Author: Samikhsya Bureau

କାର୍ଲିଫୋର୍ଣ୍ଣିଆ : ଆମେରିକାର  କିମ୍ବଦନ୍ତୀ ବାସ୍କେଟ ବଲ ଖେଳାଳି ବ୍ରାଏଣ୍ଟଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କାର୍ଲିଫୋର୍ଣ୍ଣିଆର କେଲାବେସସରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ସୂଚନା ଅନୁସାରେ ଘଟଣା ଲସ ଏଞ୍ଜେଲେସରୁ ପାଖାପାଖି 65 କିଲୋମିଟର ଦୂରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । 41 ବର୍ଷୀୟ କୋବିଙ୍କ ସହିତ ଏହି ହେଲିକପ୍ଟରରେ ତାଙ୍କର 13 ବର୍ଷୀୟା ଝିଅ ମଧ୍ୟ ରହିଥିଲେ ।  ତେବେ ହେଲିକପ୍ଟରରେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ । ଅଧିକାରୀମାନେ ଦୁର୍ଘଟଣାର ତଦନ୍ତ କରୁଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଲୋକଙ୍କ ପରିଚୟ ମିଳିପାରି ନାହିଁ । ବ୍ରାଏଣ୍ଟ 20 ବର୍ଷର କ୍ୟାରିଅର୍‌ ଭିତରେ ଅନେକ ରେକର୍ଡ କରିଛନ୍ତି । ବ୍ରାଏଣ୍ଟ ନ୍ୟାସନାଲ୍‌ ବାସ୍କେଟବଲ୍‌ ଆସୋସିଏନ୍‌ ତରଫରୁ ବାସ୍କେଟବଲ ଖେଳି 5 ଥର ଚାମ୍ପିଆନ ହୋଇଛନ୍ତି ।…

Read More

କେଦାର ମିଶ୍ର ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନାମ ରାଷ୍ଟ୍ରୀୟ ସମ୍ମାନ ବା ପଦ୍ମ ପୁରସ୍କାର ପାଇଁ ଘୋଷିତ ହୋଇଥାଏ। ଓଡିଶା ଭାଗରେ ଏହି ପୁରସ୍କାରରୁ ଗୋଟେ ଦୁଇଟି ଅବଶ୍ୟ ପଡିଥାଏ। କେବେ କେମିତି ଏହା ୫/୬ ମଧ୍ୟ ହୋଇଛି। ତେବେ ସ୍ଵାଧୀନତା ପରେ ଚଳିତ ବର୍ଷ ଓଡିଶାରୁ ସର୍ବାଧିକ ୧୧ ଓ ଓଡିଆ ଭାବରେ ୧୨ ଜଣଙ୍କୁ ଏହି ପୁରସ୍କାର ମିଳିଛି। ଷଢେଇକଳା ଛଉ ପାଇଁ ପଦ୍ମଶ୍ରୀ ପାଇଥିବା ଶଶଧର ଆଚାର୍ୟଙ୍କୁ କେହି ଓଡିଆ ଭାବରେ ଗଣୁ ନାହାନ୍ତି। ହେଲେ ଶଶଧର ଆଚାର୍ୟ ହେଉଛନ୍ତି ଷୋହଳ ଅଣା ଓଡିଆ। ସେ ଷଢେଇକଳା-ଖରସୁଆଁର ସେହି ପ୍ରଜନ୍ମର ଓଡିଆ ଯେଉଁମାନେ ଓଡିଶା ବାହାରେ ଓଡିଶାର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି। ଷଢେଇକଳା ଛଉ ଯଦିଓ ଆଜି ଝାଡଖଣ୍ଡର କଳା ଭାବରେ ପରିଚିତ, ଏହା ମୂଳତଃ ଓଡିଆ। ଶଶଧର ଆଚାର୍ୟ ଷଢେଇକଳା ଛଉରେ ବୋଧହୁଏ ଶେଷ ଓଡିଆ ପ୍ରତିନିଧି।…

Read More

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାଲିଥିବା ତ୍ରିଦିବସୀୟ ମ୍ୟାଚ୍‌ରେ ଭାରତ ୨-୧ରେ ଜିତି ନେଇଛି। କିନ୍ତୁ ଏବେ ଚର୍ଚ୍ଚାରେ ରହିଛି ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବର୍ଣ୍ଣର୍‌ଙ୍କ ମଧ୍ୟରେ ହୋଇଥିବା ସୌହାଦ୍ଦ୍ୟପୂର୍ଣ୍ଣ ବ୍ୟବହାର। ସୋସିଆଲ୍‌ ମିଡିଆରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଇନ୍‌ଷ୍ଟାଗ୍ରାମ୍‌ରେ ଓ୍ବର୍ଣ୍ଣର୍‌ ୧୮ଟି ବ୍ୟାଟର ଏକ କଲେକ୍ସନକୁ ‘ଷ୍ଟକ ଟେକିଙ୍ଗ ଟାଇମ‘ର ଶୀର୍ଷକ ଦେଇ ସେୟାର୍‌ କରିଥିବାବେଳେ ଭାରତୀୟ କ୍ରିକେଟ୍‌ ଅଧିନାୟକ ବିରାଟ କୋହଲି ବେଶ୍‌ ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି। ବିରାଟ  ପ୍ରତିକ୍ରିୟାରେ କହିଛନ୍ତି ଯେ, ତମେ ମୋ ଠାରୁ ଆଉ ଗୋଟିଏ ବ୍ୟାଟ ଚାହୁଁଛ। ଏହାର ପ୍ରତ୍ୟୁତ୍ତରରେ ଏକ  ହସର ଇମୋଜି ସହ ଓ୍ବର୍ଣ୍ଣର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ “ ମୁଁ ଯେମିତି କହିଲି ମୋତେ ସେମିତି ଗୋଟିଏ ଦରକାର”। କ୍ରିକେଟ୍‌ ଜଗତର ଦୁଇ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ମଧ୍ୟରେ ଚାଲିଥିବା ଏହି ଉତ୍ତର…

Read More

ନୂଆଦିଲ୍ଲୀ : ଦେଶର ବଢୁଥିବା ବେରୋଜଗାରୀକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି । କଂଗ୍ରେସର ବରିଷ୍ଠ ନେତା ରଣଦୀପ୍‌ ସିଂହ ସୁର୍ଜେଓ୍ବାଲା ରବିବାର ଦିନ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦୁଇ କୋଟିଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ  ବିଜେପିର ଯେତେବେଳେ ବ୍ୟାଙ୍କ ବାଲାନ୍ସ ବଢିଛି, ସେତେବେଳେ ଦେଶରେ ରୋଜଗାର ହ୍ରାସ ପାଇଛି । ସୁର୍ଜେଓ୍ବାଲା ଟୁଇଟ୍‌ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ଦୁଇ କୋଟି ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିବାବେଳେ ଦେଶର 7ଟି ପ୍ରମୁଖ ସେକ୍ଟରରେ 3.64 କୋଟି ବେରୋଜଗାର ସୃଷ୍ଟି ହୋଇଛି । ଦେଶରେ ବଢୁଥିବା ବେରୋଜଗାରୀକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ସରକାର ଏହା ଉପରେ ଗମ୍ଭୀରତା ସହ ବିଚାର କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିରୋଧୀ କଂଗ୍ରେସ । ମୋଦି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଥିବାବେଳେ ଦେଶରେ ବେରୋଜଗାରୀ ସ୍ଥିତିରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ସରକାରୀ ଆଶ୍ରମ ସ୍କୁଲ ନୟାପଲ୍ଲୀର ବାର୍ଷିକ କ୍ରୀଡ଼ା ଉତ୍ସବ ଜାନୁୟାରୀ ୨୫ ଓ ୨୬ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବିରଞ୍ଚି ନାରାୟଣ ମହାସୁପକାର, ଫେଲୁ ମହାନ୍ତି, ପ୍ରଫୁଲ୍ଲ ମହାନ୍ତି, ଜିତେନ୍ଦ୍ର କୁମାର ଜେନା, ଳକ୍ଷ୍ମୀଦୀପା ପ୍ରମୁଖ ଯୋଗଦେଇଥିବା ବେଳେ ବିବେକାନନ୍ଦ ବାରିକ ଓ ସନାତନ ମୁଣ୍ଡା ଉତ୍ସବକୁ ପରିଚାଳନା କରିଥିଲେ। ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱମୋହିନୀ ପତି, ଶିକ୍ଷୟିତ୍ରୀ ନିରୁପମା ରାଉତ, ଶିକ୍ଷକ ଦେବେନ୍ଦ୍ର କୁମାର ମହାନ୍ତି, ମଧୁସ୍ମିତା ପଟ୍ଟନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ରଞ୍ଜନ କୁମାର ରଥ, ପୁଷ୍ପଲତା ପୋଥାଳ ଓ ସଂଚିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା ।

Read More

ସମୀକ୍ଷା ବ୍ୟୁରୋ ପାପରେମଟଲା : ପୁଣି ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଦଶରୁ ଉର୍ଦ୍ଧ୍ବ ଘର ଜାଳିଦେଇଛନ୍ତି । ପାପରମେଟ୍‌ଲା ଥାନା ଯୋଡାଆମ୍ବ ଗ୍ରାମରେ ଘର ଜାଳିଦେଲେ ମାଓବାଦୀ। ମାଓ ଭୟରେ ପୋଲିସ୍‌ କ୍ୟାମ୍ପ୍‌ରେ ଆଶ୍ରୟନେଲେ ଗ୍ରାମବାସୀ । କୁନ୍ତୁରୁପଦରସ୍ଥିତ ପୋଲିସ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ । ଭୋରରୁ ଜଳାପୋଡା କରିଥିବା ସୂଚନା ମିଳିଥିବାବେଳେ ଘରୁ ଲୋକେ ବାହାରିଆସିଥିଲେ ।  ଗ୍ରାମର ଲୋକଙ୍କ ଆକ୍ରମଣରେ ଜଣେ ମାଓବାଦୀର ମୃତ୍ୟୁରୁ ଏହି ଜଳାପୋଡା ହୋଇଥିବାର ସୂଚନା ରହିଛି । ଗ୍ରାମରେ ପଶି ଧମକ ଦେବାବେଳେ ପଥର ମାଡ଼ କରିଥିଲେ ଗ୍ରାମବାସୀ । ପାପରମେଟ୍‌ଲା ଜନ୍ତୁରାଇ ଗ୍ରାମରେ ମାଓବାଦୀ – ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।

Read More

ସମୀକ୍ଷା ବ୍ୟୁରୋ ବାଲିଗୁଡା : ରାଜ୍ୟରେ ଦୁଷ୍କର୍ମ ପରି ଘଟଣା ଥମିବାର ନାଁ ଧରୁନାହିଁ । ବାଲିଗୁଡା ଅଞ୍ଚଳରେ 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଜଳଖିଆ ଦେବାକୁ କହି ଘରୁ ଡାକି ନେଇ ଗାଁ ପାଖ ଜଙ୍ଗଲରେ ଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି । ନାବାଳିକାର ପାଟି ଶୁଣି ଅଭିଯୁକ୍ତ ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ପିଟିଛନ୍ତି । ଉକ୍ତ ଯୁବକକୁ ବ୍ରାହ୍ମଣୀଗାଁ ପୋଲିସ୍‌ର ଜିମାଦେଇଛନ୍ତି ଗ୍ରାମବାସୀ ।

Read More

ଅକ୍‌ଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ଶୃଙ୍ଖଳର ଦ୍ବିତୀୟ ମ୍ୟାଚ୍‌ରେ ପୁଣିଥରେ ବିରାଟ ବାହିନୀ ବାଜିମାତ୍‌ କରିଛି। ପୂର୍ବ ମ୍ୟାଚ୍‌ର ହିରୋ ସାଜିଥିବା ଦୁଇ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲ୍‌ ଓ ଶ୍ରେୟସ୍‌ ଆୟାର୍‌ ପୁଣି ଥରେ ଭାରତକୁ ସହଜ ବିଜୟ ଦେଇଛନ୍ତି। ଟସ୍‌ ଜିତି ନ୍ୟୁଜିଲାଣ୍ଡ୍‌ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଭାରତୀୟ ଦଳଙ୍କ ଆଗରେ ୧୩୩ ରନ୍‌ର ଟାର୍ଗେଟ ରଖିଥିଲା। ଭାରତୀୟ ଦଳ ନିର୍ଦ୍ଧାରିତ ୧୭.୩ ଓଭରରେ ୩ଟି ଓ୍ବିକେଟ୍‌  ହରାଇ ୧୩୫ ରନ୍‌ କରି ବିଜୟ ହାସଲ କରିଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଠ ଟି -ଟ୍ବେଣ୍ଟି ଶୃଙ୍ଖଳରେ ୨-୦ରେ ଅଗ୍ରଣୀ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଗୁପ୍ତିଲ୍‌ ୨୦ ବଲ୍‌ରେ ୩୩ ରନ୍‌, ମୁନ୍‌ରୋ ୨୫ ବଲରେ ୨୬ ରନ୍‌, ସୈଫଟ୍‌ ୨୬ ବଲ୍‌ରେ ୩୩ ରନ୍‌ ସଂଗ୍ରହ କରିଥିବାବେଳେ ଭାରତ ପକ୍ଷରୁ କେଏଲ୍‌ ରାହୁଲ୍‌ ୫୦ ବଲ୍‌ରେ ଅପରାଜିତ ୫୭…

Read More

ହାଇଦ୍ରାବାଦ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍‌ଆରସି)କୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଲାଗି ରହିଥିବାବେଳେ ଜଣେ ପୂଜାରୀଙ୍କ ହିନ୍ଦୁଦେବାଦେବୀଙ୍କ ପାଇଁ ସରକାରଙ୍କଠାରୁ ନାଗରିକତ୍ବ ଦାବି ବେଶ୍‌ ଚର୍ଚ୍ଚାରେ ରହିଛି । ହାଇଦ୍ରାବାଦର ଚିଲକୁର୍‌ ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସିଏସ୍‌ ରଙ୍ଗରାଜନ୍‌ ହିନ୍ଦୁ ଦେବାଦେବୀଙ୍କ ନାଗରିକତ୍ବ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସିଏସ୍‌ ରଙ୍ଗରାଜନ୍‌ ତିରୁମାଲାର ଭେଙ୍କେଟଶ୍ବର ସ୍ବାମୀ, ସାବରମାଳୀର ଆୟାପ୍ପା ସ୍ବାମୀଙ୍କ ପରି ସମସ୍ତ ହିନ୍ଦୁ ଦେବାଦେବୀଙ୍କୁ ସିଏଏ ଅନ୍ତର୍ଗତ ଧାରା 5(4) ଅନୁଯାୟୀ ନାଗରିକ ରୂପରେ ପଞ୍ଜିକୃତ କରିବା ଲାଗି ଦାବି କରିଛନ୍ତି । ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସିଏସ୍‌ ରଙ୍ଗରାଜନଙ୍କ ମତରେ ସିଏଏ ଆଇନ ଆଧାରରେ ଯଦି ସମସ୍ତ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ଦେବାକୁ ପ୍ରାବଧାନ ରହିଛି, ତେବେ ମନ୍ଦିରର ଦେବାଦେବୀଙ୍କୁ କ’ଣ ପାଇଁ ନାଗରିକତା ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକ ଗାଲୁଆ ପଞ୍ଚାୟତରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି।ଦୁଇ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ବାଣପୁରଠାରେ ବିଜେଡିର ପଞ୍ଚାୟତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ସମୟରେ ଆୟୋଜିତ ଏକ ଶୋଭାଯାତ୍ରାରେ ଏହି ଗୋଷ୍ଠୀ କନ୍ଦଳ ହୋଇଥିବାର ଦେଖିବାକୁ ମିଳିଛି। ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟର ଟଣାଓଟରା ଲାଗିଥିଲା। ସ୍ଥାନୀୟ ଭୀମପୁର ଗ୍ରାମରେ ଚାଲିଥିବା ଶୋଭଯାତ୍ରା ସମୟରେ ଏକ ଗୋଷ୍ଠୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିନିଧି ମିଟୁ ନାୟକଙ୍କ ସହ ବଚସା କରିଥିଲେ। ପରବର୍ତ୍ତୀ ସମୟରେ ସାମାନ୍ୟ ବଚସା ଭୟଙ୍କର ରୂପ ନେବା ସହିତ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିଧାୟକ ଓ ବିଧାୟକଙ୍କ ସୁରକ୍ଷା କର୍ମୀ ପରିବେଶକୁ…

Read More

ରମେଶ ମହାନ୍ତି ଜଗତସିଂହପୁର : ସାରା ଭାରତରେ ଆଜି 71ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ତଥା ଜିଲ୍ଲାର ସଦରମହକୁମାଠାରେ ଏହି ଉତ୍ସବ ବେଶ୍‌ ଆଡମ୍ବରପୂର୍ଣ୍ଣ ଭାବେ ଏହି ଉତ୍ସବ ପାଳିତ ହୋଇଛି । ଜିଲ୍ଲାପାଳ ତଥା ମନ୍ତ୍ରୀମାନଙ୍କ ଦ୍ବାରା ଜିଲ୍ଲାର ସଦର ମହକୁମାଗୁଡ଼ିକରେ ପତାକା ଉତ୍ତୋଳନ କରାଯାଇଛି । ଆଜି ଜଗତସିଂହପୁରଠାରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଅଘଟଣ ଘଟିଯାଇଛି । ଜଗତସିଂହପୁର ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ ବେଳେ ଏହା ତଳେ ଛିଣ୍ଡି ପଡିଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ରହିଥିଲେ । ଜିଲ୍ଲାସ୍ତରୀୟ ପରେଡ୍‌ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିୟମ୍‌ରେ ପ୍ରବଳ ଜନସମାଗମ ହୋଇଥିଲା ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରଠାରେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ ହୋଇଥିବାର ଖବର ମିଳିଛି । ମୃତ ମହିଳାଜଣକ ହେଉଛନ୍ତି ଧଉଳି ଥାନା ନୂଆଗାଁ ମାରୁତିନଗରର । ଫୁଲ ତୋଳିବାକୁ ଯାଇଥିଲାବେଳେ ଷଣ୍ଢ ଆକ୍ରମଣରେ ମୃତବରଣ କରିଛନ୍ତି ମହିଳାଜଣକ । ଆକ୍ରମଣ କରିଥିବା ଷଣ୍ଢକୁ କାବୁ କରିଛନ୍ତି ବିଏମ୍‌ସି କର୍ମଚାରୀ । ସମ୍ପ୍ରତି ରାଜଧାନୀରେ ବହୁ ବୁଲା ଷଣ୍ଢ, କୁକୁରଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ସବୁଜ ସୁନ୍ଦର ରାଜଧାନୀ କରିବାର ଲକ୍ଷ୍ୟ ନେଇଥିବା ବିଏମ୍‌ସି ବୁଲା କୁକୁର ତଥା ଷଣ୍ଢଙ୍କ ପାଇଁ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ।

Read More

ସମୀକ୍ଷା ବ୍ୟୁରୋ ବାଣପୁର : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏହା ଅଧୀନରେ ଥିବା ସମସ୍ତ ୭ ଗୋଟି ମହାବିଦ୍ୟାଳୟ ଯଥା ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁର, ବାଲୁଗାଁ ମହାବିଦ୍ୟାଳୟ, ବାଲୁଗାଁ, ନାଚୁଣୀ ମହାବିଦ୍ୟାଳୟ, ନାଚୁଣୀ, ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗମ୍ଭାରୀମୁଣ୍ଡା, କାଳିଜାଇ ମହାବିଦ୍ୟାଳୟ, ବାଲୁଗାଁ, ପଞ୍ଚୁପଲି ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଙ୍କୁଲା ଓ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଣପୁର ଓ କିଛି ବିଦ୍ୟାଳୟରେ ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ‘ମୋହେ ରଙ୍ଗଦେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସବୁ ମହାବିଦ୍ୟାଳୟ କ୍ୟାମ୍ପସରେ ପରିଷଦର କାର୍ଯ୍ୟକର୍ତ୍ତାମାନେ ଛାତ୍ର ଛାତ୍ରୀ, କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଗାଲ ତଥା ହାତରେ ତୂଳି ଦ୍ୱାରା ଛୋଟ ଛୋଟ  ତିରଙ୍ଗା ପତାକା ଚି଼ହ୍ନ  ଅଙ୍କନ କରିଥିଲେ ଓ ପବିତ୍ର ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ।…

Read More

ଜୟପୁର :  ରାଜସ୍ଥାନ ଜୟପୁରର ସହରର ରହୁଥିବା ଭଜନ ଗାୟକ ରାମଜାନ ଖାନ୍‌ ଓରଫ୍‌ ମୁନ୍ନା ମାଷ୍ଟରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ମୁନ୍ନା ମାଷ୍ଟର ଭଗବାନ ଶ୍ରୀକୃଷ୍ଣଙ୍କରେ ଭକ୍ତିଗୀତ ପାଇଁ ବେଶ୍‌ ଲୋକପ୍ରିୟ। ମୁନ୍ନା ମାଷ୍ଟର ହେଉଛନ୍ତି ପ୍ରଫେସର ଫିରୋଜ ଖାନ୍‌ଙ୍କ ବାପା। 61ବର୍ଷୀୟ ମୁନ୍ନା ମାଷ୍ଟର ଶ୍ରୀ ଶ୍ୟାମ୍‌ ସୁରଭି ବନ୍ଦାନ ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଫିରୋଜ ବନାରସ ହିନ୍ଦୁ ୟୁନିଭର୍ସିଟିର ସଂସ୍କୃତ ନିକାୟରେ ନିଯୁକ୍ତିକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିଥିଲା ।  ଫିରୋଜ ଖାନ୍‌ ନଭେମ୍ବର 5ରେ ବିଏଚ୍‌ୟୁର ସଂସ୍କୃତ ବିଦ୍ୟା ଧର୍ମ ବିଜ୍ଞାନ (ଏସ୍‌ଭିଡିଭି) ବିଭାଗରେ ନିଯୁକ୍ତ ହୋଇଥିବାବେଳେ ଫିରୋଜ ଖାନ୍‌ଙ୍କୁ ବିରୋଧ କରି କିଛି ଛାତ୍ର ଆନ୍ଦୋଳନକୁ କରିଥିଲେ । ଉପରୋକ୍ତ ବିଭାଗରେ ଧର୍ମ, ଶାସ୍ତ୍ର ଏବଂ କର୍ମକାଣ୍ଡ ଆଦି ପଢ଼ାଯାଉଥିବାରୁ କିଛି ଛାତ୍ର ଫିରୋଜଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ। ଫିରୋଜ ମୁସଲିମ୍‌ ସମ୍ପ୍ରଦାୟର ହୋଇଥିବାରୁ ସେ ଏସବୁ ପଢ଼ାଇବା…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ସାରା ଭାରତ ବର୍ଷରେ ୭୧ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଦେଶ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗଣତନ୍ତ୍ର ଦିବସକୁ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଛି। ବାଣପୁର ଏନ୍‌ଏସିର ବିଷାରପାଟଣାଠାରେ ନ୍ୟୁ ଷ୍ଟାର୍‌ କ୍ଲବ୍‌ ତରଫରୁ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଉତ୍ସବରେ କ୍ଲବର ସଭାପତି ଅନୀଲ୍‌ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସେହିପରି  ସମ୍ମାନିତ ଅତିଥି ଭାବରେ କ୍ଲବର ସମ୍ପାଦକ ଅଜୟ କୁମାର ପାତ୍ର ଯୋଗଦେଇଥିଲେ। ଏହି ଅବସରରେ ଭିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ଭୋଜନର ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଷାରପାଟଣା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବଣ୍ଟନ କରାଯିବା ସହିତ ପିଲାମାନଙ୍କ ପାଇଁ ମଧ୍ୟ ଏକ ଭୋଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଚନ୍ଦନ ବେହେରା, ଦୀପକ ପ୍ରଧାନ, ହୃଷିକେଶ ସାହୁ, ପପୁ ପ୍ରଧାନ, ଅନୁଭବ ପାତ୍ର ପ୍ରମୁଖ ଏହି ଉତ୍ସବରେ ସହଯୋଗ କରିଥିଲେ।

Read More

ନୂଆଦିଲ୍ଲୀ : ଦିଲ୍ଲୀ ରାଜପଥରେ 71ତମ ଗଣତନ୍ତ୍ର ଦିବସ ବେଶ୍‌ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆଗେଟ୍‌ ନିକଟରେ ଥିବା ଜାତୀୟ ଯୁଦ୍ଧ  ସ୍ମାରକଠାରେ ରାଷ୍ଟ୍ର ତରଫରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ତିନି ସେନା ମୁଖ୍ୟ ସେଠାରେ ଉପସ୍ଥିତ ଥିଲେ।  ତିନି ସେନାର ମୁଖ୍ୟ ରାଷ୍ଟ୍ରୀୟ ପ୍ରମୁଖ ଅବସରରେ ଯଥା ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସରେ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରନ୍ତି। ଅମର ଜବାନ ଜ୍ୟୋତି ପରିବର୍ତ୍ତେ ପ୍ରଥମ ଥର ଲାଗି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସହିଦ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । (ଏଜେନ୍ସି)

Read More

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ୍‌ ବିଶିଷ୍ଟ ଟି-20 ଶୃଙ୍ଖଳର ଦ୍ବିତୀୟ ମ୍ୟାଚ୍‌ ଆଜି ଅକ୍‌ଲାଣ୍ଡ୍‌ର ଇଡେନ୍‌ ପାର୍କଠାରେ ଅନୁଷ୍ଠିତ ହେଉଛି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେନ୍‌ ଓ୍ବିଲିୟମସ୍‌। ତେବେ ଭାରତ ଓ ନ୍ୟୁଜିଲାଣ୍ଡର ଦୁଇ ଅଧିନାୟକ ଚଳିତ ମ୍ୟାଚ୍‌ରେ କୌଣସି ଖେଳାଳିଙ୍କ ପରିବର୍ତ୍ତନ କରିନାହାନ୍ତି। ଭାରତର ନ୍ୟୁଜିଲାଣ୍ଡ ଗସ୍ତ ବେଶ୍‌ ଭଲ ରହିଛି। ପ୍ରଥମ ଟି-20 ମ୍ୟାଚ୍‌ରେ ଭାରତ ବିଜୟ ସହିତ ନିଜର ଯାତ୍ରା ଜାରି ରଖିଛି। ପୂର୍ବ ମ୍ୟାଚ୍‌ ପରି ଚଳିତ ମ୍ୟାଚ୍‌ରେ ମଧ୍ୟ ପୁଣି ଥରେ ଏକ ବଡ ସ୍କୋର ଦେଖିବା ନେଇ ପ୍ରଶଂସକ ଉତ୍ସାହିତ ରହିଛନ୍ତି। ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ରେକର୍ଡ (ଟି 20 ଇଣ୍ଟରନ୍ୟାସନାଲ୍‌ ସିରିଜ) ଭାରତ ବନାମ ନ୍ୟୁଜିଲାଣ୍ଡ – ଦୁଇ ମ୍ୟାଚ୍‌ର ଟି-20 ଇଣ୍ଟରନ୍ୟାସନାଲ ସିରିଜ (2008-09) ନ୍ୟୁଜିଲାଣ୍ଡ 2-0ରେ ବାଜିମାତ୍ କରିଥିଲା । ଭାରତ ବନାମ ନ୍ୟୁଜିଲାଣ୍ଡ – ତିନି ଟିକିଆ…

Read More

ମୁମ୍ବାଇ: ଆଜି ସାରା ଦେଶ 71ତମ ଗଣତନ୍ତ୍ର ଦିବସକୁ ବେଶ୍‌ ଉତ୍ସାହର ସହ ପାଳନ କରୁଛି । ଗଣତନ୍ତ୍ର ଦିବସ ଅବସରରେ ଗତକାଲି ରାତିରେ ପଦ୍ମ ପୁରସ୍କାରର ଘୋଷଣା କରାଯାଇଛି । ଚଳିତ ଥର 7ଟି ପଦ୍ମ ବିଭୂଷଣ ସହ 16ଟି ପଦ୍ମବିଭୂଷଣ ଓ 118ଟି ପଦ୍ମଶ୍ରୀ ସମ୍ମାନର ଘୋଷଣା କରାଯାଇଛି । ଚଳିତଥର ଲୋକପ୍ରିୟ ଗାୟକ ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ତେବେ ଏହାକୁ ନେଇ ଆପତ୍ତି ଜଣାଇଛନ୍ତି ରାଜ୍‌ ଠାକ୍‌ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା । ଶନିବାର ଦିନ ଏକ ଟୁଇଟ୍‌ କରି ଏମ୍‌ଏନ୍‌ଏସ୍‌ର ସିନେମା ଓ୍ବିଙ୍ଗ୍‌ର ଅଧ୍ୟକ୍ଷ ଅମୟ ଖୋପକର ଟୁଇଟ୍‌ କରି କହିଛନ୍ତି ଯେ, ଅଦନାନ ମୂଳ ଭାରତୀୟ ନୁହଁନ୍ତି । ତାଙ୍କୁ ଏହି ପୁରସ୍କାର ଦିଆଯିବା ଉଚିତ୍‌ ନୁହେଁ ।  ତାଙ୍କ ଠାରୁ ଏହି ପୁରସ୍କାର ଫେରାଇ ଆଣିବାକୁ ଦାବି କରିଛନ୍ତି । ଅଦନାନ ସାମୀଙ୍କୁ 2016 ମସିହା…

Read More

ନୂଆଦିଲ୍ଲୀ : 71ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଗୁଗୁଲର ଡୁଡୁଲ୍‌ରେ ଦେଖିବାକୁ ମିଳିଛି ସ୍ବତନ୍ତ୍ର ଝଲକ୍‌ । ଡୁଡୁଲ୍‌ରେ ଭାରତର ସାଂସ୍କୃତିକ ଓ ସାମ୍ରାଜ୍ୟ ଭିତରେ ବିବିଧତା ଭିତରେ ଏକତାକୁ ପ୍ରଦର୍ଶିତ କରିଛି । ଗୁଗୁଲ୍‌ ଏହି ଡୁଡୁଲ୍‌ରେ ଭାରତର ସ୍ଥାପତ୍ୟ କଳା ସଂସ୍କୃତି ସହ ଦେଶର ସମୃଦ୍ଧ ଜୈବ ବିବିଧତାକୁ ମଧ୍ୟ ପ୍ରଦର୍ଶିତ କରିଛି । ଏହି ଡୁଡୁଲ୍‌କୁ ପ୍ରସ୍ତୁତ କରିଛନ୍ତି ସିଙ୍ଗାପୁରର ମେରୁ ସେଠ୍‌ । ଡୁଡୁଲ୍‌ରେ ତାଜମହଲ୍‌ ଓ ଇଣ୍ଡିଆ ଗେଟ୍‌ ପରି ବିଶ୍ବପ୍ରସିଦ୍ଧ ସ୍ଥଳ ସହିତ ଶାସ୍ତ୍ରୀୟ କଳା, ବସ୍ତ୍ର ନୃତ୍ୟର ସମ୍ମିଶ୍ରଣ କରାଯାଇଛି । ବିଭିନ୍ନତା ମଧ୍ୟରେ ଭାରତ ଏକ ଓ ଅଭିନ୍ନ ବୋଲି ଗୁଗୁଲ୍‌ ତା’ର ସ୍ବତନ୍ତ୍ର ଡୁଡୁଲ୍‌ରେ ପ୍ରକାଶ କରିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ବେଶ୍‌ ଉତ୍ସାହ ଓ ଉଦ୍ଦୀପନାରେ ସହ ପାଳିତ ହେଉଛି । 71ତମ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ମହାସମାରୋହରେ ପାଳିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତକା ଉତ୍ତୋଳନ କରି ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଛନ୍ତି । ଲାଲକିଲ୍ଲାର ରାଜପଥରେ ଦେଶର ସୈନ୍ୟ ଶକ୍ତି ସହିତ ଭାରତର ସଂସ୍କୃତିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ଚଳିତଥର 22ଟି ପ୍ରଜ୍ଞାପନ ମେଢ ପରେଡ୍‌ରେ ସାମିଲ୍‌ ହୋଇଛନ୍ତି । ଏଥିରେ 16ଟି ରାଜ୍ୟର ପ୍ରଜ୍ଞାପନ ମେଢ ରହିଛନ୍ତି । ଓଡ଼ିଶାର ରୁକୁଣା ରଥର ପ୍ରଜ୍ଞାପନ ମେଢ ବେଶ୍‌ ଚିତ୍ତାକର୍ଷକ ରହିଥିଲା । ଚଳିତ ଥର ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋ  । ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ଥଳସେନା ପ୍ରମୁଖମାନେ ଅତିଥି ଭାବରେ ଉପସ୍ଥିତ ରହିଛନ୍ତି । (ଏଜେନ୍ସି)

Read More