ନୂଆଦିଲ୍ଲୀ : ଜାମିଆ ଗୁଳିଚାଳନାକାରୀ ଅଭିଯୁକ୍ତକୁ 14 ଦିନିଆ ପୋଲିସ୍ ରିମାଣ୍ଡରେ ପଠାଯାଇଛି । 14 ଦିନିଆ ରିମାଣ୍ଡରେ ପଠାଯାଇଥିବା ବେଳେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତର ଅସ୍ଥିମଜ୍ଜା ପରୀକ୍ଷଣ ପାଇଁ ଆବେଦନ କରାଯାଇଛି । ଉତ୍ତର ପଦେଶର ଜେଓ୍ବାରରେ ଅଭିଯୁକ୍ତଙ୍କ ସ୍କୁଲ ପକ୍ଷରୁ ସେ ନାବାଳକ ଥିବା ନେଇ ସୂଚନା ଦିଆଯାଇଛି । ନାବାଳକର ସ୍କୁଲ ପକ୍ଷରୁ ତାଙ୍କର ଜନ୍ମତାରିଖ 8 ଏପ୍ରିଲ 2002 ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ ।
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ଉପଖଣ୍ଡରେ ରହିଥିବା ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିବାକୁ ପଡିଛି । ଏହା ସହିତ ସ୍ଥାୟୀ ଶିକ୍ଷକ ନଥିବାରୁ ଅଭିଭାବକଙ୍କ ପକ୍ଷରୁ ବିଦ୍ୟାଳୟକୁ ତାଲା ମାରି ବନ୍ଦ କରି ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସର ଜାନୁୟାରୀ 27 ତାରିଖ ଦିନ ଅଭିଭାବକଙ୍କ ଧାରଣା ଏବଂ ବିଦ୍ୟାଳୟରେ ତାଲା ପରେ ବ୍ଲକ୍ ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ତିନି ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଘୋଷରାମାଳ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ସୁଦର୍ଶନ ରାଉଳଙ୍କୁ ତିନି ଦିନ ପଢାଇବା ପାଇଁ ନିଯୁକ୍ତ କରିଥିଲେ । ମାତ୍ର ଅଭିଭାବକଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇ ବିଦ୍ୟାଳୟରେ ତାଲା ପକାଯିବାରୁ ଶିକ୍ଷକ ଫେରିଯିବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି ।
ସମୀକ୍ଷା ବ୍ୟୁରୋ ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ଗ୍ରାମପଞ୍ଚାୟତର ଭାପୁର(ବୃନ୍ଦାବନପୁର) ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ନାବାଳକଙ୍କ ଘର ସମ୍ମୁଖରେ ରହିଥିବା ନନ୍ଦ ପୋଖରୀରେ ଏହି ଅଘଟଣ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ସମୀର ରାଉତଙ୍କ ୧୦ ବର୍ଷର ନାବାଳକ ପୁତ୍ର ପୋଖରୀକୁ ହାତ ଧୋଇବାକୁ ଯାଇଥିବା ସମୟରେ ଅଚାନକ ଗୋଡ ଖସିଯିବାରୁ ବାଳକ ଜଣକ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ବାଳକଙ୍କୁ ଉଦ୍ଧାର କରିଥିଲେ । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପୀ ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ ଓଡିଶା ସରକାରଙ୍କ ପକ୍ଷରୁ ଷୋଡଶ ଧଉଳି-କଳିଙ୍ଗ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି । ପ୍ରତି ବର୍ଷ ଫେବ୍ରୁୟାରୀ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ଫେବୃୟାରୀ 7 ତାରିଖରୁ ଅନୁଷ୍ଠିତ ହେବ । ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରା ଯିବ । ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର…
ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀର ଜାମିଆ ମାଲିଆ ବିଶ୍ବ ବିଦ୍ୟାଳୟରେ ଘଟି ଯାଇଥିବା ଗୁଳିକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଗତକାଲି ଘଟିଥିବା ଗୁଳିକାଣ୍ଡରେ ଜଣେ ଛାତ୍ର ଆହତ ହୋଇଥିବା ବେଳେ ଏହି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି ଥରୁର୍ । ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇ କିଛି ବ୍ୟକ୍ତି ନିଜକୁ ଶକ୍ତିଶାଳୀ ବୋଲି ବିବେଚନା କରୁଛନ୍ତି ବୋଲି ଥିରୁଅନନ୍ତପୁରମ୍ ସାଂସଦ ପ୍ରକାଶ କରିଛନ୍ତି । ସରକାର ହିଂସା ଏବଂ ଘୃଣାର ରାଜନୀତି କରୁଛନ୍ତି ଏବଂ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥରୁର୍ ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣିଥରେ ନ୍ୟାୟ ବିଳମ୍ବିତ ହୋଇଛି । ଆସନ୍ତା କାଲି ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୋର୍ଟ ଏହା ଉପରେ ରୋକ୍ ଲଗାଇଛନ୍ତି । ମାମଲାର ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆସନ୍ତା କାଲି ଫାଶୀ ନହେବା ସମ୍ଭାବନା ସ୍ପଷ୍ଟ ହୋଇଛି । ଦୁଇ ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ବାକି ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ରାଜକ୍ଷମା ପାଇଁ ଆବେଦନ କରିଛନ୍ତି । ତେଣୁ ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାର୍ଯ୍ୟ । ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ 3ଟି ଟିମ୍ ଅଚାନକ ପାଟକୁରା ଗସ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍ ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ୍.କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ । ଏହି ବରିଷ୍ଠ ଅଧିକାରୀମାନେ ପ୍ରତି ପଞ୍ଚାୟତର ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିବାବେଳେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ସିଧାସଳଖ ଭେଟିଥିଲେ । ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହିତ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ, ସଡକ ଯୋଗାଯୋଗ ଓ ବିଦ୍ୟୁତ୍ସେବା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପାଟକୁରା ନିର୍ବାଚନମଣ୍ଡଳୀର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପାଟକୁରାର ସାନ ଅଢଙ୍ଗରେ ରହିଥିବା ଏକ ବେଆଇନ୍ ମଦ ଦୋକାନକୁ ସିଲ୍ କରାଯାଇଛି । ସାନ ଅଢଙ୍ଗ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯିବା ପରେ ଆଇପିଏସ୍ ଅଫିସର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟୀଙ୍କ ଦ୍ବାରା ମଦ ଦୋକାନକୁ ସିଲ୍ କରାଯାଇଥିଲା । ସ୍କୁଲ ନିକଟରେ ବେଆଇନ ଭାବରେ ଏହି ମଦ ଦୋକାନ ଖେଲାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା ।
ସମୀକ୍ଷା ବ୍ୟୁରୋ ଅର୍ଥନୈତିକ ସର୍ବେକ୍ଷଣରେ ଅନେକ କଥା ଥାଏ ଯାହାକି ସହଜରେ ସାଧାରଣ ଲୋକ ବୁଝି ପାରନ୍ତି ନାହିଁ। ଗତ କିଛି ବର୍ଷର ଅନୁଭବରୁ ଆମେ ଜାଣିଛୁ ଯେ ଅର୍ଥନୈତିକ ସର୍ବେକ୍ଷଣ କରୁଥିବା ଭବିଷ୍ୟବାଣୀ କେବେ ହେଲେ ଠିକ ହେଉନାହିଁ। ଗତବର୍ଷ ଅର୍ଥନୈତିକ ସର୍ବେକ୍ଷଣରେ ଦେଶର ଅଭିବୃଦ୍ଧି ହାର ୭% ରହିବ ବୋଲି ଆକଳନ କରାଯାଇଥିଲା। ତେବେ ବର୍ଷ ପୂରିଲା ବେଳକୁ ଏହା ୫% ଭିତରେ ହିଁ ରହିବ ବୋଲି ଜଣା ପଡୁଛି। ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣରୁ ଗୋଟିଏ ତଥ୍ୟର ଆଲୋଚନା ଆମେ କରୁଛୁ। ଚଳିତ ବର୍ଷ ବିଭିନ୍ନ ଜାତୀୟ ବ୍ୟାଙ୍କରେ ସାଧାରଣ କରଦାତାଙ୍କର ଅର୍ଥକୁ ସରକାର ପୁଞ୍ଜି ଭାବରେ ଖଟାଇଥିଲେ। ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ସାଧାରଣ କରଦାତାଙ୍କର ୪ ଲକ୍ଷ ୩୦ ହଜାର କୋଟି ଟଙ୍କା ବିଭିନ୍ନ ଜାତୀୟ ବ୍ୟାଙ୍କରେ ରହିଛି। ସରକାରୀ ସୂତ୍ର କହୁଛି ସରକାରୀ ବ୍ୟାଙ୍କରେ ରହିଥିବା ଟଙ୍କା ପିଛା ୨୩ ପଇସା କ୍ଷତି…
ଓ୍ବେଲିଙ୍ଗଟନ୍ : ଚୋକର୍ ଆଖ୍ୟାକୁ ସଠିକ୍ ପ୍ରମାଣିତ କରିଛି ନ୍ୟୁଜିଲ୍ୟାଣ୍ଡ । ସୁମଦାୟ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିବା ନ୍ୟୁଜିଲ୍ୟାଣ୍ଡ ପୁନର୍ବାର ଅନ୍ତିମ ଓଭର ଚାପ ଆଗରେ ହାର ମାନିଥିଲା । ଅନ୍ତିମ ଓଭରରେ ମାତ୍ର 7 ରନ୍ ଆବଶ୍ୟକ ଥିବା ବେଳେ କ୍ରିଜ୍ରେ ମହଜୁଦ ଥିଲେ ଦୁଇ ସେଟ୍ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର(23) ଏବଂ ଟିମ୍ ସିଫର୍ଟ(57) । ମାତ୍ର ଚମତ୍କାର ବୋଲିଂ ପ୍ରଦର୍ଶନ କରିବା ସହିତ ଶାର୍ଦ୍ଦୁଲ ଠାକୁର ମାତ୍ର 6 ରନ୍ ବ୍ୟୟ କରିବା ସହିତ ମ୍ୟାଚ୍କୁ ସୁପର ଓଭରକୁ ନେଇଥିଲେ । ସୁପର ଓଭରରେ ଯଶପ୍ରୀତ୍ ବୁମ୍ରାଙ୍କ ଓଭରରେ ନ୍ୟୁଜିଲ୍ୟାଣ୍ଡ 1 ଓ୍ବିକେଟ ହରାଇ 13 ରନ୍ ସଂଗ୍ରହ କରିଥିଲା । 14 ରନ୍ର ପିଛା କରୁଥିବା ଭାରତ ପକ୍ଷରୁ କେଏଲ୍ ରାହୁଲ ପ୍ରଥମ ତିନି ବଲ୍ରେ 10 ରନ୍ କରି ଆଉଟ୍ ହୋଇଥିଲେ । ପରେ ଅଧିନାୟକ ବିରଟ କୋହଲି 6 ରନ୍ କରି ଭାରତକୁ…
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ଙ୍କ ଦ୍ବାରା ପ୍ରସ୍ତୁତ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିଛନ୍ତି ସୀତାରମଣ । ସର୍ବେକ୍ଷଣ ରିପୋର୍ଟରେ 2025 ସୁଦ୍ଧା 5 ଟ୍ରିଲିୟନ୍ ଅର୍ଥନୀତି ଉପରେ ଗୁରୁତ୍ବାରୋପ କରାଯିବା ସହିତ ଆସନ୍ତା 5 ବର୍ଷ ମଧ୍ୟରେ 4 କୋଟି ଏବଂ 2030 ସୁଦ୍ଧା 8 କୋଟି ନୂତନ ନିଯୁକ୍ତି ସୃଷ୍ଟି କରାଯିବା ନେଇ ଉଲ୍ଲେଖ କରାଯାଇଛି । ଆସେମ୍ବଲିଂ ଇନ୍ ଇଣ୍ଡିଆ ଫର୍ ଓ୍ବାର୍ଲ୍ଡ ଜରିଆରେ ଏହି ନିଯୁକ୍ତି ସୃଷ୍ଟି କରାଯିବା ସହିତ 5 ଟ୍ରିଲିୟନ୍ ଅର୍ଥନୀତି ସମ୍ଭବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ବିତ୍ତୀୟ ଅଭିବୃଦ୍ଧି ହାର 5 ପ୍ରତିଶତ ଲକ୍ଷ୍ୟ ରଖାଯାଇଥିବା ବେଳେ ଘରୋଇ ଅଭିବୃଦ୍ଧି ହାର 6ରୁ 6.5 ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ ଲଗାଯାଇଛି । ଭାରତୀୟ ଅର୍ଥ…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଚର୍ଚ୍ଚିତ ତ୍ରିପଲ୍ ମର୍ଡର କେସ୍ର ପର୍ଦ୍ଦାଫାସ ହୋଇଛି । ଜାନୁଆରୀ 24 ତାରିଖରେ ଘଟିଥିବା ଏହି ଘଟଣାରେ ବାପା-ମା‘ଙ୍କ ସମେତ ସାନ ପୁଅର ହତ୍ୟା ହୋଇଥିଲା । 12 ବର୍ଷୀୟ ନାବାଳକ ଜଣକ ଏହି ଘଟଣା ଘଟାଇଥିଲେ । ନାବାଳକ ଜଣକ ସାମାନ୍ୟ କେତୋଟି ଟଙ୍କା ପାଇଁ ନିଜ ରକ୍ତ ସମ୍ପର୍କକୁ ତୁଚ୍ଛ କରି ଏଭଳି କାଣ୍ଡ ଘଟାଇଥିବାର ପୋଲିସ୍ ସ୍ପଷ୍ଟ କରିଛି । ଘଟଣାଦିନ ମା’ଙ୍କୁ 1500ଟଙ୍କା ମାଗିଥିବାବେଳେ ମା’ ଦେବାକୁ ମନା କରିଥିଲେ । ଏହାପରେ ମା’ଙ୍କ ସହ ତାଙ୍କର ଝଗଡା ହୋଇଥିଲା । ପରେ ରାଗରେ ସେ ତାଙ୍କ ମା’ଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଦେଲେ । ଏହାର କିଛି ସମୟ ପରେ ତାଙ୍କ ବାପା ଯେତେବେଳେ ଘରେ ପହଞ୍ଚିଲେ, ସେ ତାଙ୍କ ପିତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ନାବାଳକଙ୍କ ପିତା…
ରଞ୍ଜିତ ପଣ୍ଡା : କୁଜଙ୍ଗ ବ୍ଲକ୍ର ନୂତନ ବ୍ଲକ୍ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ହେମନ୍ତ କୁମାର ମହନ୍ତ । ଦୀର୍ଘ ଚାରି ମାସ ହେବ ଖାଲି ପଡିଥିବା ଏହି ସ୍ଥାନ ପାଇଁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ବିଡିଓ ଶ୍ରୀ ମହନ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ବିବାଦୀୟ ପରସ୍ଥିତିରେ ପୂର୍ବତନ ବିଡିଓ କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ନଭେମ୍ବର 11ରୁ ବଦଳି କରାଯିବା ପରେ ଏହି ପଦବୀ ଖାଲି ପଡିଥିଲା । ଦୁଇ ଦିନ ତଳେ ହେମନ୍ତ କୁମାର ମହନ୍ତଙ୍କ ନାମ ନୂତନ ବିଡିଓ ଭାବରେ ଘୋଷଣା କରାଯାଇଥିବା ବେଳେ ସେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ନୂତନ ଭାବରେ କର୍ଯ୍ୟରେ ଯୋଗ ଦେଇଥିବା ଶ୍ରୀ ମହନ୍ତଙ୍କୁ ସହକାରୀ ବିଡିଓ ସନ୍ତୋଷ କୁମାର ଶତ୍ପଥୀଙ୍କ ସମେତ ସମସ୍ତ ବ୍ଲକ୍ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି ।
କାନବେରା : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ତ୍ରୀରାଷ୍ଟ୍ରୀୟ ସିରିଜ୍ରେ ଭାରତୀୟ ମହିଳା ଦଳ ସହଜ ବିଜୟ ହାସଲ କରିଛି । ବୋଲର ଏବଂ ହରମନ୍ପ୍ରୀତ୍ କୌର୍ଙ୍କ ସଫଳତା ଫଳରେ ଭାରତୀୟ ଦଳ ଇଂଲଣ୍ଡକୁ 5 ଓ୍ବିକେଟରେ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଭାରତ ପକ୍ଷରୁ ଦୀପ୍ତି ଶର୍ମା, ଶିଖା ପାଣ୍ଡେ ଏବଂ ରାଜେଶ୍ବରୀ ଗାଏକ୍ବାଡ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ବୋଲରଙ୍କ ସଫଳତା କାରଣରୁ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 147 ରନ୍ ସଂଗ୍ରହ କରିଥିଲା । ଇଂଲଣ୍ଡ ପକ୍ଷରୁ ହିଥର ନାଇଟ୍ ସର୍ବାଧିକ 67 ରନ୍ ମସଂଗ୍ରହ କରିଥିଲେ । ଜବାବରେ ଭାରତ 19.3 ଓଭରରେ 5 ଓ୍ବିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଭାରତ ପକ୍ଷରୁ ହରମନପ୍ରୀତ୍ କୌର୍ ସର୍ବାଧିକ ଅପରାଜିତ 42 ରନ୍ ସଂଗ୍ରହ କରିଥିବା ବେଳେ ଶେଫାଳୀ ବର୍ମା 30…
ଓ୍ବେଲିଙ୍ଗଟନ୍ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ରେ ଭାରତ 165 ରନ୍ ସଂଗ୍ରହ କରିଛି । ସିରିଜ୍ ବିଜୟୀ ହୋଇ ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍ ନିମନ୍ତେ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁ ସାମ୍ସନ୍ ଏବଂ ଓ୍ବାଶିଂଟନ୍ ସୁନ୍ଦରଙ୍କୁ ଖେଳାଇଥିଲା । ନିର୍ଭରଯୋଗ୍ୟ ଭାରତୀୟ ଟପ୍ ଅର୍ଡର ଏହି ମ୍ୟାଚ୍ରେ ଫେଲ୍ ମାରିଥିବା ବେଳେ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ 165 ରନ୍ ସଂଗ୍ରହ କରିଥିଲା । ଚମତ୍କାର ଫର୍ମରେ ରହିଥିବା ଓପ୍ନର କେଏଲ୍ ରାହୁଲ୍ 26 ବଲ୍ରୁ 39 ରନ୍ ସଂଗ୍ରହ କରିଥିବା ବେଳେ ଶେଷ ଭାଗରେ ଶାର୍ଦ୍ଦୁଲ୍ ଠାକୁର 15 ବଲ୍ରୁ 20 ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ । ଗୋଟିଏ ପଟୁ ଓ୍ବିକେଟ୍ ଖସି ଚାଲିଥିଲେ ମଧ୍ୟ ମନୀଷ ପାଣ୍ଡେ 36ଟି ବଲ୍ର ସମ୍ମୁଖୀନ ହୋଇ…
ସମୀକ୍ଷା ବ୍ୟୁରୋ କନ୍ଧମାଳ : ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଛି । ଚୀନ୍ରେ ଏମ୍ବିବିଏସ୍ କରୁଥିବାରୁ କରୋନା ଆକ୍ରନ୍ତ ହୋଇଥିବାର ସନ୍ଦେହ କରାଯାଉଛି । ଗତ 11 ତାରିଖରେ ଚୀନ୍ରୁ ଫେରିଥିଲେ ଏହି ଅସୁସ୍ଥ ଡାକ୍ତରୀ ଛାତ୍ର ଜଣକ । ଘରକୁ ଫେରିବା ଦିନଠାରୁ କାଶ, ଥଣ୍ଡା ଛାଡୁ ନଥିବାର ସନ୍ଦେହ କରାଯାଇଛି। କରୋନା ଆଶଙ୍କା କରି ଛାତ୍ର ଜଣକ ନିଜେ ସିଡିଏମ୍ଙ୍କୁ ଚିଠି ଲେଖିଥିଲେ । ଚିଠି ପାଇବା ପରେ ଯୁବକଙ୍କୁ ଏସ୍ସିବି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍ରେ କରୋନା ଭୟଙ୍କର ହୋଇଥିବାବେଳେ ଏଥିରେ 200ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଦଶହଜାର ଲୋକ ଏହାର ସଂକ୍ରମଣରେ ଆସିଯାଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ଗ୍ଲୋବାଲ୍ ହେଲ୍ଥ ଇମର୍ଜେନ୍ସି ଘୋଷଣା କରି ସାରିଛି । କରୋନା ଭାଇରସ୍ ଚୀନ୍ ବ୍ୟତୀତ 18ଟି ଦେଶକୁ ବ୍ୟାପିସାରିଲାଣି ।
ନାଇଜେରିଆ : ବିବାହ ପୂର୍ବରୁ ବରଘର ତରଫରୁ ଯୌତୁକ ଦାବି କରାଯାଇଥିବାର ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଏଠାରେ ଓଲଟା କଥା ଘଟିଛି । କନ୍ୟା ଘରର ଦାବି ଆଗରେ ଜଣେ ବର ଅତିଷ୍ଠ ହୋଇପଡିଛି । କନ୍ୟାଘର ତରଫରୁ କରାଯାଇଥିବା ଯୌତୁକ ଦାବି ଆଗରେ ବର ଏତେ ବ୍ୟଥିତ ହୋଇପଡିଲା ଯେ, ପରିଶେଷରେ ସେ ତା’ ପ୍ରେମିକା ସହିତ ସମ୍ପର୍କ ଛିନ୍ନ କରିଛି । ନାଇଜେରିଆରେ ରହୁଥିବା ଏଣ୍ଡରସନ୍ ତାଙ୍କ ଭାବି ପତ୍ନୀଙ୍କ ସହ ଏନେଇ ସମ୍ପର୍କ ତୁଟାଇଛନ୍ତି। ସେ କନ୍ୟା ଘର ତରଫରୁ ଦାବିକୁ ପୂରଣ କରିବାରେ ଅସମର୍ଥ ବୋଲି ଜଣାଇଛନ୍ତି । ଏହାସହିତ ସେ ତାଙ୍କ ପ୍ରେମିକାକୁ ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିପାରିବା ସହିତ ସମସ୍ତ ଖର୍ଚ୍ଚ ଉଠାଇପାରୁଥିବା ଜଣେ ଯୁବକଙ୍କ ସହିତ ବିବାହ କରନ୍ତୁ ବୋଲି କହିଛନ୍ତି। ଉଲ୍ଲେଖନୀୟ ଯେ, ନାଇଜେରିଆରେ କନ୍ୟା ଘରକୁ ଯୌତୁକ ଦେବାର ପରମ୍ପରା ରହିଛି । ଏହି…
ନୂଆଦିଲ୍ଲୀ : ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ଗୁଳିକାଣ୍ଡ ମାମଲାରେ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ମାମଲା କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଶ୍ରୀନିବାସ ବି ଭିଙ୍କ ନେତୃତ୍ବରେ ଏକ କମିଟି ଅନୁରାଗ ଠାକୁରଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନାରେ ଯୁବ କଂଗ୍ରେସ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଅନୁରାଗଙ୍କ ଘୃଣା ଭରା ଭାଷଣ କାରଣରୁ ଗୁଳିକାଣ୍ଡ ଘଟିଥିବା ନେଇ ଏହି ଅଭିଯୋଗ କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଜଣେ ବନ୍ଧୁକଧାରୀ ଆତତାୟୀ ଜଣକ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ । ଅଭିଯୁକ୍ତ ଜଣକ ୟେ ଲୋ ଆଜାଦୀ ବୋଲି ଚିତ୍କାର କରି ଛାତ୍ରଛାତ୍ରୀଙ୍କୁ ଉପରକୁ ଗୁଳି ଚଳାଇଥିଲେ । (ଏଜେନ୍ସୀ)
ନୂଆଦିଲ୍ଲୀ : ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ) ସୀମାରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି । ୟୁଏଇ ତଟରେ ଏକ ତୈଳ ଟ୍ୟାଙ୍କର ଯାଉଥିବା ଜାହାଜଟିରେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ଜାହାଜରେ ସମୁଦାୟ 55 ଜଣ ବ୍ୟକ୍ତି ରହିଥିବା ବେଳେ ତନ୍ମଧ୍ୟରୁ 12 ଜଣ ଜାହାଜ କର୍ମଚାରୀ ରହିଛନ୍ତି । ବିସ୍ଫୋରଣ ପରେ ଦୁଇ ଜଣ ଭାରତୀୟ ନିହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 10 ଜଣ ନିଖୋଜ ରହିଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ମୋଡ ଦେଖିବାକୁ ମିଳୁଛି । ପୂର୍ବରୁ ଜାରି ହୋଇଥିବା ଫାଶୀ ତାରିଖର ଗୋଟିଏ ଦିନ ପୂର୍ବରୁ ଦୋଷୀମାନେ ପୁଣି ଥରେ ନୂଆ ଚାଲ୍ ଚଲାଇବା ଆରମ୍ଭ କରିଛନ୍ତି । ଏହି ଅପରାଧର ଅନ୍ୟତମ ଅପରାଧୀ ପଓ୍ବନ ସିଂ ପୁଣି ଥରେ ସୁପ୍ରିମ୍କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଘଟଣା ସମୟରେ ନାବାଳକ ଥିବାର ଦର୍ଶାଇ ରିଭ୍ୟୁ ପିଟିସନ୍ ଜାରି କରିଛନ୍ତି । ପୂର୍ବରୁ ପଓ୍ବନର ନାବାଳକ ଦାବିକୁ ସୁପ୍ରିମ୍କୋର୍ଟ ଖାରଜ କରି ସାରିଛନ୍ତି । ସେହିପରି ଗତକାଲି ଅକ୍ଷୟଙ୍କ କ୍ୟୁରୋଟିଭ୍ ପିଟିସନ୍କୁ ଖାରଜ କରାଯାଇଥିବାବେଳେ ଫେବୃଆରୀ 1 ତାରିଖରେ ଫାଶୀ ଦଣ୍ଡାଦେଶକୁ ନେଇ ଶୁଣାଣି ହେବ। ତେବେ ବିଚାର ପ୍ରକ୍ରିୟା ସରିନଥିବାରୁ ଦୋଷୀଙ୍କ ଓକିଲ ମାନେ ଫାଶୀ ଟାଳିବାକୁ ପ୍ରୟାସ କରୁଛନ୍ତି । ଚାରି ଦୋଷୀଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରି ଡେଥ୍ ଓ୍ବାରେଣ୍ଟକୁ ଆଛ…

