Author: Samikhsya Bureau

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଫାଶୀ ପାଇବାର ଦିନ ପାଖେଇ ଆସୁଥିବା ବେଳେ ଏହାକୁ ବିଳମ୍ବ କରିବା ପାଇଁ ବିଭିନ୍ନ ମହଲରୁ ଚେଷ୍ଟା କରାଯାଉଛି । ଦୋଷୀ ପଓ୍ବନ୍‌ ଗୁପ୍ତାର ପିତାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏକ ଯାଚିକାକୁ ସେସନ୍ସ କୋର୍ଟ ବିଚାରପତି ଖାରଜ କରି ଦେଇଛନ୍ତି । ମାମଲାରେ ଏକମାତ୍ର ସାକ୍ଷୀଙ୍କ ବୟାନ ଗ୍ରହଣୀୟ ନୁହେଁ । ପୋଲିସ୍‌ ପକ୍ଷରୁ ମାଡ ମରାଯାଇ ସାକ୍ଷୀଙ୍କୁ ପ୍ରଭାବିତ କରାଯାଇଥିବା ନେଇ ଏହି ଯାଚିକାରେ ଉଲ୍ଲେଖ କରାଯାଇଥିବା ବେଳେ ଆଡିସନାଲ ସେସନ୍ସ କୋର୍ଟ ବିଚାରପତି ଏ କେ ଜୈନ୍‌ ଯାଚିକାକୁ ଖାରଜ କରିଦେଇଥିଲେ । (ଏଜେନ୍ସୀ)

Read More

କୋଲକାତା : ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ ପୁନର୍ବାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମାତ୍ର ଷ୍ଟିଭ୍‌ ଓ୍ବ ଏଥର ଭିନ୍ନ ଦାୟିତ୍ବରେ ଇଡେନ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବେଙ୍ଗଲ ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଷ୍ଟିଭ୍‌ ଫଟୋଗ୍ରାଫର ଭାବରେ ପଡିଆରେ ପ୍ରବେଶ କରିଥିଲେ । ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ନାମକ ପୁସ୍ତକୁ ଲେଖୁଥିବା ଷ୍ଟିଭ୍‌ ଭାରତୀୟ କ୍ରିକେଟର ମକ୍କାରେ ପ୍ରବେଶ କରିବା ସହିତ କିଛି ଫଟୋ ଉତ୍ତୋଳନ କରିଥିଲେ । ଏହି ଷ୍ଟାଡିୟମ୍‌ରେ 1987ରେ ଅଷ୍ଟ୍ରେଲିଆ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ରହିଥିବା ବେଳେ 2001 ଐତିହାସିକ ଟେଷ୍ଟ ସିରିଜ୍‌ରେ ଅଧିନାୟକ ରହିଥିଲେ । ଦ୍ରାବିଡ-ଲକ୍ଷ୍ମଣଙ୍କ ଭାଗିଦାରୀ ଏବଂ ହରଭଜନଙ୍କ ହ୍ୟାଟ୍ରିକ୍‌ କାରଣରୁ ଭାରତ ଏହି ଟେଷ୍ଟରେ ବିଜୟୀ ହୋଇଥିଲା ।

Read More

ଜେହାନାବାଦ : ଜେଏନ୍‌ୟୁର ଜଣେ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ସହିତ ତାଙ୍କ ଘର ଉପରେ ପୋଲିସ୍‌ର ଚଢାଉ କରାଯାଇଛି । ଜେଏନ୍‌ୟୁ ଛାତ୍ର ସର୍ଜିଲ୍‌ ଇମାମ୍‌ ଦେଶ ବିରୋଧୀ ବୟାନ ଦେଇଥିବା କାରଣରୁ ତାଙ୍କ ଘର ଉପରେ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଛି । ନର୍ଥଇଷ୍ଟ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବା ସହିତ ଭାରତକୁ ଖଣ୍ଡ ବିଖଣ୍ଡିତ କରିବା ନେଇ ସର୍ଜିଲ ଶାହିନବାଗରେ ନିଜ ଭାଷଣରେ ପ୍ରକାଶ କରିଥିଲେ । ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍‌ଙ୍କ ଘର ଉପରେ ଜେହାନାବାଦ କମିଶନରେଟ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଥିଲା । ସର୍ଜିଲ୍‌ ମିଳିନଥିବା ବେଳେ ତାଙ୍କର ଡ୍ରାଇଭର ଏବଂ ଦୁଇ ଜଣ ସମ୍ପର୍କୀୟଙ୍କୁ ପୋଲିସ୍‌ ଅଟକ ରଖି ପଚରା ଉଚୁରା କରିଥିଲା । ପରେ ତିନି ଜଣଙ୍କୁ ଛାଡି ଦିଆଯାଇଥିବା ନେଇ ଜେହାନାବାଦ କମିଶନର ମନୀଷ କୁମାର ସୂଚନା ଦେଇଛନ୍ତି ।(ଏଜେନ୍ସୀ)

Read More

ଲସ୍‌ ଏଞ୍ଜଲସ୍‌ : ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ପ୍ରିୟଙ୍କା ଚୋପ୍ରା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରିୟଙ୍କା ଗ୍ରାମ୍ମୀ ଆଓ୍ବାର୍ଡସ୍‌ରେ ରେଡ୍‌ କାର୍ପେଟ୍‌ରେ ବେଶ୍‌ ବୋଲ୍ଡ ଅନ୍ଦାଜ୍‌ରେ ଦେଖିବାକୁ ମିଳିଥିଲେ । ଲସ୍‌ ଏଞ୍ଜେଲସ୍‌ଠାରେ ଆୟୋଜିତ ଏହି ଆଓ୍ବାର୍ଡ ଶୋ’ରେ ପ୍ରିୟଙ୍କା ନିଜ ସ୍ବାମୀ ନିକ୍‌ ଜୋନସ୍‌ଙ୍କ ସହ ଉପସ୍ଥିତ ରହିଥିଲେ । ତେବେ ଚର୍ଚ୍ଚାରେ ରହିଥିଲା ପ୍ରିୟଙ୍କା ଡ୍ରେସ୍‌ । ଏହି ଅବସରରେ ପିସି ଡିଜାଇନର୍‌ ରାଲ୍‌ଫ ଓ ରିସୋଙ୍କ ଡିଜାଇନର ପ୍ରସ୍ତୁତ ଆଇଭରି ସେକ୍ୟୁଇନ୍‌ – ଏନ୍‌କ୍ରଷ୍ଟଡେ ସିଲ୍କ କ୍ରେପ୍‌ କାଡି କିମୋନୋ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ । ଡିପ୍‌ ନେକ୍‌ଲାଇନ୍‌ର ଏହି ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ଡ୍ରପ୍‌ ଇଅରିଂସ୍‌ ଓ ଫ୍ଲୋରାଲ୍‌ ରିଙ୍ଗସ୍‌ ସହ ବେଲି ବଟନ୍‌ ଷ୍ଟଡ୍‌ ମଧ୍ୟ ପିନ୍ଧି ବେଶ୍‌ ଗ୍ଲାମରସ୍‌ ଅନ୍ଦାଜ୍‌ରେ ପିସି ନିଜକୁ ଉପସ୍ଥାପନ କରିଥିଲେ । ଡ୍ରେସ୍‌ ସହିତ ତାଙ୍କ ମେକ୍‌ଅପ୍‌ ତାଙ୍କୁ…

Read More

ସମୀକ୍ଷା ବ୍ୟୁରୋ ଗୁଣୁପୁର : ସ୍ବାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । କିନ୍ତୁ ଏହି ସମ୍ପର୍କରେ ଏବେ ଭଟ୍ଟା ପଡୁଛି। ସାମାନ୍ୟ ବଚସାରୁ ଭୟଙ୍କର କାଣ୍ଡ ଘଟୁଛି । ଘରୋଇ କଳିରୁ ସ୍ତ୍ରୀର ଜୀବନ ନେଇଛି ସ୍ବାମୀ ।  ଗୁଣୁପୁରଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ । ପଦ୍ମପୁର ଥାନା ନୂଆସାହିରେ ଘରୋଇ କଳିରୁ ଏପରି ନୃଶଂସ କାଣ୍ଡ ଘଟିଛି । ଅଭିଯୁକ୍ତ ସ୍ବାମୀ ଫେରାର୍‌ ହୋଇଯାଇଥିବାବେଳେ ପୋଲିସ୍‌ ମୃତଦେହକୁ ଜବତ କରି ଘଟଣାର ତନାଘନା ଆରମ୍ଭ କରିଛି ।

Read More

କାନ୍ଦାହାର : 83 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ଘଜନୀରେ ଏହି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୋମବାର ଆରିଆନା ଆଫଗାନ ଏୟାରଲାଇନ୍ସର ଏହି ବିମାନଟି ଘଜନୀର ଦେହ ୟାକ୍‌ ପ୍ରଦେଶରୁ 15 କିମି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ସରକାରୀ ବିମାନ ଚଳଚଳ କମ୍ପାନୀ ଆରିଆନାର ଏହି ବିମାନଟି ଅପରାହ୍ନ 1.10 ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ମୃତାହତଙ୍କ ସଂଖ୍ୟା ମଧ୍ୟ ସ୍ପଷ୍ଟ ହୋଇନାହିଁ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ସୋମବାର ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂତନ ତଥ୍ୟ ପ୍ରକାଶ ପାଇଛି । ସିଏଏ ବିରୋଧୀ ଆକ୍ରମଣ ସମୟରେ ପଶ୍ଚିମ ୟୁପିରେ ଅର୍ଥ ଦେଣ ନେଣ କରାଯାଇଥିବା ନେଇ ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉତ୍ତର ପ୍ରଦେଶର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହି ଅର୍ଥ ବିତରଣ କରାଯାଇଥିବାକ ନେଇ ଇଡି ପକ୍ଷରୁ ସୋମବାର କୁହାଯାଇଛି । ସିଏଏ ଆନ୍ଦୋଳନ ପୂର୍ବରୁ ପଶ୍ଚିମ ଉତ୍ତର ପ୍ରଦେଶର 73ଟି ଆକାଉଣ୍ଟକୁ 120 କୋଟି ଟଙ୍କା ଦେଣ ନେଣ କରାଯାଇଛି । ଏହା ସହିତ ପିଏଫ୍‌ଆଇ ପକ୍ଷରୁ ସିଏଏ ଆନ୍ଦୋଳନ ସମୟରେ 1.65 କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଇଡି ପକ୍ଷରୁ ସୋମବାର ଏହି ସମସ୍ତ ତଥ୍ୟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି । (ଏଜେନ୍ସୀ)

Read More

ଲୋକପ୍ରିୟ ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ମିଳିବା ପରେ ଏହାକୁ ନେଇ ବିରୋଧୀ ରାଜନୈତିକ ଦଳମାନେ ବିରୋଧ କରିଛନ୍ତି । କଂଗ୍ରେସ ପ୍ରବକ୍ତା ଜୟବୀର ସେର୍‌ଗିଲ୍‌ଙ୍କ ପରେ ଏବେ ରାଷ୍ଟ୍ରବାଦୀ କଂଗ୍ରେସ ଦଳ ମଧ୍ୟ ଏନେଇ ସରକାରଙ୍କୁ ଘେରିଛନ୍ତି । ଏନ୍‌ସିପିର ନଓ୍ବାବ ମଲିକ୍‌ କହିଛନ୍ତି ଯେ, ଯଦି କେହି ପାକିସ୍ତାନରୁ ଆସି ମୋଦି ମୋଦି ବୋଲିବ ତେବେ ତାଙ୍କୁ ଭାରତର ନାଗରିକତା ସହିତ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିବ । ଏହା ଦେଶବାସୀଙ୍କୁ ପ୍ରତି ବଡ଼ ଅପମାନ । କଂଗ୍ରେସ ଅଦନାନ୍‌ ସାମୀଙ୍କୁ ପଦ୍ମଶ୍ରୀ ମିଳିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହିତ ଏହା ବିଜେପିର ଚାମଚାଗିରି ବୋଲି କହି ଟାର୍ଗେଟ କରିଥିଲା । ଅଦନାନ୍‌ଙ୍କୁ ପଦ୍ମଶ୍ରୀ ମିଳିବା ନେଇ ପ୍ରଥମେ ରାଜ୍‌ଠାକ୍‌ରେଙ୍କ ଦଳ ଏମଏନ୍‌ଏସ୍‌ ଆପତ୍ତି  ଜଣାଇ କହିଥିଲା ଯେ, ଆଦନାନ୍‌ ମୂଳରୂପରେ ଭାରତୀୟ ନୁହଁନ୍ତି ତେଣୁ ତାଙ୍କୁ ପଦ୍ମଶ୍ରୀ ମିଳିବା ଉଚିତ୍‌ ନୁହେଁ । ଏହା…

Read More

ନୂଆଦିଲ୍ଲୀ : ସିଏଏ ଏବଂ ଏନ୍‌ପିଆର ବିରୋଧରେ ଆଗତ ଯାଚିକାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରିବା ସହିତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବାକୁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି । ସରକାରଙ୍କ ପକ୍ଷରୁ ଏହା ଉପରେ କୌଣସି ଯୁକ୍ତି ନ ଶୁଣି କୋର୍ଟ ରୋକ୍‌ ଲଗାଇ ପାରିବେ ନାହିଁ ବୋଲି କୁହାଯାଇଛି । ବିଭିନ୍ନ ଛାତ୍ର ସଙ୍ଗଠନ, କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ରାଜନେତାଙ୍କ ପକ୍ଷରୁ ଆଗତ 140ଟି ଯାଚିକା ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । (ଏଜେନ୍ସୀ)

Read More

ନୋଏଡା : ଘରୋଇ ହିଂସାରେ ସାଧାରଣତଃ ସ୍ବାମୀର ଆକ୍ରମଣର ଜଣେ ସ୍ତ୍ରୀ ଶିକାର ହୋଇଥାଏ । କିନ୍ତୁ ନୋଏଡାଠାରେ ଏହାର ଓଲଟା ଦେଖିବାକୁ ମିଳିଛି । ଘରୋଇ କଳିରେ ଜଣେ ସ୍ବାମୀ ନିର୍ଯାତିତ ହୋଇ ପୋଲିସ୍‌ ନିକଟରେ ଅଭିଯୋଗ କରିଥିବାର ଖବର ସାମ୍ନାକୁ ଆସିଛି । କରାଟେ ଚାମ୍ପିଆନ୍‌ ସ୍ତ୍ରୀଙ୍କ କବଳରୁ ବର୍ତ୍ତିବା ପାଇଁ ପୋଲିସ୍‌ ନିକଟରେ ଗୁହାରି କରିଛନ୍ତି ସ୍ବାମୀ ଜଣକ । ମିଳିଥିବା ସୂଚନା ଅନୁସାରେ ନୋଏଡା ସେକ୍ଟର 19ରେ  ଦୀପକ ନାମକ ଜଣେ ବ୍ୟକ୍ତି ତାଙ୍କ କରାଟେ ଚାମ୍ପିଅନ୍‌ ସ୍ତ୍ରୀଙ୍କଠାରୁ ମାଡ଼ ଖାଇ ଦରମରା ହୋଇଛନ୍ତି । ଏପରିକି ସ୍ବାମୀଜଣଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଛି । ଏହାପରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି । ସୋସିଆଲ୍‌ ମିଡ଼ିଆରେ ଜଣେ ବ୍ୟକ୍ତି କରାଟେ ଚାମ୍ପିଆନ୍‌ର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ପରେ ତାଙ୍କୁ ଜୀବନସାଥୀ ରୂପେ ଗ୍ରହଣ…

Read More

ନୂଆଦିଲ୍ଲୀ : ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆର ବିକ୍ରିକୁ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର 100 ପ୍ରତିଶତ ବିକ୍ରୟ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ବିରୋଧରେ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ବାମୀ । ସରକାରଙ୍କ ଏହି ପ୍ରକ୍ରିୟାକୁ ଦେଶ ବିରୋଧୀ ବୋଲି ଅଭିହିତ କରିଛନ୍ତି । ଯଦି ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ ନକରନ୍ତି ତେବେ ମୁଁ କୋର୍ଟ ଯିବାକୁ ବାଧ୍ୟ ହେବି ବୋଲି ସ୍ବାମୀ କହିଛନ୍ତି । ଦେଶ ହେଉଛି ଏକ ପରିବାର ଏବଂ ଆପଣ ପାରିବାରିକ ସମ୍ପତ୍ତି ବିକ୍ରୟ କରିପାରିବେ ନାହିଁ ବୋଲି ସ୍ବାମୀ ମତ ରଖିଛନ୍ତି । ମାର୍ଚ୍ଚ 17 ସୁଦ୍ଧା ଆଶାୟୀ କମ୍ପାନୀ ଗୁଡିକ ଆବେଦନ କରିବା ପାଇଁ ସୋମବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମଠାରେ ୭୧ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ଅବସରରେ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗଙ୍କ ସହିତ ରେଳବ୍ୟବହାରକାରୀମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳବାଇ କର୍ମଚାରୀ ମାନଙ୍କର ନିଷ୍ଠାପର ସେବା, ରେଳପଥର କାର୍ଯ୍ୟ ଦକ୍ଷତା ସହିତ ଯାତ୍ରୀ ସୁବିଧା, ସୁରକ୍ଷା ଓ ନିରାପତ୍ତା, ରେଳମାର୍ଗର ଭିତ୍ତିଭୂମିର ବିକାଶ, ଡିଜିଟାଲ ସେବା ଓ ମାନବ ସମ୍ବଳ ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତର ବିକାଶ ପାଇଁ କର୍ମଚାରୀମାନଙ୍କର ନିଷ୍ଠାପର ସେବା ମନୋବୃତ୍ତିକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ।  ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହିତ ବିଭାଗୀୟ ପ୍ରମୁଖ ଅଧିକାରୀ, ଅନ୍ୟାନ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗ ଏହି…

Read More

ନୂଆଦିଲ୍ଲୀ :  ଦିଲ୍ଲୀର ନିର୍ବାଚନୀ ଦଙ୍ଗଲ୍‌ରେ ନେତାମାନଙ୍କର ବୟାନବାଜି ଜାରି ରହିଛି । ରାଜଧାନୀରେ ଆସନ୍ତା ଫେବୃଆରୀ 8 ତାରିଖରେ 70ଟି ବିଧାନସଭା ଆସନ ପାଇଁ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେବ । ଫେବୃଆରୀ 11 ତାରିଖରେ ଏହାର ଫଳାଫଳ ବାହାରିବ । ରାଜଧାନୀ ଦିଲ୍ଲୀ ପାଞ୍ଚବର୍ଷ ପାଇଁ କାହାକୁ ବାଛୁଛି, ତାହା ସ୍ପଷ୍ଟ ହୋଇଯିବ । ତେବେ ଦିଲ୍ଲୀର ଦିଲ୍‌ରେ ରାଜ୍‌ କରିବା ପାଇଁ ସବୁ ରାଜନୈତିକ ଦଳମାନଙ୍କର ତୁଫାନି ନିର୍ବାଚନୀ ପ୍ରଚାର ଚାଲିଛି । ଏହି କ୍ରମରେ ଚର୍ଚ୍ଚାକୁ ଆସିଛି ଦୁଇ ପ୍ରମୁଖ ଦଳଙ୍କ ଚାଣକ୍ୟ ବନାମ ଚାଣକ୍ୟଙ୍କ ଜୁବାନି ।  ଦିଲ୍ଲୀରେ ବିଜେପିର ସରକାର ପାଇଁ ମୋର୍ଚ୍ଚା ସମ୍ଭାଳିଛନ୍ତି ବିଜେପି ଚାଣକ୍ୟ ଅମିତ୍‌ ଶାହା ନିଜର ଚିରାଚରିତ ଆକ୍ରମକ ଶୈଳୀରେ ପ୍ରଚାର କରିଛନ୍ତି । ରବିବାର ଦିନ ବାବରପୁରଠାରେ ଏକ ନିର୍ବାଚନୀ ରାଲିରେ ନାଗରିକତା ଆଇନ (ସିଏଏ) ବିରୋଧରେ ଶାହିନ୍‌ବାଗ୍‌ଠାରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି…

Read More

ସମୀକ୍ଷା ବ୍ୟୁରୋ କନ୍ଦର୍ପ ବେହେରା / ରେଢାଖୋଲ: ସମ୍ବଲପୁର ଜିଲ୍ଲାର ରେଢାଖୋଲ ସବଡିଭିଜନର ନାକ୍‌ଟି ଦେଉଳ ବ୍ଲକ ଅନ୍ତର୍ଗତ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ। ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣକୁ ନେଇ ବିଦ୍ୟାଳୟରେ ତାଲା ପକାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଦ୍ୟାଳୟରେ ରହିଥିବା ଶିକ୍ଷକ ସମସ୍ୟାକୁ ନେଇ ଜିଲ୍ଲଶିକ୍ଷାଧିକାରୀଙ୍କ ନିକଟକୁ ଏକ ଲିଖିତ ଅଭିଯୋଗ  ଦିଆଯିବା ସହିତ ଏହି ଲିଖିତ ଅଭିଯୋଗର ଏକ କିତା ନକଲ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଉପଜିଲ୍ଲାପାଳ ଓ ଉଚ୍ଚଶିକ୍ଷାଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ଉକ୍ତ ଚିଠିରେ ବିଦ୍ୟାଳୟରେ ଥିବା ଶିକ୍ଷକ ପଦବୀଗୁଡ଼ିକୁ ଜାନୁଆରୀ ୨୫ ତାରିଖ ଭିତରେ ପୂରଣ କରାନଗଲେ ୨୭ ତାରିଖରେ ବିଦ୍ୟାଳୟରେ ତାଲା ପଡ଼ିବ ବୋଲି ଉଲ୍ଲେଖ ରହିଥିଲା। ତେବେ ଜାନୁଆରୀ ୨୫ ତାରିଖ ଭିତରେ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନ ହୋଇଥିବା ହେତୁ ଅଭିଭାବକ ଓ ଗ୍ରାମବାସୀମାନେ ବାଧ୍ୟ…

Read More

ଅରୁଣ କୁମାର ପ୍ରଧାନ ନାକ୍‌ଟିଦେଉଳ: ଗଣତନ୍ତ୍ର ଦିବସ ଅବସରରେ ସାରା ପୁରପଲ୍ଲୀ ହର୍ଷ ଉଲ୍ଲାସରେ ପାଳନ କରୁଥିବାବେଳେ ଚନ୍ଦ୍ରପୁର ଗ୍ରାମରେ କିନ୍ତୁ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଗତକାଲି ନାକ୍‌ଟି ଦେଉଳ ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଜମ୍ମୁକାଶ୍ମୀରରେ କାର୍ଯ୍ୟରତ ଥିବା ବିଏସ୍‌ଏଫ ଯବାନ ରଣଜୀତ୍‌ଙ୍କ କୁମ୍‌ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଗତକାଲି ତାଙ୍କ ମରଶରୀର ସନ୍ଧ୍ୟା ୭ଟାବେଳେ ଆସି ତାଙ୍କ ଜନ୍ମସ୍ଥାନରେ ପହଞ୍ଚିଥିଲା। ୪୪ ବର୍ଷୀୟ ରଣଜୀତ୍‌ କୁମର୍‌ ଗତ ୨୪ତାରିଖରେ ମଧ୍ୟାହ୍ନ ଭୋଜନ ସାରି ସିଡିରେ ଫେରୁଥିବା ସମୟରେ ଗୋଡ ଖସି ଗଭୀର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଜମ୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୯୯୮ ମସିହାରେ ବିଏସ୍‌ଏଫ୍‌ରେ ଯୋଗଦେଇଥିବା ରଣଜିତ୍‌ କୁମର୍‌ଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଝିଅ ରହିଛନ୍ତି। ଗତକାଲି ତାଙ୍କ ଜନ୍ମମାଟିରେ ଗାର୍ଡ ଅଫ୍‌ ଅନର୍ ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Read More

ସମୀକ୍ଷା ବ୍ୟୁରୋ ଝାରସୁଗୁଡା : ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଆଜିଠୁ ଝାରସୁଗୁଡାରୁ କୋଲକତା ବିମାନ ଚଳାଚଳ । ଉଡାନ 3.0 ଯୋଜନରେ ନିୟମିତ ରୂପରେ ଚଳାଚଳ କରିବ ବିମାନ । ଆଜିଠାରୁ ଏଲାଏନ୍ସ ଏୟାର ବିମାନ କୋଲକାତା ବିମାନବନ୍ଦରରୁ ଦିନ ୧୧ ଟା ୪୫ ମିନିଟରୁ ଆସି ୧ଟା ୧୫ ମିନିଟରେ ଝାରସୁଗୁଡ଼ାରେ ପହଂଚିବ। ଝାରସୁଗୁଡ଼ାରୁ ଦିନ ୧ ଟା ୪୫ରୁ ଛାଡ଼ି ପୁଣି ୩ଟା ୧୫ ମିନିଟରେ କୋଲକାତାରେ ପହଂଚିବ । ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୧ରେ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚଳ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା । ସେହି ବୈଠକରେ ବିମାନବନ୍ଦରରୁ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବାଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଥିଲା ।

Read More

ସମୀକ୍ଷା ବ୍ୟୁରୋ ରାଇରଙ୍ଗପୁର : ବାଇକ୍‌ରେ ଆସି ଲୁଟିନେଲେ ଟଙ୍କା । ବନ୍ଧୁକ ଦେଖାଇ ପାନ ବ୍ୟବସାୟୀଙ୍କଠାରୁ 6 ଲକ୍ଷ ଲୁଟ୍‌ ନେଇଛନ୍ତି ଦୁର୍ବୃତ୍ତ। ଦୋକାନୀ ସଟର ବନ୍ଦ କରି ଟଙ୍କା ବ୍ୟାଗ୍‌ ଧରିଥିବାବେଳେ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ ଜଣକ । ଗତକାଲି ରାତିରେ ରାଇରଙ୍ଗପୁର ଟାଉନ୍‌ର ଏକ ହୋଲେସଲ୍‌ ଦୋକାନୀଙ୍କଠୁ ଏହି ଲୁଟ୍‌ ହୋଇଥିବାର ଅଭିଯୋଗ ହୋଇଛି । ବାଇକ୍‌ରେ ହେଲମେଟ ପିନ୍ଧା ତିନିଜଣ ଦୁର୍ବୃ୍ତ୍ତ ଟଙ୍କା ଲୁଟିନେଇଥିବାର ଅଭିଯୋଗ ହୋଇଛି। ରାଇରଙ୍ଗପୁର ଥାନାରେ ଅଭିଯୋଗ ପରେ ପୋଲିସ୍‌ ଏହି ଘଟଣାର ଛାନ୍‌ଭିନ୍‌ କରୁଛି ।

Read More

ସମ୍ବଲପୁର : ସମ୍ବଲପୁରଠାରେ ହୋଇଥିବା ଏକ ଦୁର୍ଘଟଣା ପରେ ଉଭୟ ଟ୍ରାକ୍ଟର ଓ ବସ୍‌କୁ ବଡ଼ ଜରିମାନା କରାଯାଇଛି । ଦୁର୍ଘଟଣା ପରେ ଜରିମାନା ଠୁଙ୍କିଛି ପରିବହନ ବିଭାଗ । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ୍‌ ଚାଳକଙ୍କୁ ବଡ଼ ଜରିମାନା। ଟ୍ରାକ୍ଟରକୁ 53ହଜାର 200, ବସ୍‌କୁ 27 ହଜାର ଟଙ୍କାର ଜରିମାନା କରାଯାଇଛି । ଟ୍ରାକ୍ଟରର ବକେୟା ଟିକସ 16 ହଜାର 200, ପରମିଟ୍‌ ବାବଦରେ 10 ହଜାର, ପ୍ରଦୂଷଣ ପାଇଁ 10 ହଜାର, ଫିଟନେସ ପାଇଁ 5 ହଜାର, ଇନସ୍ୟୁରାନ୍ସ ପାଇଁ ଦୁଇ ହଜାର ଟଙ୍କା ଫାଇନ୍‌ କରାଯିବା ସହ ଲାଇସେନ୍ସ ପାଇଁ 5 ହଜାର ଓ ଟ୍ରଲିର ଫିଟନେସ୍‌ ନଥିବାରୁ 5 ହଜାର ଟଙ୍କାର ଜରିମାନା କରାଯାଇଛି । ମୋଟ୍‌ ଉପରେ ଟ୍ରାକ୍ଟର ପାଇଁ 53 ହଜାର 200 ଟଙ୍କାର ଫାଇନ୍‌ କରାଯାଇଛି । ସେହିପରି ଯାତ୍ରୀବାହୀ ବସ୍‌ର ପରମିଟ୍‌ ନଥିବାରୁ 10 ହଜାର ଟଙ୍କା, ପ୍ରଦୂଷଣ ପାଇଁ…

Read More

ପାକିସ୍ତାନ : ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତି ମୁସଲମାନ ଯୁବକ ସହ ବିବାହ କରିବାର ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତି ଧର୍ମାନ୍ତୀକରଣ କରାଇଥିବାର ଏକ ସନ୍‌ସିନ୍‌ ମାମଲା ସାମ୍ନାକୁ ଆସିଛି ।  ସିନ୍ଧ ସୁବେରୋରୁ 24 ବର୍ଷୀୟା ହିନ୍ଦୁ ମହିଳାଙ୍କୁ ଅପହରଣ କରି ମୁସଲିମ୍‌ ଯୁବକଙ୍କ ସହି ବିବାହ କରାଇଦିଆଯାଇଛି । ଭାରତୀ ବାଈ ନାମ୍ନୀ ଜଣେ ମହିଳାଙ୍କୁ ଦିନ ଦ୍ବିପ୍ରହରରେ ବାହାଘର ସମାରୋହରୁ ଅପହରଣ କରି ଜବରଦସ୍ତି ଉଠାଇ ନିଆଯାଇଥିଲା । ଏହା ପରେ ତାଙ୍କ ଉପରେ ଚାପ ପ୍ରୟୋଗ କରି ମୁସଲମାନ ଧର୍ମକୁ ଗ୍ରହଣ କରାଇଛନ୍ତି । ତା’ପରେ ଜଣେ ମୁସଲମାନ ଯୁବକଙ୍କ ସହ ବିବାହ କରାଇ ଦେଇଛନ୍ତି। ଭାରତୀଙ୍କ ପିତା କିଶୋର ଦାସ ଅଭିଯୋଗ କରିଛନ୍ତି ଯେ, ଭାରତୀ ବାଈଙ୍କ ବିବାହ ଜଣେ ହିନ୍ଦୁ ଯୁବକଙ୍କ ସହ ହେବାର ଥିଲା । ବିବାହର ପ୍ରସ୍ତୁତି ମଧ୍ୟ ବିବାହ…

Read More

ସମୀକ୍ଷା ବ୍ୟୁରୋ ଗଞ୍ଜାମ : ନିଆଁ ଲାଗି ଜଳିଗଲା ଦୁଇ ଭାଇଙ୍କ ପାଞ୍ଚ ବଖରା ଘର । ଗଞ୍ଜାମ ବ୍ଲକ୍‌ ଲୁଙ୍ଗୁରି ଗାଁରେ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଦିନ ମଜୁରିଆ ହୋଇଥିବାରୁ ବାହାରେ ଥିଲେ, ଘରେ ନିଆଁ ଲାଗିଛି । ଅଗ୍ନିଶମ ବିଭାଗ ନିଆଁ ଆୟତ୍ତ ପାଇଁ ପ୍ରୟାସ ଜାରି ରଖିଛି । ତେବେ  ଏହି ଘଟଣାରେ ହୋଇଥିବା ମୃତାହତ ଓ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

Read More