କେଦାର ମିଶ୍ର ବିଜେପୁର ଉପ ନିର୍ବାଚନରେ ଓ ତା ପୂର୍ବରୁ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ ରୁ ବଞ୍ଚିତ ହୋଇଥିବା ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବେ ଦଳ ତାଙ୍କୁ ଅଣଦେଖା କରୁଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଅଶୋକ ପାଣିଗ୍ରାହୀଙ୍କ ଅଭିଯୋଗ ଏକ ପ୍ରକାର ଅରଣ୍ୟ ରୋଦନ ପାଲଟିଛି। ତାଙ୍କ ବିଳାପ ନା ବିଜେପି ଶୁଣୁଛି, ନା ଆଉ କାହା ପାଖରେ ତାଙ୍କୁ ସାନ୍ତ୍ଵନା ଦେବାର ସମୟ ଅଛି। ୨୦୧୮ରେ ସେ ଯେତେବେଳେ ବିଜୁ ଜନତା ଦଳ ଛାଡି ବିଜେପିରେ ଯୋଗ ଦେଲେ ଦେଇଥିଲେ ସେତେବେଳେ ତୁରନ୍ତ ତାଙ୍କୁ ବିଜେପୁର ଉପ ନିର୍ବାଚନ ଲାଗି ଟିକେଟ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋକ ପାଣିଗ୍ରାହୀଙ୍କୁ ସେମି ଫାଇନାଲ ନିର୍ବାଚନରେ ମୁଖ୍ୟ ଖେଳାଳି ଭାବେ ମଇଦାନକୁ ଛାଡିଥିଲେ। ବିଜେପୁରରେ ଅଶୋକ ହାରିଲା ପରେ, ବିଜେପିରେ ତାଙ୍କର ଆବଶ୍ୟକତା ସରିଗଲା। ତାପରେ ତାଙ୍କୁ ଆଉ ଗୁରୁତ୍ଵ ଦେବାର କୌଣସି…
Author: Samikhsya Bureau
ମୃତ୍ୟୁ କିଭଳି ମଧ୍ୟ ଆସିପାରେ । ଟ୍ୟୁସନ୍ ଯାଉଥିବା ସମୟରେ ହାଇବା ମାଡିଯିବାରୁ ଜଣେ ଛାତ୍ରଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଚଛନ୍ତି । ପାରାଦୀପର ଫୁଲବେଲାରୀ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ୟୁସନ୍ ଯାଉଥିବା ସ୍କୁଲ ଛାତ୍ରଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ମାଡ଼ିଗଲା । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ର ପ୍ରାଣ ହରାଇଥିବାବେଳେ 2 ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଦ୍ୱୟଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
MUMBAI, OCT 11 (UNI) – Bollywood actor Amitabh Bachchan greets to fans outside his bunglow Jalsa,Juhu t on his 77th Birthday,in Mumbai on Friday. UNI PHOTO-79U
ମହାବଳୀପୁରମ: ଚେନ୍ନାଇର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଲାଥିଲା। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗିଙ୍କୁ ସେ ମହାବଳୀପୁରମରମର ପ୍ରାଚୀନ କାରୁକାର୍ଯ୍ୟକୁ ନିଜେ ଟୁରିଷ୍ଟ ଗାଇଡ ଭାବେ ବୁଲାଇ ଦେଖାଇଥିଲେ। ମୋଦି ତାମିଲନାଡୁର ପାରଂପାରିକ ପୋଷାକ ପିନ୍ଧି ଏହି ବିଶ୍ବ ଐତିହ୍ୟକୁ ବୁଲାଇ ଦେଖାଇଥିଲେ। ସେ ତାମିଲନାଡୁର ଧୋତି ସହିତ ଧଳା ସାର୍ଟ ଏବଂ ବେକରେ ଏକ ଉତ୍ତରୀୟ ପିନ୍ଧିଥିଲେ। ଜିନପିଙ୍ଗି ମଧ୍ୟ ବ୍ଲେଜର ଓ ଟାଇ ବଦଳରେ ସେ ସାଧାରଣ କଳା ରଂଗର ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧିଥିଲେ। ୟୁନିସ୍କୋର ଅନୁସାରେ ଏହି ମହାବଳୀପୁରମରେ ରହିଛି 7ମ ଓ 8ମ ଶତାଦ୍ଦୀର ପଥର କାରୁକାର୍ଯ୍ୟ। କରମଣ୍ଡଳ ଉପକୂଳରେ ଏହି ପଥର କାରୁକାର୍ଯ୍ୟକୁ ପଲ୍ଲବ ରାଜାଙ୍କ ସମୟରେ ଖୋଦିତ କରାଯାଇଥିଲା। ଏହି ପ୍ରାଚୀନ ଐତିହ୍ୟ ଗୁମ୍ଫାକୁ ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି ଭ୍ରମଣ କରିଥିଲେ। ମୋଦି ସବୁ ସ୍ଥାନରେ ଗୁମ୍ଫାର କାରୁକାର୍ଯ୍ୟ ଏବଂ…
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଡ୍ରାଇଭର୍ ସିଟ୍ରେ ରହିଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ବିରାଟ କୋହଲିଙ୍କ ଦ୍ବିଶତକ ତଥା କ୍ୟାରିୟରର ସର୍ବାଧିକ ସ୍କୋର ବଳରେ ଭାରତ 601/5ରେ ଇନିଂସ ଘୋଷଣା କରିଥିବା ବେଳେ ଦିନର ଖେଳ ସମାପ୍ତ ହେବା ବେଳକୁ ଦ ଆଫ୍ରିକା 36 ରନ୍ରେ 3 ଓ୍ବିକେଟ୍ ହରାଇ ସଙ୍କଟରେ ପଡିଛି । ଅଧିନାୟକ ବିରାଟ କୋହଲି 336 ବଲ୍ର ସମ୍ମୁଖୀନ ହୋଇ 33 ଚୌକା ଏବଂ 2 ଛକ୍କା ସହାୟତାରେ କ୍ୟାରିୟର ସର୍ବାଧିକ 254* ସଂଗ୍ରହ କରିଥିଲେ । ଗତକାଲି ମୟଙ୍କ ଅଗ୍ରଓ୍ବାଲ (108) ମଧ୍ୟ ଶତକ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁଜାରା(58), ରାହାଣେ(59) ଏବଂ ରବୀନ୍ଦ୍ର ଜାଡେଜା(91) ରନ୍ ସଂଗ୍ରହ କରିଥିଲେ । ଦ. ଆଫ୍ରିକା ପକ୍ଷରୁ ରବାଡା 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କେଶବ ମହାରାଜ ଏବଂ ସେନୁରାନ ମୁଥୁସ୍ବାମୀ…
AHMEDABAD, OCT 11 (UNI):- Congress leader Rahul Gandhi at Additional Chief Metropolitan Magistrate court premises, in Ahmedabad on Friday. UNI PHOTO-61U
CHENNAI, OCT 11 (UNI):- President of China Xi Jinping being received on arrival at Chennai Airport on Friday. UNI PHOTO-40U
ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଏକ କରୁଣ ଘଟଣା ଘଟିଛି । ନିଜର ଦୁଇ ଝିଅଙ୍କ ସହିତ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟଗା ଉଦ୍ୟମ କରିଛନ୍ତି ଜନୈକ ମହିଳା । ଘଟଣାରେ ମା ରମା ଭଞ୍ଜ ପ୍ରାଣ ହରାଇଥିବା ବେଳେ ଦୁଇ ଝିଅ ଗୁରୁତର ଭାବରେ ଆହତ ହୋଇଛନ୍ତି । ଜଣଙ୍କର ପାପୁଲି କଟି ଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ବିଜେପୁର ଉପ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ଷ୍ଟାର କ୍ୟାମ୍ପେନର ଧର୍ମେନ୍ଦ୍ର ପ୍ରଧାନ । ଗାଇସିଲଟରେ ନିଜର ନିର୍ବାଚନୀ ସଭା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ହାତ ଧରି 6 ମାସ ମଧ୍ୟରେ ଛାଡିଦେବା ଠିକ୍ ହୋଇନି ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା ବିଜେପୁରବାସୀଙ୍କ ଭୁଲ ଥିଲା କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ଦାୟିତ୍ବ ନେବେ ବୋଲି କହିଥିଲେ ମାତ୍ର କି ଦାୟିତ୍ବ ନେଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ହିଞ୍ଜିଳି ଆସନରୁ ମଧ୍ୟ ଇସ୍ତଫା ପ୍ରଦାନ କରି ପାରିଥାନ୍ତେ ବୋଲି କହିଛନ୍ତି । ସେହିପରି କାଳିଆ ଯୋଜନାରେ ବିଧାୟକଙ୍କ ପତ୍ନୀ ଓ ନେତା ରହିଥିବା ବେଳେ ଚାଷୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି । ବିଜେପି…
ଖୋର୍ଦ୍ଧା ଜିଲ୍ଲାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଖୋର୍ଦ୍ଧାର ପୋଡ଼ାଡିହ ଗ୍ରାମପଞ୍ଚାୟତର ଲେଖନପୁର ଗାଁରୁ ଲକ୍ଷାଧିକ ଟଙ୍କାର ବିସ୍ପୋରକ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ବାଣ ପ୍ରସ୍ତୁତକାରୀ ଗୌରାଙ୍ଗ ପଟ୍ଟନାୟକଙ୍କୁ ପୁଲିସ୍ ଗିରଫ କରିଛି । ଦୀପାବଳି ପୂର୍ବରୁ ଲେଖନପୁର ଗାଁରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରିବାପାଇଁ ବିସ୍ପୋରକ ସାମଗ୍ରୀ ମହଜୁଦ ଥିବା ଖବର ପାଇ ପୁଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମସ୍ତ ବିସ୍ପୋରକ ସାମଗ୍ରୀ ଶିବକାଶୀରୁ ଆସିଥିବା ଜଣାପଡ଼ିଛି ।
ନରଓ୍ବେର ନୋବେଲ କମିଟି ପକ୍ଷରୁ 2019 ବର୍ଷ ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମଦ୍ ଅଲୀଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଘୋଷଣା କରାଯାଇଛି । ଶୁକ୍ରବାର ଘୋଷଣା କରାଯାଇଥିବା ଏହି ତାଲିକାରେ ଆବି ଅହମ୍ମଦଙ୍କ ନାମ ଘୋଷଣା କରାଯାଇଛି । ପଡୋଶୀ ରାଷ୍ଟ୍ର ଏରିଟ୍ରି ସହିତ ସୀମାକୁ ନେଇ ଲାଗି ରହିଥିବା ଯୁଦ୍ଧ ସମାପ୍ତ କରିଥିବାରୁ ଆବି ଅହମ୍ମଦଙ୍କ ନାମ ଘୋଷଣା କରାଯାଇଛି । 1998ରୁ 2000 ମଧ୍ୟରେ ଏରିଟ୍ରି ସହିତ ସୀମାକୁ ନେଇ ଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ସମାପ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ପୁରସ୍କାର ପାଇଁ ପରିବେଶବିତ୍ ଗ୍ରେଟା ଥନବର୍ଗଙ୍କୁ ପଛରେ ପକାଇ 100 ତମ ନୋବେଲ ଶାନ୍ତି ପୁରସ୍କାର ହାସଲରେ ସଫଳ ହୋଇଥିଲେ ଆବି ଅହମ୍ମଦ । ଆସନ୍ତା ଡିସେମ୍ବର ମାସରେ ଓସ୍ଲୋରେ ଏହି…
କେଦାର ମିଶ୍ର ରଫାଲର ଲେମ୍ବୁ ପୂଜା ବିଷୟରେ ଲେଖିବା ବେଳେ ଦୁଇ ଦିନ ତଳେ ଆମେ ଲେଖିଥିଲୁ- “ତେବେ ପାକିସ୍ତାନ କିଛି କମ ପୂଜା ପାଠରେ ବିଶ୍ଵାସୀ ନୁହଁ। ତାଙ୍କ ମନ୍ତ୍ରୀମାନେ ବି ତାବିଜ, ଟୁଣୁ ଟୁଣୁକା ରେ ବିଶ୍ଵାସ କରନ୍ତି। ରଫାଲ ତିଆରି କରିଥିବା “ଦାସଲ୍ଟ” କମ୍ପାନୀରୁ ପାକିସ୍ତାନ ମଧ୍ୟ ମିରାଜ-୩ ଓ ମିରାଜ-୫ ବିମାନ କିଣିଛି। ଏବେ ଚୀନ ପାଖରୁ ପାକିସ୍ତାନ କିଛି ଲଢୁଆ ବିମାନ କିଣିବାର ଯୋଜନା କରୁଛି। ସେଠିକି ସେମାନେ ମଧ୍ୟ ମୌଲବୀ ନେଇ ତାବିଜ ବାନ୍ଧିବାକୁ ଯିବେ”। ତେବେ ଏ ଲେଖା ପଢି ମୁଣ୍ଡ ନଥିବା ଭକ୍ତମାନେ ହଠାତ ଆମ ପାଖକୁ “ପାକିସ୍ତାନ ଚାଲି ଯାଅ’ ବୋଲି ତାଙ୍କର ଚିରାଚରିତ ପ୍ରଳାପ ଆରମ୍ଭ କରିଥିଲେ। ତେବେ ସେହି ଭକ୍ତଙ୍କ ପାଇଁ ପାକିସ୍ତାନ ସେନାବାହିନୀର ଗୋଟେ ଭଲ ବାର୍ତ୍ତା ଆସିଛି। ରାଜନାଥ ସିଂ ରଫାଲ ପୂଜା କରିବାକୁ ପାକିସ୍ତାନ ସେନା ବାହିନୀ ଉଚ୍ଛ୍ଵସିତ ପ୍ରଶଂସା କରିଛି।…
ଲୋକଙ୍କଠାରୁ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ବିଷୟରେ ଜାଣିବା ଲାଗି ରାଜ୍ୟ “ଫାଇଭ ଟି” ସଚିବ ଭି.କାର୍ତ୍ତିକ ପାଣ୍ଡିଆନ ସିଧାସଳଖ ଲୋକଙ୍କ ସହ କଥା ହେବା ଆରମ୍ଭ କରିଛନ୍ତି। ଗତକାଲି ମାଲକାନଗିରି ଓ କୋରାପୁଟ ଗସ୍ତ କରିବା ପରେ ଆଜି ସେ ଅଚାନକ ବୌଦ୍ଧରେ ପହଞ୍ଚି ଆହାର କେନ୍ଦ୍ରରେ ଲୋକଙ୍କ ସହ ଠିଆ ହୋଇ ଖାଇଥିଲେ। ଆହାର କେନ୍ଦ୍ରରେ ଦିଆ ଯାଉଥିବା ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଓ ବ୍ୟବହାର ବିଷୟରେ ସେ ଲୋକଙ୍କଠାରୁ ପଚାରି ବୁଝିଥିଲେ।
ଭାରତୀୟ ଅଧିନାୟକ ବିରାଟ କୋହଲି ଡନ୍ ବ୍ରାଡମ୍ୟାନ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ବିରାଟ କୋହଲି ୧୯୪ ରନ୍ରେ ଅପରାଜିତ ରହି ବ୍ୟାଟିଂ କରୁଛନ୍ତି। ଏହି ଇନିଂସ ସହିତ କୋହଲି ଆଉ ଏକ ରେକର୍ଡ ବୁକ୍ରେ ନିଜର ନାମ ସାମିଲ କରିଛନ୍ତି। ଅଧିନାୟକ ଭାବରେ ସର୍ବାଧିକ ୧୫୦ ରନ୍ ସ୍କୋର କରିବା ତାଲିକାରେ ବିରାଟ କୋହଲି ବ୍ରାଡମ୍ୟାନ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଧିନାୟକ ଭାବରେ ବ୍ରାଡମ୍ୟାନ୍ ୮ ଥର ୧୫୦ ରନ୍ ସ୍କୋର କରିଥିବା ବେଳେ କୋହଲି ୯ ଥର ୧୫୦ରୁ ଅଧିକ ରନ୍ ସ୍କୋର କରିବାରେ ସଫଳ ହୋଇଛନ୍ତି।
ବିଜେପୁର ଉପ ନିର୍ବାଚନକୁ ନେଇ ମତ ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଜେପୁରରେ ଏବେ ଚାଲିଛି ହାଇଭୋଲଟେଜ୍ ପ୍ରଚାର ଚାଲିଥିବା ବେଳେ ବିଜେଡିର ଭୋଟ କମିବା ନେଇ ପୂର୍ବାନୁମାନ ଲଗାଇଛନ୍ତି ପ୍ରମିଳା ମଲ୍ଲିକ । ଦଳର ମୁଖ୍ୟ ସଚେତକ ରହିଥିବା ମଲ୍ଲିକ 22 ହଜାର ଭୋଟ କମିବ ମାତ୍ର ଦଳ 35 ହଜାରରୁ ଅଧିକ ବ୍ୟବଧାନରେ ଜିତିବବୋଲି ପ୍ରମିଳା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି ପ୍ରମିଳା କହିଛନ୍ତି ସେ ଯେତେ ପ୍ରଚାର କଲେ ବି କିଛି ଫରକ୍ ପଡ଼ିବନି ।
ପଞ୍ଚାନନ କାନୁନଗୋ ଅନେକ ବିଶେଷତ୍ୱରେ ପରିପୂର୍ଣ୍ଣ ଗାନ୍ଧିଜୀଙ୍କର ସରଳ ଜୀବନଚର୍ଯ୍ୟା, ସରଳ ବାକ୍ୟବିନ୍ୟାସ, ସରଳ ଓ ସୁମଧୁର ବାର୍ତ୍ତା ଭିତରେ ଗୋଟିଏ ସରଳ ପ୍ରାର୍ଥନା ଥିଲା । ଏହି ପ୍ରାର୍ଥନା ରାମଧୁନ ଆବାଳ ବୃଦ୍ଧବନିତା ନିର୍ବୋଧତାର ଉଚ୍ଚାରଣ ମାଧ୍ୟମରେ ‘ମଲା’ ‘ମଲା’ ରୁ ରାମର ପରିଚୟ ହୃଦଗତ କରିବେ । କାରଣ ଏଥିରେ ସୁବିସ୍ତୃତ ବାର୍ତ୍ତା ଅତି ସରଳ ଭାବେ ବର୍ଣ୍ଣନା ହୋଇଥିଲା । ରାମଧୁନ୍ ସଂବିଧାନ ଗୃହୀତ ଜାତୀୟ ସଂଗୀତ ନୁହେଁ । ତେବେ ଏହା ମାନବ ଜାତିର ସଂଗୀତ । ଯେଉଁଥିରେ ସଂକୀର୍ଣ୍ଣ ଧର୍ମାନ୍ଧତା ନଥିଲା, ହେଲେ ମାନବବାଦୀ ଆଧ୍ୟାତ୍ମିକ ଚେତନାର ଭରପୁର ବାର୍ତ୍ତା ଥିଲା । ଏଥିରେ ରାଷ୍ଟ୍ର-ରାଷ୍ଟ୍ରନାୟକ ଉଭୟର ରୂପ ଗୋଟିଏ ପ୍ରତୀକ ରାଜା ରାମ୍ ଠାରେ ହିଁ ଦୃଶ୍ୟମାନ ହେବାର ଅଭିପ୍ରାୟ ଓ ବାର୍ତ୍ତା ଥିଲା । ଶକ୍ତି ଓ ପୁରୁଷାକାରର ସମ୍ମିଶ୍ରଣର ରାଷ୍ଟ୍ରକର୍ତ୍ତାଭାବେ ‘ସୀତାରାମ’ଙ୍କୁ ଉପସ୍ଥାପିତ କରାଯାଇଥିଲା । ରାଜା-ରାଷ୍ଟ୍ର-ପ୍ରଜା-ନାଗରିକ ଉଭୟଙ୍କ ପାଇଁ…
କେନ୍ଦୁଝର ସରକାରୀ ଅର୍ଥ 23 ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ସରପଞ୍ଚ ଗିରଫ ହୋଇଛନ୍ତି । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫେରାର ହୋଇଯାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ପାଇଁ ଆସିଥିବା ଏହି ଅର୍ଥକୁ ଆତ୍ମସାତ କରାଯାଇଥିବାର ଅଭିଯୋଗ ଆସିବା ପରେ ଘଟଗାଁ ଥାନାରେ ବିଡ଼ିଓ ଅଭିଯୋଗ କରିଥିଲେ । ପିପିଳିଆ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ନାୟକଙ୍କୁ ଘଟଗାଁ ଥାନା ଗିରଫ କରିଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫେରାର ହୋଇଥିବା ସୂଚନା ମିଳିଛି ।
ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ ପୁନର୍ବାର ଗିରଫ ହୋଇଛନ୍ତି । ଚୌଧୁରୀ ଚିନି କଳ ଦୁର୍ନୀତି ମାମଲାରେ ଗିରଫ ହେବା ସହିତ ନଓ୍ବାଜଙ୍କୁ 14 ଦିନିଆ ରିମାଣ୍ଡରେ ନେବାକୁ ଶୁକ୍ରବାର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ଶରିଫ୍ଙ୍କୁ ଲାହୋର ସ୍ଥିତ ଜେଲକୁ ପଠାଯାଇଛି । ଚିନି କଳର ଅଂଶଧନ ବିକ୍ରିରେ ଶରିଫ୍ ପରିବାରର ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା । ଏନ୍ଏବି ପକ୍ଷରୁ ତଦନ୍ତ କରାଯାଇ ଅର୍ଥ ହେରଫେର ମାମଲାରେ ଶରିଫ୍ ଏବଂ ତାଙ୍କ ଝିଅ ମରିୟମ୍ ଶରିଫ୍ଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ମରିୟମଙ୍କ ନିକଟରେ ଏହି କମ୍ପାନୀର 1.2 କୋଟି ଅଂଶଧନ ରହିଛି ।
ଦିଲ୍ଲୀ ସରକାରଙ୍କ ଡେଙ୍ଗୁ ଅଭିଯାନରେ ସହାୟତା କାରଣରୁ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଭୟଙ୍କର ଅବସ୍ଥା ସୃଷ୍ଟି କରିଥିବା ବେଳେ ବିଗତ ଏକ ବର୍ଷ ଧରି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିଲା । ବିଗତ 6 ମାସ ହେବ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଏହି ଅଭିଯାନର ଅଂଶ ହେବା ସହିତ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଉଦ୍ୟମ କରୁଛନ୍ତି । ସେହ୍ବାଗଙ୍କ ଏହି ଉଦ୍ୟମ କାରଣରୁ କେଜ୍ରିଓ୍ବାଲ ଶୁକ୍ରବାର ଦିନ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
Models present creations by designer Dina Melwani during the “Designers & Brands” fashion show in Beirut, Lebanon, on Oct. 10, 2019. The 5th “Designers & Brands” fashion show was held in Beirut from Oct. 8 to Oct. 10. Xinhua/UNI PHOTO-4F
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ଦୃଢ ସ୍ଥିତିରେ ରହିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଶତକ ହାସଲ କରି ବ୍ୟାଟିଂ କରୁଥିବା ବେଳେ ଦଳ ତିନି ଓ୍ବିକେଟ ବିନିମୟରେ 356 ରନ୍ ସଂଗ୍ରହ କରିଛି । ପ୍ରଥମ ଦିନରେ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ ସହାୟତାରେ ଭାରତ 273/3 ସଂଗ୍ରହ କରିଥିବା ବେଳେ ଦିନର ଆରମ୍ଭରୁ ରାହାଣେ ଏବଂ କୋହଲି ସତର୍କତାର ସହିତ ବ୍ୟାଟିଂ କରିଥିଲେ । କୋହଲି 183 ବଲ୍ର ସମ୍ମୁଖୀନ ହୋଇ 16 ଚୌକା ସହାୟତାରେ 103 ରନ୍ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ (58)ଙ୍କ ସହିତ ଅବିଭାଜିତ 156 ରନ୍ ଯୋଡିଛନ୍ତି । ଦ.ଆଫ୍ରିକା ପକ୍ଷରୁ ରବାଡା 3ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।