ଦୀପାବଳିରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣର ସମ୍ଭାବନା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି । ଏନଆଇଏ ପକ୍ଷରୁ ସୋମବାର ଏହି ସୂଚନା ପ୍ରକାଶ ପାଇଛି । ଆତଙ୍କବାଦୀ ମାନେ ନେପାଳ ଏବଂ କଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଦୀପାବଳି ପୂର୍ବରୁ ଏକାଠି ହୋଇଛନ୍ତି ବୋଲି କୁହାଯାଇଛି । ଏ ନେଇ ଏନଆଇଏ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏନଆଇଏକୁ କିଛି କଲ୍ ରେକର୍ଡିଂ ମିଳିଛି ଯେଉଁଥିରେ ଆତଙ୍କବାଦୀ ମାନେ ଅକ୍ଚୋବର 17 ପୂର୍ବରୁ ଦିଲ୍ଲୀରେ ଏକାଠି ହେବେ ବୋଲି ସୂଚନା ଦେଇଛନ୍ତି । ଏହି କାରଣରୁ ଏନ୍ଆଇଏ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
Author: Samikhsya Bureau
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା 23 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି । ଅକ୍ଟୋବର 23ରୁ ବର୍ଷା ଆରମ୍ଭ ହେବା ସହିତ 24 ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି ।
ରାଉରକେଲାରେ ଏକ କପଡା ଦୋକାନରେ ନିଆଁ ଲାଗିଛି । ରାଉରକେଲା ସହରର ମୁଖ୍ୟ ମାର୍ଗରେ ଥିବା ମଙ୍ଗଳା ଭବନ ନିକଟରେ ଥିବା କପଡ଼ା ଗୋଦାମରେ ନିଆଁ ଲାଗି ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ 5ରୁ 7 ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଦୁଇଟି ଦମକଳ ବାହିନୀ ପହ଼ଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।
ଜେଲ୍ରେ ରହିଥିବା କଂଗ୍ରେସ ନେତା ଡି କେ ଶିବକୁମାରଙ୍କୁ ଭେଟିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ । ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶିବକୁମାରଙ୍କୁ ଗିରଫ କରାଯାଇଥିଲା । ଶିବକୁମାରଙ୍କୁ ଭେଟିବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି କୁମାରସ୍ବାମୀ କହିଛନ୍ତି । ଶିବକୁମାର ଜଣେ ଦୃଢମନା ବ୍ୟକ୍ତି ଏବଂ ସେ ଏହି ସମସ୍ତ ପରସ୍ଥିତିରୁ ଖୁବ୍ଶୀଘ୍ର ବାହାରିଯିବେ ବୋଲି ବୈଠକ ପରେ କୁମାରସ୍ବାମୀ ପ୍ରକାଶ କରିଛନ୍ତି । କୁମାରସ୍ବାମୀ କହିଛନ୍ତି, ବିଜେପି ସରକାରଙ୍କ ପକ୍ଷରୁ ଷଡଯନ୍ତ୍ର କରାଯାଇ ଅର୍ଥ ହେରଫେର ମାମଲାରେ ଶିବକୁମାରଙ୍କୁ ଫସାଇ ଦିଆଯାଇଛି । ଜୁଲାଇରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିବା ପରେ ଇଡଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।
୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିବା କଂଗ୍ରେସ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏବେ ପୁଣି ଅଣ୍ଟା ଭିଡ଼ିଛି । ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ପ୍ରକ୍ରିିୟା ଆରମ୍ଭ ହୋଇଛି କିନ୍ତୁ ଦୀପାବଳି ପର ଠାରୁ ତ୍ବରାନ୍ବିତ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆସନ୍ତା ୨୪ରେ କଂଗ୍ରେସ ଭବନରେ ପର୍ଯ୍ୟବେକ୍ଷକଙ୍କ ନେଇ ବୈଠକ ବସିବ । ଏହି ବୈଠକରେ ପର୍ଯ୍ୟବେକ୍ଷକ ଗସ୍ତ କରିଥିବା ୩୩ ସାଂଗଠନିକ ଜିଲ୍ଲାର ରିପୋର୍ଟ ଦେବେ । ସେହି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଏଆଇସିସିଙ୍କ ନିକଟକୁ ପଠାଯିବ । ଅପେକ୍ଷାକୃତ ଛୋଟ କମିଟି ଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ଚାଲିବ। ସଂସଦୀୟ ମନ୍ତ୍ରାଳୟ ପକ୍ଷରୁ ଉଭୟ ଗୃହର ସଚିବଙ୍କୁ ଅବଗତ କରାଯାଇଛି। ଏହି ଅଧିବେଶନରେ ସରକାର ବହୁ ଗୁରୁତ୍ବପୂର୍ଣ୍ଣ ବିଧେୟକ ପାରିତ କରିବେ। ଏହି ଶୀତକାଳୀନ ଅଧିବେଶନରେ ସରକାର ୨ଟି ମହତ୍ତ୍ବପୂର୍ଣ୍ଣ ବିଧେୟକ ଆଗତ କରିବା ସହ ୨ଟି ଗୁରୁତ୍ତ୍ବପୂର୍ଣ୍ଣ ଅଧ୍ୟାଦେଶ କାନୁନ ତିଆରି କରିବା ପାଇଁ ଯୋଜନା କରୁଛନ୍ତି। ଏଥିରୁ ଏକ ଅଧ୍ୟାଦେଶ ସେପ୍ଟେମ୍ବରରୁ ଆୟକର ଅଧିନିୟମ ୧୯୬୧, ଅର୍ଥ ଅଧିନିୟମ ୨୦୧୯ରେ ସଂଶୋଧନ ପାଇଁ ଜାରି କରାଯାଇଥିଲା। ଅନ୍ୟ ଅଧ୍ୟାଦେଶରେ ସେପ୍ଟେମ୍ବରରେ ଜାରି କରାଯାଇଥିବା ଇ-ସିଗାରେଟ ଏବଂ ଏହିଭଳି ଉପକରଣ ବିକ୍ରୀ, ନିର୍ମାଣ ଓ ମହଜୁଦ ରଖିବାକୁ ନେଇ ପ୍ରତିବନ୍ଧକ ଲଗାଯିବା ନେଇ ଆଲୋଚନା ହେବ।
୨୮ ବର୍ଷୀୟା ମହିଳା ଶିକ୍ଷୟିତ୍ରୀ ୧୬ବର୍ଷୀୟ ଛାତ୍ରଙ୍କ ସହ ରଖୁଥିଲେ ସମ୍ବନ୍ଧ । ନାବାଳାକଙ୍କ ସହ ସମ୍ବନ୍ଧ ରଖିବା ଅଭିଯୋଗରେ ଶିକ୍ଷୟିତ୍ରୀଜଣଙ୍କୁ ଗିରଫ କରାଯାଇଛି । ଆମେରିକାର ଫ୍ଲୋରିଡାର ନ୍ୟୁ ସିମ୍ରନା ବିଚ୍ ହାଇସ୍କୁଲରେ ଏହି ଘଟଣା ଘଟିଛି । ୨୮ ବର୍ଷୀୟ ଏହି ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ମେଗନ୍ ପେରିସ୍ । ଛାତ୍ରଙ୍କ ବାସ୍କେଟ୍ବଲ୍ ଟିମ୍ର କୋଚ୍ ମଧ୍ୟ ରହିଛନ୍ତି ଏହି ଶିକ୍ଷୟିତ୍ରୀ ଜଣକ । ମେଗନ୍ ଗଣିତ ଶିକ୍ଷାଦାନ କରୁଥିଲେ । ପୁଲିସ୍ କହିବାନୁସାରେ ସ୍କୁଲର ଜଣେ ଛାତ୍ର ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ୨୦୧୭ରେ ମେଗନ୍ ଏହି ସ୍କୁଲରେ ଯୋଗଦାନ କରିଥିଲେ । ନିଜେ ମଧ୍ୟ ଏହି ସ୍କୁଲରୁ ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି । ଆରେଷ୍ଟ ଓ୍ବାରେଣ୍ଟ ଜାରି ହେବା ପରେ ଆତ୍ମସମର୍ପଣ କରିଛନ୍ତି ମେଗନ୍ । ତାଙ୍କ ବିରୁଦ୍ଧରେ ଯାଞ୍ଚ ଆରମ୍ଭ ହେବା ପରେ ସ୍କୁଲ ମେଗନଙ୍କୁ ପେଡ୍…
ଅରବିନ୍ଦ ରାଉତ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକବନବାସୀମାନଙ୍କୁ ନିଜଜମିଉପରେ ଜବରଦଖଲକାରୀର ରୂପ ଦିଆହୋଇ ଆସୁଛି ଉପନିବେଶ ଅମଳରୁ । ୧୯୨୭ ମସିହାରେ ଭାରତୀୟ ଜଙ୍ଗଲ ଆଇନ୍ (Indian Forest Act-1927) ଆସିଲା ।ଏହି ଆଇନରେ ଜଙ୍ଗଲ ଭିତରେ ପ୍ରବେଶ କରିବା ଓ ଜଙ୍ଗଲକୁ ବ୍ୟବହାର କରିବା ଦିଗରେ ଅନେକ କଟକଣାମାନ ତିଆରି କରାଗଲା ।କିନ୍ତୁଏହି ଆଇନ ଲାଗୁ ହେବାର ଶହଶହବର୍ଷ ପୂର୍ବରୁ ଆଦିବାସୀମାନେ ଜଙ୍ଗଲ ଜମିକୁ ସେମାନଙ୍କ ଜୀବିକା କରି ବଞ୍ଚି ଆସୁଛନ୍ତି ।ବହୁ ଗବେଷକ କହିଛନ୍ତି କି ଆଦିବାସୀମାନେ ହିଁ ଭାରତର ମୂଳ ଅଧିବାସୀ ।ଜଙ୍ଗଲ ସେମାନଙ୍କର ମା’, ସେମାନଙ୍କ ପୂଜ୍ୟ ଦେବତା । ନିଜର ଜଙ୍ଗଲକୁ ସେମାନେ ପାରମ୍ପରିକ ଢ଼ଙ୍ଗରେ ଜଗାରଖା ଓ ପରିଚାଳନା ମଧ୍ୟ କରିଆସୁଛନ୍ତି ।ହେଲେ ଆଶ୍ଚର୍ଯ୍ୟର କଥା ଯେ ଏହି ଆଇନ ଗୁଡ଼ିକ ପ୍ରଣିତ ହେବା ପରେ ସେମାନଙ୍କୁ ତାଙ୍କର ନିଜ ଜମିଉପରେ ଜବରଦଖଲକାରୀ ଭାବେ ବିବେଚିତ କରାଗଲା ।ଜଙ୍ଗଲ ଉପରେ ନିର୍ଭର କରି…
ଏକତା କପୁର ଲୋକପ୍ରିୟ ଅଲୌକିକ ଶୋ’ ନାଗିନ୍’ର ସିଜିନ୍ ୪କୁ ଦର୍ଶକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପ୍ରଥମ ଦୁଇ ସିଜିନ୍ରେ ମୌନୀ ରାୟ ନାଗିନ୍ ହୋଇଥିବାବେଳେ ତୃତୀୟ ସିଜିନ୍ରେ ଅଭିନେତ୍ରୀ ସୁରଭି ଜ୍ୟୋତି ନାଗିନ୍ ହୋଇ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲେ । କିନ୍ତୁ ନାଗିନ୍ ୪ରେ ଲିଡ୍ ନାୟିକା କିଏ ହେବ, ସେନେଇ ବହୁ ଦିନରୁ ଚର୍ଚ୍ଚା ଲାଗି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ଏକତାଙ୍କ ନାଗିନ୍ ଭାବେ ଏଥର ଦର୍ଶକଙ୍କ ସାମ୍ନାକୁ ଆସିବେ ଅଭିନେତ୍ରୀ ନିଆ ଶର୍ମା । ନିଆଙ୍କ କ୍ୟାରିଅରର ପ୍ରଥମ ସୁପରନାଚୁରାଲ୍ ଶୋ’ ଏହି ସିଜିନ୍ଟି ହେବ । ପୂର୍ବରୁ ଅନେକ ଲୋକପ୍ରିୟ ଧାରାବାହିକରେ ନିଆଙ୍କୁ ଦର୍ଶକେ ଦେଖିଛନ୍ତି । ଇଶ୍କ ମେ ମରଜାଓ୍ବାରେ ଲିଡ୍ ନାୟିକା ରହିଥିଲେ ନିଆ । ସୂଚନା ଅନୁସାରେ ଦିଓ୍ବାଲୀ ପରେ ପରେ ନିଆ ନାଗିନ୍ ୪ ପାଇଁ ଶୁଟିଂ ଆରମ୍ଭ କରିବେ ନିଆ…
ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ର ତୃତୀୟ ଦିବସର ଦକ୍ଷିଣ ଆଫ୍ରିକା 162 ରନ୍ରେ ଅଲ୍ଆଉଟ୍ ହୋଇଛି । 335 ରନ୍ରେ ଆଗୁଆ ରହିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକାକୁ ଫଲୋଅନ୍ ଡାକରା ଦେଇଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ 3ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ସାମି, ଜାଡେଜା ଏବଂ ନଦୀମ୍ ପ୍ରତ୍ୟୋକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଫଲୋଅନ୍ ପରେ ଦକ୍ଷିଣ ଆଫ୍ରିକା 16 ରନ୍ର ଦୁଇଟି ଓ୍ବିକେଟ୍ ହରାଇ ପୁନର୍ବାର ସଙ୍କଟରେ ପଡିଛି । ସାମି ଏବଂ ଉମେଶ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।
Voters displaying their voter identity cards, at a polling booth, during the Haryana Assembly Election, at Kami Village, in Ganaur Tehsil, Sonipat on Monday. UNI PHOTO-27u
ସମୀକ୍ଷା ବ୍ୟୁରୋ ଏଡସ୍ ପରି ମାରାତ୍ମକ ରୋଗ ପରେ ଦୁନିଆରେ ତୀବ୍ର ଗତିରେ ବଢି ଚାଲିଛି ଏହି ରୋଗ। ୨୦୧୬ରେ ସାରା ଦୁନିଆରେ ନବଜାତଙ୍କ ମୃତ୍ୟୁର ପ୍ରମୁଖ କାରଣ ଏହି ରୋଗ ହିଁ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଭୟାବହ ରୋଗ ସମ୍ପର୍କରେ। ଏଡସ୍ ଏପରି ଏକ ଦୁରାରୋଗ୍ୟ, ଯାହାର ଚିକିତ୍ସା ଆଜି ବି ଅସମ୍ଭବ । ତେବେ ଏଡସ୍ଠାରୁ ଆହୁରି ମାରାତ୍ମକ ରୋଗ ଆମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଡସ୍ ପରି ମଧ୍ୟ ଏହି ରୋଗର ପ୍ରମୁଖ କାରଣ ଅସୁରକ୍ଷିତ ଯୌନ ସମ୍ବନ୍ଧ। ଏହି ରୋଗର ନାମ ହେଉଛି ସିଫିଲିସ୍। କୁହାଯାଉଛି ଯେ, ଗତ ଦଶକ ମଧ୍ୟରେ ଏହି ରୋଗର ପ୍ରକୋପ ଅଧିକ ବଢିଯାଇଛି । ଖାସ୍ କରି ଏହି ରୋଗ ୟୁରୋପରେ ଅଧିକ ପରିମାଣରେ ଦେଖାଯାଉଛି। ୨୦୦୦ ମସିହା ପରେ କିଛି ଦେଶରେ ଏଚ୍ଆଇଭି ତୁଳନାରେ ଏହି ରୋଗ ଅଧିକ ବଢିଛି। ୟୁରୋପର ରୋଗ…
THIRUVANANTHAPURAM- A elderly women coming with support of her family members cast a vote,during Vattiyourkave byelection in Thiruvanathapuram on Monday.UNI PHOTO-29U
THIRUVANANTHAPURAM, OCT 21 (UNI)- Women voters queue for cast their votes, during Vattiyourkave byelection in Thiruvanathapuram on Monday. UNI PHOTO-30U
ବିଜେପୁରରେ ଅନୁଷ୍ଠିତ ଉପ ନିର୍ବାଚନରେ ଭୋଟିଂ ପ୍ରତିଶତ ଉତ୍ସାହଜନକ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ପ୍ରଦାନ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ଉପ ନିର୍ବାଚନରେ ଅପରାହ୍ନ 1ଟା ସୁଦ୍ଧା 37.10 ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ 1ଟା ସୁଦ୍ଧା 37.10 ପ୍ରତିଶତ ମତଦାନ ହୋଇଛି ।
ସମୀକ୍ଷା ବ୍ୟୁରୋ ଦୀପାବଳି ପୂର୍ବରୁ ଧନତେରାସ୍ ପାଳନ କରାଯାଇଥାଏ। ଚଳିତ ଥର ଅକ୍ଟୋବର ୨୫ ତାରିଖରେ ଧନତେରାସ୍ ପର୍ବ ପାଳନ କରାଯିବ। ହିନ୍ଦୁ ଧର୍ମ ଅନୁସାରେ ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସି କୃପା ବର୍ଷା କରିଥା’ନ୍ତି। ସେହିପରି ଏହି ଦିନରେ ନୂତନ ଜିନିଷ କ୍ରୟ କରିବାର ମହତ୍ତ୍ବ ବେଶ୍ ରହିଥାଏ। ଏହି ଦିନ ଏହି ୫ଟି ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ୫ଟି ସାମଗ୍ରୀ ଭିତରୁ ଗୋଟିଏ ଜିନିଷ ଆଣିବା ଦ୍ବାରା ଲକ୍ଷ୍ମୀ ଓ କୁବେରଙ୍କୁ କୃପା ପାଇପାରିବେ। ଏହାସହିତ ଆପଣଙ୍କୁ ଆଉ ଧନର ଅଭାବ ପରିଲକ୍ଷିତ ହେବ ନାହିଁ। ତେବେ ସେହି ପାଞ୍ଚଟି ଜିନିଷ ଭିତରେ ରହିଛି- ସୁନା ଓ ରୂପା : ଧନତେରାସ୍ରେ ସୁନା ଓ ରୂପା କିଣିବା ଅତ୍ୟନ୍ତ ଶୁଭ ମନାଯାଇଥାଏ। ତେବେ ଏହି ଦିନରେ ଆପଣ ଅତ୍ୟଧିକ ମୂଲ୍ୟବାନ ଗହଣା କିଣିଯଦି ନପାରୁଛନ୍ତି।…
ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ପ୍ରଦାନ କରିଛନ୍ତି । ନିଜ ପରିବାର ସହିତ ବାନ୍ଦ୍ରା ଓ୍ବେଷ୍ଟରେ ସଚିନ୍ ନିଜର ଭୋଟ୍ ପ୍ରଦାନ କରିଥିଲେ । ସଚିନ୍ଙ୍କ ସହିତ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଏବଂ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କ ସହିତ ସଚିନ୍ ପହଞ୍ଚି ଭୋଟ ପ୍ରଦାନ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭା ପାଇଁ 288 ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା ଅକ୍ଟୋବର 24 ତାରିଖରେ ନିର୍ବାଚନ ଫଳାଫଳ ଆସିବ ।
ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ର ତୃତୀୟ ଦିବସର ପ୍ରଥମ ସେସନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା 6 ଓ୍ବିକେଟ୍ ହରାଇ 129 ରନ୍ ସଂଗ୍ରହ କରିଛି । ଲଞ୍ଚ ସୁଦ୍ଧା ଆଫ୍ରିକା 129 ରନ୍ରେ ଅଧା ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇ ସାରିଥିବା ବେଳେ 368 ରନ୍ ପଛରେ ରହିଛି । ଦ ଆଫ୍ରିକା ପକ୍ଷରୁ ଜୁବେର୍ ହାମ୍ଜା ସର୍ବାଧିକ 62 ରନ୍ ସଂଗ୍ରହ କରିଥିବା ବେଳେ ତେମ୍ବା ବାଭୁମା 32 ରନ୍ ସଂଗ୍ରହ କରିଛନ୍ତି । ଉଭୟ ଲଗାତାର ଓଭରରେ ଜାଡେଜା ଏବଂ ନଦୀମ୍ଙ୍କ ଦ୍ବାରା ଆଉଟ୍ ହେବା ପରେ ଦଳ ବ୍ୟାକ୍ଫୁଟ୍କୁ ଯାଇଥିଲା । ଭାରତ ପକ୍ଷରୁ ଉମେଶ ଯାଦବ ଏବଂ ଜାଡେଜା 2ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ସାମି ଏବଂ ନଦୀମ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଭିନ୍ନ ସିନେ ତାରକା ଭୋଟ ପ୍ରଦାନ କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସକାଳ ୬ଟାରୁ ମତଦାନ ଆରମ୍ଭ ହୋଇଥିବା ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ନିର୍ବାଚନରେ ବିଭିନ୍ନ ବଲିଉଡ୍ କଳାକାର ଭୋଟଦାନ କରିଛନ୍ତି । ବଲିଉଡ୍ ଅଭିନେତା ଆମିର ଖାନ୍ ଏବଂ ପତ୍ନୀ କିରଣ ରାଓ ମୁମ୍ବାଇରେ ନିଜର ମତଦାନ କରିଛନ୍ତି । ମତଦାନ ପରେ ଉଭୟ ନିଜର ଫଟୋ ଇନ୍ଷ୍ଟାଗ୍ରାମ୍ ଜରିଆରେ ସେୟାର କରିଛନ୍ତି । ସେହିପରି ଅନ୍ୟତମ ଦମ୍ପତି ମହେଶ ଭୂପତି ଏବଂ ଲାରା ଦତ୍ତା ମଧ୍ୟ ନିଜ ଭୋଟପ୍ରଦାନର ଫଟୋ ସେୟାର କରି ସାଧାରଣ ଜନତାଙ୍କୁ ଭୋଟଦାନ ପାଇଁ ଅନୁରୋଧ କରିଛନ୍ତି । ସେହିପରି ଅନ୍ୟତମ ଅଭିନେତା ଦମ୍ପତି ରୀତେଶ ଦେଶମୁଖ ଏବଂ ଜେନେଲିଆ ଡିସୌଜା ମଧ୍ୟ ମତଦାନ କରିଛନ୍ତି । ଉଭୟ ଲାତୁର୍ରେ ନିଜର ଭୋଟ ପ୍ରଦାନ କରିଛନ୍ତି । ବାନ୍ଦ୍ରାରେ ଭୋଟ ପ୍ରଦାନ କରିବା ପରେ…
ବିଜେପୁରରେ ଅନୁଷ୍ଠିତ ଉପ ନିର୍ବାଚନରେ ଭୋଟିଂ ପ୍ରତିଶତ ଉତ୍ସାହଜନକ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ପ୍ରଦାନ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ଉପନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଛି। ସମୁଦାୟ ୫ ଜଣ ପ୍ରାର୍ଥୀ ମଇଦାନରେ ରହିଥିବା ବେଳେ ବିଜେପି, ବିଜଡି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣା ପଡିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଛି।