ହାଇଦ୍ରାବାଦ : ସାଉଥ୍ର ଲୋକପ୍ରିୟ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍ ବେଶ୍ ଜଣାଶୁଣା । କେବଳ ସାଉଥ୍ ଇଣ୍ଡଷ୍ଟ୍ରିରେ ନୁହଁନ୍ତି, ସାରା ଭାରତରେ ତାଙ୍କର ପ୍ରଶଂସକ ବେଶ୍ ରହିଛନ୍ତି । ବ୍ରହ୍ମାନନ୍ଦମ୍ ଆଜି 63ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକମାନେ ଟ୍ରେଣ୍ଡ୍ କରୁଛନ୍ତି । ହ୍ୟାଜ୍ଟ୍ୟାଗ୍ ବ୍ରହ୍ମାନନ୍ଦନମ୍ ଟ୍ରେଣ୍ଡ୍ କରିବା ସହିତ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ବ୍ରହ୍ମାନନ୍ଦମ୍ଙ୍କୁ ସାଉଥ୍ରେ ସୁପରଷ୍ଟାର୍ ବୋଲି କୁହାଯାଇଥାଏ । ସେ ମହେଶ ବାବୁ, ଅଲ୍ଲୁ ଅର୍ଜୁନ୍, ପ୍ରଭାସ, ରାମଚରଣ, ନାଗାର୍ଜୁନଙ୍କ ପରି ଲୋକପ୍ରିୟ ସାଉଥ୍ ଅଭିନେତାଙ୍କ ସହ ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି । ସେ ପାଖାପାଖି 1000ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ 1987ରେ ଆସିଥିବା ଫିଲ୍ମ ‘ଅହା ନା ପାଲଣ୍ଟା’ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ବ୍ରହ୍ମାନନ୍ଦମ୍ଙ୍କ କମେଡି ଆକ୍ଟିଂ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥାଏ । ତେଲୁଗୁ ସହିତ ତାମିଲ୍…
Author: Samikhsya Bureau
ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀର ପଟିଆଲା କୋର୍ଟ ଚାରି ଅଭିଯୁକ୍ତଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦିଆଯିବା ନେଇ ଡେଥ୍ ଓ୍ବାରେଣ୍ଟ ଜାରି କରିଥିଲେ । କିନ୍ତୁ ବିନୟ ଦୟା ଯାଚିକା ଆବେଦନ କରିଥିବାରୁ ଫାଶୀ ଦଣ୍ଡାଦେଶକୁ ଘୁଞ୍ଚାଯାଇଛି । ଅପରପକ୍ଷେ ଆଜି ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ଅକ୍ଷୟ ଠାକୁର୍ ମଧ୍ୟ ରାଜକ୍ଷମା ଆବେଦନ କରିଛନ୍ତି । ଗତ ସାତ ବର୍ଷ ଧରି ନ୍ୟାୟ ପାଇବା ପାଇଁ ପୀଡ଼ିତାଙ୍କ ପରିବାର ଲଢେଇ କରୁଥିବାବେଳେ ଦୋଷୀମାନେ ସବୁବେଳେ କିଛି ନା କିଛି ଚାଲ ପକାଇ ଫାଶୀ ତାରିଖକୁ ଘୁଞ୍ଚାଇ ଚାଲିଛନ୍ତି । ତେବେ ନିର୍ଭୟା ଦୋଷୀଙ୍କୁ କେବେ ଦଣ୍ଡ ମିଳିବ, ତାହା ଏବେ ଚର୍ଚ୍ଚାର ବିଷୟ । (ଏଜେନ୍ସି)
ନୂଆଦିଲ୍ଲୀ : ଶନିବାର ଆୟୋଜିତ କେନ୍ଦ୍ରୀୟ ବଜେଟ୍ରେ ସରକାରଙ୍କ ପକ୍ଷରୁ ଆୟକର ଉପରେ ବଡ ରିହାତି ଘୋଷଣା କରାଯାଇଛି । ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍ଟିକୁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିବା ସହିତ ଆୟକର ସୀମାରେ ହ୍ରାସ ଘୋଷଣା କରିଛନ୍ତି । 5ରୁ 7.5 ଲକ୍ଷକ ମଧ୍ୟରେ ଆୟକାରୀଙ୍କୁ ବର୍ତ୍ତମାନ 10 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 7.5 ଲକ୍ଷରୁ 10 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 15 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 12.5 ଲକ୍ଷରୁ 15 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 25 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 30 ପ୍ରତିଶତ ରହିଥିଲା । ସେହିପରି 15 ଲକ୍ଷରୁ ଅଧିକ ଆୟକାରୀଙ୍କୁ ପୂର୍ବପରି 30 ପ୍ରତିଶତ ଆୟକର ପ୍ରଦାନ…
ନୂଆଦିଲ୍ଲୀ : ଚଳିତ ସାଧାରଣ ବଜେଟ୍ରେ ମୋଦି ସରକାର ସ୍ବଚ୍ଛତା ଓ ସ୍ବାସ୍ଥ୍ୟକୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 69 ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବାବେଳେ ସ୍ବଚ୍ଛତା ପାଇଁ 12ହଜାର 300 କୋଟି ଟଙ୍କର ବ୍ୟୟ ବରାଦ ରହିଛି । ଯକ୍ଷ୍ମାମୁକ୍ତ ଭାରତ କରିବା ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ପିପିପି ମଡେଲ୍ରେ ନୂତନ ହସ୍ପିଟାଲର ନିର୍ମାଣ ହେବ, ଦେଶରେ ଟିବି ହାରିବ, ଦେଶ ଜିତିବ ସ୍ଲୋଗାନକୁ ସଫଳ କରାଯିବ । 2025 ସୁଦ୍ଧା ଭରତକୁ ଟିବି ମୁକ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ 6400 କୋଟି ଟଙ୍କାର ପ୍ରସ୍ତାବ ପିଏମ୍ ଜନଆରୋଗ୍ୟ ଯୋଜନା ଆଧାରରେ 20 ହଜାରରୁ ଅଧିକ ମେଡ଼ିକାଲ ଅନ୍ତର୍ଭୁକ୍ତ ହେବ । ଏହି ଯୋଜନାରେ ଆର୍ଟିଫିଶିଆଲ୍ ଇଣ୍ଟେଲିଜିୟନ୍ସର ବ୍ୟବହାର କରାଯିବ । ଇନ୍ଦ୍ରଧନୁ ଯୋଜନାକୁ ବିସ୍ତାରୀକରଣ କରାଯିବ । ଏଥିରେ ନୂତନ ଟୀକାକୁ…
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ରେ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ବେଟି ବଚାଓ ବେଟୀ ପଢାଓ ଯୋଜନାରେ ପ୍ରାୟ 94 ପ୍ରତିଶତ ମହିଳା ଉପକୃତ ହେଉଥିବା ନେଇ ସୀତାରମଣ ଘୋଷଣା କରିଥିଲେ। ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ପାଇଁ ସରକାରଙ୍କ ପକ୍ଷରୁ 28 ହଜାର 6 ଶହ କୋଟି ଟଙ୍କାର ବଜେଟ୍ ରଖାଯାଇଛି । ସେହିପରି ମହିଳାଙ୍କ ବିବାହ ବୟସ ପୂର୍ବରୁ କରାଯାଉଥିବା ବିବାହକୁ ରୋକିବା ପାଇଁ ଏକ କମମିଟି ଗଠନ କରାଯିବା ନେଇ ସୀତାରମଣ ଘୋଷଣା କରିଛନ୍ତି। ଅପପୁଷ୍ଟିର ମୁକାବିଲା ପାଇଁ 35600 କୋଟି ଟଙ୍କାର ଘୋଷଣା କରାଯାଇଛି। 2021 ସୁଦ୍ଧା ଦେଶର 10 କୋଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୀତାରମଣ ପ୍ରକାଶ କରିଛନ୍ତି । ସେହିପରି ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ବିକାଶ ପାଇଁ…
ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍ କିଶାନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ। କୃଷି କ୍ଷେତ୍ର ପାଇଁ 16 ସୂତ୍ରୀୟ ଆକ୍ସନ ପ୍ଲାନ୍ କୃଷି କ୍ଷେତ୍ରରେ ମାର୍କେଟିଂ ପ୍ରୋସେସିସିଂ ଉପରେ ଧ୍ୟାନ ଅନ୍ନଦାତାଙ୍କୁ ଶକ୍ତିଦାତା କରିବା ନେଇ ସରକାରଙ୍କ ପଦକ୍ଷେପ ନେଇଛନ୍ତି 2020-21 ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ । ଅନ୍ୟ 50 ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ପମ୍ପ ଯୋଗାଇ ଦିଆଯିବା ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଶାନ ରେଳ ଯୋଜନା କୃଷି ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଯୋଜନା କୃଷି ଉଡାନ ଯୋଜନା – ବେସାମରିକ ବିମାନ ଚଳାଚଳ ଆରମ୍ଭ…
ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଉପସ୍ଥାନ କରୁଛନ୍ତି ନିର୍ମଳା ସୀତାରମଣ । ଏହି ଅବସରରେ ଶିକ୍ଷା ପାଇଁ 99 ହଜାର 300 କୋଟିର ବ୍ୟୟ ବରାଦ ରଖାଯାଇଥିବାବେଳେ ଦେଶରେ ନୂତନ ଶିକ୍ଷା ନୀତି ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବହୁତ ଶୀଘ୍ର ନୂତନ ଶିକ୍ଷା ନୀତି ଆସିବ ଦେଶରେ ସାଇବର ଫୋରେନିକ୍ ଶିକ୍ଷା ପ୍ରତିଷ୍ଠାନ ଦେଶରେ ନୂଆ 150ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ହେବ ଅନ୍ଲାଇନ୍ ଡିଗ୍ରୀ ପୋଗ୍ରାମ୍ ଷ୍ଟଡି ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ପିପିପି ମୋଡରେ ମେଡିକାଲ କଲେଜରେ ହେବ ନିର୍ମାଣ ସରସ୍ବତୀ ସିନ୍ଧୁ ୟୁନିଭର୍ସିଟି ହେବା ପାଇଁ ଘୋଷଣା କୋଶଳ ବିକାଶ ପାଇଁ 3000 କୋଟିର ବ୍ୟୟବରାଦ ରହିଛି । ଶିକ୍ଷା ସେକ୍ଟରରେ ଏଫ୍ଡିଆଇ ଅଣାଯିବ ।
ନୂଆଦିଲ୍ଲୀ, ଆଜି ସଂସଦରେ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ପାଠ ବେଳେ ଯେଉଁ ମୁଖ୍ୟ ପ୍ରସଂଗଗୁଡିକ ଥିଲା ତାହା ହେଲା 1-ଜିଏସଟି ଧିରେ ଧିରେ ଶସକ୍ତ ହେବାକୁ ଯାଉଛି। ଏହି ଜିଏସଟିକୁ ଏପ୍ରିଲ 2020 ରେ ସରଳିକରଣ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। 2-ଏହି ବଜେଟ ସାଧାରଣ ଲୋକେ କିଣାବିକା ଏବଂ ଆୟ ବୃଦ୍ଧି କରିବାରେ ବହୁ ବ୍ୟବସ୍ଥା କରାଯାଇଛି। 3-ଜିଏସଟି ପାଇଁ ଭାରତୀୟ ଜନସାଧାରଣ 4 ପ୍ରତିଶତ ଅର୍ଥ ବଞ୍ଚାଇବାରେ ସମର୍ଥ ହୋଇପାରିଛନ୍ତି। 4-ସାଧାରଣ ଲୋକେ ବଞ୍ଚିବା ପାଇଁ ସର୍ବନିମ୍ନ ବଞ୍ଚିବାର ସୁବିଧା ପ୍ରଦାନ କରାଯିବ 5-ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାମ୍ମୁକାଶ୍ମୀର ଉପରେ ଏକ ଛୋଟିଆ କବିତା ପାଠ କରିଥିଲେ 6-ଭାରତ ବର୍ତ୍ତମାନ 217 ମିଲିୟନ ଜନତାଙ୍କୁ ଗରିବ ରେଖାରୁ ଉପରକୁ ଉଠାଇବାରେ ସାହାର୍ଯ୍ୟ କରିପାରିଛି 7-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ଦେଶର 6 କୋଟି କୃଷକଙ୍କୁ…
ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍ କିଶାନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ। କୃଷି କ୍ଷେତ୍ର ପାଇଁ 16 ସୂତ୍ରୀୟ ଆକ୍ସନ ପ୍ଲାନ୍ କୃଷି କ୍ଷେତ୍ରରେ ମାର୍କେଟିଂ ପ୍ରୋସେସିସିଂ ଉପରେ ଧ୍ୟାନ ଅନ୍ନଦାତାଙ୍କୁ ଶକ୍ତିଦାତା କରିବା ନେଇ ସରକାରଙ୍କ ପଦକ୍ଷେପ ନେଇଛନ୍ତି 2020-21 ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ । ଅନ୍ୟ 50 ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ପମ୍ପ ଯୋଗାଇ ଦିଆଯିବା ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଶାନ ରେଳ ଯୋଜନା କୃଷି ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଯୋଜନା କୃଷି ଉଡାନ ଯୋଜନା – ବେସାମରିକ ବିମାନ ଚଳାଚଳ ଆରମ୍ଭ…
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ଲୋକସଭାରେ ବଜେଟ୍ ଭାଷଣ ପଢୁଛନ୍ତି ନିର୍ମଳା ସୀତାରମଣ । ଏହା ଦେଶର ଆକାଂକ୍ଷାର ବଜେଟ୍ । ଦେଶର ଲୋକଙ୍କୁ ସେବା ଦେବା ଆମର ଲକ୍ଷ୍ୟ । ଏହି ଅବସରରେ ଦିବଙ୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କୁ ମନେ ପକାଇବା ସହିତ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି । ଜିଏସ୍ଟି ଲାଗୁ କରିବା ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଚଳିତ ବଜେଟ୍ ଦେଶର ଉଦ୍ଦେଶ୍ୟକୁ ପୂରା କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କ ଉନ୍ନତି କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଜିଏସ୍ଟି ଜରିଆରେ ଇନ୍ସେପକ୍ଟର ରାଜ୍ର ଶେଷ କରିଛୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଜିଏସ୍ଟି ଜରିଆରେ 60 ଲକ୍ଷ କରଦାତାଙ୍କ ସହ ଯୋଡ଼ି ହୋଇଛି । ଜିଏସ୍ଟି ଯୋଗୁଁ ପରିବାରର ମାସିକ ଖର୍ଚ୍ଚରେ 4% ପ୍ରତିଶତ…
ନୂଆଦିଲ୍ଲୀ : ଆଜି ସାଧାରଣ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ବଜେଟ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏକ ଟୁଇଟ୍ କରିଛନ୍ତି । ଏହି ଟୁଇଟ୍ ଜରିଆରେ ଗୋଟିଏ ପକ୍ଷରେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଥିବାବେଳେ ଅନ୍ୟ ପକ୍ଷରେ କହିଛନ୍ତି ଯେ, ଦିଲ୍ଲୀ ହିତ ରକ୍ଷା କରିବା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଆଶା କରୁଛି । ଅରବିନ୍ଦ କେଜ୍ରୀଓ୍ବାଲ ଟୁଇଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାର ବଜେଟ୍ରେ ଦିଲ୍ଲୀର ହିତ ଉଦ୍ଦେଶ୍ୟରେ ବଜେଟ୍ରେ କିଛି ବିଶେଷ କରିବେ ବୋଲି ଦିଲ୍ଲୀବାସୀ ଆଶା କରିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଚଳିତ ବଜେଟ୍ରେ ଦିଲ୍ଲୀକୁ ଅଧିକ କିଛି ମିଳିବ ବୋଲି ଆଶା କରାଯାଇଛି। ବଜେଟ୍ରୁ ଜଣାପଡିବ ଯେ ବିଜେପି ଦିଲ୍ଲୀବାସୀଙ୍କ ପାଇଁ ସତରେ କେତେ ଯତ୍ନଶୀଳ । ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଦିଲ୍ଲୀ…
ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା କାର୍ଯ୍ୟାଳୟରେ ଇ-ଅଫିସର ଶୁଭଉଦ୍ଘାଟନ କରିଥିଲେ । ଇ-ଅଫିସ ଶୁଭାରମ୍ଭ କରି ଏଣିକି ସମସ୍ତ ସରକାରୀ କାର୍ଯ୍ୟ ଇ-ଅଫିସ୍ ମାଧ୍ୟମରେ କରାଯିବ ବୋଲି କହିଥିଲେ। ଏହା ଫଳରେ ସରକାରୀ କାର୍ଯ୍ୟରେ ସ୍ୱଛତା ରହିବା ସହିତ ବିନା କାଗଜରେ ଫାଇଲ କାର୍ଯ୍ୟ ସମ୍ପନ୍ନ ହୋଇପାରିବ । ଏହା ଦ୍ୱାରା ସମୟ ଅପଚୟ ହେବ ନାହିଁ। ସାରା ରାଜ୍ୟରେ ତୃତୀୟ ଜିଲ୍ଲା ଭାବେ ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ଏହାକୁ 5ଟି କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଏନ୍ଆଇସି ବିଭୁ ପ୍ରସାଦ ମିଶ୍ର, ଜ୍ୟୋତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି ଏହା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ଶିବ ପ୍ରସାଦ ନାୟକ,…
ନୂଆଦିଲ୍ଲୀ, ଆଜି ସଂସଦରେ ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଘରେ ପୂଜା ଅର୍ଚ୍ଚନା କରିଛନ୍ତି। ସେ ପ୍ରଥମେ ଘରେ ପୂଜା କରିବା ପରେ ନିକଟରେ ଥିବା ହନୁମାନ ମନ୍ଦିରକୁ ମଧ୍ୟ ଯାଇଥିଲେ। ସେଠାରେ ସେ ଏକାକୀ ହନୁମାନଙ୍କ ସମ୍ମୁଖରେ ବସି ହନୁମାନ ଚାଳିସା ପାଠ କରିଥିଲେ। ଏହାପରେ ସେ କହିଛନ୍ତି ଯେ, ମୋଦୀ ସରକାର ହେଉଛନ୍ତି ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ବାସ। ସେହି ଅନୁସାରେ କାମ କରିବାର ହେଉଛି ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ସାଧନ ପାଇଁ ଭଗବାନଙ୍କ ଆଶୀର୍ବାଦ ଆବଶ୍ୟକ। ଏହାପରେ ଅନୁରାଗ ଅର୍ଥମନ୍ତ୍ରଳାୟ ଯାଇ ବଜେଟ ପ୍ରସ୍ତୁତି ଉପରେ କାମ ଆରମ୍ଭ କରିଥିଲେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ମାଘ ସପ୍ତମୀ । ଆଜି ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତ ବୁଡ ପକାଇଛନ୍ତି । ସେହିପରି ଆଜିଠାରୁ ଖଣ୍ଡଗିରିଠାରେ ଆରମ୍ଭ ହେଉଛି କୁମ୍ଭମେଳା । ଏଥିପାଇଁ ଖଣ୍ଡଗିରି ପୀଠ ଚଳଚଞ୍ଚଳ ହୋଇଛି। କୁମ୍ଭମେଳା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏଥିସହ ଯଜ୍ଞକୁଣ୍ଡ ବି ପ୍ରସ୍ତୁତ ହୋଇ ସାରିଛି। ଚନ୍ଦ୍ରଭାଗାରେ ବୁଡ଼ ପକାଇ ବିଶ୍ୱ ଶାନ୍ତି ପାଇଁ ଯଜ୍ଞ କୁଣ୍ଡରେ ସାଧୁସନ୍ଥ ଆହୁତି ଦେବେ। ତେବେ ଖଣ୍ଡଗିରି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଏଥର ୬ଟି ପେଣ୍ଡାଲରେ ୧୨ ଟି ଯାତ୍ରା ପାର୍ଟି ଦର୍ଶକଙ୍କୁ ମନୋରଞ୍ଜନ କରାଇବେ। ତେବେ ଚଳିତଥର ଯାତ୍ରା ପେଣ୍ଡାଲ୍ରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଗତ ଥର ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା । ସେହିପରି କୁମ୍ଭମେଳାକୁ ଆଖିଆଗରେ ରଖି ଭିଡ…
ନୂଆଦିଲ୍ଲୀ- ଆଉ ଅଳ୍ପ ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରିବେ। ତେବେ ତା ପୂର୍ବରୁ ନିର୍ମଳା ସକାଳୁ ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ବଜେଟ ବହିଖାତା ସହିତ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସଂସଦରେ ବଜେଟ ଉପସ୍ଥାପନା କରିବେ ବୋଲି ଜଣାଇଛନ୍ତି। ତାଙ୍କ ସହିତ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସହିତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ନିର୍ମଳା ଅର୍ଥ ମନ୍ତ୍ରଣାଳୟ ଆସି ବିଭାଗୀୟ ଅଧିକାରୀଙ୍କ ସହିତ ପୁଣି ଥରେ ଆଲୋଚନା କରି ସଂସଦ ଅଭିମୁଖେ ଯାତ୍ରା କରିଛନ୍ତି।
ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଭାରତୀୟ ଅର୍ଥନୀତିର ଅବସ୍ଥା ଶୋଚନୀୟ ଥିବାବେଳେ ଆଜିର ବଜେଟ୍ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜି ଦିନ 11ଟାରେ ସଂସଦରେ ବଜେଟ୍ ଉପସ୍ଥାପନ ହେବ । ସମ୍ପ୍ରତି ଦେଶର ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ସମୟରେ ଦେଶର ମଧ୍ୟବିତ୍ତ ମାନେ ବେଶ୍ ପ୍ରଭାବିତ ହୋଇଥିବା ବେଳେ ବଜେଟ ପରେ ସେମାନଙ୍କ ପର୍ସରୁ ଟଙ୍କା ଖାଲି ହେବ ନା ନିୟନ୍ତ୍ରଣ ହେବ ନେଇ ମଧ୍ୟ ଅନେକଙ୍କ ଚିନ୍ତା ରହିଛି । ତେବେ ବଜେଟ୍ ପୂର୍ବରୁ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷ 2020-2021ରେ ଜିଡିପି ବିକାଶ ଦର 6ରୁ 6.5 ପ୍ରତିଶତ ରହିବା ନେଇ ସମ୍ଭାବନା ରହିଛି । ତେବେ ଚଳିତ ବଜେଟ୍ଟି ବିକାଶ କେନ୍ଦ୍ରିକ ହେବା ନେଇ ସମ୍ଭାବନା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
ନୂଆଦିଲ୍ଲୀ- ଆଉ ମାତ୍ର କିଛି ସମୟର ଅପେକ୍ଷା, ଅଳ୍ପ ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିବେ ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ। ତେବେ ଏଥରର ବଜେଟରେ କଣ ରହିଛି ତାହାକୁ ନେଇ ସାରା ଭାରତର ଲୋକ ଅପେକ୍ଷା କରି ରହିଛନ୍ତି। ମୁଖ୍ୟତଃ ଇନକମ ଟାକ୍ସ ସ୍ଲାବ କେତେ ରହୁଛି, ଏଥିରେ କିଛି ପରବର୍ତ୍ତନ ହେଉଛି କି ନାହିଁ ସେ ନେଇ ଅନେକ ଅପେକ୍ଷା କରି ରହିଛନ୍ତି। ସେହିପରି ସାଧାରଣ ସାମଗ୍ରୀର ମୂଲ୍ୟରେ କଣ ପରିବର୍ତ୍ତନ ହେବ ସେ ନେଇ ମଧ୍ୟ ସମସ୍ତଙ୍କର ଅପେକ୍ଷା ରହିଛି। ଆଜି ସକାଳୁ ଅର୍ଥମନ୍ତ୍ରୀ ସୀତାରମଣ ଏବଂ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଉଭୟ ଅର୍ଥମନ୍ତ୍ରଣାଳୟକୁ ଆସି ବର୍ତ୍ତମାନ ବଜେଟ ପାଇଁ ପ୍ରସ୍ତୁତି କରିଛନ୍ତି। ଆଉ କିଛି ସମୟ ପରେ ଉଭୟ ସଂସଦରେ ପହଁଚି ସାଧାରଣ ବଜେଟ ଉପସ୍ଥାପତି କରିବେ।
ସମୀକ୍ଷା ବ୍ୟୁରୋ ବାରିପଦା : ଜଣେ ମହିଳା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ ଶିଶୁ ପୁତ୍ର ଜନ୍ମ କରିଛନ୍ତି । ଏହି ଘଟଣାକୁ ନେଇ ଶନିବାର ସକାଳୁ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କ ସଂପର୍କୀୟମାନେ ଡାକ୍ତରଖାନା ତରଫରୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପାଇକବସା ଗାଁର ବଜ୍ରତୁଣ୍ଡି ଗାଁର ସୁରେଖା ବେହେରା (୨୭) ନାମରେ ଜଣେ ମହିଳା ୪ ଦିନ ପୂର୍ବରୁ ରଘୁନାଥ ମୁର୍ମୁ ହସ୍ପିଟାଲକୁ ପ୍ରସୂତି ପାଇଁ ଆସିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ସେ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହା ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ଉତ୍ତେଜନା…
କେଦାର ମିଶ୍ର ଦିଲ୍ଲୀ ନିର୍ବାଚନରେ “ଦେଶ କି ଗଦ୍ଦାରୋ କୋ, ଗୋଲି ମାରୋ ଶାଲୋ କୋ” ଭଳି ଜଘନ୍ୟ ସ୍ଲୋଗାନକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ବିଜେପି ପାଇଁ ଜାନୁଆରୀ ୩୦ ତାରିଖ ଐତିହାସିକ ଦିବସ ନିଶ୍ଚୟ। ୧୯୪୮ ଜାନୁଆରୀ ୩୦ ତାରିଖରେ ଏମିତି ଗୁଳି ମାରିବାର ଭାବନା ନେଇ ନାଥୁରାମ ଗଡସେ ନାମକ ଜଣେ ଯୁବକ ଭାରତର ଭାରତର ସର୍ବଶ୍ରେଷ୍ଠ ଜନନାୟକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲା। ନାଥୁରାମ ଥିଲା ବୈଚାରିକ ଭାବରେ ଅନ୍ଧ ଓ ତା ମନ ଭିତରେ କେବଳ ଘୃଣାର ଭାବନା ଭାରି ରହିଥିଲା। ସେମିତି ୨୦୨୦ ଜାନୁଆରୀ ୩୦ ତାରିଖ ଦିନ ଆଉ ଜଣେ ଉନ୍ମାଦ ଯୁବକ କିଛି ପ୍ରତିବାଦକାରୀ ଯୁବକଙ୍କ ଉପରେ ଗୁଳି ଚଳାଇଥିଲା। ଦିଲ୍ଲୀ ପୁଲିସର ଉପସ୍ଥିତିରେ, ସୋସିଆଲ ମିଡିଆରେ ଖୋଲାଖୋଲି ଘୋଷଣା କରି ରାମଭକ୍ତ ନାମକ ଜଣେ ୧୭ ବର୍ଷର ଯୁବକ ପ୍ରତିବାଦକାରୀ ଜାମିଆ ମିଲିଆର ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ମାତ୍ର…
ଭୁବନେଶ୍ବର, ଆସନ୍ତାକାଲିଠାରୁ ଭୁବନେଶ୍ବରର ସୋଆ ଡିମଡ୍ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଉଛି ସୋଆ ଲିଟେରଚର ଫେଷ୍ଟିଭାଲ। ସୋଆ ଡିମଡ ବିଶ୍ବବିଦ୍ୟାଳୟରେ ଏହି ଉତ୍ସବ ଦୁଇଦିନ ଧରି ଚାଲିବ। ପ୍ରଥମ ଥର ପାଇଁ ଓଡିଆ ତଥା ଭାରତୀୟ ସାହିତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ସୋଆ ତରଫରୁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଏହି ଉତ୍ସବରେ ଓଡିଶା ତଥା ରାଜ୍ୟ ବାହାର ପ୍ରାୟ ଶହେ ସାହିତ୍ୟିକ ଯୋଗ ଦେଉଛନ୍ତି। ଏଥିରେ ଭାରତୀୟ ସାହିତ୍ୟ, ଓଡିଆ ସାହିତ୍ୟ, ଚଳଚିତ୍ରରେ ସାହିତ୍ୟ ଏବଂ କବିତା ପାଠ ଉତ୍ସବ ଆୟୋଜିତ ହେବ। ଏହି ଦୁଇଦିନ ମଧ୍ୟରେ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ 26ଟି ଆଲୋଚନା ଚକ୍ର ଏବଂ ସାକ୍ଷାତକାର କାର୍ଯ୍ୟକ୍ରମ ରଖାଯାଇଛି। ଉଦଘାଟନ ଉତ୍ସବରେ ଡ. ସୀତାଶୁଂ ୟାଶଚନ୍ଦ୍ରା, ଡ ପ୍ରତିଭା ରାୟ, ଡ ବାସଦେବ ମୋହୀ, ଡ. ଧନେଶ୍ବର ମୁଲାୟ, ପ୍ରଫେସର ଆର.କେ ଚୌହାନ ଏବଂ ଗାୟତ୍ରୀବାଳା ପଣ୍ଡା। ଏହି କାର୍ଯ୍ୟକ୍ରମର ସୋଆର ପ୍ରତିଷ୍ଠାତା ମନୋରଂଜନ ନାୟକ…
ମୁମ୍ବାଇ : ଭାରତରେ ଓଟିଟିଚ ପ୍ଲାଟଫର୍ମର ବର୍ଦ୍ଧିତ ଲୋକପ୍ରିୟତା କାରଣରୁ ବିଭିନ୍ନ ବଲିଉଡ କଳାକାର ଓ୍ବେବ୍ ସିରିଜ୍ରେ ନଜର ଆସୁଥିବା ବେଳେ ସୋନାକ୍ଷୀ ସିହ୍ନା ମଧ୍ୟ ଓ୍ବେବ୍ ସିରିଜ୍ ପଦାର୍ପଣ କରିବାକୁ ଯାଉଛନ୍ତି । ଏହା ସହିତ ନିର୍ଦ୍ଦେଶିକା ରୀମା କାଗତି ମଧ୍ୟ ନିଜର ଓଟିଟି ପଦାର୍ପଣ କରିବାକୁ ଯାଉଛନ୍ତି । ରୀମା ଏହି ଓ୍ବେବ୍ ସିରିଜ୍ର ନିର୍ଦ୍ଦେଶନା ଦେବା ସହିତ କାହାଣୀ ମଧ୍ୟ ଲେଖିଛନ୍ତି । ଫଲେନ୍ ନାମକ ଏହି ଓ୍ବେବ୍ ସିରିଜ୍ 1972ର ଭାରତ ପାକିସ୍ତାନ ଯୁଦ୍ଧ ଉପରେ ପର୍ଯ୍ୟବେସିତ । ଏହି ସିରିଜ୍ରେ ବିଜୟ ବର୍ମା ଏବଂ ଗୁଲଶନ ଦେବୈୟା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଓ୍ବେବ୍ ସିରିଜ୍ ବ୍ୟତିତ ସୋନାକ୍ଷୀ ଭୁଜ୍ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିବାକୁ ଯାଉଛନ୍ତି ।

