https://www.youtube.com/watch?v=jRme3B7DgE4
Author: Samikhsya Bureau
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ, ୨୮/୧୨: ହିଞ୍ଜିଳିକାଟୁରେ ଏକ ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ତ୍ରିରଙ୍ଗା ସେବା ସଙ୍ଘ ଓ ଏଚସିଜି ପଣ୍ଡା ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏହି ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଡ଼.ବୃନ୍ଦାବନ ମିଶ୍ର, ଡ଼.ରଞ୍ଜିତ କର ଓ ତ୍ରିରଙ୍ଗା ସେବା ସଙ୍ଘର ସଭାପତି ରଞ୍ଜନ କୁମାର ସାହୁ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ପ୍ରାରମ୍ଭ କରିଥିଲେ। ଅନୁଷ୍ଠାନର ଉପସଭାପତି ପ୍ରଭାତ ମହାରଣା ଏବଂ ସମ୍ପାଦକ କିରଣ ପୃଷ୍ଟି ମୁଖ୍ୟ ଅତିଥି ଡ଼.ରଂଜିତ କରଙ୍କୁ ପୁଷ୍ପଗୁଚ୍ଛା ଦେଇ ସ୍ୱାଗତ କରିଥିଲେ। କ୍ୟାନସର ଭଳି ଦୂରାରୋଗ୍ୟ ରୁ ଆରୋଗ୍ୟ ଲାଭ କରି କେମିତି ସାଧାରଣ ଜୀବନ ବଞ୍ଚିପାରିବ ତା‘ଉପରେ ଡ଼.ବୃନ୍ଦାବନ ମିଶ୍ର ଓ ଡ଼.ରଞ୍ଜିତ କର ଆଲୋଚନା କରିଥିଲେ। ଏହି ଶିବିରରେ ୫୮ ଜଣ କ୍ୟାନ୍ସର ରୋଗୀ ମାଗଣା ଚିକିତ୍ସା ସେବାର ଲାଭ ଉଠାଇଥିଲେ।…
ସମୀକ୍ଷା ବ୍ୟୁରୋ କୁଜଙ୍ଗ, ୨୮/୧୨: ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ-ଟି ବ୍ୟବସ୍ଥା ଲାଗୁ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ଫାଇଭ-ଟି ଅଧୀନରେ ଆସିବା ଦିନଠାରୁ ବର୍ତ୍ତମାନ ପ୍ରଶାସକ ମାନେ ଗାଁ ମୁହାଁ ହୋଇଛନ୍ତି। ଏହି ଅବସରରେ ରାଜ୍ୟର ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପ୍ରମୁଖ ସଚିବ ତଥା ଜଗତସିଂହପୁର ଜିଲ୍ଲାର ନୋଡାଲ ଅଧିକାରୀ ପ୍ରଦୀପ୍ କୁମାର ଜେନା ଶୁକ୍ରବାର କୁଜଙ୍ଗ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହା ସହିତ କୁଜଙ୍ଗ ବ୍ଲକ୍ର କୋଠିଆ ସାହିରେ ଥିବା କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଦର୍ଶନ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଭ୍ରମଣ ସମୟରେ ବିଭିନ୍ନ ଗୁରତ୍ୱପୂର୍ଣ୍ଣ ପ୍ରକୋଷ୍ଠ, ରୋଗୀଙ୍କ ୱାର୍ଡ ବୁଲି ଦେଖିବା ପରେ ଜେଏସ୍ଡବ୍ଲୁ ପକ୍ଷରୁ ମେଡିକାଲକୁ ଯୋଗାଇ ଦିଆଯାଇଥିବା ଦନ୍ତ ଚକିତ୍ସା ପ୍ରକୋଷ୍ଠ ଏବଂ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡି ରହିଥିବା ଆଇଓସିଲ ପ୍ରଦତ୍ତ ଏକ୍ସରେ ମେସିନ୍ ବୁଲି ଦେଖିଥିଲେ। ଦୀର୍ଘଦିନ…
ଲକ୍ଷ୍ନୌ, 28/12 : ବିରୋଧ ପ୍ରଦର୍ଶନ ସମୟରେ ହିଂସା ପ୍ରଦର୍ଶନକାରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସଠିକ୍ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ହିଂସା ପ୍ରଦର୍ଶନକାରୀଙ୍କୁ ଚକିତ କରିଛି ବୋଲି ଯୋଗୀ ପ୍ରକାଶ କରିଛନ୍ତି । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ପ୍ରତ୍ୟୋକ ଭିଡ ହିଂସାକାରୀ ଚକିତ ହୋଇଯାଇଛନ୍ତି । ଏହି ପଦକ୍ଷେପ ରାଜ୍ୟରେ ଶାନ୍ତି ଫେରାଇବାରେ ସହାୟକ ହୋଇଛି ବୋଲି ଯୋଗୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ହିଂସାକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି କ୍ଷତି ଭରଣା କରିବାର ନିଷ୍ପତ୍ତି ନେଇଥିଲେ ଯୋଗୀ ସରକାର । ଶୁକ୍ରବାର ଯୋଗୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ସୋସିଆଲ ମିଡିଆରେ ଟ୍ବିଟ୍ଟର ବ୍ୟବହାରକାରୀ ପ୍ରଶଂସା କରିଛନ୍ତି ।
ନୂଆଦିଲ୍ଲୀ, 28/12 : ଡିସେମ୍ବର ମାସର ହାଡଭଙ୍ଗା ଶୀତରେ ସମଗ୍ର ଉତ୍ତର ଭାରତ ଥରୁଥିବା ବେଳେ ରାଜଧାନୀ ନୂଆଦିଲ୍ଲୀର ତାପମାତ୍ରା 2.4 ଡିଗ୍ରୀ ସେଲ୍ସିୟସ୍ ରହିଛି । ଶନିବାର ସକାଳ 6.10 ମିନିଟ୍ ସମୟରେ ଏହି ତାପମାତ୍ରା ରେକର୍ଡ କରାଯାଇଛି । 1997 ମସିହା ପରଠାରୁ ଏହା ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା । 1997ରେ ତାପମାତ୍ରା 4.6 ରହିଥିଲା । ସେହିପରି ବିଗତ 118 ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ହ୍ରାସ ଘଟିବ । ଏହି ସମୟରେ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା 14.4 ଡିଗ୍ରୀ ରହିଛି ।
ସମୀକ୍ଷା ବ୍ୟୁରୋ ରାଉରକେଲା, 28/12 :ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର , ବିନା ଏଣ୍ଟ୍ରି ପାସରେ ପଶିଥିବା ଦୁଇଟି ଟ୍ରେଲର୍ ଜବତ ହୋଇଛି । ଏହା ସହିତ କମ୍ପାନୀର 4 ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଶୁକ୍ରବାର ଅପରାହ୍ନରେ ପ୍ଲେଟ ମିଲ୍ ନିକଟରୁ ଆର୍ଏସ୍ପି କ୍ରାଇମ ବ୍ରାଞ୍ଚ ଏବଂ ଭିଜିଲାନ୍ସ ଟିମ୍ ଏହି ଟ୍ରେଲର୍ ଜବତ କରିଥିଲା । ଟାଙ୍ଗରପାଲି ଥାନାରେ ମାମଲା ରୁଜୁ କରାଯିବା ପରେ ପୋଲିସ୍ ଏବଂ ସିଆଇଏସଏଫ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
କେଦାର ମିଶ୍ର ଯେତେବେଳେ ଓଡିଶା ରାଜନୀତିରେ ବିଶେଷ କିଛି ପ୍ରସଙ୍ଗ ନଥାଏ, ସେତେବେଳେ ଗଣମାଧ୍ୟମରେ ଦୁଇଟି କଥା ଟାଣି ଓଟାରି ଚର୍ଚ୍ଚାକୁ ଅଣା ହୁଏ। ପ୍ରଥମ- ନବୀନଙ୍କ ସ୍ୱାସ୍ଥ୍ୟ ଓ ଦ୍ଵିତୀୟ- ନବୀନଙ୍କ ଉତ୍ତରାଧିକାର। ଏହି ଦୁଇଟି ଯାକ ପ୍ରସଙ୍ଗ ଗଲା ଦଶ ବର୍ଷ ଧରି ମଝିରେ ମଝିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଆସିଛି। କାହିଁକି ଓ କେଉଁ ସୂତ୍ରରୁ ଏ ଖବର ଆସେ, ସେ କଥା କେହି ଜାଣନ୍ତି ନାହିଁ। ହେଲେ ସପ୍ତାହେ ଅଧେ ଚର୍ଚ୍ଚାରେ ରହିବା ପରେ ଏ ପ୍ରସଙ୍ଗ ଆପେ ଆପେ ମଉଳି ଯାଏ। ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟକୁ ନେଇ ଶହେ ଥର ଏମିତି ଗୁଜବ ଉଠିଛି ଓ ମିଳେଇ ଯାଇଛି। ସେମିତି ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଗତ ୨୦୧୨ରୁ ଆମେ ଶୁଣି ଆସୁଛୁ। ଯଦି ପୁରୁଣା ଖବର କାଗଜ ଓ ଟେଲିଭିଜନ ଲାଇବ୍ରେରୀ ଅଣ୍ଡାଳିବା, ତାହେଲେ ଏ ପ୍ରକାର…
ସମୀକ୍ଷା ବ୍ୟୁରୋ ବାଣପୁର: ବାଣପୁରର ସେଣ୍ଟ ଜାଭିୟର ହାଇସ୍କୁଲର ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ମୁଖ୍ୟ ବକ୍ତା ଭାବେ ଗର୍ଗ ଜ୍ୟୋତିଷର ସଭାପତି ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଏବଂ ବାଣପୁର ବ୍ଲକର ବିଇଓ ସନାତନ ଜାଲ୍ଲି ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ଦ୍ଵୀପ ପ୍ରଜ୍ଵଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶିକ୍ଷକମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ବିଦ୍ୟାଳୟର ନିର୍ଦ୍ଦେଶକ ସ୍ଵାଗତ ଭାଷଣ ଦେଇଥିବାବେଳେ ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା। ଏହି ଅବସରରେ ବାଣପୁରରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ଦୁଇ ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଦୁଇ ଛାତ୍ରଙ୍କ ମଧ୍ୟରେ ଜଣେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଥିବାବେଳେ ଅନ୍ୟଜଣେ ଜାଭିୟର ହାଇସ୍କୁଲର ଛାତ୍ର। ସେହିପରି ଏହି ଉତ୍ସବରେ ଜୀବନବ୍ୟାପୀ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ୨୦୦୪ ବ୍ୟାଚର ଆଇଏଏସ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ଭାବେ ବଦଳି କରାଯାଇଛି । ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଏସିଏସଟି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୭ ବ୍ୟାଚର ଆଇଏଏସ ସୁଶାନ୍ତ କୁମାର ମହାପାତ୍ରଙ୍କୁ ଇଷ୍ଟେଟସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଭି. ବିଜୟ କୁମାରଙ୍କୁ ଆୟୁଷ ବିଭାଗର ନିର୍ଦ୍ଦେଶକ କରାଯାଇଛି । ବିଜୟ କୁମାର ହେଉଛନ୍ତି ୨୦୦୯ ବ୍ୟାଚର ଆଇଏଏସ ଅଫିସର । ସେହିପରି ୨୦୦୯ ବ୍ୟାଚର ଆଇଏଏସ ଏନ୍. ତିରୁମାଲା ନାଏକଙ୍କୁ ଶ୍ରମ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି ।୨୦୧୫ ବ୍ୟାଚ୍ ଆଇଏଏସ୍ ଆବୋଲି ସୁନୀଲ ନରଭାଣେଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ରାଜ୍ୟ ସରକାର 2007 ବ୍ୟାଚର 11 ଜଣ ଆଇଏଏସଙ୍କୁ ପଦନ୍ନୋତି ମଧ୍ୟ କରିଛନ୍ତି। ସେମାନେ ହେଲେ ଅରବିନ୍ଦ…
ମୁମ୍ବାଇ, ଅଭିନେତା ସୋହିଲ ଖାନ ଏବଂ ତାଙ୍କ ପତ୍ନୀ ସୀମା ଖାନ, ପୁତ୍ର ନିର୍ବାଣ ଖାନ ଓ ଓହାନ୍ ଖାନ ହିନ୍ଦୁଜା ହସପିଟାଲ ଆସି ନେଲେ ଏକ ନୂଆ ପରିଚୟ। ତାହା ହେଲେ ସୋହିଲ ଖାନ ହେଲେ ମାମୁଁ। ତାଙ୍କ ଭଉଣୀ ଅର୍ପିତା ଖାନଙ୍କର ଏକ ଝିଅ ହୋଇଥିବାରୁ ପରିବାର ସହିତ ତାଙ୍କୁ ଦେଖିବା ପାଇଁ ଆସିଥିଲେ ସୋହିଲ।
Mumbai: Actress Janhvi Kapoor seen at Bandra, in Mumbai on Dec 26, 2019.
Mumbai: Singer Sunidhi Chauhan seen at filmmaker Anand Pandit’s residence in Mumbai’s Juhu on Dec 25, 2019. (Photo: IANS)
Mumbai: Actress Nushrat Bharucha seen at filmmaker Anand Pandit’s residence in Mumbai’s Juhu on Dec 25, 2019. (Photo: IANS)
Mumbai: Actress Karisma Kapoor arrives for the annual Christmas brunch at late actor Shashi Kapoor’s Juhu home in Mumbai on Dec 25, 2019. (Photo: IANS)
Mumbai: Armaan Jain, son of actor Raj Kapoor’s daughter Reema Kapoor along with his fiancee Anissa Malhotra, arrives for the annual Christmas brunch at late actor Shashi Kapoor’s Juhu home in Mumbai on Dec 25, 2019. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆସନ୍ତା ମାର୍ଚ୍ଚା 3 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ବିଜ୍ଞାନ ପରୀକ୍ଷା- ମାର୍ଚ୍ଚ 3 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ ଚାଲିବ କଳା ପରୀକ୍ଷା- ମାର୍ଚ୍ଚ 4 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 27 ତାରିଖ ପର୍ଯ୍ୟନ୍ତ ଚାଲିବ ବାଣିଜ୍ୟ ପରୀକ୍ଷା- ମାର୍ଚ୍ଚ 4 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ଚାଲିବ ଧନ୍ଦା ମୂଳକ ପରୀକ୍ଷା- ମାର୍ଚ୍ଚ 17 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 27 ତାରିଖ ପର୍ଯ୍ୟନ୍ତ ଚାଲିବ ତେବେ ପ୍ରାଟିକାଲ ପରୀକ୍ଷା ଆସନ୍ତା ଜାନୁୟାରୀ 27 ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ 5 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିଷଦ ତରଫରୁ କୁହାଯାଇଛି। ଏହି ପରୀକ୍ଷା ଗତ ବର୍ଷ ପରି ଦିନ 10ଟାରୁ ଆରମ୍ଭ…
https://www.youtube.com/watch?v=vHNFWZgmE24
https://www.youtube.com/watch?v=ZU3XKCkgrWw
ସମୀକ୍ଷା ବ୍ୟୁରୋ ବାଣପୁର, ୨୭/୧୨: ବାଣପୁରର ବଡହନ୍ତୁଆଡର ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି। ବଡହନ୍ତୁଆଡ ସେବା ସମବାୟ ସମିତିର ଅଧ୍ୟକ୍ଷ ଅଶୋକ ଦାସଙ୍କ ଉପସ୍ଥିତିରେ ଏହି ଧାନମଣ୍ଡିକୁ ଉଦ୍ଘାଟନ କରିଥିଲେ ବାଣପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ। ସେହିପରି ଗାଲୁଆ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ, କୃଷକ ସାଥୀ ନୀଳାଦ୍ରି ଭୂଷଣ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଧାନମଣ୍ଡିର ଉଦ୍ଘାଟନୀ ଉତ୍ସବକୁ ସଫଳ କରିଥିଲେ। ଏହି ଉତ୍ସବକୁ ପରିଚାଳନା କରିଥିଲେ ସମିତି ସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ। ଅନେକ ଚାଷୀ ଏହି ଉତ୍ସବରେ ଯୋଗଦେଇ ଧାନ ବିକ୍ରି କରିଥିବାର ସୂଚନା ରହିଛି।
ଛତିଶଗଡ଼, 27/12: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ଛତିଶଗଡ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ମୋଦି ସରକାର ନୋଟ ବନ୍ଦୀ ଓ ଜିଏସ୍ଟି ଲାଗୁ କରି ଲୋକଙ୍କ ରୋଜଗାର ଛଡାଇ ନେଲେ ଏବେ ଭାଇକୁ ଭାଇ ସହିତ ଲଢାଉଛନ୍ତି। ଏପରି କଲେ ବିକାଶ ହେବ ନାହିଁ। କାର୍ଯ୍ୟକ୍ରମରେ ରାହୁଲ୍ କହିଛନ୍ତି ଯେ, ବିବିଧତା ମଧ୍ୟରେ ଏକତା ହିଁ ଆମର ଶକ୍ତି ଓ ସମସ୍ତଙ୍କୁ ଯୋଡ଼ି ରଖିବା ଦ୍ବାରା ଦେଶର ଶକ୍ତି ବଢିବ। ଭାଇକୁ ଭାଇ ସହିତ ଲଢାଇ କରିବା ଦ୍ବାରା ଦେଶର ବିକାଶ ହେବ ନାହିଁ। ଯେପର୍ଯ୍ୟନ୍ତ ଦେଶର ସମସ୍ତ ଲୋକ ଏକଜୁଟ୍ ହେବେ ନାହିଁ କି ସମସ୍ତଙ୍କ ସ୍ବର ବିଧାନସଭା, ଲୋକସଭାରେ ଶୁଭିବ ନାହିଁ , ସେ ପର୍ଯ୍ୟନ୍ତ ଦେଶରୁ ବେକାରୀ ସମସ୍ୟା ଓ ଅର୍ଥ ବ୍ୟବସ୍ଥା ଉପରେ…
https://www.youtube.com/watch?v=TNWp8TRjqOk

