Author: Samikhsya Bureau

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଯୋଗୀ ସରକାର ନାମ ବଦଳାଇବାର ଅଭିଯାନ ଜାରି ରଖିଛନ୍ତି । ଏବେ ବସ୍ତୀ ଜିଲ୍ଲାର ନାମ ବଦଳାଇବାକୁ ଚେଷ୍ଟା କରୁଥିବାର ସୂଚନା ରହିଛି । ବସ୍ତୀ ଜିଲ୍ଲାର ନାମ ବଦଳାଇ ବଶିଷ୍ଠ ନଗର କରାଯିବା ନେଇ ସୂଚନା ମିଳିଛି । ଅଯୋଧ୍ୟା ଜିଲ୍ଲା ନିକଟରେ ବସ୍ତୀ ଜିଲ୍ଲା ଅବସ୍ଥିତ । ଜିଲ୍ଲା ପ୍ରଶାସନ ବସ୍ତୀର ନାମ ପରିବର୍ତ୍ତନ ନେଇ ରାଜସ୍ବ ବିଭାଗକୁ ପ୍ରସ୍ତାବ ପଠାଇଛନ୍ତି । ଏହି ନାମ ବଦଳାଇବା ପାଇଁ ଏକ କୋଟିଟଙ୍କାର ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ବହୁତ ଶୀଘ୍ର କ୍ୟାବିନେଟ୍‌ ନାମ ବଦଳାଇବାର ପ୍ରସ୍ତାବକୁ ମୋହର ଦେଇପାରେ। ପୂର୍ବରୁ ବସ୍ତୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ୍‌ ହୋଇ ବସ୍ତୀ ମେଡ଼ିକାଲ କଲେଜର ନାମ ମହର୍ଷି ବଶିଷ୍ଠଙ୍କ ନାମାନୁସାରେ ନାମିତ କରିବା ନେଇ ଘୋଷଣା କରିଥିଲେ । ମହର୍ଷି ବଶିଷ୍ଠ ଭଗବାନ ରାମଙ୍କର ଗୁରୁ ଥିଲେ । ମେଡିକାଲ କଲେଜର…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଜାପାନ ଟୋକିଓ ସହରର ଏକ ହୋଟେଲରେ ରୋଷେୟା କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍ ବାହାରୁଦ୍ଦିନ୍ । ରୋଷେଇ କରୁଥିବା ବେଳେ ଗ୍ୟାସ୍ ନିର୍ଗତ କାରଣରୁ ଶ୍ୱାସରୁଦ୍ଧ ହୋଇ ସେମାନେ ମୃତ୍ୟୁବରଣ କରିଥିଲେ । ପୁଅର ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ସେମାନଙ୍କ ଶବକୁ ଓଡ଼ିଶା ଆଣିବା ପାଇଁ ପରିବାର ଲୋକେ ଚିନ୍ତାରେ ପଡ଼ିଥିବା ବେଳେ ସହାୟତା ପାଇଁ ଆଗେଇ ଆସିଥିଲେ ‘ଓଡ଼ିଶା-ମୋ ପରିବାର’ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ଏବଂ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଜାପାନରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ମୃତ ଦୁଇ ଯୁବକଙ୍କ ଶବକୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି । ଆଜି ସକାଳୁ ବିମାନେଯୋଗେ ସେମାନଙ୍କ…

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବାବେଳେ ଏହି ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । 40ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ରହିଛନ୍ତି । ସମସ୍ତ ଗୁରୁତର ଯାତ୍ରୀମାନଙ୍କୁ ଏମକେସିଜି ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ପୋଲିସ୍‌ ବାହିନୀ ନିୟୋଜିତ ରହିଥିବାବେଳେ ଏହି ଅଘଟଣକୁ ସ୍ବୀକାର କରିଛନ୍ତି ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ । ଏକ ବାହାଘର ପ୍ରସେସନ୍‌ରେ ଏହି ବସ୍‌ଟି ଯାଉଥିବାବେଳେ ଏହି ଅଘଟଣ ଘଟିଛି ।

Read More

(200206) — QUEZON CITY, Feb. 6, 2020 (Xinhua) — Contestants pose onstage during the final screening of candidates for the Binibining PIlipinas (Miss Philippines) 2020 beauty pageant in Quezon City, the Philippines, Feb. 6, 2020. A total of 40 women were picked out of 56 contestants and will vie for the Binibining Pilipinas 2020 beauty pageant this year. (Xinhua/Rouelle Umali)

Read More

ଉତ୍ତରପ୍ରଦେଶ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଥିବାବେଳେ ଏବେ କେବଳ ଅପେକ୍ଷା ଆସନ୍ତା 11 ତାରିଖକୁ ନିର୍ବାଚନୀ ପରିଣାମ ପାଇଁ । ତେବେ ବୁଥ୍‌ ବାହୁଡା ମତରୁ ଜଣାପଡିଛି ଯେ, ପୁଣି ଥରେ ଦିଲ୍ଲୀରେ କେଜରୀଓ୍ବାଲ ସରକାର ବହୁ ମତ ପାଇ ସରକାର ଗଠନ କରୁଛନ୍ତି । ସେହିପରି ବିଜେପିକୁ ଆଶାଠାରୁ କମ୍‌ ଭୋଟ ମିଳୁଛି । ଏକଜିଟ୍‌ ପୋଲ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ। ଅଖିଳେଶ ଯାଦବ କହିଛନ୍ତି ଯେ, କେଜରୀଓ୍ବାଲ ବହୁମତ ନେଇ ସରକାରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଦିଲ୍ଲୀର ଜନତା ହିନ୍ଦୁ ମୁସଲମାନଙ୍କ ନାମରେ ନୁହେଁ ବରଂ ବିକାଶ ନାମରେ ଭୋଟ ଦେଇଛନ୍ତି । ଏବେ ବିଜେପି ଯେଉଁଠି ଯେଉଁଠି ନିର୍ବାଚନ ଲଢିବ, ସେଇଠି ସେଇଠି ହାରିବ । ବାରାବଙ୍କିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଖିଳେଶ ଏହା କହିଛନ୍ତି । ଚାଷୀ ପ୍ରସଙ୍ଗ ନେଇ ଆମେ ପୂରା…

Read More

NEW YORK, Feb. 7, 2020 (Xinhua) — Li Yalan, founder and creative director of Blancore, greets the audience at the end of Blancore’s show during the New York Fashion Week in New York, the United States, on Feb. 7, 2020. (Xinhua/Wang Ying/IANS)

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଛି । ବସ୍‌ରେ 40 ଜଣ ଯାତ୍ରୀ ରହିଥିବାବେଳେ ସମେସ୍ତ ଗୁରୁତର ରହିଛନ୍ତି । ବସ୍‌ ଭିତରେ ଥିବା କିଛି ଯାତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଥିବାର ସୂଚନା ମିଳିଥିଲେ, ଏଥରେ କେହି ମୃତ ହୋଇଥିବାର ଖବର ମିଳିପାରିନାହିଁ । ଗୁରୁତର ଯାତ୍ରୀମାନଙ୍କୁ ମେଡ଼ିକାଲ୍‌ ପଠାଯାଉଛି । ଘଟଣାସ୍ଥଳରେ 5ଟି ଆମ୍ବୁଲାନ୍ସ ପହଞ୍ଚିଥିବାର ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ୍‌ ନିୟୋଜିତ ରହିଛନ୍ତି ।

Read More

ମୁମ୍ବାଇ : ଅଭିନେତ୍ରୀ କୃତି ସାନୋନ୍‌ ଅପକମିଙ୍ଗ୍‌ ଫିଲ୍ମ ‘ମିମି’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଏହି ଫିଲଲ୍ମ ପାଇଁ କୃତି 15 କିଲୋ ଓଜନ ବଢାଇଛନ୍ତି । ଏହି ଫିଲ୍ମରେ କୃତି ଜଣେ ସରୋଗେଟ୍‌ ମଦର୍‌ ଭୂମିକାରେ ନଜର ଆସିବେ ।  ନିକଟରେ କୃତି ନିଜର ଏକ ପୁରୁଣା ଫଟୋକୁ ସେୟାର କରି ଲେଖିଛନ୍ତି ଯେ,  ନିଜ ଚରିତ୍ରକୁ ସଠିକ୍‌ ରୂପେ ଉପସ୍ଥାପନ କରିବା ପାଇଁ ଆମକୁ ନିଜ ଓଜନ ବଢାଇବାକୁ ପଡିଥାଏ । କିନ୍ତୁ ମୋତେ ମୋ’ ପୁରୁଣା ସେକ୍ସି ଚେହେରା ହିଁ ପସନ୍ଦ, ବହୁତ ଶୀଘ୍ର ମୁଁ ମୋ’ର ପୁରୁଣା ଲୁକ୍‌ରେ ନଜର ଆସିବି ।’  ଫିଲ୍ମଟିର ଶୁଟିଂର ପୂରା ହୋଇନଥିବାରୁ ଏବେ କୃତି ଏକ୍ସରସାଇଜ୍‌ କରିବେ ନାହିଁ ବୋଲି କହିଛନ୍ତି । ‘ମିମି’ ମରାଠୀ ଫିଲ୍ମ ‘ମଲା ଆଇ ଭାୟଚାଲ୍‌’ ଉପରେ ଆଧାରିତ । 2011ରେ ନିର୍ମିତ ଏହି ଫିଲ୍ଟି ସର୍ବଶ୍ରେଷ୍ଠ ଫିଲ୍ମ ଭାବେ ରାଷ୍ଟ୍ରୀୟ…

Read More

ଜଳେଶ୍ବର :  ବସ୍‌ରେ କରେଣ୍ଟ ଲାଗିଯାଇଥିବାବେଳେ ଦୁର୍ଘଟଣାର ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ୍‌ ଯାତ୍ରୀମାନେ ।  ମିଳିଥିବା ସୂଚନା ଅନୁସାରେ ବାରିପଦାରୁ ବାଲିଆପାଳ ଡଗରା ସମୁଦ୍ରକୂଳ ଯାଉଥିଲା ତୀର୍ଥଯାତ୍ରୀ ବସ୍‌ । ସମୁଦ୍ରକୂଳର 1 କିମି ପୂର୍ବରୁ 11 କେଭି ତା’ର ସଂସ୍ପର୍ଶରେ ଆସିଥିଲା ବସ୍‌ । କରେଣ୍ଟ ଝଟ୍‌କା ଖାଇ ବସ୍‌କୁ ପଛକୁ ଆଣି ଯାତ୍ରୀଙ୍କ୍ ବଞ୍ଚାଇଲେ ଡ୍ରାଇଭର । ବସ୍‌ରେ 11 କେଭି କରେଣ୍ଟ ଲାଗିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି 70 ଯାତ୍ରୀ। ମାତ୍ର ବସ୍‌ରେ ଥିବା ଜଣେ ଯାତ୍ରୀ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ବାଲିଆପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଡ୍ରାଇଭର୍‌ ଜଣକ ବ୍ୟାକ୍‌ କଲାବେଳେ ପଛରେ ଥିବା ବାଇକ୍‌ ଚାଳକ ଚାପି ହୋଇଯାଇଛନ୍ତି । ତେବେ ବସ୍‌ ଚକା ତଳୁ ବାଇକ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ବାଇକ୍‌ ଭାଙ୍ଗିଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବେଧଡକ ନିଶା କାରବାର ନେଇ ଚଢାଉ ଜୋର୍‌ଦାର୍‌ କରାଯାଇ  କଟକ ମଙ୍ଗୁଳି ଛକରୁ 7 ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ ଜବତ କରାଯାଇଛି । ନିଶା ସାମଗ୍ରୀ ସହିତ 4 ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ବାର୍ଡ । ନିଶା ସାମଗ୍ରୀ ଚାଲାଣରେ ବ୍ୟବହୃତ ହେଉଥିବା 2ଟି ଦାମୀ ଗାଡି ଜବତ କରାଯାଇଛି ।

Read More

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ବାଂଲାଦେଶ ଅଧିନାୟକ ଆକବର ଅଲୀ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଗତକାଲି ରାତିରେ ବର୍ଷା ହୋଇଥିବାରୁ ବୋଲରଙ୍କୁ ସହାୟତା ମିଳିବ ବୋଲି ଆକବର ଅଲୀ ପ୍ରକାଶ କରିଛନ୍ତି । ଏହି ମ୍ୟାଚ୍‌ ପାଇଁ ଭାରତ ହଟ୍‌ ଫେବ୍‌ରିଟ୍‌ ରହିଥିବା ବେଳେ ବାଂଲାଦେଶକୁ ମଧ୍ୟ ହେୟ ମନେ କରିବା ଅନୁଚିତ । ଭାରତୀୟ ଦଳ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନଥିବା ବେଳେ ବାଂଲାଦେଶ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦ୍ରୁତ ବୋଲର ହସନ ମୁରାଦଙ୍କ ସ୍ଥାନରେ ଅଭିଷେକ ଦାସଙ୍କୁ ଦଳରେ ସାମିଲ କରାଯାଇଛି । (ଏଜେନ୍ସି)

Read More

ଶ୍ରୀନଗର : ଜମ୍ମୁ କାଶ୍ମୀର ଉପତ୍ୟାକାରେ ପୁଣି ଥରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ଗତମାସରେ କାଶ୍ମୀର ଉପତ୍ୟାକାରେ 2ଜି ଇଣ୍ଟରନେଟ୍‌ ସେବା ଚାଲୁ କରାଯାଇଥିବା ବେଳେ ରବିବାର ପୁଣି ଥରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ସଂସଦ ଉପରେ ଆକ୍ରମଣକାରୀ ଅଫଜଲ୍‌ ଗୁରୁର ମୃତ୍ୟୁ ବାର୍ଷିକୀ ଅବସରରେ 2ଜି ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । ସେହିପରି ଶ୍ରୀନଗରର କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଯାଇଛି । ରବିବାରକୁ ଅଲ ପାର୍ଟି ହୁରିୟାତ୍‌ କନଫରେନ୍ସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ‘ପ୍ରେରଣା ଗ୍ରୀନ୍ ଆର୍ମି’ ଓ ‘ବୀର ମହାସଂଘ’ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜଲିଉଡ୍ ଚନ୍ଦନ ଆୱାର୍ଡ଼ ସମ୍ମାନ ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି  । ଏହି ଉତ୍ସବ ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ  ମନୋରଞ୍ଜନର ପୁରାତନ କଳା ଅପେରା ଜଗତର ଅଭିନେତା, ଅଭିନେତ୍ରୀ, ଲେଖକ, ମାଲିକ, ନିର୍ଦ୍ଦେଶକମାନଙ୍କର ଏକ ପରିଚିତ ପୁସ୍ତକ ‘ଅପେରା ଦର୍ପଣ’ ବହୁ ଶୀଘ୍ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରେରଣା ଗ୍ରୀନ୍ ଆର୍ମି’ ପକ୍ଷରୁ ପ୍ରକାଶ ପାଇବ ବୋଲି ପ୍ରକାଶ କରିଛନ୍ତି। ଏହି ସଭାରେ ଅତିଥି ରୂପେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ , ଆମେରିକୀୟ ନାଟ୍ୟକାର ଜନ୍ ହିମ୍‌ସ, ବିଶିଷ୍ଟ ପରିବେଶ ବିଜ୍ଞାନୀ ହୁପେନ୍ ନାଗରିକା, ଓଡ଼ିଶା ବୀର ମହାସଂଘରର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ଜାତୀୟ ସମରକଳା ମହାସଂଘର…

Read More

ନୂଆଦିଲ୍ଲୀ : 19 ବର୍ଷରୁ କମ୍‌ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର । କେବଳ ତେନ୍ଦୁଲକର ନୁହନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ଟର ଜରିଆରେ ସଚିନ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଦଳ ନିଜର ଚମତ୍କାର ଫର୍ମ ବଜାୟ ରଖି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରୁ ବୋଲି ମୁଁ କାମନା କରୁଛି ବୋଲି ସଚିନ୍‌ ଟ୍ବିଟ୍‌ କରିଛନ୍ତି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ଏକ ଭିଡିଓ ମେସେଜ୍‌ ଜରିଆରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Read More