Author: Samikhsya Bureau

ପିଆଜ ଦାମ ଏବେ ଆକାଶଛୁଆଁ ହୋଇଛି । ଦିଲ୍ଲୀର ଖୁଦ୍ରା ବଜାରରେ ପିଆର ଦର ୧୦୦ ଟଙ୍କା ପ୍ରତି କିଲୋ ପହଞ୍ଚିଛି ।  ପିଆଜର ଆକାଶଛୁଆଁ ଦର ସମସ୍ତଙ୍କୁ ଏବେ କନ୍ଦେଇବା ଆରମ୍ଭ କରିଛି । ବେପାରୀଙ୍କ ମୁତାବକ ପିଆଜର ଦର ୧୨୦ ଟଙ୍କା ପ୍ରତି କିଲୋରେ ପହଞ୍ଚିଛି । କେନ୍ଦ୍ରୀୟ ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ କହିଛନ୍ତି ଯେ, ଗତବର୍ଷ ତୁଳନାରୁ ପିଆଜର ଉତ୍ପାଦନ ୪୦ ପ୍ରତିଶତ କମିଛି । ଅନ୍ୟ ରାଜ୍ୟଗୁଡ଼ିକରେ ପିଆଜ କିଲୋ ପ୍ରତି ୮୦ରୁ ୯୦ ଟଙ୍କା ରହିଛି । ଗତ ୪ ବର୍ଷ ମଧ୍ୟରେ ପିଆଜ ଦର ସର୍ବାଧିକ ବୃଦ୍ଧିରେ ପହଞ୍ଚିଛି । ଅଗଷ୍ଟ ମାସରେ ଏହାର କିଲୋ ପ୍ରତି ୧୩ଟଙ୍କା ରହିଥିବାବେଳେ ଚଳିତ ମାସରେ ଏହା ୧୦୦ଟଙ୍କାରେ ପହଞ୍ଚିଛି । ପିଆଜ ଉତ୍ପାଦନ କମ୍‌ ହେବା କାରଣରୁ ପିଆଜ ଦରରେ ବୃଦ୍ଧି ଘଟିଛି । ବର୍ଷା ଓ ବନ୍ୟା ଯୋଗୁଁ…

Read More

ସମ୍ପ୍ରତି ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚିତ୍ର କିଛି ସ୍ପଷ୍ଟ ହୋଇନଥିବାବେଳେ ଏହାକୁ ନେଇ ଦେଶ ରାଜନୀତିରେ ବେଶ୍‌ ଚହଳ ଦେଖାଯାଉଛି । ସମସ୍ତଙ୍କ ନଜର ମହାରାଷ୍ଟ୍ର ସରକାର ଗଠନ ଉପରେ ରହିଛି । ମହାରାଷ୍ଟ୍ରରେ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୯ ତାରିଖରେ ସରିବାକୁ ରହିଛି । ଏହା ମଧ୍ୟରେ ରାଜ୍ୟର ରାଜନୀତିକୁ ନେଇ କିଛି ବଡ଼ ଖବର ଶୁଣିବାକୁ ମିଳୁଛି । ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେ ଆସନ୍ତାକାଲି ଗୁରୁବାର ବିଧାୟକ ଦଳର ବୈଠକ ଡାକିଛନ୍ତି । ଏହି ବୈଠକ ମାତୋଶ୍ରୀଠାରେ ଅନୁଷ୍ଠିତ ହେବ । ସକାଳ ୧୧ଟା ସମୟରେ ଏହି ବୈଠକ ଆରମ୍ଭ ହେବ । ରାଜ୍ୟରେ ବିଧାନସଭା ନିର୍ବାଚନରେ ଶିବସେନା ୫୬ଟି ଆସନ ଜିତିଥିବାବେଳେ ଦଳକୁ କିଛି ନିର୍ଦ୍ଦଳୀୟ ବିଧାୟକ ସମର୍ଥନ କରୁଛନ୍ତି । ତେବେ ଏବେବି ମହାରାଷ୍ଟ୍ର ସରକାରକୁ ନେଇ ଚିତ୍ର କିଛି ସ୍ପଷ୍ଟ ହୋଇନାହିଁ । ଚଳିତ ନିର୍ବାଚନକୁ ବିଜେପିର ସହଯୋଗୀ ଦଳ ଭାବେ…

Read More

ସାଂସ୍କୃତିକ ମନ୍ତ୍ରାଳୟ ନେହେରୁ ମ୍ୟୁଜିୟମ୍‌ ଓ ଲାଇବ୍ରେରୀ ସୋସାଇଟିକୁ ପୁନର୍ଗଠନ କରିଛନ୍ତି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଏବଂ କର୍ଣ୍ଣ ସିଂହଙ୍କ ଠାରୁ ଏହି ସୋସାଇଟିର ସଦସ୍ୟତା  ବାହାର କରାଯାଇ ତାଙ୍କ ସ୍ଥାନରେ ଟିଭି ସାମ୍ୱାଦିକ ରଜତ ଶର୍ମା, ବିଜେପି ନେତା ଅନିର୍ବାନ ଗାଙ୍ଗୁଲୀ ଏବଂ ଗୀତିକାର ପ୍ରସୁନ ଜୋଶୀଙ୍କୁ ପ୍ୟାନେଲରେ ସାମିଲ କରାଯାଇଛି ।  ଏହି ସୋସାଇଟିର ଅଧ୍ୟକ୍ଷ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିରେ ନେହେରୁ ମେମୋରିଆଲ ମ୍ୟୁଜି୍ଅମ୍‌ ଓ ଲାଇବ୍ରେରୀ ନିର୍ମାଣ କରାଯାଇଥିଲ । ଏହି ସୋସାଇଟିର ଉପାଧ୍ୟକ୍ଷ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ୍‌ ଶାହା, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରମୁଖ ସଦସ୍ୟ ରହିଛନ୍ତି । ନିର୍ଦ୍ଦେଶ ଅନୁସାରେ ଏହି ସମସ୍ତ ସଦସ୍ୟ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସୋସାଇଟିର ସଦସ୍ୟ ହୋଇ ରହିବେ । …

Read More

ଋଷିଆର ଏକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ଜୋତାରୁ ଦୁଇ କିଗ୍ରା ସୁନା ଜବତ କରାଯାଇଛି । ମଙ୍ଗଳବାର ପୂର୍ବ ସାଇବେରିଆର ଏକ ବିମାନବନ୍ଦରରେ ମହିଳା ଜଣଙ୍କ ଜୋତାରୁ ସୁନା ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ଚାଲି ସନ୍ଦେହ ଜନକ ଥିବାରୁ ଯାଞ୍ଚ ସମୟରେ ଜୋତା ମଧ୍ୟରୁ 2 କିଗ୍ରା ସୁନା ଜବତ କରାଯାଇଥିବା ଜଣାପଡିଛି । ମହିଳା ଜଣଙ୍କ ଏକ ଡକ୍ଟ ଟେପ୍‌ ସହାୟତାରେ ଜୋତାର ତଳ ପାର୍ଶ୍ବରେ ସୁନା ଗୁଡିକୁ ରଖିଥିବା ଜଣାପଡିଛି । ଜବତ ସୁନାର ମୂଲ୍ୟ 79 ହଜାର ଡଲାର ହେବ ବୋଲି ବିମାନ ବନ୍ଦର ମୁଖପାତ୍ର ମାରିନା ବୋକିଓ ସୂଚନା ଦେଇଛନ୍ତି । ଏହି ସୁନା ଗୁଡିକୁ ଋଷିଆରୁ ଚୀନ୍‌କୁ ନିବଯାଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।

Read More

ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପରିସରରେ ପୋଲିସ୍‌ ଏବଂ ଓକିଲଙ୍କ ଝଗଡା ନୂଆ ମୋଡ ନେଇଛି । ଅଭିଯୁକ୍ତ ପୋଲିସ୍‌ ଅଧିକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଗିରଫ କରିବା ପାଇଁ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ବୁଧବାର ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଚେତାବନୀ ଦିଆଯାଇଛି । ଶନିବାର ପାର୍କିଂକୁ ନେଇ ଝଗଡା ହେବା ପରେ ଡ୍ୟୁଟିରେ ଥିବା ପୁଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏଥିରେ 20 ଜଣ ପୁଲିସ୍‌ ଏବଂ ସଂଖ୍ୟାଧିକ ଓକିଲ ଆହତ ହୋଇଥିଲେ । ଏଥିପାଇଁ ପୁଲିସ୍‌ ପକ୍ଷରୁ ସୋମବାର ଆନ୍ଦୋଳନ କରାଯାଇଥିବା ବେଳେ ମଙ୍ଗଳବାର ଓକିଲଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓକିଲଙ୍କ ସମର୍ଥନରେ ବାହାରିଥିବା ବେଳେ ପୂର୍ବତନ ଦିଲ୍ଲୀ କମିଶନର ତଥା ପୁଡୁଚେରୀ ରାଜ୍ୟପାଳ କିରଣ ବେଦୀ ପୋଲିସକୁ…

Read More

ସମୀକ୍ଷା ବ୍ୟୁରୋ ଆମେରିକୀୟ ଅଭିନେତ୍ରୀ ଏମ୍ମା ଷ୍ଟୋନ୍‌ ବୁଧବାର ଦିନ 30 ବର୍ଷରେ ପଦାର୍ପଣ କରିଛନ୍ତି । 6 ନଭେମ୍ବର 1988ରେ ଜନ୍ମିତ ଏମ୍ମାଙ୍କ ନାମ ଏମିଲି ଜିନ୍‌ ଏମ୍ମା ଷ୍ଟୋନ୍‌ ଥିଲା । ଏମ୍ମା ତିନିଥର ଓସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଥରେ  ଓସ୍କାର ଏବଂ ଗୋଲ୍ଡେନ୍‌ ଗ୍ଲୋବ୍‌ ପୁରସ୍କାର ହାସଲ କରିଛନ୍ତି । ଆରିଜୋନାର ସ୍କଟ୍‌ସଡେଲ୍‌ରେ ଜନ୍ମିତ ଏମ୍ମା ଷ୍ଟୋନ୍‌ 2000 ମସିହାରୁ ଶିଶୁ କଳାକାର ଭାବରେ କାମ ଆରମ୍ଭ କରିଥିଲେ । 2004ରେ ଟିଭି ଶୋ ପ୍ୟାଟ୍ରିଜ୍‌ ଫ୍ୟାମିଲି ପରେ 2007ରେ ନିଜର ପ୍ରଥମ ଫିଲ୍ମ ସୁପରବାର୍ଡ ଜରିଆରେ ପଦାର୍ପଣ କରିଥିଲେ ଏମ୍ମା । ଜୋମ୍ବିଲ୍ୟାଣ୍ଡ (2009), ଇଜି ଏ (2010), କ୍ରେଜି ଷ୍ଟୁପିଡ୍‌ ଲଭ୍‌ (2011) ଏବଂ ଦ ହେଲ୍ପ (2011) ଜରିଆରେ ବକ୍ସ ଅଫିସ୍‌ ସଫଳତା ହାସଲ କରିଥିଲେ । ମାତ୍ର 2012 ମସିହାରେ ରିଲିଜ୍‌ ଚଳଚିତ୍ର ଦ ଆମେଜିଙ୍ଗ ସ୍ପାଇଡରମ୍ୟାନ୍‌ ଏବଂ…

Read More

ସମୀକ୍ଷା ବ୍ୟୁରୋ ଜିଲ୍ଲାପାଳ ନିଜ କର୍ମଚାରୀଙ୍କ ଉପରେ ଜରିମାନା ଲଗାଇବା କଥାଟା ବୁଝାପଡୁଛି, କିନ୍ତୁ ଯଦି ଜିଲ୍ଲାପାଳ ନିଜ ଉପରେ ଜରିମାନା ଲଗାଇବେ, ତେବେ । କଥାଟା ଟିକେ ଗଡବଡ ନିଶ୍ଚୟ ଲାଗୁଛି । ତେବେ କଥାଟି ହେଉଛି,  ଉତ୍ତରପ୍ରଦେଶର ଗାଜିଆବାଦରର ଜିଲ୍ଲାପାଳ ଅଜୟଶଙ୍କର ପାଣ୍ଡେ ଜଳର ଅଯଥା ଅପଚୟ ପାଇଁ ନିଜ କର୍ମଚାରୀଙ୍କ ସହିତ ନିଜ ଉପରେ ମଧ୍ୟ ସାମୂହିକ ଭାବେ ୧୦ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଅଫିସ୍‌ରେ ଥିବା ପାଣି ଟାଙ୍କି ଭର୍ତ୍ତି ହୋଇସାରିବା ପରେ ମଧ୍ୟ ପାଣି ଗଡୁଥିଲା । ଏହାର ଶବ୍ଦ ଯେତେବେଳେ ଶୁଣି  ଜିଲ୍ଲାପାଳ  ଯେତେବେଳେ ଜାଣିଲେ ଯେ, ୧୦ ମିନିଟ୍ ଧରି ପାଣି ଟାଙ୍କି ଭର୍ତ୍ତି ହୋଇ ନଷ୍ଟ ହେବାରେ ଲାଗିଛି । ସାଙ୍ଗେସାଙ୍ଗେ ଅଯଥା ପାଣି ନଷ୍ଟ ପାଇଁ ନିଜ କର୍ମଚାରୀଙ୍କ ସମେତ ନିଜ ଉପରେ ଜରିମାନା ଲଗାଇଦେଲେ ଜିଲ୍ଲାପାଳ। ଜିଲ୍ଲାପାଳ ଜଣକ ନିଜ ଦାୟିତ୍ବବୋଧ ତଥା ସଚ୍ଚୋଟତା ପାଇଁ…

Read More

ସମୀକ୍ଷା ବ୍ୟୁରୋ ଚିଲିକା ତଥା ଆଖପାଖ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ନିମନ୍ତେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଲ୍ଲିଶ୍ରୀ ପକ୍ଷରୁ ଅନୁଷ୍ଠିତ ଏହି ସଫେଇ ଅଭିଯାନ ବୁଧବାର ଦିନ ଚିଲିକାର ହାଟବରଡି ଜେଟିରେ ଅନୁଷ୍ଠିତ ହୋଇଯାଇଛି। ନେଟ୍‌ଫିସ୍‌ (ଏମ୍‌ପେଡା)ର ସହେଯାଗରେ ଏହି ସଫେଇ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଲ୍ଲିଶ୍ରୀର ସମ୍ପାଦକ ଦୁର୍ଗା ପ୍ରସାଦ ଦାସ, ନେଟ୍‌ଫିସ୍‌ ଭୁବନେଶ୍ବରର ଓଡିଶା ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର, ଓ୍ବିଜା ନୂଆଦିଲ୍ଲୀ ପକ୍ଷରୁ ଦୁଷ୍ୟନ୍ତ ମାହୋଲି ଏବଂ ଚିଲିକା ହାଟବରଡି ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟମାନେ ଚିଲିକା କୂଳ ସଫା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଠାରେ ସଫେଇ କାର୍ଯ୍ୟକ୍ରମ ବ୍ୟତୀତ ଚିଲିକାକୁ ଆବର୍ଜନାମୁକ୍ତ କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଚିଲିକାର ସୁରକ୍ଷା ଏବଂ ସଂରକ୍ଷଣ କିପରି କରାଯାଇପାରିବ ତାହା ସମ୍ପର୍କରେ ଏହି ଶିବିରରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଞ୍ଜୀବ…

Read More

ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ମୋଡ଼ ନେଇଛି । ସରକାର ଗଠନ ନେଇ ଚାଲିଥିବା ଦ୍ବନ୍ଦ୍ବ ମଧ୍ୟରେ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯାହାଙ୍କୁ ଜନାଦେଶ ମିଳିଛି, ସେମାନେ ଏହି ସମସ୍ୟାର ସମାଧାନ କରି, ସରକାର ଗଠନ କରନ୍ତୁ । ଆମକୁ ବିରୋଧୀ ଦଳ ଭାବେ ବସିବାକୁ ସୁଯୋଗ ମିଳିଛି । ବିଜେପି ଓ ଶିବସେନା ସରକାର ଗଢନ୍ତୁ ଓ ନିଜ ନିଜ ଭୂମିକା ନିର୍ବାହ କରନ୍ତୁ ବୋଲି କହିଛନ୍ତି । ଏହାସହିତ ପାଓ୍ବାର କହିଛନ୍ତି ଯେ, ଶିବସେନା ଓ ବିଜେପି ୩୦ ବର୍ଷ ଧରି ମେଣ୍ଟରେ ରହିଛନ୍ତି । ଆଜି ନହେଲେ କାଲି ଏକାଠି ହୋଇଯିବେ । ମହାରାଷ୍ଟ୍ର ସରକାର ଗଠନରେ ଏନ୍‌ସିପିର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ପାଓ୍ବାର । ମହାରାଷ୍ଟ୍ର ରାଜନୀତିରେ ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧର ଅବସାନ ଘଟୁନଥିବାବେଳେ ସରକାର ଗଠନ…

Read More

ଅଯୋଗ୍ୟ ଘୋଷିତ ହୋଇଥିବା କର୍ଣ୍ଣାଟକ ବିଧାୟକ ନାରାୟଣ ଗୌଡା ୟେଦୁରପ୍ପାଙ୍କ ବିରୋଧରେ ବୟାନ ଦେଇଛନ୍ତି । କ୍ରିଷ୍ଣରାଜପେଟର ବିକାଶ ପାଇଁ ୟେଦୁରପ୍ପା 1000 କୋଟିର ସହାୟତା ପ୍ରତିଶ୍ରୁତି ପ୍ରଦାନ କରିଥିଲେ ବୋଲି ନାରାୟଣ ଗୌଡା ପ୍ରକାଶ କରିଛନ୍ତି । ଆସ୍ଥା ଭୋଟ ପୂର୍ବରୁ ୟେଦୁରପ୍ପାଙ୍କୁ ସକଳ 5ଟା ସମୟରେ ତାଙ୍କ ବାସଭବନରେ ଭେଟିବା ସମୟରେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ 700 କୋଟିର ସହାୟତା ଦାବି କରିଥିଲେ । ବୈଠକରେ ୟେଦୁରପ୍ପା 1000 କୋଟିର ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସହିତ ବିଜେପିର କୌଣସି ସମ୍ବନ୍ଧ ନାହିଁ ବୋଲି ମଙ୍ଗଳବାର ୟେଦୁରପ୍ପାଙ୍କ ମନ୍ତବ୍ୟ ପରେ ନାରାୟଣ ଗୌଡା ଏହି ମତ ଦେଇଛନ୍ତି ।

Read More

କେଦାର ମିଶ୍ର ଆଜିକାଲି ଓଡିଶାର ଏକ ନମ୍ବର ଟିଭି ଚାନେଲର ଏକମାତ୍ର ଖବର ହେଉଛନ୍ତି ଅନୁଭବ ମହାନ୍ତି। ଏକମାତ୍ର ଏଇଥିପାଇଁ ଯେ ଖବର ପରିବେଷଣର ପୂରା ଅଧା ଘଣ୍ଟା ସମୟ କେବଳ ଅନୁଭବ ମହାନ୍ତିଙ୍କ ବିଷୟରେ ଗପ ଶୁଣିବାକୁ ଆମକୁ ବାଧ୍ୟ କରା ଯାଉଛି। ଅବଶ୍ୟ ଅନୁଭବ ଓଡିଶାର ଚର୍ଚ୍ଚିତ ସିନେମା ତାରକା ଓ ରାଜନେତା। ତେଣୁ ଖବରରେ ରହିବାର ଯୋଗ୍ୟତା ତାଙ୍କର ରହିଛି। ହେଲେ ଏକ ନମ୍ବର ଟିଭିର କହିବା କଥା ହେଲା ଅନୁଭବ ଓଡିଶାର ଏକ ନମ୍ବର ଖଳନାୟକ। ଅନୁଭବ ତାଙ୍କ ପଡୋଶୀ ସହ ଝଗଡା କଲେ, ସେଇଟା ମୁଖ୍ୟ ଖବର। ଅନୁଭବଙ୍କ ଭାଇଙ୍କ ନାଁରେ କେହିଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିଲେ, ସେଇଟା ଖବର। ଅନୁଭବ ଏକ ନମ୍ବର ଟିଭିର ସାମ୍ବାଦିକଙ୍କୁ ତାଳି ମାରି ତାଚ୍ଛଲ୍ୟ କଲେ, ସେଇଟା ବି ଖବର। ତାଳି ମାରି ନମସ୍କାର କରିବା, ସାମ୍ବାଦିକତାର ଅପମାନ ବୋଲି କାଲିଠୁ ଏକ ନମ୍ବର ଟିଭିରେ…

Read More

କର୍ଣ୍ଣାଟକରେ ମିଡ୍‌ ଡେ ମିଲ୍‌ ଖାଇ 60 ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ମଙ୍ଗଳବାର କର୍ଣ୍ଣାଟକର ଚିତ୍ରାଗୁଡା ଅଞ୍ଚଳରେ ଏହି ଘଟଣା ଘଟିଛି । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଡ୍‌ ଡେ ମିଲ୍‌ ଖାଇବା ପରେ ଛାତ୍ରଛାତ୍ରୀଙ୍କର ବାନ୍ତି ହେବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । 125 ଜଣ ଛାତ୍ରଛାତ୍ରୀଙ୍କୁ ଏହି ମିଡ୍‌ ଡେ ମିଲ୍‌ ଖାଇବା ପ୍ରଦାନ କରାଯାଇଥିଲା । ଖାଦ୍ୟ ମଧ୍ୟରୁ ଏକ ମୃତ ଝିଟିପିଟି ଉଦ୍ଧାର କରାଯାଇଥିବା ବେଳେ ଯାଞ୍ଚ ପାଇଁ ଏହାକୁ ପରୀକ୍ଷାଗାରକୁ ପଠାଯାଇଛି । ବିଗତ ଏକ ମାସ ମଧ୍ୟରେ ସମାନ ସ୍କୁଲରେ ଦ୍ବିତୀୟ ଥର ଏହି ଘଟଣା ଘଟିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ମାସରେ ଘଟିଥିବା ଅନ୍ୟ ଏକ ଘଟଣାରେ 12 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ ।

Read More

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ନୂତନ ମୋଡରେ ପହଞ୍ଚିଛି। ସରକାର ଗଠନ ନିମନ୍ତେ 72 ଘଣ୍ଟାର ସମୟ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏନ୍‌ସିପି ମୁଖ୍ୟ ଶରଦ ପଓ୍ବାରଙ୍କୁ ଭେଟିଛନ୍ତି। ଉଭୟ ଦଳ ମଧ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧର ଅବସାନ ଘଟାଇ ସରକାର ଗଠନ କରିବା ପାଇଁ ନାଗପୁରରେ ଭାଗବତଙ୍କୁ ଭେଟିଛନ୍ତି ଫଡନବିସ୍‌। ଅନ୍ୟପକ୍ଷରେ ରାଉତ ଶରଦ ପଓ୍ବାରଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି। ଫଡନବିସ୍‌ଙ୍କ ସହିତ ଭେଟ ପରେ ମହାରାଷ୍ଟ୍ର ସଙ୍କଟ ମୁକାବିଲା କରିବା ପାଇଁ ଆଲୋଚନା ନିମନ୍ତେ ନୀତିନ ଗଡକରୀଙ୍କ ନାମ ସୁପାରିଶ କରିଛି ଆରଏସ୍‌ଏସ୍‌। ଏନ୍‌ସିପି ଏବଂ ଶିବସେନା ମେଣ୍ଟ ନେଇ ସମ୍ଭାବନା ଦେଖା୍ଦେଇଥିଲେ ମଧ୍ୟ ଏହା ଫଳପ୍ରଦ ହେବାର ସମ୍ଭାବନା କମ୍‌ ରହିଛି। ଉଭୟ ଦଳ ନିକଟରେ ଆବଶ୍ୟକ ସଂଖ୍ୟ ଉପଲବ୍ଧ…

Read More

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍’ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଘଣ୍ଟାକୁ 6 କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟାର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଘଣ୍ଟାପ୍ରତି 6 କିମି ବେଗରେ ଆସୁଥିବା ଏହି ବାତ୍ୟା ବର୍ତ୍ତମାନ ପାରାଦୀପରୁ 810 କିମି ଦୂରରେ ରହିଛି । ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଏହା ମୁହାଁଉଥିବା ବେଳେ କେଉଁ ଉପକୂଳ ଦେଇ ଏହି ବାତ୍ୟା ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ ।

Read More