ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଦିବଙ୍ଗତ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ସମାଲୋଚନା କରିଛନ୍ତି ପିସି ଚାକୋ । ଏହା ସହିତ ପିସି ଚାକୋ ଦିଲ୍ଲୀ କଂଗ୍ରେସ ଦାୟିତ୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳର ବରିଷ୍ଠ ନେତ୍ରୀ ତଥା ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କୁ ପରାଜୟ ପାଇଁ ଦାୟୀ କରିବା ସହିତ ନିଜ ଦାୟିତ୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏହା ସହିତ ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଚାକୋ କହିଥିଲେ, 2013ରେ ଶୀଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଆପ୍ର ଜନ୍ମ ନେଇଥିଲା । ଏହାପରେ କଂଗ୍ରେସର ଭୋଟ ଆପ୍ ଖାତାକୁ ଯିବା ସହିତ କଂଗ୍ରେସର ଅଧୋପତନ ଆରମ୍ଭ ହୋଇଥିଲା ବୋଲି ଚାକୋ କହିଛନ୍ତି । (ଏଜେନ୍ସି)
Author: Samikhsya Bureau
ରମେଶ ମହାନ୍ତି ଜଗତସିହପୁର : ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି-6ର ବିଭାଗର ସବ୍କମିଟି-4ର ଅଧ୍ୟକ୍ଷ ଅରବିନ୍ଦ ଢାଲି ଜଗତସିଂହପୁର ଗସ୍ତ କରିଛନ୍ତି । ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଭୃତି ବିଭାଗକୁ ନେଇ ଆଲୋଚନା କରାଯାଇଥିଲା । ସେହିପରି ଚାଷୀଙ୍କୁ ଟୋକନ ମିଳିବାରେ ସମସ୍ୟା ଏବଂ ମିଲର ମାନେ ଧାନ କାଟିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପାରାଦୀପ ପୋର୍ଟ ଏବଂ ଓର୍ମାସ ପକ୍ଷରୁ ମିଳିଥିବା 49 ଲକ୍ଷ ଟଙ୍କାର ସହାୟତା ରାଶି ସମ୍ପର୍କରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଧାୟକଙ୍କୁ ଅବଗତ କରାଇଥିଲେ । ବ୍ୟାଙ୍କ ଗୁଡିକରେ ଋଣ ମିଳିବାକୁ ନେଇ ରହିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାପରେ ସଂସଦୀୟ କମିଟି ପାରାଦୀପ…
କନ୍ଦର୍ପ ବେହେରା ରେଢାଖୋଲ : ରେଢ଼ାଖୋଲ ଉପଖଣ୍ଡ ଚାରମାଳରେ ଏକ ଅଣଓସାରିଆ ପୋଲ ନିକଟରେ ଏକ ଧାନ ବୋଝେଇ ଟ୍ରକ୍ଟି ଅଟକି ରହିଥିଲା । ଟ୍ରକ୍ଟି ବ୍ରେକ୍ଡାଉନ୍ ହେବା କାରଣରୁ ରାସ୍ତା ଦାଢକୁ ଖସି ପଡିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ବରେ ହଜାର ହଜାର ଗାଡ଼ି ଅଟକି ରହିଥିଲା । କ୍ରେନ୍ ସାହାଯ୍ୟରେ ପୋଲ ପାଖରୁ ଟ୍ରକଟିକୁ ହଟାଯିବା ପରେ ସ୍ବାଭାବିକ ଗାଡ଼ି ଚଳାଚଳ ହୋଇଥିଲା । ଗଣ୍ଡଗୋଳ ଆଶଙ୍କା ଥିବାରୁ ଚାରମାଳ ଥାନାଧିକାରି ଘଟଣା ସ୍ଥଳକୁ ଯାଇଥିଲେ । କଟକରୁ ସମ୍ବଲପୁର ଯିବାଆସିବା କରୁଥିବା ଗାଡ଼ି ଅଟକି ରହିଥିଲା ।
ମୁମ୍ବାଇ : ମୁମ୍ବାଇରେ ଅବୈଧ ଭାବରେ ଅବସ୍ଥାନ କରୁଥିବା 23 ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ରର ପାଲଗଡ ଜିଲ୍ଲାରେ ଏହି 23 ଜଣ ନାଗରିକ ଅବୈଧ ଭାବରେ ଅବସ୍ଥାନ କରୁଥିଲେ । ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ ଏବଂ ମାନବଚାଲାଣକାରୀ ବିରୋଧୀ ସ୍କ୍ବାଡ୍ ପକ୍ଷରୁ ଚଢାଉ କରାଯାଇ ଏହି 23 ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ଅର୍ଣ୍ଣାଲା ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ଅର୍ଣ୍ଣାଲା ପୋଲିସ୍ ତଦନ୍ତ ଜାରି ରଖିଛି । ଉଲ୍ଲେଖଯୋଗ୍ୟ ଯେ, ବିଏସ୍ଏଫ୍ ଏବଂ ତ୍ରିପୁରା ପୋଲିସ୍ ପକ୍ଷରୁ ଚଳିତ ସପ୍ତାହରେ 12 ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିଲା ।
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ଚିତୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । କୋରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଆଶଙ୍କା କରି 50 ବର୍ଷୀୟ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଚିତୁର୍ର ଶ୍ରୀକାଲହସ୍ତିରେ ଏହି ଅଘଟଣ ଘଟିଛି । ଚିତୁରର 50 ବର୍ଷୀୟ ବାଲାକ୍ରିଷ୍ଣାୟା ନିଜ ପରିବାରର ସମସ୍ତଙ୍କୁ ବନ୍ଦ କରି ଆତ୍ମହତ୍ୟା କରିଛନ୍ତି । ବାଲାକ୍ରିଷ୍ଣାୟାଙ୍କୁ ଥଣ୍ଡା ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ନେଇ ତିରୁପତିର ରୁଇଆ ହସ୍ପିଟାଲ୍ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମାସ୍କ ପିନ୍ଧିବା ପାଇଁ କହିଥିଲେ । ଏହାକୁ ନେଇ ବାଲାକ୍ରିଷ୍ଣାୟା ନିଜକୁ କୋରୋନା ସଙ୍କ୍ରମିତ ବୋଲି ମନେ କରିବା ସହିତ ଆତ୍ମହତ୍ୟା କରିଥିଲେ । ଏହାପରେ ପରିବାରର କାହାକୁ ନିଜ ନିକଟକୁ ଆସିବାକୁ ନ ଦେବା ସହିତ ମଙ୍ଗଳବାର ରାତିରେ ସମସ୍ତଙ୍କୁ ଘରେ ବନ୍ଦ କରି ଆତ୍ମହତ୍ୟା କରିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଅଣ ସବ୍ସିଡି ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟିଛି । ବୁଧବାର ଦିନ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଗତ 6 ମାସ ମଧ୍ୟରେ ଷଷ୍ଠ ଥର ପାଇଁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ସମୟରେ ସବ୍ସିଡି ଯୁକ୍ତ ସିଲିଣ୍ଡରର ମୂଲ୍ୟ 556 ଟଙ୍କା ରହିଛି । ଇଣ୍ଡିଆନ୍ ଅଏଲ୍ ଓ୍ବେବ୍ସାଇଟ୍ରେ ବିଭିନ୍ନ ରାଜ୍ୟରେ ଗ୍ୟାସ୍ ଉପରେ ବର୍ଦ୍ଧିତ ମୂଲ୍ୟ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି । ଦିଲ୍ଲୀରେ ଗ୍ୟାସ୍ର ମୂଲ୍ୟ ସିଲିଣ୍ଡର ପିଛା 144.50 ଟଙ୍କା ବୃଦ୍ଧି ପାଇ 858.50 ପଇସାରେ ପହଞ୍ଚିଛି । କୋଲକାତାରେ ଗ୍ୟାସ୍ ସିଲିଣ୍ଡର ଉପରେ 149 ଟଙ୍କା ବୃଦ୍ଧି ପାଇଥିବା ବେଳେ ମୁମ୍ବାଇ ଏବଂ ଚେନ୍ନାଇରେ ଯଥାକ୍ରମେ 145 ଏବଂ 147 ଟଙ୍କା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି କାରଣରୁ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଗ୍ୟାସ୍ ମୂଲ୍ୟ ବୃଦ୍ଧି କରାଯାଇଥିବା…
ନୂଆଦିଲ୍ଲୀ : ଦିଲ୍ଲୀର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆସନ୍ତା ଫେବୃୟାରୀ 16 ତାରିଖରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ପୂର୍ବ ଦୁଇଥର ଭଳି କେଜ୍ରିଓ୍ବାଲ ରମଲୀଲା ମୈଦାନରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକପାଖିଆ ଭାବରେ 62 ଆସନରେ ବିଜୟୀ ହୋଇଥିଲା । ଉପ ରାଜ୍ୟପାଳ ଅନୀଲ ବୈଜଲଙ୍କୁ ଭେଟିବା ସହିତ ଆଜି ବିଧାୟକ ଦଳର ସଦସ୍ୟଙ୍କୁ ଭେଟିବାକୁ ଯାଉଛନ୍ତି । (ଏଜେନ୍ସି)
ଲକ୍ଷ୍ନୌ : 2 କୋଟି ଟଙ୍କାର ବିରଳ ସାପ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ଏହି ବିରଳ ସାପ ଜବତ କରାଯାଇଛି । ରେଡ୍ ସାଣ୍ଡ ବୋଆ ପ୍ରଜାତିର ଏହି ବିରଳ ସାପ ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଏହି ଦଳର ଅନ୍ୟ ଜଣେ ସଦସ୍ୟ ଫେରାର ହୋଇଛନ୍ତି । ଗିରଫ ତିନି ଜଣ ହେଉଛନ୍ତି କିରଣ ଦେବୀ, ମିହିଲାଲ ପାଶୀ ଏବଂ ଜଗତପାଲ । ମଙ୍ଗଳବାର ଦିନ ନହ୍ନୁପୂର୍ବାରେ ଲକ୍ଷ୍ମୀପୁର ପୋଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସାପକୁ ବିଭିନ୍ନ ଔଷଧ ନିର୍ମାଣରେ ବ୍ୟବହାର କରାଯାଇଥାଏ । ଏହା ସହିତ ଭାଗ୍ୟୋଦୟ ପାଇଁ ଏହି ବିରଳ ସାପକୁ ଲୋକ କିଣୁଥିବାରୁ ଏହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅଧିକ ରହିଥାଏ । (ଏଜେନ୍ସି)
କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଜାତୀୟ ରକ୍ତଦାତା ମହା ସମାବେଶରେ ଗଞ୍ଜାମର ବ୍ଲଡ୍ ଆର୍ମି ‘ରକ୍ତବୀର’ ସମ୍ମାନରେ ସମ୍ମାନିତ ହୋଇଛି । ସମାଜରେ ରକ୍ତହୀନତା ଓ ଅସଚେତନତା ଅଭାବରୁ ନୀରିହ ଜୀବନ ହାନି ହେବା ପରିଲକ୍ଷିତ ହେଉଛି। ତେଣୁ ଏଭଳି ପରିସ୍ଥିତିକୁ ରୋକିବା ସକାଶେ ସମାଜରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ କାର୍ଯ୍ୟ କରୁଛନ୍ତି। ଏପରି ମହତ କାର୍ଯ୍ୟରେ ଲିପ୍ତ ସଙ୍ଗଠନକୁ ସମ୍ମାନିତ କରିବା ପାଇଁ ପୁରୀରେ ସମର୍ପଣ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଜାତୀୟ ରକ୍ତଦାତା ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଉପସ୍ଥିତିରେ ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ୨୯ଟି ରକ୍ତଦାତା ସଂଗଠନ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ଲଡ୍ ଆର୍ମିକୁ ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଛି। ଏଭଳି ସଫଳତା ପରେ ସାଧାରଣରେ ସଂଗଠନର ସଦସ୍ୟଙ୍କୁ ପ୍ରଂଶସା କରାଯାଇଛି ।
ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ହିଂସାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମେହରୌଲୀର ଆପ୍ ବିଧାୟକ ନରେଶ ଯାଦବଙ୍କ ଜନୈକ ସହଯୋଗୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ କରାଯାଇଛି । ନିର୍ବାଚନୀ ବିଜୟ ପରେ ନରେଶ ଯାଦବ ଏକ ଶୋଭାଯାତ୍ରାରେ ଫେରୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ନରେଶ ଯାଦବଙ୍କ ଜଣେ ସହଯୋଗୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ନିହତ ଆପ୍ କର୍ମୀ ଜଣଙ୍କ ହେଉଛନ୍ତି ଅଶୋକ ମାନ୍ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭଦ୍ରକରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଘର ଜଳିଯାଇଥିବା ବେଳେ ଜଳେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭଦ୍ରକର ସେରପୁରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସରୋଜିନୀ ପରିଡା ନାମ୍ନୀ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ପହଞ୍ଚି ନିଆଁକୁ ଆୟତ କରାଯାଇଥିଲେ ମଧ୍ୟ 5 ବଖରା ଘର ସମ୍ପୂର୍ଣ୍ଣ ପାଉଁଶ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ବିଦ୍ୟୁତ୍ ସର୍ଟସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ମୃତ ମହିଳାଙ୍କ ସ୍ବାମୀ ଗୁରୁତର ରହିଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭଦ୍ରକରେ ଦୁଇ ଆମ୍ବୁଲାନ୍ସ ମଧ୍ୟରେ ଦୁର୍ଘଟଣା ଘଟି 4 ଜଣ ଆହତ ହୋଇଛନ୍ତି । ଭଦ୍ରକ ଟାଉନ ଥାନା ଡାହାଣିଗଡ଼ିଆ ନିକଟରେ ଏକ ଆମ୍ବୁଲାନ୍ସ ଅନ୍ୟ ଏକ ଆମ୍ବୁଲାନ୍ସକୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା 4 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଘନ କୁହୁଡି କାରଣରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।
ନୂଆଦିଲ୍ଲୀ- ଆସନ୍ତା 24 ତାରିଖରେ ଦୁଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ହ୍ବାଇଟ ହାଉସ ତରଫରୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଗତ ବର୍ଷ ଆମେରିକାରେ ଯେପରି ହାୱାଡି ମୋଦୀ କାର୍ଯ୍ୟକ୍ରମ କରାଯାଇଥିଲା, ଠିକ ସେହିପରି ଗୁଜୁରାଟରେ ଆୟୋଜିତ ହେବ ‘କେମ୍ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ। ସେଥପାଇଁ ଅହମଦାବାଦରେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି। ଏହି ଦୁଇ ଦିନିଆ ଗସ୍ତରେ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ କେତେକ ଦୁଇ ପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏହା ହେବ ତାଙ୍କର ପ୍ରଥମ ଭାରତ ଗସ୍ତ। ଏହି ଗସ୍ତରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ମଧ୍ୟ ଆସୁଛନ୍ତି ବୋଲି ଜଣାପଡିଛି। ଟ୍ରମ୍ପଙ୍କ ଗସ୍ତ ସଂପର୍କରେ ହ୍ବାଇଟ ହାଉସ ତରଫରୁ ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ଏହି ଗସ୍ତ…
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 1100କୁ ବୃଦ୍ଧି ପାଇଛି । ମଙ୍ଗଳବାର 108 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ 74 ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 45000 ଅତିକ୍ରମ କରିଛି । 45 ହଜାର ଆକ୍ରାନ୍ତଙ୍କ ମଧ୍ୟରୁ 2300ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଜାପାନ ତଟରେ ଏକ ଜାହାଜ ରହିଛି ଯେଉଁଥିରେ 2000 ଲୋକ ଫସି ରହିଛନ୍ତି । ଫସି ରହିଥିବା 2 ହଜାର ଲୋକଙ୍କ ମଧ୍ୟରୁ 175 ଜଣ କରୋନା ଆକ୍ରାନ୍ତ ରହିଥିବା ଜଣାପଡିଛି । ଉହାନ୍ ଏବଂ ହୁବେଇ ପ୍ରଦେଶରେ ଏହି ଭାଇରସ୍ ପ୍ରଭାବରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି ।
କେଦାର ମିଶ୍ର ଦିଲ୍ଲୀ ନିର୍ବାଚନର ଫଳ ପ୍ରକାଶ ପାଇଲା ପରେ ଯେଉଁ ଗୀତର ଧାଡିଟି ଆମର ମନେ ପଡୁଥିଲା ସେଇଟା ହେଉଛି- ସମଝନେ ୱାଲେ ସମଝ ଗୟେ ହୈ ଜୋ ନା ସମଝେ ୱୋ ଅନାଡି ହୈ”। ଏ ଗୀତଟି ଆଉ କିଏ ଶୁଣୁ ବା ନ ଶୁଣୁ, ବିଜେପିର ଦୁଇ ସର୍ବୋଚ୍ଚ ନେତା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଶୁଣିବା ଜରୁରୀ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯେଉଁ ପ୍ରକାର ନେତୃତ୍ବର ଉଦାହରଣ ପ୍ରସ୍ତୁତ କରିଥିଲେ, ତାହା ଏ ଦେଶର ଗଣତନ୍ତ୍ର ଲାଗି ଏକପ୍ରକାର ମରଣାନ୍ତକ ଆକ୍ରମଣ ଥିଲା। ବିଜେପି ହାରିବା ଏ ନିର୍ବାଚନରେ ଦେଶ ପାଇଁ ଜରୁରୀ ଥିଲା। ହେଲେ ବିଜେପିର ଏ ପ୍ରକାର ଲଜ୍ଜାଜନକ ପରାଜୟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ଅପରିହାର୍ୟ ଥିଲା। ପ୍ରଥମଥର ଲାଗି ନିର୍ବାଚନ ଜିତିବା ଲାଗି ଖୋଲାଖୋଲି ହିଂସା ଓ ଗୁଣ୍ଡାମିର ପ୍ରୟୋଗ କରିଥିଲା।…
ଭୁବନେଶ୍ୱର, ‘ଆମେ ଭାରତବାସୀ’-ଓଡ଼ିଶା ତରଫରୁ ଜମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିିସ୍ର ବର୍ବର ଆକ୍ରମଣ ବିରୋଧରେ ପ୍ରତିବାଦ ବିକ୍ଷୋଭ ସଂଗଠିତ କରାଯାଇଛି । ଜାମିଆ ମିଲିଆର ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନ୍, ଜାତୀୟ ଜନସଂଖ୍ୟା ପଞ୍ଜିକା ଏବଂ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କଲାବେଳେ ପୋଲିସ୍ ଯେଉଁଭଳି ଭାବରେ ଅତି ଲଜ୍ଜାଜନକ ମରଣାନ୍ତକ ଆକ୍ରମଣ ଏବଂ ଅସଦାଚରଣ କରିଛି, ତାହା ଘୋର ନିନ୍ଦନୀୟ କାର୍ଯ୍ୟ। ସରକାରୀ କଳ, ପୋଲିସ୍ ବଳ ଏବଂ ଗୁଣ୍ଡା ବାହିନୀର ଦମନ ଦ୍ୱାରା କୌଣସି ଗଣତାନ୍ତ୍ରିକ ଆନ୍ଦୋଳନ ଦବି ଯିବ ନାହିଁ ବୋଲି କୁହାଯାଇଛି। ଆଜି ମାଷ୍ଟର କ୍ୟାଣ୍ଟିନ ଛକଠାରେ ‘ଆମେ ଭାରତବାସୀ’ ତରଫରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବିଭିନ୍ନ ନେତୃବୃନ୍ଦ କହିଥିଲେ ଯେ, ‘ବେଟୀ ବଢାଓ-ବେଟୀ ପଢାଓ’ ସ୍ଲୋଗାନ ଦେଉଥିବା ଶାସକ ଦଳର ଗୁଣ୍ଡାମାନେ ଦିଲ୍ଲୀର ଗାର୍ଗୀ ମହିଳା କଲେଜରେ ଜୟ ଶ୍ରୀରାମ ଧ୍ୱନି ପକାଇ ଛାତ୍ରୀମାନଙ୍କୁ…
ନୂଆଦିଲ୍ଲୀ, ସମସ୍ତ ପିଏମ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ (କେସିସି) ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି । ଫଳରେ ଏ ସମସ୍ତ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପୁନଃପରିଶୋଧ କରିବା ଉପରେ ସର୍ବାଧିକ ୪ ପ୍ରତିଶତ ସୁଧ ହାରରେ କୃଷି, ପଶୁ ଓ ମତ୍ସ୍ୟପାଳନ ଲାଗି ସ୍ୱଳ୍ପକାଳୀନ ଋଣ ମିଳିପାରିବ। ଏହି ଅଭିଯାନ ୧୦ ଫେବୃଆରୀ, ୨୦୨୦ରୁ ଆରମ୍ଭ ହୋଇଥିବା ବେଳେ ୧୫ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ, ସବୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ନାବାର୍ଡ ଅଧ୍ୟକ୍ଷଙ୍କୁ ଜାରି କରାଯାଇଛି । କେସିସି ଅଧୀନରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ସାମିଲ କରିବା ନିମନ୍ତେ ଅବଲମ୍ବନ ହେବାକୁ ଥିବା ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ବିବରଣୀ ଏଥିରେ ଦିଆଯାଇଛି । କେସିସି ନଥିବା ପିଏମ-କିଷାନ ହିତାଧିକାରୀମାନଙ୍କର…
ନୂଆଦିଲ୍ଲୀ,୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି । ଆଜି ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ । କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ଯେ ବ୍ୟାପକ ଭାବେ ବାମପନ୍ଥୀ ଉଗ୍ରବାଦର ମୁକାବିଲା ଲାଗି ଭାରତ ସରକାର ଜାତୀୟ ନୀତି ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏଥିରେ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି ଯେପରିକି ସୁରକ୍ଷା କଡ଼ାକଡ଼ି କରିବା, ସ୍ଥାନୀୟ ସମୁଦାୟଙ୍କ ବିକାଶ ଓ ସେମାନଙ୍କ ଅଧିକାର ଓ ସୁବିଧା ସୁଯୋଗକୁ ସୁରକ୍ଷିତ ରଖିବା ଆଦି ରହିଛି । ଏପରି ନୀତି ଗ୍ରହଣ କରାଯିବା ଫଳରେ ବାମପନ୍ଥୀ ଉଗ୍ରବାଦ ଘଟଣା ଏବଂ ନକ୍ସଲ ହିଂସା ପ୍ରବଣ କ୍ଷେତ୍ର ମଧ୍ୟ ନିୟମିତ ଭାବେ କମିବାରେ ଲାଗିଛି । ମନ୍ତ୍ରୀଙ୍କ ସୂଚନା…
ଭୁବନେଶ୍ୱର, ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ହତ୍ୟା ପ୍ରସଙ୍ଗ ନେଇ ପୋଲିସି ଡିଜି ଙ୍କ ଉଦ୍ୟସରେ ଅତିରିକ୍ତ ଡିଜି ଶ୍ରୀଯୁକ୍ତ ବିନୟତୋଷ ମିଶ୍ରଙ୍କୁ ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରଦେଶ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗତ ତା ୧.୨.୨୦୨୦ ରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ସୂଚନା ଅଧିକାର କର୍ମୀ ଶ୍ରୀ ରଞ୍ଜନ ଦାସଙ୍କ ମୃତ ଦେହ ରାସ୍ତାକଡରୁ ଉଦ୍ଧାର କରାଯାଇଥିଲା । ପରବର୍ତୀ ସମୟରେ ତାଙ୍କ ପରିବାରଙ୍କ ଅଭିଯୋଗକୁ ଭିତି କରି ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଅଛି । ଏହି ଘଟଣାକୁ କଂଗ୍ରେସ ଦଳ ଅତ୍ୟନ୍ତ ଗୁରୁତର ସହ ନେଇ ଏକ ୭ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ଗତ ତା ୮.୨.୨୦୨୦ ରିଖ ଦିନ ମୃତ ରଞ୍ଜନଙ୍କ ପରିବାରକୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ପାରିପାଶ୍ୱିକ…
ଭୁବନେଶ୍ୱର, ଜଲିଉଡ଼ ଆୱାର୍ଡ଼ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ନୃତ୍ୟ, ଗୀତ, ଅଭିନେତା, ଅଭିନେତ୍ରୀମାନଙ୍କର ମନଛୁଆଁ ସଙ୍ଗୀତର ତାଳେ ତାଳେ ଗୀତଗୋବିନ୍ଦ ସଦନରେ ଚାଲିଥିବା ଚନ୍ଦନ ଆୱାର୍ଡ଼ ଉତ୍ସବରେ ଝୁମିଲେ ଦର୍ଶକ ମଣ୍ଡଳୀ। ଏକକ ଓ ଦଳଗତ ନୃତ୍ୟ, ଏକକ ଓ ଡ଼ୁଏଟ୍ ଭୀତ, ଏକକ ଓ ଡୁଏଟ୍ ସଂଳାପ ଉତ୍ସବକୁ ବହୁ ସମୟ ପାଇଁ ବାନ୍ଧି ରଖିଥିଲା। ପ୍ରେରଣା ଗ୍ରୀନ୍ ଆର୍ମି ଓ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆୟୋଜିତ ଏହି ତୃତୀୟ ଦିବସ ସନ୍ଧ୍ୟାର ଉଦ୍ଘାଟନ ଉତ୍ସବରେ ସଭାପତିତ୍ୱ କରି ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଆଜି ଅପେରା ମନୋରଞ୍ଜନର ବଳିଷ୍ଠ ମାଧ୍ୟମରେ ପରିଣତ ହୋଇଛି। ବିଶେଷକରି ରାତି ଅନିଦ୍ରା ନହୋଇ ଘରେ ବସି ବିଭିନ୍ନ ଟିଭି ଚ୍ୟାନେଲରେ ଅପେରା ଦେଖିବାକୁ ଲୋକଙ୍କର ଆଗ୍ରହ ଦିନକୁ ଦିନ ବଢିଚାଲିଛି। ଏଥିରେ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦେବେନ୍ଦ୍ର ନାଥ ମାନସିିଂହ,…

