ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶର ବିଭିନ୍ନ ଶିଶୁ ଯତ୍ନ ଗୃହମାନଙ୍କରେ ରହୁଥିବା ପିଲାମାନଙ୍କ ଜାତୀୟ ପ୍ରତିଯୋଗିତା ‘ହୋସ୍ଲା -2019ରେ ଓଡ଼ିଶା ପ୍ରତିଯୋଗୀମାନେ ସର୍ବମୋଟ 30ଟି ପଦକ ଜିତି ଜାତୀୟ ଚାମ୍ପିଆନ ହୋଇଛନ୍ତି। ଗତ ଡିସେମ୍ବର ନୂଆଦିଲ୍ଲୀଠାରେ ହୋସ୍ଲା-2019 ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ପ୍ରତିଯୋଗୀମାନେ 14ଟି ସ୍ବର୍ଣ୍ଣ, 12ଟି ରୌପ୍ୟ ଏବଂ 4ଟି କାଂସ୍ୟ ପଦକ ଜିତିଛନ୍ତି। ଜାତୀୟସ୍ତରରେ ଓଡ଼ିଶାର ପିଲାମାନଙ୍କର ଏହି ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଆଜି କଳିଙ୍ଗଷ୍ଟାଡିୟମଠାରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ହୋସ୍ଲା-2019ରେ ଏକାଧିକ ପଦକ ଜିତିଥିବା ରଞ୍ଜିତା ପାତ୍ରଙ୍କୁ ଏକ ଲକ୍ଷ ପଚାଶ ହଜାର ଟଙ୍କା, ନନ୍ଦିତା ନାୟକଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କାର, ଅର୍ଚ୍ଚିତା ଗୁପ୍ତାଙ୍କୁ 95 ହଜାର ଟଙ୍କା, ପ୍ରସାଦ ଗମାଙ୍ଗଙ୍କୁ 85ହଜାରଟଙ୍କା ଏବଂ ବିରାମ ହେମ୍ବ୍ରମ୍ଙ୍କୁ 75 ହଜାର…
Author: Samikhsya Bureau
ଭୋପାଳ : ମଧ୍ୟପ୍ରଦେଶ ରାଜନୀତି ଭୋପାଳରେ ଆଜି ବକ୍ସ ଅଫିସ୍ ସହିତ ରାଜନୀତିରେ ମଧ୍ୟ ସୁପର୍ ଫ୍ରାଇଡେ୍ ଦେଖିବାକୁ ମିଳିଛି। ଆଜି ବକ୍ସ ଅଫିସ୍ରେ ଅଜୟ ଦେବଗନ୍ଙ୍କ ଫିଲ୍ମ ‘ତାନାଜୀ’ ଓ ଦୀପିକା ପାଦୁକୋନ୍ଙ୍କ ‘ଛପାକ୍’ ଲଢେଇ ହେଉଥିବାବେଳେ। ଏହାକୁ ନେଇ ଏହା ସହିତ ରାଜନୈତିକ ଦଳରେ ମଧ୍ୟ ଆରମ୍ଭ ହୋଇଛି ଫ୍ରି ଟିକେଟ ଲଢେଇ। ଭୋପାଳରେ ଗୋଟିଏ ପଟରେ କଂଗ୍ରେସ କାର୍ଯ୍ୟକର୍ତ୍ତା ‘ଛପାକ୍’ର ଫ୍ରି ଟିକେଟ୍ ବାଣ୍ଟୁଥିବାର ନଜର ଆସିଥିବାବେଳେ ବିଜେପିର କିଛି ଲୋଗା ‘ତାନାଜୀ’ ଫିଲ୍ମ ଦେଖାଉଥିବାର ଖବର ଶୁଣିବାକୁ ମିଳିଛି। ଫ୍ରି ଟିକେଟ୍କୁ ନେଇ ରାଜନୀତିରେ ଭୋପାଳ କିଛି ଫିଲ୍ମ ଟକିଜ୍ରେ ବାହାରେ ବିବାଦୀୟ ସ୍ଥିତି ମଧ୍ୟ ଉପୁଜିଛି। ଭୋପାଳର ରଙ୍ଗ ମହଲ ଓ ସଙ୍ଗୀତ ଟକିଜ୍ରେ ବିଜେପି – କଂଗ୍ରେସ ତରଫରୁ ଫ୍ରି ଫିଲ୍ମ ଟିକେଟ୍ ବଣ୍ଟା ଯାଇଛି। ଏହି ଫ୍ରି ଟିକେଟକୁ ନେଇ ଦୁଇ ଦଳ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ଗୋଟିଏ…
https://www.youtube.com/watch?v=HwTqFLeMLmQ
ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟ୍ ଚଳିତଥର ଉପସ୍ଥାପନ କରାଯିବ। ମୋଦି ସରକାରଙ୍କ ତରଫରୁ ଏନେଇ ଲଗାତାର ବୈଠକ ଜାରି ରହିଥିବାବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ନେତା ରାହୁଲ୍ ଗାନ୍ଧି ଚଳିତ ବଜେଟ୍କୁ ସୁଟ୍ବୁଟ୍ ବଜେଟ୍ କହିଛନ୍ତି । ଏହା ସହିତ ରାହୁଲ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେବଳ ତାଙ୍କ କିଛି ହାତଗଣତି ସାଙ୍ଗଙ୍କ ମିଶି କରି ଏହି ବଜେଟ୍କୁ ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ନେତା ରାହୁଲ୍ ଟୁଇଟ୍ କରି କହିଛନ୍ତି ଯେ, ମୋଦି ଏହି ବଜେଟ୍ ପାଇଁ ତାଙ୍କର କିଛି ବନ୍ଧୁ ତଥା ଅମୀର ବନ୍ଧୁଙ୍କ ଚର୍ଚ୍ଚା କରୁଛନ୍ତି। ଦେଶର ଚାଷୀ, ଯୁବକ, ମହିଳାଙ୍କ ରାୟ ନେବାକୁ ପ୍ରଧାନମନ୍ତ୍ରୀଙ୍କର କୌଣସି ଇଚ୍ଛା ନାହିଁ। ରାହୁଲ୍ ହ୍ୟାଜ୍ଟ୍ୟାଗ୍ସୁଟ୍ବୁଟ୍ବଜେଟ୍ ବୋଲି ଟୁଇଟ୍ କରିଛନ୍ତି । ସୂଚନାଯୋଗ୍ୟ, ଫେବୃଆରୀ 1 ତାରିଖରେ ମୋଦି ସରକାର 2.0ର ପ୍ରଥମ ବଜେଟ୍ ପ୍ରସ୍ତୁତ ହେବ ।…
ମୁମ୍ବାଇ : ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ଅଡୁଆ ବଢିବାରେ ଲାଗିଛି । ଅନୈତିକ ଉପାୟରେ ଭିଡିଓକୋନ୍କୁ ଋଣ ଦେଇଥିବା ମାମଲାରେ ଚନ୍ଦା କୋଚର ଏବଂ ସ୍ବାମୀ ଦୀପକ କୋଚରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଉଭୟଙ୍କର 8 ଶହ କୋଟିର ସମ୍ପତ୍ତି ଜବତ କରାଯିବ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି । ଇଡି ପକ୍ଷରୁ ଉଭୟଙ୍କ ସମ୍ପତ୍ତି ଜବତ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିଜ ପଦର ଫଇଦା ଉଠାଇ ଅନୈତିକ ଉପାୟରେ ଚନ୍ଦା ଭିଡିଓକୋନ୍ ଗ୍ରୁପ୍କୁ 3250 କୋଟିର ଋଣ ପ୍ରଦାନ କରିଥିଲେ । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି । ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ, ସେଥିପାଇଁ ଜାନୁଆରୀ 11 (ଦ୍ବିତୀୟ ଶନିବାର), ଜାନୁଆରୀ 12(ରବିବାର), ଜାନୁଆରୀ 19 (ରବିବାର), ଜାନୁଆରୀ 25 (ଚତୁର୍ଥ ଶନିବାର) ଏବଂ ଜାନୁଆରୀ 26 (ରବିବାର ତଥା ସାଧାରଣତନ୍ତ୍ର ଦିବସ) ଦିନ ଅପରାହ୍ନ 3ଟାରୁ 5.30 ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ଉପରୋକ୍ତ ତାରିଖ ଦିନ ନିର୍ଦ୍ଧାରିତ ସମୟରେ ଲୋକସେବା ଭବନରେ ଏକନମ୍ବର ଗେଟ୍ ଦେଇ ପ୍ରବେଶ କରିପାରିବେ ।
ରଙ୍ଗାଚରଣ ପ୍ରଧାନ କେତେକ ମତ ଦେଉଛନ୍ତି ଯେ ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଆର୍ଥିକ ଦୁସ୍ଥିତିରୁ ଅନ୍ୟତ୍ର ଧ୍ୟାନ ହଟାଇବା ପାଇଁ କେନ୍ଦ୍ରରେ ଥିବା ସରକାର ନାଗରିକତା ସଂଶୋଧନ ଆଇନ୍, ଏନ୍.ଆର୍.ସି ଓ ଏନ୍.ପି.ଆର୍ ଭଳି ସ୍ପର୍ଶକାତର ଓ ତୀବ୍ର ବିଭାଜନକାରୀ ପ୍ରସଙ୍ଗକୁ ନେଇ ଉତ୍ତେଜନା ଜାରି ରଖିବାକୁ ଚାହୁଁଛି । ଏହା ହୁଏତ ସତ୍ୟ ହୋଇପାରେ ମାତ୍ର ସମ୍ପୂର୍ଣ ସତ୍ୟ ନ ହୋଇପାରେ । ନିକଟରେ ସରକାରଙ୍କର ‘ନ୍ୟାସନାଲ୍ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ୍’ ବା ଏନ.ଏସ୍.ଓ ତରଫରୁ ପୂର୍ବାନୁମାନ ପ୍ରକାଶ ପାଇଛି ଯେ ଚଳିତ ଆର୍ଥିକ ବର୍ଷରେ ବିକାଶ ଦର ୫% ରହିବ । ଗତ ଦୁଇଟି ତ୍ରୈମାସିକରେ ବିକାଶ ଦର ୫% ଓ ୪.୫% ରହିଥିଲା । ମୋଟ ଜିଡିପିର ୬୦ ଭାଗ ଥିବା ଘରୋଇ ଉପଭୋକ୍ତା ଖର୍ଚ୍ଚ ଗତ ବର୍ଷ ୮.୧% ଦରରେ ବୄଦ୍ଧି ପାଇଥିବା ବେଳେ ଚଳିତ ବର୍ଷ ତାହା ୫.୧% ଦରରେ ବଢୁଛି । ସେହିପରି…
ପେଶାଓ୍ବାର : କିଛିଦିନ ପୂର୍ବେ ପାକିସ୍ତାନରେ ଜଣେ ଶିଖ୍ ଯୁବକଙ୍କ ହତ୍ୟା ଖବର ସାମ୍ନାକୁ ଆସିଥିଲା। ଏବେ ଏହି ହତ୍ୟାକାଣ୍ଡକୁ ନେଇ ପାକିସ୍ତାନ ପୋଲିସ୍ ଏକ ବଡ ଖୁଲାସା କରିଛି । ପୋଲିସ୍ ଏହି ହତ୍ୟାକାଣ୍ଡର ରହସ୍ୟକୁ ପର୍ଦ୍ଦାଫାସ କରିଛି। ଯୁବକଙ୍କୁ ତାଙ୍କ ଭାବି ପତ୍ନୀ ହତ୍ୟା କରିଛନ୍ତି ବୋଲି ପୋଲିିସ୍ ସୂତ୍ରରୁ ପ୍ରକାଶ ପାଇଛି । ପାକିସ୍ତାନ ପୋଲିସ୍ ମୁତାବକ ମାଲେସିଆରେ ରହୁଥିବା ରବିନ୍ଦ୍ର ସିଂହ ବିବାହ ପାଇଁ ପାକିସ୍ତାନ ଆସିଥିଲେ। କିନ୍ତୁ ଏହି ବିବାହରେ ତାଙ୍କ ଭାବି ପତ୍ନୀ ପ୍ରେମ କୁମାରୀ ରାଜି ନଥିଲେ । ପ୍ରେମ କୁମାରୀଙ୍କୁ ରବୀନ୍ଦ୍ରଙ୍କୁ ଠିକଣା ରାସ୍ତାରେ ଲଗାଇବା ପାଇଁ ଏପରି ଏକ ଦୁଃସାହାସିକ ପଦକ୍ଷେପ ଉଠାଇଥିଲେ । ଭାବୀ ପତ୍ନୀ ଜଣକ ତାଙ୍କ ଭାବି ପତିଙ୍କୁ ସପିଂ ମଲ୍ରେ ସାର୍ପ ଶୁଟର୍ଙ୍କ ଦ୍ବାରା ଗୁଳିରେ ହତ୍ୟା କରି ପେଶାଓ୍ବରଠାରେ ଫୋପାଡି ଦେଇଥିଲେ । ଏହି କାର୍ଯ୍ୟ ପାଇଁ ରବୀନ୍ଦ୍ରଙ୍କ ଭାବି ପତ୍ନୀ…
ନୂଆଦିଲ୍ଲୀ : ଦିଲ୍ଲୀ ଜେଏନ୍ୟୁରେ ଜାନୁଆରୀ 5 ତାରିଖରେ ହୋଇଥିବା ହିଂସା ମାମଲା ଏବେ ଚର୍ଚ୍ଚାରେ ରହିଛି । ଏହି ହିଂସା ମାମଲାର ପୋଲିସ୍ ଯାଞ୍ଚ କରୁଥିବାବେଳେ ଜେଏନ୍ୟୁର ତିନିଜଣ ପ୍ରଫେସର ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି। ଏହି ପ୍ରଫେସରମାନେ ଜେଏନ୍ୟୁରେ ହୋଇଥିବା ହିଂସାକାଣ୍ଡର ପ୍ରମାଣକୁ ସୁରକ୍ଷିତ ରଖିବା ପାଇଁ ଅଦାଲତରେ ଏକ ଯାଚିକା ଦାୟର କରିଛନ୍ତି । ଏହି ହିଂସାକାଣ୍ଡର ପ୍ରମାଣ ସ୍ବରୂପ ସିସିଟିଭି ଫୁଟେଜ୍ ସୁରକ୍ଷିତ ରଖିବା ଆବଶ୍ୟକ, ଯେପରିକି ଏହା ନଷ୍ଟ ନହୁଏ ଓ ଏହା ସୁରକ୍ଷିତ ରହିବ, ଏନେଇ ଅଦାଲତରେ ଅପିଲ୍ କରିଛନ୍ତି। ହିଂସା ସମ୍ପର୍କିତ ସମସ୍ତ ଭିଡିଓ ହ୍ବାଟସଆପ୍, ଗୁଗୁଲ୍ ଏପ୍ପଲ୍ କମ୍ପାନୀ ସହ ସମ୍ପର୍କିତ ସପ୍ଟଓ୍ବେୟାରରେ ରହିଅଛି। ଏହି ସମୟରେ ଏହି କମ୍ପାନୀଙ୍କୁ ଏହି ଭିଡିଓକୁ ସୁରକ୍ଷିତ ରଖିବା ସହ ଏହାକୁ ଦେବା ଲାଗି କମ୍ପାନୀକୁ ଆଦେଶ ଦେବା ଆବଶ୍ୟକ ବୋଲି ଏହି ଯାଚିକାରେ କୁହାଯାଇଛି । ଅଦାଲତରେ ଏହି ଯାଚିକାକୁ ଜେଏନ୍ୟୁର ପ୍ରଫେସର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗଜପତି ଜିଲା ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ରାଜ୍ୟ ଗଠନରେ ପାରଳାଖେମୁଣ୍ଡି ରାଜପରିବାରର ଅବଦାନ ଅତୁଳନୀୟ ବୋଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଜପତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଠାରୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ତାଙ୍କ ପରିବାରର ଯୋଗଦାନ ଅତୁଳନୀୟ । ତାଙ୍କ ପରଲୋକ ଓଡ଼ିଶା ପାଇଁ ବଡ଼ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
https://www.youtube.com/watch?v=YISpg8t5JkI
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁରେ ବ୍ୟାପକ କ୍ଷତି ଘଟିଥିବା ବେଳେ 50ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିଲା । ବିଶ୍ବ ସମୁଦାୟ ନିଆଁକୁ ଆୟତ କରିବା ପାଇଁ ସହାୟତା କରିଥିବା ବେଳେ ହଲିଉଡ୍ ଅଭିନେତା ଲିଓନାର୍ଡୋ ଡିକାପ୍ରିଓ 3 ମିଲିୟନ୍ ଡଲାରର ସହାୟତା ରାଶି ପଠାଇଛନ୍ତି । ଡିକାପ୍ରିଓଙ୍କ ସଂସ୍ଥା ଆର୍ଥ ଆଲାଏନ୍ସ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହି ଅର୍ଥ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବ୍ୟବହୃତ ହେବ ବୋଲି ଲିଓନାର୍ଡୋ ଡିକାପ୍ରିଓ ସୂଚନା ଦେଇଛନ୍ତି । ଡିକାପ୍ରିଓଙ୍କ ଏହି ସଙ୍ଗଠନରେ କ୍ରିସ୍ ହେମ୍ସଓ୍ବର୍ଥ, କାଇଲି ଜେନର, ନିକୋଲ୍ କିଡମ୍ୟାନ୍ ଏବଂ କିଥ୍ ଅର୍ବାନ୍ ପ୍ରମୁଖ ସଦସ୍ୟ ରହିଛନ୍ତି । (ଏଜେନ୍ସୀ)
Mumbai: Actress Rekha at the screening of the film “Chhapaak” in Mumbai on Jan 8, 2020. (Photo: IANS)
ସମୀକ୍ଷା ବ୍ୟୁରୋ ଇଣ୍ଟରନେଟ ବ୍ୟବହାର କରିବାର ସୁଯୋଗ ନାଗରିକର ମୌଳିକ ଅଧିକାର ଓ ଏହାକୁ ଅକାରଣରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି। ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ଟେଲିଫୋନ ଓ ଇଣ୍ଟରନେଟ ସେବା ବନ୍ଦ ରହିଛି। ଆସନ୍ତା ସପ୍ତାହେ ଭିତରେ ଏହାର ସମୀକ୍ଷା କରିବାକୁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କୁ ସମ୍ବିଧାନର ଧାରା ୧୯ରେ ଦିଆଯାଇଥିବା ବାକ ଓ ଅଭିବ୍ୟକ୍ତିର ଅଧିକାର ସହିତ ଇଣ୍ଟର୍ନେଟ ସୁଯୋଗ ଏକ ଅଂଶବିଶେଷ ବୋଲି ସୁପ୍ରିମକୋର୍ଟର ତିନି ଜଣିଆଁ ଖଣ୍ଡପୀଠ ରାୟ ଦେଇଛନ୍ତି। ଗତ ୧୫୦ ଦିନହେଲା ସୁରକ୍ଷା କାରଣରୁ ସେଠାରେ ଇଣ୍ଟର୍ନେଟ ସେବା ବନ୍ଦ କରାଯାଇଛି ବୋଲି କେନ୍ଦ୍ର ସରକାର ରଖିଥିବା ଯୁକ୍ତିର ଉତ୍ତରରେ ସୁପ୍ରିମ କୋର୍ଟ କହିଛନ୍ତି ଯେ -ଆମକୁ ଜାତୀୟ ସୁରକ୍ଷା ଓ ନାଗରିକର ସ୍ଵାଧୀନତା ଭିତରେ ସମନ୍ଵୟ ରଖିବାକୁ ପଡିବ। କଂଗ୍ରେସ ନେତା…
Mumbai: Actress Deepika Padukone kisses her actor husband Ranveer Singh at the screening of her film “Chhapaak” in Mumbai on Jan 8, 2020. (Photo: IANS)
Mumbai: Director Kabir Khan with actors Sunny Kaushal and Sharvari Wagh during the promotions of their upcoming film “The Forgotten Army” in Mumbai on Jan 8, 2020. (Photo: IANS)
Mumbai: Actors Juhi Chwala and Dalip Tahil join BJP workers during their protest over the ‘Free Kashmir’ placard displayed at a sit-in demonstration against the JNU violence and slogans raised against the Shiv Sena-led government in Maharashtra; at Swatantryaveer Savarkar memorial in Mumbai’s Dadar on Jan 8, 2020. (Photo: IANS)
Mumbai: Actress Krystle D’Souza seen at Juhu, in Mumbai on Jan 8, 2020. (Photo: IANS)
https://www.youtube.com/watch?v=sYaA3ZVTarA
ନୂଆଦିଲ୍ଲୀ : ବିମାନସେବା ପ୍ରଦାନକାରୀ କମ୍ପାନୀ ଭିସ୍ତାରା ଶସ୍ତା ବିମାନ ସେବା ପ୍ରଦାନ କରିବାକୁ ଯାଉଛି । କମ୍ପାନୀର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ପକ୍ଷରୁ ମାତ୍ର 995 ଟଙ୍କାରେ ବିମାନଯାତ୍ରାର ସୁଯୋଗ ପ୍ରଦାନ କରାଯାଉଛି । ଏହି ଅଫର କେବଳ ଦୁଇ ଦିନ ପାଇଁ ରହିବ । ଆଜି ମଧ୍ୟରାତ୍ରରୁ ଏହି ଅଫର ଲାଗୁ ହେବାକୁ ଯାଉଛି । ଜାନୁୟାରୀ 10ରୁ 12 ପର୍ଯ୍ୟନ୍ତ ଦୁଇ ଦିନ ଏହି ଅଫରର ବୈଧତା ରହିବ । ଘରୋଇ ବିମାନସେବା କ୍ଷେତ୍ରରେ ଇକୋନୋମୀ ଶ୍ରେଣୀରେ ଯାତ୍ରା କରିବା ପାଇଁ 995 ଟଙ୍କା, ପ୍ରିମିୟମ୍ ଇକୋନୋମି ପାଇଁ 1955 ଟଙ୍କା ଏବଂ ବିଜିନେସ୍ ଶ୍ରେଣୀ ପାଇଁ 5555 ଟଙ୍କା ରଖାଯାଇଛି । ସେହିପରି ବିଦେଶୀ ବିମାନ ଯାତ୍ରା ପାଇଁ ଇକୋନୋମୀ ଶ୍ରେଣୀର ମୂଲ୍ୟ 14555 ଟଙ୍କା ରହିଛି । ପ୍ରିମିୟମ୍ ଇକୋନୋମି ର ମୂଲ୍ୟ 19995ଟଙ୍କା ରହିଥିବା ବେଳେ ବିଜିନେସ ଶ୍ରେଣୀରେ ଯାତ୍ରା…
https://www.youtube.com/watch?v=yyp1xkEW_i0

