରଂପାରିତ ନୃତ୍ୟ ସଂଗୀତର ଆୟୋଜନ କରାଯାଇଥିଲା। ମୋଦୀ ବିମାନ ବନ୍ଦରରୁ କାର ଯୋଗେ ରାଜଭବନ ଆସିଥିଲେ। ରାସ୍ତାରେ ଆସିବା ବେଳେ ତାଙ୍କୁ ଦେଖିବା ପାଇଁ ଛିଡା ହୋଇଥିବା ଜନ ସାଧାରଣଙ୍କୁ ମୋଦୀ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଏପରିକି ସେ ହାତରେ ପଦ୍ମ ଚିହ୍ନକୁ ଧରି ହଲାଇ ହଲାଇ ଲୋକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ରାତିରେ ରାଜଭବନରେ ରାତ୍ରୀ ଯାପନ କରିବେ। ଏହାପରେ ସେ ଆସନ୍ତାକାଲି ସକାଳୁ ବ୍ରହ୍ମପୁର ଏବଂ ପରେ ନବରଂଗପୁର ପ୍ରଚାରରେ ଯିବେ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ହେଉଛି ମୋଦୀଙ୍କ ପ୍ରଥମ ପ୍ରଚାର।

Read More

ଭୁବନେଶ୍ବର: ନିର୍ବାଚନ ପ୍ରଚାରର ୧୧ ଦିନରେ ଆଜି ସକାଳେ ବୌଦ୍ଧ, ସୋନପୁର ଓ ବୀରମହାରାଜପୁର ପରେ ଅପରାହ୍ନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ତୋଫାନି ପ୍ରଚାର କରିଥିଲେ। ନୟାଗଡର ଓଡଗାଁଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିରୋଧୀ ବିଜେପି ଦଳକୁ ତୀବ୍ର କଟାକ୍ଷ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜେପି ଦଳ ଗତ ୧୦ ବର୍ଷ ଧରି କ୍ଷମତାରେ ରହି ଆସିଛନ୍ତି। ପୂର୍ବରୁ କେବେ ଚାଷୀ ମନେ ପଡୁ ନଥିଲେ। MSP କଥା ମନେ ପଡୁ ନଥିଲା। ଭତ୍ତା ମନେ ପଡୁ ନ ଥିଲା। ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି । ବୁଢାବୁଢୀ ମନେ ପଡନ୍ତି । ଚାହିଁ ଥିଲେ ପୂର୍ବରୁ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ। MSP ଦୁଇ ଗୁଣ କରିପାରିଥାନ୍ତେ। ନିର୍ବାଚନ ଆସିଗଲା। ଏବେ ମନେ ପଡୁଛି । ସେମାନେ ଓଡିଶା…

Read More

ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିର ପୂର୍ବତନ ରାଜ୍ୟ ଯୁବ ସାଧାରଣ ସମ୍ପାଦକ, ଯୁବ ମହାସଂଘର ଉପସଭାପତି ଚିତରଞ୍ଜନ ଦାସ ନିଜ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ଦାସଙ୍କ ସହ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଦୀପକ କୁମାର ସାମନ୍ତରାୟ, ରଙ୍ଗମାଠିଆର ବସନ୍ତ ପରିଡା, ନିହାଲ ଜେନା, ସମ୍ବିତ ପାତ୍ର, ଦେବାଶିଷ ସାମଲ, ରାଜ କିଶୋର ସ୍ୱାଇଁ, ରାହସ ବେହେରା, ବିଶ୍ୱଜିତ୍ ସ୍ୱାଇଁ, ଜ୍ୟୋତିରଞ୍ଜନ ନାୟକ, ଗୁଡୁ ମହାନ୍ତି, ସ୍ୱରୂପ ପ୍ରଧାନ, ସୁରେଶ ସାହୁ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲସିଂ ତୋମାର ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି…

Read More

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପିର ବରିଷ୍ଠ ନେତା ଯୁଗାଂଶୁ ଶେଖର ପଣ୍ଡାଙ୍କ ସହ ଶତାଧିକ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମତ୍ସ୍ୟନିଗମ ଅଧ୍ୟକ୍ଷ ସୁବାସ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଯୁଗାଂଶୁ ଶେଖର ପଣ୍ଡାଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ରାଉତ ଓ ଶ୍ରୀ ପାତ୍ର ଉପଢୌକନ ଦେଇ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ରାଉତ ଓ ଶ୍ରୀ ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଯୁଗାଂଶୁ ଶେଖର ପଣ୍ଡା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟ ସରିଛି। କେବଳ ଆସନ୍ତା 13 ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ସରିଯାଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଲୋକସଭା ଏବଂ ଏହାର ବିଧାନ ସଭାରେ ନିର୍ବାଚନ ହେବ। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବହୁ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିସାରିଲେଣି। ଆସନ୍ତାକାଲି ଶେଷ ତାରିଖ ଥିବାରୁ ବାକି ରହିଯାଇଥିବା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ସେହି ଅନୁସାରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସୋନାଲୀ ସାହୁ। ସେ ସକାଳ 10ଟାରୁ ଖୋର୍ଦ୍ଧାର ଜାନକୀ ବଲ୍ଲବ ପଟ୍ଟନାୟକ ପାର୍କରୁ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସ ଯାଇ ନାମାଙ୍କନ ଦାଖଲ…

Read More

ଭୁବନେଶ୍ବର: ଆଜି ଭାରତୀୟ ଜନତା ପାର୍ଟି ଓଡିଶାର ତରଫରୁ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଉନମୋଚନ କରାଯାଇଛି ନିର୍ବାଚନ ଇସ୍ତାହାର। ଯାହାର ନାମ ରଖାଯାଇଛି ସଂକଳ୍ପ ପତ୍ର। ଭୁବନେଶ୍ବରର ଏକ ତାରକା ହୋଟେଲରେ ଏହି ସଂକଳ୍ପପତ୍ରକୁ ଉନମୋଜଚନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଓଡିଶା ସଭାପତି ମନମୋହନ ସାମଲ ଏବଂ ବିଜେପି ସାଂସଦ ଜୁଏଲ ଓରାମ। ଏହି ସଂକଳ୍ପପତ୍ର ମୁଖ୍ୟତଃ ଓଡିଶାକୁ ନଜରରେ ରଖି କରାଯାଇଛି। ଏହାର ମୁଖ୍ୟ ପ୍ରସଂଗ ରହିଛି ଓଡିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି। ଏହି ଅବସରରେ ନଡ୍ଡା କହିଛନ୍ତି ଯେ, ମୋଦୀଙ୍କ ପାଇଁ ସାରା ଦେଶରେ ରାଜନୈତିକ ସଂସ୍କୃତି ପରିବର୍ତ୍ତନ ହୋଇଛି। ନିର୍ବାଚନୀ ଇସ୍ତାହାରର ଗୁରୁତ୍ବ ବଢିଯାଇଛି। ନଡ୍ଡା କହିଛନ୍ତି ଯେ, ବିଜେପି ଯାହା କିଛି ଇସ୍ତାହାରରେ ପ୍ରତିଶୃତି ଦେଉଛି ତାହାକୁ ସେ ପାଳନ କରୁଛି। ଏଥିରେ ଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଲା…

Read More

ଭୁବନେଶ୍ବର: ଆଜି କଂଗ୍ରେସ ଓଡିଶାର ବିଧାନସଭାର ପାଞ୍ଚଟି ଆସନରେ ପ୍ରାର୍ଥି ପରିବର୍ତ୍ତନ କରିଛି। ଏଥିସହିତ ଦଳ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଏ ପର୍ଯ୍ୟନ୍ତ ନୀଳଗିରିର ପ୍ରାର୍ଥୀ ଘୋଷଣା କରି ନ ଥିଲା। ସେହି ଅନୁସାରେ ନୀଳଗିରିର ପ୍ରାର୍ଥୀ ହୋଇଛନ୍ତି ଅକ୍ଷୟ ଆଚାର୍ଯ୍ୟ।  ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଯେଉଁ ଆସନରେ ପ୍ରାର୍ଥୀ ବଦଳ ହୋଇଛି ତାହା ହେଲା ୧) ଜଳେଶ୍ୱର – ସୁଦର୍ଶନ ଦାସ ୨) ବରୀ – ଦେବାଶିଷ ନାୟକ ୩) ଆଠମଲ୍ଲିକ – ହିମାଂଶୁ ଚାଉଳିଆ ୪) ଆଠଗଡ଼- ସୁଦର୍ଶନ ସାହୁ ୫) ପୁରୀ – ଉମାବଲ୍ଲଭ ରଥ ୬) ନୀଳଗିରି – ଅକ୍ଷୟ ଆଚାର୍ଯ୍ୟ ଗତକାଲି କଂଗ୍ରେସ ପୁରୀ ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେଇଛି। ସେହି ଅନୁସାରେ ପୁରୀ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ହୋଇଛନ୍ତି ଜୟ ନାରାୟଣ ପଟ୍ଟନାୟକ।

Read More

ଭୁବନେଶ୍ବର: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିସନଙ୍କୁ ଅବଗତ କରିଛି ଦଳ। ଯାହାର ଏକ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡି। ବିଜେଡିର ଅଭିଯୋଗ ହେଲା ଯେ, ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗତ ଏପ୍ରିଲ 30 ରୁ ମେ 4 ମେ ପର୍ଯ୍ୟନ୍ତ ଭୁବନେଶ୍ବରରେ ଥିଲେ। ଏହା ଭିତରେ ସେ ନିଜ ଭୁବନେଶ୍ୱର ବାସଭବନରେ ଚିଲିକା ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ନେଇ ବୈଠକ କରିବା ସହ ଫୋନ ଯୋଗେ ମଧ୍ୟ ନିଜ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଯିଏ କି ବିଜେପିର ଚିଲିକା ପ୍ରାର୍ଥୀ ଅଛନ୍ତି ତାଙ୍କ ସପକ୍ଷରେ ଭୋଟ ଦେବାକୁ ସେ ପରୋକ୍ଷରେ ନିବେଦନ କରିଛନ୍ତି। ଏକ ସାମ୍ବିଧାନିକ ପଦବୀରେ ରହି ଏପରି କରିବା ନିର୍ବାଚନ ଆଚରଣ ଵିଧିର ଉଲଂଘନ। ଏହାର ତଦନ୍ତ ପାଇଁ ଦାବି…

Read More

ଭୁବନେଶ୍ବର: ପୁରୀ ଲୋକସଭା ପାଇଁ କଂଗ୍ରେସ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଦଳ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ଗତକାଲି ତାଙ୍କର ଟିକେଟ ଫେରାଇ ଦେଇଥିଲେ।ଏହାପରେ ଦଳ ଜୟନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ସୁଚରିତା ଅଭିଯୋଗ କରିଥିଲେ ଯେ ନିର୍ବାଚନ ଖର୍ଚ୍ଚ ପାଇଁ ଯେଉଁ ଟଙ୍କା ଦରକାର ତାହା ଦଳ ଦେବାକୁ ମନା କଲା। ଏଥିସହିତ ଏହି ଲୋକସଭା ଆସନ ଅଧିନରେ ଥିବା ବିଧାନସଭାରେ ଦୁର୍ବଳ ପ୍ରାର୍ଥୀ ପରିବର୍ତ୍ତି ପାଇଁ ମଧ୍ୟ ଅନୁରୋଧ କରିଥିଲି। ହେଲେ ଦଳ ତରଫରୁ ଏସବୁ କରିବା ପାଇଁ ମନା କରିଦିଆଯିବା ପରେ ଟିକେଟ ଫେରାଇଲି ବୋଲି ସୁଚରିତା କହିଛନ୍ତି।

Read More