ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 7/1: ଆସନ୍ତାକାଲି ଏନ୍ଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ 10ଟି ଶ୍ରମିକ ସଙ୍ଗଠନ ପକ୍ଷରୁ 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଙ୍ଗଠନ, ଶ୍ରମିକସଙ୍ଗଠନ ସମର୍ଥନ କରିଛନ୍ତି। ଏହି ବନ୍ଦକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି। ଆସନ୍ତାକାଲି ଭାରତ ବନ୍ଦ ଯୋଗୁଁ ସାରା ଦେଶରେ ଯାତାୟତ ସେବା ପ୍ରଭାବିତ ହେବ। ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି କରାଯିବା ନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଘୋଷଣା କରିଛନ୍ତି । ଆମ ରାଜ୍ୟରେ ମଧ୍ୟ ଆସନ୍ତାକାଲି ଭାରତ ବନ୍ଦକୁ ସଫଳ କରିବା ପାଇଁ ,୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ। ବେରୋଜଗାର, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ଓ ସାମାଜିକ ସୁରକ୍ଷା ଭଳି 12 ଦଫା ଦାବିରେ 24 ଘଣ୍ଟିଆ…
Author: Samikhsya Bureau
ବ୍ୟୁନୋସ ଆରିସ୍ : ଇଟାଲୀ ମିଡଫିଲ୍ଡର ଡାନିଏଲ୍ ଡି ରୋସି ଅନ୍ତର୍ଜାତୀୟ ଫୁଟ୍ବଲ୍କୁ ଅଲ୍ବିଦା ଜଣାଇଛନ୍ତି । ମଙ୍ଗଳବାର ନିଜର ଅବସର ନେଇ ରୋସି ଘୋଷଣା କରିଛନ୍ତି । ଆହତ ସମସ୍ୟା ଏବଂ ପରିବାର ସହିତ ସମୟ ବିତାଇବା ପାଇଁ ରୋସି ଅବସର ଗ୍ରହଣ କରିଥିବା ସ୍ପଷ୍ଟ କରିଛନ୍ତି । 2006 ବିଶ୍ବକପ୍ ବିଜୟୀ ଇଟାଲୀ ଦଳର ସଦସ୍ୟ ରହିଥିବା ରୋସି ଇଟାଲୀ ପାଇଁ 117ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଗିଆଲ୍ଲୋରୋସି କ୍ଲବ୍ ପାଇଁ କ୍ରମାଗତ 18 ବର୍ଷ ଖେଳିବା ସହିତ 616ଟି ମ୍ୟାଚ୍ରୁ 63ଟି ଗୋଲ୍ ସ୍କୋର କରିଛନ୍ତି ଡି ରୋସି । ଏହା ସହିତ ଗିଆଲ୍ଲୋରୋସିକୁ ଦୁଇଥର କୋପ୍ପା ଇଟାଲିଆ ଟୁର୍ଣ୍ଣାମେଣ୍ଟରେ ବିଜୟୀ କରାଇଛନ୍ତି । 2019ରେ ଆର୍ଜେଣ୍ଟିନାର ବୋକା ଜୁନିୟର୍ସ ସହିତ ବର୍ଷିକିଆ ଚୁକ୍ତି କରିଥିଲେ ମଧ୍ୟ ଆଘାତ ସମସ୍ୟା କାରଣରୁ ମାତ୍ର 6ଟି ମ୍ୟାଚ୍ ଖେଳିଥିଲେ । ଏହାପରେ ରୋସି ଅନ୍ତର୍ଜାତୀୟ ଫୁଟ୍ବଲ୍କୁ ବିଦାୟ…
ନୂଆଦିଲ୍ଲୀ : ଜେଏନ୍ୟୁରେ ଆକ୍ରମଣର ଦୁଇ ଦିନ ପରେ ଏହାର ପ୍ରତିବାଦରେ ବିଶ୍ବବିଦ୍ୟାଳୟର ପରିସଂଖ୍ୟାନ କମିଟିରୁ ଇସ୍ତଫା ପ୍ରଦାନ କରିଛନ୍ତି ପ୍ରଫେସର ସିପି ଚନ୍ଦ୍ରଶେଖର । ବିଶ୍ବବିଦ୍ୟାଳୟର ଅର୍ଥନୀତି ଉପରେ ରିପୋର୍ଟ ପ୍ରଦାନ ପାଇଁ ଏହି ପରିସଂଖ୍ୟାନ କମିଟି ଗଠିତ ହୋଇଥିଲା । ରବିବାର ସଙ୍ଗଠିତ ଆକ୍ରମଣ ବିରୋଧରେ ନୀରବ ପ୍ରତିବାଦ ସ୍ବରୂପ ଚନ୍ଦ୍ରଶେଖର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରବିବାର ଦିନ ସନ୍ଧ୍ୟାରେ କିଛି ମୁଖାପିନ୍ଧା ଦୁର୍ବୃର୍ତ୍ତ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 18ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ । (ଏଜେନ୍ସୀ)
ମୁମ୍ବାଇ : ଏଲ୍ଜି ଇଲେକ୍ଟ୍ରୋନିକ୍ସ ପକ୍ଷରୁ 13ଟି ନୂତନ ଓଏଲ୍ଇଡି ଟିଭି ଲଞ୍ଚ କରାଯାଇଛି । 13ଟି ଟିଭି ମଧ୍ୟରୁ 6ଟି ଟିଭି ଭାରତୀୟ ବଜାର ପାଇଁ ଉପଲବ୍ଧ ଥିବା ବେଳେ 9ଟି ମଡେଲ ସମଗ୍ର ବିଶ୍ବରେ ଲଞ୍ଚ କରିଛି । ଏହି ଟିଭି ମଧ୍ୟରେ ତିନେଟି 4କେ ଶ୍ରଣୀର ଟିଭି ରହିଥିବା ବେଳେ ଗୋଟିଏ 8କେ ଶ୍ରେଣୀର ଟିଭି କରିଛି । ଜିଏକ୍ସ ଗ୍ୟାଲେରୀ ସିରିଜ୍ର 4 କେ ଶ୍ରେଣୀର ଟିଭିରେ 88 ଇଞ୍ଚ ଏବଂ 77 ଇଞ୍ଚର ଟିଭି ଉପଲବ୍ଧ ହେଉଛି । ସେହିପରି ପ୍ରଥମ ଥର ପାଇଁ ନାନୋ ସେଲ୍ ଟେକ୍ନୋଲୋଜି ସହିତ 8କେ ଟିଭି ପ୍ରଦାନ କରିବାକୁ ଯାଉଛି । କ୍ରୀଡାପ୍ରେମୀଙ୍କୁ ନଜରରେ ରଖି ଏହି ସବୁ ଟିଭି ପ୍ରସ୍ତୁତ କରାଯାଇଥିବା ଏଲ୍ଜି ପକ୍ଷରୁ କୁହାଯାଇଛି । 8କେ ଏବଂ 4କେ ଟିଭିରେ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି ।
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମଣିପୁରୀରେ ଏକ କୋର୍ଟରେ ଜନୈକ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି । ସୋମବାର ଘଟିଥିବା ଏହି ଘଟଣା ପାଇଁ 4 ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ନିଜ ପରିବାରର ତିନି ଜଣଙ୍କୁ ହତ୍ୟା ମାମଲାରେ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେଉଥିବା ଅଭିଯୁକ୍ତ ପୋଲିସ୍ ବନ୍ଧୁକ ଛଡାଇ ନିଜକୁ ଗୁଳି ମାରିଥିଲେ । ସୋମବାର ଅପରାହ୍ନ 3ଟାରେ ମଣିପୁରୀ କୋର୍ଟରେ ଏହି ଘଟଣା ଘଟିଥିଲା । ନିଜ ପିତା, ସାବତ ମା, ଏବଂ ନାବାଳକ ସାବତ ଭାଇକୁ ହତ୍ୟା କରିବା ମାମଲାରେ ମନୀଷ ଯାଦବ 2012ରୁ ଜେଲ୍ରେ ରହିଛନ୍ତି । କୋର୍ଟ ମଧ୍ୟରେ ଅଭିଯୁକ୍ତଙ୍କ ହାତକୁ ହତିଆର ଆସିବା କାରଣରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଣେ ଇନ୍ସପେକ୍ଟର ଏବଂ ତିନି ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆଜିଠାରୁ ପକ୍ଷୀ ଗଣନା ଆରମ୍ଭ କରାଯାଇଛି । ହୀରାକୁଦ ଜଳଭଣ୍ଡାର ସମେତ ବରଗଡ଼ ଏବଂ ଝାରସୁଗୁଡ଼ାର କିଛି ଅଞ୍ଚଳରେ ଏହି ପକ୍ଷୀ ଗଣନା ହେବ । ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ 21ଟି ଟିମ୍ ଏହି ପକ୍ଷୀ ଗଣନାରେ ସାମିଲ ହେଇଛନ୍ତି । ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ଗଣନା ଦିନ ପ୍ରାୟ 11ଟା ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ପାଣି ଅଧିକ ଥିବାରୁ ପକ୍ଷୀ ସଂଖ୍ୟା କମିବାର ଆଶଙ୍କା କରାଯାଉଛି ।
କଟକ:ଓଡିଶାର ପ୍ରତିଷ୍ଠିତ ତଥା ସର୍ବ ପୁରାତ୍ତନ ଦୈନିକ ଖବରକାଗଜ ସମାଜର କାର୍ଯ୍ୟକାରୀ ସଂପାଦକ ହେଲେ ସୁଶାନ୍ତ କୁମାର ମହାନ୍ତି। ଗତକାଲି ସଂପାଦକ ପଦରୁ ବରିଷ୍ଠ ସାମ୍ବାଦିକ ବାମପଦ ତ୍ରିପାଠୀ ଅବସର ନେବା ପରେ ସୁଶାନ୍ତଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସମାଜର ପରିଚାଳନା ବୋର୍ଡର ନିଷ୍ପତି କ୍ରମେ ସୁଶାନ୍ତ ଏହି ଦାୟିତ୍ବ ଗ୍ରହଣ କରିଥିବାର ଜଣାପଡିଛି। ବାମପଦ ତ୍ରିପାଠୀ ଆବସର ନେବା ପରେ ସମାଜର ପରବର୍ତ୍ତି ସଂପାଦକ କିଏ ହେବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ସେଥିପାଇଁ ରାଜ୍ୟର କେତେକ ବରିଷ୍ଠ ସାମ୍ବାଦିକ ସମାଜର ପରିଚାଳନା ବୋର୍ଡ ସହିତ ଯୋଗାଯୋଗରେ ମଧ୍ୟ ଅଛନ୍ତି। ହେଲେ ପରିଚାଳନା ବୋର୍ଡ କାହାକୁ ନୂଆ ନିଯୁକ୍ତି ନ ଦେଇ ସୁଶାନ୍ତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଂପାଦକ ଭାବେ ଅବସ୍ଥାପିତ କରିଛନ୍ତି। ପୂର୍ବରୁ ସୁଶାନ୍ତ 2014 ମସିହାରେ ପ୍ରାୟ ଦୁଇ ବର୍ଷ ପାଇଁ ମଧ୍ୟ କାର୍ଯ୍ୟକାରୀ ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ସେ ବର୍ତ୍ତମାନ ସମାଜର ବାର୍ତ୍ତା…
ମୁମ୍ବାଇ : ନୂଆଦିଲ୍ଲୀ ଜଓ୍ବାହାର ଲାଲ ନେହେରୁ ୟୁନଭର୍ସିଟି (ଜେଏନ୍ୟୁ)ରେ ଛାତ୍ର ଏବଂ ଅଧ୍ୟାପକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ମୁମ୍ବାଇର ଇଣ୍ଡିଆ ଗେଟ୍ରେ ଶତାଧିକ ବିକ୍ଷୋଭକାରୀ ଜମା ହୋଇଥିଲେ । ମାତ୍ର ଟ୍ରାଫିକ୍ ସମସ୍ୟା ଦେଖା ଦେବାରୁ ପୋଲିସ୍ ବିକ୍ଷୋଭକାରୀଙ୍କୁ ସ୍ଥାନାନ୍ତର କରିଥିଲା । ଗେଟଓ୍ବେ ଅଫ୍ ଇଣ୍ଡିଆରୁ 2 କିମି ଦୂର ଆଜାଦ ମୈଦାନକୁ ସମସ୍ତ ବିକ୍ଷୋଭକାରୀଙ୍କୁ ସ୍ଥାନାନ୍ତର କରିଥିଲା । ପୋଲିସ୍ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପ୍ରୟାସ କରି ବିଫଳ ହେବା ପରେ ବଳପୂର୍ବକ ବିକ୍ଷୋଭକାରୀଙ୍କୁ ନେଇ ଆଜାଦ ମୈଦାନରେ ଛାଡିଥିଲା । ମୁମ୍ବାଇ ପୋଲିସ୍ର କାର୍ଯ୍ୟଶୈଳୀକୁ ସୋସିଆଲ ମିଡିଆରେ ନାପସନ୍ଦ କରାଯାଇଛି ।
ନୂଆଦିଲ୍ଲୀ : ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ପୁନର୍ବାର ଏହା ସପକ୍ଷରେ ନିଜର ମତ ରଖିଛନ୍ତି । ସିଏଏ ସପକ୍ଷରେ 52 ଲକ୍ଷ ମିସ୍ କଲ୍ ଆସିଛି ବୋଲି ଅମିତ ଶାହା ପ୍ରକାଶ କରିଛନ୍ତି । ଶୁକ୍ରବାର ବିଜେପି ପକ୍ଷରୁ ଅମିତ ଶାହା ଏହି ନମ୍ବର ଲଞ୍ଚ କରିଥିଲେ । ନମ୍ବର ଲଞ୍ଚ ପରଠାରୁ 52 ଲକ୍ଷ 72 ହଜାର ଲୋକ ଏହା ସମର୍ଥନରେ ମିସ୍କଲ୍ କରିଛନ୍ତି । ସମୁଦାୟ 68 ଲକ୍ଷ ଲୋକ ଫୋନ୍ କରିଥିବା ତନ୍ମଧ୍ୟରୁ 52 ଲକ୍ଷ 72 ହଜାର ନମ୍ବର ଚିହ୍ନଟଯୋଗ୍ୟ ଅଟେ ବୋଲି ଶାହା ପ୍ରକାଶ କରିଛନ୍ତି । ଏହା ସହିତ ସିଏଏକୁ ନେଇ ଲୋକଙ୍କ ମନରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବିଜେପି ପକ୍ଷରୁ ଚେଷ୍ଟା କରାଯାଉଛି । ଦେଶର ପୁରାତନ ରାଜନୈତିକ ଦଳ କଂଗ୍ରେସ ଏହି ଆଇନକୁ ନେଇ…
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଏକମାସ ସମୟ ରହିଥିବା ବେଳେ ନିର୍ବାଚନରେ ବିଜୟୀ ହେବା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି । ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆପ୍ ଦଳ 59ରୁ ଅଧିକ ଆସନ ହାସଲ କରିବାକୁ ଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ର 67 ବିଧାୟକ ରହିଥିବା ବେଳେ ବିଜେପିର 3 ସଦସ୍ୟ ରହିଛନ୍ତି । ମାତ୍ର 2019 ଲୋକସଭା ନିର୍ବାଚନର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା । ଲୋକସଭା ନିର୍ବାଚନ ପରେ ଆପ୍ ବିକାଶ ଏବଂ ବିଜେପି ହିନ୍ଦୁତ୍ବ ଆଧାରରେ ନିର୍ବାଚନ ଲଢିବାକୁ ଯାଉଛି । ତେଣୁ ଦିଲ୍ଲୀର ବିକାଶ ଆପ୍ର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
କେଦାର ମିଶ୍ର ଆଜି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖ ଦିନ ନିର୍ବାଚନ ହେବାକୁ ଥିବା ବେଳେ ଫେବ୍ରୁଆରି ୧୧ ତାରିଖରେ ଫଳ ପ୍ରକାଶ ପାଇବ। ପୂର୍ଣ୍ଣ ରାଜ୍ୟର ଦର୍ଜା ପାଇନଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଶାସନିକ ଭାବରେ ଯେତିକି ନୁହେଁ, ବରଂ ରାଜନୈତିକ ଭାବରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ୨୦୧୪ ନିର୍ବାଚନରେ ହଠାତ ଆମ ଆଦମି ପାର୍ଟିର ଅଭ୍ୟୁଦୟ ଦିଲ୍ଲୀର ରାଜନୈତିକ ସମୀକରଣକୁ ପୂରା ବଦଳାଇ ଦେଇଥିଲା। ୨୦୧୨ରେ ହୋଇଥିବା ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ ଆଦମି ପାର୍ଟି ବା ଆପ ୨୦୧୪ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତତ୍କାଳୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାରେ ସଫଳ ହେବା ସହିତ ଲୋକପ୍ରିୟତାର ଚରମ ସୀମାରେ ଥିବା ବିଜେପିକୁ ମଧ୍ୟ କ୍ଷମତାରୁ ଦୂରେଇ ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ଥର ନିର୍ବାଚନ ଲଢି ଆପ ୨୮ଟି ଆସନ ଓ…
ମୁମ୍ବାଇ- ବଲିଉଡର ଅଭିନେତ୍ରୀ ଶିଳ୍ପୀ ସେଟ୍ଟୀଙ୍କୁ 2020 ମସିହାରେ ସିନେମାରେ କଣ ସଫଳତା ମିଳବ ତାହା ଭିନ୍ନ କଥା। ହେଲେ ସେ ଏହି ନୂଆ ବର୍ଷରେ ଏକ ନୂଆ କଥା କରି ଦେଖାଇଛନ୍ତି। ତାହା ହେଉଛି ଶିଳ୍ପା ଦୀର୍ଘ ବର୍ଷ ଚେଷ୍ଠା ପରେ ନୂଆବର୍ଷର ପ୍ରଥମ ସୋମବାର ଦିନ ଯୋଗାସନ କ୍ଷେତ୍ରରେ କଷ୍ଟ ଆସନ ମୟୁରାସନ କରିବାରେ ସମର୍ଥ ହୋଇଛନ୍ତି। ଏହାକୁ ନେଇ ଶିଳ୍ପୀ ବେଶ୍ ଖୁସି ପ୍ରକଟ ମଧ୍ୟ କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି ଯେ, 2019 ରେ ସେ ସବୁ ଆସନ କରିବାରେ ସକ୍ଷମ ହୋଇଥିଲେ। ହେଲେ ମୟୁରାସନ କରିବାରେ ସେ ବିଫଳ ହେଉଥିଲେ। ବାରମ୍ବାର କରିବା ସତ୍ବେ ମଧ୍ୟ ତାହା ହେଉ ନ ଥିଲା। ହେଲେ 2020 ମସିହାର ପ୍ରଥମ ସୋମବାର ଦିନ ସେଥିରେ ସଫଳତା ମିଳିଲା। ଆସନ ଜଗତର କଷ୍ଟକର ଆସନ ମୟୁରାସନ କରି ମୁଁ ବହୁତ ଖୁସି ବୋଲି ଶିଳ୍ପା କହିଛନ୍ତି। ସେତିକି…
Priyanka Chopra Jonas and her hubby Nick Jonas made a stylish appearance at the red carpet of the 77th Golden Globe Awards ceremony.Dressed in a pink off-shoulder ensemble, Priyanka looked no less than any diva and it was her diamond neckpiece which grabbed the maximum attention. On the other hand, Nick look dapper in a black suit.
Actress Amy Jackson has urged everyone to donate for Australia which is currently experiencing widespread devastation owing to bushfires in the onset of summer. She has also requested everyone to focus on a vegetarian diet or at least consume less meat.
FUZHOU, Jan. 6, 2020 (Xinhua) — A fork-tailed sunbird eats the nectar of a flower at the West Lake Park in Fuzhou, capital of southeast China’s Fujian Province, Jan. 3, 2020. (Xinhua/Mei Yongcun/IANS)
JAHRA GOVERNORATE, Jan. 5, 2020 (Xinhua) — A falcon flies during a hunting show in Jahra Governorate, Kuwait, Jan. 4, 2020. Kuwaiti falcon lovers held on Saturday a falcon hunting show in the desert of Jahra Governorate of Kuwait. (Xinhua/IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ପଦୋନ୍ନତି କ୍ଷେତ୍ରରେ ଫାଇଭ-ଟିର ପ୍ରଭାବ ଦେଖିବାକୁ ମିଳିଛି। ଡିସେମ୍ବର ମାସର ଅନ୍ତିମ ସପ୍ତାହରେ ୩୧୬୬ ଜଣ କର୍ମଚାରୀଙ୍କୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାରଙ୍କ ୩୯ଟି ବିଭାଗରେ ଏହି ପଦୋନ୍ନତି କରାଯାଇଛି। ଗ୍ରୁପ୍ ଏରୁ ଗ୍ରୁପ୍ ଡି ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର କର୍ମଚାରୀଙ୍କୁ ଏହି ପଦୋନ୍ନତିରେ ସାମିଲ କରାଯାଇଛି। ବିଭିନ୍ନ ବିଭାଗରେ ପଦୋନ୍ନତିରେ ବିଳମ୍ବ ହେଉଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୨୧ ତାରିଖରେ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରିବାର ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ, ଗ୍ରୁପ୍ ଏର ୮୫୨ ଜଣ, ଗ୍ରୁପ୍ ବିରୁ ୫୨୭ ଜଣ, ଗ୍ରୁପ୍ ସିରୁ ୧୪୯୬ ଜଣ ଏବଂ ଗ୍ରୁପ୍ ଡିରୁ ୨୯୧ ଜଣଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଏହି ସମସ୍ତ ପଦୋନ୍ନତିକୁ ମିଶାଇ ୨୦୧୯ରେ ସମୁଦାୟ ୧୨୯୩୨ କର୍ମଚାରୀଙ୍କ ପଦୋନ୍ନତି ହୋଇଛି। ବିଭାଗୀୟ ସ୍ତରରେ ସ୍ବରାଷ୍ଟ୍ର ବିଭାଗରେ ସର୍ବାଧିକ ୨୩୩୦ ଜଣ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଅଡିଟୋରିୟମରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ଏହି ସମାରୋହରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁଯୋଗ ଦେଇ କହିଥିଲେ ଯେ, ଆସାମର ଗୌହାଟୀ ଠାରେ ଆସନ୍ତା ୧୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାପରେ ଭୁବନେଶ୍ୱରରେ ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ । ଏହାବ୍ୟତିତ କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ନିଷ୍ପତି ନେଇଛନ୍ତି । ସେହିପରି ଖେଲୋ ଇଣ୍ଡିଆ ପାରମ୍ପରିକ କ୍ରୀଡ଼ା ଏବଂ ଖେଲୋ ଇଣ୍ଡିଆ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରତିଯୋଗିତା ବାର୍ଷିକ ବୈକଳ୍ପିକ ଭାବେ ଆୟୋଜନ କରାଯିବା ଲାଗି ନିଷ୍ପତି ନିଆଯାଇଥିବା ଶ୍ରୀ ରିଜିଜୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,06/01: ଗତକାଲି ଦିଲ୍ଲୀର ଜେଏନୟୁରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ହେଇଥିବା ଅମାନୁଷିକ ଆକ୍ରମଣକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଶିକ୍ଷା ଓ ବୁଦ୍ଧିଜୀବୀଙ୍କ ଗନ୍ତାଘର କୁହାଯାଉଥିବା ଜେନୟୁରେ ଘଟିଥିବା ହିଂସାକାଣ୍ଡ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି। ଜେଏନୟୁ ଦେଶର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଭାବେ ପରିଚିତ। ଶୈକ୍ଷିକ ବାତାବରଣରେ ଯେଉଁଭଳି ହିଂସାକାଣ୍ଡ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଗ୍ରହଣଯୋଗ୍ୟ ନୁହେଁ। ଛାତ୍ର ସମାଜ ଉପରେ ହୋଇଥିବା ଏପରି ଘୃଣ୍ୟ କାର୍ଯ୍ୟକୁ ସାରା ଦେଶରେ ଛାତ୍ର ସମାଜ ବିରୋଧ କରିଛି। ଶିକ୍ଷାର ମନ୍ଦିରରେ ହିଂସାର ସ୍ଥାନ ନାହିଁ ବୋଲି ବିଜୁ ଜନତା ଦଳର ଛାତ୍ର ଉପଦେଷ୍ଟା ଚିନ୍ମୟ ସାହୁ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ଏଭଳି ଘଟଣାକୁ ନିନ୍ଦାକରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି ଓଡିଶା ସିଭିଲ ସର୍ଭିସ ବା ଓଏଏସ ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ମୋଟ 218 ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ 72 ଜଣ ମହିଳା ଅଛନ୍ତି। ପରୀକ୍ଷା ଫଳ ଅନୁସାରେ ଏଥର ଦେବାଶୀଷ ପଣ୍ଡା ଓଏଏସ ଟପର ହୋଇଛନ୍ତି। ସେହିପରି ଆନ୍ୟ ଯେଉଁମାନେ ଟପ 10ରେ ଅଛନ୍ତି ସେମାନେ ହେଲେ 1-ଦେବାଶୀଷ ପଣ୍ଡା 2-ଋତୁପୂର୍ଣ୍ଣା ମହାପାତ୍ର 3-ଆକାଶ ପଣ୍ଡା 4-ସନ୍ତୋଷୀନି ଦାସ 5-ନାରାୟଣୀ ପଣ୍ଡା 6-ଶକ୍ତିଶ୍ରୀ ସାହୁ 7–ଶତାଦ୍ଦୀ ରାୟ 8-ଦମୟନ୍ତୀ ସାହୁ 9-ଶକ୍ତି ମହାପାତ୍ର 10-ସ୍ମରଣୀକା ତୁଳ
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,06/01: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 7 ମହଲା ବିଶିଷ୍ଟ ଏବଂ ଶଯ୍ୟା ସଂଖ୍ୟା 300କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି । ମୋ ସରକାର ଟିମ୍ ପକ୍ଷରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ପରେ ସୋମବାର ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ନୂତନ ଭାବରେ ପ୍ରସ୍ତୁତ ହେବାକୁ ଥିବା ମୁଖ୍ୟ ଚିକିତ୍ସାଳୟଟି 7 ମହଲା ବିଶିଷ୍ଟ ରହିବ ଏବଂ ଏଥିରେ 300 ଶଯ୍ୟା ରହିବ । ବର୍ତ୍ତମାନର ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା 191 ରହିଛି । ସେହିପରି 20 ଲକ୍ଷ ଟଙ୍କା ବିନିମୟରେ ରୋଗୀଙ୍କ ସହଯୋଗୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ନିର୍ମାଣ କରାଯିବ । ଓପିଡି ପଞ୍ଜୀକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ ବୋଲି ଜଣାପଡିଛି । ଏହା ସହିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ପାର୍କିଂ…

