ଓ୍ବେଲିଙ୍ଗଟନ୍ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ରେ ଭାରତ 165 ରନ୍ ସଂଗ୍ରହ କରିଛି । ସିରିଜ୍ ବିଜୟୀ ହୋଇ ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍ ନିମନ୍ତେ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁ ସାମ୍ସନ୍ ଏବଂ ଓ୍ବାଶିଂଟନ୍ ସୁନ୍ଦରଙ୍କୁ ଖେଳାଇଥିଲା । ନିର୍ଭରଯୋଗ୍ୟ ଭାରତୀୟ ଟପ୍ ଅର୍ଡର ଏହି ମ୍ୟାଚ୍ରେ ଫେଲ୍ ମାରିଥିବା ବେଳେ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ 165 ରନ୍ ସଂଗ୍ରହ କରିଥିଲା । ଚମତ୍କାର ଫର୍ମରେ ରହିଥିବା ଓପ୍ନର କେଏଲ୍ ରାହୁଲ୍ 26 ବଲ୍ରୁ 39 ରନ୍ ସଂଗ୍ରହ କରିଥିବା ବେଳେ ଶେଷ ଭାଗରେ ଶାର୍ଦ୍ଦୁଲ୍ ଠାକୁର 15 ବଲ୍ରୁ 20 ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ । ଗୋଟିଏ ପଟୁ ଓ୍ବିକେଟ୍ ଖସି ଚାଲିଥିଲେ ମଧ୍ୟ ମନୀଷ ପାଣ୍ଡେ 36ଟି ବଲ୍ର ସମ୍ମୁଖୀନ ହୋଇ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ କନ୍ଧମାଳ : ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଛି । ଚୀନ୍ରେ ଏମ୍ବିବିଏସ୍ କରୁଥିବାରୁ କରୋନା ଆକ୍ରନ୍ତ ହୋଇଥିବାର ସନ୍ଦେହ କରାଯାଉଛି । ଗତ 11 ତାରିଖରେ ଚୀନ୍ରୁ ଫେରିଥିଲେ ଏହି ଅସୁସ୍ଥ ଡାକ୍ତରୀ ଛାତ୍ର ଜଣକ । ଘରକୁ ଫେରିବା ଦିନଠାରୁ କାଶ, ଥଣ୍ଡା ଛାଡୁ ନଥିବାର ସନ୍ଦେହ କରାଯାଇଛି। କରୋନା ଆଶଙ୍କା କରି ଛାତ୍ର ଜଣକ ନିଜେ ସିଡିଏମ୍ଙ୍କୁ ଚିଠି ଲେଖିଥିଲେ । ଚିଠି ପାଇବା ପରେ ଯୁବକଙ୍କୁ ଏସ୍ସିବି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍ରେ କରୋନା ଭୟଙ୍କର ହୋଇଥିବାବେଳେ ଏଥିରେ 200ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଦଶହଜାର ଲୋକ ଏହାର ସଂକ୍ରମଣରେ ଆସିଯାଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ଗ୍ଲୋବାଲ୍ ହେଲ୍ଥ ଇମର୍ଜେନ୍ସି ଘୋଷଣା କରି ସାରିଛି । କରୋନା ଭାଇରସ୍ ଚୀନ୍ ବ୍ୟତୀତ 18ଟି ଦେଶକୁ ବ୍ୟାପିସାରିଲାଣି ।
ନାଇଜେରିଆ : ବିବାହ ପୂର୍ବରୁ ବରଘର ତରଫରୁ ଯୌତୁକ ଦାବି କରାଯାଇଥିବାର ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଏଠାରେ ଓଲଟା କଥା ଘଟିଛି । କନ୍ୟା ଘରର ଦାବି ଆଗରେ ଜଣେ ବର ଅତିଷ୍ଠ ହୋଇପଡିଛି । କନ୍ୟାଘର ତରଫରୁ କରାଯାଇଥିବା ଯୌତୁକ ଦାବି ଆଗରେ ବର ଏତେ ବ୍ୟଥିତ ହୋଇପଡିଲା ଯେ, ପରିଶେଷରେ ସେ ତା’ ପ୍ରେମିକା ସହିତ ସମ୍ପର୍କ ଛିନ୍ନ କରିଛି । ନାଇଜେରିଆରେ ରହୁଥିବା ଏଣ୍ଡରସନ୍ ତାଙ୍କ ଭାବି ପତ୍ନୀଙ୍କ ସହ ଏନେଇ ସମ୍ପର୍କ ତୁଟାଇଛନ୍ତି। ସେ କନ୍ୟା ଘର ତରଫରୁ ଦାବିକୁ ପୂରଣ କରିବାରେ ଅସମର୍ଥ ବୋଲି ଜଣାଇଛନ୍ତି । ଏହାସହିତ ସେ ତାଙ୍କ ପ୍ରେମିକାକୁ ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିପାରିବା ସହିତ ସମସ୍ତ ଖର୍ଚ୍ଚ ଉଠାଇପାରୁଥିବା ଜଣେ ଯୁବକଙ୍କ ସହିତ ବିବାହ କରନ୍ତୁ ବୋଲି କହିଛନ୍ତି। ଉଲ୍ଲେଖନୀୟ ଯେ, ନାଇଜେରିଆରେ କନ୍ୟା ଘରକୁ ଯୌତୁକ ଦେବାର ପରମ୍ପରା ରହିଛି । ଏହି…
ନୂଆଦିଲ୍ଲୀ : ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ଗୁଳିକାଣ୍ଡ ମାମଲାରେ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ମାମଲା କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଶ୍ରୀନିବାସ ବି ଭିଙ୍କ ନେତୃତ୍ବରେ ଏକ କମିଟି ଅନୁରାଗ ଠାକୁରଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନାରେ ଯୁବ କଂଗ୍ରେସ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଅନୁରାଗଙ୍କ ଘୃଣା ଭରା ଭାଷଣ କାରଣରୁ ଗୁଳିକାଣ୍ଡ ଘଟିଥିବା ନେଇ ଏହି ଅଭିଯୋଗ କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଜଣେ ବନ୍ଧୁକଧାରୀ ଆତତାୟୀ ଜଣକ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ । ଅଭିଯୁକ୍ତ ଜଣକ ୟେ ଲୋ ଆଜାଦୀ ବୋଲି ଚିତ୍କାର କରି ଛାତ୍ରଛାତ୍ରୀଙ୍କୁ ଉପରକୁ ଗୁଳି ଚଳାଇଥିଲେ । (ଏଜେନ୍ସୀ)
ନୂଆଦିଲ୍ଲୀ : ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ) ସୀମାରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି । ୟୁଏଇ ତଟରେ ଏକ ତୈଳ ଟ୍ୟାଙ୍କର ଯାଉଥିବା ଜାହାଜଟିରେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ଜାହାଜରେ ସମୁଦାୟ 55 ଜଣ ବ୍ୟକ୍ତି ରହିଥିବା ବେଳେ ତନ୍ମଧ୍ୟରୁ 12 ଜଣ ଜାହାଜ କର୍ମଚାରୀ ରହିଛନ୍ତି । ବିସ୍ଫୋରଣ ପରେ ଦୁଇ ଜଣ ଭାରତୀୟ ନିହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 10 ଜଣ ନିଖୋଜ ରହିଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ମୋଡ ଦେଖିବାକୁ ମିଳୁଛି । ପୂର୍ବରୁ ଜାରି ହୋଇଥିବା ଫାଶୀ ତାରିଖର ଗୋଟିଏ ଦିନ ପୂର୍ବରୁ ଦୋଷୀମାନେ ପୁଣି ଥରେ ନୂଆ ଚାଲ୍ ଚଲାଇବା ଆରମ୍ଭ କରିଛନ୍ତି । ଏହି ଅପରାଧର ଅନ୍ୟତମ ଅପରାଧୀ ପଓ୍ବନ ସିଂ ପୁଣି ଥରେ ସୁପ୍ରିମ୍କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଘଟଣା ସମୟରେ ନାବାଳକ ଥିବାର ଦର୍ଶାଇ ରିଭ୍ୟୁ ପିଟିସନ୍ ଜାରି କରିଛନ୍ତି । ପୂର୍ବରୁ ପଓ୍ବନର ନାବାଳକ ଦାବିକୁ ସୁପ୍ରିମ୍କୋର୍ଟ ଖାରଜ କରି ସାରିଛନ୍ତି । ସେହିପରି ଗତକାଲି ଅକ୍ଷୟଙ୍କ କ୍ୟୁରୋଟିଭ୍ ପିଟିସନ୍କୁ ଖାରଜ କରାଯାଇଥିବାବେଳେ ଫେବୃଆରୀ 1 ତାରିଖରେ ଫାଶୀ ଦଣ୍ଡାଦେଶକୁ ନେଇ ଶୁଣାଣି ହେବ। ତେବେ ବିଚାର ପ୍ରକ୍ରିୟା ସରିନଥିବାରୁ ଦୋଷୀଙ୍କ ଓକିଲ ମାନେ ଫାଶୀ ଟାଳିବାକୁ ପ୍ରୟାସ କରୁଛନ୍ତି । ଚାରି ଦୋଷୀଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରି ଡେଥ୍ ଓ୍ବାରେଣ୍ଟକୁ ଆଛ…
Mumbai: Actress Sonal Chauhan seen at Juhu , in Mumbai on Jan 29, 2020. (Photo: IANS)
Mumbai: Debutantes Aadil Khan and Sadia at the special screening of their upcoming feature film “Shikara – The Untold Story of Kashmiri Pandits” in Mumbai on Jan 29, 2020. (Photo: IANS)
Mumbai: Actress Kriti Sanon seen at the office of Maddock Films in Mumbai on Jan 30, 2020. (Photo: IANS)
ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ବିଶ୍ବବିଦ୍ୟାଳୟ ବାହାରେ ଗୁଳି କରି ଦେଶରେ ହଇଚଇ ସୃଷ୍ଟି କରିଥିବା ନାବାଳାକ ଆକ୍ରମଣକାରୀ ଜଣକ ଏପରି କାର୍ଯ୍ୟ ପାଇଁ ଅନୁତପ୍ତ ନୁହଁନ୍ତି ବୋଲି କହିଛନ୍ତି। ପୋଲିସ୍ ପଚରାଉଚୁରା କରିବା ସମୟରେ ସେ ଏହା ସମ୍ପର୍କରେ କହିଛନ୍ତି। ଏହା ସହିତ ଆକ୍ରମଣକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆପଣ ଚାହିଁବେ ମୋର ଏନକାଉଣ୍ଟର କରିପାରିବ । ମିଳିଥିବା ପୋଲିସ୍ ସୂଚନା ଅନୁସାରେ ଗୁରୁବାର ଦ୍ବିପ୍ରହର 12 ଟା ସମୟରେ ଦିଲ୍ଲୀ ପହଞ୍ଚିଲା ଅଭିଯୁକ୍ତ ଜଣକ। ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ସେ ବନ୍ଧୁକ ଆଣିଥିଲା। ତେବେ ଏହି ଆକ୍ରମଣକାରୀ ଯୁବକ ଜଣକ କେଉଁ ସଙ୍ଗଠନ ସହିତ ସଂଶ୍ଲିଷ୍ଟ ଅଛନ୍ତି କି ନାହିଁ, ସେସମ୍ପର୍କରେ ଜଣାପଡିନାହି। ତେବେ ପଚରାଉଚୁରା ସମୟରେ ସେ ଏପରି କାଣ୍ଡ ଚନ୍ଦନ ଗୁପ୍ତାଙ୍କ ହତ୍ୟାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କରିଛି ବୋଲି କହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଚନ୍ଦନ ଗୁପ୍ତା ସହିତ ଆକ୍ରମଣକାରୀଙ୍କର…
ମୁମ୍ବାଇ : ସୈଫ୍ଅଲୀ ଖାନ୍ଙ୍କ ଅଭିନୀତ ‘ଜଓ୍ବାନୀ ଜାନେମନ୍’ ଆଜି ରିଲିଜ୍ ହୋଇଯାଇଛି । ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଥିବାର ସୂଚନା ରହିଛି । ଏହି ଫିଲ୍ମ ଜରିଆରେ ବଲିଉଡ୍ ଡେବ୍ୟୁ କରିଛନ୍ତି ପୂଜା ବେଦୀଙ୍କ ଝିଅ ଆଲ୍ୟା ଫଣ୍ଣିଚରଓ୍ବାଲା । ନୀତିନ୍ କକ୍କଡଙ୍କ ନିର୍ଦ୍ଦେଶିତ ଏହି ଫ୍ୟାମିଲି ଡ୍ରାମାରେ ଆଲ୍ୟା ଓ ସୈଫ୍ଙ୍କ ବ୍ୟତୀତ ତବୁ ଓ ଚଙ୍କି ପାଣ୍ଡେ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟିରେ ମଡର୍ଣ୍ଣ ଇଣ୍ଡିଆକୁ ଏକ ଖାସ୍ ଢଙ୍ଗରେ ଉପସ୍ଥାପିତ କରାଯାଇଛି । କମେଡି ସହିତ ଇମୋସନ୍ ଓ ରୋମାନ୍ସର ଡୋଜ୍ ମଧ୍ୟ ରହିଛି । ଆଲ୍ୟା ନିଜ ପ୍ରଥମ ଫିଲ୍ମରେ ଭଲ ପରଫରମାନ୍ସ ଦେଇଥିବାବେଳେ ସୈଫ୍ଙ୍କ ଅଭିନୟ ବେଶ୍ ମଜାଦାର ରହିଛି । ମୋଟ ଉପରେ ଦେଖିବାକୁ ଗଲେ ଫିଲ୍ମଟି ସବୁ ବର୍ଗର ଦର୍ଶକଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିବ । ତେବେ ଆଜି ଏହି ଫିଲ୍ମ ସହିତ ପରଦାରେ ରହିଛି ଆଉ…
ନୂଆଦିଲ୍ଲୀ : ଭାରତୀୟ ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତି ସମୟରେ ଆଜି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍କୁ ଫେବଆରୀ 1 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 31 ତାରିଖରୁ ଫେବୃଆରୀ 11 ପର୍ଯ୍ୟନ୍ତ ହେବାକୁ ରହିଥିବାବେଳେ ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ଦୁଇ ତାରିଖଠାରୁ ଅପ୍ରେଲ୍ ତିନି ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ସେଣ୍ଟ୍ରାଲ୍ ହଲ୍ରେ ସଂସଦର ଦୁଇ ଗୃହକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ସରକାରଙ୍କ ତରଫରୁ ଆର୍ଥିକ ସର୍ଭେ ଉପସ୍ଥାପନ କରାଯିବ । ରାଷ୍ଟ୍ରପତି ଏହି ସମୟରେ ସରକାରଙ୍କ ଲୋକହିତକର କାର୍ଯ୍ୟ ସମ୍ପର୍କରେ ଅବଧାରଣା ଦେଇଛନ୍ତି । ଏ ଦଶନ୍ଧିରେ ସମତା ଓ ଅନ୍ତ୍ୟୋଦୟର ସ୍ବପ୍ନ ପୂରଣ ହେଉ ବୋଲି ରାଷ୍ଟ୍ରପତି କହିଛନ୍ତି। ନୂଆ ଭାରତର ନିର୍ମାଣ ପାଇଁ…
ନୂଆଦିଲ୍ଲୀ : ଆଜିଠାରୁ ସଂସଦରେ ବଜେଟ୍ ଅଧିବେଶନ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଆର୍ଥିକ ସର୍ଭେକ୍ଷଣ ମଧ୍ୟ ଉପସ୍ଥାପନ କରାଯିବ । ବଜେଟ୍ ଅଧିବେଶନରେ ଆରମ୍ଭ ହେବା ପୂର୍ବରୁ ଏହି ଅଧିବେନଶନରେ ସାମିଲ୍ ହେବା ପାଇଁ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏହି ଅଧିବେଶନରେ ଅଧିକତମ ଆର୍ଥିକ ବିଷୟ ଉପରେ ଚର୍ଚ୍ଚା କରାଯିବ । ବିଶ୍ବସ୍ତରୀୟ ଆର୍ଥିକ ସ୍ଥିତିରେ ଭାରତ କିପରି ଲାଭବାନ ହୋଇପାରିବ ସେ ସମ୍ପର୍କରେ ଚର୍ଚ୍ଚା କରାଯିବ । ଚଳିତ ବଜେଟ୍କୁ ନେଇ ମୋଦି କହିଛନ୍ତି ଯେ, ଏହା 2020ର ପ୍ରଥମ ଅଧିବେଶନ । ଏହା ଏହି ଦଶକର ପ୍ରଥମ ଅଧିବେଶନ ଅଟେ । ଆମ ସରକାର ଦଳିତ, ପୀଡ଼ିତ, ବଂଚିତ, ଶୋଷିତ, ମହିଳାଙ୍କୁ ସଶକ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅଧିବେଶନରେ ଦୁଇ ସଦନରେ ଆର୍ଥିକ ବିଷୟ ତଥା ଲୋକଙ୍କୁ ସଶକ୍ତ…
ସମୀକ୍ଷା ବ୍ୟୁରୋ ଆସିକା : ଆସିକାଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସହ ଜଣେ ଯୁବକ ଜୀଅନ୍ତା ଜଳି ଯାଇଥିବାର ଖବର ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଧରାକୋଟ ଥାନା ଜି. ଦାମଦରପଲ୍ଲୀ ଗ୍ରାମର । ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ଏପରି ଅଘଟଣ ଘଟିଥିବାର ସୂଚନା ରହିଛି । ନିକଟରେ ଗଞ୍ଜାମ ବ୍ଲକ୍ର ଲୁଙ୍ଗୁରି ଗ୍ରାମରେ ନିଆଁ ଲାଗି ଦୁଇ ଭାଇଙ୍କ ପାଞ୍ଚ ବଖରା ଘର ଜଳିଯାଇଥିଲା । ସର୍ଟସର୍କିଟ୍ କାରଣରୁ ଏହି ନିଆଁ ଲାଗି ଯାଇଥିବାର ସୂଚନା ମିଳିଥିଲା ।
ମୁମ୍ବାଇ: 2017ର ମିସ୍ ଓ୍ବାଲ୍ଡ ତଥା ଭାରତୀୟ ଲଳନା ମାନୁଷୀ ଛିଲ୍ଲାର୍ ‘ପୃଥ୍ବୀରାଜ’ ଜରିଆରେ ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମାନୁଷୀଙ୍କ ସହ ଏହି ଫିଲ୍ମରେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ମାନୁଷୀ ଏବେ ଏହି ଫିଲ୍ମର ଗୋଟେ ଗୀତ ଶୁଟିଂ କରୁଥିବାର ନଜର ଆସିଛନ୍ତି । ଟୁଇଟରରେ ମାନୁଷୀ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜର ହେୟାର୍ ଓ ମେକଅପ୍ କ୍ର୍ୟୁ ମେମ୍ବରଙ୍କ ସହିତ ନଜର ଆସିଛନ୍ତି । ତେବେ ଏହି ଫଟୋଟିରେ କେବଳ ତାଙ୍କର ଛାଇ ଦେଖଯାଇଛି । ଏହି ଫଟୋକୁ ସେୟାର କରି ମାନୁଷୀ ଲେଖିଛନ୍ତି ଯେ, ‘ସବୁ ସମୟରେ ସେ ମୋ’ ପଛରେ ରହିଛି’ । ମାନୁଷୀ ଏହି ଫିଲ୍ମରେ ସଂଙ୍ଗୀତାଙ୍କ ଚରିତ୍ରରେ ଅବତୀର୍ଣ୍ଣ ହେଉଛନ୍ତି । ସୂଚନାଯୋଗ୍ୟ, ପୃଥ୍ବୀରାଜଙ୍କ ପ୍ରଥମ ପତ୍ନୀ ଥିଲେ ସଙ୍ଗୀତ । ସେହିପରି ପୃଥ୍ବୀରାଜଙ୍କ ଦ୍ବିତୀୟ ପତ୍ନୀଙ୍କ ଭୂମିକାରେ ଜଣେ…
ସମୀକ୍ଷା ବ୍ୟୁରୋ ଗଞ୍ଜାମ : ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ଫାଇଭ୍-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ମା’ ତାରାତାରିଣୀଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିକାଶମୂଳକ କାମର ଅନୁଧ୍ୟାନ କରିଛନ୍ତି ଫାଭଇ-ଟି ସଚିବ । ଖୁବଶୀଘ୍ର ତାରାତାରିଣୀ ମନ୍ଦିରର କିଛି ବିକାଶ ମୂଳକ ପଦକ୍ଷେପ ନିଆଯିବା ନେଇ ଆଶା କରାଯାଉଛି । ସୂଚନାଯୋଗ୍ୟ, ‘ମୋ’ ସରକାର’ ଯୋଜନା କାର୍ଯ୍ୟକାରୀ ହେବାପର ଠାରୁ ‘ଫାଇଭ-ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଅଚାନକ ବିଭିନ୍ନ ଜିଲ୍ଲାଗସ୍ତରେ ପହଞ୍ଚି ସମୀକ୍ଷା କରୁଛନ୍ତି । ଏହି ଅବସରର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଉପସ୍ଥିତ ରହିଥିଲେ ।
ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ଘୋଷଣା କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡୋସ ଆଡନମ କହିଛନ୍ତି, ଭାଇରସ ବ୍ୟାପୁଥିବା ବେଳେ ଏହାକୁ ଅଟକାଇବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଥେଷ୍ଟ ନ ଥିବାରୁ ଏବେ ଏହା ଚିନ୍ତାର ବିଷୟ ହୋଇଛି । ଟେଡୋସ କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବାକୁ ହେବ । ସୂଚନାଯୋଗ୍ୟ, ଚୀନ୍ରେ ଏବେ ଏହି ଭାଇରସ୍ ବେଶ୍ ଭୟଙ୍କର ରୂପ ଧାରଣ କରିଥିବାବେଳେ ଏଥିରେ ମୃତ ସଂଖ୍ୟା 213କୁ ବୃଦ୍ଧି ହୋଇଛି । ଏହି ଭାଇସର୍ରେ 10 ହଜାର ଲେକ ସଂକ୍ରମଣର ଶିକାର ହୋଇଛନ୍ତି । ଚୀନ୍ ବ୍ୟତୀତ ଏହି ଭାଇରସ୍ ବିଶ୍ବର 18ଟି ଦେଶକୁ ବ୍ୟାପିଛି । (ଏଜେନ୍ସି)
କେଦାର ମିଶ୍ର ଏକଥା ସମସ୍ତେ ଜାଣନ୍ତି ଯେ ବିଜୁ ଜନତା ଦଳର ସମର୍ଥନ ବିନା ସଂସଦରେ ନାଗରିକତା ସଂଶୋଧନ ଆଇନ ଗୃହିତ ହୋଇ ପାରି ନଥାନ୍ତା। କେବଳ ଏହି ବିଲ ନୁହଁ, ଗତ ଛଅ ମାସ ଭିତରେ ସଂସଦରେ ଅନେକ ବିଲ ଆସିଛି, ଯାହାକୁ ବିଜେଡ଼ିର ସମର୍ଥନ ବିନା ଗୃହିତ କରାଇବା ସମ୍ଭବ ହୋଇନଥାନ୍ତା। ସଂସଦୀୟ ରଣନୀତିରେ ବିଜେପି ପାଇଁ ବିଜେଡି ଏକ ପ୍ରକାର ତ୍ରାଣକର୍ତ୍ତା ଭୂମିକା ନିଭାଇ ଆସୁଛି। ଜାତୀୟ ରାଜନୀତିରେ ବିଜେଡ଼ିର ବିଶେଷ କିଛି ସ୍ଵାର୍ଥ ନ ଥିବାରୁ ଏହା ତଥାକଥିତ “ରାଜ୍ୟର ସ୍ଵାର୍ଥ” ସ୍ଵାର୍ଥ ପାଇଁ ବିଜେପି ସହିତ କେତେବେଳେ ବୁଝାମଣା ଓ ପୁଣି କେବେ ମୂଲଚାଲ କରିବାକୁ ଉଚିତ ମନେ କରୁଛି। ତେବେ ବିଜେପି କୁ ନିଃସର୍ତ୍ତ ସମର୍ଥନ ଦେଇ ବିଜେଡି ଜାତୀୟ ରାଜନୀତିରେ ଏକ ପ୍ରକାର ଅଲୋଡା ହୋଇପଡିଥିବା ବେଳେ ରାଜ୍ୟ ରାଜନୀତିରେ ନିଜର ଚରମ ଶତ୍ରୁ ବିଜେପିକୁ କୋଣଠେସା କରିଦେଇଛି ବୋଲି ଭାବୁଛି।…
ଭୂବନେଶ୍ୱର : ପବିତ୍ର ସରସ୍ୱତୀ ପୂଜା ଅବସରରେ ବିଶିଷ୍ଟ କଥାକାର, ଗାଳ୍ପିକ, କବି, ଔପନ୍ୟାସିକ ଓ ଅଜୟ ସ୍ୱାଇଁଙ୍କ ନାମରେ ନାମିତ ‘ଅଜୟ ଉତ୍ସବ-୨୦୨୦’ ଭାରତୀୟ ବିଦ୍ୟାଭବନ, ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ଶତାଧିକ କଳା, ସଂସ୍କୃତି ଓ ସାହିତ୍ୟାନୁରାଗୀମାନେ ଉପସ୍ଥିତ ରହି ଏହି ଉତ୍ସବକୁ ସଫଳ କରିଥିଲେ । ଏହି କମିଟିର ଅଧ୍ୟକ୍ଷା ସାବିତ୍ରୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ଅକ୍ଷୟ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବକୁ ପରିଚାଳନା କରିଥିଲେ କମିଟିର ସଭାପତି କବି ଅଶୋକ କୁମାର ପୁହାଣ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକଙ୍କ ଦ୍ୱାରା ଅଜୟ ଉତ୍ସବର ଥିମ୍ ସଙ୍ଗ୍ ପରିବେଷଣ ସାଙ୍ଗକୁ ସୀମାଦ୍ରି ରାଓଙ୍କ ଯନ୍ତ୍ର ସଙ୍ଗୀତ ବାଦନ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଉତ୍ସବରେ ବିଶିଷ୍ଟ କବି ହରପ୍ରସାଦ ଦାସ, ଦେବଦାସ ଛୋଟରାୟ, ବରିଷ୍ଠ ଚିତ୍ରଶିଳ୍ପୀ ବଳଦେବ…
ଜମ୍ମୁକାଶ୍ମୀର: ଜମ୍ମୁ କାଶ୍ମୀରରେ ଭାରୀ ସୁରକ୍ଷା ମଧ୍ୟରେ ଜମ୍ମୁ-କାଶ୍ମୀର ହାଇଓ୍ବେ ନଗରୋଟାଠାରେ ସିଆରପିଏଫ୍ ପୋଷ୍ଟ ନିକଟରେ ଏନକାଉଣ୍ଟର ହୋଇଛି । ଏହି ଗୁଳି ବିନିମୟରେ ତିନି ଆତଙ୍କୀ ନିହତ ହୋଇଛନ୍ତି । ଏହି ଗୁଳି ବିନିମୟରେ ଜଣେ ସିଆର୍ପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂତ୍ର ଅନୁସାରେ ଏନକାଉଣ୍ଟର ଜାରି ଥିବା ବେଳେ ପୋଲିସ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ବନ ଟୋଲ ପ୍ଲାଜା ଠାରେ ଅଟକ ରଖିଛି । ସୂଚନା ଅନୁସାରେ ଟ୍ରକରେ ଆତଙ୍କବାଦୀମାନେ ଯାଉଥିଲେ ଏବଂ ସେମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ପୋଲିସ କହିବା ଅନୁସାରେ ଏଠାରେ ଆଜି ୨ ଥର ବଡ଼ଧରଣର ବିସ୍ଫୋରଣର ଶବ୍ଦ ଶୁଭିଥିଲା । ଏହା ପୂର୍ବରୁ କାଶ୍ମୀରର କୁପଓ୍ବାଡା କ୍ଷେତ୍ରରେ ଗୁରୁବାର ଦିନ ଏକ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସି)
ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ଫାରୁଖାବାଦରେ ପାଖାପାଖି ଆଠ ଘଣ୍ଟାର ଅପରେସନ୍ ମାସୁମ’ ଜରିଆରେ ସଫଳତା ପୂର୍ବକ ପୋଲିସ ବନ୍ଧକ ଥିବା ସମସ୍ତ 23 ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏହାରି ମଧ୍ୟରେ ଅଭିଯୁକ୍ତ ସୁଭାଷକୁ ପୋଲିସ ଏନକାଉଣ୍ଟରରେ ନିହତ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ପୋଲିସ କହିଛି ଯେ, କ୍ରସ ଫାଇରିଂରେ ସୁଭାଷର ମୃତ୍ୟୁ ହୋଇଛି । ଏହି ଏନକାଉଣ୍ଟରରେ 5 ଜଣ ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣ ଆହତ ହୋଇଛନ୍ତି । ସୁଭାଷର ଘରୁ ରାଇଫଲ ସହ ଗୁଳିଗୋଳା ମଧ୍ୟ ଜବତ ହୋଇଛି । ସେ ବହୁ ଦିନରୁ ପୋଲିସ ବିରୋଧୀ କାମ କରୁଥିଲା। ପାଖାପାଖି 11 ଘଣ୍ଟା ଧରି ବନ୍ଧକ ରହିଥିବା 23 ଜଣ ଶିଶୁଙ୍କୁ ପୋଲିସ୍ ଏହି ଅପରେସନ୍ରେ ସଫଳତା ପୂର୍ବକ ସୁରକ୍ଷିତ ଉଦ୍ଧାର କରିଥିବା ହେତୁ ପୋଲିସ୍ ଟିମ୍କୁ 10 ଲକ୍ଷ ଟଙ୍କାର ପୁରଷ୍କାର ଦିଆଯିବା…

