Author: Samikhsya Bureau

ନୂଆଦିଲ୍ଲୀ : ଅଭିନେତ୍ରୀ ପାମେଲା ଏଣ୍ଡରସନ୍‌ ଓ ନିର୍ମାତା ଜନ୍‌ ପିଟର୍ସ ନିଜ ବୈବାହିକ ସମ୍ପର୍କର ମାତ୍ର 12 ଦିନ ପରେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।ଅଭିନେତ୍ରୀ ପାମେଲା କିଛି ଦିନ ତଳେ ପଞ୍ଚମ ଥର ପାଇଁ ବିବାହ କରିଥିବାବେଳେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ ପାମେଲା କହିଛନ୍ତି ଯେ, ଆମେ ଆମ ଜୀବନରେ ଜଣେ ଅନ୍ୟଜଣଙ୍କଠାରୁ କ’ଣ ଚାହୁଁଛୁ, ତାହାର ପୁର୍ନମୂଲ୍ୟାୟନ ନିମେନ୍ତ କିଛି ସମୟ ଅଲଗା ରହିବାକୁ ଚାହୁଁଛୁ । ଏହା ସହିତ ଅଭିନେତ୍ରୀ ଜଣକ କହିଛନ୍ତି ଯେ, ଜୀବନ ଏକ ଯାତ୍ରା ଅଟେ ଏବଂ ପ୍ରେମ ଏକ ପ୍ରକ୍ରିୟା । ଯଦିଓ ପିଟର୍ସଙ୍କ ବହୁତ ପୂର୍ବରୁ ଜାଣିଛନ୍ତି ,ତେବେ ତାଙ୍କ ସହିତ ସମସ୍ତ ସମୟ କାଟିବା ପାଇଁ ଆଉ ଟିକେ ଭାବିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଅଭିନେତ୍ରୀ ଜଣକ ।   52 ବର୍ଷୀୟା ଏହି ଅଭିନେତ୍ରୀଜଣକ ନିଜଠାରୁ 20 ବର୍ଷ ବଡ…

Read More

ଗ୍ରେଟର ନୋଏଡା : ଗ୍ରେଟର ନୋଏଡାଠାରେ ରବିବାର ଦିନ ଏକ ବଡଧରଣର ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ ମଲ୍‌ରୁ ଚାରିଜଣ ଶ୍ରମିକ ଖସି ପଡିଛନ୍ତି, ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ମଲ୍‌ରେ ନିରାପଦ ଉପକରଣଗୁଡିକର ଅଣଦେଖା କାରଣରୁ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ସୂଚନାଯୋଗ୍ୟ, ଗତ ଚାରି ତାରିଖରେ ଉତ୍ତରପ୍ରଦେଶର ଝାଁସୀ ଠାରେ ପାଚେରୀ ଭୁଶୁଡି ପଡିବାର ପାଚେରୀ ତଳେ 5ଜଣ ଶ୍ରମିକ ଦବି କରି ମୃତ୍ୟୁବରଣ କରିଥିଲେ। (ଏଜେନ୍ସି)

Read More

ମଧ୍ୟପ୍ରଦେଶ : ବିବାହ ପରେ ବର କନ୍ୟାକୁ ନେଇ ନିଜ ଘରକୁ ଯାଇଥାଏ । କିନ୍ତୁ ବିବାହ ପରେ ବର ଥାନାରେ ପହଞ୍ଚିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡ୍‌ ଅଞ୍ଚଳରେ । କନ୍ୟା ବଦଳ ନେଇ ବର ଜଣକ ବିବାହ ପରେ ଥାନାରେ ଯାଇ ଅଭିଯୋଗ କରିଛନ୍ତି ।ମଧ୍ୟପ୍ରଦେଶ ଭିଣ୍ଡ୍‌ ଜିଲ୍ଲାରେ ବିବାହରେ କନ୍ୟା ବଦଳ କରାଯାଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି । ବିବାହ ପରେ ବର ଓ ତାଙ୍କ ପରିବାର ପୋଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ୍‌ ଏହି ମାମଲାର ତଦନ୍ତ ଜାରି ରଖିଛି । ଭିଣ୍ଡ୍‌ ଜିଲ୍ଲାର ଗୋହଦ୍‌ ବିକାଶଖଣ୍ଡ କ୍ଷେତ୍ରରେ ଜାନୁଆରୀ 16ତାରିଖରେ ଏକ ବିବାହ ହୋଇଥିଲା । ଏହି ବିବାହରେ ବର ତଥା ବରଘରର ପରିବାର କନ୍ୟା ବଦଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ବିବାହ ପୂର୍ବରୁ ଯେଉଁ ଝିଅକୁ ସେମାନେ ପସନ୍ଦ କରିଥିଲେ,…

Read More

ବେ ଓଭାଲ୍‌ : ଭାରତ ବିଦେଶୀ ମାଟିରେ ନ୍ୟୁଜିଲାଣ୍ଡ ବନାମ ଭାରତର ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ  କ୍ଲିନ ସୁଇପ କରି ଇତିହାସ ରଚିଛି । ନ୍ୟୁଜିଲାଣ୍ଡର ମାଉଣ୍ଟ ମାଉଙ୍ଗାନୁଇଠାରେ ଖେଳାଯାଇଥିବା ଟିଟ୍ବେଣ୍ଟି ସିରିଜ୍‌ରେ ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୭ ରନ୍‌ରେ ହରାଇଛି । ଆଜି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୬ ରନ୍ କରି ପରାସ୍ତ ହୋଇଛି। ଚଳିତ ମ୍ୟାଚ୍‌ରେ ଭାରତ ତରଫରୁ ଅଧିନାୟକ ରୋହିତ୍‌ ଶର୍ମା (୬୦) ରନ୍‌ କରିଥିବାବେଳେ  ଲୋକେଶ ରାହୁଲ୍‌ ୪୫ ଓ ଶ୍ରେୟସ୍‌ ୩୩ ରନ୍‌ କରିଛନ୍ତି । ସେହିପରି ନ୍ୟୁଜିଲାଣ୍ଡ ତରଫରୁ  ରସ୍‌ ଟେଲର୍‌ (୫୩) ଓ ଟିମ୍‌ ଶିର୍ଫଟ୍‌ ୫୦ ରନ୍‌ କରିଛନ୍ତି । ଏହି ମ୍ୟାଚ୍‌ରେ ଭାରତୀୟ ବୋଲର୍‌ ବୁମରାହ ମାତ୍ର…

Read More

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଶାହୀନବାଗ୍‌ଠାରେ ସିଏଏ ଓ ଏନ୍‌ଆରସିକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଦିନ ଜଣେ ନାବାଳିକ ଜାମିଆଠାରେ ସର୍ବସମ୍ମୁଖରେ ଗୁଳି ଚଳାଇଥିବାବେଳେ, ଏଥିରେ ଜଣେ ଛାତ୍ର ଆହତ ହୋଇଥିଲେ । ସେହିପରି ଶନିବାର ଦିନ ଏପରି ଏକ ଘଟଣା ଶାହୀନ୍‌ବାଗ୍‌ଠାରେ ମଧ୍ୟ ଦେଖିବାକୁ ମିଳିଥିଲା । ସିଏଏକୁ ନେଇ ବିରୋଧ  ସାରା ଭାରତବର୍ଷରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳୁଛି । ତେବେ ହିଂସାକାଣ୍ଡ ଯୋଗୁଁ ସାଧାରଣ ଲୋକେ ଭୟଭୀତ ହେବା ସହିତ ବିବ୍ରତ ହୋଇପଡୁଛନ୍ତି । ଦେଶରେ ଏପରି ଏକ ଅବସ୍ଥାରେ ଆମ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଏପରି ହିଂସାକାଣ୍ଡକୁ ନେଇ ଦୁଃଖ ଜଣାଇବା ସହିତ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଏହି କ୍ରମରେ ଅଭିନେତ୍ରୀ ସୋନମ୍‌ କପୁର୍‌ ଟୁଇଟ୍‌ କରି ହିଂସା ନ କରିବାକୁ ଅପିଲ୍‌ କରିଛନ୍ତି । ଭାରତରେ ଏପରି କିଛି ଘଟିବ ବୋଲି…

Read More

ନୂଆଦିଲ୍ଲୀ : ଚୀନ୍‌ରେ ବେଶ୍‌ ଭୟଙ୍କର ଭାବେ ପ୍ରଭାବ ବିସ୍ତାର କରୁଥିବା କରୋନା ଭାଇସର୍‌ କାରଣରୁ ଭାରତ ଚାଇନା ନାଗରିକଙ୍କ ଇ-ଭିସା ବାତିଲ୍‌ କରିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ସାମୟିକ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍‌ରେ 250ରୁ ଅଧିକ ଜୀବନ ଯାଇଥିବାବେଳେ 14 ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏହା କେବଳ ଚୀନ୍‌ ନୁହେଁ, ଚୀନ୍‌ ସମେତ 18ଟି ଦେଶକୁ ଏହା ବ୍ୟାପୁଥିବାର ଜଣାପଡିଛି । ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏହି ବିଷୟରେ ଏକ  ଆଡଭାଇଜରୀ ଜାରି କରି କୁହାଯାଇଛି, କିଛି ଘଟଣାକୁ ଆଖି ଆଗରେ ରଖି ଇ-ଭିସା ଜରିଆରେ ଭାରତ ଗସ୍ତ ସାମୟିକ ଭାବେ ବାତିଲ କରାଯାଇଛି। ଏନେଇ ଚୀନ୍‌ରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‌ ଜରିଆରେ ଜଣାଇ ଦିଆଯାଇଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟଙ୍କୁ ଚୀନ୍‌ରୁ ସ୍ବଦେଶ ଫେରାଇ  ଅଣାଯାଇଛି । କେରଳରେ ମଧ୍ୟ କୋରାନ୍‌…

Read More

ନୂଆଦିଲ୍ଲୀ : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଆମ ଆଦମୀ ପାର୍ଟି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ପୂରା ଦମ୍‌ରେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । ବିଜେପି ନିଜର ଷ୍ଟାର ପ୍ରଚାରକଙ୍କୁ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ଲଗାଇଛି । ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ମଧ୍ୟ ରହିଛି । ତେବେ ଯୋଗୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆପ୍‌ ଦାବି କରିବା ସହିତ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ତାଙ୍କ ନାମରେ ଏଫଆଇଆର୍‌ କରାଯିବା ନେଇ ମଧ୍ୟ ଦାବି କରିଛି । ସୂଚନାଯୋଗ୍ୟ, ଦିଲ୍ଲୀରେ ନିର୍ବାଚନୀ ରାଲିରେ ବିଜେପି ନେତା ବହୁ ବିବାଦୀୟ ବୟାନବାଜି କରୁଥିବାର ନଜର ଆସିଛି । ନିକଟର ଅନୁରାଗ ଠାକୁର୍‌ ମଧ୍ୟ ବିବାଦୀୟ ନାରା ଦେଇଥିବାବେଳେ ତାଙ୍କ ଉପରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ…

Read More

ହାଇଦ୍ରାବାଦ: କରୀନା କପୁର୍‌ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ ନିକଟରେ ଡିଜାଇନ୍‌ର ମନୀଷ୍‌ ମାଲହୋତ୍ରାଙ୍କ ପାଇଁ ରାମ୍ପ୍‌ ଓ୍ବାର୍କ କରିଛନ୍ତି । ହ୍ବାଇଟ୍‌ ଓ ସିଲିଭର୍‌ ଆଉଟଫିଟ୍‌ରେ ଦୁଇଜଣଙ୍କ ରୟାଲ୍‌ ଲୁକ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗିଛି । ଏହି ଶୋ’ଟି ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୀଷ୍‌ ମାଲହୋତ୍ରା ସମର ଓ୍ବେଡିଂ କଲକେସନ୍‌ 2020କୁ ପ୍ରେଜେଣ୍ଟ କରିଥିଲେ । ମନୀଷ୍‌ଙ୍କ ଶିମରୀ ଟ୍ରାଡିସନାଲ୍‌ ଡ୍ରେସ୍‌ କରୀନା ଓ କାର୍ତ୍ତିକ ବେଶ୍‌ ସୁନ୍ଦର ଲାଗୁଥିଲେ । ଏହି ଶୋ’ରେ କରୀନା କପୁର୍‌ ମନୀଷ୍‌ ମାଲହୋତ୍ରାଙ୍କ ଶୋ’ ଟପ୍ପର ରହିଥିଲେ। କରୀନାଙ୍କ ରୟାଲ୍‌ ଲୁକ୍‌ ସାଙ୍ଗକୁ ନୂଆ ହେୟାର ଷ୍ଟାଇଲ୍‌ କରୀନାଙ୍କୁ ବେଶ୍‌ ଆକର୍ଷଣୀୟା କରିଥିଲା । ସେହିପରି କାର୍ତ୍ତିକ ହ୍ବାଇଟ୍‌ କୁର୍ତ୍ତା ଓ ପାଇଜାମାରେ ବହୁତ ହ୍ୟାଣ୍ଡସମ୍‌ ଲାଗୁଥିଲେ। ରାମ୍ପ୍‌ରେ ଦୁହିଁଙ୍କର ଭିନ୍ନ ଭିନ୍ନ ପୋଜ୍‌ର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ତେବେ ଦୁହେଁ…

Read More

New Delhi: Protesters sit in the pose of Mahatma Gandhi’s three wise monkeys during a demonstration against the Citizenship Amendment Act (CAA) 2019, National Register of Citizens (NRC) and National Population Register (NPR), at Jamia Nagar in New Delhi on Jan 31, 2020. (Photo: IANS)

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିଲାଣି । ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆଜି କଂଗ୍ରେସ ଦଳ ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ସୁଭାଷ ଚୋପ୍ରା, ଦଳର ନେତା ଆନନ୍ଦ ଶର୍ମା ଓ ଅଜୟ ମାକନ୍‌ଙ୍କ ଉପସ୍ଥିତିରେ କଂଗ୍ରେସ ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କରିଛି। କଂଗ୍ରେସ ଏହି ଘୋଷଣାପତ୍ରରେ 300 ୟୁନିଟ୍‌ ମାଗଣା ବିଜୁଳି ଦେବାର ପ୍ରତିଶ୍ରୁତି ଦେଇଛି । ଏହା ସହିତ ଯୁବା ସ୍ବାଭିମାନ ଯୋଜନା ଆଧାରରେ ସ୍ନାତକ ଯୁବକଙ୍କୁ ମାସିକ ପାଞ୍ଚ ହଜାର ଟଙ୍କାର ବେରୋଜଗାରୀ ଭତ୍ତା ଦେବା ପାଇଁ ଘୋଷଣା କରିଥିବାବେଳେ ସ୍ନାତକୋତ୍ତର ଯୁବକଙ୍କ ପାଇଁ 7,500ଟଙ୍କା ଭତ୍ତାର ଘୋଷଣା କରିଛି । କଂଗ୍ରେସ ଦିଲ୍ଲୀରେ 100 ଇନ୍ଦିରା କ୍ୟାଣ୍ଟିନ୍‌ ଖୋଲିବାର ମଧ୍ୟ ପ୍ରତିଶ୍ରୁତି ରଖିଛି । ଏହି କ୍ୟାଣ୍ଟିନ୍‌ରେ 15 ଟଙ୍କାରେ…

Read More

ବେ ଓଭାଲ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖମଳାର ନିର୍ଣ୍ଣାୟକ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 163 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଓପନିଂ କରୁଥିବା ସାମସନ୍‌-ରାହୁଲ କ୍ରିଜ୍‌ରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ସାମସନ୍‌ ମାତ୍ର 2 ରନ୍‌ କରି ନିଜର ଓ୍ବିକେଟ୍‌ ଫୋପାଡିଥିବା ବେଳେ ତୃତୀୟ ଓ୍ବିକେଟ୍‌ରେ ରାହୁଲ୍‌ ଏବଂ ରୋହିତ 88 ରନ୍‌ ଯୋଡିଥିଲେ । ରାହୁଲ୍‌ ନିଜର ଚମତ୍କାର ଫର୍ମ ବଜାୟ ରଖି 33ଟି ବଲ୍‌ରୁ 45 ରନ୍‌ ସଂଗ୍ରହ କରିଥିଲେ । ଏହା ମଧ୍ୟରେ 4ଟି ଚୌକା ଏବଂ 2ଟି ଛକ୍କା ସାମିଲ ଥିଲା । ଅଧିନାୟକ ରୋହିତ ଶର୍ମା 41 ବଲ୍‌ରୁ 60 ରନ୍‌ ସଂଗ୍ରହ କରିଥିଲେ । ନିଜ ଇନିଂସରେ ରୋହିତ 3ଟି ଲେଖାଏଁ ଛକ୍କା ଏବଂ ଚୌକା ମାରିଥିଲେ । ବିପଜ୍ଜନକ ପାଲଟି ଆସୁଥିବା ବେଳେ ଆହତ ହୋଇ ରୋହିତ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବି ରବି ସିଂଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରିଛନ୍ତି । ଜଣେ ପ୍ରତିଭାଶାଳୀ ତଥା ବିପ୍ଳବୀ କବି ରୂପରେ ପରିଚିତ ରବି ସିଂଙ୍କ ମୃତ୍ୟରେ ଓଡ଼ିଆ ଆଧୁନିକ ସାହିତ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କହିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଲୋକପ୍ରିୟ କବି ରବି ସିଂଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ଓଡ଼ିଆ ସାହିତ୍ୟ ପ୍ରତି କବିଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Read More

ସମୀକ୍ଷା ବ୍ୟୁରୋ ଚଳିତ ବଜେଟ୍‌ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠୁ ଦୀର୍ଘ ସମୟ ବଜେଟ୍‌ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ଶନିବାର ଦିନ ବଜେଟ୍‌ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ 2 ଘଣ୍ଟା 41 ମିନିଟ୍‌ରେ ଲମ୍ବା ଭାଷଣ ଦେଇଛନ୍ତି, ଯାହା ବଜେଟ୍‌ ଇତିହାସରେ ସବୁଠୁ ଲମ୍ବା ଭାଷଣ । 2019 ମସିହାରେ ଅର୍ଥମନ୍ତ୍ରୀ 2 ଘଣ୍ଟା 17 ମିନିଟ୍‌ ପର୍ଯ୍ୟନ୍ତ ବଜେଟ୍‌ ଭାଷଣ ଦେଇଥିବାବେଳେ ଚଳିତ ବର୍ଷ ସବୁଠାରୁ ଦୀର୍ଘ ବଜେଟ୍‌ ଭାଷଣ ଦେଇ ନିଜ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଏତେ ଦୀର୍ଘ ଭାଷଣ ଦେବାପରେ ବି ବଜେଟ୍‌ର ଶେଷ ଦୁଇ ପୃଷ୍ଠାକୁ ପଢି ପାରିନାହାନ୍ତି ଅର୍ଥମନ୍ତ୍ରୀ । 2014ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ 2 ଘଣ୍ଟା 10 ମିନିଟ୍‌ରେ ବଜେଟ୍‌ ଭାଷଣ ପଢିଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ବନ୍ତ ସିଂହ 2003ରେ ପାଖାପାଖି ଦୁଇ ଘଣ୍ଟା 13 ମିନିଟ୍‌ର ବଜେଟ୍‌ ଭାଷଣ ପଢିଥିଲେ…

Read More

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍‌କୁ ନିରାଶାଜନକ ବୋଲି ଅଭିହିତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଶନିବାର ଉପସ୍ଥାପିତ ହୋଇଥିବା ବଜେଟ୍‌କୁ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବଢିଆ ରେଟିଂ ଦିଆଯାଇଥିବା ବେଳେ ଚିଦାମ୍ବରମ୍‌ ଏହାକୁ ସମାଲୋଚନା କରିଛନ୍ତି । ସରକାରଙ୍କ ପକ୍ଷରୁ ଆଗତ ବଜେଟ୍‌ ବିତର୍କର ବିଷୟ ବୋଲି ଚିଦାମ୍ବରମ୍‌ କହିଛନ୍ତି । ସେହିପରି ସାମ୍ବାଦିକଙ୍କ ପକ୍ଷରୁ ବଜେଟ୍‌କୁ କିପରି ରେଟ୍‌ କରାଯିବ ବୋଲି ପ୍ରଶ୍ନର ଉତ୍ତର ରଖିଥିଲେ ଚିଦାମ୍ବରମ୍‌ । ମୋ ନିକଟରେ ଦୁଇଟି ସଂଖ୍ୟା ଅଛି । 0 ଏବଂ 1, ଆପଣଙ୍କ ସୁବିଧା ଅନୁସାରେ ଆପଣ ରେଟ୍‌ କରନ୍ତୁ । ବର୍ତ୍ତମାନ ବଜାରରେ ନିବେଶ ଜରୁରୀ ହୋଇଥିବା ବେଳେ ସରକାର ଏଲ୍‌ଆଇସି ଏବଂ ଆଇଡିବିଆଇ ବିକ୍ରି କରିବାର ନିଷ୍ପତ୍ତି ନେଇଛନ୍ତି । ସେହିପରି ମାନ୍ଦାବସ୍ଥା ସମୟରେ ସରକାରଙ୍କ ପକ୍ଷରୁ 6ରୁ 6.5ର ଅଭିବୃଦ୍ଧି ହାର ହାସ୍ୟାସ୍ପଦ ବୋଲି ଚିଦାମ୍ବରମ୍‌ କହିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍‌ଆରସି)କୁ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶିବସେନାର ମୁ୍ଖପାତ୍ର ସାମ୍ନାରେ ଏକ ସାକ୍ଷାତକାରରେ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ‘ନାଗରିକତା ସଂଶୋଧନ ଅଧିନିୟମ’ (ସିଏଏ) ନାଗରିକତା ଛଡାଇବା ପାଇଁ ନୁହେଁ, ଏହା ନାଗରିକତା ଦେଇଥାଏ । ଯଦି ଏନ୍‌ଆରସି ଲାଗୁ କରାଯିବ, ତେବେ ହିନ୍ଦୁ ଓ ମୁସଲମାନ ଦୁହିଁଙ୍କ ପାଇଁ ନାଗରିକତା ପ୍ରମାଣ କରିବା ବହୁତ କଷ୍ଟକର ହେବ । ମୁଁ ଏପରି କରିବାକୁ ଦେବି ନାହିଁ ବୋଲି ଉଦ୍ଧବ କହିଛନ୍ତି । ଏହା ପୂର୍ବରୁ ଲୋକସଭାରେ ଶିବସେନା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ସମର୍ଥନ କରିଥିଲେ । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଅଧିନିୟମର ସାମ୍ବଧାନିକ ବୈଧତାକୁ ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ମୋଦି ସରକାର ଏହି ଆଇନ ସମ୍ପର୍କରେ କହିଛନ୍ତି ଯେ, ପାକିସ୍ତାନ, ଆଫଗାନିସ୍ଥାନ ଓ ବଙ୍ଗଳାଦେଶରେ ରହିଥିବା ତଥା ନିର୍ଯାତିତ…

Read More

ନୂଆଦିଲ୍ଲୀ : ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ଖାଦ୍ୟ ତାଲିକାର ପ୍ରଥମ ସ୍ଥାନରେ ରହିଛି ବିରିୟାନୀ । 2019ରେ ଗୁଗୁଲ୍‌ରେ କରାଯାଇଥିବା ବିଭିନ୍ନ ସର୍ଚ୍ଚକୁ ନେଇ ଏହି ତଥ୍ୟ ପ୍ରକାଶ ପାଇଛି । ସମୁଦାୟ 4.56 ଲକ୍ଷ ଥର ଚିକେନ୍‌ ବିରିୟାନୀ ସର୍ଚ୍ଚ କରାଯାଇଛି । ସେହିପରି ଅନ୍ୟ ଖାଇବା ମଧ୍ୟରେ ବଟର ଚିକେନ୍‌, ସମୋସା, ଚିକେନ୍‌ ଟିକ୍କା ମସାଲା, ଦୋସା ଏହି ତାଲିକାରେ ପଛକୁ ପଛ ରହିଛି । ଏସ୍‌ଇଏମ୍‌ ରସ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି । ପଞ୍ଜାବୀଙ୍କ ପ୍ରିୟ ଖାଦ୍ୟ ବଟର ଚିକେନ୍‌ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ବଟର ଚିକେନ୍‌କୁ 4 ଲକ୍ଷ ଥର ସର୍ଚ୍ଚ କରାଯାଇଛି । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ସମୋସା । ଉତ୍ତର ଭାରତର ପ୍ରିୟ ସ୍ନାକ୍ସ ସମୋସାକୁ 3.9 ଲକ୍ଷ ଲୋକ ସର୍ଚ୍ଚ କରିଛନ୍ତି । ଦକ୍ଷିଣ ଭାରତୀୟ…

Read More

କୋଲକତା : ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀର ଶାହିନବାଗ୍‌ ପରି କୋଲକାତାର ସର୍କସ୍‌ ମଇଦାନଠାରେ 60 ମୁସଲିମ୍‌ ମହିଳା ସିଏଏକୁ ଧାରଣାରେ ବସିଛନ୍ତି । ରବିବାର ଧାରଣାରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ମହିଳା ଜଣକ ହାର୍ଟଆଟାର୍କରେ ମୃତ୍ୟୁବରଣ କରୁଥିବାର ଜଣାପଡିଛି । ବିଗତ 26 ଦିନ ଧରି ସଂଶୋଧିତ ନାଗରିକତା ଆଇନ ବିରୋଧରେ କଲିକତାଠାରେ 60 ଜଣ ମୁସଲିମ୍‌ ମହିଳା ଅନିଶ୍ଚିତ କାଳ ପାଇଁ ଧାରଣାରେ ବସିଛନ୍ତି । ମହିଳାମାନେ ଧାରଣା କରୁଥିବା ସ୍ଥଳକୁ ‘କଲିକତାର ଶାହୀନ୍‌ ବାଗ୍‌’ ବୋଲି କୁହାଯାଉଛି । ଏହି ବିରୋଧ ପ୍ରଦର୍ଶନରେ ଗୃହିଣୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ମହିଳାମାନେ ମଧ୍ୟ ସାମିଲ୍‌ ରହିଛନ୍ତି । ମହିଳା ଜଣକ ମୃତ୍ୟୁ ପରେ ବି ଧାରଣା ଜାରି ରହିଛି । ତେବେ ଏହି ଧାରଣାରତ ମହିଳାମାନେ କୌଣସି ରାଜନୈତିକ ସମୂହ ସହ ଜଡିତ ନୁହନ୍ତି । ସେମାନେ…

Read More

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଡିଏସ୍‌ପି ଦବିନ୍ଦର ସିଂଙ୍କ ଆତଙ୍କମୀ ଲିଙ୍କ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ଜମ୍ମୁ କାଶ୍ମୀରର ସୋପିଆଁରେ ଚଢାଉ କରାଯାଇଛି । ଶନିବାର ଏନ୍‌ଆଇଏର 20 ଜଣିଆ ଟିମ୍‌ ଜମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଆଜି ଚଢାଉ କରାଯାଇଛି । ଦବିନ୍ଦର ସିଂଙ୍କୁ ପଚରା ଉଚୁରା ସମୟରେ ହାସଲ କରାଯାଇଥିବା କିଛି ତଥ୍ୟ ଆଧାରରେ ଏହି ଚଢାଉ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଦୁଇ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହିତ ଜମ୍ମୁ କାଶ୍ମୀର ଡିଏସ୍‌ପି ଦବିନ୍ଦର ସିଂଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Read More