ବେ ଓଭାଲ୍ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଭାରତ ପକ୍ଷରୁ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ 4 ଟି20ରେ ବିଜୟୀ ହୋଇ ଭାରତ 4-0ରେ ଅଗ୍ରଣୀ ରହିଛି । (ଏଜେନ୍ସି)
Author: Samikhsya Bureau
କାନ୍ବେରା : ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର 103 ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ 7ଟି ବଲ୍ ପୂର୍ବରୁ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 49 ରନ୍ ଏବଂ 4 ଓ୍ବିକେଟ ପାଇଁ ଏଲିସ୍ ପେରୀଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ 35 ରନ୍ ସଂଗ୍ରହ କରିଥିବା ବେଳେ ହରମନ୍ପ୍ରୀତ୍ କୌର୍ 28 ରନ୍ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ୍ ପେରୀ 13 ରନ୍ରେ 4ଟି ଏବଂ ଟାଲ୍ୟା ଭାଲେମିଙ୍କ 13 ରନ୍ରେ 3ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ଏଲିସ୍ ପେରୀଙ୍କ 49 ଏବଂ ଆସ୍ଲେଘ୍ ଗାର୍ଡନରଙ୍କ 22 ରନ୍ ବଳରେ 6 ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲେ । ଏଲିସ୍ ପେରୀଙ୍କୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଖି ବୁଜିଲେ ବିପ୍ଳବୀ କବି ରବି ସିଂ । ଏକଧାରାରେ ଜଣେ କବି,ସାମ୍ବାଦିକ ଏବଂ ରାଜନେତା ରହିଥିବା ଶ୍ରୀ ସିଂଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । 1961 ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ 2017ରେ ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ଏହି ବିପ୍ଲବୀ କବି ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । କଟକ ନୂଆପଡ଼ା ସ୍ଥିତ ବାସଭବନରେ ରବିବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରବି ସିଂ । ପଥପ୍ରାନ୍ତର କବିତା, ଚରମ ପତ୍ର, ଶିଥୀଳ ବଳ୍ଗ, ଲାଲ ପାଗୋଡାର ପ୍ରେତ, ଭୃକୁଟି, ବିଦୀର୍ଣ୍ଣ ପରି କବିତା ପାଇଁ ଶ୍ରୀ ସିଂ ପରିଚିତ ଥିଲେ । 1948 ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ 1953 ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ ।
ନୂଆଦିଲ୍ଲୀ : ଚୀନ୍ରେ ରହିଥିବା 323 ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି । 323 ଜଣ ନାଗରିକଙ୍କୁ ନେଇ ଭାରତ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିଛି । ଚୀନ୍ରେ ଏହି ଭାଇରସ୍ ପ୍ରଭାବରେ 300ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବା ସହିତ 9000ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । 323 ଜଣ ନାଗରିକଙ୍କ ମଧ୍ୟରେ 7 ଜଣ ମାଳଦ୍ବୀପ ନାଗରିକ ରହିଥିବା ଜଣାପଡିଛି । ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ନାବାଳକ ଏବଂ 211 ଜଣ ଛାତ୍ର ରହିଛନ୍ତି । ଏହା ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ କୋରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି ।
ନୂଆଦିଲ୍ଲୀ : ନକଲି ପାସପୋର୍ଟ ଏବଂ ଆଧାର କାର୍ଡ ସହିତ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରାଯାଇଛି । ବାରଣାସୀର ପାସପୋର୍ଟ ଅଫିସରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଆଫଗାନ ନାଗରିକଙ୍କ ନାମ ଇବାଦତଉଲ୍ଲା ଆଲିଆସ୍ ଆବିଦ୍ ବୋଲି ଜଣାପଡିଛି । ବାରଣାସୀର ମହମୁରଗଞ୍ଜରେ ପାସପୋର୍ଟ ପାଇଁ ଉକ୍ତ ଯୁବକ ଜଣକ ନକଲି ଆାଧାର କାର୍ଡ ଦେଖାଇଥିଲେ । ଆଜମଗଡର ଫୁଲପୁର ପୋଲିସ୍ ଥାନା ପକ୍ଷରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଆବିଦ୍ ଶନିବାର ଅପରାହ୍ନରେ ଅନ୍ଲାଇନ୍ରେ ପାସପୋର୍ଟ ଆବେଦନ ପାଇଁ ଚେଷ୍ଟା କରିଥିଲେ । ମାତ୍ର ହିନ୍ଦି ଏବଂ ଇଂରାଜୀରେ କହି ପାରୁନଥିବାରୁ ଦୋକାନୀ ଜଣକ ତାଙ୍କୁ ପାସପୋର୍ଟ ଅଫିସ୍କୁ ପଠାଇଥିଲେ । ବ୍ୟବହାର ସନ୍ଦେହଜନକ ଲାଗିବାରୁ ପାସପୋର୍ଟ ଅଫିସ୍ ପକ୍ଷରୁ ପୋଲିସ୍କୁ ଖବର ଦିଆଯାଇଥିଲା । (ଏଜେନ୍ସି)
ଥିରୁଅନନ୍ତପୁରମ : କେରଳର ଦ୍ବିତୀୟ କୋରୋନା ଭାଇରସ୍ ରୋଗୀ ଚିହ୍ନଟ ହୋଇଛି । ତିନି ଦିନ ପୂର୍ବରୁ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ଦ୍ବିତୀୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କେରଳ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂକ୍ରମିତ ଉପରେ କଡା ନଜର ରଖାଯାଇଛି । ପୂର୍ବରୁ ଗୁରୁବାର ଦିନ ଚୀନ୍ର ୟୁହାନ୍ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରଙ୍କ ଠାରେ ଗୁରୁବାର ଦିନ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : ଗତକାଲି ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍କୁ ମିଶ୍ର ପ୍ରତିକ୍ରିୟା ମିଳିଥିବା ବେଳେ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଏହାକୁ ପ୍ରଶଂସା କରାଯାଇଛି । ଚଳିତ ବର୍ଷର ବଜେଟ୍କୁ ସି ଭୋଟର ପକ୍ଷରୁ 7.7ର ରେଟିଂ ପ୍ରଦାନ କରାଯାଇଛି । 2013ରେ ୟୁପିଏ ସରକାର ଅମଳରେ ଉପସ୍ଥାପିତ ବଜେଟ୍କୁ ସର୍ବନିମ୍ନ 4.4 ରେଟିଂ ମିଳିଥିବା ବେଳେ 2014ର ବଜେଟ୍କୁ 4.8 ରେଟିଂ ମିଳିଥିଲା । ଏହା ମୋଦି ସରକାରଙ୍କ ଦ୍ବାରା ଉପସ୍ଥାପିତ ବଜେଟ୍ର ମଧ୍ୟ ସର୍ବଶ୍ରେଷ୍ଠ ରେଟିଂ । ଏହା ପୂର୍ବରୁ 2015ର ବଜେଟ୍କୁ 6.6 ରେଟିଂ ମିଳିଥିଲା । ପରବର୍ତ୍ତୀ ବର୍ଷ ଗୁଡିକରେ ଏହି ରେଟିଂ ଯଥାକ୍ରମେ 6.3, 5.2 ଏବଂ 4.7କୁ ହ୍ରାସ ପାଇଥିଲା । (ଏଜେନ୍ସୀ)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ପୁଷ୍ପାଞ୍ଜଳି ବେହେରା ବୋଲି ଜଣାପଡିଛି। ମହିଳା ଜଣଙ୍କ ବିଷ ପିଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ବେହେରା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବାଣପୁର ପୋଲିସ୍ ପକ୍ଷରୁ କେସ୍ ନମ୍ବର ୦୧/୨୦ଦାୟର କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଗମ୍ଭରିମୁଣ୍ଡା ଫାଣ୍ଡି ଅଧିକାରୀ ମୁରଲୀଧର ବଳିୟାରସିଂହ ଏହି ମାମଲାର ତଦନ୍ତ କରୁଛନ୍ତି। ପରବର୍ତ୍ତୀ ସମୟରେ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବାରୁ ପୋଲିସ୍ ଦେବେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ଗମ୍ଭାରିମୁଣ୍ଡା ପଞ୍ଚାୟତର ମହାନ୍ତି ଗାଁର ପୁଷ୍ପାଞ୍ଜଳି ପନ୍ଦର ବର୍ଷ ତଳେ ତୋରସିଂ ନିବାସୀ ଦେବେନ୍ଦ୍ର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ…
କେଦାର ମିଶ୍ର ଗତକାଲି ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦ୍ଵିତୀୟ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କଲେ। ଦେଶର ଅର୍ଥନୈତିକ ସଙ୍କଟ ସମୟରେ ଯେଉଁ ବଜେଟ ଆସେ ତାକୁ ନେଇ ଅନେକ ଉଦବିଗ୍ନତା ଓ ଆଶଙ୍କା ରହିଥାଏ। ହେଲେ ନିର୍ମଲାଙ୍କ ବଜେଟକୁ ନେଇ ନା ଆଶା ଅଛି, ନା ରହିଛି ଏହାକୁ ପରଖି ଦେଖିବାର କୌଣସି ଆଗ୍ରହ। ୧୯୯୨ ପରେ କୌଣସି ପ୍ରକାର ଆଗ୍ରହ ସୃଷ୍ଟି କରିପାରିନଥିବା ବଜେଟ ବୋଲି ଏହାକୁ କୁହା ଯାଇପାରେ। ତେଣୁ ବଜେଟ ବିଷୟରେ ଏଥର ଯେଉଁ କେତୋଟି କେତୋଟି କଥା ବିଶେଷ ଚର୍ଚ୍ଚା ହେଉଛି, ତାହା ବିଶେଷ ଗାଲୁଗପ। ସେଥିରେ ଅର୍ଥନୀତି ବା ରାଜନୀତିର ଗାମ୍ଭୀର୍ୟ ନାହିଁ। ତେବେ ଏ ବଜେଟକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଖବର ବିଷୟରେ ଭାବିବା ଆସନ୍ତୁ- ୧. ସଂସଦର ଇତିହାସରେ ଏହା ଥିଲା ସବୁଠୁ ଦୀର୍ଘ ବଜେଟ ଅଭିଭାଷଣ। ଏପରିକି ୧୯୯୨ର ଅର୍ଥନୀତିର ଆମୂଳଚୂଳ ପରିବର୍ତ୍ତନ…
ବେ ଓଭାଲ୍ : ଆଜି ବେ ଓଭାଲ୍ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ । ଏହି ମ୍ୟାଚ୍ରେ ବିଜୟୀ ହୋଇ ଭାରତ ଶୃଙ୍ଖଳା ହ୍ବାଇଟ୍ଓ୍ବାସ୍ର ଲକ୍ଷ୍ୟ ରଖିଥିବା ନ୍ୟୁଜିଲ୍ୟାଣ୍ଡ ନିଜର ସମ୍ମାନ ବଞ୍ଚାଇବାର ଚେଷ୍ଟା କରିବ । ଅନ୍ତିମ ଦୁଇ ମ୍ୟାଚ୍ ସୁପର ଓଭରକୁ ଯାଇଥିବାରୁ ଏହି ମ୍ୟାଚ୍ ମଧ୍ୟ ରୋମାଞ୍ଚକର ରହିବା ନେଇ ଆଶା କରାଯାଉଛି । ଏହି ମ୍ୟାଚ୍ ପାଇଁ ଭାରତ କୋହଲି ଏବଂ ରାହୁଲଙ୍କୁ ବିଶ୍ରାମ ଦେଇ ପାରେ । ସେହିପରି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମ୍ସନ୍ ଏହି ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଡାରିଲ୍ ମିଚେଲ୍ଙ୍କୁ ବାହାରେ ବସିବାକୁ ପଡିବ ।
ସମୀକ୍ଷା ବ୍ୟୁରୋ କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ * ଆୟ- ୨୨.୪୬ ଲକ୍ଷ କୋଟି ଟଙ୍କା * ବ୍ୟୟ-୩୦.୪୨ ଲକ୍ଷ କୋଟି ଟଙ୍କା * ଜିଡିପି ଅଭିବୃଦ୍ଧି ୧୦% ରହିବା ଅନୁମାନ * ବିତିୟ ନିଅଂଟ ୩.୫% ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକର ପ୍ରଥମ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ବଜେଟରେ କେତେକ ଯୁଗାନ୍ତକାରୀ ସଂସ୍କାର ସହ ସ୍ୱଳ୍ପମିଆଦୀ, ମଧ୍ୟମମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ ଏହିପରି :- ବଜେଟର ତିନୋଟି ମୁଖ୍ୟ ଆଧାର ହେଲା – * ଆଶାବାଦୀ ଭାରତ – ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟ, ଶିକ୍ଷା ଓ କର୍ମସଂସ୍ଥାନ । * ସମସ୍ତଙ୍କ ପାଇଁ ଅର୍ଥନୈତିକ ବିକାଶ – “ସବକା ସାଥ, ସବକା ବିକାଶ,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାରମ୍ବାର ବିରୋଧ ସତ୍ତ୍ୱେ ଇସ୍କନର ଅଦିନିଆ ରଥଯାତ୍ରା କରିବା ଜଗନ୍ନାଥପ୍ରେମୀ ତଥା ସମସ୍ତ ହିନ୍ଦୁ, ଓଡ଼ିଆଙ୍କ ଧାର୍ମିକ ପରମ୍ପରାକୁ ଭଙ୍ଗ କରିବାକୁ ଇସ୍କନ ଯେଉଁ ପ୍ରୟାସ କରୁଛି ତାହାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ତୀବ୍ର ନିନ୍ଦା କରିଛି । ଆଜି ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଇସ୍କନର ଏଭଳି କ୍ୱଚିତ୍, କଦାକାର ଓ ହୀନ ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଯଦି ଇସ୍କନ ଏଭଳି କାର୍ଯ୍ୟ ପୁନରାୟ କରେ, ତେବେ ପାଇକ ମହାସଂଘ ଓଡ଼ିଶାରେ ଥିବା ସମସ୍ତ ଇସ୍କନ କାର୍ଯ୍ୟାଳୟରେ ଚାବି ପକାଇବା ସହିତ ଇସ୍କନ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ସଂଗ୍ରାମ କରିବ । ଯଦି ଇସ୍କନ ଏହି ଅପସଂସ୍କୃତିକୁ ନିଜର ଭୁଲ୍ ଭାବି କ୍ଷମା ମାଗିବା ସହିତ ଏହି କାର୍ଯ୍ୟରୁ ନିବୃତ୍ତ ନରୁହେ ତେବେ ଏହା ବିରୁଦ୍ଧରେ ସଂଗ୍ରାମ ହେବ ବୋଲି ପାଇକ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରରେ ଏକ ନାବାଳକ ଯୌନ ନିର୍ଯାତନ ଘଟଣା ସାମ୍ନାକୁ ଆସିଛି। ନାବାଳକ ଜଣକ ଗୁରୁତର ଭାବରେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି। ବାଣପୁର ଗାଁର ଦୁଇ ଜଣ ନାବାଳକ ଉକ୍ତ ନାବାଳକକୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କ ବୟସ ୧୪ ଏବଂ ୧୬ ବର୍ଷ ବୋଲି ଜଣାପଡିଛି। ଅଭିଯୋଗ ପରେ ବାଣପୁର ପୋଲିସ୍ କେସ୍ ନମ୍ବର ୩୮/୨୦ ଅନୁସାରେ ମାମଲାର ତଦନ୍ତ କରିଥିଲେ। ପୋଲିସ ପକ୍ଷରୁ ଆଇପିସିର ଧାରା ୩୭୭, ୫୦୬, ୩୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏସ୍ଆଇ ଦିଗବିଜୟ ବିଶ୍ବାଳ ଏହି ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସ୍ଆଇ ବିଶ୍ଵାଳ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦୁଇ ମାସ ହେବ ଧମକ ଚମକ ଦେଇ ନାବାଳକକୁ ଉଭୟ ଅଭିଯୁକ୍ତ ଅପ୍ରାକୃତିକ ଯୌନ…
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି । ଶନିବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଜଷ୍ଟିସ୍ ସୁରେଶ କୁମାର କେତ୍ ଏହି ମାମଲାର ବିଚାର କରିଛନ୍ତି । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ ଜଣେ ବ୍ୟକ୍ତିଙ୍କୁ ରଖିବା ଅମାନବିକ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତିଙ୍କ ନିକଟରେ ଯୁକ୍ତି ରଖିଥିଲେ । ମୁକେଶର ଫାଶୀ ପାଇବା ରାସ୍ତା ପ୍ରଶସ୍ତ ହୋଇଥିବା ବେଳେ ପଓ୍ବନ୍ ପକ୍ଷରୁ ରାଜକ୍ଷମା କିମ୍ବା କ୍ୟୁରେଟିଭ୍ ଯାଚିକା ଦାଖଲ କରାଯାଇନାହିଁ । ଏହି ଦୁଇ ଜଣଙ୍କୁ ଅଲଗା ଫାଶୀ ଦିଆ ଯାଇପାରିବ ବୋଲି ମେହେଟ୍ଟା ଯୁକ୍ତି କରିଥିଲେ । ସେହିପରି ଶୁକ୍ରବାର ଦିନ ରାୟ ପ୍ରଦାନ ସମୟରେ କୋର୍ଟ ବନ୍ଦୀ ଅଧିନିୟମ 834ର ଉଲ୍ଲଂଘନ କରିଛନ୍ତି ବୋଲି ମେହେଟ୍ଟା ପ୍ରକାଶ କରିଛନ୍ତି ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶନିବାର ଆଗତ କେନ୍ଦ୍ରୀୟ ବଜେଟ୍କୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ରେ ଆଗତ କିଛି ଯୋଜନାକୁ ନବୀନ ପ୍ରଶଂସା କରିଥିବା ବେଳେ କିଛି ଯୋଜନାରେ ସୁଧାରର ପ୍ରସ୍ତା ଦେଇଛନ୍ତି । ଶୀତଳ ଭଣ୍ଡାର ସମ୍ବନ୍ଧୀୟ କୃଷି ରେଲ ଏବଂ କୃଷି ଉଡାନ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । ପିଏମ୍ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ପାଇଁ ଓଡିଶା ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏହାକୁ ହ୍ରାସ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ୟାଙ୍କ ବୀମା ରାଶି ପରିମାଣ 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଏବଂ ନୂତନ ଶିକ୍ଷାନୀତି ଓ ଶିକ୍ଷା କ୍ଷେତ୍ରରେ ଏଫ୍ଡିଆଇକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କେନ୍ଦ୍ରୀୟ ବଜେଟ୍ର…
ସମୀକ୍ଷା ବ୍ୟୁରୋ ଆଜିର ସମୟରେ ଶବ୍ଦର ଯେଉଁ ପ୍ରଚଣ୍ଡ ଶକ୍ତି ରହିଛି ତାକୁ ଭାରତ ସମେତ ପୃଥିବୀର ବହୁ ରାଜନେତାମାନେ ଦୁରୁପଯୋଗ କରି ମଣିଷ ସମାଜକୁ ବିଭ୍ରାନ୍ତ କରୁଛନ୍ତି। ମଣିଷ ସମାଜକୁ ଏହି ସଙ୍କଟରୁ ରକ୍ଷା କରିବା ସାହିତ୍ୟର ପ୍ରଥମ ଧର୍ମ ବୋଲି ବିଶିଷ୍ଟ ଗୁଜରାଟୀ କବି ତଥା ନାଟ୍ୟକାର ଶୀତାଂଶୁ ଯଶଶ୍ଚନ୍ଦ୍ର କହିଛନ୍ତି। “ଶିକ୍ଷା ଓ ଅନୁସନ୍ଧାନ” ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ପ୍ରଥମ ସାହିତ୍ୟ ଉତ୍ସବରେ ଭିତ୍ତି ବକ୍ତବ୍ୟ ରଖି ପ୍ରଫେସର ଯଶଶ୍ଚନ୍ଦ୍ର ଶବ୍ଦ ଓ ଅର୍ଥକୁ ନେଇ ଆଜିର ରାଜନୀତି ଭୟଙ୍କର ଭାବରେ ମଣିଷ ଭିତରେ ବିଦ୍ଵେଷ ସୃଷ୍ଟି କରୁଛି ବୋଲି କହିଥିଲେ। ସୋଆ ବିଶ୍ଵ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ଦେଶର ଶତାଧିକ ଖ୍ୟାତନାମା ଲେଖକ ଓ କଳାକାର ଯୋଗଦାନ କଇଛନ୍ତି। ଫେବ୍ରୁଆରି ୧ ଓ ୨ ତାରିଖ, ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଛି।…
ନୂଆଦିଲ୍ଲୀ : ଶନିବାର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯାଇଥିବା ବେଳେ ବୈଷୟିକ ସଶକ୍ତୀକରଣ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ଯେପରିକି ଗୁଗୁଲ, ଫେସ୍ବୁକ୍, ଟିକ୍ଟକ୍, ବିଭିନ୍ନ ମେଲ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଗୁଡିକ ଭାରତୀୟ ସର୍ଭରରେ ନିଜର ସମସ୍ତ ତଥ୍ୟ ଷ୍ଟୋର କରିବେ । ତଥ୍ୟ ଗୁଡିକ ଦେଶ ମଧ୍ୟରେ ଗଚ୍ଛିତ ରଖାଯିବ । ଭାରତ ନେଟ୍ ଯୋଜନା ଜରିଆରେ ଦେଶର ଏକ ଲକ୍ଷ୍ୟ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଏହା ସହିତ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନଓ୍ବାଡି, ପୋଷ୍ଟ ଅଫିସ୍ ଏବଂ ପୋଲିସ୍ ଥାନାରେ ମଧ୍ୟ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଦେଶରେ ସ୍ମାର୍ଟ ପ୍ରିପେଡ ମିଟର ଲଗାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ଏଆଇ ଏବଂ ଏମ୍ଏଲ୍ ପ୍ରଣୟନ କରାଯିବ । ଆଧାର ଅନୁଯାୟୀ ସିଧାସଳଖ ପ୍ରଦାନ କରାଯିବ । ଆଧାର କାର୍ଡ ଥିଲେ ଅନ୍ୟ କୌଣସି ଯାଞ୍ଚ ବ୍ୟତିରେକ…
କାବୁଲ : ଆଫଗାନିସ୍ତାନରେ 11 ଜଣ ତାଲିବାନୀ ଆତଙ୍କୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ ଉରୁଜ୍ଗାନ୍ରେ ଆଫଗାନୀ ସେନା ପକ୍ଷରୁ ଏହି ଏନ୍କାଉଣ୍ଟରରେ 11 ତାଲିବାନୀ ଆତଙ୍କୀ ନିହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଥିବା ଜଣାପଡିଛି । ନିକଟରେ ଆଫଗାନ ପୋଲିସ୍ ବେସ୍ ଉପରେ ଆକ୍ରମଣ ପ୍ରତିବାଦରେ ଏନ୍କାଉଣ୍ଟର କରାଯାଇଥିଲା । ଏହି ଏନ୍କାଉଣ୍ଟରରେ 11 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । 5 ଜଣ ସୈନ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)
ନୂଆଦିଲ୍ଲୀ : ଶାହିନବାଗରେ ପ୍ରତିବାଦକାରୀଙ୍କ ଉପରକୁ ଗୁଳିଚାଳନା । ଜାତୀୟ ରାଜନୀତିରେ ଗୁଳି ଚଳାଇବା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ଜାମିଆରେ ପ୍ରତିବାଦକାରୀଙ୍କ ଉପରକୁ ଗୁଳିଚାଳନାର ଦୁଇ ଦିନ ପରେ ଆଜି ଶାହିନ୍ବାଗରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗୁଳିଚାଳନାକାରୀ ଜଣକ ବନ୍ଧୁକ କାଢି ଉପରକୁ ଗୁଳିଚାଳନା କରିଥିଲେ । ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ୍ ପକ୍ଷରୁ ତୁରନ୍ତ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ନାମ ପ୍ରକାଶ କରାଯାଇନଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ ଦିଲ୍ଲୀ ଡିସିପି ଚିନ୍ମୟ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି । (ଏଜେନ୍ସୀ)
ମୁମ୍ବାଇ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ପାଣ୍ଡ୍ୟାଙ୍କ ପିଠିରେ ହୋଇଥିବା ସର୍ଜରୀର ପରୀକ୍ଷଣ ପାଇଁ ଲଣ୍ଡନ ଗସ୍ତ କରିବା ପରେ ଶନିବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅସ୍ଥିଶଲ୍ୟ ବିଶେଷଜ୍ଞ ଜେମ୍ସ ଆଲିବୋନ୍ଙ୍କୁ ଭେଟିବା ପାଇଁ ହାର୍ଦ୍ଦିକ ଲଣ୍ଡନ ଗସ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପାଣ୍ଡ୍ୟା ଏବଂ ବୁମ୍ରା ଏକତ୍ର ଆହତ ହୋଇଥିବା ବେଳେ ଉଭୟ ଏନ୍ସିଏରେ ନିଜର ଚିକିତ୍ସା କରାଇବା ପରିବର୍ତ୍ତେ ବ୍ୟକ୍ତିଗତ ଭାବରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓଙ୍କ ନିକଟରେ ଚିକିତ୍ସା କରାଇଥିଲେ । ଏହାପରେ ଏନ୍ସିଏ ପକ୍ଷରୁ ଉଭୟଙ୍କ ଫିଟ୍ନେସ୍ ଟେଷ୍ଟ ନିଆଯାଇନଥିଲା । ଏହାପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ହସ୍ତକ୍ଷେପ ପରେ ଏନ୍ସିଏ ଉଭୟଙ୍କ ଫିଟନେସ୍ ପରୀକ୍ଷଣ କରିଥିଲେ । ପାଣ୍ଡ୍ୟାଙ୍କ ସହିତ ଏନ୍ସିଏ ଫିଜିଓ ଆଶିଷ କୌଶିକ୍ ଏହି ଗସ୍ତରେ ରହିଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍ରେ ଦିଲ୍ଲୀକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀକୁ ବିଜେପି ପକ୍ଷରୁ ଗୁରୁତ୍ବ ଦିଆଯାଇନାହିଁ । ଦିଲ୍ଲୀ ବାସୀ ବଜେଟ୍ରୁ ଅନେକ କିଛି ଆଶା ରଖିଥିବା ବେଳେ ସରକାର ଦିଲ୍ଲୀ ବାସୀଙ୍କ ଆଶା ମୁତାବକ କିଛି ବି ବଜେଟ୍ରେ ଆଣିନାହାନ୍ତି । ଦିଲ୍ଲୀ ବିଜେପି ନେତାଙ୍କ ପାଇଁ ଗୁରୁତ୍ବ ବହନ କରୁନଥିବାରୁ ଦିଲ୍ଲୀ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ଦିଲ୍ଲୀ ପୌରପାଳିକା ନିଗମ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଧିକ ଅର୍ଥ ଦାବି କରାଯାଇଥିବା ବେଳେ କେନ୍ଦ୍ର ସରକାର ନିରାଶ କରିଛନ୍ତି ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି ।

