ଡିସେମ୍ବରରେ ଭାରତ ଗସ୍ତରେ ଆସୁଥିବା ଓ୍ବିଣ୍ଡିଜ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବାଂଲାଦେଶ ବିପକ୍ଷ ଟି20 ଦଳରେ ଥିବା ଶିବମ ଦୁବେ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି । ଖରାପ ଫର୍ମ ସତ୍ତ୍ବେ ଋଷଭ ପନ୍ତଙ୍କ ଉପରେ ଚୟନକର୍ତ୍ତା ପୁନର୍ବାର ଭରସା ପ୍ରକଟ କରିଛନ୍ତି । ଉଭୟ ଦଳରେ ପନ୍ତଙ୍କୁ ସାମିଲ କରାଯାଇଛି । ଦିନିକିଆ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍, କେ ଏଲ୍ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ,ମହମ୍ମଦ ସାମି, ଦୀପକ ଚହର ଏବଂ ଭୁବନେଶ୍ବର କୁମାର । ଟି20 ଦଳ : ବିରାଟ କୋହଲି, ରୋହିତ ଶର୍ମା,…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା । ଅସଦାଚରଣ ଅଭିଯୋଗରେ ବାରିପଦାସ୍ଥିତ ଏମ୍ପିସି ସ୍ୱୟଂଶାସିତ କଲେଜର ଇଂରାଜୀ ବିଭାଗ ମୁଖ୍ୟ ବିଦ୍ୟାଧର ଅଣ୍ଡିଆ ଗିରଫ ହୋଇଛନ୍ତି । କଲେଜ କର୍ତ୍ତୃପକ୍ଷ ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଛାତ୍ର ଉତ୍ତେଜନା ଲାଗି ରହିଥିଲା । କଲେଜ କର୍ତ୍ତୃପକ୍ଷ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି ରହିଥିଲେ । ଏହା ଜାଣି ଛାତ୍ରମାନେ ତାଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ । ପୁଲିସ୍ ଅଧ୍ୟାପକଙ୍କୁ ଗିରଫ କରି ପଚରାଉଚରା କରୁଛି ।
ସମୀକ୍ଷା ବ୍ୟୁରୋ ସାଲେପୁରରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଯାତ୍ରାପାର୍ଟି ସଦସ୍ୟଙ୍କୁ ଅଟକ ରଖିଛି ପୋଲିସ୍ । ପରିବାର ସହ ଯାତ୍ରା ଦେଖିବାକୁ ଯାଇଥିବା ନେମାଳର ଏହି 6 ବର୍ଷୀୟା ବାଳିକାକୁ ଦୁଷ୍କର୍ମର ଅଭିଯୋଗ ଆସିଛି । ଯାତ୍ରା ପାର୍ଟିର କୌଣସି ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ୍ ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖିଛି । ନେମାଳ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।
ନୂଆଦିଲ୍ଲୀ,22/11 ଗାନ୍ଧୀ ପରିବାରର ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ହଟାଯାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏସ୍ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଗାନ୍ଧୀ ପରିବାରର ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ହଟାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍ ପ୍ଲସ୍କୁ ହ୍ରାସ କରିଥିଲେ । ଏହି ଘଟଣାକୁ ନେଇ ଗତକାଲି କଂଗ୍ରେସ ସଦସ୍ୟ ମାନେ ସଂସଦରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ ନକରି ଏହାକୁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ବୋଲି କହିବା ପରେ ପ୍ରିୟଙ୍କା ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, 1985ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସ୍ଥାପନ କରାଯାଇଥିବା ଏସ୍ପିଜି 1988 ମସିହା ପର ଠାରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିଛି । (ଏଜେନ୍ସୀ)
କେଦାର ମିଶ୍ର କେତେବେଳେ ବଜ୍ରପାତ ହେବ, ସେକଥା ହୁଏତ ଆକଳନ କରିହେବ, କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା କହି ହେବନାହିଁ। ନବୀନଙ୍କ କାମ କରିବାର ତରିକା ସବୁ ପାରମ୍ପରିକ ଚିନ୍ତା ଓ ଆକଳନର ବାହାରେ। ଓଡିଶା ରାଜନୀତି ବିଷୟରେ ଯେଉଁମାନେ ଖବର ରଖନ୍ତି, ସେମାନଙ୍କ ପାଖରେ ଏଇ ମୁହୂର୍ତ୍ତ ପରେ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ କଣ ହେବ, ସେକଥା ଭାବିବା ମଧ୍ୟ ଅସମ୍ଭବ । ଦୁଇ ଦିନ ତଳେ ହଠାତ ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ବିଜୟ କୁମାର ଶର୍ମାଙ୍କୁ ତାଙ୍କ ପଦରୁ ଅପସାରଣ କରାଗଲା। କେବଳ ତାଙ୍କୁ ଅପସାରଣ କରାଗଲା ନାହିଁ, ତାଙ୍କ ବିରୋଧରେ ତଦନ୍ତ କରିବା ଲାଗି ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ କରାଗଲା। ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ, ଏକଥାର ଟେର କେହି ପାଇନଥିଲେ। ନା ଗଣମାଧ୍ୟମ ନା ରାଜନୀତିର ଅର୍ଗଳି,…
କୋଲକାତା : ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆଜି ଇଡେନ ଗାର୍ଡେନ୍ରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଭାରତୀୟ କ୍ରିକେଟ ଇତିହାସରେ ସର୍ବପ୍ରଥମ ଗୋଲାପି ବଲ୍ ଓ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ। ଇନ୍ଦୋରରେ ଭାରତୀୟ ପେସ୍ ବୋଲରଙ୍କ ମୁକାବିଲା କରିବାରେ ବାଂଲାଦେଶର ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିବା ବେଳେ ଗୋଲାପି ବଲ୍ରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ସେମାନେ ରହିଛନ୍ତି। ତେବେ ଫ୍ଲଡ୍ଲାଇଟ୍ରେ ଗୋଲାପି ବଲ୍ର ମୁକାବିଲାକୁ ନେଇ ଉଭୟ ଦଳ ସମସ୍ୟାରେ ରହିଥିବା ଜଣାପଡିଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ବାଂଲାଦେଶ ଦଳରେ ଗୋଟିଏରୁ ଦୁଇଟି ପରିବର୍ତ୍ତନର ସମ୍ଭାବନା ରହିଛି। (ଏଜେନ୍ସୀ)
ରାଜଧାନୀରେ ନିଶା ବେପାର ଚଳାଇଥିବା ଅଭିଯୋଗରେ କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ ଚାକିରିରୁ ବିଦା ହୋଇଛନ୍ତି । ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍ରେ ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରି ହରାଇବାକୁ ପଡିଛି । ପଚରାଉଚରା ସମୟରେ ସେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ଅଧିକ ଖୋଳତାଡ଼ ପରେ ମୋ’ ସରକାର ଓ 5ଟି ଯୋଜନା ଅନୁଯାୟୀ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ଡିସିପି ଅନୁପ ସାହୁ ।
Amritsar: Models during a fashion show in Amritsar on Nov 19, 2019. (Photo: IANS)
TORONTO, Sept. 13, 2019 (Xinhua) — Actress Priyanka Chopra Jonas (C) takes selfies with fans before the world premiere of the film “The Sky Is Pink” at Roy Thomson Hall during the 2019 Toronto International Film Festival (TIFF) in Toronto, Canada, on Sept. 13, 2019. (Photo by Zou Zheng/Xinhua/IANS)
ଥାଇଲାଣ୍ଡ, 21/11: ଥାଇଲାଣ୍ଡରେ ଏକ 6.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗୁରୁବାର ଦିନ ଉତ୍ତର ଥାଇଲାଣ୍ଡ ଏବଂ ଲାଓସରେ ଏହି ଭୂକମ୍ପର ତାଣ୍ଡବ ଦେଖିବାକୁ ମିଳିଥିଲା । ଭୂମିକମ୍ପ ପ୍ରଭାବରେ ନାନ୍ ଅଞ୍ଚଳରେ ଶତାଧିକ ଘର ଭୁଷୁଡି ପଡିଛି । ଲାଓସ୍ରେ ଦିନ 11ଟାରେ ଏହି ଭୂକମ୍ପର ମୃଦୁ ଝଟ୍କା ଅନୁଭୂତ ହୋଇଥିଲା । ଏହା ସହିତ ନାନ୍ରେ ଏକ 5ଶହ ବର୍ଷ ପୁରୁଣା ମନ୍ଦିର ମଧ୍ୟ ଭାଙ୍ଗି ଯାଇଥିବା ଜଣା ପଡିଛି । ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ସ୍କୁଲ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)
ଭଉଣୀ ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ଧରମ ଭାଇ ଆତ୍ମହତ୍ୟା କରିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣାରେ ଏହି ଘଟଣା ଘଟିଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ଅପରାହ୍ନରେ କବିତା ସାମଲ୍ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ବାମୀ ଅକ୍ଷୟ ଓ ଧର୍ମଭାଇ ବୁଲୁ ମିଶି କବିତାଙ୍କୁ ଗୁରୁତର ଅବସ୍ଥାରେ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବୁଲୁ ସମ୍ପୂର୍ଣ୍ଣ ଭାଙ୍ଗି ପଡି ଡାକ୍ତରଖାନା ପଛପାଖରେ ଆତ୍ମହତ୍ୟା କରିଥିଲେ । ପୁଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପିଏସ୍ୟୁର ଘରୋଇକରଣ ନିଷ୍ପତ୍ତିକୁ ବିଭିନ୍ନ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବଦଳୀୟ ବୈଠକର ଦାବି କରିଛନ୍ତି । ଗୁରୁବାର ମମତା କହିଛନ୍ତି କୌଣସି ନିଷ୍ପତ୍ତି ପୂର୍ବରୁ ମୋଦି ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେବା ସହିତ ଏକ ସର୍ବଦଳୀୟ ବୈଠକ ଡକାଇବା ଉଚିତ୍ ବୋଲି ମମତା କହିଛନ୍ତି । ପିଏସ୍ୟୁ ଗୁଡିକର ଘରୋଇକରଣ କରି ବର୍ତ୍ତମାନର ସଙ୍କଟର ମୁକାବିଲା କରିବା ଏକ ଅସ୍ଥାୟୀ ସମାଧାନ । ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ସୁଦୀର୍ଘ ଯୋଜନା ଆବଶ୍ୟକ ବୋଲି ମୁର୍ସିଦାବାଦର ବରହମ୍ପୁରରେ ମମତା ପ୍ରକାଶ କରିଛନ୍ତି । ଘରୋଇକରଣ ପ୍ରକ୍ରିୟା ଦ୍ବାରା ଅନେକ ନୂତନ ସମସ୍ୟା ସୃଷ୍ଟି ହେବ ବୋଲି ମମତା ମତ ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ନିଜ ବଡ଼ ଭାଇ ତଥା ପୂର୍ବ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷାଙ୍କୁ ପୁନର୍ବାର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କା ରାଜନୈତିକ ଇତିହାସରେ ଏହା ପ୍ରଥମ ଥର ନୁହେଁ ଯେ, ଗୋଟିଏ ପରିବାରର ଦୁଇ ସଦସ୍ୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦବୀରେ ରହିଛନ୍ତି। ଏହା ପୂର୍ବରୁ ଏଭଳି ଘଟଣା ଘଟିସାରିଛି। ପୂର୍ବ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗା ନିଜ ମା’ ତଥା ଶ୍ରୀଲଙ୍କାର ବରିଷ୍ଠ ମହିଳା ନେତା ସିରିମାଓ ଭଣ୍ଡାରନାୟେକଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ। ପୂର୍ବରୁ ସିରିମାଓ ଦୁଇ ଦୁଇ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିଥିଲେ। ପ୍ରଥମ ଥର ୧୯୬୦ରୁ ୧୯୬୫ ପର୍ଯ୍ୟନ୍ତ ଓ ଦ୍ବିତୀୟ ଥର ୧୯୭୦ରୁ ୧୯୭୭ ପର୍ଯ୍ୟନ୍ତ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ମହିନ୍ଦ୍ରା ରାଜପକ୍ଷା ୨୦୦୫ରୁ ୨୦୧୫ ମଧ୍ୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରହିଥିଲେ। ସୂଚନାଯୋଗ୍ୟ ଯେ, ଏହି ସମୟରେ ତାଙ୍କ…
ସମୀକ୍ଷା ବ୍ୟୁରୋ ଆପଣଙ୍କ ସ୍ତ୍ରୀ ଆପଣଙ୍କଠାରୁ ଅଧିକା ରୋଜଗାର କରନ୍ତି କି !! ଏବଂ ଆପଣ ଏଇ କଥାକୁ ନେଇ ଚିନ୍ତାରେ ରହୁଛନ୍ତି କି !! ତେବେ ବିଶେଷ କରି ବିବାହ ପରେ ସ୍ତ୍ରୀ ସ୍ବାମୀଠାରୁ ଅଧିକା ରୋଜଗାର କରିବା ଏବଂ ସେନେଇ ଚାପରେ ରହି ଥିବାର ଜଣାପଡିଛି। ନିକଟରେ ଏକ ଅନୁଶୀଳନରୁ ଏକ ରୋଚକ ତଥ୍ୟ ସାମ୍ନା କୁ ଆସିଛି । ସେଥିରେ ଜଣା ଯାଇଛି ଯେ ଯଦି ସ୍ତ୍ରୀ ଘରର ୪୦ ପ୍ରତିଶତ ଖର୍ଚ୍ଚ ନିଜ ଟଙ୍କାରୁ କରୁଥାନ୍ତି ତେବେ ସ୍ବାମୀମାନେ ଚାପରେ ରହିଥାନ୍ତି। କିନ୍ତୁ ସ୍ବାମୀମାନେ ଆହୁରି ଅଧିକ ଚାପରେ ରୁହନ୍ତି ଯେତେବେଳେ ଘରର ସମସ୍ତ ଖର୍ଚ୍ଚ ଲାଗି ପତ୍ନୀ ଉପରେ ନିର୍ଭର କରିଥାନ୍ତି। ବାଥ ୟୁନିଭର୍ସିଟିର ଏକ ସନ୍ଦର୍ଭରେ ଦେଖା ଯାଇଛି ଯେ ଯଦି ବିବାହ ପୂର୍ବରୁ ସ୍ତ୍ରୀଟିଏ ସ୍ବାମୀଠାରୁ ଅଧିକା ରୋଜଗାର କରୁଥାଏ ତେବେ ସେ କ୍ଷେତ୍ରରେ ବିବାହ ପରେ ସ୍ବାମୀମାନେ ମାନସିକ ଚାପରେ…
ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗରେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦଙ୍କୁ ପୋଲିସ୍ ଗିରଫ କରିଛି । ଅହମ୍ମଦାବାଦ ପୋଲିସ୍ ନିତ୍ୟାନନ୍ଦଙ୍କ ସମେତ ଆଶ୍ରମର ଅନ୍ୟ ଦୁଇ ଜଣ ପରିଚାଳକଙ୍କୁ ଗିରଫ କରିଛି । ଏହା ସହିତ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ ନିତ୍ୟାନନ୍ଦଙ୍କୁ ଏକ ନୋଟିସ୍ ଜାରି କରାଯାଇଛି । ତିନି ଜଣଙ୍କୁ ନାବାଳିକାଙ୍କୁ ନିର୍ଯାତନା ଏବଂ ଆଶ୍ରମରେ ଅଟକ ରଖିବା ଅଭିଯୋଗରେ ଗଗିରଫ କରାଯାଇଛି । ନିତ୍ୟାନନ୍ଦଙ୍କ ସହିତ ଗିରଫ ଦୁଇ ପରିଚାଳକ ହେଉଛନ୍ତି ହରିଣୀ ଚେଲାପ୍ପାନ ଏବଂ ରିଦ୍ଧି ରବିକିରଣ । ଉଭୟ ମହୀଶୂରର ବାସିନ୍ଦା ଏବଂ ଉଭୟଙ୍କୁ ଅହମ୍ମଦାବାଦର ହୀରାପୁର ଆଶ୍ରମରୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ 5 ଦିନିଆ ରିମାଣ୍ଡରେ ପଠାଯାଇଛି । ପୂର୍ବରୁ 2010ରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ 2014ରେ ତାଙ୍କ ଆଶ୍ରମରେ ଜଣେ ମହିଳା ପ୍ରାଣ ହରାଇଥିଲେ ।