ବ୍ୟାଙ୍କକ୍ : ଥାଇଲାଣ୍ଡର ଜଣେ ସୈନିକ ଆଖିବୁଜା ଗୁଳିଚାଳନା କରିବାରୁ 10ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ଶନିବାର ଅପରାହ୍ନରେ ଜଣେ ସୈନିକ ଏକ୍ ମଲ୍ ସମ୍ମୁଖରେ ଆଖିବୁଜା ଗୁଳିଚାଳନା କରିଥିବା ବେଳେ ଏହି ଘଟଣାରେ 10ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଥାଇଲାଣ୍ଡ ରୟାଲ ପୋଲିସ୍ର ଅଧିକାରୀ କ୍ରିସାନ୍ନା ପଟ୍ଟାନଚୋରେନ୍ ଏହି ତଥ୍ୟ ପ୍ରକାଶ କରିଛନ୍ତି । 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୈନ୍ୟଙ୍କ ନାମ ଗୋପନ ରଖାଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।
Author: Samikhsya Bureau
ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହା ନାଗରିକମାନଙ୍କ ସ୍ୱାର୍ଥ ପାଇଁ ହୋଇଥିଲେ ମଧ୍ୟ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା ଯୋଗୁ ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ଏନଆରସି ବା ଜାତୀୟ ନାଗରିକ ପଞ୍ଜିକା କେବଳ ଆସାମ ପାଇଁ ଉଦ୍ଦିଷ୍ଟ, ଏଥିନେଇ କୌଣସି ଦ୍ୱିମତ ନାହିଁ ବୋଲି ସେ କହିଥିଲେ । ସାରା ଦେଶରେ ଏନଆରସି ଲାଗୁ କରିବାର କୌଣସି ନିଷ୍ପତି ସରକାର ନେଇ ନାହାନ୍ତି । ସେ ଆହୁରି କହିଥିଲେ ଯେ ସିଏଏ ଦ୍ୱାରା ମୁସଲମାନଙ୍କର କୌଣସି କ୍ଷତି ହେବ ନାହିଁ । ଯଦି କୌଣସି କ୍ଷତି…
ଭୁବନେଶ୍ବର, ପ୍ରଖ୍ୟାତ ସାହିତ୍ୟିକ ତଥା ଔପନାସିକ ମନୋଜ ଦାସଙ୍କୁ ପ୍ରଦାନ କରାଯାଇଛି ଅଲୌକିକ କଳିଙ୍ଗ ଲିଟେରାରୀ ପୁରସ୍କାର। ଭୁବନେଶ୍ବରରେ ଆୟୋଜିତ କଳିଙ୍ଗ ଲିଟେରଚର ଫେଷ୍ଟିଭାଲରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ପ୍ରଖ୍ୟାତ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ଏବଂ ପ୍ରତିଭା ରାୟ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରତିବର୍ଷ ଭୁବନେଶ୍ବରର ପ୍ରତିଷ୍ଠିତ ଅନୁଷ୍ଠାନ କଳିଙ୍ଗ ଲିଟେରଚର ଫେଷ୍ଟିଭାଲ ବା କେଏଲଏଫ ତରଫରୁ ଏପରି ପୁରସ୍କାର ପ୍ରଦାନ କରିଆସୁଛି।ମୁଖ୍ୟତଃ ସାହିତ୍ୟ, କଳା, ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ଏହି ଉପଲକ୍ଷେ ଅନୁଷ୍ଠାନ ତରଫରୁ ଦୁଇ ଦିନ ଧରି ସାହିତ୍ୟ ଅଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଭାରତର ପ୍ରଖ୍ୟାତ ସାହିତ୍ୟିକମାନେ ଯୋଗ ଦେଇ ନିଜସ୍ବ ମତ ରଖିଥିଲେ। ମନୋଜ ଦାସ ନିକଟରେ ପଦ୍ମ ଭୂଷଣ ସମ୍ମାନ ପାଇବା ପାଇଁ ମନୋନିତ ହୋଇଛନ୍ତି। ପୂର୍ବରୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେ ଦେଶ ତଥା…
ନୂଆଦିଲ୍ଲୀ : ହଙ୍ଗେରୀରେ ଅନୁଷ୍ଠିତ ବୋକ୍ସାଇ ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବକ୍ସର 5ଟି ପଦକ ହାସଲ କରିଛନ୍ତି । ଭାରତୀୟ ଖେଳାଳି 4ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତୀୟ ବକ୍ସର ଗୌରବ ଚୌହାନ ଏବଂ ଜ୍ୟୋତି ଗୁଲିଆ ଅନ୍ତିମ ଦିବସରେ ରୌପ୍ୟ ପଦକ ହାସଲ କରିଥିଲେ । 51 କିଗ୍ରା ବର୍ଗରେ ଜ୍ୟୋତି ଗୁଲିଆ ଋଷିଆର ସୋଲୁଇନୋଭା ଶ୍ବେତେଲାନାଙ୍କ ନିକଟରୁ 2-3ରେ ପରାସ୍ତ ହୋଇଥିଲେ । ଅନ୍ୟ ପକ୍ଷରେ ଗୌରବ ଚୌହାନ 91 କିଗ୍ରା ବର୍ଗରେ କାଜାକସ୍ତାନର ଆଇବେକ୍ ଓରାଲ୍ବେଙ୍କ ନିକଟରୁ 4-0ରେ ପରାଜିତ ହୋଇଥିଲେ । ପୂର୍ବରୁ ଭାରତୀୟ ଖେଳାଳ ମନୀଷା (57 କିଗ୍ରା) ଏବଂ ପିଏଲ୍ ପ୍ରସାଦ(52 କିଗ୍ରା) ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ ।
ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମାପ୍ତ ହୋଇଛି। ଭୋଟଗ୍ରହଣ ଶେଷ ହେବା ସହିତ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ସମୁଦାୟ ୧ କୋଟି ୪୭ ଲକ୍ଷ ୮୬ ହଜାର ୩ଶହ ୮୨ ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୧୧ ଫେବୃୟାରୀରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ତେବେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ ପକ୍ଷରୁ ଭୋଟ ଗ୍ରହଣ ପରେ ଏକ୍ସିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ସର୍ବେକ୍ଷଣରେ ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ ବହୁମତ ମିଳିଛି। ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍କୁ ୪୯ରୁ ୬୩ଟି ଆସନ ମିଳିବ। ବିଜେପିକୁ ୫-୧୯ଟି ଆସନ ଏବଂ କଂଗ୍ରେସକୁ ୦-୫ଟି ଆସନ ମିଳିବା ନେଇ ପୂର୍ବାନୂମାନ କରାଯାଇଛି। ଆଜତକ୍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍କୁ ୫୯ରୁ ୬୮ଟି ଆସନ, ବିଜେପିକୁ ୨ରୁ ୧୧ଟି ଆସନ ଅନୁମାନ…
ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା। ଏହି ବୈଠକ ଯୁବ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କରାଯାଇଥିଲା। ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ହୋଇ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ। ଏଥିରେ ବିଜୁ ଜନତା ଦଳର ମୂଖ୍ୟାଳୟ ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସ୍ବର୍ମା ଓ ବିଧାୟକ ତଥା ସଂଗଠନ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜିତ୍ ମହାନ୍ତି ରାଜ୍ୟ ମହାସଚିବ ଶିଶିର ପରିଜା, ଉପଦେଷ୍ଟା ରଂଜିତ ମହାପାତ୍ର ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ଭଗବତୀ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସ୍ଏସ୍) ପକ୍ଷରୁ ବାଣପୁର ଖଣ୍ଡ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମ୍ମିଳନୀରେ ବହୁତ ପୁରାତନ ଓ ନୂତନ ସ୍ୱୟଂସେବକମାନେ ଯୋଗ ଦେଇ ସୂର୍ଯ୍ୟ ନମସ୍କାର, ଆସନ ଓ ଦଣ୍ଡ ପ୍ରୟୋଗ ଆଦି ପ୍ରଦର୍ଶନ କରିଥିଲେ l ଉକ୍ତ କାଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ସେନାପତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ସଙ୍ଘର ବରିଷ୍ଠ ସ୍ୱୟଂସେବକ ସୁକାନ୍ତି ବେହେରା ବୌଦ୍ଧିକ ଜ୍ଞାନ ପ୍ରଦାନ କରିଥିଲେ | ଏହା ପରେ ସ୍ୱୟଂସେବକ ବିବେକାନନ୍ଦ ଭାଇ ସଙ୍ଗୀତ ଗାନ କରିଥିଲେ l ଉକ୍ତ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ସଂଘ ପ୍ରଚାରକ କେଦାର ନାଥ ପାତ୍ର ଉପସ୍ଥିତ ରହି ଆଗାମୀ ଦିନରେ ବାଣପୁର ଖଣ୍ଡରେ ସଂଘର ବିସ୍ତାର ଓ ଆଗାମୀ କାର୍ଯ୍ୟକ୍ରମ ଉପରେ…
ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବିସ୍ଫୋରଣ : 15 ମୃତ ପଞ୍ଜାବ : ପଞ୍ଜାବର ଟାର୍ନ ଟରନ୍ରେ ଏକ ଭୟାବହ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 15 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ନଗର କୀର୍ତ୍ତନ ଚାଲିଥିବା ସମୟରେ ଟ୍ରାକ୍ଟର ପଛପଟେ ବସି ଶ୍ରଦ୍ଧାଳୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ଭୟାବହତା ଏତେ ରହିଥିଲା କି ଘଟଣାସ୍ଥଳରେ 15 ଜଣଙ୍କର ପ୍ରାଣହାନି ଘଟିଥିଲା । 3 ଜଣ ଗୁରୁତର ଭାବରେ ଆମହତ ହୋଇଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ 5ଟା ସୁଦ୍ଧା 58 ପ୍ରତିଶତ ମତଦାନ ହୋଇଛି । ଦିଲ୍ଲୀର 70ଟି ଆସନ ପାଇଁ 672ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରୁ 148 ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିଛନ୍ତି । ଅଭିନେତ୍ରୀ ତାପସୀ ପନ୍ନୁ ନିଜ ପରିବାର ସହିତ ଭୋଟ ଦେଇଛନ୍ତି । ନିଜ ପରିବାର ସହିତ ଭୋଟ ଦେଇ ଫଟୋକୁ ଟୁଇଟ୍ରରେ ସେୟାର କରିଛନ୍ତି । (ଏଜେନ୍ସି)
ଭୁବନେଶ୍ୱର :ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରଠାରେ ଯେଉଁ ବେଆଇନ ରଙ୍ଗଶାଳାରେ ପିଇଓ ସ୍ମିତାରାଣୀର ହତ୍ୟା କରାଯାଇଥିଲା ଗତକାଲି ସେହି ଘରକୁ ସରକାର ଭାଙ୍ଗିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା କି, ଯଦି ୨୦୧୮ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଧର୍ମଶାଳାକୁ ଭଙ୍ଗାଯାଇଥାନ୍ତା ତେବେ ହୁଏତ ଆଜି ସ୍ମିତାରାଣୀ ଜୀବିତ ରହିଥାନ୍ତେ ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାର କାଗଜରେ ଦେଖାଇଥିଲେ ୨୦୧୮ରେ ସେ ଘର ଭଙ୍ଗାଯାଇଛି କିନ୍ତୁ ସେ ରଙ୍ଗଶାଳାକୁ ଭଙ୍ଗା ଯାଇନଥିଲା । ଯଦିଓ ରାଜ୍ୟସରକାର କହିଛନ୍ତି ତାକୁ ଭାଙ୍ଗିଛନ୍ତି ବୋଲି ତେବେ ଏହି ଭୂତକୋଠିରେ ସ୍ମିତାରାଣୀକୁ ହତ୍ୟା କରାଗଲା ପରେ ହଠାତ୍ ଜିଲ୍ଲା ପ୍ରଶାସନର ସେହି ବେଆଇନ ନିର୍ମିତ ରଙ୍ଗଶାଳାକୁ ଭାଙ୍ଗିବା ପାଇଁ ଏତେ ତତ୍ପରତା କାହିଁକି ବଢିଗଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ସ୍ମିତାରାଣୀ ହତ୍ୟାକାଣ୍ଡର…
ଚେନ୍ନାଇ : ଲୋକପ୍ରିୟ ତାମିଲ ଅଭିନେତା ଚିୟାନ୍ ବିକ୍ରମ ଏବଂ ଅଭିନେତ୍ରୀ ଶ୍ରୀନିଧି ସେଟ୍ଟୀ ନିଜର ଅପକମିଙ୍ଗ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଆକ୍ସନ୍ ଥ୍ରୀଲର ବର୍ଗର ଏହି ଫିଲ୍ମକୁ ନେଇ ଦର୍ଶକ ଉତ୍ସାହିତ ରହିଥିବା ବେଳେ ବିକ୍ରମ ଟ୍ବିଟ୍ କରି ଫିଲ୍ମ ସୁଟିଂ ଆରମ୍ଭ ହୋଇଥିବା ନେଇ ଘୋଷଣା କରିଛନ୍ତି । ସେହିପରି କେଜିଏଫ୍ରୁ ସିଲ୍ଭର ସ୍କ୍ରିନ୍ ଯାତ୍ରା ଆରମ୍ଭ କରିଥିବା ଶ୍ରୀନିଧି ମଧ୍ୟ ଏହି ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଚେନ୍ନାଇରେ ବର୍ତ୍ତମାନ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଫିଲ୍ମର ଅନ୍ତିମ ଭାଗର ସୁଟିଂ ଋଷିଆରେ ହେବ । ଅଜୟ ଆର ଗଣମୁଥୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ 2021ରେ ଏହି ଫିଲ୍ମଟି ରିଲିଜ୍ ହେବ । ଶ୍ରୀନିଧି କେଜିଏଫ୍-2ରେ ନଜର ଆସିବାକୁ ଯାଉଥିବା ବେଳେ ବିକ୍ରମ ଧ୍ରୁବ ନଟଚରିତମ୍ରେ ନଜର ଆସିବେ । (ଏଜେନ୍ସି)
ଭୁବନେଶ୍ୱର, ଆଦିବାସୀମେଳାକୁ ବୁଲି ଆସୁଥିବା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି ଜୈବିକ କୃଷି ସାମଗ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନଜାତି ସମ୍ପ୍ରଦାୟଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରୋତ୍ସାହନରେ ଅଣାଯାଇଥିବା ଜୈବିକ କୃଷି ଉତ୍ପାଦ ଗୁଡିକୁ ଲୋକେ ଆଗ୍ରହର ସହ ଖରିଦ କରୁଛନ୍ତି । ଏଥି ମଧ୍ୟରେ ହଳଦୀ ଠାରୁ ଆରମ୍ଭକରି ଗୁଗ, ବିରି, ମାଣ୍ଡିଆ, ବୁଟ, ହରଡ, କୋଳଥ ଆଦି ରହିଛି । ଏଥି ସହିତ ହରିଡା, ବାହାଡା, ଅଦା, ଶୁଣ୍ଠି, ଶୁଖିଲାଲଙ୍କା, ଆମ୍ବଅଦା, ମହୁ ଆଦି ସାମଗ୍ରୀକୁ ଲୋକେ ଅଧିକ ପରିମାଣରେ ଖରିଦ କରୁଛନ୍ତି । ଆଦିବାସୀ ମେଳାର ୧୩ତମ ସଂଧ୍ୟାରେ ମେଳାକୁ ପ୍ରାୟ ୮୫ ହଜାର ଲୋକ ବୁଲିବାକୁ ଆସିଥିବାବେଳେ ୬୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କିଣାବିକା ହୋଇଛି । ଆଦିବାସୀ ହାଟରୁ ଲୋକେ ବିପୁଳ ମାତ୍ରାରେ ସାମଗ୍ରୀ ଖରିଦ କରିଛନ୍ତି । ସେହିଭଳି ଜାତୀୟ ଜନଜାତି ଖାଦ୍ୟ ମେଳାରେ ୫ଲକ୍ଷ ଟଙ୍କାରୁ…
ଭୁବନେଶ୍ବର, ଯାତ୍ରୀ ସଂଖ୍ୟା ବୃଦ୍ଧି ଦେଖି ଓଡିଶାରେ ଅଧିକ ମେମୁ ଟ୍ରେନ ଚଳାଚଳ କରିବା ପାଇଁ ପୂର୍ବତଟ ରେଳ ବିଭାଗ ନିଷ୍ପତି କରିଛି। ସେହି ଅନୁସାରେ ଯେଉଁ ଯେଉଁ ସ୍ଥାନରେ ଏହି ଟ୍ରେନ ଚାଲିବ ତାହା ହେଲା… 1-ଫେବୃୟାରୀ ୧୧ ତାରିଖ ରୁ ପୁରୀ-ଅନୁଗୁଳ-ପୁରୀ ମେମୁ ୧୬ ଟି କୋଚ ରେ ଚଳାଚଳ କରିବ I ଏହା ଓଡ଼ିଶାରେ ଲମ୍ବା ଦୂରତ୍ୱ ବିଶିଷ୍ଟ ମେମୁ ଟ୍ରେନ I 2-ଫେବୃୟାରୀ ୧୨ ତାରିଖ ରୁ କେନ୍ଦୁଝରଗଡ଼ ପାସେଞ୍ଜର ବଦଳରେ ମେମୁ ଟ୍ରେନ ଚଳାଚଳ କରିବ I 3-ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ଏହା ୮ମ ମେମୁ I 4-ଯାତ୍ରା ସମୟରେ ମେମୁ ଟ୍ରେନ ସମୟାନୁବର୍ତ୍ତିତା ପ୍ରତି ସହାୟକ ହେବ I 5-ଏବେ, ପୂର୍ବ ଟ୍ରେନ ତୁଳନାରେ ମେମୁ ଟ୍ରେନ ମାନଙ୍କରେ ଅଧିକ ଯାତ୍ରୀ ଯାତାୟାତ କରିପାରିବେ I ସମସ୍ତ ମେମୁ ଟ୍ରେନରେ ଯାତ୍ରୀ ଭିଡ଼ ପରିଲକ୍ଷିତ ହେଉଛି I 6-ଚଳିତ ମାସ ୧୨…
Mumbai: Actress Shraddha Kapoor seen at Bandra in Mumbai on Feb 5, 2020. (Photo: IANS)
Mumbai: Actress Alia Bhatt with filmmaker Boney Kapoor’s daughter Anshula Kapoor at her Celebrity Fundraising and Charity Foundation â Fankind’s fundraiser initiative ‘Bake a Cake’, in Mumbai on Feb 5, 2020. (Photo: IANS)
Mumbai: Actress Disha Patani seen at the office of Luv Films, in Mumbai on Feb 4, 2020. (Photo: IANS)
ହାମିଲଟନ୍ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ରେ ବିଜୟୀ ହେବା ସହିତ ଶୃଙ୍ଖଳା ଉପରେ କବ୍ଜା କରି ନେଇଛି କିଓ୍ବି ଦଳ । ଟି 20 ଶୃଙ୍ଖଳାକୁ 5-0ରେ ହାରିବା ପରେ ପ୍ରଥମ ଦୁଇ ଦିନିକିଆରେ ବିଜୟୀ ହୋଇ ସିରିଜ୍ ଉପରେ କବ୍ଜା କରିଛି ନ୍ୟୁଜିଲ୍ୟାଣ୍ଡ ଦଳ । ହାମିଲଟନ୍ରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆକୁ ନ୍ୟୁଜିଲ୍ୟାଣ୍ଡ 22 ରନରେ ବିଜୟୀ ହେବା ସହିତ ଭାରତ ବିପକ୍ଷରେ କ୍ରମାଗତ ତୃତୀୟ ଦିନିକିଆ ଶୃଙ୍ଖଳାରେ ବିଜୟୀ ହୋଇଛି । ଟସ୍ ଜିତି ପ୍ରଥମେ ବୋଲିଂ କରୁଥିବା ଭାରତ ନ୍ୟୁଜିଲ୍ୟାଣ୍ଡକୁ ମାତ୍ର 273 ରନ୍ରେ ସୀମିତ ରଖିଥିଲେ ମଧ୍ୟ ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା କାରଣରୁ 22 ରନ୍ ପଛରେ ରହିଯାଇଥିଲା । ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଭାରତକୁ ପ୍ରଥମ ସଫଳତା ମିଳିଥିଲା 17 ତମ ଓଭରରେ । 85 ରନ୍ରେ ପ୍ରଥମ ଓ୍ବିକେଟ୍ ହରାଇଥିବା ପରବର୍ତ୍ତୀ…
ମୁମ୍ବାଇ : ବିବାଦ ଓ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ଏକ ମାମଲା ରୁଜୁ କରିଛନ୍ତି । ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୁନମ ଏହି ମାମଲା ରୁଜୁ କରିଛନ୍ତି । ପୋଲିସ୍ ପକ୍ଷରୁ ଏଫ୍ଆଇଆର ଗ୍ରହଣ କରାନଯିବା କାରଣରୁ ପୁନମ ଏହି ମାମଲା ରୁଜୁ କରିଛନ୍ତି । ରାଜ କୁନ୍ଦ୍ରାଙ୍କ କମ୍ପାନୀ ଆର୍ମସପ୍ରାଇମ୍ ମିଡିଆ ସହିତ 2019 ମସିହାରେ ପୁନମ ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଅନୁଯାୟୀ ପୁନମଙ୍କୁ ଲାଭର ଏକ ଅଂଶ କମ୍ପାନୀକୁ ପ୍ରଦାନ କରାଯିବ । ପୁନମ ଏହି ଚୁକ୍ତିକୁ ବିରୋଧ କରିବା ସହିତ ମୁମ୍ବାଇ ହାଇକୋର୍ଟରେ ଶନିବାର ଏହି ମାମଲା ରୁଜୁ କରିଛନ୍ତି । (ଏଜେନ୍ସି)
ମୁମ୍ବାଇ : ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରା (ଫୋରେକ୍ସ)ର ପରିମାଣରେ ଅଭିବୃଦ୍ଧି ଘଟିଥିବା ନେଇ ଶୁକ୍ରବାର ସୂଚନା ମିଳିଛି । ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରାର ପରିମାଣରେ 40 ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହା 4.60 ବିଲିୟନ୍ ଡଲାରରେ ପହଞ୍ଚିଛି । ଶୁକ୍ରବାର ଦିନ ଆରବିଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 31 ଜାନୁୟାରୀ ସୁଦ୍ଧା ଦେଶରେ ଗଚ୍ଛିତ ବିଦେଶୀ ମୁଦ୍ରା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଜାନୁୟାରୀ 24 ସୁଦ୍ଧା ଗଚ୍ଛିତ ବିଦେଶୀ ମୁ୍ରାର ପରିମାଣ 466.69 ବିଲିୟନ୍ ଡଲାର ରହିଥିବା ବେଳେ ଏକ ସପ୍ତାହ ମଧ୍ୟରେ 471.30 ବିଲିୟନ୍ ଡଲାର ଅଭିବୃଦ୍ଧି ଘଟିଥିଲା । ବୈଦେଶିକ ମୁଦ୍ରାରେ ଅଭିବୃଦ୍ଧି ଘଟିବା ଦେଶ ପାଇଁ ଶୁଭ ସଙ୍କେତ ବୋଲି ଆରବିଆଇ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଳୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେପି ଏବଂ ଆପକ୍ ନେତା ପରସ୍ପର ବିରୋଧରେ ମତ ଦେଇଛନ୍ତି । ଦିଲ୍ଲୀରେ ବିଜେପିକୁ ଭଗବାନ ରାମ ମଧ୍ୟ ବଞ୍ଚାଇ ପାରିବେ ନାହିଁ ବୋଲି ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । ଶନିବାର ସକାଳୁ ପ୍ରଥମେ ମନୋଜ ତିଓ୍ବାରୀ କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିବା ପରେ ସଞ୍ଜୟ ସିଂ ଏହି ମତ ଦେଇଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅସ୍ପୃଶ୍ୟ ବୋଲି ଅଭିହିତ କରିବା ଏକ ଭୁଲ୍ ଜିନିଷ ବୋଲି ସିଂ କହିଛନ୍ତି । ଏହାଠାରୁ ଅଧିକ ତଳସ୍ତରର ରାଜନୀତି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ସଞ୍ଜୟ ସିଂ କହିଛନ୍ତି । (ଏଜେନ୍ସି)

