Author: Samikhsya Bureau

ମହାରାଷ୍ଟ୍ର : ମହାରାଷ୍ଟ୍ରର ଜଲ୍‌ଗାଓ୍ବଁଠାରେ ମାନବତାର ଏକ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ରେଳ ବିଭାଗର ଲୋକୋ ପାଇଲଟ୍‌ ଓ ଗାର୍ଡଙ୍କ ମାନବିକତା ଏକ ଉଦାହରଣ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ପ୍ୟାସେଞ୍ଜର୍‌ ଟ୍ରେନ୍‌ରୁ ଖସି ପଡି ଆହତ ହୋଇଥିବା ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଟ୍ରେନ୍‌ ଚାଳକ ଓ ଗାର୍ଡ ପଦକ୍ଷେପ ନେବା ସହିତ ଟ୍ରେନ୍‌କୁ ରୋକି ଦୁଇ କିଲୋମିଟର ପଛକୁ ଯାତ୍ରା କରି ଆହତଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି। ଘଟଣାଟି ଜଲ୍‌ଗାଓଁ ଜିଲ୍ଲାର ପାଚରା ଓ ମହେଜି ରେଲ୍‌ଓ୍ବ ଷ୍ଟେସନ୍‌ ମଧ୍ୟରେ ହୋଇଥିବାର ସୂଚନା ରହିଛି । ଦେବଲାଲୀ-ଭୁସାବଲ୍‌ ପାସେଞ୍ଜର୍‌ ଟ୍ରେନ୍‌ ଷ୍ଟେସନ୍‌ ତରଫରୁ ଆସୁଥିବାବେଳେ ଟ୍ରେନ୍‌ର ଗାର୍ଡ ଜଣକ ଯାତ୍ରୀଙ୍କ ଖସି ପଡ଼ିବା ନେଇ ଟ୍ରେନ୍‌ ଚାଳକଙ୍କୁ ସୂଚନା ଦେଇଥିଲେ । ସୂଚନା ମିଳିବା କ୍ଷଣି ଟ୍ରେନ୍‌ ଚାଳକ ଟ୍ରେନ୍‌କୁ ରୋକିବା ସହିତ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍‌କୁ ପଛକୁ ନେଇଥିଲେ । ପରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭାଇରସ ଭୟଙ୍କର ଭାବେ ନିଜ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଆକ୍ରାନ୍ତ ହୋଇଥିବା ରୋଗୀ ମୃତ୍ୟୁ ସଂଖ୍ୟା ଏବେ ୬୩୦ରେ ପହଞ୍ଚିଛି । ଓଡ଼ିଶାରେ କରୋନା ମୁକାବିଲା ପାଇଁ ସ୍କୁଲଗୁଡ଼ିକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ଓଡ଼ିଶାରେ କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ପିଲାମାନେ ସାନିଟାଇଜରରେ ହାତ ଧୋଇବେ, ରୁମାଲ ଦେଇ ଛିଙ୍କିବେ, କାଶିବେ, ସକାଳ ପ୍ରାର୍ଥନା କ୍ଲାସରେ ପିଲାଙ୍କୁ ଏସବୁ ନେଇ ସଚେତନ କରିବାକୁ ସ୍କୁଲଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଗାଇଡ଼ଲାଇନ ପିଲାମାନଙ୍କୁ ସଠିକ ଅବଗତ କରାଯିବାକୁ ବିଇଓ, ଡିଇଓ ଅନୁଧ୍ୟାନ କରିବେ । ଓଡ଼ିଶାରେ କରୋନା ଆକ୍ରାନ୍ତ ନାହାଁନ୍ତି ଓ ସ୍ଥିତି ନିୟନ୍ତ୍ରଣରେ ରହିଛି ।…

Read More

ଦୁବାଇ : ଯୁବକ ଜଣକ ସେକ୍ସ କରିବାକୁ ମନା କରିବାରୁ ତାଙ୍କୁ ଚାରି ଜଣ ମାଡ ମାରି ଘାଇଲା କରିଛନ୍ତି । ଏପରିକି ତାଙ୍କର ହାଡ଼ ଭାଙ୍ଗିଯାଇଛି । ଏହି ଘଟଣାରେ ପୋଲିସ୍‌ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁବାଇର ଏକ ମସାଜ୍‌ ପାର୍ଲରରେ ମସାଜ୍‌ ନାମରେ ଦେହ ବ୍ୟବସାୟ ଚାଲୁଥିବାବେଳେ ଜଣେ ବ୍ୟକ୍ତି ସେକ୍ସ କରିବାକୁ ମନା କରିବା ତାଙ୍କୁ ବେଶ୍‌ ମହଙ୍ଗା ପଡିଛି । ସୂଚନାଯୋଗ୍ୟ, ଦୁଇବାର ଏକ ଫ୍ଲାଟ୍‌ରେ ମସାଜ୍‌ ପାଲର୍ର ଚଳାଇବା ନାମରେ ଅଭିଯୁକ୍ତମାନେ ସେଠାରେ ଦେହ ବ୍ୟବସାୟ ଚାଲୁ ରଖିଥିଲେ । ଜଣେ ବ୍ୟକ୍ତି ସେହି ପାର୍ଲରକୁ ମସାଜ କରିବା ପାଇ ଯାଇଥିଲେ । ମସାଜ ପାଇଁ ମଧ୍ୟ ଟଙ୍କା ଜମା କରିଦେଇଥିଲେ । ବ୍ୟକ୍ତି ଜଣକ ଯେତେବେଳେ ମସାଜ୍‌ କରିବାକୁ ଭିତରକୁ ଗଲେ, ତାଙ୍କୁ କପଡା ବଦଳାଇବା ପାଇଁ ଟାଓ୍ବେଲ୍‌ ମଧ୍ୟ ଦିଆଗଲା ନାହିଁ । ଏହା ପରେ ଜଣେ ମହିଳା…

Read More

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଶୁଣାଣୀ ଆସନ୍ତା 11 ତାରିଖରେ ହେବ । ଚାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ନେଇ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ । ଶୁଣାଣି ଘୁଞ୍ଚାଇବା ସହ ଚାରି ଦୋଷୀଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି କୋର୍ଟ ।  ପୂର୍ବରୁ କେନ୍ଦ୍ରର ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିସାରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଫେବ୍ରୁଆରି 5ରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କୁ 7 ଦିନ ସମୟ ଦେଇଥିଲେ। ସପ୍ତାହକ ଭିତରେ ଯାହାବି ଆଇନଗତ ପ୍ରକ୍ରିୟା ବାକି ରହିଛି ତାହା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଚାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କୋର୍ଟ ମନା କରିଦେଇଥିଲେ। କୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍‌ କରିଛନ୍ତି କେନ୍ଦ୍ର ସରକାର।

Read More

ୟୁଏଇ : ୟୁଏଇ ନିଜ ଅଧିବାସୀଙ୍କୁ ପାରମ୍ପରିକ ଅଭିବାଦନ ତଥା ଏସ୍କିମୋ କିସ୍‌ ଉପରେ ନିଷେଧାଜ୍ଞା ଜାରି କରିଛି । ୟୁଏଇର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ନାକରେ ନାକକୁ ଘଷି କିସ୍‌ କରିବା ଉପରେ ନିଷେଧାଜ୍ଞା ଲଗାଇଛି । ୟୁଏଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଏପରି କରିବା ନିମେନ୍ତ ନିର୍ଦ୍ଦେଶ ଜାରି କରିଛି । କରୋନା ଭାଇରସ୍‌ ଏବେ ଭୟଙ୍କର ହୋଇଥିବାବେଳେ ଏଥିରେ 600ରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କଲେଣି । ଚୀନ୍‌ର ବୁହାନ ସହର ଛଡା ଅନ୍ୟ ଦେଶକୁ ମଧ୍ୟ ଏହି ରୋଗ ସଂକ୍ରମିତ ହେବାରେ ଲାଗିଛି । ଏହି ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ 2ରୁ 14 ଦିନ ମଧ୍ୟରେ ଏହାର ପ୍ରାଥମିକ ଲକ୍ଷଣ ମଧ୍ୟ ସ୍ପଷ୍ଟ ହୋଇପାରିନାହୁଁ । ୟୁଏଇରେ ସାଧାରଣରେ ଜଣେ ଅନ୍ୟଜଣଙ୍କୁ ସାକ୍ଷାତ କରିବା ସମୟରେ ନାକକୁ ନାକ ଘଷିକୁ ପାରମ୍ପରିକ ଅଭିବାଦନ ଜଣାଇଥା’ନ୍ତି ।…

Read More

ସମୀକ୍ଷା ବ୍ୟୁରୋ କୃଷ୍ଣପ୍ରସାଦ : ରାଜନୈତିକ ବିବାଦରୁ ୩୦ଟି ପରିବାରର ନିଆଁ ପାଣି ବନ୍ଦ କରାଯାଇଛି । ଘଟଣାଟି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗ୍ରାମର । ଗାଁରୁ ବାସନ୍ଦ ଯୋଗୁଁ ଆଜି କୃଷ୍ଣପ୍ରସାଦ ତହସିଲ ଅଫିସ୍ ଆଗରେ ୩୦ଟି ପରିବାର ଧାରଣା ଦେଇଛନ୍ତି। ପ୍ରାୟ ୧୮୦ରୁ ଅଧିକ ଲୋକ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ତେବେ ରାଜନୈତିକ ସ୍ଵାର୍ଥ ପାଇଁ ୩୦ଟି ପରିବାରକୁ ବାସନ୍ଦ କରାଯାଇଥିବା କାରଣରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍ ଶୀଘ୍ର ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। 28 ବର୍ଷ ଧରି ତାଙ୍କୁ ଏକ ବିଶେଷ ରାଜନୈତିକ ଦଳକୁ ଭୋଟ୍‌ କରିବାକୁ ବାଧ୍ୟ କରାଯାଉଥିଲା । ଯେବେ ସେମାନେ ଭୋଟ କରିବାକୁ ବିରୋଧ କଲେ, ସେବେଠାରୁ ତାଙ୍କୁ ନିର୍ଯାତନା ଦିଆଯାଇଛି । ସେମାନେ ଏହି ମାମଲାର ସମାଧାନ ନ ହେଲେ ଆନ୍ଦୋଳନର ପଛକୁ…

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର: ଜଣେ କର୍ତ୍ତବ୍ୟନିଷ୍ଠ ହୋମଗାର୍ଡ଼କୁ ପ୍ରତିକୂଳ ପାଗରେ ନିଜର କର୍ତ୍ତବ୍ୟ ସଂପାଦନ କରିଥିବାରୁ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଗତଦିନ ବ୍ରହ୍ମପୁରରେ ପ୍ରବଳ ବର୍ଷା ସତ୍ତ୍ୱେ ହୋମ୍‌ଗାର୍ଡ଼ ଏସ୍ ଚନ୍ଦ୍ରଶେଖର କମାପଲ୍ଲୀ ଛକରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଭିଡ଼ିଓଟି ଭାଇରାଲ୍ ହୋଇଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ ସେ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ କରଥିବାରୁ ତାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଇଥିଲା । ଆଜି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ବ୍ରହ୍ମପୁର ପୋଲିସ୍ ଜିଲ୍ଲା ମୁଖ୍ୟାଳୟରେ ଚନ୍ଦ୍ରଶେଖରଙ୍କୁ ତାଙ୍କର କର୍ତ୍ତବ୍ୟନିଷ୍ଠ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଚନ୍ଦ୍ରଶେଖରଙ୍କୁ ମୁଖ୍ୟମନ୍ତ୍ରୀ  ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଟ୍ରାଫିକ୍ ଡ଼ିଏସ୍‌ପି ସାର୍ଥକ ରାଏ ତାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଏଭଳି କର୍ତ୍ତବ୍ୟ ନିଷ୍ଠ କର୍ମଚାରୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।

Read More

ସମୀକ୍ଷା ବ୍ୟୁରୋ ଶରଣକୁଳ: ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ହେଉଛି ଶରଣକୁଳ। ଏଠାରେ ମହାଦେବ ଲଡୁବାବା ଅବସ୍ଥିତ ଥିବାବେଳେ ଏହି ଅଞ୍ଚଳଟି ବେଶ୍‌ ଲୋକପ୍ରିୟ। ଏହା ଜିଲ୍ଲା ସଦର ମହକୁମା ନୟାଗଡ଼ ଠାରୁ ୦୯ କି.ମି. ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ୮୨.୬ କି.ମି. ଦୂରରେ ଅବସ୍ଥିତ। ଏହି ଅଞ୍ଚଳରେ ୪ଟି ହାଇସ୍କୁଲ, ଗୋଟିଏ ମହାବିଦ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି। ତେବେ ଏଠାରେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି ବ୍ୟାଙ୍କ ସମସ୍ୟା। ଏଠାରେ ଷ୍ଟେଟ୍‌ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌, କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ଶିଖରପୁରଠାରେ ସିଣ୍ଡିକେଟ୍‌ ବ୍ୟାଙ୍କକୁ ମିଶାଇ ଚାରୋଟି ବ୍ୟାଙ୍କ ରହିଛି। ଏଠାରେ ବ୍ୟାଙ୍କ ରହିଥିବା ସତ୍ତ୍ବେ  ଉପଯୁକ୍ତ ବ୍ୟାଙ୍କ ସେବା ନ ପାଇ ନାନା ହଇରାଣ ହେଉଛନ୍ତି ଲୋକେ। ଏହି ସମସ୍ତ ବ୍ୟାଙ୍କରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି। ବ୍ୟାଙ୍କର…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଓଡ଼ିଶାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପାଗ କୋହଲା ରହିଛି। ଆସନ୍ତା 9ତାରିଖ ଯାଏଁ ବର୍ଷା ଲାଗି ରହିବ । ଆସନ୍ତା ଦୁଇରୁ ତିନ ଦିନ ପର୍ଯ୍ୟନ୍ତ କୋହଲା ପାଗରୁ ନିସ୍ତାର ମିଳିବ ନାହିଁ। ଆସନ୍ତା 10 ତାରିଖ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଛାଡ଼ି ପାଗ ଶୁଖିଲା ରହିବା ସମ୍ଭାବନା ରହିଛି।  ଏହାପରେ ଶୀତ ବଢିବ ବୋଲି ସମ୍ଭାବନା ରହିଛି ।  ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ବର୍ଷା ହେବା ସମ୍ଭାବନା ରହିଛି । 30ରୁ 40 କିମି ବେଗରେ ପବନ ବହିବ । ବର୍ଷା ସହ  କୁଆପଥର ପଡ଼ିବା ସମ୍ଭାବନା  ରହିଛି । ଜଗତସିଂହପୁର, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତା 24ଘଣ୍ଟାରେ ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ଵର…

Read More

ତାମିଲନାଡୁ : ତାମିଲ୍‌ନାଡୁର ଜଣେ ମନ୍ତ୍ରୀ ଚପଲ କାଢିବାକୁ ନେଇ ବିବାଦ ଘେରକୁ ଆସିଛନ୍ତି। ମନ୍ତ୍ରୀଜଣକ ଜଣେ ଆଦିବାସୀ ଯୁବକଙ୍କ ଦ୍ବାରା ନିଜ ଚପଲ କଢାଇବାକୁ ନେଇ ବିବାଦରେ ଫସିଛନ୍ତି । ରାଜ୍ୟର ବନ୍ୟ ମନ୍ତ୍ରୀ ଡିଣ୍ଡିଗୁଲା ଶ୍ରୀନିବାସନ୍‌ ନୀଳଗିରି ଜିଲ୍ଲା ସ୍ଥିତ ମଦୁମଲାଇ ନ୍ୟାସନାଲ୍‌ ପାର୍କକୁ ଆସିଥିଲେ । ଏହି ଅବସରରେ ସେ ନିଜ ଚପଲକୁ ଜଣେ ଆଦିବାସୀ ଯୁବକଙ୍କ ଦ୍ବାରା କଢାଇଥିଲେ । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଆସିବା ପରେ ହଲଚଲ୍‌ ସୃଷ୍ଟି ହୋଇଛି । ତେବେ ମନ୍ତ୍ରୀଙ୍କ ବିରୋଧରେ 1989 ଏସ୍‌ସି/ଏସ୍‌ଟି ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି । ରାଜ୍ୟର ବନ୍ୟ ମନ୍ତ୍ରୀ ଶ୍ରନିବାସନ୍‌ ମଦୁମଲାଇ ବ୍ୟାଘ୍ର ସଂରକ୍ଷଣରେ ହାତୀ ଥଇଥାନ ସେଣ୍ଟରର ଉଦ୍‌ଘାଟନ କରିବାକୁ ଆସିଥିଲେ । ମନ୍ତ୍ରୀଙ୍କ ସହିତ ରାଜ୍ୟର ସଚିବ ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ  ସମୟରେ ମନ୍ଦିର ଯିବା ପାଇଁ ମନ୍ତ୍ରୀ…

Read More

ମୁମ୍ବାଇ : ଫେବୃଆରୀ 14 ତାରିଖରେ ଭାଲେଣ୍ଟାଇନ୍ସ ଡେ । ଆଜିଠୁ ଆରମ୍ଭ ହେଉଛି ପ୍ରେମ ସପ୍ତାହ । ପ୍ରେମ ଦିବସ ତଥା ପ୍ରେମ ସପ୍ତାହ ପାଇଁ ପ୍ରେମୀ-ପ୍ରେମିକାମାନେ ବେଶ୍‌ ଖୁସିରେ ଏହି ସପ୍ତାହ ଟିକୁ ପାଳନ କରିଥା’ନ୍ତି । ସେହିପରି ଯେଉଁମାନେ ଏକଲା ବା ସିଙ୍ଗଲ୍‌ ଅଛନ୍ତି ସେମାନଙ୍କ ପାଇଁ ଏହି ସପ୍ତାହ ସେମିତି କିଛି ଖାସ୍‌ ହୋଇନଥାଏ । ସିଙ୍ଗଲ୍‌ ଲୋକଙ୍କୁ ଚଳିତ ଥର ଗୁଗୁଲ୍‌ ବି ଟ୍ରୋଲ୍‌ କରିଛି । ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିବସ । ରୋଜ୍‌ ଡେ’। ଗୋଲାପ ଫୁଲ ପ୍ରେମର ପ୍ରତୀକ ହୋଇଥିବାବେଳେ ପ୍ରେମୀ-ପ୍ରେମିକାକୁ ଗୋଲାଫ ଫୁଲ ଜରିଆରେ ନିଜର ପ୍ରେମର ବାର୍ତ୍ତା ଦେଇଥାଏ । କିନ୍ତୁ ସିଙ୍ଗଲ୍‌ମାନଙ୍କ ପାଇଁ ଏହି ଦିନଟି କିଛି ଖାସ୍‌ ନଥାଏ। ଗୁଗୁଲ୍‌ ଏହି ସିଙ୍ଗଲ୍‌ମାନଙ୍କ ପାଇଁ ସ୍ପେଶିଆଲ୍‌ ଟୁଇଟ୍‌ କରିଛି । ଗୁଗୁଲ୍‌ ନିଜ ଅଫିସିଆଲ୍‌ ଟୁଇଟ୍‌ର ଆକାଉଣ୍ଟରେ ଏକ ଟୁଇଟ୍‌ କରିଛି…

Read More

ପାକିସ୍ତାନ : ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜଇଙ୍କୁ ଗୁଳି ମାରିଥିବା ଆତଙ୍କବାଦୀ ପାକିସ୍ତାନ ଜେଲରୁ ଫେରାର ହୋଇଯାଇଛି । ଏହସାନୁଲ୍ଲା ଏହସାନ ନାମକ ଏହି ଅଭିଯୁକ୍ତ 2014ରେ ହୋଇଥିବା ପେଶାୱର ସ୍କୁଲ ଆକ୍ରମଣରେ ମଧ୍ୟ ସାମିଲ ଥିଲା । ଏହି ଆକ୍ରମଣରେ 132 ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହସାସ ପଳାୟନ କରିଥିବାବେଳେ ଏନେଇ ଏକ ଅଡିଓ କ୍ଲିପ୍‌ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ସୂଚନାଯୋଗ୍ୟ, ପାକିସ୍ତାନର ସ୍ୱାତ ଘାଟିରେ 2012ରେ ଝିଅଙ୍କ ପାଇଁ ଶିକ୍ଷା ଅଭିଯାନରେ ମଲାଲା ସାମିଲ ହୋଇଥିବାରୁ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ ।  (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନାଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି। ପାଟପୁର ନିକଟବର୍ତ୍ତୀ ସୁମନ୍ତପୁର ମୁଖ୍ୟରାସ୍ତାରେ ଏକ ସ୍କୁଟି(ନଂ-ଓଡି-୦୭ ଡବ୍ଲୁ୭୯୭୭) ଗାଡ଼ିରେ ଯାଉଥିବା ବେଳେ ଅଟକାଇ ଯାଞ୍ଚ କରିବା ସମୟରେ ଏକ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣାଙ୍କ ଉପସ୍ଥିତିରେ ୨୪କେଜି ଗଞ୍ଜେଇ ଜବତ କରାଯାଇଥିଲା। ଧରାପଡିଥିବା ଦୁଇ ଅଭିଯୁକ୍ତ ହେଲେ ସିଙ୍ଗିପୁର କାଳୁପାତ୍ର ସାହିର ମଙ୍ଗଳା ଚରଣ ସାହୁ ଓ ଡେଙ୍ଗାଓସ୍ତା ଖଜୁରୀପଦା ସାହିର ଶିବରାମ ସାହୁ। ଏନେଇ ପୋଲିସ ଦ୍ବାରା ୨୪/୨୦ ମକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Read More

କେଦାର ମିଶ୍ର  ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ଓରଫ ନରେନ୍ଦ୍ର ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଲା ପରେ ଅନେକ ନୂଆ କଥା ଆମର ରାଜନୀତିରେ ଘଟିଛି। ସତୁରୀ ବର୍ଷର ଗାଣତାନ୍ତ୍ରିକ ରାଜନୀତିରେ ଆମେ ଯାହା ଯାହା ସବୁ କଳ୍ପନା ମଧ୍ୟ କରିନଥିଲୁ, ସେସବୁ ଏବେ ସତକୁ ସତ ଘଟି ଚାଲିଛି! ଭାରତୀୟ ରାଜନୀତିରେ ଘଟୁଥିବା ବହୁ ବିଚିତ୍ର ଓ ଅଭୂତପୂର୍ବ ଘଟନା ଭିତରୁ ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ଭାଷଣ। ଏ ଦେଶର କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଭାଷଣ ଦେଉନଥିଲେ। ଏହାର ଅର୍ଥ ଏୟା ନୁହଁ ଯେ ଆମର ବାଗ୍ମୀ ପ୍ରଧାନମନ୍ତ୍ରୀ ନଥିଲେ। ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଥିଲେ ତାଙ୍କ ସମୟର ଅନ୍ୟତମ ଶ୍ରେଷ୍ଠ ବକ୍ତା। ପଣ୍ଡିତଜୀଙ୍କର ବକ୍ତବ୍ୟ ରେ ବୌଦ୍ଧିକତା ଯେତିକି ଥିଲା, ଭାରତର ସାଧାରଣ ଜନତାର ଅନୁଭବ ପ୍ରତି ସମ୍ମାନବୋଧ ମଧ୍ୟ ସେତିକି ଥିଲା। ନେହେରୁଙ୍କ ପରେ…

Read More

ମୁମ୍ବାଇ : ଭାଲେଣ୍ଟାଇନ୍‌ ଓ୍ବିକ୍‌ର ପ୍ରାରମ୍ଭରେ ଆଜି ଭିନ୍ନ ଭିନ୍ନ ଜୋନ୍‌ର ଫିଲ୍ମଗୁଡ଼ିକ ପରଦାକୁ ଆସିଛି । ଆଦିତ୍ୟ ରାୟ କପୁର୍‌, ଦିଶା ପଟ୍ଟାନୀ, କୁନାଲ୍‌ ଖେମୁଙ୍କ ଅଭିନୀତ ଫିଲ୍ମ ‘ମଲଙ୍ଗ୍‌’ ଆଜି ରିଲିଜ୍‌ ହୋଇଥିବାବେଳେ ଏହି ଫିଲ୍ମ ସହ ଅଛି ବିକ୍ରମ୍‌ ଭଟ୍ଟଙ୍କ ନିର୍ଦ୍ଦେଶିତ ’ହ୍ୟାକଡ୍‌’ । ପୂର୍ବରୁ ‘ମଲଙ୍ଗ୍‌’ର ଟ୍ରେଲର୍‌ ଓ ଗୀତ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିସାରିଥିବାବେଳେ ଦିଶା-ଆଦିତ୍ୟଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ୍‌ ପସନ୍ଦ କରିବେ ବୋଲି ଆଶା କରାଯାଉଛି।  ସେହିପରି ବିକ୍ରମ୍‌ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହ୍ୟାକଡ୍‌’ର ମୁଖ୍ୟ ଭୂମିକାରେ ଅଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ୍‌ । ହୀନା ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମଟି ସାଇକେଲାଜିକାଲ୍‌ ଡ୍ରାମା ଅଟେ । ସେହିପରି ଆଜି ରିଲିଜ୍‌ ହୋଇଥିବା ଅନ୍ୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଶିକାରା’ । କାଶ୍ମୀର ପଣ୍ଡିତ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମଟିକୁ ନିର୍ମାଣ କରିଛନ୍ତି…

Read More

ନୂଆଦିଲ୍ଲୀ : ଦିଲ୍ଲୀରେ ମତଦାନ ପୂର୍ବରୁ ମନୀଷ୍‌ ସିସୋଦିଆଙ୍କ ଓଏସ୍‌ଡିଙ୍କୁ ଲାଞ୍ଚ ଅଭିଯୋଗରେ ଗିରଫ କରାଯାଇଛି  ସିବିଆଇ ଲାଞ୍ଚ ନେବା ଅଭିଯୋଗରେ ଗୋପାଲକୃଷ୍ଣ ମାଧବଙ୍କୁ ଗିରଫ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଜଣକ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଓଏସ୍‌ଡି ବୋଲି ଜଣାପଡିଛନ୍ତି । ସିବିଆଇ ଗୋପାଳଙ୍କୁ ଏକ ଟ୍ୟାକ୍ସ ମାମଲାର ସମାଧାନ ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ  ଗିରଫ କରିଛନ୍ତି । ଗୁରୁବାର ରାତ୍ରିରେ ହୋଇଥିବା ଏକ ଅପରେସନ୍‌ ଜରିଆରେ ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରାଯାଇଛି । ସେହିପରି ଏହି ଘଟଣାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମିଲ୍‌ ଅଛନ୍ତି କି ନାହିଁ, ତାହା ଜଣାପଡିନାହିଁ । ତେବେ ଏହା ସମ୍ପର୍କରେ ଯାଞ୍ଚ ଜାରି ରହିଛି । ମାଧବ 2015ରେ ସିସୋଦିଆଙ୍କ ଅଫିସ୍‌ରେ କାର୍ଯ୍ୟ କରୁଥିଲେ । ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବାବେଳେ ଏହି…

Read More

ଚୀନ୍‌ : ଭୟଙ୍କର ରୂପ ନେଉଛି ଘାତକ କରୋନା ଭାଇରସ୍‌ । ଏଥିରେ ମୃତ୍ୟୁସଂଖ୍ୟା 630ରେ ପହଞ୍ଚିଲାଣି । ଗୋଟିଏ ଦିନରେ କରୋନା ସତୁରୀ ଜଣଙ୍କ ଜୀବନ ନେଇଥିବାର ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାରରୁ ଅଧିକ ନେଇ ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ କମିଶନ । କରୋନାକୁ ବିଶ୍ବ ସଂକଟ ଭାବେ ଘୋଷଣା କରିଛି ଡବ୍ଲୁ ଏଚ୍‌ଓ। କରୋନା ଭାଇରସ୍‌କୁ ସର୍ବପ୍ରଥମେ ଦୁନିଆକୁ ଚିହ୍ନାଇଥିବା ଡାକ୍ତର ଲି ବେନେଲିଆନ୍ସଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଯାଇଛି । ଡାକ୍ତର କରୋନା କବଳରେ ଆସି ମୃତ୍ୟୁବରଣ କରିଛନ୍ତି ।ତେବେ ଚୀନରୁ ଭାରତ ଫେରିଥିବା ସମସ୍ତ 645 ଜଣଙ୍କ ନମୁନା ନେଗେଟିଭ୍‌ ସୂଚନା ରହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ୬ ଫେବୃଆରୀ ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ । ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ ରକ୍ତନମୁନା ନେଗେଟିଭ ବାହାରିଛି । ସେମାନେ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ଥିବା ସ୍ପଷ୍ଟ ହୋଇଛି। ଏହାବାଦ ୫୧୦ଟି ନମୁନା ଆଇସିଏମଆରର ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିବା ବେଳେ କେବଳ ତିନୋଟି ପଜିଟିଭକୁ ବାଦ ଦେଲେ ଅନ୍ୟସବୁ ନେଗେଟିଭ ଆସିଛି । ତିନି ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଜରିଆରେ ୬୫୫୮ ଲୋକଙ୍କର ଗୋଷ୍ଠୀ ନିରୀକ୍ଷଣ ଓ ଯାଂଚ କରାଯାଇଛି । ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୬ ଫେବୃଆରୀ, ୨୦୨୦ରେ ଯୁଗ୍ମ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ 2020 ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇସାରିଛି। ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନୋଟିସ୍‌ ଜାରି କରିଛନ୍ତି । ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫେବୃଆରୀ 1 ତାରିଖରେ କରାଓ୍ବଲ୍‌ ନଗରରେ ଦେଇଥିବା ବିବାଦୀୟ ଭାଷଣ ପାଇଁ ନୋଟିସ୍‌ ପଠାଇଛନ୍ତି । ନିର୍ବାଚନ ଆୟୋଗ ଏନେଇ ଆସନ୍ତା ଫେବୃଆରୀ ସାତ ତାରିଖ ସନ୍ଧ୍ୟା 5ଟା ସୁଦ୍ଧା ଜବାବ ମାଗିଛନ୍ତି । ସୂଚନାଯାେଗ୍ୟ, ଯୋଗୀ ଆଦିତ୍ୟନାଥ କରାଓ୍ବଲ ନଗରରେ ଭାଷଣ ଦେଇ କହିଥିଲେ, ଯେ ଅରବିନ୍ଦ କେଜରୀଓ୍ବାଲା ଶାହିନ୍‌ବାଗ୍‌ ପ୍ରତିବାଦକାରୀଙ୍କୁ ବିରିଆନୀ ଖୁଆଉଛନ୍ତି ।

Read More