ନୂଆଦିଲ୍ଲୀ : ଦିଲ୍ଲୀ ରାଜପଥରେ 71ତମ ଗଣତନ୍ତ୍ର ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆଗେଟ୍ ନିକଟରେ ଥିବା ଜାତୀୟ ଯୁଦ୍ଧ ସ୍ମାରକଠାରେ ରାଷ୍ଟ୍ର ତରଫରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ତିନି ସେନା ମୁଖ୍ୟ ସେଠାରେ ଉପସ୍ଥିତ ଥିଲେ। ତିନି ସେନାର ମୁଖ୍ୟ ରାଷ୍ଟ୍ରୀୟ ପ୍ରମୁଖ ଅବସରରେ ଯଥା ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସରେ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରନ୍ତି। ଅମର ଜବାନ ଜ୍ୟୋତି ପରିବର୍ତ୍ତେ ପ୍ରଥମ ଥର ଲାଗି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସହିଦ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । (ଏଜେନ୍ସି)
Author: Samikhsya Bureau
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟି-20 ଶୃଙ୍ଖଳର ଦ୍ବିତୀୟ ମ୍ୟାଚ୍ ଆଜି ଅକ୍ଲାଣ୍ଡ୍ର ଇଡେନ୍ ପାର୍କଠାରେ ଅନୁଷ୍ଠିତ ହେଉଛି। ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେନ୍ ଓ୍ବିଲିୟମସ୍। ତେବେ ଭାରତ ଓ ନ୍ୟୁଜିଲାଣ୍ଡର ଦୁଇ ଅଧିନାୟକ ଚଳିତ ମ୍ୟାଚ୍ରେ କୌଣସି ଖେଳାଳିଙ୍କ ପରିବର୍ତ୍ତନ କରିନାହାନ୍ତି। ଭାରତର ନ୍ୟୁଜିଲାଣ୍ଡ ଗସ୍ତ ବେଶ୍ ଭଲ ରହିଛି। ପ୍ରଥମ ଟି-20 ମ୍ୟାଚ୍ରେ ଭାରତ ବିଜୟ ସହିତ ନିଜର ଯାତ୍ରା ଜାରି ରଖିଛି। ପୂର୍ବ ମ୍ୟାଚ୍ ପରି ଚଳିତ ମ୍ୟାଚ୍ରେ ମଧ୍ୟ ପୁଣି ଥରେ ଏକ ବଡ ସ୍କୋର ଦେଖିବା ନେଇ ପ୍ରଶଂସକ ଉତ୍ସାହିତ ରହିଛନ୍ତି। ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ରେକର୍ଡ (ଟି 20 ଇଣ୍ଟରନ୍ୟାସନାଲ୍ ସିରିଜ) ଭାରତ ବନାମ ନ୍ୟୁଜିଲାଣ୍ଡ – ଦୁଇ ମ୍ୟାଚ୍ର ଟି-20 ଇଣ୍ଟରନ୍ୟାସନାଲ ସିରିଜ (2008-09) ନ୍ୟୁଜିଲାଣ୍ଡ 2-0ରେ ବାଜିମାତ୍ କରିଥିଲା । ଭାରତ ବନାମ ନ୍ୟୁଜିଲାଣ୍ଡ – ତିନି ଟିକିଆ…
https://www.youtube.com/watch?v=Zsgy3dn2aH0
ମୁମ୍ବାଇ: ଆଜି ସାରା ଦେଶ 71ତମ ଗଣତନ୍ତ୍ର ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରୁଛି । ଗଣତନ୍ତ୍ର ଦିବସ ଅବସରରେ ଗତକାଲି ରାତିରେ ପଦ୍ମ ପୁରସ୍କାରର ଘୋଷଣା କରାଯାଇଛି । ଚଳିତ ଥର 7ଟି ପଦ୍ମ ବିଭୂଷଣ ସହ 16ଟି ପଦ୍ମବିଭୂଷଣ ଓ 118ଟି ପଦ୍ମଶ୍ରୀ ସମ୍ମାନର ଘୋଷଣା କରାଯାଇଛି । ଚଳିତଥର ଲୋକପ୍ରିୟ ଗାୟକ ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ତେବେ ଏହାକୁ ନେଇ ଆପତ୍ତି ଜଣାଇଛନ୍ତି ରାଜ୍ ଠାକ୍ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା । ଶନିବାର ଦିନ ଏକ ଟୁଇଟ୍ କରି ଏମ୍ଏନ୍ଏସ୍ର ସିନେମା ଓ୍ବିଙ୍ଗ୍ର ଅଧ୍ୟକ୍ଷ ଅମୟ ଖୋପକର ଟୁଇଟ୍ କରି କହିଛନ୍ତି ଯେ, ଅଦନାନ ମୂଳ ଭାରତୀୟ ନୁହଁନ୍ତି । ତାଙ୍କୁ ଏହି ପୁରସ୍କାର ଦିଆଯିବା ଉଚିତ୍ ନୁହେଁ । ତାଙ୍କ ଠାରୁ ଏହି ପୁରସ୍କାର ଫେରାଇ ଆଣିବାକୁ ଦାବି କରିଛନ୍ତି । ଅଦନାନ ସାମୀଙ୍କୁ 2016 ମସିହା…
ନୂଆଦିଲ୍ଲୀ : 71ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଗୁଗୁଲର ଡୁଡୁଲ୍ରେ ଦେଖିବାକୁ ମିଳିଛି ସ୍ବତନ୍ତ୍ର ଝଲକ୍ । ଡୁଡୁଲ୍ରେ ଭାରତର ସାଂସ୍କୃତିକ ଓ ସାମ୍ରାଜ୍ୟ ଭିତରେ ବିବିଧତା ଭିତରେ ଏକତାକୁ ପ୍ରଦର୍ଶିତ କରିଛି । ଗୁଗୁଲ୍ ଏହି ଡୁଡୁଲ୍ରେ ଭାରତର ସ୍ଥାପତ୍ୟ କଳା ସଂସ୍କୃତି ସହ ଦେଶର ସମୃଦ୍ଧ ଜୈବ ବିବିଧତାକୁ ମଧ୍ୟ ପ୍ରଦର୍ଶିତ କରିଛି । ଏହି ଡୁଡୁଲ୍କୁ ପ୍ରସ୍ତୁତ କରିଛନ୍ତି ସିଙ୍ଗାପୁରର ମେରୁ ସେଠ୍ । ଡୁଡୁଲ୍ରେ ତାଜମହଲ୍ ଓ ଇଣ୍ଡିଆ ଗେଟ୍ ପରି ବିଶ୍ବପ୍ରସିଦ୍ଧ ସ୍ଥଳ ସହିତ ଶାସ୍ତ୍ରୀୟ କଳା, ବସ୍ତ୍ର ନୃତ୍ୟର ସମ୍ମିଶ୍ରଣ କରାଯାଇଛି । ବିଭିନ୍ନତା ମଧ୍ୟରେ ଭାରତ ଏକ ଓ ଅଭିନ୍ନ ବୋଲି ଗୁଗୁଲ୍ ତା’ର ସ୍ବତନ୍ତ୍ର ଡୁଡୁଲ୍ରେ ପ୍ରକାଶ କରିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନାରେ ସହ ପାଳିତ ହେଉଛି । 71ତମ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ମହାସମାରୋହରେ ପାଳିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତକା ଉତ୍ତୋଳନ କରି ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି । ଲାଲକିଲ୍ଲାର ରାଜପଥରେ ଦେଶର ସୈନ୍ୟ ଶକ୍ତି ସହିତ ଭାରତର ସଂସ୍କୃତିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ଚଳିତଥର 22ଟି ପ୍ରଜ୍ଞାପନ ମେଢ ପରେଡ୍ରେ ସାମିଲ୍ ହୋଇଛନ୍ତି । ଏଥିରେ 16ଟି ରାଜ୍ୟର ପ୍ରଜ୍ଞାପନ ମେଢ ରହିଛନ୍ତି । ଓଡ଼ିଶାର ରୁକୁଣା ରଥର ପ୍ରଜ୍ଞାପନ ମେଢ ବେଶ୍ ଚିତ୍ତାକର୍ଷକ ରହିଥିଲା । ଚଳିତ ଥର ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜାଇର୍ ବୋଲ୍ଜୋନାରୋ । ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ଥଳସେନା ପ୍ରମୁଖମାନେ ଅତିଥି ଭାବରେ ଉପସ୍ଥିତ ରହିଛନ୍ତି । (ଏଜେନ୍ସି)
କେଦାର ମିଶ୍ର ସ୍ଵାଧୀନତା ପାଇବା ସହିତ ଦେଶକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଗଢିବାର ଉଦ୍ୟମ ଆରମ୍ଭ ହେଉଥିବା ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଆମର ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇ ଏକ ଚମତ୍କାର ବାକ୍ୟ କହିଥିଲେ- “ ସରକାର କୌଣସି ରାଷ୍ଟ୍ର ସମ୍ପର୍କିତ କାଗଜପତ୍ରର ନିର୍ମାଣ ନୁହେଁ, ଏହା ହେଉଛି ଲୋକଙ୍କ ଇଚ୍ଛାର ଅଭିବ୍ୟକ୍ତି’’। ଅତି ସରଳ ଭାବରେ କହିଲେ ସରକାର ଲୋକଙ୍କ ଇଚ୍ଛାରେ ତିଆରି ହୋଇଥାଏ ଓ ଏହା ଲୋକଙ୍କ ପାଇଁ କାମ କରିଥାଏ। ତେବେ ସତୁରୀ ବର୍ଷ ପରେ ଆଜି ହଠାତ ସରକାରର ସଜ୍ଞା ବଦଳିଗଲା ପରି ମନେ ହେଉଛି। ସରକାରର ଇଚ୍ଛା ଏବେ ସର୍ବୋପରି। ଲୋକଙ୍କ ଇଚ୍ଛାରେ ସରକାର ଚାଲିବା ବଦଳରେ, ସରକାରର ଇଚ୍ଛାରେ ଲୋକ ଚାଲିବା ଦରକାର ବୋଲି ଏକ ଧାରଣା ଏବେ ସାରା ଦେଶରେ ତିଆରି କରା ହୋଇଛି। ଲୋକଙ୍କ ତୁଳନାରେ କ୍ଷମତାରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସମାରୋହ ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା ଦଳ ମାନଙ୍କଠାରୁ ଅଭିବାଦନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡ୍ ଉତ୍ସବରେ 48ଟି ଟିମ୍ ଅଂଶଗ୍ରହଣ କରିଥିବାବେଳେ 12ଟି ପ୍ରଜ୍ଞାପନ ମେଢ ମଧ୍ୟ ଭାଗ ନେଇଥିଲେ । ସେହିପରି ସଦର ମହକୁମାରେ ମନ୍ତ୍ରୀ ଓ ଜିଲ୍ଲାପାଳମାନେ ପତାକ ଉତ୍ତୋଳନ କରିଛନ୍ତି।
ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍, ଅରୁଣ ଜେଟ୍ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି ପଦ୍ମ ଭୂଷଣରେ ଏସ୍.ସି. ଜମୀର୍, ଆନନ୍ଦ ମହିଦ୍ରା, ପିଭି ସିନ୍ଧୁ, ବେଣୁ ଶ୍ରୀନିବାସନ୍, ମନୋହର ପାରିକରଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଲଙ୍ଗର ବାବା ଜଗଦୀଶ୍ ଲାଲ ଆହୁଜା, ସାମାଜିକ କାର୍ଯ୍ୟକର୍ତ୍ତା ଜାଭେଦ ଅହମ୍ମଦ ଟାକ୍, ଅବଦୁଲ୍ ଜଜବାର୍ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବ। ନିମ୍ନରେ ସମସ୍ତ ପଦ୍ମ ପୁରସ୍କାରର ତାଲିକା ପ୍ରଦାନ କରାଗଲା
ଭୁବନେଶ୍ବର- ଗଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ବରରେ ଥିବା ପୂର୍ବତଟ ରେଳବାଇ ତରଫରୁ ସ୍ବତନ୍ତ୍ର ସାଜସଜା କରାଯାଇଛି। ଭଳିକି ଭଳି ରଂଗୀନ ଆଲୋକମାଳାରେ ସାରା ଅଫିସକୁ ସଜାଇ ଦିଆଯାଇଛି। ରାଜ୍ୟବାହାରର ଏକ ଆଲୋକ ସଜା କଂପାନୀକୁ ଏହି ଦାୟିତ୍ବ ଦିଆଯାଇଛି। ରେଳ ବିଭାଗ ତରଫରୁ ପ୍ରତି ବର୍ଷ ଅଗଷ୍ଟ ପନ୍ଦର ଏବଂ ଜାନୁୟାରୀ 26ରେ ଅଫିସକୁ ବେଶ ସାଜସଜା କରାଯାଇଥାଏ। ଚଳିତ ବର୍ଷ ଅଫିସ ବିଲିଡିଂକୁ ଏକ ସ୍ବତନ୍ତ ଆଲୋକରେ ସଜା ଯାଇଛି। ସେହିପରି ଅଫିସ ବଗିଚାକୁ ମଧ୍ୟ ରଂଗୀନ ଆଲୋକରେ ସଜାଯାଇଛି। ଏଥିରେ ଲାଇଟିଂ ଫାଉଣ୍ଟେନ ସହିତ ରୋଲିଂ ଲାଇଟ ବେଶ୍ ଆକର୍ଷଣୀୟ ଦେଖାଯାଉଛି।
ସମୀକ୍ଷା ବ୍ୟୁରୋ : ଦେଶର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ଭିତରେ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ଥର ପଦ୍ମ ପୁରସ୍କାରରେ 10 ଓଡ଼ିଆ ସ୍ଥାନ ପାଇଛନ୍ତି । କଳାର କ୍ଷେତ୍ର ଓଡିଆ । କଳା, ସାହିତ୍ୟ, କୃଷି ସବୁ କ୍ଷେତ୍ରରେ ଓଡ଼ିଆ ଯେ ଆଗରେ ତାହା ପୁଣିଥରେ ପ୍ରମାଣିତ କରିଛି । କଳା, ଶିକ୍ଷା, କୃଷି, ଚିକିତ୍ସା ଆଦି ବିଭାଗରେ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମବିଭୂଷଣ ସମ୍ମାନ ମିଳିଥିବାବେଳେ ଚଳିତଥର ଜଣେ ଜୈବିକ କୃଷି ପାଇଁ…
Mumbai: Actress Malaika Arora seen at filmistan in Mumbai, on Jan 23, 2020. (Photo: IANS)
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍, ଅରୁଣ ଜେଟ୍ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି ପଦ୍ମ ଭୂଷଣରେ ଏସ୍.ସି. ଜମୀର୍, ଆନନ୍ଦ ମହିଦ୍ରା, ପିଭି ସିନ୍ଧୁ, ବେଣୁ ଶ୍ରୀନିବାସନ୍, ମନୋହର ପାରିକରଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଲଙ୍ଗର ବାବା ଜଗଦୀଶ୍ ଲାଲ ଆହୁଜା, ସାମାଜିକ କାର୍ଯ୍ୟକର୍ତ୍ତା ଜାଭେଦ ଅହମ୍ମଦ ଟାକ୍, ଅବଦୁଲ୍ ଜଜବାର୍ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବ। ସେହିପରି ଓଡ଼ିଶାରୁ 10 ଜଣ ପଦ୍ମ ସମ୍ମାନ ପାଇଁ ସମ୍ମାନିତ ହେବେ। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଭୂଷଣ ସମ୍ମାନ ମିିଳିବ । ସାହିତ୍ୟ ଓ ଶିକ୍ଷା ପାଇଁ ଡ. ଦମୟନ୍ତୀ ବିସ୍ରା, କଳା ପାଇଁ ଉତ୍ସବ ଚରଣ ଦାସ, ସେହିପରି…
ଅରୁଣ କୁମାର ପ୍ରଧାନ ନାକ୍ଟିଦେଉଳ: ନାକ୍ଟିଦେଉଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୁରେନ୍ଦ୍ର ମୋହନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଅଭୟ ଚୈତନ୍ୟଜୀ ମହାରାଜ। ସେହିପରି ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ରହିଥିଲେ ନାକ୍ଟିଦେଉଳର ଅତିରିକ୍ତ ବିଡିଓ ରବି ରଣା, ଜିଲ୍ଲା ପରିଷଦ ସଭ୍ୟ ଜୋନ୍ ଦୁଇର ପୂଣ୍ଣ ଗଡତ୍ୟା, ନାକ୍ଟିଦେଉଳ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସମ୍ପାଦକ ଋତୁପୂର୍ଣ୍ଣା ପ୍ରଧାନ ସମ୍ପାଦକୀୟ ପାଠ କରିଥିଲେ।
Mumbai: Actors Amitabh Bachchan, Katrina Kaif and Jaya Bachchan during Kalyan Jewellers ad shoot in Mumbai on Jan 24, 2020. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ବିରୋଧୀ ଦଳର ମୁଖ୍ୟ ମାନେ ସାମ୍ବାଦିକ ସୁରକ୍ଷା ପ୍ରତି ସରକାରଙ୍କ ଅବହେଳାକୁ ସମାଲୋଚନା କରିଥିବାବେଳେ ଅନନ୍ତ ନାରାୟଣ ଜେନା ସରକାର ଏ ଦିଗରେ ଯତ୍ନଶୀଳ ଅଛନ୍ତି ବୋଲି କହିଥିଲେ । ଏହି ଅବସରରେ ବିଭୂତି ଭୂଷଣ କର ସୁରକ୍ଷା ଆଇନ୍ ଓ ଅବସରକାଳୀନ ଭତ୍ତା…
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ଏକ ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଉଦ୍ଘାଟନ କରିଛନ୍ତି। ଏକ ବୃକ୍ଷକୁ ଜଳଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାୟକ, ରାଜ୍ୟ ଆଇନ ସେବା ପ୍ରାଧିକରଣ ଉପସଚିବ ଦୀପକ ରଞ୍ଜନ ମହାପାତ୍ର, ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଆର ପ୍ରକାଶ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅନନ୍ଦ ଚରଣ ବେହେରା, ଜିଲ୍ଲାର ସମସ୍ତ ବିଚାରପତି…
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶରେ ନ୍ୟାୟ, ସ୍ବତନ୍ତ୍ରତା, ସମାନତା ତଥା ଭାଇଚାର ପାଇଁ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ସର୍ବଦା ପ୍ରତିବଦ୍ଧ ରହିବା ପାଇଁ କହିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ସରକାରଙ୍କର ଜଳଜୀବନ ମିଶନ, ଜିଏସ୍ଟି, ଉଜ୍ଜ୍ବଳା, ଆୟୁଷ୍ମାନ ଯୋଜନାର ପ୍ରଶଂସା କରିଛନ୍ତି । ଦେଶର ବିକାଶ ପାଇଁ ନିରନ୍ତର ପ୍ରୟାସ କରାଯାଉଛି ବୋଲି କହିବା ସହିତ ଦେଶର ବିକାଶ ପାଇଁ ଏକ ସୁଦୃଢ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ରହିବା ନିତାନ୍ତ ଜରୁରୀ ବୋଲି କହିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜବୁତ କରିବା ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି । ସେହିପରି ଶିକ୍ଷାକୁ ବିଶ୍ବସ୍ତରୀୟ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି କରିବାକୁ କହିଛନ୍ତି ରାଷ୍ଟ୍ରପତି। 2020 ଅଲମ୍ପିକ୍ ପାଇଁ ଖେଳାଳୀମାନଙ୍କ ପ୍ରତି ଦେଶବାସୀଙ୍କ ଶୁଭେଚ୍ଛା ରହିଛି । ଏହି ଅବସରରେ ଦେଶର ସୁରକ୍ଷା…
ନୂଆଦିଲ୍ଲୀ : ଶନିବାର ଦିନ ଦିଲ୍ଲୀର ଭଜନାପୁରା ଅଞ୍ଚଳରେ ଏକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡିବାରୁ 5ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । କୋଚିଂ ସେଣ୍ଟର ଚାଲୁଥିବା ସମୟରେ ଅଚାନକ ଛାତ ଭୁଶୁଡି ପଡ଼ି ଏକ ଅଘଟଣ ଘଟିଯାଇଛି। ଏଥିରେ ବହୁ ଛାତ୍ର ଛାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ନିକଟସ୍ଥ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଘଟଣାସ୍ଥଳ ଗସ୍ତ କରୁଥିବାର ସୂଚନା ମିଳିଛି । ଘଟଣା ଘଟିବା ସମୟରେ ବହୁ ସଂଖ୍ୟକ ଛାତ୍ର ଉପସ୍ଥିତ ରହିଥିଲେ। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବାବେଳେ ତିନି ଛାତ୍ରଙ୍କ ପତ୍ତା ମିଳୁନଥିବାର ସୂଚନା ମିଳିଛି ।
Mumbai: Actors Disha Patani and Aditya Roy Kapur seen at the office of Luv Films during the promotions of their upcoming film “Malang”, at Andheri in Mumbai on Jan 23, 2020. (Photo: IANS)
ମୁମ୍ବାଇ :ଜାତୀୟ ଫିଲ୍ମ ପୁରସ୍କାରପ୍ରାପ୍ତ ବଲିଉଡ୍ ଫିଲ୍ମ ‘ପିଙ୍କ୍’ର ତେଲୁଗୁ ରିମେକ୍ ହେବାକୁ ଯାଉଛି । ଏହି ଫିଲ୍ମରେ ଫିମେଲ୍ ଲିଡ୍ ଭାବରେ ନିଭେଥା ଥୋମାସ୍, ଅଞ୍ଜଳି ଓ ଅନନ୍ୟ ନାଗଲା ଅଭିନୟ କରିବାକୁ ରହିଥିବାବେଳେ ଏଥରେ ଓକିଲ ଚରିତ୍ରରେ ନଜର ଆସିବେ ପଓ୍ବନ କଲ୍ୟାଣ । ବଲିଉଡ୍ର ଏହି ଫିଲ୍ମରେ ବିଗ୍ବି ଅମିତାଭଙ୍କୁ ଏହି ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଏହି ଫିଲ୍ମର ତାମିଲ୍ ରିମେକ୍ ମଧ୍ୟ ରିଲିଜ୍ ହୋଇସାରିଛି । ଏଥିରେ ଅଜିଥ୍ କୁମାରଙ୍କୁ ଓକିଲ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ତେଲୁଗୁର ପିଙ୍କ୍ ରିମେକ୍ର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଶ୍ରୀରାମ ଭେଣୁ । ପଓ୍ବନଙ୍କୁ ଶେଷଥର ପାଇଁ 2018ରେ ‘ଅଜ୍ଞତାବାସୀ’ରେ ଦେଖିବାକୁ ମିଳିଥିଲା । ପଓ୍ବନ ନିଜର ରାଜନୈତିକ ଦଳକୁ ନେଇ ଏବେ ବେଶ୍ ସକ୍ରିୟ ରହିଛନ୍ତି । (ଏଜେନ୍ସି)

