ଭୁବନେଶ୍ବର: ଶେଷରେ ବିଜେଡିରେ ମିଶିଲେ ଅଭିନେତ୍ରୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସେ ଆଜି ଶଙ୍ଖ ଭବନ ଆସି ବିଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିଲେ। ଗତ ପଞ୍ଚାୟତ ତଥା ପୌର ନିର୍ବାଚନରେ ବର୍ଷା ବିଜେଡି ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ଦଳରେ ସାମିଲ ହୋଇ ନ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ତାଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ସେ କହିଲେ, ଆଜି ଏକ ଖୁସିର ଦିନ, ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜ ସେବି, ନାରୀ ସଶକ୍ତିକରଣ କ୍ଷେତ୍ରରେ ଵି ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ନିମକି ଫିଲ୍ମରେ ବର୍ଷା ଯେପରି ନବୀନ ବାବୁ ଓ ବିଜୁ ବାବୁଙ୍କ ନେତୃତ୍ୱ ପାଇଁ ଏକ ପ୍ରେରଣା। ଋତୁଶ୍ରାବ ନେଇ ଝିଅ ମାନଙ୍କ…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟର ଜଣେ ବର୍ଷିୟାନ କଳାକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ସେ ଶତାଧିକ ନାଟକରେ ନିର୍ଦ୍ଦେଶନା ଦେବା ସହିତ ବହୁ ଚଳଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି କୁଳଚନ୍ଦ୍ରମା, ପରିବାର, ମେଘମୁକ୍ତି ପରି ଅନେକ ଚଳଚିତ୍ର। ତେବେ ସଚ୍ଚି ଦାସ ଓଡିଆ ନାଟ୍ୟ ଜଗତର ଜଣେ ଜଣାଶୁଣା ନାମ। ସେ ଓଡିଶାର ସୁପରହିଟ ନାଟକ ଶାଗୁଣା ବସିଛି ଡେଣା ମେଲାଇର ନିର୍ଦ୍ଦେଶକ ଥିଲେ। ଧେତେ…… ସଂଳାପ ସଚ୍ଚି ଦାସଙ୍କଠାରୁ ଉତ୍ପନ ହୋଇଥିଲା। ସେହିପରି ସେ ଶତାଧିକ ନାଟକର ନିର୍ଦ୍ଦେଶକ ଥିଲେ। ରବିନ୍ଦ୍ର ମଣ୍ଡପରେ ପେଶାଦାର ନାଟକ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ବିୟୋଗରେ ଉଭୟ ଚଳଚିତ୍ର ଜଗତ ତଥା ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦକ୍ଷତା…
ଚିଲିକା(ସୀତାରାମ ଅଗ୍ରୱାଲ): ବର୍ତ୍ତମାନ ସାରା ରାଜ୍ୟରେ ଚାଲିଛି ନିର୍ବାଚନ ବାତାବରଣ। କିଏ କେଉଁଠୁ, କେଉଁ ଦଳରୁ ଟିକେଟ ପାଇବ ସେ ନେଇ ଚାଲିଛି ଚର୍ଚ୍ଚା। ଟିକେଟ ପାଇଁ କିଏ ସମର୍ଥକଙ୍କୁ ନେଇ ଭୁବନେଶ୍ବରରେ ଡେରା ପକାଇଛି ତ କିଏ ନିଜ ନିର୍ବାଚନ ମଣ୍ଡଳିରେ ତୁମ୍ବି ତୋଫାନ କରିବାରେ ଲାଗିଛି। ସେହି ଆଶା ନିରାଶ ଭିତରେ ଏବେ ଚିଲିକା ଅଞ୍ଚଳର ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ଦେଓ ଲମ୍ପ ପ୍ରଦାନ କରିଛନ୍ତି। ନିକଟରେ ସେ ପାରିକୁଦରେ ଥିବା ତାଙ୍କ ରାଜ ପରିବାରର ସହ ଜଡିତ ଲୋକମାନଙ୍କୁ ନେଇ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଈଙ୍କୁ ଦର୍ଶନ କରିଛନ୍ତି। ଉଦ୍ଦେଶ୍ୟ ହେଲା ଏଥର ନିର୍ବାଚନରେ ସେ ଛିଡା ହେବେ। ସନ୍ତୋଷ ଚନ୍ଦ୍ର ବିଜେଡିରୁ ଟିକେଟ ପାଇବା ପାଇଁ ବଡ ଆଶା ବାନ୍ଧି ବସିଛନ୍ତି। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଏଥର ଟିକେଟ ଦେଲେ ମୁଁ ନିଶ୍ଚିତ ଲଢେଇ କରିବି ଏବଂ ବିଜୟ ମଧ୍ୟ…
ଭୁବନେଶ୍ବର: ଏଥର ନିର୍ବାଚନରେ ସବୁ ଦଳ ନୂଆ ପ୍ରାର୍ଥୀଙ୍କୁ ଗୁରୁତ୍ବ ଦେଇଛନ୍ତି। ମୁଖ୍ୟ ଦଳ ବିଜେଡି ଏବଂ ବିଜେପି ମଧ୍ୟ ନୂଆ ପ୍ରାର୍ଥୀଙ୍କୁ ଏଥର ରଣାଙ୍ଗନରେ ଛିଡା କରାଇଛି। ସେହି ଅନୁସାରେ ପ୍ରାର୍ଥୀ ଖୋଜୁଥିବା କଂଗ୍ରେସ ମଧ୍ୟ ଏଥରେ ବିଭିନ୍ନ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଛି। ସେହି ପରିପ୍ରେକ୍ଷୀରେ ଏଥର କଂଗ୍ରେସ ଢେଙ୍କାନାଳ ବିଧାନସଭା ପାଇଁ ସଂପୂର୍ଣ୍ଣ ନୂଆ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଆର୍ବିଭାବ କରାଇଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। କାରଣ ଢେଙ୍କାନାଳ ପରି ମର୍ଯ୍ୟଦା ସଂପର୍ଣ୍ଣ ନିର୍ବାଚନ ମଣ୍ଡଳିରେ ଏହି ନୂଆ ପ୍ରାର୍ଥୀ ଯୁଦ୍ଧ କରିବା ପାଇଁ କେତେ ସମର୍ଥ ତାହାର ହିସାବ ନିକାଶ କରୁଛନ୍ତି ଭୋଟର। କଂଗ୍ରେସ ଦଳ ଏଥର ଢେଙ୍କାନାଳ ବିଧାନସଭା ଆସନରେ ଛିଡା କରିଛି ସୁସ୍ମିତା ସିଂହଦେଓ। ସୁସ୍ମିତା ହେଉଛନ୍ତି ରାଜନୀତିରେ ସଂପୂର୍ଣ୍ଣ ନୂଆ। ତାଙ୍କ ପରିବାର ରାଜନୀତିରେ ଅଛନ୍ତି, ହେଲେ ସେ ଏଥର…
ନାଚୁଣୀ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ଗୋ ମାଂସ ଚାଲାଣ ସନ୍ଦେହରେ ଏକ ଟ୍ରକକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କଲିକତାରୁ ହାଇଦ୍ରାବାଦ ଅଭିମୁଖେ ଏକ ଟ୍ରକ ଯାଉଥିବା ବେଳେ ସେଥିରେ ଗୋ ମାଂସ ଥିବା ସନ୍ଦେହ କରାଯାଉଛି। ଏ ନେଇ ବଜରଙ୍ଗ ଦଳ କାର୍ଯ୍ୟକର୍ତା ସୂଚନା ପାଇବା ପରେ ଟ୍ରକକୁ ପିଛା କରିଥିଲେ ଏବଂ ନାଚୁଣୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ବର୍ତ୍ତମାନ ଉକ୍ତ ଟ୍ରକକୁ ଅଟକାଇ ତଦନ୍ତ ଜାରି ରଖିଛି। ତେବେ ଟ୍ରକ ମଧ୍ୟରେ ମାଂସ ଥିବା ଖବର ହସ୍ତଗତ ହୋଇଛି। ତେବେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି ନାଚୁଣୀ ପୋଲିସ।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୩ ଜଣ ବିଧାୟକଙ୍କ ଟିକେଟ କଟିଯାଇଛି। ଏହି ପ୍ରାର୍ଥୀ ତାଲିକାରେ ଯେଉଁମାନେ ମହିଳା ଅଛନ୍ତି ସେମାନେ ହେଲେ ପଦ୍ମପୁର- ବର୍ଷା ସିଂ ବରିହା ଚିତ୍ରକୁଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ ଦେଓଗଡ- ଅରୁନ୍ଧତୀ ଦେବୀ ଅନୁଗୁଳ- ସଂଯୁକ୍ତା ସିଂ ସାନଖେମୁଣ୍ଡି- ସୁଲଗ୍ନା ଗୀତାଞ୍ଜଳୀ ଦେବୀ ଜୟପୁର- ଇନ୍ଦିରା ନନ୍ଦ କେବଳ କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ, କୁଚିଣ୍ଡାରେ ରାଜେନ୍ଦ୍ର କୁମାର ଛତ୍ରିଆ ଏବଂ ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ଛାଡିଦେଲେ ଅନ୍ୟମାନ ମହିଳା। ସେହିପରି ଏହି ତାଲିକାରେ ନବୀନ ତିନି ଜଣ ବିଧାୟକଙ୍କ ଟିକେଟ କାଟିଛନ୍ତି। ସେମାନେ ହେଲେ ଟିକେଟ କଟିଥିବା ବିଧାୟକ ନିମାପଡା- ସମୀର ରଂଜନ ଦାସ କୁଚିଣ୍ଡା- କିଶୋର ଚନ୍ଦ୍ର ନାୟକ ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା ଏଥର ନବୀନ ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି।…
ଭୁବନେଶ୍ବର: ଏଥର ଦୁଇଟି ଆସନରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସମସ୍ତଙ୍କୁ ଚମକୃତ କରି ନିଜେ ଦୁଇଟି ଆସନରୁ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଥମେ ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା। ତେବେ ଆଜି ବିଜେଡି ତରଫରୁ ଯେଉଁ ପ୍ରାର୍ଥୀ ତାଲିକା ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହିଞ୍ଜିଳି ସହିତ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରର କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହେବେ। ନିଜେ ମୁଖ୍ୟମନ୍ତ୍ରୀ ୯ ଆସନର ପ୍ରାର୍ଥୀ ତାଲିକା ଘୋଷଣା ଭିତରେ ସେ ନିଜେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି। ଏହି ଘୋଷଣା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କାରଣ ଖୋଦ ନବୀନ ପଟ୍ଟନାୟକ କଣ ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କଲେ, ତାହା ପ୍ରଶ୍ନ ଉଠିଛି। ତେବେ ସମୀକ୍ଷକଙ୍କ ଅନୁସାରେ ନବୀନ…
ଭୁବନେଶ୍ବର: ଆଜି ରାମନବମୀରେ ବିଜେଡି ୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେମାନେ ହେଲେ ପଦ୍ମପୁର- ବର୍ଷା ସିଂ ବରିହା ଚିତ୍ରକୁଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ କଣ୍ଟାବାଞ୍ଜୀ- ନବୀନ ପଟ୍ଟନାୟକ କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ ଦେଓଗଡ- ଅରୁନ୍ଧତୀ ଦେବୀ ଅନୁଗୁଳ- ସଂଯୁକ୍ତା ସିଂ ନିମାପଡା- ଦିଲ୍ଲୀପ ନାୟକ ସାନଖେମୁଣ୍ଡି- ସୁଲଗ୍ନା ଗୀତାଞ୍ଜଳୀ ଦେବୀ ଜୟପୁର- ଇନ୍ଦିରା ନନ୍ଦ ଏହା ମଧ୍ୟ ପଢନ୍ତୁ- ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହେବେ, ସମ୍ବଲପୁର ପ୍ରାର୍ଥୀ ବଦଳିଲେ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର 5ମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ। ସେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଓ ରେଢାଖୋଲ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଏଥିରେ ରେଢାଖୋଲରେ ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମ୍ବଲପୁର ଆସନରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି।
ବାଲେଶ୍ବର: ମହିଳାମାନଙ୍କୁ ପ୍ରକୃତରେ ବିଜେପି ସମ୍ମାନ ଦିଏ ନାହିଁ। ମହିଳା ସଂରକ୍ଷଣ ବିଲ ପାଶ କରିବା ଏକ ଲୋକ ଦେଖିଣିଆ କଥା। ବର୍ତ୍ତମାନ ଓଡିଶାରେ ବିଜେପି ଲୋକସଭା ପାଇଁ ଯେଉଁ ପ୍ରାର୍ଥୀ ଦେଇଛି ସେଥିରେ କେତେ ମହିଳା ଅଛନ୍ତି ? ଏହିପରି କିଛି ବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ନେତ୍ରୀ ତଥା ବାଲେଶ୍ବର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିର ଏକ ପ୍ରଚାର ସଭାରେ ଲେଖାଶ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବିଜେପି ଓଡିଶାରେ ଯେଉଁ ପ୍ରାଥୀ ଦେଇଛି ତାହା ମାତ୍ର ସାତ ପ୍ରତିଶତ। କୁଆଡେ କହିଲା ମହିଳା ସଂରକ୍ଷଣ ବିଲ, କୁଆଡେ ଗଲା 33 ପ୍ରତିଶତ ସଂରକ୍ଷଣ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ମୁଁ ଜଣେ ମହିଳା ହୋଇଥିବାରୁ ଦଳ ମୋତେ ବହୁ ପୂର୍ବରୁ ପର କରିସାରିଥିଲା। ଯେତେବେଳେ ମୁଁ ଜାଣିଲି ବିଜେପିରେ ମହିଳାମାନଙ୍କ ସ୍ଥାନ ନାହିଁ ସେତେବେଳେ ଦଳ ଛାଡିବି ବୋଲି ନିଷ୍ପତି କଲି।…
ଭୁବନେଶ୍ବର: ପୁରୀ ପରି ମର୍ଯ୍ୟଦା ସଂପର୍ଣ୍ଣ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଯାହାକୁ କରିଛି ସେ ହେଉଛନ୍ତି ସୁଚରିତା ମହାନ୍ତି। 2014 ମସିହାରେ ମଧ୍ୟ ସେହି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ ଭୋଟରେ ବିଜେଡିର ପିନାକୀ ମିଶ୍ରଙ୍କଠାରୁ ହାରିଥିଲେ। ଏହାପରେ 2019 ରେ କଂଗ୍ରେସ ତାଙ୍କୁ ଟିକେଟ ନ ଦେଇ ସତ୍ୟପ୍ରକାଶ ନାୟକଙ୍କୁ ପୁରୀରୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ହାରିଥିଲେ। ତେବେ ପ୍ରଶ୍ନ ଉଠିଛି ଯେ, କଂଗ୍ରେସ ପରି ଏକ ପୁରୁଣା ଦଳ ଆଉ ପୁରୀ ପରି ଏକ ମର୍ଯ୍ୟଦା ସଂପର୍ଣ୍ଣ ଆସନରେ କାହିଁକି ଏକ ଉପଯୁକ୍ତ ପ୍ରାର୍ଥୀ ଦେଉ ନାହିଁ। କାରଣ ସୁଚରିତା ମହାନ୍ତି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବ୍ରଜମୋହନ ମହାନ୍ତିଙ୍କ ଝିଅ। ହେଲେ ସେ ପରିବାର ସହିତ ଦିଲ୍ଲୀରେ ରୁହନ୍ତି। କେବଳ ଏହି ନିର୍ବାଚନ ବେଳେ ପୁରୀ ଆସି ବୁଲନ୍ତି, ନିର୍ବାଚନ ସରିଲେ ଦିଲ୍ଲୀ ଚାଲିଯାଆନ୍ତି। ତେବେ…
ଭୁବନେଶ୍ବର: ବର୍ତ୍ତମାନ ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଣିତ ବିଗିଡି ଗଲା। କାରଣ ହେଲା ଆଜି ନବୀନ ନିବାସରେ ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ସମୟରେ ସାଂସଦ ତଥା ସମ୍ବଲପୁର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ। ତେବେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସାଂସଦ ନୀତିଶ ଗଙ୍ଗଦେବ ସେହି ଅଞ୍ଚଳରେ ଆଉ ଦେଖିବାକୁ ମିଳୁ ନାହିଁ। ସେ ଏକ ପ୍ରକାରର ରାଜନୈତିକ ବନବାସ ଜୀବନ ବିତାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ହେଲେ ଏପଟେ ତାଙ୍କ ପତ୍ନୀ ଓ ପୁତ୍ର…
ଭୁବନେଶ୍ବର: ବର୍ତ୍ତମାନ ରାଜନୀତି ଖବରକୁ ପଛରେ ପକାଇ ଓଡିଶାର ଅନିମେଶ ପ୍ରଧାନ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଲା ଆଜି ପ୍ରକାଶ ପାଇଥିବା UPSC ର ସିଭିଲି ସର୍ଭିସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ସେ ଦ୍ବିତୀୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରଥମ ହୋଇଛନ୍ତି ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ। ତେବେ ଓଡିଶାର ଅନିମେଶ ପ୍ରଧାନ କିଏ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ସୃଷ୍ଟି ହେବା ସ୍ବାଭାବିକ। ଅନିମେଶ ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଲଚେରର ଭାଲୁଗାଡିଆ ଗ୍ରାମରେ ଯୁବକ। ବାପାଙ୍କ ନାମ ହେଉଛି ପ୍ରଭାକର ପ୍ରଧାନ। ସେ ହିଙ୍ଗୁଳା କଲେଜର ଅଧ୍ୟକ୍ଷ ଥିଲେ। 2017 ମସିହାରେ ତାଙ୍କର ପରଲୋକ ଘଟିଛି। ସେହିପରି ତାଙ୍କର ମାତଙ୍କ ନାମ ହେଉଛି ଅରୁଣା ପ୍ରଧାନ। ତାଙ୍କର ମଧ୍ୟ ଗତ ଜାନୁୟାରୀ ମାସରେ ପରଲୋକ ଘଟିଛି। ବାପାମା ଛେଉଣ୍ଡ ହୋଇଥିଲେ ମଧ୍ୟ ଅନିମେଶଙ୍କ ପ୍ରବଳ ପରିଶ୍ରମ ଆଜି ସାରା ଭାରତ ବର୍ଷରେ ତାଙ୍କର ପରିଚୟ ସୃଷ୍ଟି କରିପାରିଛି।…
ଭୁବନେଶ୍ବର: ଆଜି ରାଜ୍ୟରେ ନାହିଁ ନ ଥିବା ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟରେ ପରିଲକ୍ଷିତ ହୋଇଛି ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ର। ଆଜି ରାଜ୍ୟର ତାପମାତ୍ରା ୪୩ ଡ଼ିଗ୍ରୀ ଟପିଛି। ଯାହା ଏ ପର୍ଯ୍ୟନ୍ତ ପ୍ରବାହିତ ହୋଇଥିବା ସର୍ବାଧିକ ତାପମାତ୍ର। ଆଜି ବାରିପଦାରେ ଚଳିତ ସିଜିନରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ ହୋଇ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ଆଜି ରାଜ୍ୟର ୨୯ ସହର ରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ୧୮ଟି ସହରରେ ୪୧ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ତାତି ଆହୁରି ଲାଗି ରହିବ। ଏପରିକି ଦିନର ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି କୁହାଯାଉଛି।
ଭୁବନେଶ୍ୱର: ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶାବାସୀଙ୍କୁ ସଶକ୍ତ କରିଛି ଏବଂ ଆତ୍ମବିଶ୍ୱାସ ଓ ଗ୍ୟାରେଣ୍ଟି ଦେଇଛି ଯେ ସେମାନେ ରୋଗରେ ପୀଡିତ ହେଲେ ସେମାନଙ୍କ ପାଖରେ ଏହି ସ୍ୱାସ୍ଥ୍ୟ ନିଶ୍ଚିତତା କିମ୍ବା ଗ୍ୟାରେଣ୍ଟି ଅଛି। ସେମାନେ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି ଯାହାର କୌଣସି ସୀମା ନାହିଁ। ଏଥି ସହିତ ବିଏସ୍କେୱାଇରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ରହିଛି । ହେଲେ ଗରିବ ଲୋକଙ୍କୁ ମିଳୁଥିବା ଏହି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର। ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରୀ ଡାକ୍ତରଖାନାରେ କୌଣସି ସୀମା ନଥାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ବିଏସ୍କେୱାଇ ପାଇଁ ଓଡ଼ିଶାରେ ୬୫୨ଟି ଡାକ୍ତରଖାନା ଏବଂ ୧୬ଟି ରାଜ୍ୟରେ ୧୬୪ଟି…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ଚେୟାରମ୍ୟାନ ଶ୍ରୀ ବେଦବ୍ୟାସ ନାୟକ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ଶ୍ରୀ ନାୟକଙ୍କ ସହ ବିଜେଡି ନେତା ଅକ୍ଷୟ କୁମାର ରାଉଳ, ଶ୍ରୀଧର ନାଏକ, ପୂର୍ବତନ ସରପଂଚ ମନୋଜ କୁମାର ନାଏକ, ଦେବାନନ୍ଦ ନାଏକ ବିଜେପିରେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ଶର୍ମା ସଦସ୍ୟତା କରାଇଥିଲେ। ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର ଉପସ୍ଥିତ ଥିଲେ।
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଶ୍ରୀ ବଳବନ୍ତରାୟ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ବଳବନ୍ତରାୟ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ…
ଭୁବନେଶ୍ବର: ଆଜି ଅପରାହ୍ନରେ ଆରମ୍ଭ ହୋଇଛି ପ୍ରଭୃ ଲିଙ୍ଗରାଜଙ୍କ ରଥଟଣା। ହଜାରହଜାର ଭକ୍ତଙ୍କ ଗହଣରେ ପ୍ରଭୃ ଶ୍ରୀଲିଙ୍ଗରାଜ ଋକୁଣା ରଥରେ ବିଜେ କରି ରାମେଶ୍ବର ମନ୍ଦିରକୁ ଗମନ କରିଛନ୍ତି। ଡାହୁକର ଡାକରା ପରେ ଭକ୍ତମାନେ ପ୍ରଭୃଙ୍କ ରଥକୁ ଟାଣିଟାଣି ନେଇଛନ୍ତି। ଆଜି ପ୍ରଭୃଙ୍କ ରଥଯାତ୍ରା ଥିବାରୁ ପୁରୁଣା ଭୁବନେଶ୍ବରର ରଥରୋଡ ଲୋକାରଣ୍ୟ ହୋଇଉଠିଛି। ସୁରକ୍ଷିତ ଭାବେ ପ୍ରଭୃ ରାମେଶ୍ବର ମନ୍ଦିରରେ ପହଞ୍ଚିବା ପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୨ ପ୍ଲାଟୁନ ଫୋର୍ସ, ୨ ଜଣ ଅତିରିକ୍ତ ଡିସିପି, ୬ ଜଣ ଏସପି, ୧୫ ଜଣ ଇନିସପେକ୍ଟର ମୁତୟନ ହୋଇଛନ୍ତି। ଏହାସହିତ ୫୦ରୁ ଅଧିକ ସବଇନିସପେକ୍ଟର ଓ ଟ୍ରାଫିକ୍ ଅଧିକାର ନିୟୋଜିତ ଅଛନ୍ତି। ଅନ୍ୟପଟେ ପ୍ରବଳ ଖରା ଓ ହିଟୱେଭକୁ ଆଖିରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତଙ୍କ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା ସହ ଭକ୍ତଙ୍କ ଉପରେ…
Ram Navmi: ଆସନ୍ତାକାଲି ପବିତ୍ର ରାମ ନବମୀ। ହିନ୍ଦୁ ଧର୍ମରେ ଏହି ଦିନଟି ହେଉଛି ଏକ ପବିତ୍ର ଦିନ। ଏହି ଦିନ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ସାରା ଭାରତରେ ଏହି ଦିନକୁ ରାମ ନବମୀ ଭାବେ ପାଳନ କରାଯାଉଛି। ତେବେ ସମସ୍ତେ ଏହି ଦିବସକୁ ବେଶ୍ ଭକ୍ତିପୂତ ଭାବେ ପାଳନ କରିବେ ସତ, ହେଲେ ଏହି ଆଧୁନିକ ଯୁଗରେ ମୋବାଇଲରେ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପଠାଇବେ। ଏହି ପରିପ୍ରେକ୍ଷୀରେ ରାମ ନବମୀ ଉପଲକ୍ଷେ ଆମେ କେତେକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରୁଛୁ। 1-ରାମ ନବମୀର ଶୁଭ ଅବସରରେ, ମୁଁ ତୁମ ଜୀବନରେ ସବୁଠାରୁ ପ୍ରେରଣାଦାୟକ ସୁଯୋଗ ଏବଂ ବଡ଼ ସଫଳତା କାମନା କରୁଛି। ଆପଣଙ୍କୁ ରାମ ନବମୀ ଶୁଭ କାମନା। 2-ଆପଣ ଏବଂ ଆପଣଙ୍କ ପରିବାରକୁ ରାମ ନବମୀ ଶୁଭ କାମନା। ଭଗବାନ ଶ୍ରୀରାମ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତା ଦେଇ ଆଶୀର୍ବାଦ କରନ୍ତୁ। ଶୁଭ ରାମ…
ନୂଆଦିଲ୍ଲୀ: ଘୋଷଣା ହେଲା ୟୁନିୟନ ପବ୍ଲିକ ସର୍ଭିସ ଦ୍ବାରା ପରିଚାଳିଚ ସିଭିଲ ସର୍ଭିସ ପରୀକ୍ଷା ୨୦୨୩ର ଫଳ। ଏଥିରେ ନିଯୁକ୍ତି ପାଇଁ ମୋଟ ୧,୦୧୬ ଜଣ ପ୍ରାର୍ଥୀଙ୍କୁ ମନୋନୟନ କରାଯାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅନିମେଶ ପ୍ରଧାନ ଏବଂ ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ଜାଣନ୍ତୁ ପ୍ରଥମ ୨୦ ତାଲିକା… ଆଦିତ୍ୟ ଶ୍ରୀବାସ୍ତବ ଅନିମେଶ ପ୍ରଧାନ ଡୋନୁରୁ ଅନନ୍ୟା ରେଡ୍ଡୀ ପି କେ ସିଦ୍ଧାର୍ଥ ରାମକୁମାର ରୁହାନୀ ଶ୍ରୀଷ୍ଟି ଦବାସ୍ ଅନମୋଲ ରାଠୋର ଆଶିଷ କୁମାର ନାଉସିନ୍ ଔଶ୍ବର୍ଯ୍ୟାମ ପ୍ରଜାପତି କୁଶ ମୋଟୱାନୀ ଅନିକେଟ୍ ଶାଣ୍ଡିଲିଆ ମେଧା ଆନନ୍ଦ ଶାର୍ଯ୍ୟ ଆରୋରା କୁନାଲ ରାସ୍ତୋଗୀ ଆୟାନ୍ ଜୈନ୍ ସ୍ବାତୀ ଶର୍ମା ୱାର୍ଦ୍ଧା ଖାନ୍ ଶିବମ କୁମାର ଆକାଶ ବର୍ମା UPSC ଦ୍ବାରା ପରିଚାଳିତ ସିଭିଲ୍ ସର୍ଭିସେସ୍ ପରୀକ୍ଷା ସେପ୍ଟେମ୍ବର ୨୦୨୩ ରେ ହୋଇଥିଲା। ୨୦୨୩ ର ଲିଖିତ…
ଭୁବନେଶ୍ବର: ପୁଣି ରାଜ୍ୟରେ ତାତି ଫେରିଛି। ଆଜି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ର ବେଶ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ସହିତ ଆଉ ଦୁଇଟି ସହରରେ ସର୍ବାଧିକ ତାତି ଅନୁଭୂତ ହୋଇଛି। ସେଗୁଡିକ ହେଲା.. ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଭୁବନେଶ୍ୱର: ୪୧.୯°C ଚାନ୍ଦବାଲି: ୪୧.୬°C ଝାରସୁଗୁଡା: ୪୧.୪°C ବାଲେଶ୍ୱର: ୪୦.୫°C ସମ୍ବଲପୁର: ୪୦.୩°C କେନ୍ଦୁଝର: ୪୦°C ରାଉରକେଲା:୩୯.୯°C ହୀରାକୁଦ: ୩୯.୫°C ଗୋପାଳପୁର:୩୫.୬°C ପୁରୀ:୩୪.୮°C ପାରାଦୀପ: ୩୪.୨°C

