ଜୟପୁର : ଗୀତା କ୍ବିଜ୍ରେ ପ୍ରଥମ ହୋଇଛନ୍ତି ଜନୈକ ମୁସ୍ଲିମ୍ ଯୁବକ । ଅକ୍ଷୟ ପାତ୍ର ଫାଉଣ୍ଡେସନ ଏବଂ ହରେକୃଷ୍ଣ ମିଶନ ପକ୍ଷରୁ ଆୟୋଜିତ ଏହି ଭଗବତ୍ ଗୀତା କ୍ବିଜ୍ କାର୍ଯ୍ୟକ୍ରମରେ 16 ବର୍ଷୀୟ ମୁସଲିମ୍ ବାଳକ ବିଜୟୀ ହୋଇଛନ୍ତି । ଦୁଇ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟଟି 6 ମାସ ଧରି ଆୟୋଜିତ ହୋଇଥିବା ବେଳେ ସମଗ୍ର ଭାରତ ବର୍ଷରୁ 5 ହଜାର ଛାତ୍ର ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । 16 ବର୍ଷୀୟ ଛାତ୍ର ଅବ୍ଦୁଲ୍ କାଜ୍ଗୀ ସମସ୍ତଙ୍କୁ ପଛରେ ପକାଇ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । କାର୍ଟୁନ୍ ସିରିଜ୍ ଲିଟିଲ୍ କ୍ରିଷ୍ଣା ଦେଖି ସେ ଭଗବାନ କୃଷ୍ଣ ଏବଂ ଭଗବଦ ଗୀତା ପ୍ରତି ଆକୃଷ୍ଟ ହୋଇଥିଲେ ବୋଲି ଅବ୍ଦୁଲ୍ କାଜ୍ଗୀ ପ୍ରକାଶ କରିଛନ୍ତି । କାଜ୍ଗୀଙ୍କ ପିତା ଅବ୍ଦୁଲ୍ କଲୀମ୍ ଜୟପୁରର ସାଙ୍ଗାନେର୍ରେ ଏକ ତେଜରାତି ଦୋକାନ କରିଛନ୍ତି । (ଏଜେନ୍ସି)
Author: Samikhsya Bureau
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଚାଲିଥିବା ସମୟରେ ଆପ୍କୁ ରାଜନୈତିକ ଏଡ୍ସ ବୋଲି କହିଛନ୍ତି ପୂର୍ବତନ ଆପ୍ ନେତା ତଥା କବି କୁମାର ବିଶ୍ବାସ । ଯେପରି ଏଡ୍ସର କୌଣସି ଚିକିତ୍ସା ନାହିଁ ସେମିତି ଆପ୍ ମଧ୍ୟ ଏଡ୍ସ ସହିତ ତୁଳନୀୟ ବୋଲି ବିଶ୍ବାସ ଏକ ଟ୍ବିଟ୍ କରିଛନ୍ତି । ଏହି ଟ୍ବିଟ୍ ସହିତ ଆପ୍ ବିରୋଧରେ ଏକ କବିତା ମଧ୍ୟ ଲେଖିଛନ୍ତି କୁମାର ବିଶ୍ବାସ । ପୂର୍ବ ପାଞ୍ଚ ବର୍ଷର ଭୁଲ୍କୁ ସୁଧାରିବାର ସୁଯୋଗ ଦିଲ୍ଲୀ ବାସୀଙ୍କ ନିକଟରେ ରହିଛି । ସମାଜ, ଗଣତନ୍ତ୍ର, ବନ୍ଧୁତା ଏବଂ ବିଶ୍ବାସକୁ ହତ୍ୟା କରିଛି ଆପ୍ । ଜନସାଧାରଣ ନିଜ ଭୁଲ୍କୁ ସୁଧାରିବା ଉଚିତ୍ ବୋଲି ହିନ୍ଦିରେ ଟ୍ବିଟ୍ କରିଛନ୍ତି ବିଶ୍ବାସ ।
ମେଲବୋର୍ଣ୍ଣ : ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡକୁ ନେଇ ଅନୁଷ୍ଠିତ ହେଉଥିବା ତ୍ରୀରାଷ୍ଟ୍ରୀୟ ମହିଳା ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାକୁ ଭାରତ 7 ଓ୍ବିକେଟ୍ରେ ଜିତି ନେଇଛି । ଶେଫାଳୀ ବର୍ମା (49) ଏବଂ ସ୍ମୃତି ମାନ୍ଧନା(55) ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆସ୍ଲେଘ୍ ଗାର୍ଡନରଙ୍କ 93 ରନ୍ ସହାୟତାରେ 173 ରନ୍ ସଂଗ୍ରହ କରିଥିଲେ । ଗାର୍ଡନର 57ଟି ବଲ୍ର ସମ୍ମୁଖୀନ ହୋଇ 11ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 93 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଶେଫାଳି ବର୍ମା 29 ବଲ୍ର ସମ୍ମୁଖୀନ ହୋଇ 48 ରନ୍ ସଂଗ୍ରହ କରିଥିଲେ । ଶେଫାଳିଙ୍କ ଇନିଂସରେ 8 ଚୌକା ଏବଂ 1 ଛକ୍କା ସାମିଲ ଥିଲା । ଶେଫାଳିଙ୍କ ଇନିଂସ ପାଇଁ…
ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ଆଇନକୁ କଡାକଡି କରାଯାଇଛି । ତଥାପି ଏହାକୁ କିଛି ଲୋକ ମାନୁନଥିବାର ଦେଖାଯାଉଛି । ରଙ୍ଗ ରୁଟ୍ରେ ଗାଡି ଚଳାଇବା ନେଇ ଜଣେ ନାବାଳକଙ୍କୁ ମୋଟା ଅଙ୍କର ଜରିମାନା ହୋଇଛି । ନାବାଳକ ବାଇକ୍ ଚାଳକକୁ 42,500ଟଙ୍କା ଫାଇନ୍ । ଭଣ୍ଡାରିପୋଖରୀ କହଁରା ଛକରେ ଧରି ଚାଲାଣ କାଟିଲେ ପରିବହନ କର୍ମଚାରୀ । ହେଲ୍ମେଟ୍ ନ ପିନ୍ଧି ବାଇକ୍ରେ ତିନିଜଣ ବସି ରଂଗ୍ ରୁଟ୍ରେ ଯାଉଥିବାରୁ ଚାଲାଣ କଟାଯାଇଛି । ମିଳିଥିବା ସୂଚନାରେ ଗତ 6 ତାରିଖ ଦିନ 16 ନମ୍ବର ଜାତୀୟ ରାଜପଥରେ ମୋଟର ସାଇକେଲରେ ତିନିଜଣଙ୍କୁ ବସାଇ ରଙ୍ଗ ରୁଟ୍ରେ ନାବାଳକ ଜଣକ ବିନା ହେଲମେଟ୍ରେ ଦ୍ରୁତ ଗାଡିରେ ଗାଡି ଚଳାଉଥିଲେ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ତିନିଜଣଙ୍କୁ ଟ୍ରାଫିକ୍ ପୋଲିସ୍ ଅଟକାଇବା ସହିତ କାଗଜପତ୍ର ଯାଞ୍ଚ କରାଯାଇଥିଲା । ସେମାନଙ୍କ ଆଧାର କାର୍ଡରୁ ସେମାନେ ନାବାଳକ ବୋଲି ଜଣାପଡିଥିଲା…
ଭୁବନେଶ୍ବର-ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ମୁଖ୍ୟତଃ ନଅ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ହେଲେ କ୍ୟାବିନେଟ ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ କେବଳ ମନ୍ତ୍ରୀମାନଙ୍କୁ ନେଇ ବୈଠକ କରିଥିଲେ। ସମସ୍ତ ଅଧିକାରୀ ସେହି ବୈଠକରୁ ବାହାରି ଯିବା ପରେ ମୁଖ୍ୟମନ୍ତ୍ରୀ ଏହି ବୈଠକ କଲେ। ତେବେ ଏଥିରେ ମନ୍ତ୍ରୀମାନଙ୍କୁ ନବୀନ କଣ ନିର୍ଦ୍ଦେଶ ଦେଇଛନ୍ତି ତାହା ଜଣାପଡି ନାହିଁ। ହେଲେ ଏକ ସମର୍ଥିତ ସୁତ୍ରରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀ ଆସନ୍ତା ବିଜୁ ଜୟନ୍ତିରେ ଏକ ବଡ ପଦକ୍ଷେପ ନେବେ। ସେ ସଂପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ସେଦିନ ପ୍ରାୟ 30ଟି ଜିଲ୍ଲାରେ 30 ଲକ୍ଷ ବିଜପ ପକ୍କା ଘର ବଣ୍ଟନ କରାଯିବ। ସେ ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ତାଗିଦ କରିଛନ୍ତି। ଏଥିସହିତ ସାଧାରଣତନ୍ତ୍ର ଏବଂ ସ୍ବାଧୀନତା ଦିବସ ପରି ପ୍ରତି ଜିଲ୍ଲାରେ ମନ୍ତ୍ରୀମାନେ ସେଦିନ ଯାଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ।…
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍ ପ୍ରକ୍ରିୟା ଚାଲିଥିବାବେଳେ ଅଳକା ଲମ୍ବା ଓ ଆପ୍ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡା ହେବାର ଖବର ମିଳିଛି । ଦିଲ୍ଲୀର ଚାନ୍ଦିନୀ ଚୌକ୍ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରତ୍ୟାଶୀ ଅଳକା ଲାମ୍ବା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଏକ କାର୍ଯ୍ୟକର୍ତ୍ତାକୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଚାନ୍ଦିନୀ ଚୌକ୍ର ମଜନୁ ଟିଲେ ମତଦାନ କେନ୍ଦ୍ର ନିକଟରେ ଅଳକା ଲାମ୍ବା ଓ ଆପ୍ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଅଳକା ଲାମ୍ବା କହିଛନ୍ତି ଯେ, ଆପ୍ର କାର୍ଯ୍ୟକର୍ତ୍ତା ତାଙ୍କ ପୁତ୍ରଙ୍କ ସମ୍ପର୍କରେ ଟିପ୍ପଣୀ କରିଥିଲେ । ଏଥିରେ ନାରାଜ୍ ହୋଇ ଅଳକା ଲାମ୍ବା ଆପ୍ କାର୍ଯ୍ୟକର୍ତ୍ତାକୁ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମାରିନାହାନ୍ତି । ଏହାପରେ କଂଗ୍ରେସ ଓ ଆପ୍ର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଟଣାଓଟରା ଲାଗିଯାଇଥିଲା । ପୋଲିସ୍ ପହଞ୍ଚି ଏହାକୁ ସମାଧାନ…
ନୂଆଦିଲ୍ଲୀ : ମାୟରା ମିଶ୍ର ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଟପ୍ଲେସ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମାୟରା ବ୍ଲୁ ଡେନିମ୍ ପିନ୍ଧିଥିବାବେଳେ ପିଠିକୁ ଦେଖାଇଥିବାର ନଜର ଆସିଛନ୍ତି । ଏହି ଫଟୋ ସହିତ ରୋଜ୍ ଡେ’ର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋକୁ ନେଇ ତାଙ୍କ ଫ୍ୟାନ୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କେହି କେହି ତାଙ୍କର ଏହି ଫଟୋକୁ ଦେଖି କମେଣ୍ଟରେ କହିଛନ୍ତି ଯେ, ଏହା ହେଉଛି ସବୁଠାରୁ ହଟେଷ୍ଟ ରୋଜ୍, ଯାହାକୁ ଆଜି ପର୍ଯ୍ୟନ୍ତ କେହି ଦେଖିନାହାନ୍ତି । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି – ଅଧ୍ୟୟନ ସୁମନଙ୍କ ପାଇଁ ଏହା ହେଉଛି ସବୁଠୁ ବଡ଼ ଉପହାର, ଆପଣ ସତରେ ରେଡ୍ ରୋଜ୍ ପରି ଅଟନ୍ତି । ଆଉ କେହି କେହି ଗର୍ଜିଅସ୍, ଏମେଜିଂ ଓ ବହୁତ ସୁନ୍ଦର ପରି କମେ୍ଟ ଦେଇଛନ୍ତି । ମାୟାରାଙ୍କ ଏହି ଫଟୋଟି ସେୟାର ହେବାର କିଛି…
ସମୀକ୍ଷା ବ୍ୟୁରୋ ଧର୍ମଗଡ଼ : ଧର୍ମଗଡ଼ ଥାନା ଅଞ୍ଚଳରେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ମହିଳାଜଣକ ଧର୍ମଗଡ଼ ଥାନାରେ ଏତଲା ଦେଇଛନ୍ତି । ଛାଡପତ୍ର ମାମଲା ଲଢୁଥିବା ଓକିଲଙ୍କ ସହଯୋଗୀ ତାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ପୀଡ଼ିତା । ସୂଚନାଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ହେଲା ସ୍ବାମୀ ପରିତ୍ୟକ୍ତା ମହିଳା ଜଣଙ୍କ କ୍ଷତିପୂରଣ ପାଇବା ପାଇଁ ଆଇନଜୀବୀଙ୍କ ଦ୍ବାରସ୍ଥ ହୋଇଥିଲେ । କେସ୍ ଲଢୁଥିବା ଆଇନଜୀବୀଙ୍କ ସହଯୋଗୀ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା । ଛାଡପତ୍ର ଜନିତ କ୍ଷତିପୂରଣର ଲୋଭ ଦେଖାଇ ଦୁଷ୍କର୍ମ କରିଥିବାର ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଦୁଇଥର ବାହାକୁ ନେଇ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବାର କହିଛନ୍ତି ପୀଡ଼ିତା ଜଣକ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ଫେରାର୍…
ନୂଆଦିଲ୍ଲୀ: 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି ରହିଛି।ଆମ୍ ଆଦ୍ମୀ ପାର୍ଟି (ଆପ୍) ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ନିଜ ପରିବାର ସହିତ ମତଦାନ ଦେଇଛନ୍ତି । ମତଦାନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ନିଜ ପିତା-ମାତାଙ୍କୁ ପାଦ ଛୁଇଁବା ସହିତ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ତାଙ୍କ ମା’ କେଜ୍ରୀଓ୍ବାଲଙ୍କୁ ତିଲକ୍ ଲଗାଇଥିଲେ । କେଜ୍ରୀଓ୍ବାଲ ମୁଖ୍ୟମନ୍ତ୍ରୀ ନିବାସର କିଛି ଦୂରରେ ରାଜପୁରା ରୋଡ୍ର ପରିବହନ ବିଭାଗଠାରେ ଭୋଟ ଦେଇଛନ୍ତି । ଭୋଟଦାନ କରିବା ପୂର୍ବରୁ ଅରବିନ୍ଦ କେଜରୀଓ୍ବାଲ ହନୁମାନଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ଅରବିନ୍ଦ କେଜରୀଓ୍ବାଲଙ୍କ ସ୍ତ୍ରୀ ସୁନୀତା କେଜ୍ରୀଓ୍ବାଲ କହିଛନ୍ତି ଯେ, ଆମର ଜିତ୍ ପକ୍କା । 5 ବର୍ଷ ଆମ ପାଇଁ ସବୁଠୁ ଚ୍ୟାଲେଞ୍ଜିଂ ରହିଥିଲା । ଆମେ ଏହାର କଡା ମୁକାବିଲା କରିଛୁ । ଜିତିବା ନେଇ ପୂରା ଆଶ୍ବସ୍ତ…
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବାବେଳେ ଏହାସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ ସକାଳ 10ଟା ସୁଦ୍ଧା 4.33 ପ୍ରତିଶତ ଭୋଟିଂ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ, ବିଜେପି ସାଂସଦ ପ୍ରବେଶ ବର୍ମା ସମେତ ବହୁ ତୁଙ୍ଗ ନେତା ପ୍ରମୁଖ ନିଜ ନିଜ ପରିବାର ସହ ମତଦାନ ଦେଇଛନ୍ତି । ଦିଲ୍ଲୀର ପୋଲିଂ ବୁଥ୍ ନିକଟରେ ସକାଳୁ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଦିଲ୍ଲୀରେ ମତଦାନ ପାଇଁ ତେରହଜାର ସାତଶହ ପଚାଶଟି ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି । 70ଟି ଆସନ ପାଇଁ 672ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରୁ 148 ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିଛନ୍ତି । ଅଭିନେତ୍ରୀ ତାପସୀ…
ସମୀକ୍ଷା ବ୍ୟୁରୋ ପିପିଲି : ପିପିଲିଠାରେ ଏକ ବିବାହ ଭୋଜିରେ ଗଣ୍ଡଗୋଳ ହୋଇଥିବାବେଳେ ପଥରରେ ଛେଚି ଜଣକୁ ହତ୍ୟା କରାଯାଇଛି । ଡେଲାଙ୍ଗ ଥାନା ରେଙ୍ଗଳ ଗ୍ରାମରେ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଭୋଜି ଖାଇବାକୁ ଯାଇଥିବା କାଶୀନାଥ ମହାପାତ୍ର । ହତ୍ୟା ସନ୍ଦେହରେ ଡେଲାଙ୍ଗ ଥାନାରେ ତିନିଜଣଙ୍କୁ ଅଟକ ରଖିଛି ପୋଲିସ୍ । ନିଶାସକ୍ତ ହୋଇ ଦୁଇ ଗୋଷ୍ଠୀ ଗଣ୍ଡଗୋଳରୁ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି ।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାର ସମସ୍ତ ୭୦ଟି ଆସନ ପାଇଁ ଶନିବାର ସକାଳ ୮ଟାଠାରୁ ମତଦାନ ଜାରି ରହିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ଗ୍ରହଣ କରାଯିବ। ପୂର୍ବ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ 1 କୋଟି 47 ଲକ୍ଷ 86 ହଜାର 3ଶହ 82 ଜଣ ଭୋଟର କରିବେ। ଆସନ୍ତା 11 ତାରିଖରେ ନିର୍ବାଚନ ଫଳାଫଳ ଆସିବ । ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନୀରେ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଶାହିନ୍ବାଗ୍ ରହିଥିଲା । ଶାହିନ ବାଗ୍ରେ ଭୋଟର ଲମ୍ବା ଲାଇନ୍ରେ ଦୀର୍ଘ ସମୟ ଅପେକ୍ଷା କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ଏଠାରେ ଭୋଟିଂ ପାଇଁ ମହିଳାଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି। ଶାହିନ୍ବାଗ୍ଠାରେ ବିଗତ କିଛି ଦିନ ହେବ ନାଗରିକତା ଆଇନ୍ର ବିରୋଧ ହେଉଛି । ଏତଦ୍ବ୍ୟତୀତ ବାଟ୍ଲା ହାଉସ୍ଠାରେ ମଧ୍ୟ ମତଦାନ ସମୟରେ ପ୍ରବଳ ଭିଡ…
ନୂଆଦିଲ୍ଲୀ- ଆଜି ସକାଳୁ ଦିଲ୍ଲୀର 70ଟି ଆସନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସବୁଦଳ ନିଜନିଜ ସପକ୍ଷରେ ଭୋଟ ଗୋଟାଇବା ପାଇଁ ଲାଗିପଡିଛନ୍ତି। ତେବେ ଭୋଟଗ୍ରହଣ ପୂର୍ବରୁ ବିଭିନ୍ନ ଦଳର ନେତାମାନେ ମନ୍ଦିର ଯାଇ ଭଗବାନଙ୍କ ନିକଟରେ ଶରଣ ପଶିଛନ୍ତି। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରୀୱାଲ ନୂଆଦିଲ୍ଲୀର ଏକ ସର୍ବପୁରାତନ ହନୁମାନ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରିଥିଲେ। କେଜରୀୱାଲ ସ୍ତ୍ରୀଙ୍କ ସେହି ମନ୍ଦିରରେ ଦୀର୍ଘ ସମୟ ରହି ପୂଜା କରିଥିଲେ। ଠିକ ସେହିପରି ଦିଲ୍ଲୀର ବିଜେପି ମୁଖ୍ୟ ମନୋଜ ତିୱାରୀ ମଧ୍ୟ ଗତକାଲି ଅନ୍ୟ ଏକ ହନୁମାନ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଥିଲେ। ପ୍ରଚାର ବନ୍ଦ ଥିବାରୁ ମନୋଜ ଭୋଟ ପ୍ରଚାର କରି ନ ଥିଲେ ମଧ୍ୟ ଭୋଟ ଦେବା ପାଇଁ ସମସ୍ତଙ୍କୁ ଅପିଲ କରିଥିଲେ।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ପାଇଁ ସମସ୍ତ ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅବସ୍ଥାପିତ ମତଦାନ କେନ୍ଦ୍ରଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଛି। ମତଦାନ ଦିନ ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନର ଦିବସ। ସମସ୍ତ ମତଦାତାଙ୍କୁ ଭୋଟ୍ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅପିଲ୍ କରିଛନ୍ତି ମୋଦି , ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନିଅନ୍ତୁ। ଗଣତନ୍ତ୍ରର ଏହି ମହୋତ୍ସବରେ ଭାଗ ନେଇ ନୂତନ ରେକର୍ଡ କରନ୍ତୁ। ପ୍ରଧାନମନ୍ତ୍ରୀ ଯୁବ ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ୧ କୋଟି ୪୭ ଲକ୍ଷ ୮୬ ହଜାର ୩୮୨ ଲୋକଙ୍କୁ ମତଦାନ ଅଧିକାର ମିଳିଛି। ଏଥିରେ ୨ ଲକ୍ଷ ୩୨ ହଜାର ୮୧୫ ଜଣ ମତଦାତା ୧୮ ରୁ ୧୯ ବର୍ଷ ବୟସର ଯୁବପିଢ଼ି ସାମିଲି…
କେଦାର ମିଶ୍ର ଏଥର ରେଳ ବଜେଟର ଚୂଡାନ୍ତ ସ୍ୱରୂପ ଜଣା ପଡିଲା ପରେ ସବୁଠୁ ବିଚିତ୍ର ପ୍ରତିକ୍ରିୟା ଥିଲା ଶାସକ ବିଜୁ ଜନତା ଦଳର। ଆଖିକୁ ଯାହା ସ୍ପଷ୍ଟ ଦେଖା ଯାଉଥିଲା ତାକୁ ଅଣଦେଖା କରିବାର ପ୍ରୟାସ ବିଜେଡି କରୁଥିଲା। ଅତି ସ୍ପଷ୍ଟ ଭାବରେ ଆମେ କହିପାରିବା ଯେ, ବର୍ଷେ ଭିତରେ ଓଡ଼ିଶାକୁ ପୂର୍ବ ବର୍ଷ ତୁଳନାରେ ୧୬୨୦ କୋଟି ଟଙ୍କା କମ ମିଳିଛି। ସେଥିରେ ବି ବିଜେଡି “ଖୁସି” ଥିବା ପରି ମାନେ ହେଉଛି। କାରଣ ରେଳ ବଜେଟ ସମ୍ପର୍କରେ ବିଜେଡ଼ିର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ଓ ବିଜେପିର ପ୍ରତିକ୍ରିୟା ଭିତରେ ବିଶେଷ କିଛି ଫରକ ନଥିଲା। ରେଳ ବଜେଟରେ ରାଜ୍ୟ ପାଇଁ ୧୬୨୦ କୋଟି ଟଙ୍କା କମିଯିବାକୁ ନେଇ ବିଜେଡ଼ିର ଶିଥିଳ ପ୍ରତିକ୍ରିୟା ପଛରେ କି କାରଣ ରହିଛି? ଏବେ ବିଜେଡ଼ି ବିଜେପିର ସବୁକଥାରେ ହଁ ଭରୁଥିବାରୁ, ରାଜ୍ୟ ପ୍ରତି ହୋଇଥିବା ଏହି ଅନ୍ୟାୟରେ ମଧ୍ୟ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ନିଖିଳ ଓଡିଶା ଆଇନଜୀବୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିର ଅନୁଦାନ ରାଶି ବୃଦ୍ଧି କରିଥିବାରୁ ସଂଘ ଧନ୍ୟବାଦ ଅର୍ପଣ କରିଛି। ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୩କୋଟି ଟଙ୍କାରୁ ୫କୋଟି ଟଙ୍କା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ଅବସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡିଆ ଛାତ୍ରଛାତ୍ରୀମାନଙ୍କ ପାଇଁ ୨୫ପ୍ରତିଶତ ସ୍ଥାନ ସଂରକ୍ଷଣ ସ୍ଵୀକୃତି ପ୍ରଦାନ କରିଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଆଜି ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ଓ ବିଜୁ ଜନତା ଦଳର ଲିଗାଲ ଫ୍ରଣ୍ଟର ରାଜ୍ୟ ଆବାହକ ମିଲନ କାନୁନଗୋଙ୍କ ନେତୃତ୍ଵରେ ଶତାଧିକ ଆଇନଜୀବୀ ମୁଖ୍ୟମନ୍ତ୍ରୀ ବାସଭବନକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ସମ୍ବଲପୁର, ବରଗଡ଼, ଯାଜପୁର, ଅନୁଗୁଳ, ନୟାଗଡ, ଫୁଲବାଣୀ, ଖୋର୍ଦ୍ଧା…
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଶିକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କର ବିକାଶ ପାଇଁ ଶିକ୍ଷକମାନଙ୍କୁ ବର୍ଷ ତମାମ୍ ତାଲିମ୍ ଦିଆଯାଉଛି। ହେଲେ ଶିକ୍ଷାର ମାନ ରହୁନାହିଁ। ଏଥିପାଇଁ ଶିକ୍ଷକମାନଙ୍କୁ ବହୁ ଗୁରୁଦାୟିତ୍ୱ ସରକାର ଲଦି ଦେଉଛନ୍ତି। ଯାହା ଫଳରେ ଶିକ୍ଷାଦାନରେ ମଧ୍ୟ ବାଧା ସୃଷ୍ଟି ହେଉଛି। ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପନିପରିବା କିଣିବା ଆଦି କାମ ଜୋର ଜବରଦସ୍ତ ଲଦି ଦିଆଯାଇଛି ଶିକ୍ଷକମାନଙ୍କ ଉପରେ। ଯାହା ଫଳରେ ଶିକ୍ଷାର ବିକାଶ ନ ହୋଇ ଅଧୋପତନ ଆଡକୁ ଯାଇଛି। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶେଣୀଗୃହର ଅଭାବଯୋଗୁଁ ଶିକ୍ଷାଦାନରେ ବ୍ୟାଘାତ ହେଉଛି ସେମିତି ଏକ ବିଦ୍ୟାଳୟ ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ୍ କିସିଣ୍ଡା ପଞ୍ଚାୟତରେ ଥିବା ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟ। ଏହି ବିଦ୍ୟାଳୟଟି ତା-୨୦/୦୭/୧୯୫୬ ମସିହାରେ ସ୍ଥାପିତ ହୋଇଛି। ପ୍ରଥମରୁ…
ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ନିମେନ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଚଳିତ ମାସ ଫେବୃଆରୀ ୧୦ ତାରିଖରେ ଜାତୀୟ କୃମିନାଶକ ଦିବସରେ ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ସମସ୍ତ ସରକାରୀ ଏବଂ ବେସରକାରୀ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ କୃମିନାଶକ ଆଲ୍ବେଣ୍ଡାଜୋଲ୍ ବଟିକା ଓ ସିରପ୍ ୧ ବର୍ଷରୁ ୧୯ ବର୍ଷର ପିଲାଙ୍କୁ ପ୍ରଦାନ କରାଯିବ। ଜିଲ୍ଲାରେ ମୋଟ୍ ୨,୨୯,୩୬୬ ଜଣ ପିଲାଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବାର ଧାର୍ଯ୍ୟ ଲକ୍ଷ୍ୟ ରହିଛି। ୧ ବର୍ଷରୁ ୩ ବର୍ଷର ଶିଶୁଙ୍କି ଅଙ୍ଗନଓ୍ବାଡି କେନ୍ଦ୍ରରେ ଆଲ୍ବେଣ୍ଡାଜୋଲ୍ ସିରଫ୍ ଦିଆଯିବ। ବିଦ୍ୟାଳୟ ଯାଉଥିବା ସମସ୍ତ ୬ ବର୍ଷରୁ ୧୯ ବର୍ଷ ଗାଟି ଲେଖାଏ ଆଲ୍ବେଣ୍ଡାଜୋଲ୍ ବଟିକା ଖାଇବେ। ସେହିପରି…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ତଥା ଜେଏସ୍ଡବ୍ଲୁ ଉତ୍କଳ ଷ୍ଟିଲ୍ ତରଫରୁ ଗଡକୁଜଙ୍ଗ ଅପଗ୍ରେଡ୍ ବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ଉତ୍ସବ ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି। ଏରସମା ବ୍ଲକ୍ ଅନ୍ତର୍ଗତ ଗଡକୁଜଙ୍ଗ ପଞ୍ଚାୟତରେ ଥିବା ଗଡକୁଜଙ୍ଗ ଉଚ୍ଚ ବିଦ୍ୟାଳୟରେ ଗତ ୩ ତାରିଖରୁ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଦ୍ୟାଳୟର ଅନୁରୋଧକୁ ରକ୍ଷା କରି କମ୍ପାନୀ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଟୋପି, ଖେଳ ଛତା ଓ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଟ୍ରଫି ସହ ଖେଳର ସମସ୍ତ ଆନୁସଙ୍ଗିକ ଜିନିଷ ପ୍ରଦାନ କରିଥିଲେ। ଏହି ଅବସରରେ କୁଜଙ୍ଗ ବ୍ଲକ୍ର ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଏରସମା ବ୍ଲକର ନୂଆଗାଁଠାରେ ଜେଏସ୍ଡବ୍ଲୁ ଏକ ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ଡ ଇସ୍ପାତ ପ୍ରକଳ୍ପ କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସଞ୍ଜୀବ ପାଣିଗ୍ରାହୀ ହେବେ ହାଇକୋର୍ଟ ବିଚାରପତି । ସଞ୍ଜୀବଙ୍କୁ ନିଯୁକ୍ତି ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଞ୍ଜୀବଙ୍କ ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସଞ୍ଜୀବ ପାଣିଗ୍ରାହୀ ଏବେ ସୁପ୍ରିମ୍କୋର୍ଟରେ ଆଇନଜୀବୀ ଅଛନ୍ତି। ସଞ୍ଜୀବଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ଜଜ୍ ସଂଖ୍ୟା 15କୁ ବୃଦ୍ଧି ହେବ । ସଞ୍ଜୀବ ପାଣିଗ୍ରାହୀ ଙ୍କ ଜନ୍ମ ବଲାଙ୍ଗୀର ରେ ଓ ସେ ଦୀର୍ଘ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମକୋର୍ଟ ରେ ଓକିଲାତି କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ସମେତ 14 ଜଣ ବିଚାରପତି ରହିଛନ୍ତି। ଗତ ମାସରେ ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତ ପାଇଛନ୍ତି ଆଇନଜୀବୀ ସାବିତ୍ରୀ ରଥ।
ନୂଆଦିଲ୍ଲୀ : ଆଜି ରାଜ୍ୟସଭାର ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସସ୍ମିତ ପାତ୍ର ଓଡ଼ିଆରେ ବିବୃତ୍ତି ରଖିଛନ୍ତି ଡ. ପାତ୍ର । ମାତୃଭାଷାରେ ଡ. ପାତ୍ର ବିବୃତ୍ତି ରଖିଥିବାରୁ ଭେଙ୍କେୟା ନାଇଡୁ ଖୁସି ପ୍ରକାଶ କରିବା ସହିତ ଉତ୍ତମ କହୁଛି ବୋଲି କହିବା ସହିତ ଧନ୍ୟବାଦ ଆପ୍କୋ ବୋଲି କହିଛନ୍ତି ଉପସଭାପତି ଭେଙ୍କେୟା ନାଇଡୁ । ସସ୍ମିତ ପାତ୍ର ରାଜ୍ୟରେ ମହାନଦୀ ପ୍ରସଙ୍ଗ ଉଠାଇ ଛତିଶଗଡ ପକ୍ଷରୁ ବେଆଇନ ବ୍ୟାରେଜ୍ ପ୍ରସଙ୍ଗକୁ ମଧ୍ୟ ଆଲୋଚନା କରିଛନ୍ତି । ଓଡ଼ିଶା ଜଳ ପାଇଁ ସଂଘର୍ଷ କରୁଥିବାବେଳେ ବେଆଇନ ବ୍ୟାରେଜ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି ବୋଲି କହିଛନ୍ତି ଡ. ପାତ୍ର । ସେହିପରି ପୋଲାଭରମ୍ ସମ୍ପର୍କରେ ମତ ରଖି ଏଥି ଯୋଗୁଁ 6 ହଜାର ଆଦିବାସୀ ପ୍ରଭାବିତ ହେବେ ବୋଲି କହିଛନ୍ତି ଡ. ପାତ୍ର । କେନ୍ଦ୍ର ସରକାର ତୁରନ୍ତ ଏହା ସମ୍ପର୍କରେ ପଦକ୍ଷେପ ନିଅନ୍ତୁ ବୋଲି…

