Author: Samikhsya Bureau

ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ବିଶ୍ବବିଦ୍ୟାଳୟ ବାହାରେ ଗୁଳି କରି ଦେଶରେ ହଇଚଇ ସୃଷ୍ଟି କରିଥିବା ନାବାଳାକ ଆକ୍ରମଣକାରୀ ଜଣକ ଏପରି କାର୍ଯ୍ୟ ପାଇଁ ଅନୁତପ୍ତ ନୁହଁନ୍ତି ବୋଲି କହିଛନ୍ତି। ପୋଲିସ୍‌ ପଚରାଉଚୁରା  କରିବା ସମୟରେ ସେ ଏହା ସମ୍ପର୍କରେ କହିଛନ୍ତି। ଏହା ସହିତ ଆକ୍ରମଣକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆପଣ ଚାହିଁବେ ମୋର ଏନକାଉଣ୍ଟର କରିପାରିବ । ମିଳିଥିବା ପୋଲିସ୍‌ ସୂଚନା ଅନୁସାରେ ଗୁରୁବାର ଦ୍ବିପ୍ରହର 12 ଟା ସମୟରେ ଦିଲ୍ଲୀ ପହଞ୍ଚିଲା ଅଭିଯୁକ୍ତ ଜଣକ। ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ସେ ବନ୍ଧୁକ ଆଣିଥିଲା। ତେବେ ଏହି ଆକ୍ରମଣକାରୀ ଯୁବକ ଜଣକ କେଉଁ ସଙ୍ଗଠନ ସହିତ ସଂଶ୍ଲିଷ୍ଟ ଅଛନ୍ତି କି ନାହିଁ, ସେସମ୍ପର୍କରେ ଜଣାପଡିନାହି। ତେବେ ପଚରାଉଚୁରା ସମୟରେ ସେ ଏପରି କାଣ୍ଡ ଚନ୍ଦନ ଗୁପ୍ତାଙ୍କ ହତ୍ୟାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କରିଛି ବୋଲି କହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଚନ୍ଦନ ଗୁପ୍ତା ସହିତ ଆକ୍ରମଣକାରୀଙ୍କର…

Read More

ମୁମ୍ବାଇ : ସୈଫ୍‌ଅଲୀ ଖାନ୍‌ଙ୍କ ଅଭିନୀତ ‘ଜଓ୍ବାନୀ ଜାନେମନ୍‌’ ଆଜି ରିଲିଜ୍‌ ହୋଇଯାଇଛି । ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଥିବାର ସୂଚନା ରହିଛି ।  ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଛନ୍ତି ପୂଜା ବେଦୀଙ୍କ ଝିଅ ଆଲ୍‌ୟା ଫଣ୍ଣିଚରଓ୍ବାଲା । ନୀତିନ୍‌ କକ୍କଡଙ୍କ ନିର୍ଦ୍ଦେଶିତ ଏହି ଫ୍ୟାମିଲି ଡ୍ରାମାରେ ଆଲ୍‌ୟା ଓ ସୈଫ୍‌ଙ୍କ ବ୍ୟତୀତ ତବୁ ଓ ଚଙ୍କି ପାଣ୍ଡେ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟିରେ ମଡର୍ଣ୍ଣ ଇଣ୍ଡିଆକୁ ଏକ ଖାସ୍‌ ଢଙ୍ଗରେ ଉପସ୍ଥାପିତ କରାଯାଇଛି । କମେଡି ସହିତ ଇମୋସନ୍‌ ଓ ରୋମାନ୍ସର ଡୋଜ୍‌ ମଧ୍ୟ ରହିଛି । ଆଲ୍‌ୟା ନିଜ ପ୍ରଥମ ଫିଲ୍ମରେ ଭଲ ପରଫରମାନ୍ସ ଦେଇଥିବାବେଳେ ସୈଫ୍‌ଙ୍କ ଅଭିନୟ ବେଶ୍‌ ମଜାଦାର ରହିଛି । ମୋଟ ଉପରେ ଦେଖିବାକୁ ଗଲେ ଫିଲ୍ମଟି ସବୁ ବର୍ଗର ଦର୍ଶକଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିବ । ତେବେ ଆଜି ଏହି ଫିଲ୍ମ ସହିତ ପରଦାରେ ରହିଛି ଆଉ…

Read More

ନୂଆଦିଲ୍ଲୀ : ଭାରତୀୟ ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତି ସମୟରେ ଆଜି ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେଉଛି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌କୁ ଫେବଆରୀ 1 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ । ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 31 ତାରିଖରୁ ଫେବୃଆରୀ 11 ପର୍ଯ୍ୟନ୍ତ ହେବାକୁ ରହିଥିବାବେଳେ ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ଦୁଇ ତାରିଖଠାରୁ ଅପ୍ରେଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ସଂସଦର ଦୁଇ ଗୃହକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ସରକାରଙ୍କ ତରଫରୁ ଆର୍ଥିକ ସର୍ଭେ ଉପସ୍ଥାପନ କରାଯିବ । ରାଷ୍ଟ୍ରପତି ଏହି ସମୟରେ ସରକାରଙ୍କ ଲୋକହିତକର କାର୍ଯ୍ୟ ସମ୍ପର୍କରେ ଅବଧାରଣା ଦେଇଛନ୍ତି । ଏ ଦଶନ୍ଧିରେ ସମତା ଓ ଅନ୍ତ୍ୟୋଦୟର ସ୍ବପ୍ନ ପୂରଣ ହେଉ ବୋଲି ରାଷ୍ଟ୍ରପତି କହିଛନ୍ତି। ନୂଆ ଭାରତର ନିର୍ମାଣ ପାଇଁ…

Read More

ନୂଆଦିଲ୍ଲୀ : ଆଜିଠାରୁ ସଂସଦରେ ବଜେଟ୍‌ ଅଧିବେଶନ୍‌ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଆର୍ଥିକ ସର୍ଭେକ୍ଷଣ ମଧ୍ୟ ଉପସ୍ଥାପନ କରାଯିବ । ବଜେଟ୍‌ ଅଧିବେଶନରେ ଆରମ୍ଭ ହେବା ପୂର୍ବରୁ ଏହି ଅଧିବେନଶନରେ ସାମିଲ୍‌ ହେବା ପାଇଁ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏହି ଅଧିବେଶନରେ ଅଧିକତମ ଆର୍ଥିକ ବିଷୟ ଉପରେ ଚର୍ଚ୍ଚା କରାଯିବ । ବିଶ୍ବସ୍ତରୀୟ ଆର୍ଥିକ ସ୍ଥିତିରେ ଭାରତ କିପରି ଲାଭବାନ ହୋଇପାରିବ ସେ ସମ୍ପର୍କରେ ଚର୍ଚ୍ଚା କରାଯିବ । ଚଳିତ ବଜେଟ୍‌କୁ ନେଇ ମୋଦି କହିଛନ୍ତି ଯେ, ଏହା 2020ର ପ୍ରଥମ ଅଧିବେଶନ । ଏହା ଏହି ଦଶକର ପ୍ରଥମ ଅଧିବେଶନ ଅଟେ । ଆମ ସରକାର ଦଳିତ, ପୀଡ଼ିତ, ବଂଚିତ, ଶୋଷିତ, ମହିଳାଙ୍କୁ ସଶକ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅଧିବେଶନରେ ଦୁଇ ସଦନରେ ଆର୍ଥିକ ବିଷୟ ତଥା ଲୋକଙ୍କୁ ସଶକ୍ତ…

Read More

ସମୀକ୍ଷା ବ୍ୟୁରୋ ଆସିକା : ଆସିକାଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସହ ଜଣେ ଯୁବକ ଜୀଅନ୍ତା ଜଳି ଯାଇଥିବାର ଖବର ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଧରାକୋଟ ଥାନା ଜି. ଦାମଦରପଲ୍ଲୀ ଗ୍ରାମର । ବିଦ୍ୟୁତ ସର୍ଟସର୍କିଟ୍‌ ଯୋଗୁଁ ଏପରି ଅଘଟଣ ଘଟିଥିବାର ସୂଚନା ରହିଛି ।  ନିକଟରେ  ଗଞ୍ଜାମ ବ୍ଲକ୍‌ର ଲୁଙ୍ଗୁରି ଗ୍ରାମରେ ନିଆଁ ଲାଗି  ଦୁଇ ଭାଇଙ୍କ ପାଞ୍ଚ ବଖରା ଘର ଜଳିଯାଇଥିଲା । ସର୍ଟସର୍କିଟ୍‌ କାରଣରୁ ଏହି ନିଆଁ ଲାଗି ଯାଇଥିବାର ସୂଚନା ମିଳିଥିଲା ।

Read More

ମୁମ୍ବାଇ: 2017ର ମିସ୍‌ ଓ୍ବାଲ୍ଡ ତଥା ଭାରତୀୟ ଲଳନା ମାନୁଷୀ ଛିଲ୍ଲାର୍‌ ‘ପୃଥ୍ବୀରାଜ’ ଜରିଆରେ ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମାନୁଷୀଙ୍କ ସହ ଏହି ଫିଲ୍ମରେ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ମାନୁଷୀ ଏବେ ଏହି ଫିଲ୍ମର ଗୋଟେ ଗୀତ ଶୁଟିଂ କରୁଥିବାର ନଜର ଆସିଛନ୍ତି । ଟୁଇଟରରେ ମାନୁଷୀ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜର ହେୟାର୍‌ ଓ ମେକଅପ୍‌ କ୍ର୍ୟୁ ମେମ୍ବରଙ୍କ ସହିତ ନଜର ଆସିଛନ୍ତି । ତେବେ ଏହି ଫଟୋଟିରେ କେବଳ ତାଙ୍କର ଛାଇ ଦେଖଯାଇଛି । ଏହି ଫଟୋକୁ ସେୟାର କରି ମାନୁଷୀ ଲେଖିଛନ୍ତି ଯେ, ‘ସବୁ ସମୟରେ ସେ ମୋ’ ପଛରେ ରହିଛି’ । ମାନୁଷୀ ଏହି ଫିଲ୍ମରେ ସଂଙ୍ଗୀତାଙ୍କ ଚରିତ୍ରରେ ଅବତୀର୍ଣ୍ଣ ହେଉଛନ୍ତି । ସୂଚନାଯୋଗ୍ୟ, ପୃଥ୍ବୀରାଜଙ୍କ ପ୍ରଥମ ପତ୍ନୀ ଥିଲେ ସଙ୍ଗୀତ । ସେହିପରି ପୃଥ୍ବୀରାଜଙ୍କ ଦ୍ବିତୀୟ ପତ୍ନୀଙ୍କ ଭୂମିକାରେ ଜଣେ…

Read More

ସମୀକ୍ଷା ବ୍ୟୁରୋ ଗଞ୍ଜାମ : ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ଫାଇଭ୍‌-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ମା’ ତାରାତାରିଣୀଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିକାଶମୂଳକ କାମର ଅନୁଧ୍ୟାନ କରିଛନ୍ତି ଫାଭଇ-ଟି ସଚିବ । ଖୁବଶୀଘ୍ର ତାରାତାରିଣୀ ମନ୍ଦିରର କିଛି ବିକାଶ ମୂଳକ ପଦକ୍ଷେପ ନିଆଯିବା ନେଇ ଆଶା କରାଯାଉଛି । ସୂଚନାଯୋଗ୍ୟ, ‘ମୋ’ ସରକାର’ ଯୋଜନା କାର୍ଯ୍ୟକାରୀ ହେବାପର ଠାରୁ ‘ଫାଇଭ-ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଅଚାନକ ବିଭିନ୍ନ ଜିଲ୍ଲାଗସ୍ତରେ ପହଞ୍ଚି ସମୀକ୍ଷା କରୁଛନ୍ତି ।  ଏହି ଅବସରର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଉପସ୍ଥିତ ରହିଥିଲେ ।

Read More

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ଘୋଷଣା କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡୋସ ଆଡନମ କହିଛନ୍ତି, ଭାଇରସ ବ୍ୟାପୁଥିବା ବେଳେ ଏହାକୁ ଅଟକାଇବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଥେଷ୍ଟ ନ ଥିବାରୁ ଏବେ ଏହା ଚିନ୍ତାର ବିଷୟ ହୋଇଛି । ଟେଡୋସ କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବାକୁ ହେବ ।  ସୂଚନାଯୋଗ୍ୟ, ଚୀନ୍‌ରେ ଏବେ ଏହି ଭାଇରସ୍‌ ବେଶ୍‌ ଭୟଙ୍କର ରୂପ ଧାରଣ କରିଥିବାବେଳେ ଏଥିରେ ମୃତ ସଂଖ୍ୟା 213କୁ ବୃଦ୍ଧି ହୋଇଛି । ଏହି ଭାଇସର୍‌ରେ 10 ହଜାର ଲେକ ସଂକ୍ରମଣର ଶିକାର ହୋଇଛନ୍ତି । ଚୀନ୍‌ ବ୍ୟତୀତ ଏହି ଭାଇରସ୍‌ ବିଶ୍ବର 18ଟି ଦେଶକୁ ବ୍ୟାପିଛି । (ଏଜେନ୍ସି)

Read More

କେଦାର ମିଶ୍ର ଏକଥା ସମସ୍ତେ ଜାଣନ୍ତି ଯେ ବିଜୁ ଜନତା ଦଳର ସମର୍ଥନ ବିନା ସଂସଦରେ ନାଗରିକତା ସଂଶୋଧନ ଆଇନ ଗୃହିତ ହୋଇ ପାରି ନଥାନ୍ତା। କେବଳ ଏହି ବିଲ ନୁହଁ, ଗତ ଛଅ ମାସ ଭିତରେ ସଂସଦରେ ଅନେକ ବିଲ ଆସିଛି, ଯାହାକୁ ବିଜେଡ଼ିର ସମର୍ଥନ ବିନା ଗୃହିତ କରାଇବା ସମ୍ଭବ ହୋଇନଥାନ୍ତା। ସଂସଦୀୟ ରଣନୀତିରେ ବିଜେପି ପାଇଁ ବିଜେଡି ଏକ ପ୍ରକାର ତ୍ରାଣକର୍ତ୍ତା ଭୂମିକା ନିଭାଇ ଆସୁଛି। ଜାତୀୟ ରାଜନୀତିରେ ବିଜେଡ଼ିର ବିଶେଷ କିଛି ସ୍ଵାର୍ଥ ନ ଥିବାରୁ ଏହା ତଥାକଥିତ “ରାଜ୍ୟର ସ୍ଵାର୍ଥ” ସ୍ଵାର୍ଥ ପାଇଁ ବିଜେପି ସହିତ କେତେବେଳେ ବୁଝାମଣା ଓ ପୁଣି କେବେ ମୂଲଚାଲ କରିବାକୁ ଉଚିତ ମନେ କରୁଛି। ତେବେ ବିଜେପି କୁ ନିଃସର୍ତ୍ତ ସମର୍ଥନ ଦେଇ ବିଜେଡି ଜାତୀୟ ରାଜନୀତିରେ ଏକ ପ୍ରକାର ଅଲୋଡା ହୋଇପଡିଥିବା ବେଳେ ରାଜ୍ୟ ରାଜନୀତିରେ ନିଜର ଚରମ ଶତ୍ରୁ ବିଜେପିକୁ କୋଣଠେସା କରିଦେଇଛି ବୋଲି ଭାବୁଛି।…

Read More

ଭୂବନେଶ୍ୱର : ପବିତ୍ର ସରସ୍ୱତୀ ପୂଜା ଅବସରରେ ବିଶିଷ୍ଟ କଥାକାର, ଗାଳ୍ପିକ, କବି, ଔପନ୍ୟାସିକ ଓ ଅଜୟ ସ୍ୱାଇଁଙ୍କ ନାମରେ ନାମିତ ‘ଅଜୟ ଉତ୍ସବ-୨୦୨୦’ ଭାରତୀୟ ବିଦ୍ୟାଭବନ, ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ଶତାଧିକ କଳା, ସଂସ୍କୃତି ଓ ସାହିତ୍ୟାନୁରାଗୀମାନେ ଉପସ୍ଥିତ ରହି ଏହି ଉତ୍ସବକୁ ସଫଳ କରିଥିଲେ । ଏହି କମିଟିର ଅଧ୍ୟକ୍ଷା ସାବିତ୍ରୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ଅକ୍ଷୟ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବକୁ ପରିଚାଳନା କରିଥିଲେ କମିଟିର ସଭାପତି କବି ଅଶୋକ କୁମାର ପୁହାଣ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକଙ୍କ ଦ୍ୱାରା ଅଜୟ ଉତ୍ସବର ଥିମ୍ ସଙ୍ଗ୍ ପରିବେଷଣ ସାଙ୍ଗକୁ ସୀମାଦ୍ରି ରାଓଙ୍କ ଯନ୍ତ୍ର ସଙ୍ଗୀତ ବାଦନ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଉତ୍ସବରେ ବିଶିଷ୍ଟ କବି ହରପ୍ରସାଦ ଦାସ, ଦେବଦାସ ଛୋଟରାୟ, ବରିଷ୍ଠ ଚିତ୍ରଶିଳ୍ପୀ ବଳଦେବ…

Read More

ଜମ୍ମୁକାଶ୍ମୀର:  ଜମ୍ମୁ କାଶ୍ମୀରରେ ଭାରୀ ସୁରକ୍ଷା ମଧ୍ୟରେ ଜମ୍ମୁ-କାଶ୍ମୀର ହାଇଓ୍ବେ ନଗରୋଟାଠାରେ ସିଆରପିଏଫ୍‌ ପୋଷ୍ଟ ନିକଟରେ ଏନକାଉଣ୍ଟର ହୋଇଛି । ଏହି ଗୁଳି ବିନିମୟରେ  ତିନି ଆତଙ୍କୀ ନିହତ ହୋଇଛନ୍ତି । ଏହି ଗୁଳି ବିନିମୟରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂତ୍ର ଅନୁସାରେ ଏନକାଉଣ୍ଟର ଜାରି ଥିବା ବେଳେ ପୋଲିସ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ବନ ଟୋଲ ପ୍ଲାଜା ଠାରେ ଅଟକ ରଖିଛି । ସୂଚନା ଅନୁସାରେ ଟ୍ରକରେ ଆତଙ୍କବାଦୀମାନେ ଯାଉଥିଲେ ଏବଂ ସେମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ ।  ପୋଲିସ କହିବା ଅନୁସାରେ ଏଠାରେ ଆଜି ୨ ଥର ବଡ଼ଧରଣର ବିସ୍ଫୋରଣର ଶବ୍ଦ ଶୁଭିଥିଲା । ଏହା ପୂର୍ବରୁ କାଶ୍ମୀରର କୁପଓ୍ବାଡା କ୍ଷେତ୍ରରେ ଗୁରୁବାର ଦିନ ଏକ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସି)

Read More

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ଫାରୁଖାବାଦରେ ପାଖାପାଖି ଆଠ ଘଣ୍ଟାର ଅପରେସନ୍‌ ମାସୁମ’ ଜରିଆରେ  ସଫଳତା ପୂର୍ବକ ପୋଲିସ ବନ୍ଧକ ଥିବା ସମସ୍ତ 23 ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏହାରି ମଧ୍ୟରେ ଅଭିଯୁକ୍ତ ସୁଭାଷକୁ ପୋଲିସ ଏନକାଉଣ୍ଟରରେ ନିହତ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ପୋଲିସ କହିଛି ଯେ, କ୍ରସ ଫାଇରିଂରେ ସୁଭାଷର ମୃତ୍ୟୁ ହୋଇଛି । ଏହି ଏନକାଉଣ୍ଟରରେ 5 ଜଣ ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣ ଆହତ ହୋଇଛନ୍ତି । ସୁଭାଷର ଘରୁ ରାଇଫଲ ସହ ଗୁଳିଗୋଳା ମଧ୍ୟ ଜବତ ହୋଇଛି । ସେ ବହୁ ଦିନରୁ ପୋଲିସ ବିରୋଧୀ କାମ କରୁଥିଲା।  ପାଖାପାଖି 11 ଘଣ୍ଟା ଧରି ବନ୍ଧକ ରହିଥିବା 23 ଜଣ ଶିଶୁଙ୍କୁ ପୋଲିସ୍‌ ଏହି ଅପରେସନ୍‌ରେ ସଫଳତା ପୂର୍ବକ ସୁରକ୍ଷିତ ଉଦ୍ଧାର କରିଥିବା ହେତୁ ପୋଲିସ୍‌ ଟିମ୍‌କୁ 10 ଲକ୍ଷ ଟଙ୍କାର ପୁରଷ୍କାର ଦିଆଯିବା…

Read More

ମୁମ୍ବାଇ : ବ୍ୟାଟମ୍ୟାନ୍‌ ଚରିତ୍ରରେ ଅଭିନୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହଲିଉଡ୍‌ ଅଭିନେତା କ୍ରିଷ୍ଟିଆନ୍‌ ବେଲ୍‌ 46 ବର୍ଷରେ ପଦାର୍ପଣ କରିଛନ୍ତି । 30 ଜାନୁୟାରୀ 1974ରେ ଜନ୍ମିତ କ୍ରିଷ୍ଟିଆନ୍‌ 16 ବର୍ଷ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିଲେ । 2010ରେ ଫିଲ୍ମ ଫାଇଟର୍‌ ପାଇଁ ଶ୍ରେଷ୍ଠ ସହ ଅଭିନେତା ବର୍ଗରେ ଓସ୍କାର ହାସଲ କରିଥିବା ବେଳେ ବେଲ୍‌ଙ୍କୁ ଦର୍ଶକୀୟ ଆଦୃତି ଦେଇଥିଲା ଡିସି କମିକ୍‌ର ବ୍ୟାଟମ୍ୟାନ୍‌ । ବ୍ୟାଟ୍‌ମ୍ୟାନ୍‌/ବ୍ରୁସ୍‌ ଓ୍ବେନ୍‌ ଚରିତ୍ରରେ ପରିଚୟ ହାସଲ କରିଥିବା ବେଲ୍‌ ଦୁଇଥର ଗୋଲ୍ଡେନ୍‌ ଗ୍ଲୋବ ମଧ୍ୟ ହାସଲ କରିଛନ୍ତି । ଆଗାମୀ ଦିନରେ ବେଲ୍‌ ମାର୍ଭେଲ୍‌ର ଥର : ଲଭ୍‌ ଆଣ୍ଡ ଥଣ୍ଡରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ବେଲ୍‌ଙ୍କ ବ୍ୟତିତ କ୍ରିସ୍‌ ହେମ୍‌ସଓ୍ବର୍ଥ ଏବଂ ନାତାଲି ପୋର୍ଟମ୍ୟାନ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।

Read More

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜାମିଆ ମାଲିଆ ଇସ୍‌ଲାମିଆରେ ଗୁଳିଚାଳନା ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏକ ବୈଠକ ଡକାଇଛନ୍ତି । ଦିଲ୍ଲୀ ପୋଲିସ୍‌ର ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଗୁଳିଚାଳନାକୁ ନେଇ ଉଭୟ ବିଜେପି ଏବଂ ଆପ୍‌ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ନିର୍ବାଚନ କମିଶନ ବୈଠକ ଡକାଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଗୁଳି ଚଳାଇବାର କିଛି ସମୟ ପୂର୍ବରୁ ଫେସ୍‌ବୁକ୍‌ରେ ଲାଇଭ୍‌ ଯାଇ ଗୁଳି ମାରିବା ନେଇ ଘୋଷଣା କରିଥିଲେ । (ଏଜେନ୍ସୀ)

Read More

ରଞ୍ଜିତ ପଣ୍ଡା ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବତିମିରା ଠାରେ ଅଭିଭାବକ ତଥା ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ନାରୀନେତ୍ରୀ ତଥା ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର । ଶିଶୁମାନେ ଦେଶର ଭବିଷ୍ୟତ । ସୁନ୍ଦର ଭାରତ ଗଠନରେ ଏହି ଶିଶୁମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିବ । ମୁଖ୍ୟମନ୍ତ୍ରୀ ଶିଶୁଙ୍କ ପାଇଁ ବହୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟରେ ଯେ କୌଣସି ଜାଗାରେ ଶିଶୁ ମାନଙ୍କୁ ଅତ୍ୟାଚାର ହେଉଥିବ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଯଦି ରାଜ୍ୟରେ କେଉଁଠି ଶିଶୁ ନିର୍ଯାତନା ହେଉଛି କିମ୍ବା ଶିଶୁଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି ତେବେ ଦେୟମୁକ୍ତ ନମ୍ବର 1098ରେ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା : ଆରଏସଏସ୍‌ ପକ୍ଷରୁ ଚିଲିକାରେ ଏକ ନୂତନ ଗୋଶାଳା ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶ୍ରୀପଞ୍ଚମୀ ଅବସରରେ ସୋରଣ ଗ୍ରାମର ଆରଏସ୍‌ଏସ୍‌ ସଂସ୍କୃତି ଭବନ ପରିସରରେ ନୂତନ ଗୋଶାଳା ପ୍ରତିଷ୍ଠାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ମହାନଗର ସଙ୍ଘ ସହ କାର୍ଯ୍ୟବାହ ସୁବ୍ରତ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ଏବଂ ଖୋର୍ଦ୍ଧା ଜିଲ୍ଲାର ବହୁ ସ୍ବୟଂସେବକଙ୍କ ସହିତ ସୋରଣ ଗ୍ରାମବାସୀ ଯୋଗ ଦେଇଥିଲେ । ଭୂମିପୂଜନ ପରେ ସଂଘ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଗ୍ରାମ ବିକାଶ ପ୍ରମୁଖ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଗର ଭାରତୀ ଖୋର୍ଦ୍ଧା ଜିଲ୍ଲା ସଞ୍ଜୋଜକ ଅନନ୍ତ ସେଠୀ, ସ୍ବୟଂସେବକ ସୁଧୀର କୁମାର ପାତ୍ର ଏବଂ ଅନ୍ୟାନ୍ୟ ସ୍ବୟଂସେବକ…

Read More

ନୂଆଦିଲ୍ଲୀ : 2013 ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗୁରୁବାର ଦିଲ୍ଲୀର ଏକ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । 2013ରେ ପୂର୍ବ ଦିଲ୍ଲୀର ଗାନ୍ଧୀନଗରରେ 5 ବର୍ଷୀୟ ବାଳିକାର ଦୁଷ୍କର୍ମ କରିଥିଲେ ଏହି ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ମନୋଜ ଶାହ ଏବଂ ପ୍ରଦୀପ କୁମାରଙ୍କୁ 20 ବର୍ଷର କାରାଦଣ୍ଡ ସହିତ 5 ଲକ୍ଷ ଲେଖାଏଁ ଅର୍ଥ ଦଣ୍ଡ ମଧ୍ୟ ପ୍ରଦାନ କରାଯାଇଛି । ଏହି ଅର୍ଥ ପୀଡିତାଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Read More

ନୂଆଦିଲ୍ଲୀ : ଡିଫେଣ୍ଡି ଚାମ୍ପିୟନ୍‌ ନୋଭାକ୍‌ ଜୋକୋଭିକ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ତୃତୀୟ ସିଡ୍‌ ରୋଜର ଫେଡେରରଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ଜୋକୋଭିକ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ମେଲବୋର୍ଣ୍ଣରେ ଅନୁଷ୍ଠିତ ସେମିଫାଇନାଲ୍‌ରେ ସ୍ବିସ୍‌ ତାରକା ଫେଡେରରଙ୍କୁ ଜୋକୋଭିକ୍‌ 7-6, 6-4 ଏବଂ 6-3 ସେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସର୍ବିଆ ତାରକା ଜୋକୋଭିକ୍‌ ଏହି ମ୍ୟାଚ୍‌ରେ ଫେଡେରରଙ୍କୁ ସବୁ ବିଭାଗରେ ମାତ୍‌ ଦେଇଥିଲେ । 7 ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଚାମ୍ପିୟନ୍‌ ଜୋକୋଭିକ୍‌ ଫାଇନାଲ୍‌ରେ ଡୋମିନିକ୍‌ ଥିମ୍‌ ଏବଂ ଆଲେକଜାଣ୍ଡାର ଜେଭ୍‌ରେଭ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ । (ଏଜେନ୍ସୀ)

Read More