ସମୀକ୍ଷା ବ୍ୟୁରୋ ନବରଙ୍ଗପୁର,26/12 : କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ପୂର୍ବତନ ସାଂସଦ ବନ୍ଦ ଡାକରା ବେଳେ ହିଂସାକୁ ଉସୁକାଉଥିବାର ଏକ ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଡିଜେଲ୍,ପେଟ୍ରୋଲ ପ୍ରସ୍ତୁତ ରଖିଥାଅ ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦେବ, ପରେ ଯାହାହେବ ଦେଖାଯିବ ବୋଲି ପ୍ରଦୀପ ଫୋନ୍ରେ ନିର୍ଦ୍ଦେଶ ଦେଉଥିବାର ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା କରିବାକୁ ନିଜ କର୍ମୀଙ୍କୁ ଖୋଲାଖୋଲି ଭାବେ ଉସକାଉଛନ୍ତି ପ୍ରଦୀପ । ପ୍ରଦୀପଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ୍ ନିଷ୍କ୍ରିୟତା ପ୍ରତିବାଦରେ ବୁଧବାର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ଡାକରା ଦିଆଯାଇଛି ।
Author: Samikhsya Bureau
ନୂଆଦିଲ୍ଲୀ,26/12 : ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜେଜେପିର ଜନୈକ ବରିଷ୍ଠ ନେତା ରାମ କୁମାର ଗୌତମ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ଉପ ସଭାପତି ରହିଥିବା 73 ବର୍ଷୀୟ ରାମ କୁମାର ଗୌତମ ନିଜର ଇସ୍ତଫା ପତ୍ର ପ୍ରଦାନ କରିବା ସହିତ ଦୁଷ୍ୟନ୍ତ ଚୌତାଲାଙ୍କୁ ସମାଲୋଚନା କରିଛନ୍ତି । ବିଜେପି ସହିତ ମେଣ୍ଟକୁ ନେଇ ଜେଜେପି ପକ୍ଷରୁ ସମାଲୋଚନା କରିଛନ୍ତି ଗୌତମ । ଗୌତମ କହିଛନ୍ତି ଦଳୀୟ ବିଧାୟକଙ୍କ ସମର୍ଥନ କାରଣରୁ ହିଁ ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମାତ୍ର ବିଜେପି ସହିତ ମେଣ୍ଟ ପୂର୍ବରୁ କୌଣସି ସଦସ୍ୟଙ୍କ ପରାମର୍ଶ ନେଇନଥିଲେ ଦୁଷ୍ୟନ୍ତ । ଆମ୍ବିଆନ୍ସ ମଲ୍ରେ ବିଜେପି ସହିତ ଆଲୋଚନା କରି ସମର୍ଥନର ନିଷ୍ପତ୍ତି ନେଇଥିଲେ ଦୁଷ୍ୟନ୍ତ । ଦଳର ଏକାଧିକ ସଦସ୍ୟ ଦୁଷ୍ୟନ୍ତଙ୍କ ନିଷ୍ପତ୍ତିକୁ ନେଇ ନିଜର ବିରୋଧାଭାସ ପ୍ରକଟ କରିଛନ୍ତି । (ଏଜେନ୍ସୀ)
ସମୀକ୍ଷାବ୍ୟୁରୋ ବାଣପୁର, ୨୬/୧୨: ବାଣପୁରର ସୁନୀତା ମାର୍ଥା ରାଜ୍ୟ ମହିଳା ଭଲିବଲ ଦଳ ପାଇଁ ମନୋନୀତ ହୋଇ ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବର ବିଷୟ ପାଲଟିଛନ୍ତି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ଅଧୁନା ଭୁବନେଶ୍ବରସ୍ଥିତ ଶାରିରୀକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ କରୁଛନ୍ତି ସୁନୀତା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାନଅଁଳ ଗ୍ରାମର ସନାତନ ମାର୍ଥା ଓ ବାସନ୍ତୀ ଦେବୀଙ୍କ କନ୍ୟା ହେଉଛନ୍ତି ସୁନୀତା। ସେ ଦୀର୍ଘଦିନ ଧରି ବାଣପୁରରେ ବସବାସ କରୁଛନ୍ତି। ପିଲାଟି ବେଳୁ ଖେଳ ପ୍ରତି ବେଶ୍ ରୁଚି ରଖିଥିଲେ ସୁନୀତା। ବାଣପୁର ମା’ ଭଗବତୀ ରୁରାଲ୍ ସ୍ପୋର୍ଟସ୍ ଏକାଡେମୀରେ ପ୍ରଶିକ୍ଷଣ ନେବା ସହିତ ପୂର୍ବରୁ କନିଷ୍ଠ ଓ ବିଶ୍ବବିଦ୍ୟାଳୟ ସ୍ତରୀୟ ଖେଳରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଛନ୍ତି। ସୁନୀତା ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୁଧେନ୍ଦୁ ମାନସିଂହଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥିଲେ। ଭୁବନେଶ୍ବର କିଟ୍ଠାରେ ଅନୁଷ୍ଠିତ ଚୟନ…
ସମୀକ୍ଷାବ୍ୟୁରୋ କୁଜଙ୍ଗ, ୨୬/୧୨: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ ଅଧୀନରେ ଥିବା ତାଳଦଣ୍ଡା-ଜିଲ୍ଲାନାସି ମହାନଦୀ ପଠାରୁ ବ୍ୟାପକ ଚୋରାବାଲି ଚାଲାଣର ଅଭିଯୋଗ ହୋଇଛି। ଦୈନିକ ଏହି ବାଲି ଚୋରା ଚାଲାଣ ହେଉଛି। ସରକାରୀ କାର୍ଯ୍ୟାଳୟ ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ରୀତିମତ ହେଉଛି। ତେବେ ତାଳଦଣ୍ଡା-ଜିଲ୍ଲାନାସି ମହାନଦୀପଠାରୁ ଲୁଣି ବାଲିକୁ ବିନା ଲିଜ୍ରେ ଚୋରା ଚାଲାଣ ହେବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ପୁନଶ୍ଚ ଏହି ବାଲି ସରକାରୀ ନିର୍ମାଣ କାର୍ଯ୍ୟରେ ବିନିଯୋଗ ହେଉଥିବାର ଖବର ମଧ୍ୟ ରହିଛି। ଲୁଣିବାଲି କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇନଥିବା ସ୍ଥଳେ ସରକାରୀ ନିର୍ମାଣ କାର୍ଯ୍ୟରେ ଏହି ବାଲିକୁ ଉପଯୋଗ କରିବା କେତେଦୂର ଯଥାର୍ଥତା ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ବାଲି ପରି ଏକ ଖଣିଜ ସମ୍ପଦକୁ ଚୋରାରେ ହେରଫେର କରି ରାଜସ୍ବ ଫାଙ୍କୁଥିବା ଅପରାଧୀଙ୍କୁ ଧରାଯିବା ନେଇ ସାଧାରଣରେ ଦାବି ଉଠୁଛି। ଚୋରା ବାଲି ଚାଲାଣ ନେଇ ତହସିଲଦାର ପ୍ରଭାସ ରଞ୍ଜନ…
ନୂଆଦିଲ୍ଲୀ, 26/12: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ସବୁ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ପ୍ରସ୍ତୁତ କଲେଣି। ନିକଟରେ ଦୁଇ ଦୁଇଟି ରାଜ୍ୟ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରି ବିଜେପି ନିଜ ସ୍ଥିତି ସମ୍ଭାଳିବାକୁ ଦୃଢ ହେଉଛି। ଅପରପକ୍ଷରେ କଂଗ୍ରେସ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନରେ ଅପେକ୍ଷାକୃତ ଉନ୍ନତି କରୁଥିବାରୁ ଦିଲ୍ଲୀକୁ ନେଇ ବେଶ୍ ଆଶାବାଦୀ ହୋଇଛି କଂଗ୍ରେସ। ଦିଲ୍ଲୀ ନିର୍ବାଚନ ପାଇଁ କେଜରୀଓ୍ବାଲ ସରକାର ବିଭିନ୍ନ ପ୍ରକାରର ଲୋକହିତକର କାମ ସହିତ ଲୋକଙ୍କ ପାଇଁ ବିଜୁଳି ରିହାତି, ମାଗଣା ଡିଟିଏସ୍ ସେବା, ଓ୍ବାଇଫାଇ ସେବା ଓ ସେପ୍ଟି ଟାଙ୍କିର ଯୋଜନା ପ୍ରସ୍ତୁତ କରିଥିବାବେଳେ କଂଗ୍ରେସ ଆଉ ଦୁଇ ପାଦ ଆଗକୁ ଯାଇଛି । ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ସୁଭାଷ ଚୋପ୍ରା କହିଛନ୍ତି ଯେ, ଯଦି ଦଳ କ୍ଷମତାକୁ ଫେରିବ, ୬୦୦ ୟୁନିଟି ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦେବେ । ସେ କହିଛନ୍ତି…
https://www.youtube.com/watch?v=27Zy88XsU7w
ସମୀକ୍ଷା ବ୍ୟୁରୋ ବାଣପୁର, 26/12: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଶାଖା ଅଧୀନସ୍ଥ ଭେଟେଶ୍ବର ପ୍ରାଥମିକ କୃଷି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦ୍ଘାଟନ ହୋଇଯାଇଛି। ପ୍ରସନ୍ନ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏହି ସଭାକୁ ଉଦ୍ଘାଟନ କରିଥିଲେ ଜିଲ୍ଲାପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଭେଟେଶ୍ବର ଗ୍ରାମପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସମିତି ସଭ୍ୟ ଶେଖର କୁମାର ସାହୁ, ସହ ନିବନ୍ଧକ ଖୋର୍ଦ୍ଧା ସମବାୟ ସମିତି ସମୂହ କାର୍ଯ୍ୟାଳୟର ସମବାୟ ସମିତି ନିରୀକ୍ଷକ ପ୍ରଦୀପ କୁମାର ମହାପାତ୍ର ଓ ଅପର୍ତ୍ତି ମଲ୍ଲିକ ଏବଂ ଚଣ୍ଡୀହର ଦେବ ରାଇସ୍ ଓ ଫ୍ଲୋର୍ ମିଲ୍ର ମାଲିକ ପ୍ରିୟରଂଜନ ପାତ୍ର ଓ କିଶୋର କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଓଡ଼ିଶା ସରକାରଙ୍କ ପି-ପାସ୍ ଅନ୍ଲାଇନ ମାଧ୍ୟମରେ ଆସିଥିବା 15ଜଣ ଚାଷୀ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରିଥିଲେ। ଏହି ସଭାକୁ…
A view of the sun during Solar Eclipse in Ranchi on Thursday.
ଭୁବନେଶ୍ବର, 26/12: ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ଆରମ୍ଭ ହୋଇସାରିଲାଣି । ଓଡ଼ିଶାରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । ଭାରତର କିଛି ସ୍ଥାନଗୁଡ଼ିକରେ ବଳୟ ସୂର୍ଯ୍ୟପରାଗ ଦେଖାଯାଇଛି । ତେବେ ଏହି ସୂର୍ଯ୍ୟୋପରାଗ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି । ଖାଲି ଆଖିରେ ସୂର୍ଯ୍ୟୋପରାଗ ଦେଖିଲେ କୁପ୍ରଭାବ ପଡ଼ି ଦୃଷ୍ଟିଶକ୍ତି ନଷ୍ଟ ହେବା ସମ୍ଭାବନା ରହିଛି । ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ବ୍ୟବସ୍ଥା କରାଯାଇଛି । ବୁର୍ଲାସ୍ଥିତ ଅବଦୁଲ କଲାମ ପ୍ଲାନେଟୋରିୟମରେ ମଧ୍ୟ ସୂର୍ଯ୍ୟୋପରାଗ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ପରାଗ 8ଟା 19 ମିନିଟ 24 ସେକେଣ୍ଡରେ ଆରମ୍ଭ ହୋଇଥିବାବେଳେ ଏହାର 11.29 ମିନିଟ୍ରେ ଶେଷ ହେବ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି ହେଉଛି ବିଜେଡିର ପ୍ରତିଷ୍ଠା ଦିବସ। ଗ୍ରହଣ ପାଇଁ ଦଳ ସକାଳେ ପାଳନ ନ କରି ଆଜି ଅପରାହ୍ନ 4ଟାରେ ବିଜେଡି କାର୍ଯ୍ୟାଳୟରେ ଏହା ଦିବସକୁ ପାଳନ କରିବ। ସେଥିପାଇଁ ଦଳ ତରଫରୁ ବିଜେଡି ଅଫିସ ସହିତ ରାସ୍ତାଘାଟରେ ବିଜେଡି ପତକାରେ ଛାଇ ଦେଇଛନ୍ତି। 1997 ମସିହା ଡିସେମ୍ବର 26 ତାରିଖରେ ବିଜୁ ଜନତା ଦଳ ବା ବିଜେଡି ଜନ୍ମ ନେଇଥିଲା। ସେତେବେଳେ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଏହାର ମଙ୍ଗ ଧରି ଦଳକୁ ସୁଦୃଢ କରିପାରିଛନ୍ତି। ଫଳରେ 22 ବର୍ଷ ଧରି ନବୀନଙ୍କ ଗଡରେ ଆଉ କୌଣସି ତିଷ୍ଠି ପାରି ନାହିଁ ତେବେ ବିଗତ ପ୍ରତିଷ୍ଠା ଦିବସରେ ନବୀନ କେନ୍ଦ୍ର ଅବହେଳାକୁ ପ୍ରମୁଖ ଅସ୍ତ୍ର କରି ସମାଲୋଚନା କରୁଥିଲେ। ହେଲେ ଏଥର ସେ ଦୃଶ୍ୟପଟ୍ଟ ବଦଳି ଯାଇଥିବାରୁ ନବୀନ କଣ କହିବେ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବଚୀ। ଧୂମଧାମରେ ପାଳିତ ହେବାକୁ ଥିବା…
ନବରଙ୍ଗପୁର,26/12 : ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ଡିସେମ୍ବର ୧୪ ତାରିଖରେ ନବରଙ୍ଗପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅସଫଳ ରହିଛି । ଦୋଷୀକୁ ଶୀଘ୍ର ଗିରଫ କରିବା ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ପୋଲିସ କୁନ୍ଦୁଲି ମାମଲା ଭଳି ଏହି ଘଟଣାକୁ ମଧ୍ୟ ଲଚାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ ପୂର୍ବତନ ସାଂସଦ ତଥା ପିସିସିର ପୂବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଡାକରାରେ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ଆଜି ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ କାର୍ଯ୍ୟାଳୟ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ଅଟକି ରହିଛି । ଯାତାୟତ ବାଧାପ୍ରାପ୍ତ…
ନୂଆଦିଲ୍ଲୀ, 26/12: ସମଗ୍ର ଉତ୍ତର ଭାରତରେ ଶୀତଲହରୀ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆହୁରି ୨ ରୁ ୩ ଦିନ ଧରି ଥଣ୍ଡାର ପ୍ରକୋପ ରହିବ। କିଛି ସହରରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଆଗାମୀ ଦିନରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଉତ୍ତରପ୍ରଦେଶର ନୋଏଡା, ଗାଜିଆବାଦଓ କିଛି ସହର ଶୀତରେ ଥରୁଛି। ସାହାରାନପୁରରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଛି। ତାପମାତ୍ରା ହ୍ରାସକୁ ଦୃଷ୍ଟିରେ ରଖି ଗୁରୁବାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି। କିନ୍ତୁ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ଜାରି କରାଯାଇଛି। ଆଲିଗଡ଼ରେ ପ୍ରଥମରୁ ଅଷ୍ଟମ ଯାଏଁ ସମସ୍ତ ସ୍କୁଲକୁ ଛୁଟି କରି ଦିଆଯାଇଛି । କିଛି ଜିଲ୍ଲାରେ ଡିସେମ୍ବର ୨୮ ଯାଏଁ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବା…
କେଦାର ମିଶ୍ର ଏ ଲେଖାଟିକୁ ମୁଁ ନିତାନ୍ତ ବ୍ୟକ୍ତିଗତ ଅନୁଭବରୁ ଲେଖୁଛି। ମୁଁ ଯେବେବି ମୋ ମା କୁ ପଚାରେ, ମୋର ଜନ୍ମ କେବେ ହୋଇଥିଲା, ସେ ମୋତେ କହେ, ତୁ ସେହି ବର୍ଷ ଜନ୍ମ ହୋଇଥିଲୁ ଯେଉଁ ବର୍ଷ ଯୋଡା ବୈଶାଖ ପଡିଥିଲା। ପାଞ୍ଜି କଣ ଜାଣି ନଥିବା ଓ ଭାରତୀୟ ଚାନ୍ଦ୍ର ବର୍ଷ ବିଷୟରେ ଧାରଣା ନଥିବା ଲୋକଟି ଯୋଡା ବୈଶାଖର ଅର୍ଥ ବି ବୁଝି ପାରିବ ନାହିଁ। ମୁଁ ନିଜେ ମୋ ଜାତକ ନ ପଢିବା ଯାଏଁ ମୋ ଜନ୍ମଦିନ କଥା ମୋତେ ଜଣା ନଥିଲା। ତେବେ ଜାତକରେ ଲେଖାଥିବା ଜନ୍ମଦିନ ସହିତ ମୋ ସରକାରୀ କାଗଜର ଜନ୍ମଦିନ ସମାନ ନୁହେଁ। ମୋ ସ୍କୁଲ ସାର୍ଟିଫିକେଟରେ ମୋ ବୟସ ଜାତକଠାରୁ ୯ ମାସ ବଡ। ମୋ ପରି ଅଧିକାଂଶ ଭାରତୀୟଙ୍କର ଅବସ୍ଥା ସମାନ। ଏଠି ପ୍ରତ୍ୟେକଙ୍କର ତିନୋଟି ଜନ୍ମଦିନ ଥାଏ- ଜାତକ ତାରିଖ ଅନୁସାରେ, ସାର୍ଟିଫିକେଟ ଅନୁସାରେ…
ନୂଆଦିଲ୍ଲୀ, 26/12: ହିନ୍ଦି ସାହିତ୍ୟର ପ୍ରସିଦ୍ଧ ସାହିତ୍ୟିକ ଗଙ୍ଗା ପ୍ରସାଦ ବିମଳଙ୍କ ଶ୍ରୀଲଙ୍କାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୋମବାର ଦକ୍ଷିଣ କୁରୁନ୍ଦୁଗାହେତେକମା ଅଞ୍ଚଳରେ ଏକ ଭ୍ୟାନ ସହିତ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ବିମଳ ନିଜ ପରିବାର ଲୋକଙ୍କ ସହିତ ଭ୍ୟାନରେ ବସିଥିଲେ । ଦୁର୍ଘଟଣାରେ ତାଙ୍କ ପରିବାରର 2 ଜଣ ସଦସ୍ୟ ଓ ଭ୍ୟାନର ଚାଳକଙ୍କ ମୃତ୍ୟୁ ହୋଇଛ।ମୃତ୍ୟୁ ବେଳକୁ ବିମଳଙ୍କୁ 80 ବର୍ଷ ବୟସ ହୋଇଥିଲା। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ହିନ୍ଦି ପ୍ରତିଷ୍ଠାନ ସମେତ ଅନ୍ୟ ସଂସ୍ଥାରେ ପ୍ରମୁଖ ଦାୟିତ୍ୱ ତୁଲାଇଛନ୍ତି । ଜଣେ କବି, ସମୀକ୍ଷକ ଓ ଅନୁବାଦକ ଭାବେ ବେଶ୍ ପରିଚିତ ଥିଲେ ଗଙ୍ଗାପ୍ରସାଦ ବିମଳ। 1939 ମସିହାରା ଉତ୍ତରାଖଣ୍ଡର ଉତ୍ତରକାଶୀରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କର ପ୍ରସିଦ୍ଧ କବିତାଗୁଡ଼ିକ ମଧ୍ୟରେ ରହିଛି ବୋଧୀ ବୃକ୍ଷ, ଇତନା କୁଛ,…
Chennai: A child attends a midnight mass in Chennai church on Christmas, on Dec 25, 2019. (Photo: IANS)
Kolkata: People attend a midnight mass in Kolkata church on Christmas, on Dec 25, 2019. (Photo: Kuntal Chakrabarty/IANS)
(191224) — BANGKOK, Dec. 24, 2019 (Xinhua) — Newborn babies are seen dressed in Santa Claus costumes during the Christmas season at a hospital in Bangkok, Thailand, on Dec. 24, 2019. (Xinhua/Rachen Sageamsak)
ନୂଆଦିଲ୍ଲୀ,25/12 : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତାବକୁ ପୂର୍ବତନ ପାକିସ୍ତାନୀ କ୍ରିକେଟର ରଶିଦ୍ ଲତିଫ୍ ସମାଲୋଚନା କରିଛନ୍ତି । ଗାଙ୍ଗୁଲିଙ୍କ ପ୍ରସ୍ତାବିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଅନ୍ୟ ଏକ ଶ୍ରେଷ୍ଠ ଦଳ ଭାଗ ନେବେ ବୋଲି ଜଣାପଡିଛି । ଭାରତରେ ପିଙ୍କ ବଲ୍ ଟେଷ୍ଟ ପ୍ରଚଳନ ସହିତ ଏହା ଗାଙ୍ଗୁଲିଙ୍କ ବଡ ଯୋଜନାର ଏକ ଅଂଶବିଶେଷ । ପାକିସ୍ତାନୀ କ୍ରିକେଟର ରଶିଦ ଲତିଫ୍ ଏହି ଯୋଜନାକୁ ସମାଲୋଚନା କରିଛନ୍ତି । ଏହି ଯୋଜନା ଫଳପ୍ରସୂ ହେଲେ ଚାରି ରାଷ୍ଟ୍ର ଅନ୍ୟ ସମସ୍ତ ରାଷ୍ଟ୍ରଙ୍କୁ ଏକ ଘରିକିଆ କରିଦେବେ ଯାହାକି କ୍ରିକେଟ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଲତିଫ ଏକ ୟୁଟ୍ୟୁବ୍ ଭିଡିଓରେ କହିଛନ୍ତି । ଏହି ସିରିଜ୍ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସମ୍ମତି ପ୍ରଦାନ କରିଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ବାଣପୁର/ନାଚୁଣୀ, ୨୫/୧୨: ଦେଶରେ ନାଗରିକତା ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଉଛି। ଏହି ଆଇନକୁ ସମ୍ବିଧାନ ବିରୋଧୀ ବୋଲି ଅଭିହିତ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କିନ୍ତୁ ଏହା ସପକ୍ଷରେ ମଧ୍ୟ ଦେଶ ସାରା ଅନେକ ସଙ୍ଗଠନ ଶୋଭାଯାତ୍ରା କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଆଜି ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ନାଚୁଣୀ ଠାରେ ସିଏଏ ସପକ୍ଷରେ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ଅଧୀନରେ ଥିବା ନାଚୁଣୀ ୟୁନିଟ ଦ୍ଵାରା ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନାଚୁଣୀ ମହାବିଦ୍ୟାଳୟରୁ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଢୋଲ ବାଜା, ଫଗୁ ଏବଂ ତ୍ରିରଙ୍ଗା ପତକା ଧରି ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ।…
(191224) — DAMASCUS, Dec. 24, 2019 (Xinhua) — Syrian kids take part in a Christmas celebration in the town of Sednayah in the countryside of Damascus, Syria, on Dec. 24, 2019. (Photo by Ammar Safarjalani/Xinhua)
(191224) — TORONTO, Dec. 24, 2019 (Xinhua) — Giant inflatable Santa Clauses are seen during the Christmas season on Inglewood Drive in Toronto, Canada, Dec. 23, 2019. More than 60 inflatable 14-foot-high Santa Clauses stretched along Inglewood Drive during the holiday season. (Photo by Zou Zheng/Xinhua)

