ପର୍ଥ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍ ମୁକାବିଲାରେ ସହଜ ବିଜୟ ହାସଲ କରିଛି ଭାରତ । କ୍ରମାଗତ ଦ୍ବିତୀୟ ବିଜୟ ସହିତ ଟେବୁଲ୍ ଟପ୍ପର ରହିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର 142 ରନ୍ କରିଥିବା ବେଳେ ବୋଲରଙ୍କ ସଫଳତା ବଳରେ ଭାରତ ମ୍ୟାଚ୍କୁ 18 ରନ୍ରେ ଜିତି ନେଇଥିଲା । 143 ରନ୍ର ବିଜୟ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ପକ୍ଷରୁ ନିଗାର ସୁଲତାନା(35) ଏବଂ ମୁର୍ଶିଦା ଖାତୁନ୍(30)ଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା କାରଣରୁ ଦଳ ବିଜୟ ଠାରୁ 18 ରନ୍ ଦୂରରେ ରହିଥିଲା । ଭାରତ ପକ୍ଷରୁ ପୁନମ ଯାଦବ 18 ରନ୍ ବିନିମୟରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଶିଖା ପାଣ୍ଡେ ଏବଂ ଅରୁନ୍ଧତୀ ରେଡ୍ଡୀ ପ୍ରତ୍ୟୋକ ଦୁଇଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ଓପ୍ନର ଶେଫାଳି…
Author: Samikhsya Bureau
ପଟିଆଲା : ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଜଣେ ପାଇଲଟ୍ ପ୍ରାଣ ହରାଇଛନ୍ତି । ପଟିଆଲାରେ ଦୁର୍ଘଟଣାଗ୍ରସ୍ତ ଏହି ବିମାନରେ ଜଣେ ପାଇଲଟ୍ଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣେ ଏନ୍ସିସି କ୍ୟାଡେଟ୍ ଆହତ ହୋଇଛନ୍ତି । ପଟିଆଲା ଆଭିଏସନ୍ କ୍ଲବ୍ର ଏହି ପ୍ରଶିକ୍ଷଣ ବିମାନଟି ସଙ୍ଗ୍ରୁରରେ ଦୁର୍ଘଟଣାଗ୍ରସ୍ତ ହେବା ସହିତ ପାଇଲଟ୍ ଜଣକ ପ୍ରାଣ ହରାଇଛନ୍ତି । ନିହତ ପାଇଲଟ ଜଣକ ହେଉଛନ୍ତି ଓ୍ବିଙ୍ଗ କମାଣ୍ଡର ଜି ଏସ୍ ଚିମା । ଆହତ ଏନ୍ସିସି କ୍ୟାଡେଟ୍ଙ୍କ ନାମ ବିପନ କୁମାର ଯାଦବ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସାନଭାଇକୁ ଟାଙ୍ଗିଆରେ ହାଣିବା ପରେ ଆତ୍ମହତ୍ୟା କରିଛି ବଡଭାଇ । ପାରିବାରିକ କଳହ କାରଣରୁ ବଡଭାଇ ସାନଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ସାନଭାଇକୁ ଟାଙ୍ଗିଆରେ ଆକ୍ରମଣ କରିବା ପରେ ବଡଭାଇ ଆତ୍ମହତ୍ୟା କରିଥିଲେ । ବଡଭାଇର ଟାଙ୍ଗିଆ ଚୋଟରେ ଗୁରୁତର ସାନଭାଇକୁ ସମ୍ବଲପୁରର ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହକୁ ନେଇ ଆକ୍ରମଣ ହୋଇଥିବା ବେଳେ ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି ।
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଆଜି କହିଛନ୍ତି ଯେ ଏକ ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ ହେବାର ଦ୍ୱାର ଦେଶରେ ରହିଛି ଭାରତ ଏବଂ ଏହା ଦୁନିଆର ଶ୍ରେଷ୍ଠ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି । ଏଠାରେ ଆୟୋଜନ କରାଯାଇଥିବା “ଫ୍ୟୁଚର ଡିକୋଡେଡ ସିଇଓ ସମ୍ମିଳନୀ’ରେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲାଙ୍କ ସହିତ ଆଲୋଚନା ବେଳେ ସେ କହିଛନ୍ତି ଯେ, ମୋବାଇଲ୍ ନେଟ୍ୱର୍କ ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ପ୍ରସାର ହେଉଥିବା କାରଣରୁ ବଡ଼ ଧରଣର ପରିବର୍ତନ ସହିତ ଏହି ରୂପାନ୍ତରଣ ଘଟୁଛି । ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଆମମାନଙ୍କୁ ଡିଜିଟାଲ୍ ଇଣ୍ଡିଆର ଲକ୍ଷ୍ୟ ପ୍ରଦାନ କଲେ ସେହି ଦିନଠାରୁ ଏହା ଆରମ୍ଭ ହୋଇଥିଲା । ୩୮ କୋଟିରୁ ଅଧିକ ଲୋକ ଜିଓର ୪ଜି ପ୍ରଯୁକ୍ତିକୁ ଆପଣେଇଛନ୍ତି । ଜିଓ ପୂର୍ବରୁ ଡାଟା ସ୍ପିଡ୍ ୨୫୬ କେବିପିଏସ୍ ଥିଲା ଓ ଜିଓ ଆଗମନ…
ପର୍ଥ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍ ମୁକାବିଲାରେ ଭାରତ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ୍ ହରାଇ 142 ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ଓପ୍ନର ଶେଫାଳି ବର୍ମା ସର୍ବାଧିକ 39 ରନ୍ ସଂଗ୍ରହ କରିଥିବା ବେଳେ ଜେମିମା ରଡ୍ରିଗ୍ଜ 33 ରନ୍ ସଂଗ୍ରହ କରିଥିଲେ । ଶେଷଭାଗରେ ବେଦା କୃଷ୍ଣମୂର୍ତ୍ତି ଆକ୍ରମଣାତ୍ମକ 21 ରନ୍ ସଂଗ୍ରହ କରିବାରୁ ଭାରତ 140 ରନ୍ ଅତିକ୍ରମ କରିଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପକ୍ଷରୁ ତାନିୟା ଭାଟିଆ ଏବଂ ଶେଫାଳି ବର୍ମା ଇନିଂସ ଆରମ୍ଭ କରିଥିଲେ । ତାନିୟା ବିଫଳ ହୋଇଥିବା ବେଳେ ଶେଫାଳି ନିଜ ଚମତ୍କାର ଫର୍ମ ବଜାୟ ରଖି 17ଟି ବଲ୍ରୁ 39 ରନ୍ ସଂଗ୍ରହ କରିଥିଲେ । ଶେଫାଳିଙ୍କ ଇନିଂସ ମଧ୍ୟରେ 2 ଚୌକା ଏବଂ 4 ଛକ୍କା ସାମିଲ ଥିଲା । ଅନ୍ୟମାନଙ୍କ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶା ପୋଲିସ୍ରେ 10054ଟି ପଦବୀ ଖାଲି ପଡିଥିବା ନେଇ ବିଧାନସଭାରେ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ଡିସେମ୍ବର 2019 ସୁଦ୍ଧା ରାଜ୍ୟରେ ଏହି ପଦବୀ ଗୁଡିକ ଖାଲି ରହିଥିବା ଜଣାପଡିଛି । ରାଜ୍ୟରେ ସମୁଦାୟ 72,119ଟି ପଦବୀ ରହିଥିବା ବେଳେ ରାଜ୍ୟରେ ବର୍ତ୍ତମାନ 62055 ପୋଲିସ୍ କର୍ମୀ ରହିଛନ୍ତି । ଖାଲି ରହିଥିବା ପଦବୀ ଗୁଡିକ ମଧ୍ୟରେ 501ଟି ଗ୍ରୁପ୍ ଏ ପଦବୀ, 1823ଟି ଗ୍ରୁପ୍ ବି ପଦବୀ ଏବଂ 6487ଟି ଗ୍ରୁପ୍ ସି ପଦବୀ ଖାଲି ରହିଥିବା ନେଇ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଓଡିଶାରେ 195ଟି ପଦବୀ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ 78ଟି ପଦବୀ ଖାଲି ରହିଥିବା ଜଣାପଡିଛି ।
ଅହମଦାବାଦ, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଗସ୍ତ ଏକ ବିଶେଷ ଅନୁଭୂତି ଆଣି ଦେଇଛି। ଏହି ଆମେରିକୀୟ ଦମ୍ପତି ଅହମଦାବାଦ ବିମାନ ବନ୍ଦରରେ ପହଁଚିବା ପରେ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଏକ କାର ରାଲିରେ ଯାଇଥିଲେ। ବାଟରେ ସେ କିଛି ସମୟ ପାଇଁ ମହାତ୍ମା ଗାନ୍ଧୀଙ୍କ ଆଶ୍ରମ ସାବରମିତରେ ବିତାଇଥିଲେ। ଏହି ସମୟରେ ଟ୍ରମ୍ପ ଦମ୍ପତିଙ୍କୁ ଗାନ୍ଧୀଙ୍କ ଆଶ୍ରମ ସଂପର୍କରେ ଆବଗତ କରାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏହି ଗସ୍ତ ସମୟରେ ଟ୍ରମ୍ପ ଦମ୍ପତି କିଛି ସମୟ ପାଇଁ ଚରଖ ଚଳାଇ ମଜା ନେଇଥିଲେ। ପ୍ରଥମେ ଚରଖ ପାଖରେ ଉଭୟ ପତିପତ୍ନୀ ଛିଡା ହେବା ପରେ ମୋଦୀ ତାଙ୍କୁ ଚରଖ ବିଷୟରେ ଅବଗତ କରାଇଥିଲେ। ଏହା ଶୁଣିବା ପରେ ଟ୍ରମ୍ପଙ୍କ ଏହି ଚରଖ ଚଳାଇବା ପାଇଁ ଆଗ୍ରହ ସୃଷ୍ଟି ହେଲା। ସେ ତଳେ ବସିପଡି ଚରଖ ଚକା ଚଳାଇବାକୁ ଚେଷ୍ଠା କଲେ। ଏଥିରେ ତାଙ୍କ ପତ୍ନୀ ଚରଖ ଚଳାବାରେ…
ମୁମ୍ବାଇ : ଭାରତୀୟ ସେୟାର ବଜାର ସେନସେକ୍ସ ସୋମବାର 800 ପଏଣ୍ଟ ତଳକୁ ଖସିଛି । କୋରୋନା ଭାଇରସ୍ ପ୍ରଭାବରେ ବିଶ୍ବ ବଜାର ତଳୁଆ ରହିଥିବା ବେଳେ ଭାରତୀୟ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ସେନ୍ସେକ୍ସ 806.89 ପଏଣ୍ଟ ତଳକୁ ଖସି 40363.23 ପଏଣ୍ଟରେ ରହିଛି । ଅନ୍ୟପକ୍ଷରେ ନିଫ୍ଟୀ 251.45 ପଏଣ୍ଟ ତଳକୁ ଖସି 11829.40 ପଏଣ୍ଟରେ ରହିଛି । ଏହି ସମୟରେ ୟୁରୋପିଆନ ବଜାର 3.87 ପ୍ରତିଶତ ତଳକୁ ଖସିଛି । ନାସ୍ଡାକ୍ 3.2 ପ୍ରତିଶତ ତଳକୁ ଖସିଥିବା ବେଳେ ଡିଓଡବ୍ଲ୍ୟୁ 1.5 ପ୍ରତିଶତ ତଳୁଆ ରହିଛି । ଡଲାରର ବିନିମୟ ମୂଲ୍ୟ ଏହି ସମୟରେ 20 ପଇସା ହ୍ରାସ ପାଇ 71.86 ଟଙ୍କାରେ ପହଞ୍ଚିଛି । (ଏଜେନ୍ସି)
ପର୍ଥ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟର ଷଷ୍ଠ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି । ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ଅଧିନାୟିକା ସଲ୍ମା ଖାତୁନ୍ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ପର୍ଥର ଓ୍ବାକାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ପେସ୍ ବୋଲରଙ୍କୁ ସହାୟତା ମିଳିବ । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ସ୍ମୃତି ମାନ୍ଧନାଙ୍କ ସ୍ଥାନରେ ରିଚା ଘୋଷ ନିଜର ବିଶ୍ବକପ୍ ପଦାର୍ପଣ କରିଛନ୍ତି । ଜ୍ବର କାରଣରୁ ମାନ୍ଧନା ବାଦ ପଡିଥିବା ବେଳେ ରିଚାଙ୍କୁ ଦଳରେ ସ୍ଥାନ ମିଳିଛି । (ଏଜେନ୍ସି)
କେଦାର ମିଶ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ଚର୍ଚ୍ଚିତ ଗୁଜରାଟ ଗସ୍ତ ସରିଛି। ମାତ୍ର ୨-୩ ଘଣ୍ଟାର ଅହମଦାବାଦ ରହଣି କାଳରେ ଟ୍ରମ୍ଫ ସାବରମତି ଆଶ୍ରମ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବାପୁଙ୍କ ଚରଖାକୁ ଛୁଇଁ ପୁଲକିତ ହୋଇଛନ୍ତି। ତେବେ ତାଙ୍କୁ ତାଙ୍କର ବିଶେଷ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ କୋଟିଏ ଲୋକଙ୍କ ସମ୍ବର୍ଦ୍ଧନାର ପ୍ରତିଶ୍ରୁତି ଦେଇଥିଲେ, ତାହା କେତେଦୂର ସତ ବା ମିଛ ହେଲା, ସେ କଥା ଆମେ କହିପାରିବା ନାହିଁ! ତେବେ ଅହମଦାବାଦର ମୁଖ୍ୟ ଉତ୍ସବ ସ୍ଥଳ ମୋଟେରା ଷ୍ଟାଡିୟମରେ ରାଷ୍ଟ୍ରପତି ଟ୍ରମ୍ଫ ଯାହା କହିଲେ, ସେଥିରେ ବେଶ ମାପଚୁପ କୂଟନୀତିର ଭାଷା ହିଁ ରହିଥିଲା। ଟ୍ରମ୍ପଙ୍କର ଯେଉଁ “ରକଷ୍ଟାର” ଭାଷଣ କଥା କେହି କେହି ଆଶା କରୁଥିଲେ, ସେମିତି କିଛି ନଥିଲା। ଜଣେ ରାଷ୍ଟ୍ରମୁଖ୍ୟ ଭାବରେ ଆଉ ଏକ ରାଷ୍ଟ୍ରରେ ସେ ଯେତିକି କହିବା କଥା, ଯେମିତି କହିବା କଥା…
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତରେ ପହଁଚିବା ପରେ ତାଙ୍କୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା। ଅହମ୍ମଦାବାଦର ସର୍ଦ୍ଧାର ପଟେଲ ଷ୍ଟାଡିୟମରେ ତାଙ୍କୁ ଦିଆଯାଇଛି ଭାରତବାସୀଙ୍କ ତରଫରୁ କରାଯାଇଛି ବିପୁଳ ସ୍ବାଗତ। ତା ପ୍ରତି ବଦଳରେ ଟ୍ରମ୍ପଙ୍କ ଭାରତବାସୀଙ୍କ ପ୍ରତି କେତେ ଆଗ୍ରହ ଏହି ଫଟୋ ହେଉଛି ତାହାର ପ୍ରମାଣ
ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସିଏଏ ବିରୋଧୀ ହିଂସାକାଣ୍ଡ ଏବଂ ପୋଡାଜଳା ସଙ୍ଗଠିତ ହୋଇଛି । 24 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦିଲ୍ଲୀରେ ଦ୍ବିତୀୟ ଥର ପାଇଁ ହିଂସାକାଣ୍ଡ ଘଟିଛି । ଦିଲ୍ଲୀର କବୀର ନଗର ଅଞ୍ଚଳ ଏବଂ ମୌଜପୁର ମେଟ୍ରୋ ଷ୍ଟେସନ୍ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି । ଏହା ସହିତ ଉକ୍ତ ଭିଡିଓରେ ଆକ୍ରମଣକାରୀ ମାନେ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ଆକ୍ରମଣକାରୀଙ୍କ ଉପରକୁ ପୋଲିସ୍ ପକ୍ଷରୁ ଲାଠିଚାଳନା କରାଯାଇଥିବା ବେଳେ ଆକ୍ରମଣକାରୀଙ୍କ ପକ୍ଷରୁ ଏକ ଅଟୋରେ ନିଆଁ ଲଗାଇ ଦିଆଯାଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : ବଲିଉଡ୍ର ରୋମାଣ୍ଟିକ୍ କପଲ୍ ବିପାଶା ବସୁ ଓ କରନ୍ ସିଂ ଗ୍ରୋଭର୍ ଏବେ ମାଲ୍ଦୀପ୍ରେ ଛୁଟି ମନାଉଛନ୍ତି। ଗତକାଲି କରନ୍ଙ୍କ ଜନ୍ମଦିନ ଅବସରରେ ଏହି ଦୁଇ ସେଲିବ୍ରିଟି ସେଲିବ୍ରେଟ୍ କରୁଥିବାର ନଜର ଆସିଥିଲେ। ଇନଷ୍ଟାଗ୍ରାମ୍ରେ ବିପାଶା ସ୍ବାମୀଙ୍କ ଛୁଟି ମନାଉଥିବାର ଫଟୋ ସେୟାର କରିଛନ୍ତି । ଫଟୋରେ ଦୁହେଁ ସୁମିଂ ପୁଲ୍ରେ ମସ୍ତି କରୁଥିବାର ନଜର ଆସିଛନ୍ତି । ଏହି ଅବସରରେ ଦୁହେଁ ରୋମାଣ୍ଟିକ୍ ପୋଜ୍ ଦେଉଥିବାର ନଜର ଆସିଥିଲେ। ଏକ ଫଟୋରେ ଦୁହେଁ ଦୁହିଁଙ୍କୁ ଲିପ୍ କିସ୍ କରୁଥିବାବେଳେ ଏହି ଫଟୋଟି ବେଶ୍ ଭାଇରାଲ୍ ହୋଇଛି । ସୁଇମିଂ ପୁଲ୍ରେ ବ୍ଲାକ୍ ବିକିନୀ ସହିତ ସନ୍ଗ୍ଲାସ୍ରେ ବିପାଶା ବେଶ୍ ଷ୍ଟନିଂ ଅବତାରରେ ନଜର ଆସିଥିବାବେଳେ କରନ୍ ବିନା ସାର୍ଟରେ ନଜର ଆସିଥିଲେ । ସୁଇମ୍ ପୁଲ୍ରେ ଫ୍ଲୋଟିଂ ଅବସରରେ ଦୁହେଁ ବ୍ରେକ୍ଫାଷ୍ଟ ମଧ୍ୟ କରିଥିଲେ । ଏହି ଯୋଡି ଇନ୍ଷ୍ଟା ଷ୍ଟୋରୀରେ ଫ୍ଲୋଟିଂ ବ୍ରେକ୍ଫାଷ୍ଟ କରୁଥିବାର ଏକ…
ଅହମଦାବାଦ : ଭାରତ ଗସ୍ତରେ ରହିଥିବା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ନବ ନିର୍ମିତ ମୋଟେରା ଷ୍ଟାଡିୟମରେ 1 ଲକ୍ଷ 25 ଲୋକଙ୍କ ଉପସ୍ଥିତିରେ ଟ୍ରମ୍ପ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଇସଲାମିକ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଉଭୟ ଭାରତ ଏବଂ ଆମେରିକା ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି । ଉଭୟ ରାଷ୍ଟ୍ର ଇସ୍ଲାମିକ ଆତଙ୍କବାଦ ଦ୍ବାରା ଗଭୀର ଭାବରେ ପ୍ରଭାବିତ । ଇସ୍ଲାମିକ ଆତଙ୍କବାଦ କବଳରୁ ଦେଶବାସୀଙ୍କୁ ଉଦ୍ଧାର କରିବା ଉଭୟ ରାଷ୍ଟ୍ରର ପ୍ରାଥମିକତା ଏବଂ ଦୁଇ ରାଷ୍ଟ୍ର ମିଳିତ ଭାବରେ ଆତଙ୍କବାଦର ମୁକାବିଲା କରିବେ ବୋଲି ଟ୍ରମ୍ପ ପ୍ରକାଶ କରିଥିଲେ । ଭାରତ ଏବଂ ଆମେରିକାର ଭାଗିଦାରୀ କୌଣସି ସାଧାରଣ ଭାଗିଦାରୀ ନୁହେଁ ବରଂ ବନ୍ଧୁତାରେ ପରିଣତ ହୋଇଛି ବୋଲି ନିଜ ଅଭିଭାଷଣରେ ଟ୍ରମ୍ପ ପ୍ରକାଶ କରିଥିଲେ । ଏହା ସହିତ ଭାରତ ଏବଂ…
କୃଷ୍ଣଚନ୍ଦ୍ର ସୁଆଁସିଆ ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟଠାରେ ଭାରତ ସରକାରଙ୍କ ଯୁବ କ୍ରୀଡା ଓ ବ୍ୟାପାର ଅଧିନ ନେହେରୁ ଯୁବ କେନ୍ଦ୍ର ଓ ଟ୍ରି ଫାଉଣ୍ଡେସନ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ପରିଡା ଯୋଗ ଦେଇ ଯୁବପିଢ଼ି ସଚେତନ ହୋଇ ପରିବେଶର କିଭଳି ସୁରକ୍ଷା କରିବେ ତାହା ଆଲୋକପାତ କରିଥିଲେ ଏବଂ ମୁଖ୍ୟ ବକ୍ତା ବିଜୁ ପଟ୍ଟନାୟକ କଲେଜର ଅଧକ୍ଷ ଶ୍ରୀ ଗୌରହରି ବିଷୋୟୀ ଯୁବସମାଜକୁ ଶିକ୍ଷା ହିଁ ଉନ୍ନତିର ମୂଳମନ୍ତ୍ର ବୋଲି ଉଦବୋଧନ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଶ୍ରୀ ସିଦ୍ଧାର୍ଥ ସାହୁ,ଅରୁଣ କୁମାର ପ୍ରଧାନ,ଏସ୍ ବାଲାଜୀ ପାତ୍ର, ବୁନା ସ୍ୱାଇଁ ପ୍ରମୁଖ ଯୋଗଦେଇ ସମାଜ ପ୍ରତି ଯୁବପିଢ଼ିର ଭୂମିକା କଣ ରହିଛି ଆଲୋକପାତ କରିଥିଲେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପଞ୍ଚମ କାର୍ଯ୍ୟକାଳରେ ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ଦୁର୍ନୀତି ବିରୁଦ୍ଧରେ ତାଙ୍କ କଡା କାର୍ଯ୍ୟନୁଷ୍ଠାନ ଅଂଶ ସ୍ବରୂପ ମୁଖ୍ୟମନ୍ତ୍ରୀ ଆଜି 6ଜଣ ଅଧିକାରୀଙ୍କ ପେନସନ୍ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଗତ ଅଗଷ୍ଟ ମାସରୁ ଏ ପର୍ଯ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବାବେଳେ ୧୫ ଜଣଙ୍କ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଆଜି ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଲାଞ୍ଚୁଆ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଓବିସିସିର ପୂର୍ବତନ ଯନ୍ତ୍ରୀ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବଜେନ୍ଦ୍ର ନାରାୟଣ, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର୍ ଅରୁଣ ଚରଣ ପରିଡା,…
ବେଜିଂ : କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 2592କୁ ବୃଦ୍ଧି ପାଇଛି । ରବିବାର 150 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 409ଟି ନୂତନ ମାମଲା ପଞ୍ଜୀକୃତ ହୋଇଛି । ଚୀନ୍ ଏବଂ ଜାପାନରେ ଏହି ଭାଇରସ୍ ତାଣ୍ଡବ ମଚାଇଥିବା ବେଳେ ଦକ୍ଷିଣ କୋରିଆରେ ଏହି ଭାଇରସ୍ ନିଜର ପ୍ରଭାବ ବିସ୍ତାର କରୁଛି । ରବିବାର ଦକ୍ଷିଣ କୋରିଆରେ ନୂତନ ଭାବରେ 161 ଜଣ ଆକ୍ରାନ୍ତ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 763ରେ ପହଞ୍ଚିଛି । ସୋମବାର ମିଳିଥିବା ସୂଚନା ଅନୁଯାୟୀ ଚୀନ୍ରେ ବର୍ତ୍ତମାନ ସୁଦ୍ଧା 77 ହଜାର ବ୍ୟକ୍ତି ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସେହିପରି ଇରାନ୍ରେ ବର୍ତ୍ତମାନ ସୁଦ୍ଧା 43 ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । (ଏଜେନ୍ସି)
ଅହାମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦ୍ବିଦିବସୀୟ ଭାରତ ଗ୍ରସ୍ତ ଅବସରରେ ଆଜି ଭାରତରେ ପହଞ୍ଚିଛନ୍ତି । ଆଜି ଅହମଦାବାଦସ୍ଥିତ ମୋଟରା ଷ୍ଟାଡିୟମ୍ଠାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ଯୋଗଦାନ କରି ଭାରତବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଟ୍ରମ୍ପ୍ ଭାରତୀୟ ଫିଲ୍ମର ଉଲ୍ଲେଖ କରିଛନ୍ତି । ଭାରତ ପ୍ରତ୍ୟେକ ବର୍ଷ ପାଖାପାଖି ଦୁଇ ଶହ ଫିଲ୍ମ ନିର୍ମାଣ କରୁଛି ବୋଲି କହିଥିଲେ ଟ୍ରମ୍ପ୍ । ଫିଲ୍ମଗୁଡିକରେ ଭାଙ୍ଗଡା ଓ ସଙ୍ଗୀତ ଶ୍ରେଷ୍ଠ ରହିଥାଏ ବୋଲି ଟ୍ରମ୍ପ୍ କହିଛନ୍ତି । ଏହି ଅବସରରେ ବଲିଉଡ୍ ଫିଲ୍ମ ‘ଦିଲ୍ଓ୍ବାଲେ ଦୁଲ୍ହନିଆ ଜାଏଙ୍ଗେ’ ଓ ‘ଶୋଲେ’ର ପ୍ରଶଂସା କରିଛନ୍ତି । ସେହିପରି ଟ୍ରମ୍ପ୍ ଭାରତୀୟ କ୍ରିକେଟ ତାରକା ସଚିନ୍ ତେନ୍ଦୁଲ୍କର୍ ଓ ବିରାଟ କୋହଲିଙ୍କ ନାମ ମଧ୍ୟ ନେଇଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଡୋନାଲ୍ଡ ଟ୍ରମ୍ପ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’ର ପ୍ରଶଂସା…
ଓ୍ବେଲିଂଟନ୍ : ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ପରାଜିତ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟ ଦଳର ସମର୍ଥକ ମାନେ ଯଦି ଗୋଟିଏ ପରାଜୟ ପରେ ହତୋତ୍ସାହିତ ହୋଇ ଦଳକୁ ସମାଲୋଚନା କରିବା ଆରମ୍ଭ କରିବେ ତେବେ ଏହା କ୍ରିକେଟ ପାଇଁ ଶୁଭ ସୂଚନା ନୁହେଁ । ପରାଜୟକୁ ସମର୍ଥକ ମାନେ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍ ବୋଲି କୋହ୍ଲି ପ୍ରକାଶ କରିଛନ୍ତି । ପ୍ରଥମ ଟେଷ୍ଟରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଶୋଚନୀୟ ଭାବରେ ଭାରତକୁ 10 ଓ୍ବିକେଟରେ ପରାସ୍ତ କରିଥିଲା । ଅଧିନାୟକ ବିରାଟ୍ କୋହଲିଙ୍କ ସମେତ ଟପ୍ ଏବଂ ମିଡିଲ ଅର୍ଡର ବିଫଳ ହେବା କାରଣରୁ ଭାରତ ଏହି ମ୍ୟାଚ୍ରେ ପରାଜୟ ବରଣ କରିଥିଲା । ଏହି ପରାଜୟ ସହିତ ଟେଷ୍ଟ ଚାମ୍ପିୟନ୍ସିପ୍ରେ ଭାରତ ପ୍ରଥମ ପରାଜୟ ବରଣ କରିଥିଲା । ବିଜୟ ଏବଂ ପରାଜୟ କ୍ରିକେଟର ଏକ ଅଂଶ । ତେଣୁ ଏହାକୁ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ବାଣପୁର ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଜୁନିଅର ମହାବିଦ୍ୟାଳୟଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦ୍ୱାରା ଏକ ସ୍ଵଚ୍ଛ କ୍ୟାମ୍ପସ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଏବିଭିପି କ୍ୟାମ୍ପସ ୟୁନିଟ ସଭାପତି ସୁଜିତ ଜେନା ଓ ସମ୍ପାଦକ ଦୀପକ ବେହେରାଙ୍କ ନେତୃତ୍ୱରେ ଉକ୍ତ ଅଭିଯାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ। ଅଧ୍ୟକ୍ଷଙ୍କ ସହିତ ଶିକ୍ଷା ବିଭାଗ ଅଧ୍ୟାପକ ନୀଳମଣି ଘଡ଼ାଇ, କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଓ ବରିଷ୍ଠ କିରାଣୀ ବସନ୍ତ ଛାଟୋଇ ଉକ୍ତ ଅଭିଯାନରେ ଭାଗନେଇ ଛାତ୍ର ଛାତ୍ରୀଙ୍କ ସହ ମହାବିଦ୍ୟାଳୟ କ୍ୟାମ୍ପସ ପରିସର ସଫା କରିଥିଲେ। ବିଦ୍ୟାର୍ଥୀ ପରିଷଦ ସଦାବେଳେ ଶିକ୍ଷା ସମସ୍ୟାକୁ ଗୁରୁତ୍ୱ ଦେଇ ଆସୁଛି ଓ ସାମାଜିକ ସମସ୍ୟାକୁ ଦୂର କରିବା କ୍ଷେତ୍ରରେ କାମ କରିବା ସହ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ରକ୍ଷା, ଶୈକ୍ଷିକ ବାତାବରଣ ବଜାୟ ରଖିବା ଓ କ୍ୟାମ୍ପସର ସ୍ୱଚ୍ଛତାକୁ ଗୁରୁତ୍ୱ…
ପ୍ରଭୁକଲ୍ୟାଣ ମହାପାତ୍ର ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ଲାଗି ଭାରତବାସୀ କେବଳ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରୁଥିବାବେଳେ ଓଡ଼ିଶାବାସୀଙ୍କୁ ସେତେବେଳେ ଏକକାଳୀନ ଦୁଇଟି ଯୁଦ୍ଧ ଲଢିବାକୁ ପଡିଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି, ଦେଶ ମାତୃକାର, ସ୍ବାଧୀନତା ସକାଶେ ବ୍ରିଟିଶ୍ ସରକାର ବିରୁଦ୍ଧରେ ଏବଂ ଅନ୍ୟଟି ସ୍ବତନ୍ତ୍ର ରାଜ୍ୟ ଗଠନ ନିମନ୍ତେ । ‘ଓଡିଆ ଏକ୍ଟା ଭାଷା ନଏଁ’ ବୋଲି ପଡୋଶୀ ରାଜ୍ୟରୁ ସେତେବେଳେ ଜୋରଦାର୍ ଆବାଜ୍ ଉଠିଥିଲା। ତେଣୁ ଓଡ଼ିଆ ଭାଷାକୁ ବଞ୍ଚାଇବା ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ଓଡ଼ିଶାବାସୀଙ୍କ ଲାଗି ମୁଖ୍ୟ କର୍ତ୍ତବ୍ୟରେ ପରିଣତ ହୋଇଥିଲା । ଫଳରେ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଭଳି ଯଶସ୍ବୀ ସାରସ୍ବତ ସାଧକ ଶାଣିତ ଲେଖନୀ ଚାଳନା କରି ଓଡ଼ିଆ ଭାଷାର…

