Author: Samikhsya Bureau

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜାରି ହେଲା ପୋଲିସ୍‌ କମିଶନରେଟ ସିଷ୍ଟମ୍‌ । ପ୍ରଦେଶର ରାଜଧାନୀ ଲକ୍ଷ୍ନୌର କମିଶନର ହେଲେ  ସୁଜିତ୍‌ ପାଣ୍ଡ । ନୋଏଡାର  ପୋଲିସ୍‌ କମିଶନର ଭାବେ ନିଯୁକ୍ତି ପାଇଲେ ଆଲୋକ ସିଂହ । ଯୋଗୀ ସରକାର ଏନେଇ ଘୋଷଣା କରିଛନ୍ତି । ୟୁପିର ଯୋଗୀ ସରକାର ନୋଏଡା ଓ ଲକ୍ଷ୍ନୌଠାରେ ପୁଲିସ୍‌ କମିଶନର ସିଷ୍ଟମ୍‌ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଥିଲେ। ଲୋକଭବନଠରେ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି। ଏବେ ନୋଏଡା ଓ ଲକ୍ଷ୍ନୌଠାରେ ଆଇନ୍‌ ବ୍ୟବସ୍ଥାର ଦାୟିତ୍ବ ପୁଲିସ୍‌ ଅଫିସରଙ୍କ ଉପରେ ନ୍ୟସ୍ତ ରହିବ।  ଏବେ ପୁଲିସ୍‌ ଅଫିସରଙ୍କୁ ମାଜିଷ୍ଟ୍ରେଟ୍‌ ପାଓ୍ବାର ମଧ୍ୟ ମିଳିବ। ଆଇନ କାନୁନ ବ୍ୟବସ୍ଥାରେ ସୁଧାର ପାଇଁ ନୋଏଡା ଏବଂ ଲକ୍ଷ୍ନୌରେ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ମୁମ୍ବାଇରେ ଖେଳାଯିବ । ମ୍ୟାଚ୍‌ ପାଇଁ ଉଭୟ ଦଳ ପ୍ରସ୍ତୁତ ରହିଥିବା ବେଳେ ଟିମ୍‌ ଚୟନକୁ ନେଇ ଭାରତୀୟ ଦଳ ଦ୍ବନ୍ଦ୍ବରେ ରହିଛି । ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନରେ ଓପନିଂ ସ୍ଥାନକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଅଡୁଆରେ ପଡିଛି । ରୋହିତଙ୍କ ସହିତ ଉଭୟ ଧଓ୍ବନ୍‌ ଏବଂ ରାହୁଲ ସଫଳ ହୋଇଥିବାରୁ ମ୍ୟାନେଜମେଣ୍ଟ କାହାକୁ ଖେଳାଇବ ସେ ନେଇ ଅଡୁଆରେ ପଡିଛି । ସେହିପରି ଦ୍ରୁତ ବିଭାଗରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ମହମ୍ମଦ ସାମିଙ୍କ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ତୃତୀୟ ବୋଲର ଭାବରେ ନବଦୀପ ସାଇନି କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବେ । ମଧ୍ୟକ୍ରମରେ ଶ୍ରେୟସ ଆୟାର ଏବଂ ଋଷଭ ପନ୍ତଙ୍କ ସହିତ କେଦାର ଯାଦବ /ଶିବମ ଦୁବେଙ୍କ ମଧ୍ୟରେ ଜଣେ ସ୍ଥାନ…

Read More

ମୁମ୍ବାଇ : ଭାରତୀୟ ଜନତା ପାର୍ଟି (ବିଜେପି)ର ନେତା ଜୟଭଗବାନ ଗୋଏଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ପୁସ୍ତକ ଲେଖିଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ‘ଆଜିର ଶିବାଜୀ ନରେନ୍ଦ୍ର ମୋଦି’ ଶୀର୍ଷକ ପୁସ୍ତକକୁ ନେଇ ଶିବସେନା ଆପତ୍ତି ଜଣାଇଛନ୍ତି । ଶିବସେନା ସାଂସଦ ସଞ୍ଜୟ ରାଉତ ମରାଠୀରେ ଟୁଇଟ୍‌ କରି କହିଛନ୍ତି ଯେ, ଏପରି ଏକ ପୁସ୍ତକ ପାଇଁ ମହାରାଷ୍ଟ୍ରରେ ମରାଠୀ ଲୋକଙ୍କ ଅପମାନ ହୋଇଛି। ଏହି ପୁସ୍ତକର ଉନ୍ମୋଚନ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟର ହୋଇଛି। ଏହାର ଲେଖକ ଜୟଭଗବାନ ଗୋଏଲ୍‌। ଗୋଲ୍‌ ଦିଲ୍ଲୀଠାରେ ମହାରାଷ୍ଟ୍ରର ସଦନରେ ଆକ୍ରମଣ କରିଥିଲେ। ମହାରାଷ୍ଟ୍ରର ଶିବାଜୀ ମହାରାଜଙ୍କ ସହିତ ମରାଠୀ ଲୋକଙ୍କ ଅପମାନ ମଧ୍ୟ କରିଥିଲେ। ଅପରପକ୍ଷରେ ଏନ୍‌ସିପି ନେତା ମହାରାଷ୍ଟ୍ରରେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଧ୍ୟ ଜୟଭଗବାନ ଗୋଏଲଙ୍କୁ ଟାର୍ଗେଟ୍‌ କରିଛନ୍ତି । କୌଣସି ବ୍ୟକ୍ତି ଶିବାଜୀ ମହାରାଜଙ୍କ ସହ ସମାନ ହୋଇପାରିବ ନାହିଁ । ନିକଟରେ…

Read More

ଉତ୍ତରପ୍ରଦେଶ : ୟୁପିର ଯୋଗୀ ସରକାର ନୋଏଡା ଓ ଲକ୍ଷ୍ନୌଠାରେ ପୁଲିସ୍‌ କମିଶନର ସିଷ୍ଟମ୍‌ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ଲୋକଭବନଠରେ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି । ଏବେ ନୋଏଡା ଓ ଲକ୍ଷ୍ନୌଠାରେ ଆଇନ୍‌ ବ୍ୟବସ୍ଥାର ଦାୟିତ୍ବ ପୁଲିସ୍‌ ଅଫିସରଙ୍କ ଉପରେ ନ୍ୟସ୍ତ ରହିବ ।  ଏବେ ପୁଲିସ୍‌ ଅଫିସରଙ୍କୁ ମାଜିଷ୍ଟ୍ରେଟ୍‌ ପାଓ୍ବାର ମଧ୍ୟ ମିଳିବ। ଏବେ କାନୁନ ବ୍ୟବସ୍ଥାର ସୁଧାର ପାଇଁ ନୋଏଡା ଏବଂ ଲକ୍ଷ୍ନୌରେ କମିଶନରେଟ୍‌ ବ୍ୟବସ୍ଥା ଆରମ୍ଭ କରାଯିବ । ନାଗରିକତା ଆଇନ୍‌ ବିରୋଧରେ ହୋଇଥିବା ହିଂସା ପରେ ଯୋଗୀ ଆଦିତ୍ୟନାଥ ଏହାକୁ ନେଇ ବିଚାର କରିଥିଲେ। ବିରୋଧ ପ୍ରଦର୍ଶନ ଅବସରର ଲକ୍ଷ୍ନୌ, ମେରଠ, ବିଜନୌର୍‌ ଓ ମୁଜାଫରପର୍‌ନଗର ସମେତ ଆଦି କିଛି ଜିଲ୍‌ଲାରେ ଡିଏମ୍‌ ଓ ଏସଏସ୍‌ପିଙ୍କ ରିପୋର୍ଟ ତାଳମେଳ ରହିନଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯୋଗୀ ସରକାର…

Read More

ମୁ୍ମ୍ବାଇ : ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ଭାରତ ଗସ୍ତ ପୂର୍ବରୁ 56 ବରିଷ୍ଠ ଅଧିକାରୀଙ୍କ ଛଟେଇ କରିଛି ଓ୍ବାଲମାର୍ଟ । ଆମାଜନ୍‌ର ବିରୋଧୀ କମ୍ପାନୀ ଓ୍ବାଲମାର୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବେଜୋସଙ୍କ ଗସ୍ତକୁ ନେଇ ଏହି ଛଟେଇ କରାଯାଇଥିବା ଅଭିଯୋଗକୁ କମ୍ପାନୀର କର୍ପୋରେଟ୍‌ ଷ୍ଟ୍ରକ୍ଚରକୁ ବଳବତ୍ତର ରଖିବା ଏବଂ ସୂଚାରୂ ଭାବରେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଓ୍ବାଲମାର୍ଟ ଇଣ୍ଡିଆ ସିଇଓ କ୍ରିଶ୍‌ ଆୟର ପ୍ରକାଶ କରିଛନ୍ତି । ଛଟେଇ କରାଯାଇଥିବା 56 ଜଣଙ୍କ ମଧ୍ୟରେ 8 ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଓ୍ବାଲମାର୍ଟର 28ଟି କେନ୍ଦ୍ର ରହିଛି । 2007ରେ ଏହା ଭାରତୀ ସହିତ ମିଳିତ ଭାବରେ ଭାରତରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ 2016ରେ 16 ବିଲିୟନ୍‌ ଡଲାର ବିନିମୟରେ ଫ୍ଲିପ୍‌କାର୍ଟକୁ ଅଧିଗ୍ରହଣ କରିଥିଲା । (ଏଜେନ୍ସୀ)

Read More

ଶ୍ରୀନଗର : ଭାରତୀୟ ସେନାର ଜଣେ ଯବାନ ବରଫରେ ନିଖୋଜ ହୋଇଛନ୍ତି । ପ୍ରବଳ ବରଫପାତ ହେଉଥିବା ସମୟରେ ଭାରତୀୟ ସେନାର ହାବିଲଦାର ଜଣକ ପାକ୍‌ ଅଧିକୃତ କାଶ୍ମୀରରେ ନିଘୋଜ ଅଛନ୍ତି । ଡ୍ୟୁଟି ସମୟରେ ଗୁଲମାର୍ଗରେ ପ୍ରବଳ ବରଫପାତ କାରଣରୁ ରାଜେନ୍ଦ୍ର ସିଂ ନେଗୀ ନାମକ ଏହି ଯବାନ ଜଣକ ନିଖୋଜ ହୋଇଛନ୍ତି । ସେନା ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ରାଜିନ୍ଦର ପିଓକେ ପଟକୁ ଚାଲିଯାଇଥିବାରୁ ଉଦ୍ଧାର ସମ୍ଭବ ହୋଇପାରିନଥିବା ସେନା ପକ୍ଷରୁ କୁହାଯାଇଛି । ହାବିଲଦାରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ : ସିଏଏ ଏବଂ ଏନ୍‌ଆର୍‌ସିକୁ ସମର୍ଥନ କରି ହିଞ୍ଜିଳିକାଟୁର ସେବା ଫାଉଣ୍ଡେସନ ତରଫରୁ ସହରରେ ଏକ ବିଶାଳ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି । ଏଥିରେ ସଂଘର ପ୍ରତିଷ୍ଠାତା ରାକେଶ କୁମାର ରଥଙ୍କ ନେତୃତ୍ବରେ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇଥିଲା । ଶୋଭାଯାତ୍ରାରେ ଡଃ.ପ୍ରଭାକର ସାହୁ, ହରପ୍ରସାଦ ସ୍ବାଇଁ, କୁମୁଦ ରଞ୍ଜନ ପାଢ଼ୀ, ଅନ୍ତର୍ଯ୍ୟାମୀ ପାତ୍ର, କରୁଣାକର ବାଡତ୍ୟା, କଳାକାର ପୃଷ୍ଟି, କୁଶ ମହାରଣା, ଆଲୋକ କୁମାର ନାୟକ, ରଞ୍ଜନ ସାହୁ, କୋରା ପ୍ରସାଦ, ଅରବିନ୍ଦ ପଣ୍ଡା, ଦେବାନନ୍ଦ ମହାପାତ୍ର, ମାଧବ ଗୌଡ, ପ୍ରିୟଦର୍ଶୀ ପଟ୍ଟନାୟକ, ଦ୍ବିତୀକୃଷ୍ଣ ସାବତ, ପ୍ରଭୁଦତ୍ତ ପାତ୍ର, ନୟନ ମଲ୍ଲିକ, ରାଧାଶ୍ୟାମ ସାହୁ, ଅଜିତ ନାୟକ, ଜାନକୀ ଦେବୀ, ଉର୍ମିଳା ପାତ୍ର, ଜୟନ୍ତୀ ପଣ୍ଡା ଆଦି ପ୍ରମୁଖ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଶୋଭାଯାତ୍ରା ସମୟରେ ଜନସାଧାରଣଙ୍କ ମନରେ ସିଏଏ ଏବଂ…

Read More

ମୁମ୍ବାଇ : 2021 ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିବାକୁ ଯାଉଛନ୍ତି ଦୁଇ ଅଭିନେତ୍ରୀ । 2020 ମସିହାର ଗୋଲ୍ଡେନ୍‌ ଗ୍ଲୋବ୍‌କୁ ରିକୀ ଗେର୍ଭେସ୍‌ ହୋଷ୍ଟିଂ କରିଥିବା ବେଳେ ଏହି ଅବସରରେ 2021ର ହୋଷ୍ଟଙ୍କ ନାମ ଘୋଷଣା କରାଯାଇଥିଲା । ଅଭିନେତ୍ରୀ ଟିନା ଫେ ଏବଂ ଏମି ପୋହେଲର 2021ର ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିବାକୁ ଯାଉଛନ୍ତି । ଏନ୍‌ବିସି ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ଉଭୟ ଅଭିନେତ୍ରୀ ଏକତ୍ର ଭାବରେ 2013, 2014 ଏବଂ 2015ର ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିଥିଲେ । ଉଭୟ ଅଭିନେତ୍ରୀ ଏକତ୍ର ଭାବରେ ମିନ୍‌ ଗାର୍ଲସ୍‌ ଏବଂ ସିସ୍ଟର୍ସରେ ଏକତ୍ର ନଜର ଆସିଥିଲେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ବାଲୁଗାଁ : ଚିଲିକା ବ୍ଳକର ଆଙ୍କୁଲା ପଞ୍ଚାୟତ ଓ କୁମାଣ୍ଡଳ ପଞ୍ଚାୟତର ବରଡିହ ଠାରେ ବିଧାୟକ ଚିଲିକା ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଜୟମଙ୍ଗଳ ଏମ୍‌ଆଇପି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ସେତୁ ଯୋଜନା ଓ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଏହି ଜୟମଙ୍ଗଳ ଏମ୍‌ଆଇପି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଚିଲିକା ବ୍ଳକ ଉପାଧ୍ୟକ୍ଷ ଉତ୍ପଳ ପାଇକରାୟ, ଆଙ୍କୁଲା ସରପଞ୍ଚ ମମତା ପାଇକରାୟ ଓ କୁମାଣ୍ଡଳ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

Read More

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିରୋଧୀ ନେତ୍ରୀ ମାୟାବତୀ ଏବଂ ମମତା ବାନାର୍ଜୀ । ଛାତ୍ର ମାନଙ୍କ ପକ୍ଷରୁ ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ କଂଗ୍ରେସ ଏହି ସମୟରେ ବିରୋଧୀ ଦଳ ମାନଙ୍କୁ ନେଇ ଏହା ବିରୋଧରେ ଏକ ବୈଠକ କରିବାର ନିଷ୍ପତ୍ତି ନେଇଥିଲେ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏବଂ ବିଏସ୍‌ପି ମୁଖ୍ୟ ମାୟାବତୀ ଏହି ବୈଠକ ବର୍ଜନର ନିଷ୍ପତ୍ତି ନେଇଛନ୍ତି । ମାୟାବତୀ କହିଛନ୍ତି ସିଏଏ ବିରୋଧରେ ସ୍ବର ଉତ୍ତୋଳନ କରିବା ସଠିକ୍‌ ପଦକ୍ଷେପ । ମାତ୍ର କଂଗ୍ରେସ ଏବଂ ବାମଦଳ ବିରୋଧ ନାମରେ ଯେପରି ହିସା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ…

Read More

ତେହେରାନ୍‌ : ପୁନର୍ବାର ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ ରକେଟ୍‌ ମାଡ କରାଯାଇଛି । ଏହି ରକେଟ୍‌ ମାଡରେ 4 ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି । ଇରାକର ଅଲ୍‌ ବାଲାଡ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ 8ରୁ ଅଧିକ ରକେଟ୍‌ ମାଡ କରାଯାଇଥିଲା । ଇରାନ୍‌ ପକ୍ଷରୁ କାଟ୍ୟୁଶା ରକେଟ୍‌ ମାଡ କରାଯାଇଥିବା ନେଇ ଇରାକୀ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ଇରାକୀ ସେନା ଏବଂ ଦୁଇ ଜଣ ପାଇଲଟ୍‌ ଆହତ ହୋଇଛନ୍ତି । ଇରାନ୍‌ ପକ୍ଷରୁ ଆକ୍ରମଣ ସମ୍ଭାବନା ରହିଥିବାରୁ ଆମେରିକା ପକ୍ଷରୁ ଅଲ୍‌ ବାଲାଡ୍‌ ଏୟାର ବେସ୍‌ରୁ ସମସ୍ତ ସୈନ୍ୟ ଏବଂ ବିମାନକୁ ଟାଜି ଏବଂ ଏର୍‌ବିଲ୍‌କୁ ସ୍ଥାନାନ୍ତର କରାଯାଇଛି । ଅଲ୍‌ ବାଲାଡ୍‌ରେ ମାତ୍ର 15 ଜଣ ଆମେରିକୀୟ ସୈନ୍ୟ ଏବଂ ଗୋଟିଏ ବିମାନ ରହିଛି । ଉଲ୍ଲେଖଯୋଗ୍ୟ ଯେ, 4 ଦିନ ପୂର୍ବରୁ…

Read More

କେଦାର ମିଶ୍ର ରାଜନୀତିରେ ଥିବା ଲୋକେ ଭାବନ୍ତି ସେମାନଙ୍କ ପାଇଁ ସବୁ ମଞ୍ଚ ହେଉଛି ଭୋଟ ଗୋଟେଇବାର ମଞ୍ଚ। ରାଜନୀତି ବିଷୟରେ କହିବା ହୁଏତ ଗ୍ରହଣୀୟ ହେଲେ ସବୁ କଥାରେ ରାଜନୈତିକ ଫାଇଦା ଉଠାଇବାର ପ୍ରବୃତ୍ତି ଜଣେ ରାଜନେତାଙ୍କ ମର୍ୟାଦା ହାନି ଘଟାଇଥାଏ। ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ବିଷୟରେ କେବେ ଚିନ୍ତା କରନ୍ତି ନାହିଁ। ତାଙ୍କ ପାଇଁ ସବୁ ମଞ୍ଚ ରାଜନୀତି ଓ ନିଜର ଭାବମୂର୍ତ୍ତି ଚମକାଇବାର ମଞ୍ଚ। କେଦାରନାଥଙ୍କର ମନ୍ଦିର ହେଉ ବା ସ୍ଵାମୀ ବିବେକାନନ୍ଦଙ୍କର ବେଲୁର ମଠ, ସବୁଠି ରାଜନୀତିର ପ୍ରୟୋଗ କରିବାକୁ ମୋଦୀ ଚାହିଁଛନ୍ତି। ଦେଶର ପ୍ରତିଷ୍ଠିତ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକର ରାଜନୀତିକରଣ କରିବା ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ଯେ ଉଚିତ ନୁହେଁ, ଏକଥା ଯଦି ସେ ନିଜେ ନ ବୁଝିବେ, ତାଙ୍କୁ ବୁଝାଇବ କିଏ! ମହାପୁରୁଷ ରାମକୃଷ୍ଣ ପରମହଂସ ଓ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ରାମକୃଷ୍ଣ ମିଶନ, ସବୁବେଳେ ସବୁ ଧର୍ମ ଓ…

Read More

ସମୀକ୍ଷା ବ୍ୟୁରୋ ଗଞ୍ଜାମ/ହିଞ୍ଜିଳିକାଟୁ: ଜାତୀୟ ଯୁବ ଦିବସ ତଥା ବିବେକାନନ୍ଦ ଜୟନ୍ତୀ ଅବସରରେ ତ୍ରିରଙ୍ଗା ସେବା ସଙ୍ଘ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଶିବରରେ ନଗରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ ଏବଂ ତ୍ରିରଙ୍ଗା ସେବା ସଙ୍ଘ ଉପ ସଭାପତି ପ୍ରଭାତ କୁମାର ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଉଭୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ଡ. ରଶ୍ମୀ ରଞ୍ଜନ ଯୋଗଦାନ କରି ଏହି ଶିବିର ପରିଚାଳନା କରିଥିଲେ। ହସ୍ପିଟାଲର କାର୍ଯ୍ୟବାହ ଅଧିକାରୀ ଆଲୋକ କୁମାର ସ୍ବାଇଁ ତାଙ୍କୁ ସହଯୋଗ ପ୍ରଦାନ କରିଥିଲେ। ଏହି ଶିବିରରେ ୧୧୮ ଜଣ ରୋଗୀ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଫାଇଦା ଉଠାଇଥିଲେ। ଏହା ବ୍ୟତିତ ୪୦ ଜଣ ରୋଗୀଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ…

Read More

ସମୀକ୍ଷା ବ୍ୟୁରୋ ବାଣପୁର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଆଜି ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଛି। ବାଣପୁର,ବାଲୁଗାଁ ଏବଂ ନାଚୁଣୀରେ ଏକକାଳୀନ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି । ବାଣପୁରର ସହୀଦ କୃତିବାସ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଓଡିଶା ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଭେଟେଶ୍ବର ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ଏବିଭିପିର ଶୁଭେଚ୍ଛୁ ତଥା 13 ନଂ ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ, ଖୋର୍ଦ୍ଧା ଅମରେନ୍ଦ୍ର ରଣସିଂହ ଓ…

Read More

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ପ୍ରଭାବରେ ସମଗ୍ର ଅଷ୍ଟ୍ରେଲିଆ ପ୍ରଭାବିତ ହୋଇଥିବା ବେଳେ ବର୍ଷର ପ୍ରଥମ ଟେନିସ୍‌ ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ର ଆୟୋଜନ ନେଇ ସନ୍ଦେହ ଦେଖାଦେଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ 20ରୁ ଫେବୃୟାରୀ 2 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବା ନେଇ ରବିବାର ସ୍ପଷ୍ଟ କରାଯାଇଛି । ଏହା ସହିତ ରୋଜର ଫେଡେରର, ରାଫେଲ ନାଦାଲ ଏବଂ ସେରେନା ଓ୍ବିଲିୟମ୍ସଙ୍କ ପରି ବଡ ଖେଳାଳିଙ୍କୁ ନେଇ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଜାନୁୟାରୀ 15 ତାରିଖରେ ଏହି ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ର ସମସ୍ତ ଅର୍ଥ ଜଙ୍ଗଲ ନିଆଁ ପୀଡିତଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରର ତ୍ରାଲରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି । ରବିବାର ପୁଲଓ୍ବାମାର ତ୍ରାଲର ଗୁଲଶନପୁରାରେ ଏହି ଏନକାଉଣ୍ଟରରେ ସଙ୍ଗଠିତ ହୋଇଛି । ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ସୁରକ୍ଷା ବଳଙ୍କ ପକ୍ଷରୁ ପାଲଟା ଗୁଳି ଚାଳନାରେ ତିନି ଆତଙ୍କୀ ପ୍ରାଣ ହରାଇଥିଲେ । ଗୁଳିଚାଳନା ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଥିବା ବେଳେ ତିନି ଆତଙ୍କୀ ନିହତ ହୋଇଥିବା ନେଇ ସେନା ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Read More

ମୁମ୍ବାଇ : 100 କୋଟି ଟଙ୍କର କାର୍‌ର ମାଲିକାଣୀ ନିଜ ସମସ୍ତ କାର୍‌ ସହିତ ଫଟୋ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । ହଲିଉଡ୍‌ ଅଭିନେତ୍ରୀ ତଥା ଏହି ଫ୍ୟାସନ୍‌ ଆଇକନ୍‌ଙ୍କ ନିକଟରେ 10ରୁ ଅଧିକ କାର୍‌ ରହିଛି । ସମସ୍ତ କାର ଗୁଡିକ ବିଳାଶପୂର୍ଣ୍ଣ ଶ୍ରେଣୀର । ଏହି କାର୍‌ ଗୁଡିକର ମୂଲ୍ୟ 14 ମିଲୟନ୍‌ ଡଲାର ବା ଭାରତୀୟ ମୁଦ୍ରାରେ 99 କୋଟି ଟଙ୍କା ବୋଲି ଜଣାପଡିଛି । ଏହା ମଧ୍ୟରେ ରୋଲ୍‌ସ ରୟେସ୍‌, ଫେରାରୀ ଏବଂ ଲାମ୍ବ୍ରୋଘିନି ରହିଥିବା ଜଣାପଡିଛି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଫ୍ୟାସନ୍‌ ଆଇକନ୍‌ କେଲୀ ଜେନର୍‌ । ନିକଟରେ ବୟଫ୍ରେଣ୍ଡ ଟ୍ରାଭିସ୍‌ ସ୍କଟ୍‌ ତାଙ୍କୁ ଏକ ରୋଲ୍‌ସ ରୟେସ ଉପହାର ସ୍ବରୂପ ପ୍ରଦାନ କରିବା ପରେ କେଲୀ ସମସ୍ତ କାର୍‌ ସହିତ ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହା ବ୍ୟତୀତ କେଲୀ ବିଶ୍ବର ଦ୍ରୁତତମ କାର ବୁଗାଟୀ…

Read More