Author: Samikhsya Bureau

ନୂଆଦିଲ୍ଲୀ : ବ୍ରହ୍ମାଣ୍ଡ ସୁନ୍ଦରୀ 2020ରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ଆଡଲିନେ କାସେଲିନୋ । ମିସ୍‌ ଡିଭା ୟୁନିଭର୍ସ 2020ରେ ବିଜୟୀ ହେବା ସହିତ କାସେଲିନୋ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଶନିବାର ଅନୁଷ୍ଠିତ ପ୍ରତିଯୋଗିତାରେ ଉଡୁପୀର କସେଲିନୋ ବିଜୟୀ ହୋଇଥିବା ବେଳେ ବର୍ତ୍ତିକା ସିଂ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ଜବଲପୁରର ଅବ୍ରିତି ଚୌଧୁରୀ ମିସ୍‌ ୟୁନିଭର୍ସ ସୁପର ନ୍ୟାଚୁରାଲ୍‌ ଘୋଷଣା କରାଯାଇଥିବା ବେଳେ ପୁନେର ନେହା ଜୟସ୍ବାଲ ଦ୍ବିତୀୟ ରନର୍‌ ଅପ୍‌ ହୋଇଥିଲେ । ଉଭୟଙ୍କୁ ଯଥାକ୍ରମେ ଶେଫାଳୀ ସୁଦ୍‌ ଏବଂ ରୋଶନୀ ସିଓରାନ୍‌ ମୁକୁଟ ପିନ୍ଧାଇଥିଲେ । ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା କାସେଲିନୋଙ୍କୁ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତ ଶୁଭେଚ୍ଛା ଜଣାଇଛନ୍ତି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭୋଜିଭାତ ଋତୁରେ ବ୍ରହ୍ମପୁର ମହାନଗରରେ କଲ୍ୟାଣ ମଣ୍ଡପଗୁଡ଼ିକର ବ୍ୟବସାୟିକ ଋତୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ସହରର ପ୍ରତି ଗଳିକନ୍ଦିରେ ଛତୁ ଫୁଟିଲା ପରି ଖୋଲା ହୋଇଛି ବିବାହ ମଣ୍ଡପ କଲ୍ୟାଣ ମଣ୍ଡପ। ମାତ୍ରାଧିକ କଲ୍ୟାଣ ମଣ୍ଡପର ସାଜସଜ୍ଜା ଅତି ଚମତ୍କାର ଓ ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ ନେଇ ବେପାରୀମାନେ ଖୁସୀ । କିନ୍ତୁ ଏଇ ଅନୁଷ୍ଠାନ ଗୁଡ଼ିକ ଅନୁଶାସନ ସହ କେତେଦୂର ନିଜକୁ ଯୋଡ଼ିଛନ୍ତି ଏହାକୁ ନେଇ ଉଠିଛି ପ୍ରଶ୍ନ । କାରଣ ଏହି ଅନୁଷ୍ଠାନ ଗୁଡ଼ିକରେ ସରକାରୀ ବ୍ୟବସ୍ଥାକୁ ପାଳନ କରିବା ନେଇ କୌଣସି ସ୍ପଷ୍ଟ ସୂଚନା ଫଳକ କେଉଁଠି ଝୁଲିବାର ଦୃଷ୍ଟାନ୍ତ ନାହିଁ । ସହରର ମାଳମାଳ କଲ୍ୟାଣ ମଣ୍ଡପର ପରିବେଶକୁ ନେଇ ବିଡ଼ିଏର ତନଖି କରିବାର ଦୃଷ୍ଟାନ୍ତ ନାହିଁ । ବିଭିନ୍ନ ଦିଗରୁ ବିଚାର କରିଲେ କଲ୍ୟାଣ ମଣ୍ଡପଗୁଡ଼ିକର ସମସ୍ତ ନିୟମକାନୁନ୍‌କୁ ଜଳାଞ୍ଜଳି ଦେଇ ବାର୍ଷିକ ଲକ୍ଷଲକ୍ଷ ଟଙ୍କାର…

Read More

ନୂଆଦିଲ୍ଲୀ : ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ରେ ଭାରତୀୟ ରେସ୍‌ଲର୍‌ ରବି ଦାହିୟା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 57 କିଗ୍ରା ବର୍ଗରେ ଦାହିୟା ତାଜାକିସ୍ତାନର ହିକମାତୁଲ୍ଲୋ ବୋହିଦୋଭଙ୍କୁ 10-0ରେ ପରାସ୍ତ କରି ବିଜୟୀ ହୋଇଥିଲେ । ରବିବାର ଅନୁଷ୍ଠିତ ଫାଇନାଲରେ ଉଭୟ ଖେଳାଳି ସମାନ ପଏଣ୍ଟ ହାସଲ କରିଥିବା ବେଳେ ଟେକ୍ନିକାଲ ସୁପିରିଅରିଟୀରେ ଦାହିୟା ବିଜୟୀ ହୋଇଥିଲେ । ଦାହିୟାଙ୍କ ବ୍ୟତିତ ଅନ୍ୟ 4 ଜଣ ଭାରତୀୟ ଖେଳାଳି ରୌପ୍ୟ ପଦକ ହାସଲ କରିଛନ୍ତି । ବଜରଙ୍ଗ ପୁନିଆ (65 କିଗ୍ରା), ଗୌରବ ବଲିୟାଁ (79 କିଗ୍ରା) ଏବଂ ସତ୍ୟବ୍ରତ କାଡିୟାନ୍‌(90 କିଗ୍ରା) ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ କଡା ପରାଜୟ ପରେ  ଅଧ୍ୟକ୍ଷ ପଦରୁ ରାହୁଲ୍‌ ଗାନ୍ଧି ଇସ୍ତଫା ଦେଇଥିଲେ। ଏହା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବ ନେଇଛନ୍ତି ସୋନିଆ ଗାନ୍ଧି। ତେବେ ଦଳର ଅଧ୍ୟକ୍ଷ ନେଇ ଏବେବି ଦଳ ଭିତରେ ଚାଲିଛି ସଂଶୟ। କଂଗ୍ରେସ ଦଳ ପାଇଁ ନୂତନ ଅଧ୍ୟକ୍ଷକୁ ନେଇ ରହିଥିବା ଅନିଶ୍ଚିତତା ପରିସ୍ଥିତି ଯେତିକି ଜଟିଳ ନାହିଁ, ତାଠୁ ଅଧିକ ହେଉଛି ଦଳର ବିଭିନ୍ନ ବିଭାଗ ତଥା ପ୍ରକୋଷ୍ଠରେ ଥିବା ଦୀର୍ଘ ସମୟ ଧରି ମୁଖ୍ୟଙ୍କୁ ଅପେକ୍ଷା କରିବା । ଏହା ସହିତ କିଛି ବିଭାଗ ଓ ସେଲର ନିଷ୍କ୍ରିୟିତାକୁ ନେଇ ଏବେ ଦଳ ଦୋଦୁଲ୍ୟମାନ ସ୍ଥିତିରେ। ତେବେ ଦଳ ତରଫରୁ ସଙ୍ଗଠନରେ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲୁ ରହିଥିବାବେଳେ ଆଗାମୀ ସମୟରେ ଦଳର ବିଭିନ୍ନ ବିଭାଗ ଓ ସେଲରେ ରହିଥିବା ଖାଲି ପଦବୀଗୁଡ଼ିକ ପୂରଣ କରାଯିବ ବୋଲି କୁହାଯାଉଛି । ଦଳ ତରଫରୁ 20ଟି…

Read More

ଓ୍ବେଲିଂଟନ୍‌ : ଓ୍ବେଲିଙ୍ଗଟନ୍‌ର ବେସିନ୍‌ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବାରୁ ଦଳ 39 ରନ୍‌ ପଛରେ ରହିଛି । ଭାରତ ମାତ୍ର 165 ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ 348 ରନ୍‌ ସଂଗ୍ରହ କରିଥିଲା । କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ 89ଙ୍କ ବ୍ୟତିତ ନିମ୍ନକ୍ରମରେ କାଇଲ୍‌ ଜାମିସାନେ (44) ଏବଂ ଟ୍ରେଣ୍ଟ ବୋଲ୍ଟ (38) ରନ୍‌ ସଂଗ୍ରହ କରିବାରୁ ନ୍ୟୁଜିଲ୍ୟାଣ୍ଡ 183 ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 5ଟି ଓ୍ବିକେଟ ଅକ୍ତିଆର କରିଥିଲେ । 183 ରନ୍‌ରେ ପଛୁଆ ରହିଥିବା ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା 144/4ରେ ପହଞ୍ଚିଛି । ଭାରତ ପକ୍ଷରୁ ଓପ୍ନର ପୃଥ୍ବୀ ଶ(14) ପୁନର୍ବାର ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ (58)…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବ୍ରହ୍ମପୁରର ପୋଲସରାରେ ଘଟିଥିବା ଶିଶୁ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ପ୍ରତ୍ୟେକ ଶିଶୁଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ପୋଲସରା ଥାନା ଖରିଛଟା ଗାଁରେ ଏକ ପାଳଗଦାରେ ନିଆଁ ଲାଗି 4 ଶିଶୁ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତିନି ଜଣ ଶିଶୁଙ୍କ ପ୍ରାଣହାନି ଘଟିଥିଲା । ତିନି ମୃତକଙ୍କ ନାମ ସାଇରାମ ଜାନି, ଦୀପକ ଗୌଡ଼ ଓ ଇତିଶ୍ରୀ ଜାନି ।

Read More

ମଧ୍ୟପ୍ରଦେଶ : ଏବେ ଅନ୍‌ଲାଇନ୍‌ରେ ପାଇପାରିବେ ବିଦେଶୀ ମଦ। ମଧ୍ୟପ୍ରଦେଶ ସରକାର ଚଳିତ ଅବକାରୀ ନୀତିକୁ ନବୀକରଣ କରିଛନ୍ତି। ଏହି ଆଧାରରେ ରାଜ୍ୟରେ ନୂତନ ମଦ ଦୋକାନ ଖୋଲା ଯାଇପାରିବ ନାହିଁ କିନ୍ତୁ ବିଦେଶୀ ମଦକୁ ଅନଲାଇନ୍‌ କ୍ରୟ କରାଯାଇପାରିବ। ଏହି ନୀତିରେ ଭାରତୀୟ ମଦ ସାମିଲ୍‌ ହୋଇନାହିଁ। ଏହା ବ୍ୟତୀତ ମଦର ଅବୈଧ ବିକ୍ରି ପାଇଁ ପ୍ରତ୍ୟେକ ମଦ ବୋତଲ ଉପରେ ବାର୍‌ କୋଡ୍‌ ଲଗାଯିବାର ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଅଙ୍ଗୁରରୁ ପ୍ରସ୍ତୁତ ଓ୍ବାଇନ୍‌ର ପ୍ରସାର ପାଇଁ ପର୍ଯ୍ୟଟନ ସ୍ଥଳଗୁଡିକରେ 15ଟି ନୂତନ ଓ୍ବାଇନ୍‌ ଶାଖା ଖୋଲା ହେବ।  ଶନିବାର ଦିନ ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ, ରାଜ୍ୟର ରାଜସ୍ବ ବଢାଇବା ପାଇଁ ସମସ୍ତ 2,544 ଦେଶ ମଦ ଦୋକାନ ଓ ରାଜ୍ୟରେ ସଞ୍ଚାଳିତ 1,061 ବିଦେଶୀ ମଦ ଦୋକାନକୁ ପିଛିଲା ବର୍ଷରୁ ବାର୍ଷିକ ଶୁଳ୍କରେ 25 ପ୍ରତିଶତ ବୃଦ୍ଧି ସହିତ ଚଲାଇବାର ଯୋଜନା କରାଯାଇଛି । ପୂର୍ବରୁ…

Read More

ଚେନ୍ନାଇ : ବିଜେପିରେ ଯୋଗ ଦେଇଛନ୍ତି ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ । ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ ବିଦ୍ୟା ରାଣୀ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ତାମିଲନାଡୁର କ୍ରିଷ୍ଣାଗିରିରେ ବିଜେପିର ବରିଷ୍ଠ ନେତା ମୁରଲୀଧର ରାଓ ଏବଂ ପନ୍‌ ରାଧାକ୍ରିଷ୍ଣନ୍‌ଙ୍କ ଉପସ୍ଥିତିରେ ବିଦ୍ୟା ବିଜେପିରେ ଯୋଗ ଦେଇଛନ୍ତି । ବିଦ୍ୟାଙ୍କ ସମେତ ଏକ ହଜାରରୁ ଅଧିକ ବ୍ୟକ୍ତି ଦଳରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରକୀ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାରାଣୀ ପ୍ରକାଶ କରିଛନ୍ତି । ବିଗତ ଏକ ବର୍ଷ ଧରି ବିଦ୍ୟାରାଣୀ ଟ୍ୟୁସନ୍‌ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ପନ୍‌ ରାଧାକ୍ରିଷ୍ଣାଙ୍କଙ୍କ ଅନୁରୋଧରେ ବିଦ୍ୟା ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ବିଦ୍ୟାଙ୍କୁ ଦଳରେ କୌଣସି ପଦବୀ ପ୍ରଦାନ କରାଯାଇ ନାହିଁ ବୋଲି ବିଜେପି…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଏବେ ବିଜେପି ବିଧାୟକ ଦଳ ନେତା ଚୟନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ବିଧାୟକ ଦଳର ନେତା କିଏ ହେବ ନେଇ ଏବେ  ଚାଲିଛି ବିଚାର ବିମର୍ଶ। ସେହିପରି ବିଧାନସଭାରେ ବିରୋଧୀ ନେତା ଚୟନ ନେଇ ମଧ୍ୟ ବିଚାର ଚାଲିଛି। ମଙ୍ଗଳବାର ଦିନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ସରୋଜ ପାଣ୍ଡେଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରି ବିଧାୟକ ଦଳ ନେତା ଚୟନର ଦାୟିତ୍ବ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର 8ଟି ଆସନ ମିଳିଛି। ଏବେ ଏହି ଆଠଟି ଆସନରୁ ଜଣକୁ ବିଧାୟକ ନେତା ଚୟନ କରିବାକୁ ପଡିବ। ତେବେ ମିଳିଥିବା ସୂଚନା ଅନୁସାରେ  ବିଜେପି ବିଧାୟକ ନେତା ନେଇ ତିନୋଟି ନାମକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ରହିଛି । ତିନିଜଣଙ୍କ ମଧ୍ୟରେ ରହିଛନ୍ତି ବିଜେନ୍ଦ୍ର ଗୁପ୍ତା, ରାମବୀର ସିଂହ ବିଧୁଡି ଓ ମୋହନ…

Read More

ରମେଶ ମହାନ୍ତି ଜଗତସିଂହପୁର: ଓଡିଶାର ବାଣୀକ୍ଷେତ୍ର ଭାବେ ପରିଚିତ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ଦର୍ଶନ କରିଛନ୍ତି ଓଡ଼ିଶା ଦୁର୍ନୀତି ବିଭାଗର ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଶନିବାର ସନ୍ଧ୍ୟାରେ ପହଂଚିଥିଲେ ଓଡିଶା ଦୁର୍ନିତି ବିଭାଗର ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଏବଂ ତାଙ୍କ ସହିତ ଥିଲେ ଜଗତସିଂହପୁର ଜିଲ୍ଲାପାଳ ତଥା ଶାରଳା ମନ୍ଦିର ଟ୍ରଷ୍ଟର ସଭାପତି ସଂଗ୍ରାମ କେଶରୀ ମହାପାତ୍ର। ଏହି ଅବସରରେ ଶାରଳା ମନ୍ଦିର ପ୍ରଶାସନ ତରଫରୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଭୋଳ, ତିର୍ତ୍ତୋଲ ଥାନାର ଆଇ.ଆଇ.ସି କୃଷ୍ଣପ୍ରସାଦ ମିଶ୍ରଙ୍କ ସମେତ ସ୍ଥାନୀୟ ପଣ୍ଡା ସେବକ ଓ ସ୍ଥାନୀୟ ଜନସାଧାରଣ ଶ୍ରୀ ପ୍ରାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଠାକୁରାଣୀଙ୍କ ମନ୍ଦିର ବେଢା ପରିକ୍ରମା କରିବା ପରେ ଶ୍ରୀ ପାଣିଗ୍ରାହୀ ମନ୍ଦିରର ପରିସ୍କାର ପରିଚ୍ଛନତା ନେଇ  ପ୍ରଶାସନର ଉଚ୍ଚ ପ୍ରଶଂସା କରିଥିବା ଜଣାପଡିଛି।

Read More

ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଆଜି  62ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ  ଦିଲ୍ଲୀର ’ହୁନର୍‌ ହାଟ୍‌’ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ । ‘ହୁନର୍‌ ହାଟ’ କାରିଗରଙ୍କ ସ୍ବପ୍ନକୁ ଡେଣା ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁନର୍‌ ହାଟ୍‌ର ପରି ଏକ ଛୋଟିଆ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ଭାବାବେଗର ବିବିଧତାକୁ ଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କାମ୍ୟା ଓ ମୁରାଦାବାଦର ହମୀରପୁର ଗ୍ରାମର ଦିବ୍ୟାଙ୍ଗ ସଲମାନ ଓ କେରଳ ବୟସ୍କା ବିଦ୍ୟାର୍ଥୀ ଭାଗିରଥୀ ଆମ୍ମାଙ୍କ ବିଷୟରେ କହିଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଦୃଢମନା ହୋଇ ଏମାନେ କିପରି ବିଜୟୀ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଭାରତର ଜୈବିକ ବିବିଧତା ଓ ଶୀତ ସମୟରେ ଭାରତକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ…

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ପାଳଗଦାରେ ନିଆଁ ଲାଗି ଗୁରୁତର ହୋଇଥିବା 4 ଶିଶୁଙ୍କୁ ମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଆଜି ସକାଳେ ପୋଲସରା ଥାନା ଖରିଛଟା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ଅଗ୍ନିକାଣ୍ଡରେ 3 ଜଣ ପୁଅ ସହ ଜଣେ ଝିଅ ଗୁରୁତର ହୋଇଥିଲେ। ଶିଶୁଙ୍କ ଶରୀରର ପ୍ରାୟ ଅଶୀ ପ୍ରତିଶତ ଭାଗ ପୋଡିଯାଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ପୁଅ ଓ ଜଣେ ଝିଅ ରହିଛନ୍ତି।  ତିନି ପିଲାଙ୍କ ନାମ ଯଥାକ୍ରମେ ସାଇରାମ ଜାନି, ଦୀପକ ଗୌଡ଼ ଓ ଇତିଶ୍ରୀ ଜାନି । ସୂଚନାଯୋଗ୍ୟ,  ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ ଥିବା ଏକ ପାଳଗଦା ନିକଟରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ତାଙ୍କର ସ୍ବାଗତ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଅନନ୍ୟ କଳାକୃତି ପ୍ରଦର୍ଶନ କରିଛନ୍ତି । ଏକ ବାଲୁକା କଳାକୃତି ଜରିଆରେ ଆମେରିକୀୟ ରାଷ୍ଟ୍ରପତି ଏବଂ ପ୍ରଥମ ମହିଳାଙ୍କୁ ନିଜର ବାଲୁକା କଳା ଜରିଆରେ ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅନ୍ତର୍ଜାତୀୟ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା କଳା ଆଙ୍କିଛନ୍ତି । ଟ୍ରମ୍ପ ଦମ୍ପତ୍ତି ଆସନ୍ତା 24 ଏବଂ 25 ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ତାଜମହଲ ପ୍ରଚ୍ଛଦପଟ୍ଟରେ ଅଙ୍କିତ ଏହି ବାଲୁକାକଳାରେ ଟ୍ରମ୍ପ ଦମ୍ପତ୍ତିଙ୍କୁ ଭାରତକୁ ସ୍ବାଗତ ବୋଲି ସୁଦର୍ଶନ ଲେଖିଛନ୍ତି । ଟ୍ରମ୍ପ ଦମ୍ପତ୍ତିଙ୍କ ସହିତ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଏହି ଗସ୍ତରେ ଟ୍ରମ୍ପଙ୍କ ସହିତ ରହିଛନ୍ତି । ଏହି ଗସ୍ତରେ ଟ୍ରମ୍ପ ଦମ୍ପତ୍ତି ପ୍ରଥମେ ଅହମଦାବାଦ ଏବଂ…

Read More

କଟକ : ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ, ଅଦିନିଆ ବର୍ଷା, ସାମୁଦ୍ରିକ ଝଡ଼ ପୃଥିବୀ ଆଗରେ ଘାତକ ହୋଇ ଠିଆହୋଇଛି । ତେଣୁ ପରିବେଶବିତ୍‌ମାନେ ସତର୍କ କରେଇ ଦେଲେଣି ଏବେଠାରୁ ବ୍ୟାପକ ବୃକ୍ଷରୋପଣ କରାନଗଲେ ପୃଥିବୀପୃଷ୍ଠରେ ଜୀବଜଗତର ଆୟୁଷ ଆଉ ବେଶୀଦିନ ନୁହେଁ ବୋଲି ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ କଟକ ବାରବାଟୀ ଷ୍ଟାଡ଼ିୟମଠାରେ ଆୟୋଜିତ ଏକ ବିରାଟ ଗ୍ରୀନ୍ ଆର୍ମିଙ୍କ ସମାବେଶରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଗ୍ରୀନ୍ ଆର୍ମି କମାଣ୍ଡାଣ୍ଟ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି । ସେ କହିଛନ୍ତି ଯେ, ଏପ୍ରିଲ ମାସ ୧ ତାରିଖ ଦିନ ଭୁବନେଶ୍ୱରରେ ୧ ଲକ୍ଷ ଗ୍ରୀନ୍ ଆର୍ମି, ବୃକ୍ଷପ୍ରେମୀ, ପ୍ରକୃତିବନ୍ଧୁ, ପ୍ରକୃତିମିତ୍ର, ଜଙ୍ଗଲ ସୁରକ୍ଷା କମିଟି ଓ ପରିିବେଶବିତ୍‌ମାନଙ୍କର ସମାବେଶ ଆୟୋଜନ କରାଯାଇ ଜୁଲାଇ ମାସ ୧ ତାରିଖ ଦିନ ୧ କୋଟି ବୃକ୍ଷ ରୋପଣ କରାଯିବା ପାଇଁ ସଂକଳ୍ପ…

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଶିବପୁରୀଠାରେ ଜଣେ ନାବାଳିକା ନିଜ ପ୍ରେମିକ ସହ ବିବାହ କରିବାକୁ ଜିଦ୍‌ କରି ଫିଲ୍ମ ଷ୍ଟାଇଲ୍‌ରେ ଏକ ପାଣି ଟାଙ୍କି ଉପରେ ଚଢିଯାଇଛନ୍ତି। ନାବାଳିକାଙ୍କ ପାଣି ଟାଙ୍କି ଉପରେ ଦେଖି ଲୋକମାନେ ପୋଲିସ୍‌ ଏହି ସମ୍ପର୍କରେ ଜଣାଇଥିଲେ । ମିଳିଥିବା ସୂଚନା ଅନୁସାରେ ଶିବପୁରୀରେ ଜଣେ ନାବାଳିକା ନିଜ ପ୍ରେମିକକୁ ବାହା ହେବାକୁ ଜିଦ୍‌ କରି ଫତେପୁରଠାରେ ଥିବା ପାଣି ଟାଙ୍କି ଉପରେ ଚଢି ଯାଇଛନ୍ତି । ତେବେ ନାବାଳିକାଙ୍କ ମା’ଙ୍କ କହିବାନୁଯାୟୀ ନାବାଳିକା ଜଣକ ଯାହାକୁ ପ୍ରେମ କରୁଛନ୍ତି ତାଙ୍କର ପରିବାର ବିବାହକୁ ବିରୋଧ କରୁଛନ୍ତି । କାରଣ ନାବାଳିକା ଜଣକ ନିମ୍ନ ଜାତିର ହୋଇଥିବାରୁ ବିବାହ ହେବାକୁ ତାଙ୍କ ପ୍ରେମିକଙ୍କ ପରିବାର ବାରଣ କରିଥିବାରୁ ନାବାଳିକା ଜଣକ ଏପରି କାଣ୍ଡ ଘଟାଇଛନ୍ତି । ତେବେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଜଣକୁ ପାଣି ଟାଙ୍କି ଉପରୁ ତଳକୁ ଓହ୍ଲାଇ ଆଣି ଘଟଣାର ଯାଞ୍ଚ କରୁଛନ୍ତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ବିଜେଡି ସଭାପତି ପଦ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହିତ ଭୁବନେଶ୍ୱରରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଥିଲେ। ଅଷ୍ଟମ ଥର ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ନାମାଙ୍କନ ପାଇଁ 10 ଜଣ ପ୍ରସ୍ତାବକ ଓ 10 ଜଣ ସମର୍ଥକ ରହିଥିଲେ ।  ସେହିପରି ଆଜି ଦଳର କାର୍ଯ୍ୟକାରିଣୀ ସଦସ୍ୟ ପାଇଁ 80 ଜଣ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା 26 ତାରିଖରେ କର୍ମକର୍ତ୍ତାଙ୍କ ବିଧିବଦ୍ଧ ନାମ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ସାଙ୍ଗଠନିକ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ । ଏହା ପୂର୍ବରୁ 21 ତାରିଖରେ ଦଳର ସାଂଗଠନିକ ଜିଲ୍ଲା ସଭପତିଙ୍କ ନାଁ ଘୋଷଣା କରାଯାଇଥିଲା।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ତରଫରୁ ଦୀର୍ଘ ଚାରି ଦିନ ବ୍ୟାପି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଶନିବାର ପ୍ରାତଃ ୫ ଘଟିକାରେ ସମ୍ପନ୍ନ ହୋଇଯାଇଛି। ମଙ୍ଗଳବାରଠାରୁ ଗୁରବାର ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚକ ଶ୍ରୀ ରବିନାରାୟଣ ପଣ୍ଡାଙ୍କ ଦ୍ୱାରା  ଦିବ୍ୟ ପ୍ରବଚନ ଶୁଣିବା ପାଇଁ ବାଣପୁର ଓ ଏହା ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ଶୁକ୍ରବାର ତଥା ମହାଶିବରାତ୍ରି ଦିନ ସ୍ଥାନୀୟ ହରିପୁର ମହନ୍ତ ଶ୍ରୀ ଶ୍ରୀ ରାମମୋହନ ଦାସଜୀ ମହାରାଜଙ୍କ ତତ୍ତ୍ବାବଧାନରେ ଭକ୍ତମାନେ ରାତିଯାକ ସାମୁହିକ ୧୦୮ଥର ହନୁମାନ ଚାଳିଶା ପଠନ କରିଥିଲେ। ଏହି ଅବସରରେ ରଙ୍କନାଥ ମନ୍ଦିର ପରିସରକୁ କମିଟି ତରଫରୁ ଅତି ସୁନ୍ଦର ଭାବରେ ସାଜସଜା କରାଯାଇଥିଲା। ମହାଯଜ୍ଞର ପୂର୍ଣ୍ଣାହୁତି ପରେ କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଏକ ବିଶାଳ ଆନନ୍ଦ ବଜାରର ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ…

Read More

ବବୁଲୁ ସାହୁ କଳହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକ ଅନ୍ତର୍ଗତ ଏକାତରା ବୀଣାପାଣି ସରକାରୀ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବର୍ତ୍ତମାନ ଗଣଶିକ୍ଷା ବିଭାଗ ଛାତ୍ରମାନଙ୍କ ପାଇଁ ବହୁ ଯୋଜନା ପ୍ରସ୍ତୁତ କରୁଥିଲେ ହେଁ , ଏଠାରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଏହି ମହାବିଦ୍ୟାଳୟର ଜଣେ ଶିକ୍ଷକ ଜଣେ ଛାତ୍ରକୁ ନିସ୍ତୁକ ମାଡ ମାରିଥିବାର ଖବର ମିଳିଛି। ଶିକ୍ଷକଙ୍କ ମାଡ଼ରେ ଛାତ୍ର ଜଣକ ବେହୋସ୍‌ ହୋଇଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେନ୍ଦ୍ର ସାହୁ ଜଣେ ଛାତ୍ରକୁ ନିସ୍ତୁକ ଭାବରେ ମାଡ଼ ମାରିଥିଲେ । ମାଡ ଖାଇ ଛାତ୍ରଟି ବେହୋସ ହୋଇ ପଡ଼ିଥିଲା । କିଛି ସମୟ ପରେ ଆହତ ଛାତ୍ରଟି କାନ୍ଦି କାନ୍ଦି ଘରେ ପହଞ୍ଚି ଘର ଲୋକଙ୍କୁ ଏ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପରିବାର ଲୋକେ ଉକ୍ତ ଶିକ୍ଷକଙ୍କୁ ଛାତ୍ରଙ୍କୁ କ’ଣ ପାଇଁ ନିସ୍ତୁକ…

Read More

ମୁମ୍ବାଇ : ମୁମ୍ବାଇର ରୂପେଶ୍‌ ଓ୍ବାନେ ଷ୍ଟାର୍‌ ପ୍ଲସ୍‌ର ଲୋକପ୍ରିୟ ରିଅଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌’ର ସିଜିନ୍‌ 5ର ବିଜେତା ହୋଇଛନ୍ତି । ଏହି ନୃତ୍ୟଭିତ୍ତିକ ଡ୍ୟାନ୍ସ ଶୋ’ରେ 18ଜଣ ପ୍ରତିଯୋଗୀ ରହିଥିଲେ । ଏଥିରେ ଗ୍ରୁପ୍‌, ଡୁଏଟ୍‌ ଓ ସୋଲା ନୃତ୍ୟ କରି ଦର୍ଶକଙ୍କ ହୃଦୟକୁ ଜିଣିଥିଲ । ଫାଇନାଲ୍‌ରେ ସଂଚିତ୍‌ ଓ ସୁବ୍ରତୋ, ଜନମ କ୍ରୁ, ଦିପିକା ଓ ରୂପେଶ, ଓ ରୂପେଶ ଓ୍ବାନେ ପ୍ରମୁଖ ଚାରି ପ୍ରତିଯୋଗୀ ଫାଇନାଲ୍‌ରେ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟ କୋରିଓଗ୍ରାଫର୍‌ ରେମୋ ଡି’ସୁଜା ସୁପର ଜଜ୍‌ ରୂପେ ଥିବାବେଳେ ଧର୍ମେଶ୍‌, ପୁନୀତ୍‌ ପାଠକ, କରିସ୍ମା ଚୌହ୍ବାନ ଓ ସୁରେଶ ମୁକୁନ୍ଦ ପ୍ରମୁଖଙ୍କୁ ମେଣ୍ଟର ରୂପରେ ନଜର ଆସିଥିଲେ । ରୂପେଶ ଏହି ଶୋ’ର ବିଜେତା ହୋଇଥିବାବେଳେ ମିଥୁନ ଚକ୍ରବର୍ତ୍ତୀ ତାଙ୍କୁ ଟ୍ରଫି ଦେଇଥିଲେ । ରୂପେଶଙ୍କୁ ଟ୍ରଫି ସ ସହିତ 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନାବାର୍ଡ଼ ଦ୍ୱାରା ଶଙ୍କର ଭବନ ସଭାଗୃହ ପରିସରରେ କେନ୍ଦ୍ର ପ୍ରାୟୋଜିତ ଯୋଜନା କୃଷି ଚିକତ୍ସା ଏବଂ କୃଷି ବ୍ୟବସାୟ ତତ୍‌ସହିତ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସମ୍ବନ୍ଧୀୟ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ନାବାର୍ଡ଼ର ଆଞ୍ଚଳିକ କାର୍ଯ୍ୟାଳୟର ଡ଼ିଜିଏମ୍ ପି.ଆର୍ ଝା, ସିଡ଼ିଭିଓ (ଗଂଜାମ) ଡା. ତ୍ରିନାଥ ନାୟକ, ଜିଲ୍ଲା ମ୍ୟାନେଜର ଏ.କେ. ପଣ୍ଡା, ନାବାର୍ଡ଼ର ଜିଲ୍ଲା ପ୍ରବନ୍ଧକ ସୁମନ ସୌରଭ ସାହୁ ଏବଂ ନିଷ୍ଟ କଲେଜର ପ୍ରଫେସର ରତ୍ନାକର ମିଶ୍ର ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ଏହି ଦୁଇଟି ଯୋଜନା ଉପରେ ରଖିଥିଲେ । ଏହି କର୍ମଶାଳାରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବ୍ୟାଙ୍କର ପ୍ରତିନିଧି, ବ୍ଳକ୍ ପ୍ରାଣୀଧନ ପଦାଧିକାରୀ ଏବଂ କୃଷି ବ୍ୟବସାୟ ସହ ଜଡ଼ିତ ବ୍ୟବସାୟୀ ପ୍ରତିନିଧିମାନେ ଯୋଗ ଦେଇଥିଲେ । ତୃଣମୂଳସ୍ତରରେ ଯୋଜନା କାର୍ଯ୍ୟକାରୀ କରିବାରେ ରହୁଥିବା ତ୍ରୁଟିବିଚ୍ୟୁତି ଓ ଅସୁବିଧା ଉପରେ ଏଠାରେ ଆଲୋଚନା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଗତକାଲି ଖଲିକୋଟ କଲେଜ ଖେଳପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଆନୁକୂଲ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଥିବାବେଳେ ଆଜିର ମୁଖ୍ୟଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେକର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକୁ ଏହାକୁ ଉଦ୍ଘାଟିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆକାଶବାଣୀର ହୃଷିକେଶ ପାଣିଗ୍ରାହୀ, ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟତମ ଅତିଥି ଭାବେ ଅଭିଷେକ ପରିବାରର ସଦସ୍ୟ ନିର୍ମଳ ଚନ୍ଦ୍ର ସାହୁ, ଊଷା ପଟ୍ଟନାୟକ, ସୋନାଲି ଗନ୍ତାୟତ,…

Read More