ନୂଆଦିଲ୍ଲୀ,06/01: ଜଓ୍ବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ହିଂସାକୁ ନେଇ ନିଜର ମତ ରଖିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ । ବିଶ୍ବ ବିଦ୍ୟାଳୟକୁ ରାଜନୈତିକ ପରୀକ୍ଷାଗାର ଭାବରେ ବ୍ୟବହାର କରାନଯାଉ ଏବଂ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ମୋହରା ବନାନଯାଉ ବୋଲି ବିଜେପି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରକାଶ କରିଛନ୍ତି । ସେହିପରି ଜେଏନ୍ୟୁ ଆକ୍ରମଣର ତଦନ୍ତ ଜାରି ରହିଥିବାରୁ ଏହା ଉପରେ ମତ ଦେବାକୁ ମନା କରିଛନ୍ତି ଇରାନୀ । ଉଲ୍ଲେଖଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ଜେଏନ୍ୟୁ କ୍ୟାମ୍ପସରେ ଆକ୍ରମଣକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଲ୍ୟୁଟନାଣ୍ଟ ଜେନେରାଲ ଅନୀଲ ବୈଜାଲଙ୍କୁ ଜେଏନ୍ୟୁ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସୀ)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,6/1: ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ. ମିନତୀ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ୨୦୧୨ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ନୃତ୍ୟରେ ‘ଭାବ ଓ ଅଭିନୟ’ର ପରିପ୍ରକାଶ ପାଇଁ ମିନତୀ ବେଶ୍ ଜଣାଶୁଣା । ସେ ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ୧୯୬୩ରେ ପ୍ରଥମଥର ପାଇଁ ସେ ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ପରେ ପରେ ସେ ‘ଭାଇଭାଉଜ’, ‘ଜୀବନସାଥୀ’, ‘ସାଧନା’ ଓ ‘ଅରୁନ୍ଧତୀ’ ପରି ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ । ଏହାସହିତ ଏକ ବଙ୍ଗଳା ଚଳଚ୍ଚିତ୍ର ‘ନିର୍ଜନ ଶୈକର’ରେ ସେ ଅଭିନୟ କରିଥିଲେ । ୧୯୭୫ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିବାବେଳେ ୨୦୦୦ରେ କଳିଙ୍ଗ ଶାସ୍ତ୍ରୀୟ ସଙ୍ଗୀତ ପୁରସ୍କାରରେ…
ଭୁବନେଶ୍ବର : ବଲିଉଡର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ବହୁଦିନରୁ ନିମ୍ନ ରକ୍ତ ଚାପ ପରି ଅସୁସ୍ଥତା ସହିତ ବଞ୍ଚିଥିଲେ ଓ ଏହା ତାଙ୍କର ମୃତ୍ୟର କାରଣ ହୋଇପାରେ ବୋଲି ତାଙ୍କର ଜୀବନୀ ଲେଖକ ସତ୍ୟାର୍ଥ ନାୟକ କହିଛନ୍ତି। ପ୍ରତି ମାସରେ ଅକ୍ସଫୋର୍ଡ ବୁକ ଷ୍ଟୋରରେ ଆୟୋଜିତ ହେଇ ଆସୁଥିବା କେଏଲଏଫ କର୍ଣ୍ଣର ସାହିତ୍ୟିକ ମିଳନ ର ଦ୍ୱାଦଶତମ ସଂସ୍କରଣରେ ଇଂରାଜୀ ପୁସ୍ତକ ‘ଶ୍ରୀଦେବୀ’ ର ବିକ୍ରି ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ସେ କହିଥିଲେ ଯେ ଶ୍ରୀଦେବୀ କମ ଲୁଣ ଥିବା ଖାଦ୍ୟ ଖାଉଥିଲେ ଓ ଏଥିପାଇଁ ଅନେକ ବାର ସେ ବାଥରୁମ ରେ ପଡି ମଧ୍ୟ ଯାଇଥିଲେ। ଏପରିକି ସେ ଚାଲୁଚାଲୁ ମଧ୍ୟ ବେଳେବେଳେ ଟଳି ପଡୁଥିଲେ। ତେଣୁ ସେହିପରି ବାଥରୁମ ରେ ପଡି ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଲେଖକ ନାୟକ ଆଶଙ୍କା ପ୍ରକାଶ କରିଥିଲେ। ଶ୍ରୀଦେବୀ ସାରା ଜୀବନରେ ଅନେକ ଭଲ ଚଳଚ୍ଚିତ୍ର ରେ କାମ…
ନୂଆଦିଲ୍ଲୀ, 6/ 1: ଜେଏନ୍ୟୁରେ ହିଂସା ଆକ୍ରମଣ ପରେ ଏବେ ସେଠାରେ ରହୁଥିବା ଛାତ୍ରଛାତ୍ରୀମାନେ ଭୟର ତ୍ରସ୍ତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଛାଡି ଯାଉଥିବାର ଜଣାଯାଇଛି। ଏବେ ବିଶ୍ବବିଦ୍ୟାଳୟ ପରିସରକୁ ନେଇ ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ଭିତରେ ରହିଛନ୍ତି। ସ୍ଥିତି ସାମାନ୍ୟ ହେଲେ ପୁନର୍ବାର କ୍ୟାମ୍ପସ୍କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଛାତ୍ରଛାତ୍ରୀମାନେ ସୂଚନା ଦେଇଛନ୍ତି। ସ୍ଥିତିରେ ସୁଧାର ଲାଗି କ୍ୟାମ୍ପସ୍ ଆଗରେ ମେନ୍ଗେଟ୍ରେ ପୁଲିସ୍ ରହିଛନ୍ତି। ସୂଚନାଯୋଗ୍ୟ, ଜେଏନ୍ୟୁର ଛାତ୍ର ସଂଘ ଏହି ଆକ୍ରମଣ ଘଟଣା ପାଇଁ ଏବିଭିପି ବିଦ୍ୟାର୍ଥୀ ପରିଷଦକୁ ଦାୟୀ କରିଛନ୍ତି। ଅପରପକ୍ଷେ ଏବିଭିପି ଛାତ୍ର ସଂସଦ ଲେଫ୍ଟ ଓ୍ବିଙ୍ଗ୍ ଉପରେ ମାରପିଟ୍ରେ ଅଭିଯୋଗ ରିଛନ୍ତି। ଜେଏନ୍ୟୁରେ ବର୍ଦ୍ଧିତ ଫି’କୁ ନେଇ ବହୁ ସମୟ ଧରି ବିରୋଧ ପ୍ରଦର୍ଶନ ଚାଲୁରହିଥିଲା। ଏହି ଆକ୍ରମଣ ଘଟଣାରେ ତଦନ୍ତ ଆରମ୍ଭ କରିଛି। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 6/1: ଗତକାଲି ରାତ୍ରିରେ ଜେନେୟୁ ବିଶ୍ବବିଦ୍ୟାଳୟରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଏବେ ବିରୋଧ ପ୍ରଦର୍ଶନ ଚାଲିଛି। ଶିକ୍ଷାନୁଷ୍ଠାନରେ ଏଭଳି କାଣ୍ଡକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆକ୍ରମଣକୁ କଡା ନିନ୍ଦା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଆଇନ ଅନୁସାରେ ଦଣ୍ଡ ଦିଆଯାଉ। ଏହାସହ ଆହତ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ନୂଆଦିଲ୍ଲୀ, 6/1: ଦେଶର ପ୍ରତିଷ୍ଠିତ ଜବାହରଲାଲ୍ ୟୁନିଭରସିଟିରେ ରବିବାର ରାତିରେ କିଛି ଆକ୍ରମଣକାରୀମାନେ କ୍ୟାମ୍ପସ୍ ଭିତରେ ପଶି ଛାତ୍ରଙ୍କ ସମେତ ଅଧ୍ୟାପକଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ 30ଜଣ ଛାତ୍ର ଆହତ ହୋଇଛନ୍ତି। ଜେଏନୟୁରେ ହୋଇଥିବା ହିଂସା ଘଟଣାକୁ ଦେଶବ୍ୟାପୀ ବିରୋଧ କରାଯାଉଛି। ଆଜି ଏହି ଘଟଣାକୁ ନେଇ ଭାରତର ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟ ବିରୋଧ ପ୍ରଦର୍ଶନ ଜାରି ରଖିଛି। ପୁଲିସ୍ର ଦାୟିତ୍ବହୀନତା ପାଇଁ ଏସବୁ ହୋଇଥିବାର ଅଭିଯୋଗ ହୋଇଥିବାବେଳେ ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରାଯାଉଛି। ଜେନୟୁ ହିଂସାକୁ ନେଇ ଏବେ ଦେଶର ରାଜନୀତି ପୁଣି ଗରମ ହୋଇଛି। ଏହି ଘଟଣାକୁ ନେଇ ଉଭୟ ସରକାର ଓ ବିରୋଧୀ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଚାଲିଛନ୍ତି। ବିଶ୍ବବିଦ୍ୟାଳୟରେ ଏଭଳି ଅମାନୁଷିକ କାଣ୍ଡ ପାଇଁ ଉଭୟ ସରକାର ଓ ବିରୋଧୀ ଉଭୟଙ୍କୁ ଦାୟୀ କରିଚାଲିଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ହୋଇଥିବା ହିଂସା ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍…
ନୂଆଦିଲ୍ଲୀ, 5/1: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ଗତକାଲି ରାତିରେ ବଡଧରଣର ହିଂସା ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟ ପରିସରରେ ଆକ୍ରମଣକାରୀମାନେ ଛାତ୍ରଙ୍କ ସମେତ ଶିକ୍ଷକମାନଙ୍କୁ ଆକ୍ରମଣ କରିଛନ୍ତି। ଏହି ଗଣ୍ଡଗୋଳରେ ଛାତ୍ରସଂଘର ସଭାପତି ଆଇଶ ଘୋଷ ଗୁରୁତର ହୋଇଛନ୍ତି। ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଅତି କମରେ ୩୦ ଜଣ ଛାତ୍ର ଆହତ ହୋଇଥିବା ସୂଚନା ରହିଛି। ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣ ପରେ ଜେଏନୟୁ, ଏମ୍ସ, ଦିଲ୍ଲୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ବାହାରେ ରାତିସାରା ପ୍ରଦର୍ଶନ ହୋଇଛି। ମୁମ୍ବାଇ ସମେତ ଦେଶର ଅନ୍ୟ କିଛି ସ୍ଥାନରେ ଲୋକେ ଜେଏନୟୁର ହିଂସାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। କଲିକତାର ଯାଦବପୁର ବିଶ୍ବବିଦ୍ୟାଳୟ, ପୁଣେର ଏଫ୍ଆଇଟିଟି ବିଶ୍ବବିଦ୍ୟାଳୟ ଓ ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ମଧ୍ୟ ଏହି ପ୍ରତିବାଦକୁ ନେଇ ପ୍ରଦର୍ଶନ ଜାରି ରହିଛି। ଆହତ ଛାତ୍ର ଓ ଶିକ୍ଷକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଜେଏନୟୁ ଛାତ୍ରମାନେ କହିଛନ୍ତି ଆକ୍ରମଣକାରୀଙ୍କ ସଂଖ୍ୟା…
କେଦାର ମିଶ୍ର ଆଜି ନୁହେଁ, ଗତ ପାଞ୍ଚବର୍ଷ ହେଲା ଭାରତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଉପରେ ଭାରତର ଶାସକ ଦଳ ଓ ତାର ଛାମୁଆ ସଙ୍ଗଠନ ଗୁଡିକ ନିରନ୍ତର ଆକ୍ରମଣ କରି ଆସୁଛନ୍ତି। ହେଲେ ଗତକାଲି ସନ୍ଧ୍ୟାରେ ଏହି ବିଶ୍ଵ ବିଦ୍ୟାଳୟରେ ଯାହା ଘଟିଲା ତାହା ଭାରତର ଇତିହାସରେ ସବୁଠୁ କଳଙ୍କିତ ଘଟନା ବୋଲି ଲେଖାଯିବ। ରାଜଧାନୀ ଦିଲ୍ଲୀର ପ୍ରାଣକେନ୍ଦ୍ରରେ ଅବସ୍ଥିତ ଏହି ବିଶ୍ଵ ବିଦ୍ୟାଳୟରେ ଶତାଧିକ ମୁଖାପିନ୍ଧା ଗୁଣ୍ଡା ପ୍ରବେଶ କରି ଘଣ୍ଟା ଘଣ୍ଟା ଧରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଉପରେ ନିର୍ଘାତ ଆକ୍ରମଣ କଲେ। ବିଶ୍ଵ ବିଦ୍ୟାଳୟ ପ୍ରଶାସନ ଓ ଦିଲ୍ଲୀ ପୋଲିସ ଏହି ଗୁଣ୍ଡାମୀର ତାମସା ଦେଖିବା ବ୍ୟତୀତ ଆଉ କିଛି କଲେ ନାହିଁ। ବିଶ୍ଵ ବିଦ୍ୟାଳୟ ଛାତ୍ର ସଂଘର ସଭାନେତ୍ରୀ ଆଇଶା ଘୋଷଙ୍କ ରକ୍ତାକ୍ତ ମୁହଁ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଆଗରେ ଗୋଟେ ଭୟଙ୍କର ଦାଗ ହୋଇ ରହିଗଲା। ବିନା ଭୟ…
ନୂଆଦିଲ୍ଲୀ, 5/1: ନାଗରିକତା ସଂଶୋଧନ ଆଇନକୁ ନେଇ ଏନ୍ଆରସି, ଏନ୍ପିଆରକୁ ନେଇ ଦେଶବ୍ୟାପୀ ତର୍କ ଓ ରାଜନୈତିକ ଚର୍ଚ୍ଚା ଚାଲିଥିବାବେଳେ ଏହା ଏବେ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଛି । ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏହା ବେଶ୍ ଦାନା ଯୋଗାଉଛି । ଦିଲ୍ଲୀରେ ସିଏଏ ବିରୋଧ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କଂଗ୍ରେସ ନୂଆ ଚାଲ ଚଲାଇଛି । କଂଗ୍ରେସର ଦିଲ୍ଲୀ ପ୍ରମୁଖ ଅଜୟ ମାକେନ କହିଛନ୍ତି ଯେ, ଯଦି ଦିଲ୍ଲୀରେ କଂଗ୍ରେସ କ୍ଷମତାସୀନ ହୁଏ, ତେବେ ନାଗରିକତା ସଂଶୋଧନ ଆଇନ ଅର୍ଥାତ୍ ସିଏଏ ଓ ଏନ୍ଆରସି ଓ ଏନ୍ପିଆରକୁ ଲାଗୁ ହେବାକୁ ଦେବ ନାହିଁ । ଦିଲ୍ଲୀରେ କଂଗ୍ରେସର ଘୋଷଣାପତ୍ରରେ ଏହାକୁ ନେଇ ବିଶେଷ ଘୋଷଣା ରହିବ ବୋଲି ସୂଚନା ରହିଛି । ଏହାସହିତ କଂଗ୍ରେସ ଦିଲ୍ଲୀରେ କେଜ୍ରୀଓ୍ବାଲ ସରକାରଙ୍କ ନିକଟରେ ଏହି ବିଷୟକୁ ନେଇ ବିଧାନସଭାରେ ଏକ ବିଶେଷ ଅଧିବେଶନ କରିବାକୁ ଦାବି କରିଛି…
ଉତ୍ତରପ୍ରଦେଶ, 5/1: ନୂତନ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିରୋଧ ପ୍ରଦର୍ଶନ ଜାରି ରହିଛି। ଏବେ ଏହି ବିଷୟକୁ ନେଇ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ଏହି ଘଟଣାରେ କିଛି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଛି । ଏହାମଧ୍ୟରେ ସମାଜବାଦୀ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ହିଂସାରେ ମୃତ୍ୟୁବରଣ କରିଥିବା ମହମ୍ମଦ ଓ୍ବକିଲ୍ଙ୍କ ପରିଜନଙ୍କ ସହ ସାକ୍ଷାତ କରିଛନ୍ତି। ସମାଜବାଦୀ ଦଳ ଅଧ୍ୟକ୍ଷ କହିଛନ୍ତି ଯେ, ଏହି ହିଂସାରେ ମୃତ୍ୟୁବରଣ କରିଥିବା ପୀଡ଼ିତ ପରିବାରକୁ 5-5 ଲକ୍ଷ ସହାୟତା ରାଶି ଯୋଗାଇଦିଆଯିବ। ସମାଜବାଦୀ ଦଳ ତରଫରୁ ଏକ ଟୁଇଟରରେ ଏହା ଘୋଷଣା କରାଯାଇଛି। ‘ସମ୍ବିଧାନ ବଞ୍ଚାଇବା ପାଇଁ ସିଏଏ-ଏନ୍ଆରସି ବିରୋଧୀ ଆନ୍ଦୋଳନରେ ସରକାରର ବର୍ବରତା ଅତ୍ୟାଚାରରେ ଜୀବନ ଦେଇଥିବା ପୀଡ଼ିତ ପରିବାରଙ୍କୁ ପାଞ୍ଚ ଲକ୍ଷଟଙ୍କାର ସହାୟତା ରାଶି ଦଳ ତରଫରୁ ପ୍ରଦାନ କରାଯିବ। (ଏଜେନ୍ସି)
ପେଶାଓ୍ବାର, 5/1: ପାକିସ୍ତାନରେ ନନକାନା ସାହିବ ଗୁରୁଦ୍ବାରଠାରେ ହୋଇଥିବା ଆକ୍ରମଣ ପରେ ବିବାଦ ଥମୁନାହିଁ । ପାକିସ୍ତାନ ପେଶାୱାରରେ ଆଜି ପୁଣି ଜଣେ ଶିଖ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଶିଖ ଯୁବକଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ରବୀନ୍ଦ୍ର ସିଂହ ବୋଲି ଜଣାପଡିଛି । ପଚିଶ ବର୍ଷୀୟ ରବିନ୍ଦ୍ର ସିଂହ ମାଲେସିଆରେ ରହୁଥିବାବେଳେ ନିଜ ବିବାହ ପାଇଁ ପେଶଓ୍ବାର ଆସିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନନକାନା ସାହିବ ଗୁରୁଦ୍ବାର ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ଇମ୍ରାନ୍ ଏହି ଘଟଣାକୁ ନେଇ ସରକାର ତଥା ଅଦାଲତ ଜିରୋ ଟରେଲାନ୍ସ ନୀତି ଆପଣାଇେବ ବୋଲି କହିଛନ୍ତି ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଗୁରୁ ନାନକଙ୍କ ଜନ୍ମସ୍ଥଳୀ ତଥା ଶିଖ ଧର୍ମାଲମ୍ୱୀଙ୍କ ପବିତ୍ର ପୀଠ ନାନକାନା ଗୁରୁଦ୍ୱାରରେ ପ୍ରାର୍ଥନା କରୁଥିବା ଶିଖ ଲୋକଙ୍କ ଉପରେ…
ବିହାର, 5/1: ଏବେ ଏନପିଆରକୁ ନେଇ ବିଜେପି ଓ ସହଯୋଗୀ ଦଳ ଜେଡିୟୁ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି । ଏହାକୁ ନେଇ ଦୁଇ ଦଳ ଭାଗ ହେବାକୁ ଯାଉଛନ୍ତି । ଜେଡିୟୁ ମହାସଚିବ ପବନ ବର୍ମା ଦଳର ଅଧ୍ୟକ୍ଷ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କୁ ସିଏଏ-ଏନ୍ପିଆର ଯୋଜନାକୁ ସ୍ପଷ୍ଟ ରୂପେ ଖାରଜ କରିବାକୁ ଅନୁରୋଧ କରିଛନ୍ତି । ପବନ ବର୍ମା କହିଛନ୍ତି ଯେ, ଏହା ଭାରତକୁ ଭାଗ କରିବା ସହିତ ଅନାବଶ୍ୟକ ସାମାଜିକ ଅଶାନ୍ତି ସୃଷ୍ଟି କରୁଥିବା ଏକ ଏଜେଣ୍ଡା । ବିହାରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ୍ ମୋଦି ଏନ୍ଆରପିକୁ ନେଇ ‘ଏକତରଫା’ ଘୋଷଣାରେ ଆଶ୍ଚର୍ଯ୍ୟ ହୋଇ ନୀତିଶ୍ କୁମାରଙ୍କୁ ଏକ ଖୋଲା ପତ୍ର ଦେଇଛନ୍ତି ପବନ ବର୍ମା। ସୂଚନାଯୋଗ୍ୟ, ସୁଶୀଲ୍ ମୋଦି କହିଥିଲେ ଯେ, ବିହାରରେ ମଇ 15ରୁ 18 ଭିତରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର କାର୍ଯ୍ୟ ଆରମ୍ଭ ହେବ । କିନ୍ତୁ…
https://youtu.be/4cTjX4SsA-c
ନୂଆଦିଲ୍ଲୀ, 5/1: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ସଂଶୋଧିତ ନାଗରିକତା ଆଇନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲା ଦେଶବାସୀଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ କରିଥିଲେ । ଅମିତ ଶାହାଙ୍କ ବୟାନକୁ ନେଇ ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରୀଓ୍ବାଲ ମଧ୍ୟ ପାଲଟା ଜବାବ ରଖିଛନ୍ତି । କେଜରୀଓ୍ବାଲ କହିଛନ୍ତି ଯେ, ମୋତେ ଲାଗିଥିଲା ଯେ ଆମ କାମରେ ରହିଥିବା ଦୁର୍ବଳତାକୁ କହି ଦିଲ୍ଲୀ ବିକାଶର କଥା କହିବେ। କିନ୍ତୁ ସେ ତ କେବଳ ଗାଳି ଦେବା ବ୍ୟତୀତ କିଛି କହିଲେ ନାହିଁ । ଦିଲ୍ଲୀ ପାଇଁ ତାଙ୍କ ପାଖରେ ଯଦି କିଛି ଭଲ ପ୍ରସ୍ତାବ ଅଛି ତ କୁହନ୍ତୁ, ନ ହେଲେ ଆମେ ଆଗାମୀ 5 ବର୍ଷ ଭିତରେ ଆମେ ଭଲ ପ୍ରସ୍ତାବ ଦିଲ୍ଲୀରେ ଲାଗୁ କରିବୁ ବୋଲି କେଜ୍ରୀଓ୍ବାଲ…
ଉତ୍ତରପ୍ରଦେଶ, 5/1: ନାଗରିକତା ଆଇନକୁ ରାଜ୍ୟରେ ଲାଗୁ କରିବା ନେଇ ଉତ୍ତର ପ୍ରଦେଶର ଯୋଗୀ ସରକାର ପଦକ୍ଷେପ ନେଇଛନ୍ତି । ସିଏଏ ଲାଗୁ କରିବାରେ ୟୁପି ଦେଶର ପ୍ରଥମ ରାଜ୍ୟ ଭାବେ ସର୍ବପ୍ରଥମେ ପ୍ରକ୍ରିୟା ଆରମ୍ଭ କରିଛି। ୟୁପି ସରକାର ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ସମସ୍ତ ସଂଖ୍ୟାଲଘୁଙ୍କ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ବେଆଇନ ଭାବେ ୟୁପିରେ ରହୁଥିବା ଲୋକଙ୍କ ତଥ୍ୟ ମଧ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ମୁଖ୍ୟ ସଚିବ(ଗୃହ) ଅବନିଶ ଅବସ୍ତି କହିଛନ୍ତି ଯେ, ପ୍ରଥମ ଥର ସିଏଏକୁ ନେଇ ତାଲିକା ପ୍ରସ୍ତୁତ କରାଯାଉଛି। ନୂତନ ଆଇନ ଅନୁଯାୟୀ ସଂଖ୍ୟାଲଘୁ(ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ) ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ। ଏହି ସମସ୍ତ ସୂଚନା ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ଦିଆଯିବ। ସମସ୍ତ ଜିଲ୍ଲାପାଳଙ୍କୁ ତିନି ଦେଶରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଆସିଥିବା ସଂଖ୍ୟାଲଘୁଙ୍କ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 5/1:ନବୀନ ନିବାସରେ ମୋ’ ପରିବାର ବୈଠକ ପରେ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବିଜେଡି ତରଫରୁ ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ପରିବେଶ ସୁରକ୍ଷା, ସ୍ଵାସ୍ଥ୍ୟ, ପ୍ରବାସୀ ଓଡ଼ିଆଙ୍କୁ ସହାୟତା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହା ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ବୋଲି କହିବା ସହିତ ଏହି ୩ଟି ବିଭାଗ ଉପରେ ମୋ ପରିବାର କାର୍ଯ୍ୟ କରିବ ବୋଲି ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି। ଏଥିରେ ପରିବେଶ ସୁରକ୍ଷା ଦାୟିତ୍ଵରେ ସାଂସଦ ପିନାକୀ ମିଶ୍ର ରହିବେ। ସେହିପରି ଚନ୍ଦ୍ରଶେଖର ସାହୁଙ୍କୁ ପ୍ରବାସୀ ଓଡ଼ିଆ ଦାୟିତ୍ଵ ଦିଆଯାଇଥିବାବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସ୍ଵାସ୍ଥ୍ୟ ବିଭାଗ ଦାୟିତ୍ଵ ଦିଆଯାଇଛି ।
https://www.youtube.com/watch?v=bZA8ivzyZhs
ମୁମ୍ବାଇ, 5/1: ଅଭିନେତା ଅଜୟ ଦେବଗନ୍ଙ୍କ ଲୋକପ୍ରିୟ ଚରିତ୍ର ଡିସିପି ବାଜରାଓ୍ବ ସିଂଘମ୍ଙ୍କୁ ପୁଣିଥରେ ପରଦା ଉପରେ ଦେଖିବା ନେଇ ପ୍ରଶଂସକମାନେ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିରହିଛନ୍ତି । ତେବେ ତାଙ୍କ ଅପେକ୍ଷାକୁ ଆହୁରି ମଜାଦାର ରିବା ପାଇଁ ସୁପରଷ୍ଟାର ଅଭିନେତା ଅଜୟ ଏହି ଫିଲ୍ମର ରିଲିଜ୍ ହେବା ନେଇ ସଂକେତ ଦେଇଛନ୍ତି । ସିଂଘମ୍ -3କୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରେ ଅଜୟ କହିଛନ୍ତି ଯେ, – ହଁ, ଏହି ଫିଲ୍ମଟି ନିର୍ମାଣ ହେବ । କିନ୍ତୁ ଏହା ପୂର୍ବରୁ ଆମେ ଗୋଲ୍ମାଲ୍ କରୁଛୁ । ଏହା ପରେ ବୋଧେ ସିଂଘମ୍ ହେବ । ଆପଣମାନେ ଯେତେବେଳେ ସୂର୍ଯ୍ୟବଂଶୀ ଦେଖିବେ, ତେବେ ଆପଣ ପଚାରିଥିବା ପ୍ରଶ୍ନର ଉତ୍ତର ପାଇପାରିବେ । ଏହାର ଉତ୍ତର ଏହି ଫିଲ୍ମରେ ଲୁଚି ରହିଛି । ଏମିତିରେ ବି ସୂର୍ଯ୍ୟବଂଶୀରେ ମୁଁ ଅଛି ବୋଲି କହିଛନ୍ତି ଅଜୟ । ରୋହିତ ସେଟ୍ଟିଙ୍କ ପୁଲିସ୍ ଡ୍ରାମା…
Mumbai: Actors Vikrant Massey and Deepika Padukone during the promotions of their upcoming film “Chhapaak” in Mumbai on Jan 4, 2020. (Photo: IANS)
Mumbai: Actress Kangana Ranaut during the promotions of her upcoming film “Panga” in Mumbai on Jan 4, 2020. (Photo: IANS)
Mumbai: Actress Ananya Panday seen at Bandra, in Mumbai on Jan 3, 2020. (Photo: IANS)

