ସୁନୀଲ୍ କୁମାର ଭୋଳ ବାଣପୁର: ବାଣପୁର ଗମ୍ଭୀରମୁଣ୍ଡାର ଚାଣକ୍ୟ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ପିଲାମାନଙ୍କଠାରେ ଇଂରାଜୀ ଭାଷାର ପ୍ରସାର କିପରି ହୋଇପାରିବ ଏବଂ ପିଲାମାନେ ଇଂରାଜୀ ଭାଷାରେ କିପରି ପ୍ରଗାଢ ଜ୍ଞାନ ଲାଭ କରିପାରିବେ, ସେସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ସେହିପରି ସ୍କୁଲର ପ୍ରତିଷ୍ଠାତା କେଦାରନାଥ ତରାଇ ବାର୍ଷିକ ବିବରଣୀ ପାଠ କରିଥିଲେ। ବାଣପୁର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଢାଲି ଏହି ଉତ୍ସବର ସଭାପତିତ୍ବ କରିଥିଲେ। କୃତି ବିଦ୍ୟାର୍ଥୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିବାବେଳେ ସଭାପତିଙ୍କ ବକ୍ତବ୍ୟ ଶେଷ ପରେ ସଭା ସାଙ୍ଗ କରାଯାଇଥିଲା।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ପାରାଦୀପ : ପାରାଦୀପଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ୍କୁ ଏକ ହାଇଓ୍ବା ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ସହରର ଟର୍ମିନାଲ୍ ଛକରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ନିକଟସ୍ଥ ଏକ କାରଖାନାର ଶ୍ରମିକ ହୋଇଥିବାର ସୂଚନା ମିଳିଥିବାବେଳେ ଗୁରୁତର ଦ୍ବୟ ମଧ୍ୟ କାରଖାନାର ଶ୍ରମିକ ରୂପେ କାର୍ଯ୍ୟ କରନ୍ତୁ ବୋଲି ସୂଚନା ରହିଛି । ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ମୃତଦେହକୁ ଜବତ କରି ତନାଘନା ଆରମ୍ଭ କରିଛି।
ମୁମ୍ବାଇ :ବିଆରଡି ମେଡିକାଲ୍ କଲେଜ ଗୋରଖପୁର କେସରୁ ଚର୍ଚ୍ଚାକୁ ଆସିଥିବା ଡାକ୍ତର କାଫିଲ୍ ଖାନ୍ଙ୍କୁ ଉତ୍ତରପ୍ରଦେଶ ସ୍ପେଶାଲ୍ ଟାସ୍କ ଫୋର୍ସ ମୁମ୍ବାଇ ଏୟାରପୋର୍ଟ ପାଖରୁ ଗିରଫ କରିଛନ୍ତି ।କଫିଲ ଖାନଙ୍କୁ ଗୋରଖପୁରର ବିଆରଡି ମେଡିକାଲ କଲେଜରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ଉପରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ୨୦୧୯ ଡିସେମ୍ବର ୧୨ରେ ନାଗରିକତା ସଂଶୋଧନ ଆଇନ ନେଇ ଉତ୍ତେଜନାମୂଳକ ବୟାନ ଦେବା ଅଭିଯୋଗ ଥିଲା । ସୂଚନାଯୋଗ୍ୟ କଫିଲ ଖାନଙ୍କୁ ୨୦୧୭ରେ ବିଆରଡି କଲେଜରେ ଶିଶୁ ମୃତ୍ୟୁ ମାମଲା ନେଇ ନିଲମ୍ବିତ କରାଯାଇଥିଲା । ଗତକାଲି ରାତି 9ଟାବେଳେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଆଜି ମୁମ୍ବାଇର ମୁମ୍ବାଇ ବାଗ୍ଠାରେ କାଫିଲ୍ ଏକ ବୈଠକ କରିବେ ବୋଲି ସୂଚନା ରହିଥିଲା । ଡ. ଖାନଙ୍କ ବିରୋଧରେ ଆଇପିସିର ଧାରା ୧୫୩-ଏ ଅନୁଯାୟୀ ସିଭିଲ ଲାଇନ୍ସ ପୋଲିସ ଥାନାରେ ମାମଲା ରୁଜୁ କରାଯାଇଥିଲା । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଢେଙ୍କାନାଳ : ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ହାତୀର ଜୀବନ ଯାଇଛି । ଦୁର୍ଘଟଣା ପରେ ଗାଡ଼ିର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥର ସଦର ରେଞ୍ଜ ଜୀବନ ଖୋଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ତଳେ ମୃତହାତୀ ଚାପି ହୋଇ ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ଦନ୍ତାର ଦାନ୍ତରୁ ଖଣ୍ଡେ ଭାଙ୍ଗି ଯାଇ ନିକଟରେ ପଡ଼ିଛି । ଦୁର୍ଘଟଣା ପୂର୍ବରୁ ହାତୀମାନେ ଜାତୀୟ ରାଜପଥ ଅତିକ୍ରମ କରୁଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ରାସ୍ତାରେ ସର୍ବାଧିକ ଟ୍ରାଫିକ୍ ଭିଡ଼ ହେଉଥିବା ବିଶ୍ୱର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ଭାରତର ୪ଟି ସହର ସାମିଲ ହୋଇଛି । ଏହି ତାଲିକାରେ ବେଙ୍ଗାଲୁରୁ ପ୍ରଥମ ସ୍ଥାନ ଅଧିକାର କରିଛି । ଆଠ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ୫୭ଟି ଦେଶର ୪୧୬ ସହରକୁ ସର୍ଭେରେ ସାମିଲ କରାଯାଇଥିଲା । ଟ୍ରାଫିକ ମାମଲାରେ ଭାରତର ବେଙ୍ଗାଲୁରୁ ସହର ପ୍ରଥମ ନମ୍ବର ପାଇଛି । ଏଠାରେ ହାରାହାରି ୭୧ ପ୍ରତିଶତ କଞ୍ଜକଶନ ରେକର୍ଡ କରାଯାଇଛି। ସେହିଭଳି ୬୫ ପ୍ରତିଶତ ସହିତ ମୁମ୍ବାଇ ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ ଓ ୫୯ ପ୍ରତିଶତ ସହିତ ପୁଣେ ପଞ୍ଚମ ସ୍ଥାନରେ ରହିଛି । ଭାରତର ରାଜଧାନୀ ଦିଲ୍ଲୀ ଏହି ତାଲିକାରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ତାଲିକାର ଶ୍ରେଷ୍ଠ ୧୦ରେ ସାମିଲ ଥିବା ଅନ୍ୟ ସହରଗୁଡ଼ିକ ହେଲା ଫିଲିଫାଇନ୍ସର ମନିଲା (୨ୟ), କଲମ୍ବିଆର ବଗୋଟା (୩ୟ), ରୁଷିଆର ମସ୍କୋ (୬ଷ୍ଠ),…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ପବିତ୍ର ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ବିଦ୍ୟାଦେବୀଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ ହୋଇପଡିଛି । ବିଶେଷ କରି ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଦେବୀ ସରସ୍ୱତୀଙ୍କୁ ଆବାହନ କରି ପୂଜା କରିବା ସହିତ ଆଶିଷ ମାଗିଛନ୍ତି। ସେହିପରି ଶ୍ରୀପଞ୍ଚମୀରେ ଶିଶୁମାନଙ୍କର ଖଡ଼ି ଛୁଆଁ ଯାଇଥାଏ। ଆଜି ବସନ୍ତ ପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି। ସେହିପରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ମଧ୍ୟ କାଠ ଅନୁକୂଳ ହେବ। ଦେବଦେବୀ ସେବାୟତ ମାନଙ୍କ ଗହଣରେ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିବେ ଓ ସେଠାରେ କାଠ ଚିରା ଅନୁକୂଳ କରାଯିବ।
କେଦାର ମିଶ୍ର ଦିଲ୍ଲୀ ବିଧାନସଭା ନିର୍ବାଚନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ବୋଲି କହିବାକୁ ଆମେ ବାଧ୍ୟ। ପୂର୍ବରୁ ସବୁ ବିଧାନସଭା ନିର୍ବାଚନରେ ବିଜେପି ନିଜର ଏକମାତ୍ର ଚେହେରା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପସ୍ଥାପିତ କରି ଆସୁଥିଲା। ଅଳ୍ପ ଦିନ ତଳେ ଅନୁଷ୍ଠିତ ହରିୟାନା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ଏକମାତ୍ର ଚେହେରା ନରେନ୍ଦ୍ର ମୋଦୀ ରହିଥିଲେ। ଯଦିଓ ଏହି ତିନୋଟି ରାଜ୍ୟରେ ବିଜେପି ସରକାର ରହିଥିଲା, ତଥାପି ରାଜ୍ୟ ପ୍ରସଙ୍ଗ ତୁଳନାରେ ଏହି ସବୁ ରାଜ୍ୟରେ ବିଜେପି ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିର ଭରସାରେ ନିର୍ବାଚନ ଲଢିଥିଲା। ସାଧାରଣ ନିର୍ବାଚନ ପରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାର ଓ ନୂଆ ନାଗରିକ ସଂଶୋଧନ ଆଇନକୁ ପ୍ରସଙ୍ଗ କରି ବିଜେପି ଏହି ନିର୍ବାଚନ ଲଢିଥିଲା ଓ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ହରିୟାନାରେ ଦଳ ସଂଖ୍ୟା…
Kolkata: Actress and TMC MP Nusrat Jahan walks the ramp during a fashion show in Kolkata on Jan 26, 2020. (Photo: IANS)
Kolkata: People enjoy themselves at Brigade Parade Ground during Saraswati Puja celebrations in Kolkata on Jan 29, 2020. (Photo: Kuntal Chakrabarty/IANS)
Hyderabad: Stills from Telugu film “Disco Raja” in Hyderabad. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୋ ସରକାରରେ ସାମିଲ ହୋଇଛି ଶ୍ରମ ଏବଂ ଇଏସ୍ଆଇ ବିଭାଗ । ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗରେ ସଚେତନତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାରରେ ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗକୁ ସାମିଲ କରିଛନ୍ତି । ଏହା ସହିତ ଶ୍ରମିକଙ୍କ ସୁରକ୍ଷା ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପ୍ରଣୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ 5ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟର 30ଟି ଜିଲ୍ଲାର 101 ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି 101 ସ୍କୁଲକୁ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିୟମ୍ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭିତ୍ତିଭୂମିର ବିକାଶ ନିମନ୍ତେ ଏହି ବିଦ୍ୟାଳୟ ଗୁଡିକୁ 25 ଲକ୍ଷର ଅନୁଦାନ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ବିଦ୍ୟାଳୟରେ ସ୍ପୋକନ୍ ଇଂଲିଶ ଶିକ୍ଷା ଦିଆଯିବ । ସରକାରୀ ସ୍କୁଲ ଗୁଡିକର ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । 20ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇବା ସହିତ ପିଲାଙ୍କୁ ଉକ୍ତ ବିଦ୍ୟାଳୟରେ ଭର୍ତ୍ତି କରାଯିବ । 1/2/3 କିମି ପରିସର ମଧ୍ୟରେ ରହିଥିବା ବିଦ୍ୟାଳୟ ଗୁଡିକୁ…
ହାମିଲଟନ୍ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟି 20 ମୁକାବିଲାରେ ଜଣେ କିଓ୍ବି ଫ୍ୟାନ୍ ଭାରତ ମାତା କୀ ଜୟ ଉଚ୍ଚାରଣ କରିଛନ୍ତି । ଟ୍ବିଟ୍ଟର ଏବଂ ଅନ୍ୟାନ୍ୟ ସୋସିଆଲ ପ୍ଲାଟଫର୍ମରେ ନ୍ୟୁଜିଲ୍ୟାଣ୍ଡ ଫ୍ୟାନ୍ଙ୍କ ଭାରତ ମାତା କୀ ଜୟ ଭିଡିଓ ଭାଇରାଲ ହୋଇଛି । ମ୍ୟାଚ୍ର ଦ୍ବିତୀୟ ଇନିଂସରେ ଏହି ଘଟଣା ଘଟିଥିଲା । ଭାରତୀୟ ଫିଲ୍ଡିଂ ସମୟରେ ପଛରେ ବସିଥିବା ଭାରତୀୟ ଦର୍ଶକଙ୍କୁ ଅନୁକରଣ କରି କିଓ୍ବି ଜଣକ ଭାରତ ମାତାକୀ ଜୟ ଉଚ୍ଚାରଣ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ସୁପର ଓଭରରେ ଏହି ମ୍ୟାଚ୍ ଏବଂ ସିରିଜ୍ ହାତଛଡା କରିଥିବା ବେଳେ ଏହି ଫ୍ୟାନ୍ ଜଣଙ୍କୁ ଇଣ୍ଟରନେଟ୍ର ସମସ୍ତେ ପସନ୍ଦ କରିଛନ୍ତି ।
ନୂଆଦିଲ୍ଲୀ : କୋରୋନା ଭାଇରସ୍ ପ୍ରଭାବରେ ଚୀନ୍ରେ 132 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6 ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏହାର ପ୍ରଭାବରେ ଇଣ୍ଡିଗୋ ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ଚୀନ୍କୁ ଯାତ୍ରା କରୁଥିବା ନିଜର ବିମାନର ଯାତ୍ରା ବାତିଲ କରିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଫେବୃୟାରୀ 1ରୁ ଫେବୃୟାରୀ 20 ମଧ୍ୟରେ ଚୀନ୍କୁ ଯାତ୍ରା କରିବାକୁ ଥିବା ସମସ୍ତ ବିମାନ ଯାତ୍ରା ବାତିଲ କରାଯାଇଛି । ଏହା ସହିତ ହଂକଂକୁ ମଧ୍ୟ ବିମାନ ଯାତ୍ରା ବାତିଲ୍ କରିଛି ଇଣ୍ଡିଗୋ । ଅପରପକ୍ଷରେ ଏୟାର ଇଣ୍ଡିଆ ଜାନୁୟାରୀ 31ରୁ ଫେବୃୟାରୀ 14 ମଧ୍ୟରେ ଚାଲିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିଛି ।
ନୂଆଦିଲ୍ଲୀ : ଦେଶଦ୍ରୋହ ମାମଲାରେ ଗିରଫ ଶର୍ଜିଲ୍ ଇମାମ୍ଙ୍କୁ 5 ଦିନିଆ ରିମାଣ୍ଡରେ ପଠାଯାଇଛି । ଗତକାଲି ବିହାରର ଜେହାନାବାଦରୁ ଗିରଫ ହୋଇଥିଲେ ଶର୍ଜିଲ୍ ଇମାମ୍ । ଶାହିନ୍ବାଗ୍ରେ ଇମାମ ଦେଶ ବିରୋଧୀ ମନ୍ତବ୍ୟ ଦେବା ସହିତ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ । ଆସାମକୁ ଭାରତରୁ ଅଲଗା କରିବା ପରି ମନ୍ତବ୍ୟ ଦେଇଥିଲେ ଶର୍ଜିଲ୍ ଇମାମ୍ । ମଙ୍ଗଳବାର ଇମାମ୍ଙ୍କୁ ବିହାରର ଜେହାନାବାଦରୁ ଗିରଫ କରାଯାଇଥିଲା । ଉଲ୍ଲେଖଯୋଜ୍ୟ ଯେ, ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍ ଶାହିନବାଗରେ ନିଜ ଭାଷଣରେ ଦେଶବିରୋଧୀ ମନ୍ତବ୍ୟ ଦେଇଥିଲେ । (ଏଜେନ୍ସୀ)
ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ କିଛି ମୁସଲିମ୍ ମିଥ୍ୟା ଅପପ୍ରଚାର କରୁଛନ୍ତି ବୋଲି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ମତ ଦେଇଛନ୍ତି । ଉଭୟ ହିନ୍ଦୁ ଏବଂ ମୁସଲିମ୍ ଭାରତର ନାଗରିକ ତେଣୁ ସିଏଏକୁ ନେଇ କୌଣସି ଭାରତୀୟ ନାଗରିକ ଚିନ୍ତିତ ହେବା ଅନୁଚିତ ବୋଲି ଭାଗବତ କହିଛନ୍ତି । ଶିକ୍ଷିତ ମୁସଲମାନ ବ୍ୟକ୍ତି ବିଶେଷ ଆଗକୁ ଆସି ଅନ୍ୟ ମାନଙ୍କୁ ଏହି ଆଇନ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଉଚିତ୍ ବୋଲି ଭାଗବତ କହିଛନ୍ତି । ଜାତିପ୍ରଥା ଭାରତୀୟ ସମାଜ ପାଇଁ ଅଭିଶାପ । 2025 ସୁଦ୍ଧା ଦେଶର ପ୍ରତ୍ୟେକ ଗ୍ରାମରେ ଆରଏସ୍ଏସ୍ ଶାଖା ଖୋଲି ଦେଶରୁ ଜାତିପ୍ରଥା ଦୂର କରିବା ପାଇଁ କର୍ମୀ ପ୍ରୟାସ କରିବା ଉଚିତ୍ ବୋଲି ଭାଗବତ କହିଛନ୍ତି । (ଏଜେନ୍ସୀ)
ମୁମ୍ବାଇ : ଭାରତୀୟ ବଜାରରେ ଲଞ୍ଚ ହୋଇଛି ସାମସଙ୍ଗର ନୂତନ ଗାଲାକ୍ସି ଏ 51 । ବୁଧବାର ଭାରତୀୟ ବଜାରରେ ଲଞ୍ଚ ହୋଇଥିବା ଏହି ଫୋନ୍ର ମୂଲ୍ୟ 23999 ଟଙ୍କା ରହିଛି । ବ୍ଲୁ, ହ୍ବାଇଟ୍ ଏବଂ ବ୍ଲାକ୍ ପ୍ରିଜ୍ମ ରଙ୍ଗରେ ଏହି ଫୋନ୍ ଉପଲବ୍ଧ ହେବାକୁ ଯାଉଛି । ଆଜିଠାରୁ ଏହି ଫୋନ୍ ଅନ୍ଲାଇନ୍ ଉପଲବ୍ଧ ହେବାକୁ ଥିବା ବେଳେ 31 ତାରିଖଠାରୁ ଏହା ରିଟେଲ ଷ୍ଟୋରରେ ଉପଲବ୍ଧ ହେବାକୁ ଯାଉଛି । ସାମସଙ୍ଗ ପକ୍ଷରୁ ଏହି ଫୋନ୍ରେ ଇନ୍ଫିନିଟି ଓ ସୁପର ଆମୋଲେଡ୍ ଡିସ୍ପ୍ଲେର ବ୍ୟବହାର କରାଯାଇଛି । ଫୋନ୍ରେ 4ଟି କ୍ୟାମେରା ରହିଛି । 48 ମେଗାପିକ୍ସେଲ୍ର ମୁଖ୍ୟ କ୍ୟାମେରା ସହିତ 5 ମେଗାପିକ୍ସେଲ୍ର ତିନୋଟି କ୍ୟାମେରା ରହିଛି । 15 ଓ୍ବାଟ୍ର ଫାଷ୍ଟ ଚାର୍ଜର ସହିତ 4000 ଏମ୍ଏଏଚ୍ର ବ୍ୟାଟେରୀ ରହିଛି ।
Mumbai: Actress Kriti Kharbanda seen at Andheri, in Mumbai on Jan 27, 2020. (Photo: IANS)
Mumbai: Actress Kiara Advani seen at Versova Jetty, in Mumbai on Jan 27, 2020. (Photo: IANS)
Mumbai: Actress Ananya Panday seen at Versova Jetty, in Mumbai on Jan 27, 2020. (Photo: IANS)
Mumbai: Actress Krystle D’Souza seen at Juhu , in Mumbai on Jan 27, 2020. (Photo: IANS)

