Author: Samikhsya Bureau

ବର୍ଦ୍ଧିତ ଫି’କୁ ନେଇ ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଛାତ୍ରଙ୍କ ବିକ୍ଷୋଭ ଆରମ୍ଭ ହେବା ସହିତ ଏକ ବିଶାଳ ରାଲି ସଂସଦ ଅଭିମୁଖେ ବାହାରିଛି । ପାଖାପାଖି ଦୁଇରୁ ତିନି ହଜାର ଛାତ୍ରଛାତ୍ରୀ ଏହି ରାଲିରେ ସାମିଲ୍‌ ହୋଇଛନ୍ତି ।  ଏଥିପାଇଁ ସେମାନେ ଜେଏନ୍‌ୟୁର ଗେଟ୍‌ ସମ୍ମୁଖରେ ଲାଗିଥିବା ୩ଟି ବ୍ୟାରିକେଡ୍‌କୁ ଭାଙ୍ଗି ଶେଷ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏହାରି ଭିତରେ ଛାତ୍ର ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ସଂସଦ ବାହାରେ ୧୪୪ ଧାରା ଲାଗୁ କରାଯାଇଛି।

Read More

191 କୋଟିର ବିମାନ କିଣିବା ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଆକ୍ରମଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ରବିବାର ରିଠାଲାର ରୋହିଣୀରେ ଏକ ସଡକ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ କେଜ୍ରିଓ୍ବାଲ ଏହି ମତ ଦେଇଛନ୍ତି । ଦିଲ୍ଲୀରେ ମହିଳାଙ୍କୁ ମାଗଣା ଯାତ୍ରା ବ୍ୟବସ୍ଥା ପ୍ରଚଳନ କରିଥିବା କେଜ୍ରିଓ୍ବାଲଙ୍କୁ ବିପକ୍ଷ ଦଳଙ୍କ ପକ୍ଷରୁ ସମାଲୋଚନା କରାଯାଇଛି । ଏହାକୁ ନେଇ କେଜ୍ରିଓ୍ବାଲ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ସମାଲୋଚନା କରିଛନ୍ତି । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ 191 କୋଟିର ବିମାନ ବ୍ୟକ୍ତିଗତ ବ୍ୟବହାର ପାଇଁ କିଣିଛନ୍ତି । ମାତ୍ର ମୁଁ ବ୍ୟକ୍ତିଗତ ଭାବରେ ବିମାନ ବ୍ୟବହାର କରେ ନାହିଁ ତେଣୁ ଉକ୍ତ ଅର୍ଥରେ ମୁଁ ଦିଲ୍ଲୀର ମା ଏବଂ ଭଉଣୀ ମାନଙ୍କୁ ମାଗଣା ବସ୍‌ ଯାତ୍ରାର ସୁବିଧା ପ୍ରଦାନ କରୁଛି ବୋଲି କେଜ୍ରିଓ୍ବାଲ କହିଛନ୍ତି ।

Read More

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଦେଖାଦେଇଛି । କଂଗ୍ରେସ ଚାଷୀ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାରୁ ବାଚସ୍ପତି ସୂର୍ଯ୍ୟ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।  ଆଜି ଗୋଟିଏ ପଟେ ବିରୋଧୀ ବିଜେପି ଦଳ ଗୃହକୁ ନ ଆସିବା ବେଳେ କଂଗ୍ରେସ ଚାଷୀ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଛି । ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ କଂଗ୍ରେସ ନେତା ମାନେ ଚାଷୀ ପ୍ରସଙ୍ଗ ନେଇ ଗୃହ ମଧ୍ୟକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ । ମଣ୍ଡିରୁ ଚାଷୀର ଧାନ ଉଠୁନି । ଟୋକନ୍‌ ବ୍ୟବସ୍ଥାରେ ଚାଷୀଙ୍କୁ ଟୋକନ ଲାଗୁ ହୋଇ ନାହିଁ । ଏହି ସବୁ ପ୍ରଶ୍ନ ନେଇ କଂଗ୍ରେସ ହୋହଲ୍ଲା କରିଥିଲା । ଏହା ସହ ବିଜେପି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଗତ ଶନିବାର ଭଳି…

Read More

ଅପକମିଙ୍ଗ ବଲିଉଡ୍‌ ଫିଲ୍ମ ତାନାଜୀର ନୂତନ ପୋଷ୍ଟର ରିଲିଜ୍‌ ହୋଇଛି । ତାନାଜୀ ମାଲୁସାରେଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ କାଜୋଲଙ୍କ ଚରିତ୍ର ସାବିତ୍ରୀ ବାଇ ମାଲୁସାରେଙ୍କ ପୋଷ୍ଟର ରିଲିଜ୍‌ କରାଯାଇଛି । ସୋମବାର ଅଜୟ ଦେବଗନ ଫିଲ୍ମର ନୂତନ ପୋଷ୍ଟର ରିଲିଜ୍‌ କରାଯାଇଛନ୍ତି । ପୋଷ୍ଟରରେ କାଜୋଲଙ୍କୁ ସମ୍ପୂର୍ଣ୍ଣ ମରାଠୀ ମହିଳା ଭୂମିକାରେ ଦେଖିବାକୁ ମିଳିଛି । ଏହା ସହିତ ପୋଷ୍ଟରରେ ଜଣଙ୍କୁ ମରାଠା ପତାକା ଧରିଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଫିଲ୍ମରେ ଅଜୟ ଦେବ୍‌ଗନ୍‌ ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଚରିତ୍ରର ପୋଷ୍ଟର ରିଲିଜ୍‌ ହୋଇଥିଲା । ଏହି ଫିଲ୍ମଟି ଆସନ୍ତା 10 ଜାନୁୟାରୀ 2020ରେ ରିଲିଜ୍‌ ହେବାକୁ ଯାଉଛି ।

Read More

ରାଜସ୍ଥାନର ବିକାନେର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଓ ବସ ମଧ୍ୟରେ ଧକ୍କା ହେବା ଫଳରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ25 ଜଣ ଆହତ ହୋଇଛନ୍ତି । ଆଜି ସକାଳେ ବିକାନେର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ ଯାଇଥିବା 11 ନମ୍ବର ଜାତୀୟ ରାଜପଥରେ ଏକ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି 10 ଜଣ ପ୍ରାଣ ହରାଇଛନ୍ତି । ଏହାସହ ପ୍ରାୟ 25 ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।

Read More

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଗୋଟାବାୟା ରାଜପକ୍ଷା । ରବିବାର ଅନୁଷ୍ଠିତ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ସରକାରୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ସଜିଥା ପ୍ରେମଦାସାଙ୍କୁ ପରାସ୍ତ କରିଛନ୍ତି । ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ କଲୋନେଲ୍‌ ରାଜପକ୍ଷା ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷାଙ୍କ ସାନ ଭାଇ । ମହିନ୍ଦ୍ରା ରାଜପକ୍ଷାଙ୍କୁ 53-54 ପବ୍ରତିଶତର ଭୋଟ ମିଳିଥିବା ଜଣାପଡିଛି । ସୋମବାର ରାଜପକ୍ଷା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ବୋଲି ଦଳୀୟ ମୁଖପାତ୍ର ଖେଲିୟା ରାମ୍ବୁକେଓ୍ବାଲା ପ୍ରକାଶ କରିଛନ୍ତି । ସରକାରୀ ଦଳ ଦୃଢ ସ୍ଥିତିରେ ରହିଥିଲେ ମଧ୍ୟ ଗୁଇନ୍ଦା ବିଫଳତା କାରଣରୁ ଇଷ୍ଟରରେ ଶ୍ରୀଲଙ୍କା ବିସ୍ଫୋରଣ ଘଟି 269 ଜଣଙ୍କର ପ୍ରାଣହାନି ଘଟିଥିଲା । ଏହି ବିସ୍ଫୋରଣ ଶ୍ରୀଲଙ୍କା ନିର୍ବାଚନକୁ ପ୍ରଭାବିତ କରିଥିଲା । ନିର୍ବାଚନରେ ପରାଜୟ ପରେ ଶ୍ରୀଲଙ୍କା ମୁଖ୍ୟମନ୍ତ୍ରୀ ରେନିଲ ବିକ୍ରମସିଙ୍ଘେଙ୍କୁ ନିଜ ପଦବୀରୁ ଓହରିବା ପାଇଁ ଶ୍ରୀଲଙ୍କା କ୍ୟାବିନେଟ୍‌ର ସଦସ୍ୟ ପରାମର୍ଶ ଦେଇଛନ୍ତି ।

Read More

ଗତକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୋବଡେଙ୍କୁ ଶପଥ ପାଠ କରାଇଥିଲେ । ସୋମବାର ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର 47 ତମ ମୁଖ୍ୟ ବିଚାରପତି ଭାବରେ ବୋବଡେ ଶପଥ ଗ୍ରହଣ କରିଛନ୍ତି । 2000 ମସିହାରେ ବମ୍ବେ ହାଇକୋର୍ଟରେ ସହକାରୀ ବିଚାରପତି ଭାବରେ ଯୋଗ ଦେଇଥିଲେ ବୋବଡେ । ଅକ୍ଟୋବର 2012ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା ସହିତ 2013ରେ ସୁପ୍ରିମୋକୋର୍ଟରେ ବିଚାରପତି ଦାୟିତ୍ବ ନିର୍ବାହ କରିଥିଲେ । ଆସନ୍ତା ଏପ୍ରିଲ 23, 2021 ପର୍ଯ୍ୟନ୍ତ ବୋବଡେ ମୁଖ୍ୟ ବିଚାରପତି ଭାବରେ ଅବସ୍ଥାନ କରିବେ ।

Read More

ଜାମ୍ମୁ-କାଶ୍ମୀରର ପଲାମ୍ବାଲା ସେକ୍ଟର ଅନ୍ତର୍ଗତ ସୀମାନ୍ତରେ ଏକ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି । ପାଲାମ୍ବାଲା ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ପାକିସ୍ତାନ ବିଛାଇଥିବା ଆଇଇଡି ବିସ୍ଫୋରଣ ଘଟିବାରୁ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ରବିବାର ଅପରାହ୍ନ ପ୍ରାୟ 4ଟା ବେଳେ ଭାରତୀୟ ସେନାର ଏକ ଗାଡ଼ି ନିୟନ୍ତ୍ରଣ ରେଖା ନିକଟରେ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

ବାରିପଦା-ଆଜି ସକାଳେ ବାରିପଦାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୟୂରଭଞ୍ଜ ଜିଲ୍ଲା ଦ୍ୱାରଶୁଣି ଘାଟି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପୋଲ ତଳକୁ ଏକ ଟ୍ରକ ଖସି ପଡିବା କାରଣରୁ 2 ଜଣ ପ୍ରାଣ ହରାଇଛନ୍ତି । ସକାଳ 6ଟା ବେଳେ ଟ୍ରକଟି ଦ୍ୱାରଶୁଣି ଘାଟି ରାସ୍ତା ଦେଇ ଯାଉଥିଲା । ସେହିସମୟରେ ଏହା ଘାଟି ନିକଟରେ ଥିବା ଏକ ପୋଲ ତଳକୁ ଖସି ପଡିଥିଲା । ଫଳରେ 2 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଅନ୍ୟଜଣେ ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Read More

କେଦାର ମିଶ୍ର  ଅର୍ଥନୀତି ଏ ମାସର ସବୁଠୁ ଚିନ୍ତାର ବିଷୟ। କାରଣ ଯଥାଶୀଘ୍ର ଜିଡିପିର ତିନିମାସିଆ ଅଙ୍କ ପ୍ରକାଶ ପାଇବ ଓ ଏହା ୪.୨% ଭିତରେ ସୀମିତ ରହିବ ବୋଲି ଆକଳନ କରାଯାଉଛି। ଏହାର ଅର୍ଥ ହେଉଛି, ଆମେ ପୁଣିଥରେ ୫୦ ଓ ଷାଠିଏ ଦଶକର ଅର୍ଥନୈତିକ ଅତୀତକୁ ଫେରି ଯାଉଛି। ଗୋଟେ ସମୟରେ ପ୍ରାୟ ଅଢେଇ ରୁ ସାଢେ ତିନି ପ୍ରତିଶତ ହାରରେ ଆମର ଅର୍ଥନୈତିକ ଅଭିବୃଦ୍ଧି ଘଟୁଥିଲା ଓ ଏହାକୁ ସେତେବେଳେ କଟାକ୍ଷ କରି କୁହାଯାଉଥିଲା ହିନ୍ଦୁ ରେଟ ଅଫ ଗ୍ରୋଥ। ମନମୋହନ ସିଂ ଆସିଲା ପରେ ଅର୍ଥନୀତି ବଦଳିଲା ଓ ଗୋଟେ ସମୟରେ ଆମେ ଅଭିବୃଦ୍ଧି ହାରରେ ଦୁଇ ଅଙ୍କ ହାସଲ କରିବାର ବିରଳ ସଫଳତା ପାଇଲୁ। ୨୦୧୦ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୧୦.୩% ରେ ପହଞ୍ଚିଥିଲା। ସେଥିଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜିର ଶାସକ ଦଳ ଯେତେ ଗାଳି କାଲେ…

Read More

ସମୀକ୍ଷା ବ୍ୟୁରୋ ବାଣପୁର-ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରିମୁଣ୍ଡା ଅଞ୍ଚଳରୁ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ଏନେଇ ବାଣପୁର ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ଉକ୍ତ ଅଞ୍ଚଳର ବିଶ୍ୱମ୍ବର ପ୍ରଧାନ ବୋଲି ଖବର ମିଳିଛି। ସମ୍ପୃକ୍ତ ଯୁବକ ଜଣଙ୍କ ଦୀର୍ଘଦିନ ଧରି ଚୋରା ମଦ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା। ସେ ଏକ କ୍ୟାବିନରେ ଚୋରାମଦ ବେପାର କରୁଥିବାବେଳେ ପୋଲିସ ଖବର ପାଇ ଅଚାନକ ଚଢ଼ାଉ କରିଥିଲା। ତେବେ ଘଟଣାସ୍ଥଳରୁ ବହୁ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୋଲିସ। ସୂଚନା ମୁତାବକ ପୋଲିସ ସମ୍ପୃକ୍ତ ଯୁବକ ବିରୋଧରେ କେସ ନମ୍ବର ୩୧୯/୧୯ ଓଡିଶା ଅବକାରୀ ଆଇନ ଅନୁଯାୟୀ ଦଫା ୫୨(ଏ) ଲଗାଇ ମାମଲା ରୁଜୁ କରିଛି।

Read More