Author: Samikhsya Bureau

ସମୀକ୍ଷା ବ୍ୟୁରୋ ସଡକ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ମାଗଣା ଚିକିତ୍ସା ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି । ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ବିଧିବଦ୍ଧ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ସରକାରୀ ଡାକ୍ତରଖାନାମାନଙ୍କର ଦୁର୍ଘଟଣା ପରବର୍ତ୍ତୀ ମାଗଣା ଚିକିତ୍ସା ଥିବାବେଳେ ଏହି ସୁବିଧା ଏବେ ଘରୋଇ ଚିକିତ୍ସାଳୟରେ ମଧ୍ୟ ଉପଲବ୍ଧ କରାଯାଇଛି । ବର୍ତ୍ତମାନ ପାଇଁ ଏହା କେବଳ  କଟକର ଅଶ୍ବିନୀ ହସ୍ପିଟାଲ୍‌, ଭୁବନେଶ୍‌ବରର ଆପଲୋ ଓ ଆମ୍ରି ହସ୍ପିଟାଲରେ ଉପଲବ୍ଧ ହେବ ।  ଏଥିରେ ସାହାଯ୍ୟ କରିବା ପାଇଁ ଏକ ନିୟନ୍ତ୍ରଣ କକ୍ଷ କରାଯାଇଅଛି । ପୀଡ଼ିତଙ୍କ ସହାୟତା ପାଇଁ ୩ଟି ହେଲ୍‌ପଲାଇନ୍‌ ନମ୍ବର ଜାରି  କରାଯାଇଛି ।ନମ୍ବରଗୁଡ଼ିକ ହେଲା – ୯୩୪୮୬-୭୭୧୩୩, ୯୪୩୯୯-୯୮୧୫୩, ୯୪୩୭୦-୫୪୯୩୦

Read More

ଆଜି ପୋଲିସକୁ ଆଉ ଏକ ସଫଳତା ମିଳିଛି । ପଥର ମାଫିଆ ମହମ୍ମଦ ତବରେଜକୁ ପୋଲିସ କୋଲକାତା ବିମାନ ବନ୍ଦରରୁ ଗିରଫ କରିଛି । ମହମ୍ମଦ ଥାଇଲାଣ୍ଡ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଗିରଫ କରାଯାଇଛି । ସେ ଗତ କିଛିଦିନ ଧରି ଫେରାର ହୋଇଯାଇଥିଲା । ପରେ ତାହା ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା । ଏବେ ତାକୁ ଗିରଫ କରାଯାଇ ଭୁବନେଶ୍ୱର ଏସଟିଏଫ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ।

Read More

କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ 55 ନମ୍ବର ଜାତାୟ ରାଜପଥ ରାଧାକିଶୋରପୁର ଓଭରବ୍ରିଜ ନିକଟରେ ଏକ ଡକାୟତି ଘଟିଛି । ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର ମ୍ୟାନେଜେର ସନ୍ତୋଷ ରାଜ ଆଜି 18 ଲକ୍ଷ ଟଙ୍କା ନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ସମୟ ଏହି ସମୟରେ ରାଧାକିଶପୁର ଓଭରବ୍ରିଜ ନିକଟରେ ଦୁଇଟି ପଲସରରେ ଚାରିଜଣ ଯୁବକ ଆସି ସନ୍ତୋଷଙ୍କୁ ଅଟକାଇଥିଲେ । ପ୍ରଥମେ ଦୁର୍ବୃତ୍ତମାନେ ଗାଡି ଚାବି ଛଡ଼ାଇ ନେଇ ଯାଇଥିଲେ । ପରେ ସେମାନେ ସନ୍ତୋଷଙ୍କୁ ଧମକ ଚମକ ଦେଇ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେଇ ଯାଇଥିଲେ ।

Read More

ଖେଳାଙ୍କୁ ସାହାର୍ଯ୍ୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ନୂଆ ଘୋଷଣା କରାଯାଇଛି । ସ୍ପୋର୍ଟସ୍‌ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ଭତ୍ତା 2 ଶହରୁ 5 ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଛାତ୍ରଙ୍କ ଭତ୍ତା 3 ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନ୍‌ଏସ୍‌ଏଫ୍‌ ସ୍ବୀକୃତୀପ୍ରାପ୍ତ ପ୍ରତିଯୋଗିତା ନିମନ୍ତେ ବାହାରକୁ ଗଲେ ଦୈନିକ 300 ଟଙ୍କାର ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଜାତୀୟ ସ୍ତରରେ ପଦକ ବିଜେତାଙ୍କୁ ମଧ୍ୟ ସମ୍ମାନିତ କରାଯିବ । ସ୍ବର୍ଣ୍ଣ ପଦକ ବିଜୟୀଙ୍କୁ ମାସିକ ଏକ ହଜାର, ରୌପ୍ୟ ପଦକ ବିଜେତାଙ୍କୁ 5 ଶହ ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ମାସିକ ଅତିରିକ୍ତ 3 ଶହ ଟଙ୍କାର ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସେହିପରି ଜାତୀୟ ରେକର୍ଡ ଯଦି ଏକ ବର୍ଷ ପର୍ଯ୍ୟନ୍ତ ଅତୁଟ ରୁହେ ତେବେ ମାସିକ 5…

Read More

ସମୀକ୍ଷା ବ୍ୟୁରୋ ଭାରତ ବର୍ଷର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ଏନ୍ତୁଡିଶାଳ କୁହାଯାଉଥିବା ଐତିହାସିକ, ପବିତ୍ର, ବଳିଷ୍ଠ ବୀର ପ୍ରସବୀନି ବାଣପୁର ମାଟି । ଯେଉଁ ମାଟି ସମସ୍ତ ଭାରତବର୍ଷକୁ ଇଂରେଜ ବିରୋଧ ବିପ୍ଳବର ବାର୍ତ୍ତା ପ୍ରଦାନ କରିଥିଲା । ଯେଉଁ ପାଇକ ପୁଅ ନିଜ ଜୀବନକୁ ବାଜି ଲଗାଇ ଏ ମାଟି ମା’ ପାଇଁ ଲଢେଇ କରିଥିଲେ । ଆଜି ସେହି ମହାନ୍‌ ସଂଗ୍ରାମୀମାନଙ୍କ ବଳିଦାନକୁ ସମ୍ମାନ ଦେଇ  ତଥା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଆଜିର ଏହି ଉତ୍ସବରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ‘ପାଇକ କୂଳତିକଳ’ ସମ୍ମାନରେ ସମ୍ମାନିତ କରାଯିବ । ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଅତିଥିବ ଭାବରେ ଏହି ଉତ୍ସବରେ ଯୋଗଦାନ କରିଛନ୍ତି  । ସ୍ଥାନୀୟ ପଲଟଣ ପଡ଼ିଆଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ସାଧାରଣ ସଭା…

Read More

ବାଂଲାଦେଶୀ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ ବାସନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ସାକିବ୍‌ଙ୍କୁ ଦିଆଯାଇଥିବା ନୋଟିସ୍‌ର ଜବାବ ଦେଇ ନଥିବାରୁ ବାସନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହିତ ଭାରତ ଗସ୍ତ ପାଇଁ ସାକିବ୍‌ଙ୍କୁ ଦଳରେ ସାମିଲ କରାଯାଇ ନାହିଁ । 2017ରେ ଜଣେ ବୁକି ସାକିବ୍‌ଙ୍କୁ ମ୍ୟାଚ୍‌ ଫିକ୍ସିଂ ପାଇଁ ସମ୍ପର୍କ କରିଥିଲେ, ସାକିବ୍‌ ମ୍ୟାଚ୍‌ ଫିକ୍ସିଂରେ ସମ୍ପୃକ୍ତ ନଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ଅଭିଯୋଗ କରିନଥିଲେ । ଏଥିପାଇଁ ଆଇସିସି ପକ୍ଷରୁ ସାକିବ୍‌ଙ୍କୁ ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ ସାକିବ୍‌ ଏହାର ଉତ୍ତର ରଖିନାହାନ୍ତି । ଫଳରେ ସାକିବ୍‌ ବର୍ତ୍ତମାନ ଦେଢବର୍ଷ ବାସନ୍ଦାଦେଶର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସମାପିତ 50 ଓଭର ବିଶ୍ବକପ୍‌ରେ ସାକିବ୍‌ 606 ରନ୍‌ ସଂଗ୍ରହ କରିବା ସହିତ 11ଟି ଓ୍ବିକେଟ୍‌ ଅକ୍ତିଆର…

Read More

ରଙ୍ଗାଚରଣ ପ୍ରଧାନ କିଏ କହିଲା ଯେ ଭାରତରେ ସବୁକିଛି ଭଲ ନାହିଁ ? ଆଜ୍ଞା, ଆପଣ ଟୁଇଟରକୁ ଯାଆନ୍ତୁ ନା । ସେଠାରେ ଆପଣଙ୍କୁ ଭଲ ଦିନ ମିଳିଯିବ । ଭାରତର ଖେଳଜଗତ ଓ ଫିଲିମ୍ ଦୁନିଆର ତାରକାମାନେ ସେଠାରେ ଆପଣଙ୍କୁ ଭଲ ଦୁନିଆକୁ ନେଇ ଯିବା ପାଇଁ ଅପେକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଶହ ଶହ କୋଟି ଟଙ୍କାର ବ୍ୟବସାୟ କରୁଥିବା ସିନେମାର ଚକୋଲେଟି ହିରୋଇନ୍ ଓ ହିରୋମାନେ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଭାରତୀୟ ଖେଳାଳିମାନେ ବି ସେହିଠାରେ ଆପଣଙ୍କୁ ମିଳିଯିବେ । ଏକଥା ଜଣାନାହିଁ ଯେ ସେମାନେ ଦେଶ ଓ ତାହାର ସମସ୍ୟାଗୁଡିକ ବିଷୟରେ କ’ଣ ଜାଣିଛନ୍ତି କିମ୍ବା ଜାଣିବାକୁ କେବେ ଅବସର ପାଇଛନ୍ତି । ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଦ୍ରୁତ ପତନ୍ନୋମୂଖୀ ଅର୍ଥନୀତି, ସମଗ୍ର ଜାମ୍ମୂ କାଶ୍ମୀରକୁ ଜେଲ୍ ରେ ପରିବର୍ତ୍ତନ କରିବା , ଧର୍ଷଣକାରୀଙ୍କୁ…

Read More

ଦିଲ୍ଲୀ ସରକାରଙ୍କ ପକ୍ଷରୁ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବାର ଶୁଭାରମ୍ଭ କରାଯାଇଛି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ସେବା ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଭାଇଦୁଜ୍‌ ଅବସରରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ୍ଟର ଜରିଆରେ ଏହି ସେବାର ଆରମ୍ଭ ନେଇ ଘୋଷଣା କରିଛନ୍ତି । ଏହା ସହିତ ଦିଲ୍ଲୀ ପରିବହନ ନିଗମର ନୂତନ ଭାବରେ ଆରମ୍ଭ ହୋଇଥିବା ବସ୍‌ ସେବାରେ 13 ହଜାର ସୁରକ୍ଷା କର୍ମଚାରୀଙ୍କୁ ନିୟୋଜନ କରାଯାଇଛି ।

Read More

ମହାରାଷ୍ଟ୍ରରେ ବିଜେପି – ଶିବସେନା ମଧ୍ୟରେ ସରକାର ଗଠନକୁ ନେଇ ଛକାପଞ୍ଝା ଜାରି ରହିଛି ।  ବିଜେପି ପାଇଁ ଏବେ ମେଣ୍ଟ କଣ୍ଟା ସାଜିଛି। ନିର୍ବାଚନ ପରେ ଶିବସେନା ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛି । ୫୦-୫୦ ଫର୍ମୁଲାକୁ ନେଇ ଅଡି ବସିଛି ଶିବସେନା। ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ନିଜ ଜିଦ୍‌ରେ ଅଟଳ ରହିଛି ଶିବସେନା। ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ କେହି ଦୁଷ୍ୟନ୍ତ ନାହାନ୍ତି, ଯାହାଙ୍କ ପିତା ଜେଲ୍‌ରେ ଅଛନ୍ତି । ତାଙ୍କ ପାଖରେ ବିକଳ୍ପ ଅଛି ବୋଲି କହିଛନ୍ତି । ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ଆମ ପାଖରେ ଅନ୍ୟ ବିକଳ୍ପ ଅଛି, କିନ୍ତୁ ଆମେ ସେହି ବିକଳ୍ପ ସ୍ବୀକାର କରି ପାପ କରିବାକୁ ଚାହୁଁନାହୁଁ। ଶିବସେନା ସର୍ବଦା ରାଜେନୖତିକ ସତ୍ୟର ପଥ ଅନୁସରଣ କରିଛି, ଆମେ କ୍ଷମତାର ଭୋକିଲା…

Read More

ଆଜି ଓଡିଶା ଆସିବେ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି ସଦସ୍ୟ ବା ସିଇସି ଟିମ୍ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏହି ଟିମ୍ ଓଡିଶାରେ ପହଁଚିବା ପରେ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ କରିବେ । ପି ଭି ଜୟକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି ଟିମ ଓଡିଶା ଆସିବ । ଏଥିରେ 4 ଜଣ ସଦସ୍ୟ ରହିଛନ୍ତି । ପ୍ରଥମେ ଟିମ୍ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବ । ସେଠାରେ ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟରେ ବିନିଯୋଗ ହୋଇଥିବା ଅର୍ଥର ସମୀକ୍ଷା କରାଯିବ । କେନ୍ଦୁଝରରେ ସୀମାକ୍ଷା କରି ଟିମ୍ ରାତିରେ ରହିବା ସହ ଆସନ୍ତାକାଲି ମୟୂରଭଞ୍ଜ ଗସ୍ତ କରିବ ।

Read More

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବଡେ । ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୋବଡେଙ୍କୁ ନିଯୁକ୍ତି ଦେଇଛନ୍ତି । ଆସନ୍ତା ନଭେମ୍ବର 18 ତାରିଖରେ ବୋବଡେ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ମୁଖ୍ୟ ବିଚାରପତି ରହିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର 17 ତାରିଖରେ ଅବସର ଗ୍ରହଣ କରୁଛନ୍ତି । ପରମ୍ପରା ଅନୁଯାୟୀ ପୂର୍ବତନ ମୁଖ୍ୟ ବିଚାରପତି ନିଜର ଉତ୍ତରାଧିକାରୀଙ୍କ ନାମ ପ୍ରସ୍ତାବ କରିଥାନ୍ତି । ଅକ୍ଟୋବର 18 ତାରିଖରେ ଗୋଗୋଇ ଆଇନ୍‌ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ବର୍ତ୍ତମାନର ବରିଷ୍ଠ ବିଚାରପତି ଏସ୍‌ ଏ ବୋବଡେଙ୍କ ନାମ ପ୍ରସ୍ତାବ କରିଥିଲେ । 2000 ମସିହାରେ ବମ୍ବେ ହାଇକୋର୍ଟରେ ସହକାରୀ ବିଚାରପତି ଭାବରେ ଯୋଗ ଦେଇଥିଲେ ବୋବଡେ । ଅକ୍ଟୋବର 2012ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା…

Read More

ଚୀନ୍‌ରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି 8 ଜଣଙ୍କର ମୃତ୍ୟୁ ଘଟିଛି । ସୋମବାର ଦକ୍ଷିଣପଶ୍ଚିମ ଚୀନ୍‌ର ଗୁଇଝୋଉରେ ଏହି ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ସ୍ଥାନୀୟ ଅଧିକାରୀ ପ୍ରକାଶ କରିଛନ୍ତି । ସୋମବାର ଅପରାହ୍ନ 4.21 ରେ ଖଣିରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ସମୟରେ ଖଣିରେ ମାତ୍ର 14 ଜଣ ଲୋକ ଉପସ୍ଥିତ ଥିଲେ । 8 ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ 2 ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଅନ୍ୟ 4 ଜଣ ନିଖୋଜ ଥିବା ଜଣାପଡିଛି । ମଙ୍ଗଳବାର ନିଖୋଜଙ୍କ ସନ୍ଧାନ ଜାରି ରହିଥିବା ବେଳେ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।

Read More

ଫିଲିପାଇନ୍ସରେ ଏକ 6.4 ତୀବ୍ରତାର ଭୂକମ୍ପ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ସକାଳୁ ଦକ୍ଷିଣ ଫିଲିପାଇନ୍ସରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସକାଳ 9.04ରେ ଅନୁଷ୍ଠିତ ଏହି ଭୂକମ୍ପ ତୁଲୁନାନ ସହରରେ ଅନୁଷ୍ଠିତ ହୋଇଥିବା ନେଇ ଫିଲିପାଇନ୍ସ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ପ୍ରାୟ 16 ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ପ୍ରଭାବ ରହିଥିଲା । 8 କିମି ଗଭୀର ଏବଂ 26 କିମି ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ପ୍ରଶାନ୍ତ ମହାସାଗରର ଉପସାଗରୀୟ ଅଞ୍ଚଳରେ ଅବସ୍ଥିତ ଏହି ଅଞ୍ଚଳରେ ବର୍ଷକୁ 100ରୁ 150 ଭୂକମ୍ପ ଅନୁଷ୍ଠିତ ହୋଇଥାଏ ।

Read More

ଭଦ୍ରକ ଟାଉନ ଥାନା ଅଧିନ ମୋଟେଲ ଛକରୁ ଗୋରୁ ଵୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ ଜଵତ କରାଯାଇଛି । ଭ୍ୟାନରୁ 30ଟି ଗାଇ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଯୁବକମାନେ ମୋଟେଲ ଛକରେ ଏକ ପିକ୍ଅପ୍ ଭ୍ୟାନଟିକୁ ଅଟକାଇ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଗୋରୁଗୁଡ଼ିକୁ ଉଦ୍ଧାର କରିଥିଲା । ପୁଲିସ୍ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଭ୍ୟାନ୍‌ରେ ଯାଜପୁରରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଥିବା ଜଣାପଡ଼ିଛି ।

Read More

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ମୋଚିସାହିରେ ଥିବା ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ ଘୋଷଣା କରିଥିବା ବେଳେ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମହୋଦଧି ମାର୍କେଟ କମ୍ପ୍ଲେକ୍ସରେ 58ଟି ଦୋକାନ ସହିତ କୋଅପରେଟିଭ୍‌ ସଂସ୍ଥାର ଶାଖା ବି ରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଏଠାରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ ପରେ ଏଠାରେ ବହୁତଳ ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯିବାର ଯୋଜନା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।

Read More